অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଧ୍ୟାୟ- ୨(ନକ୍ସା ଏବଂ ଜମି ରେଜିଷ୍ଟରର ପ୍ରସ୍ତୁତିକରଣ )

ଅଧ୍ୟାୟ- ୨(ନକ୍ସା ଏବଂ ଜମି ରେଜିଷ୍ଟରର ପ୍ରସ୍ତୁତିକରଣ )

ଏକତ୍ରୀକରଣ ସମ୍ବନ୍ଧରେ ଘୋଷଣା ଏବଂ ବିଜ୍ଞପ୍ତି

ରାଜ୍ୟ ସରକାର , ଯେଉଁ ସ୍ଥଳରେ ସେମାନେ ଏହି ମତ ପୋଷଣ କରନ୍ତି ଯେ , କୌଣସି ଅଞ୍ଚଳ , ଯାହାକି ଗୋଟିଏ ଗ୍ରାମ କିମ୍ବା ଦଳେ ଗ୍ରାମକୁ ଧାରଣ କରିବ , ତାକୁ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ କାର୍ଯ୍ୟ ଅଧିନକୁ ଅନାଯିବ   , ସେତେବେଳେ ସେମାନେ ସେ ସମ୍ବନ୍ଧରେ ଏକ ବିଜ୍ଞପ୍ତି ନିର୍ଗମ କରିବେ , ଯାହା ପରେ , ଏକତ୍ରୀକରଣ ଅଧିକାରୀ କିମ୍ବା ତାଙ୍କର ଅଧସ୍ତନ ଅଧିକାରୀ କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ କାର୍ଯ୍ୟ , ତାଙ୍କ କ୍ଷମତା ଅନୁଯାଯାଇ , ନିମ୍ନ ପ୍ରକାର ହେବ  ।

  • ତ୍ରିକୋଣୀୟ କିମ୍ବା ଅନ୍ୟାନ୍ୟ ସମ୍ପର୍କିତ ପର୍ଯ୍ୟବେକ୍ଷଣ ନିମନ୍ତେ ପ୍ରବେଶ କରିବେ ଏବଂ ଏପରି ଅଞ୍ଚଳରେ କୌଣସି ଜମିର ସ୍ତର ଗ୍ରହଣ କରିବେ , ଯଦି ଆବଶ୍ୟକ ହୁଏ   ।
  • ଏପରି ପର୍ଯ୍ୟବେକ୍ଷଣ କିମ୍ବା ସ୍ତର ଗ୍ରହଣ କରିବା କିମ୍ବା ନେବା ସମୟରେ କୌଣସି ବୃକ୍ଷ, ଜଙ୍ଗଲ, ବାଦ ,ଦଣ୍ଡାୟମାନ ଶସ୍ୟ କିମ୍ବା ଅନ୍ୟ ଉପାଦେୟ ବ୍ୟାଘାତ କିମ୍ବା ପ୍ରତିବନ୍ଧକକୁ କାଟି କିମ୍ବା ଅପସାରନ ଦ୍ଵାରା , ପରିଷ୍କାର କରିବେ ଏବଂ
  • ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ କାର୍ଯ୍ୟ ନିମନ୍ତେ ଉକ୍ତ ଅଞ୍ଚଳର ଉପାଦେୟତା ସ୍ଥିର କରିବା ନିମନ୍ତେ ଆବଶ୍ୟକ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ କରିବେ   ।
  • ଧାର୍ଯ୍ୟ ପଦ୍ଧତିରେ ପ୍ରଦାନ କରିବା ନିମନ୍ତେ , ଏକତ୍ରୀ କରଣ କିମ୍ବା ସନ୍ନିବଦ୍ଧିକରଣ ଅଧିକାରୀ , ଉପ-ଦଫା (1) ଅନୁଯାୟୀ , ବିଜ୍ଞପ୍ତିର ସର୍ବସାଧାରଣ ସୂଚନା ନିର୍ଗମ କରାଇବେ   ।
  • ଉପ –ଦଫା  (1) ଅନୁଯାୟୀ ଗୃହିତ କୌଣସି କାର୍ଯ୍ୟ ଦ୍ଵାରା ଘଟିଥିବା କୌଣସି କ୍ଷତି ନିମନ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କୁ , ସହକାରୀ ଏକତ୍ରୀକରଣ ଅଧିକାରୀ , କ୍ଷତିପୂରଣ ପ୍ରଦାନ କରିବେ ଏବଂ ଏପରି ପ୍ରଦାନ କରାଯାଇଥିବା ଅର୍ଥରାସୀ ଆକଳନ ସମ୍ବନ୍ଧରେ କୌଣସି ବିବାଦ କ୍ଷେତ୍ରରେ , ସେ , ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧକାରୀ , ଅଧିକାରୀଙ୍କ ଦ୍ଵାରା ସିଦ୍ଧାନ୍ତ ନିମନ୍ତେ , ଉକ୍ତ ବିଷୟ ଉଲ୍ଲେଖ କରିବେ , ଯାହାଙ୍କର ଉକ୍ତ ବିଷୟ ଉପରେ ସିଦ୍ଧାନ୍ତ , ଚୁଡାନ୍ତ ହେବ , ଏବଂ କୌଣସି ନ୍ୟାୟାଳୟରେ ଏହାକୁ ପ୍ରଶ୍ନାୟିତ କରାଯିବ ନାହିଁ   ।

ଟିପ୍ପଣୀ

ଦଫା 3(1) – ବାଦୀଙ୍କର ଅଧିକାର ଏବଂ ସ୍ଵାର୍ଥ ନିମନ୍ତେ ତଥା ସ୍ଥାୟୀ ନିସୋଧାଜ୍ଞା ନିମନ୍ତେ ନିଦାନ ଦାବି କରାଯାଇଥିଲା – ଏକତ୍ରୀକରଣ ଯୋଜନାରେ ଏକ ବିଜ୍ଞପ୍ତି ଅନୁଯାୟୀ , ଉକ୍ତ ଜମି ବିବାଦୀୟ ହୋଇଥିଲା – ଯେ କୌଣସି ସ୍ତରରେ ସ୍ଥଗିତ ଥିବା ଦେୱାନୀ କାର୍ଯ୍ୟ।ନୁଷ୍ଠାନ ରହିତ ହେବ , ଯେ ପର୍ଯ୍ୟନ୍ତ ଏକତ୍ରୀକରଣ କାର୍ଯ୍ୟ।ନୁଷ୍ଟାନ ସମାପ୍ତ ନ ହୋଇଛି   ।  ଜମି ସଂପତ୍ତିର ସୁରକ୍ଷା ନିମନ୍ତେ ନିସୋଧାଜ୍ଞା କିମ୍ବା ସୁପାରିସ ନିମନ୍ତେ ବିଚାରକାରୀ ନ୍ୟାୟାଳୟ କୌଣସି ମଧ୍ୟବର୍ତ୍ତୀକାଳୀନ ଆବେଦନ ପତ୍ରକୁ ବିଚାରକରିବେ (୨୦୦୩ (୧) ଓଏଲ ଆର -୬୬) ।

ଦଫା ୫୧ ସହିତ ପଠନ କରାଯିବ :- ମୋକଦ୍ଦମା ରହିତିକରଣ- ଅର୍ଜିକୁ ସଂପୂର୍ଣ୍ଣଭାବେ ପଠନ କରାଯିବ  , ମାତ୍ର ଯଦି ପ୍ରାର୍ଥନା କରାଯାଇଥିବା ନଦାଣ , ଅର୍ଜିର ଉକ୍ତି ସହ ସମନ୍ଵୟ ରକ୍ଷା କରେ ଏବଂ ତାହା ଆଇନ ଅନୁଯାୟୀ ଅଧିକାରୀମାନଙ୍କ ଦ୍ଵାରା ଅମଞ୍ଜୁର କରାଯାଇନପାରେ  , ସେପରିସ୍ଥଳେ ମୋକଦ୍ଦମାକୁ ରହିତ କରିବା ନିମନ୍ତେ ଅନୁମୋଦନ କରାଯିବ ନାହିଁ   । ସାଧାରଣତଃ ଦେୱାନୀ ନ୍ୟାୟାଳୟ, କୌଣସି ମୋକଦ୍ଦମା ଦ୍ଵାରା, କର୍ତ୍ତୃତ୍ଵ ହରାଏ ନାହିଁ , ଯଦି ଏହା ବିଶେଷ ଆଇନରୁ ଦର୍ଶାନଯାଏ ସେ ସେଥିସହିତ ଧାର୍ଯ୍ୟ ଫର୍ମ ଗୁଡିକର ମୋକଦ୍ଦମାରେ, ଭିକ୍ଷା କରାଯାଇଥିବା ନିଦାନ ମଞ୍ଜୁର କରିବା କ୍ଷମତା ଅଛି   । ହସ୍ତରେ ଥିବା ମୋକଦ୍ଦମାରେ ପ୍ରାର୍ଥନା , ସ୍ଥାୟୀ ନିସୋଧାଜ୍ଞା,ପ୍ରତିବାଦୀର ଉଚ୍ଛେଦ , ଦାଖଲର ପୁନଃରୁଦ୍ଧାର ଏବଂ କ୍ଷତିପୂରଣ ମଞ୍ଜୁରୀକୁ ଅନ୍ତର୍ଭୁକ୍ତ କରେ   । ନିଶ୍ଚିତଭାବେ ଏହି ପ୍ରାର୍ଥନା , ଏକତ୍ରୀକରଣ ଅଧିକାରୀଙ୍କ ଦ୍ଵାରା  ବିଚାର କରାଯାଇପାରିବ ନାହିଁ   ।  ଏହା ହୋଇପାରେ ଯେ , ବିଦ୍ୟମାନ ମୋକଦ୍ଦମାରେ , ବାଦୀମାନେ କୌଣସି ଅଂଶ କାରଣ ବଶତଃ ମୋକଦ୍ଦମାର ରହିତିକରଣ ନିମନ୍ତେ ପ୍ରାର୍ଥନା କରିଛନ୍ତି , ମାତ୍ର ସେମାନଙ୍କର ଇଚ୍ଛା,ଆଇନର ନିର୍ଦ୍ଦେଶକୁ ଅତିକ୍ରମଣ କରିପାରିବ ନାହିଁ । ଏହି  ସମସ୍ତ ବିଷୟକୁ ବିଚାର କରି, ମୋକଦ୍ଦମା ରହିତ ହୋଇଥିଲା –( ସାକ୍ଷୀ ସାହୁ ବନାମ ରୟାବେୱା- ୧୯୯୭) ଓ.ଆର.ଏମ-୨୮୭  ) ।

ଦ୍ଵିତୀୟ ଅପିଲ ସ୍ତରରେ ଦଫା୩(୧) ଅନୁଯାୟୀ କରାଯାଇଥିବା ବିଜ୍ଞପ୍ତି ଫଳରେ, ସ୍ଥଗିତ ମୋକଦ୍ଦମା ପ୍ରତି, ଆଇନର ଦଫା ୫୧ ର ବ୍ୟବସ୍ଥାବଳୀ ପ୍ରୟୋଗ ହେବ ନାହିଁ- (୭୬(୧୯୯୩) ।

ଆଇନର ଦଫା ୩ ଅନୁଯାୟୀ ବିଜ୍ଞପ୍ତି ଦ୍ୱ୍ରା  ୫୧ ବଳବତ୍ତର ହୋଇଥିଲା   । ଆହୁରି ମଧ୍ୟ , ଯଦି ବିଜ୍ଞପ୍ତିକୁ ନାକଚ କରାଯାଏ , ତାହେଲେ , ପରବର୍ତ୍ତୀ ପ୍ରଭାବ କଣ ହେବ  (୫୯-୧୯୮୫ (ସି ଏଲ ଟି-୧୨୫) ।

ଆଇନର ଦଫା  ୩ ଅନୁଯାୟୀ , ବିଜ୍ଞପ୍ତି ଗ୍ରାମର କେତେକ ପ୍ଳଟକୁ ପୌରପାଳିକା ଅଞ୍ଚଳରେ ଅନ୍ତର୍ଭୁକ୍ତ କରାଯାଇଥିଲା  - ଏପରି ଜମି ସଂବନ୍ଧରେ ଅଗ୍ରସର ହେବାରେ,  ଏକତ୍ରୀକରଣ ଅଧିକାରୀଙ୍କ କର୍ତ୍ତୃତ୍ଵ ସୂଚିତ କରାଯାଇଛି- (୧୯୮୨ ଆଲ୍ଲାହାବାଦ “ ଲ” ଜର୍ଣ୍ଣାଲ- ୭୧୨) ।

ଏହି ଦଫା ଅନୁଯାୟୀ ବିଜ୍ଞପ୍ତି ଜମିର ବିଭାଜନ ନିମନ୍ତେ କୌଣସି ମୋକଦ୍ଦମା ଗ୍ରହଣୀୟ ହେବ କି ନାହିଁ  - (୧୯୭୮) ୧ ସିଡବ୍ଲ୍ୟୁ ୨୫୫ ଆଇଏଲଆର (୧୯୭୭) ୧ କଟକ – ୮୨୪ ଏବଂ ଏଲଆଇଆର ୧୯୭୦ ଓଡିଶା- ୨୧୯ ଦ୍ରଷ୍ଟବ୍ୟ   ) ।

ଦେୱାନୀ  ନ୍ୟାୟାଳୟଗୁଡିକ ରାଏ ଏବଂ ଡିକ୍ରିର ବ୍ୟାଖ୍ୟା କରିବା ବିଷୟରେ ଏକତ୍ରିକରଣ ଅଧିକାରୀମାନଙ୍କର କର୍ତ୍ତବ୍ୟ ସୂଚିତ କରାଯାଇଛି , ଯାହାକି ପକ୍ଷମାନଙ୍କ ମଧ୍ୟରେ ଚୁଡାନ୍ତ ହୋଇଛି-(୧୯୮୫ (୧) ଓ.ଏଲ.ଆର- ୪୬୪)  ।

ବିଜ୍ଞପ୍ତିରେ କୌଣସି ବିଭାଜନ ମୋକଦ୍ଦମାରେ , ସାଲିସ ଡିକ୍ରି ନାକଚ କରିବା ନିମନ୍ତେ , ସଂଶୋଧନ ଦାଖଲ କରାଯାଇଥିଲା – ଏପରି ବିଷୟରେ , ଏକତ୍ରୀକରଣ ଅଧିକାରୀମାନେ କୌଣସି ନିଦାନ ପ୍ରଦାନ କରିପାରିବେ  ନାହିଁ – (୧୯୮୬(୨) ଓଏଲଆର -୬୮୬   ।

ଏକତ୍ରୀକରଣ କାର୍ଯ୍ୟ।ନୁଷ୍ଠାନ ର ବନ୍ଦ ପରେ , ରହିତଥିବା ମୋକଦ୍ଦମାକୁ ପୁନର୍ବାର ଜୀବିତ କରାଯାଇପାରିବ ନାହିଁ –(ଏଆଇଆର ୧୯୭୯ ଓଡିଶା , ଯାହାକି ଏଆଇଆର ୧୯୮୪ ଓଡିଶା- ୧ରେ ଅତିକ୍ରମଣ କରାଯାଇଛି   ।

ବିଜ୍ଞପ୍ତି ପରେ , ଦେୱାନୀ ନ୍ୟାୟାଳଙ୍କ କର୍ତ୍ତୃତ୍ଵବହିର୍ଟ ହୁଏ ନାହିଁ ଏବଂ ସମସ୍ତ ମୋକଦମା ଏବଂ ଅପିଲ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ,  ତାହା ରହିତ ହେବ  ,  (୪୫(୧୯୭୮) ସିଏଲଟି -୪୨୭ । ଆହୁରି ମଧ୍ୟ  ୪୫(୧୯୭୮) ସିଏଲଟି- ୧ ଦ୍ରଷ୍ଟବ୍ୟ  ) ।

ଆଇନର କୁ- ପ୍ରଭାବ ଅଧୀନକୁ ଅଞ୍ଚଳ ଆଣିବା ନିମନ୍ତେ ,  ବିଜ୍ଞପ୍ତି ଏକ ପୂର୍ବ ସର୍ତ୍ତ ଥିଲା – (୬୩(୧୯୮୭) ସିଏଲଟି -୩୧)- ବିଜ୍ଞପ୍ତି ତାରିଖରେ ସ୍ଥଗିତ ହେବା ମୋକଦ୍ଦମା ରହିତ ହେବ ନାହିଁ – (୬୪(୧୮୯୭) ସିଏଲଟି- ୭୨୭) – ଏକତ୍ରୀକରଣ ଅଞ୍ଚଳ ମଧ୍ୟକୁ ଜମି ଆଣିବା ନିମନ୍ତେ , ବିଜ୍ଞପ୍ତିର ଅନୁପସ୍ଥିତିରେ , ଜମି ଉପରେ ଜବର ଦଖଲର ଅପସାରଣ ନିମନ୍ତେ ମୋକଦ୍ଦମା ରହିତ ହେବ ନାହିଁ  - (ଏସଆଇଆର) ୧୯୯୦ ପାଟନା(ଏନଓସି) – ୧ଖ)   ।

କୌଣସି ବିଭାଜନ ମୋକଦ୍ଦମାରେ , ଦ୍ଵିତୀୟ ଅପିଲର ସ୍ଥଗୀତାବସ୍ଥାରେ ସେହି ଗ୍ରାମ ଯେଉଁଠି ମୋକଦ୍ଦମା ସଂକ୍ରାନ୍ତୀୟ  ସଂପତ୍ତି ଥିଲା, ତାହା ଓଡିଶା ହୋଲଡିଙ୍ଗର ଏକତ୍ରୀକରଣ ଆଇନର ଦଫା  3(1) ଅନୁଯାୟୀ ଏକ ବିଜ୍ଞପ୍ତି ଦ୍ଵାରା, ଏକତ୍ରିକରଣ କାର୍ଯ୍ୟକ୍ରମ ଅଧିନରେ ଅନ୍ତର୍ଭୁକ୍ତ କରାଯାଇଥିଲା- ବାଦୀମାନଙ୍କ ଦ୍ଵାରା ବିଭାଜନ ନିମନ୍ତେ ମୋକଦମା ଦଖଲ କରାଯାଇଥିଲା ଏବଂ ସେଥିରୁ ଉଦ୍ରେକ ସମସ୍ତ କାର୍ଯ୍ୟ।ନୁଷ୍ଠାନ ସହିତ ଦ୍ଵିତୀୟ ଅପିଲ ସ୍ଥଗିତ ରହିଥିଲା  - ଆଇନ ଅନୁଯାୟୀ ଅଧିକାରୀମାନଙ୍କ ସମ୍ମୁଖରେ ମୋକଦ୍ଦମା ଜମି ଉପରେ , ସେମାନଙ୍କର ଅଧିକାର , ସତ୍ଵ ଏବଂ ସ୍ଵାର୍ଥ ନିରୂପଣ କରିବା ନିମନ୍ତେ , ପକ୍ଷମାନଙ୍କୁ ନିର୍ଦ୍ଦେଶିତ କରାଯାଇଥିଲା – ଦ୍ଵିତୀୟ ଅପିଲ ସ୍ଥଗିତ ରହିଲା- ବସନ୍ତ ଦାସ ବନାମ ବଳରାମ ଦାସ- ୨(୧୯୯୮)ଓଆରଏମ-୨୧୪୨ )  ।

ନିର୍ଗମିତ ବିଜ୍ଞପ୍ତିର ବଳବତ୍ତରଣ ସମୟ ମଧ୍ୟରେ , ବିଭାଜନ ମୋକଦମାରେ ଡିକ୍ରି ବିରୁଦ୍ଧରେ ଅପିଲ ମଧ୍ୟ ରହିତ ହେବ,  ଯେହେତୁ ଏପରି ନିଦାନ ଦେୱାନୀ ନ୍ୟାୟାଳୟରେ ମଞ୍ଜୁର ନିମନ୍ତେ ଉପଲବ୍ଧ ଅଟେ – (୪୨ (୧୯୭୬) ସିଏଲଟି- ୪୩୫ (ଏସକେ ମହମ୍ମଦ ନାକିର ବିନାମ ହାରମଣି ବିକଟ)   ।

ଗୃହପୋଯୋଗୀ ଜମି ନିମନ୍ତେ ମୋକଦ୍ଦମା ରହିତ ହେବ ନାହିଁ , ଯେହେତୁ ତାହା ଆଇନ ଦ୍ଵାରା ଆକୃତ ନୁହେଁ -  (୪୨୧୯୬୭ ) ସିଏଲଟି -୪୦୦- ଅଭିମନ୍ୟୁ ପଣ୍ଡା ବନାମ ଦିଗମ୍ବର ବେଉରା   ) ।

ମୋକଦ୍ଦମା ରହିତକଣ ତଥା ଅପିଲ ନିମନ୍ତେ ,୪୫(୧୯୭୮) ସିଏଲଟି ଏସ ଏନ-୨ ଦ୍ରଷ୍ଟବ୍ୟ ।

ଦଖଲ କରାଯାଇଥିବା ଅପିଲରେ , ସ୍ଥାୟୀ ନିଷେଧାଜ୍ଞା ନିମନ୍ତେ ଡିକ୍ରି ପ୍ରଦାନ କରାଯାଇଥିଲା ,  ଯାହେଉନା କାହିକି , ବିଷୟବସ୍ତୁର ଦ୍ରୁଷ୍ଟିକୋଣରୁ , ମୋକଦ୍ଦମାଟି ରହିତ ହୋଇଥିଲା- (୪୯-୧୯୮୦) ସିଏଲଟି-୧୩୨ ) । ଦଫାର ପରିସରକୁ ସ୍ପଷ୍ଟ କରାଯାଇଛି – ୫୪(୧୯୮୨) ସିଏଲଟି -୧୪ ବିଜ୍ଞପ୍ତି ତାରିଖରେ ସ୍ଥଗିତ ନଥିବା ମୋକଦ୍ଦମା, ବ୍ୟବସ୍ଥାବଳୀ, ପ୍ରୟୋଗନୀୟ ହେବ କି ? –(୫୫(୧୯୮୩) ସି ଏଲଟି  - ଏନ। ଏନ- ୧୬୪) ।

ବିଜ୍ଞପ୍ତି ଶବ୍ଦର ଅର୍ଥ ସୂଚିତ କରାଯାଇଛି(୬୧(୧୯୮୬) ସିଏଲଟି- ଏସ .ଏନ-୧୨୦  )  ।

  • ବିଜ୍ଞପ୍ତିର ପ୍ରଭାବ  :- କାର୍ଯ୍ୟ।ଳୟ ଗେଜେଟରେ , ଦଫା ୩ଉପ-ଦଫା(୧) ଅନୁଯାୟୀ ନିର୍ଗମିତ ବିଜ୍ଞପ୍ତିର ପ୍ରକାଶନ ପରେ , ଏତତ ପରେ ଉଲ୍ଲେଖିତ ପରିଣତି , ଏହି ଆଇନର ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ ଦଫା ୪୧ କିମ୍ବା ଦଫା ୫ର ଉପ-ଦଫା (୧) ଅନୁଯାୟୀ , ବିଜ୍ଞପ୍ତିର ପ୍ରକାଶନ ପର୍ଯ୍ୟନ୍ତ , ଏକତ୍ରୀକରଣ ଅକନହଲରେ ଏହା ନିଶ୍ଚିତ କରାଯିବ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ   ।
  • ଏକତ୍ରୀକରଣ ଅଞ୍ଚଳକୁ , ଏକତ୍ରୀକରଣ କାର୍ଯ୍ୟ ଅଧିନରେ ବୋଲି ଧରାଯାଏ ଏବଂ ଏହି ଅଞ୍ଚଳରେ ଧାରିତ କିମ୍ବା ଅନ୍ତର୍ଭୁକ୍ତ ପ୍ରତ୍ୟେକ ଗ୍ରାମର ଅଧିକାର ନଥି ଏବଂ ନକ୍ସାର ପ୍ରସ୍ତୁତିକରଣ ,  ସରକାରୀ ଏକତ୍ରୀ କିମ୍ବା ସନ୍ନିବଦ୍ଧିକରଣ ଅଧିକାରୀଙ୍କ ଦ୍ଵାରା ସମ୍ପାଦନ କରାଯିବ   , ଜେକି ଏତତପରେ ବ୍ୟବସ୍ଥାୟିତ ପଦ୍ଧତିରେ , ସେଗୁଡିକପ୍ରସ୍ତୁତ କରିବେ  ।
  • ସେତେବେଳେ ବଳବତ୍ତର କୌଣସି ଆଇନରେ ଧାରୀତ କୌଣସି ବିଷୟସତ୍ତ୍ୱେ, ପୂର୍ବରୁ ଗୃହିତ ଏକତ୍ରୀକରଣ ଅଧିକାରୀଙ୍କ ଲିଖିତ ଅନୁମତିବ୍ୟତୀତ କୌଣସି ଜମିମାଲିକ , ଦଫା ୧୩ ର ଉପ-ଦଫା(୧) ଅନୁଯାୟୀ ,  ବିଜ୍ଞପ୍ତି ପ୍ରକାଶନ ପରେ, ବିକ୍ରି, ଦାନ , ବନ୍ଧକ କିମ୍ବା ପ୍ରତିବଦଳ ଦ୍ଵାରା କୌଣସି ଜମିକୁ ହସ୍ତାନ୍ତର କରିବ ନାହିଁ,  ଏବଂ ନିବନ୍ଧନ ଆଇନ,୧୯୦୮ ଅନୁଯାୟୀ ନିଯୁକ୍ତ ନିବନ୍ଧନକାରୀ ଅଧିକାରୀଙ୍କ ଦ୍ଵାରା କୌଣସି ଦଲିଲ , ଯାହାକି ଏପରି କୌଣସି ହସ୍ତାନ୍ତର ଘଟାଇଥାଏ,  ତାହା ନିବନ୍ଧନ କରାଯିବ ନାହିଁ , ଯଦି ଉକ୍ତ ଦଲିଲ , ଉକ୍ତ ଲିଖିତ ଅନୁମତିର ଏକ ପ୍ରାମାଣିତ ନକଲ ଧାରଣ କରି ନଥାଏ   ।

ଉଲ୍ଲେଖଥାଉ ଯେ,  ବିକ୍ରି, ଦାନ , ବନ୍ଧକ, କିମ୍ବା ଜମିର ପ୍ରତିବଦଳ ଦ୍ଵାରା ହସ୍ତାନ୍ତରଣ ନିମନ୍ତେ, ଏକତ୍ରୀକରଣ ଅଧିକାରୀଙ୍କର କୌଣସି ଅନୁମତି ଆବଶ୍ୟକ ହେବ ନାହିଁ,  ଯେଉଁଗୁଡିକ ଫଳ ଉଦ୍ୟାନ , ତୋଟା କିମ୍ବା ଘରୋପକରଣ ଜମି କିମ୍ବା ଆବୃତ ହୋଇଥାଏ ଏବଂ ସେହି ସମସ୍ତ ଜମି ଯାହାକି ଏକତ୍ରୀକରଣ ନିର୍ଦ୍ଦେଶକଙ୍କ ମତରେ ଭୂ- କମ୍ଫ, ମୃତ୍ତିକା ସ୍ଖଳନ, ଜଳ ଦ୍ଵାରା ଆବଦ୍ଧ କିମ୍ବା କୃଷି ନିମନ୍ତେ ଅନ୍ୟାନ୍ୟ ଅନୁପଯୁକ୍ତ ହୋଇଥାଏ   ।

([ ୨-କ)-ଦଫା ୯, ଅନୁଯାୟୀ, ନକ୍ସା ଏବଂ ଜମି ରେଜିଷ୍ଟରର ପ୍ରସ୍ତୁତିକରଣ ପରେ,  କୌଣସି ଜମି ମାଲିକ,  ଏକକରେ ଥିବା କୌଣସି ଜମିକୁ , କୌଣସି ପ୍ରକାର ପରିବର୍ତ୍ତନ କରିପାରିବେ ନାହିଁ; ଯାହାଫଳରେ ଏହାକୁ ଏକତ୍ରୀକରଣ ନିମନ୍ତେ ଅନୁପଯୁକ୍ତ କରିବ ଏବଂ ଏକତ୍ରୀକରଣ ଅଧିକାରୀଙ୍କ ଲିଖିତ ଅନୁମତି ଗ୍ରହଣ ନକରି , ସେ ଏପରି କରିପାରିବେ ନାହିଁ   ।

  • ଅଧିକାର- ନଥି ଏବଂ ଖଜଣାର ସ୍ଥିରୀକରଣର ପ୍ରସ୍ତୁତିକରଣ ଏବଂ ରକ୍ଷଣାବେକ୍ଷଣ, ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ ପ୍ରତ୍ୟେକ କାର୍ଯ୍ୟ।ନୁଷ୍ଠାନ ଦଫା  ୬ର ଉପ-ଦଫା- (୧) ଅନୁଯାୟୀ, ବିଜ୍ଞପ୍ତିର ପ୍ରକାଶନ ପରେ , ସ୍ଥଗିତ ରହିବ   ।
  • ଏକତ୍ରୀକରଣ ଅଞ୍ଚଳ ମଧ୍ୟରୁ ସ୍ଥିତ କୌଣସି ଜମିରେ ଥିବା କୌଣସି ଅଧିକାର କିମ୍ବା  ସ୍ଵାର୍ଥର ଘୋଷଣା ନିମନ୍ତେ , ପ୍ରତ୍ୟେକ ମୋକଦ୍ଦମା ଏବଂ କାର୍ଯ୍ୟ।ନୁଷ୍ଠାନ କରାଯାଇଛି , ଯାହାକି କୌଣସି ଦେୱାନୀ ନ୍ୟାୟାଳୟରେ ସ୍ଥଗିତ ଅଛି, କିମ୍ବା ଅପିଲ , ଉଲ୍ଲେଖ କିମ୍ବା ରିଭିଜନରେ ସ୍ଥଗିତ ଅଛି , ନ୍ୟାୟାଳୟ ଦ୍ଵାରା ସେ ସମ୍ବନ୍ଧରେ କୌଣସି ଆଦେଶ ପ୍ରଦାନ ଉପରେ ଏପରି ସ୍ଥଗିତ କାର୍ଯ୍ୟ।ନୁଷ୍ଠାନ , ବନ୍ଧ ହେବ , କିମ୍ବା ସମାପ୍ତ ହେବ  ।

ଉଲ୍ଲେଖଥାଉ ଯେ, ସମ୍ପୃକ୍ତ ପକ୍ଷମାନଙ୍କୁ ସୁଣାଣୀର ସୁଯୋଗ ପ୍ରଦାନ ନକରି ଏପରି କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ   ।

[ଆହୁରି ଉଲ୍ଲେଖ ଥାଉ ଯେ , ଉକ୍ତ ଅଞ୍ଚଳ କିମ୍ବା ତାର ଅଂସ ସଂବନ୍ଧ ରେ, ଦଫା ୯ର ଉପ-ଦଫା(୧) ଅନୁଯାୟୀ , କୌଣସି ବିଜ୍ଞପ୍ତିର ନିର୍ଗମ ଉପରେ :-

  • ଏପରି ଅଞ୍ଚଳ କିମ୍ବା ସେଥିର କୌଣସି ଅଂଶରେ ଅବସ୍ଥିତ ଜମିଗୁଡିକ ସମ୍ବନ୍ଧରେ ଧାରା (୪) ଅନୁଯାୟୀ , ନ୍ୟାୟାଳୟଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପ୍ରତ୍ୟେକ ଆଦେଶକୁ ଊହ୍ୟ କିମ୍ବା ମୁକ୍ତ କରାଯିବ । ଏବଂ
  • ଧାରା(୩) କିମ୍ବା ଧାରା  (୪) ରେ ଉଲ୍ଲେଖିତ ଏପରି ସମସ୍ତ ମୋକଦ୍ଦମା ଏବଂ କାର୍ଯ୍ୟ।ନୁଷ୍ଠାନ ଯାହାକି ଏପରି ଅଞ୍ଚଳ କିମ୍ବା ତାର କୌଣସି ଅଂଶର ସ୍ଥିତ ଜମିଗୁଡିକ ସହ ସମ୍ପୃକ୍ତ, ସେଗୁଡିକୁ ଚାଲୁ କରାଯିବ ଏବଂ ଆଇନ ସହିତ ସମନ୍ଵୟ ରକ୍ଷାକରି ଫଇସଲା କରାଯିବ, ଯେପରିକି ସେଗୁଡିକ ସମାପ୍ତ ହୋଇ ନାହିଁ କିମ୍ବା ବନ୍ଦ ହୋଇ ନାହିଁ    ।

ଆହୁରିମଧ୍ୟ ଉଲ୍ଲେଖ ଥାଉ ଯେ,ଏପରି ସମାପ୍ତିକରଣ ଅଧିକାର କିମ୍ବା ସ୍ଵାର୍ଥ ତତଥାପନ କରିବା ପରେ ପ୍ରଭାବିତ ବ୍ୟକ୍ତିର ଅଧିକାର ପ୍ରତି କୌଣସି ଆଞ୍ଚ ନ ଆଣି ଉପଯୁକ୍ତ ଏକତ୍ରୀକରଣ ଅଧିକାରୀଙ୍କ ସମ୍ମୁଖରେ ଉକ୍ତ ମୋକଦ୍ଦମା କିମ୍ବା କାର୍ଯ୍ୟନୁଷ୍ଠାନର ବିଷୟବସ୍ତୁ ଗଠନ କରିଥାଏ   ।

  • ବିଜ୍ଞପ୍ତିର ନାକଚୀକରଣ  :- (୧) ସେଥିରେ ଧାର୍ଯ୍ୟ ସମସ୍ତ ଅଞ୍ଚଳ କିମ୍ବା ତାର କୌଣସି ଅଂଶ ସମ୍ବନ୍ଧରେ ଦଫା ୩ର ଉପ-ଦଫା (୧) ଅନୁଯାୟୀ କରାଯାଇଥିବା ବିଜ୍ଞପ୍ତିକୁ କାର୍ଯ୍ୟ।ଳୟ ଗେଜେଟରେ ସେ ସମ୍ବନ୍ଧରେ କୌଣସି ଆଦେଶ ପ୍ରକାଶନ ଦ୍ଵାରା ନାକଚ କରିବା ରାଜ୍ୟ ସରକାରଙ୍କ ପ୍ରତି ଆଇନ ସମ୍ମତ ହେବ   ।
  • ଯେଉଁ ସ୍ଥଳରେ , ଉପ-ଦଫା (୧) ଅନୁଯାୟୀ , ବିଜ୍ଞପ୍ତିର ପ୍ରକାଶନ ପରେ, ଯେତେ ଶୀଘ୍ର ସମ୍ଭବ, ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ନିର୍ଦ୍ଦେଶକ, ପ୍ରତ୍ୟେକ ଏକକ ସମ୍ବନ୍ଧରେ ନକ୍ସା ଏବଂ ଜମି ରେଜିଷ୍ଟରର ପ୍ରସ୍ତୁତିକରଣ ନିମନ୍ତେ ଏକ ବିଜ୍ଞପ୍ତି ନିର୍ଗମ କରିବେ, ଯାହାକି ଗ୍ରାମର କୌଣସି, ଆଖିଦୃଶିଆ ସ୍ଥାନରେ ଖୁବ କମରେ ପନ୍ଦର ଦିନ ପର୍ଯ୍ୟନ୍ତ ପ୍ରକାଶନ କରାଯିବ   ।
  • ଉପ-ଦଫା (୧) ଅନୁଯାୟୀ , ଗ୍ରାମରେ ବିଜ୍ଞପ୍ତିର ପ୍ରକାଶନ ପରେ ଏବଂ ଏତତ ପରେ ଧାରୀତ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ସହକାରୀ ଏକତ୍ରୀକରଣ ଅଧିକାରୀ:-
  • ଧାର୍ଯ୍ୟ ପଦ୍ଧତିରେ,  ଏକତ୍ରୀକରଣ ଅଞ୍ଚଳରେ , ପ୍ରତ୍ୟେକ ଗ୍ରାମର ନକ୍ସା ପ୍ରସ୍ତୁତ କରିବେ   ।
  • ଜମି ରେଜିଷ୍ଟର  ଭାବେ ଜଣା ଏକ ରେଜିଷ୍ଟର ପ୍ରସ୍ତୁତ କରିବେ , ଏବଂ ସେଥିରେ ଜମିର ନିର୍ଦ୍ଧିଷ୍ଟକରଣ , ନିହିତ ସ୍ଵାର୍ଥ , ଖଜଣା ଏବଂ ସ୍ଥିର କରାଯାଇଥିବା ସେସ ଦର୍ଶାଇବେ ଏବଂ ଏପରି ଅନ୍ୟାନ୍ୟ ବିଷୟ ଦର୍ଶାଇବେ, ଯେପରି ଧାର୍ଯ୍ୟ କରାଯାଇପାରେ   ।
  • ଏକତ୍ରୀକରଣ ସୀମିତ ପରାମର୍ଶକରି, ନିମ୍ନଲିଖିତ ମୂଲ୍ୟାୟନ ସ୍ଥିର କରିବ : -
  • ସେଗୁଡିକର ଉତ୍ପାଦିକା, ସ୍ଥିତିଜଳସେଚନ ସୁବିଧା ର ଉପଲବ୍ଧତା ଏବଂ ଅନ୍ୟାନ୍ୟ ଉପାଦେୟ ବିଷୟକୁ ବିଚାରକୁ ନେବେ,ଯଦି କିଛି ଥାଏ   ।
  • ଏପରି ଜମିରେ ସ୍ଥିତ ଘର,  ନିର୍ମାଣ ବୃକ୍ଷ ,କୂପ ଏବଂ ଅନ୍ୟାନ୍ୟ ଉନ୍ନତିକରଣ ବିଷୟ   ।
  • ଉପଯୁକ୍ତ ଏକତ୍ରୀକରଣକୁ ନିଶ୍ଚିତ କରିବା ନିମନ୍ତେ ବିଭାଜନକୁ ପ୍ରଭାବିତ କିମ୍ବା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ, ଯୁଗ୍ମ" ହୋଲଡିଙ୍ଗ" ରେ ଥିବା ଜମି ମାଲିକଙ୍କର ବ୍ୟକ୍ତିଗତ ଅଂଶ ସ୍ଥିର କରିବେ   ।

ସ୍ପଷ୍ଟୀକରଣ

ଉକ୍ତି" ସ୍ଵାର୍ଥ" କୌଣସି ଜମି ମାଲିକଙ୍କର ଖଜଣା- ଗ୍ରହଣ ସ୍ଵାର୍ଥ ଏବଂ କୌଣସି କୃଷକର ସ୍ଵାର୍ଥକୁ ଅନ୍ତର୍ଭୁକ୍ତ କରିବ   ।

  • ଉପ-ଦଫା(୨) ର ଧାରା (ଗଗ) ଅନୁଯାୟୀ ସ୍ଥିର କରାଯାଇଥିବା ମୂଲ୍ୟାୟନ ଆବଶ୍ୟକ ପରିବର୍ତ୍ତନ ସହିତ,  ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକାରଣ ଅଧିକାରୀଙ୍କ ଦ୍ଵାରା ଅନୁମୋଦିତ କରାଯିବ   ।
  • ସରକାରୀ ଏକତ୍ରୀକାରଣ ଅଧିକାରୀ ମଧ୍ୟ ଏପରି  ଅନ୍ୟାନ୍ୟ ନଥି ପ୍ରସ୍ତୁତ କରିବେ, ଯାହାକି ଏକକରେ , ଏକତ୍ରୀକାରଣ କାର୍ଯ୍ୟକୁ ସୁବିଧାୟୀତ କରିବା ନିମନ୍ତେ ଧାର୍ଯ୍ୟ କରାଯାଇପାରେ   ।

ଯୁଗ୍ମ,  “ ହୋଲଡିଙ୍ଗ” ର ବିଭାଜନ “ ହୋଲଡିଙ୍ଗ”ର ସଂଯୋଜନ ସମ୍ବନ୍ଧୀୟ କ୍ଷମତା ଏବଂ ଗ୍ରାମ ସୀମାରେ ପରିବର୍ତ୍ତନ ଘଟାଇବା ଏବଂ ଖଜଣା ଏବଂ ସେସ ନିର୍ଦ୍ଧାରଣ କିମ୍ବା ସ୍ଥିର କରିବା କ୍ଷମତା   :-

  • ଦଫାର ଉପ-ଦଫା (1) ଅନୁଯାୟୀ ନିର୍ଗତ ବିଜ୍ଞପ୍ତିର ପ୍ରକାଶନ ପରେ,  ଓଡିଶା ଭୂ-ସଂସ୍କାର ଆଇନ ,  ୧୯୬୪ (ଓଡିଶା ଆଇନ  ୧୬/୧୯୬୪) ର ଦଫା  ୧୯ ଅନୁଯାଯାଇ ଏକତ୍ରୀକାରଣ ଅଞ୍ଚଳରେ ଥିବା  “ ହୋଲଡିଙ୍ଗ” ଉପରେ କୌଣସି ବିଭାଜନ , ଦଫା ୪୧ କିମ୍ବା ଦଫା  ୫ର ଉପ-ଦଫା(୧) ଅନୁଯାୟୀ , ବିଜ୍ଞପ୍ତି ପ୍ରକାଶନ ପର୍ଯ୍ୟନ୍ତ , ରାଜସ୍ୱ ଅଧିକାରୀଙ୍କ ଦ୍ଵାରା କରାଯିବ ନାହିଁ , ଏବଂ ସହକାରୀ ଏକତ୍ରୀକରଣ ଅଧିକାରୀ ଏବଂ ଏକତ୍ରୀକାରଣ ଅଧିକାରୀ, ଏହି ଆଇନ ଅନୁଯାୟୀ ସେମାନଙ୍କ ଉପରେ ନ୍ୟସ୍ତ କ୍ଷମତା ଅଧିକନ୍ତୁ, ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ ଧାରୀତ କୌଣସି ବିପରୀତ ସତ୍ତ୍ୱେ, କୌଣସି ଇତ୍ସୁକ ପକ୍ଷ ଠାରୁ ଆବେଦନପତ୍ର ଉପରେ ଯୁଗ୍ମ” ହୋଲଡିଙ୍ଗ” ର ବିଭାଜନ କରିବା କ୍ଷମତା ବହନ କରନ୍ତି   ;

ଉଲ୍ଲେଖ ଥାଉ ଯେ, ଧାର୍ଯ୍ୟ କୌଣସି ଜମି ଭିତ୍ତି ଉପରେ  କୌଣସି ବିଭାଜନ ସେ ସମ୍ବନ୍ଧରେ ପ୍ରଦାନ କରାଯାଇଥିବା କୌଣସି ଆବେଦନ ପତ୍ର ଉପରେ , ପ୍ରଭାବିତ କରାଯିବ  :-

  • ଯେଉଁ ସ୍ଥଳରେ ସମସ୍ତ ସମ୍ପୃକ୍ତ  ଜମିମାଲିକ ସମ୍ମତ ହୁଅନ୍ତି,  ସେପରିସ୍ଥଳେ ସହକାରୀ, ଏକତ୍ରୀକାରଣ ଅଧିକାରୀ କିମ୍ବା ଏକତ୍ରୀକାରଣ ଅଧିକାରୀଙ୍କ ଦ୍ଵାରା ; ଏବଂ
  • ଯେଉଁ ସ୍ଥଳରେ ସମ୍ପୃକ୍ତ ଜମିମାଲିକ ସମ୍ମତ ହୁଅନ୍ତି ନାହିଁ,  ସେପରିସ୍ଥଳେ ଏକତ୍ରୀକାରଣ ଅଧିକାରୀଙ୍କ ଦ୍ଵାରା   ।

ଆହୁରି ଉଲ୍ଲେଖ ଥାଉଯେ , କେବଳ ଏହି ବିଷୟ ବ୍ୟତୀତ ଯେ, ଯେଉଁ ସ୍ଥଳରେ ସମସ୍ତ ସମ୍ପୃକ୍ତ ଜମିମାଲିକ ସମ୍ମତ ହୁଅନ୍ତି , ନିର୍ଦ୍ଧିଷ୍ଟ ଜମି ଭିତ୍ତିରେ ଏକ ବିଭାଜନ , ସମ୍ପୃକ୍ତ ପକ୍ଷମାନଙ୍କୁ ଶୁଣାଣୀର ଯଥାଯଥ ସୁଯୋଗ ପ୍ରଦାନ ନକରି , କରାଯିବ ନାହିଁ  ।

  • ସେହି ଏକ ପ୍ରକାର ରୟତି  “ ହୋଲଡିଙ୍ଗ” ର ସଂଯୋଗୀକାରଣ ନିମନ୍ତେ ଅନୁରୋଧ ଗ୍ରହଣ କରିବା ନିମନ୍ତେ, ଅନୁରୋଧ ଗ୍ରହଣ କରିବା ନିମନ୍ତେ,ଦଫା ୧୦ ଏବଂ ୧୧ ଅନୁଯାୟୀ ଆପତ୍ତି ଫଇସଲା  କରିବା କ୍ଷମତା, ସହକାରୀ ଏକତ୍ରୀକାରଣ ଅଧିକାରୀ ଏବଂ ଏକତ୍ରୀକାରଣ ଅଧିକାରୀ ବହନ କରିବେ ଏବଂ ତାହା ଏପରି ସର୍ତ୍ତାନୁଯାୟୀ , ଯେପରି ଜମିମାଲିକଙ୍କ ଦ୍ଵାରା ସମ୍ମତ ହୋଇଥିବ ଏବଂ ଏପରି ସନଯୋଗୀକାରଣକୁ ପ୍ରଭାବିତ କରିବା ନିମନ୍ତେ , ଆଦେଶ ପ୍ରଦାନ କରିବେ   ।
  • ସରକାରୀ ଏକତ୍ରୀକରଣ ଅଧିକାରୀ ଏବଂ ଏକତ୍ରୀକରଣ ଅଧିକାରୀ,  ସେହି ସମୟରେ ବଳବତ୍ତର ଅନ୍ୟ କୌଣସି ଆଇନରେ ଧାରିତ ବ୍ୟବସ୍ଥା ସତ୍ତ୍ୱେ , ମାତ୍ରସେ ସମ୍ବନ୍ଧରେ ପ୍ରଣିତ ନିୟମାବଳିର ନିୟନ୍ତ୍ରଣାଧିନରେ, ଏତତ ପରେ ଧାରିତ ବ୍ୟବସ୍ଥାବଳି ସହ ସମନ୍ଵୟ ରକ୍ଷାକରି , କୌଣସି ଜମି ସମ୍ବନ୍ଧରେ ଦେୟ ଉପଯୁକ୍ତ ସମାନ ଖଜଣା ଏବଂ ସେସ ସ୍ଥିର କରିବା କ୍ଷମତା ବହନ କରିବେ    ।
  • ଯେଉଁ ସ୍ଥଳରେ ଜମି କୃଷି ନିମନ୍ତେ ବ୍ୟବହୃତ ହୁଏ, ସେପରିସ୍ଥଳେ ଏପରି ବନ୍ଦୋବସ୍ତ , ନିମ୍ନ ବିଷୟକୁ ବିବେଚନାକରି କରାଯିବ   :-
  • ସେହି ବର୍ଷ ବ୍ୟତୀତ , ପୂର୍ବ ଦଶବର୍ଷ ମଧ୍ୟରେ, ଶସ୍ୟର ହାରାହାରି ଦର କିମ୍ବା ମୂଲ୍ୟ, ଯାହାକି ସରକାର , ବିଜ୍ଞପ୍ତି କରିବେ କିମ୍ବା ସ୍ଥାନୀୟ ଅଞ୍ଚଳ ସମ୍ବନ୍ଧରେ କୌଣସି ଦୁର୍ଭିକ୍ଷ ବର୍ଷ କିମ୍ବା ଅସାଧାରଣ ବର୍ଷ ହୋଇଥାଏ   ।
  • ଏପରି ଜମିରେ ସାଧାରଣ ଭାବେ ଉତ୍ପାଦିତ ଶସ୍ୟ କିମ୍ବା ଶସ୍ୟ ସମୂହ
  • ଜମିର ଅବସ୍ଥିତି ଏବଂ ମୃତ୍ତିକାର ପ୍ରକୃତି ; ଏବଂ
  • ରାଜ୍ୟରେ ଅନ୍ୟତ୍ର ସେହି ଏକ ପ୍ରକାର ଗୁଣ ଏବଂ ଉତ୍ପାଦିକା ଜମି ଉପରେ ଆକଳିତ ସର୍ବୋଚ୍ଚ ଖଜଣା  ;

ଉଲ୍ଲେଖ ଥାଉ ଯେ, ଜମିର ଅବସ୍ଥିତି ଏବଂ ମୃତ୍ତିକାର ପ୍ରକୃତି ବିଚାର କରିବା ସମୟରେ, ଉକ୍ତ ଅଧିକାରୀ, ନିମ୍ନଲିଖିତ ବିଷୟକୁ ବିବେଚନାକୁ ନେବେ  :-

  • ଜଳସେଚନ ସୁବିଧାର ଉପଲବ୍ଧତା
  • ମୃତ୍ତିକାର ଲବଣତା  :
  • ପଟୁର ଜମା ଏବଂ ବନ୍ୟା ପ୍ରତି ଆଂଶକା  ;
  • ଜମିର ସାଧାରଣ ଉର୍ବରତା ;ଏବଂ
  • ଏପରି ଅନ୍ୟାନ୍ୟ ବିଷୟ, ଯେପରି ଧାର୍ଯ୍ୟ କରାଯାଇପାରେ    ।

ସ୍ପଷ୍ଟୀକରଣ

ଏହି ଉପ-ଦଫା ଉଦ୍ଦେଶ୍ୟରେ  :-

  • “କୃଷି“ ଶସ୍ୟ, ଘାସ  କିମ୍ବା ଉଦ୍ୟାନ ଉତ୍ପାଦନ, ଫଳଚାଷ କିମ୍ବା ଚାରଣ ଭୂମି ଭାବେ ଜମିର ବ୍ୟବହାର କିମ୍ବା ଜଙ୍ଗଲ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଜମିର ବ୍ୟବହାର , ଯାହାକି ବାସ ଉଦ୍ଦେଶ୍ୟ ବ୍ୟତୀତ, କୃଷି ପ୍ରତି ଆନୁଷଙ୍ଗିକ ଅଟେ  ।
  • କୌଣସି କୃଷକର କୃଷିପୋଯୋଗୀ ବଂଜର ଜମିରୁ , କୃଷି ନିମନ୍ତେ ବ୍ୟବହୃତ ଜମିଭାବେ ଧରାଯିବ; ଏବଂ
  • ପୂର୍ବବର୍ତ୍ତୀ ଧାରାରେ ଉଲ୍ଲେଖିତ କୌଣସି ଜମିରେ ଉତ୍ପାଦିତ ହେବାକୁ ଥିବା ଶସ୍ୟ , କିମ୍ବା କୃଷି ଆନୁସଙ୍ଗିକ ଉଦ୍ଦେଶ୍ୟ ନିମନ୍ତେ ବ୍ୟବହୃତ କୌଣସି ଜମିକୁ, ଏପରି ଜମିରେ ସାଧାରଣଭାବେ ଉତ୍ପାଦିତ ଶସ୍ୟ ବୋଲି ଧରାଯିବ   ।
  • ଯେଉଁ ସ୍ଥଳରେ କୃଷି ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହୃତ କୌଣସି ଜମି  ସମ୍ବନ୍ଧରେ ଉପଯୁକ୍ତ ଖଜଣା ଏବଂ ସେସ ସ୍ଥିର କରାଯାଏ ଏବଂ ଏଠି ସହିତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ସମସ୍ତ ଗୃହପୋଯୋଗୀ ଜମିରେ ମଧ୍ୟ ସେପରି କରାଯାଇଥାଏ,  ସେପରିସ୍ଥଳେ ନିମ୍ନ ବିଷୟକୁ ବିଚାରକରି ଉକ୍ତ ବିଷୟ ସ୍ଥିର କରାଯିବ  ;
  • ଜମିର ଅବସ୍ଥିତି
  • ଏହା କେଉଁ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ
  • ଗମନାଗମନ ଏବଂ ବିକ୍ରୟ ସୁବିଧା , ଏବଂ
  • ଜମିର ବଜାର ଦର

ଏପରି ଭାବେ ଧାର୍ଯ୍ୟ ଖଜଣା ହାର ଏବଂ ସେସ ଉକ୍ତ ଜମି ନିମନ୍ତେ ଦେୟ ଖଜଣା ଏବଂ ସେସ ବୋଲି ଧରାଯିବ  ;

ଉଲ୍ଲେଖ ଥାଉଯେ , ସରକାର , ସେମାନେ ଧାର୍ଯ୍ୟ କରିଥିବା ଏପରି ସର୍ତ୍ତାବଳୀର ନିୟନ୍ତ୍ରଣାଧିନରେ , କୌଣସି ଜମି ସମ୍ବନ୍ଧରେ ଧାର୍ଯ୍ୟ ଉଚିତ ଖଜଣାର ହ୍ରାସକରଣ ନିମନ୍ତେ ନିର୍ଦ୍ଦେଶ ଦେଇପାରନ୍ତି, ଯାହାକି କୌଣସି ସର୍ବସାଧାରଣ ପ୍ରକୃତିର କୌଣସି ଧର୍ମନୈତିକ କିମ୍ବା ବାଦାନ୍ୟ ଅନୁଷ୍ଠାନର ମାଲିକାନାରେ ଥାଇପାରେ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ,  ସଂସ୍କୃତି, ଚାରୁକଳା,  ଖେଳକୁଦ କିମ୍ବା ସାମାଜିକ ମଙ୍ଗଲର ଉନ୍ନତି ନିମନ୍ତେ ବ୍ୟବହୃତ ହୁଏ ଏବଂ ଏପରି ଜମି ସମ୍ବନ୍ଧରେ ଦେୟ ସେସ ହ୍ରାସ କରାଯିବ କିମ୍ବା ସେହି ଅନୁସାରେ ହ୍ରାସ କରାଯିବ  ।

ଆହୁରି ଉଲ୍ଲେଖ ଥାଉଯେ , କୌଣସି ଜମି ସମ୍ବନ୍ଧରେ ଏପରି କୌଣସି ଖଜଣା କିମ୍ବା ସେସ ସ୍ଥିର କରାଯିବ ନାହିଁ, ଯାହାର ଖଜଣା , ଦଫା ୩ର ଉପ-ଦଫା(୧) ଅନୁଯାୟୀ ନିର୍ଗମ ବିଜ୍ଞପ୍ତିର ପ୍ରକାଶନ ତାରିଖର ଦଶବର୍ଷ ମଧ୍ୟରେ ସ୍ଥିର କରାଯାଇଛି    ।

  • ସେତେବେଳେ ବଳବତ୍ତର ଥିବା ଅନ୍ୟ, କୌଣସି ଆଇନରେ ଧାରୀତ କୌଣସି ବିଷୟ ସତ୍ତ୍ୱେ ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣର ନିର୍ଦ୍ଦେଶକଙ୍କର କୌଣସି ସ୍ଥିତ ଗ୍ରାମର ସୀମାକୁ ପରିବର୍ତ୍ତନ କରିବା ଏବଂ ନୂତନ ଗ୍ରାମ ଗଠନ କରିବା କ୍ଷମତା ରହିବ   ।

ଉଲ୍ଲେଖଥାଉ ଯେ , ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣର ନିର୍ଦ୍ଦେଶକ, ଯଦି ସେ ଏହି ଉପ-ଦଫା ଉଦ୍ଦେଶ୍ୟରେ ଆବଶ୍ୟକ ମନେ କରନ୍ତି , ତା ହେଲେ ସେ ଏକତ୍ରୀକରଣ ଅଞ୍ଚଳ ବାହାରେ ସ୍ଥିତ କୌଣସି ଗ୍ରାମର ସୀମାରେ ପରିବର୍ତ୍ତନ ଘଟାଇ ପାରନ୍ତି   ।

ନୀତି କିମ୍ବା ନୀତିର ବିବରଣୀର ପ୍ରସ୍ତୁତିକରଣ :-

  • ଦଫା  ୬ର ଉପ-ଦଫା (୧) ଅନୁଯାୟୀ ବିଜ୍ଞପ୍ତିର ପ୍ରକାଶନ ପରେ, ସହକାରୀ , ଏକତ୍ରୀକରଣ ଅଧିକାରୀ, ଏକତ୍ରୀକରଣ ସମିତି ସହ ପରାମର୍ଶକରି , ଏକତ୍ରୀକରଣ କାର୍ଯ୍ୟ ଅଧିନରେ ଥିବା ପ୍ରତ୍ୟେକ ଏକକ ସମ୍ବନ୍ଧରେ ଏକ ବିବରଣୀ ପ୍ରସ୍ତୁତ କରିବେ  (ଏତତ ପରେ ନୀତିର ବିବରଣୀ ଭାବେ କୁହାଯାଏ) ଯେଉଁତିରେ ଉକ୍ତ ଏକକ ରେ ଏକତ୍ରୀକରଣ କାର୍ଯ୍ୟ ପରିଚାଳନା କରିବା ନିମନ୍ତେ କେଉଁ ନୀତିଗୁଡିକ ଅନୁସରଣ କରାଯିବ, ତାହା ଉଲ୍ଲେଖ କରିବେ   ।
  • ନୀତିର ଏପରି ବିବରଣୀ , ନିମ୍ନଲିଖିତ ବିସ୍ତୁତ ବିବରଣୀ ଧାରଣ କରିବେ ଯଥା:-
  • ଏପରି ସର୍ବସାଧାରଣ ଉଦ୍ଦେଶ୍ୟ ଏବଂ ଏପରି ପରିମାଣରେ ନିର୍ଦ୍ଧିଷ୍ଟ ଅଞ୍ଚଳ , ଯେତେଦୂର ପର୍ଯ୍ୟନ୍ତ ତାହା ସ୍ଥିର କରାଯାଇପାରିବ ଏବଂ ତାହା ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ଚିହ୍ନିତ କରାଯିବ , ଏବଂ
  • ସେହି ଭିତ୍ତି ଉପରେ ଏବଂ କେଉଁ ପରିମାଣରେ, ଜମି ମାଲିକମାନେ ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଜମି ଅନୁଦାନ କରିପାରିବେ   ।
  • ଏପରି ସଂଶୋଧନ ସହିତ,  ନୀତିର ଏପରି ବିବରଣୀ, ଏକତ୍ରୀକରଣ ଅଧିକାରୀଙ୍କ ଦ୍ଵାରା ଅନୁମୋଦିତ ହେବ   ।
  • ଓଡିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ,  ୧୯୮୨ (ଓଡିଶା ଆଇନ  ୩୩/୧୯୮୨ ) ରେ ଧାରିତ କୌଣସି ବିଷୟ ,ସେହି ସମସ୍ତ ଜମି ପ୍ରତି ପ୍ରୟୋଗନୀୟ ହେବ ନାହିଁ,  ଯାହାକି ଉପରୋକ୍ତ ଅନୁଯାୟୀ , ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଚିହ୍ନିତ କରାଯାଇଛି   ।

ଟିପ୍ପଣୀ

ବ୍ୟବସ୍ଥାବଳୀ, ବାଧ୍ୟତାମୂଳକ, କି ନୁହେଁ,  ଏଆଇଆର୧୯୫୭ ସୁପ୍ରିମକୋର୍ଟ-୯୧୨ ଏଆଇଆର,  ୧୯୭୮ ଏନଓସି- ୬୮ (ଆଲ୍ଲାହବାଦ) ଦ୍ରଷ୍ଟବ୍ୟ   । ଭାରତୀୟ ସଂବିଧାନର ଅନୁଚ୍ଛେଦ  ୧୪ ଦ୍ଵାରା ଏହି ନିୟମାବଳୀ ପ୍ରଭାବିତ ନୁହେଁ-  (ଏଆଇଆର- ୧୯୫୯ ସୁପ୍ରିମକୋର୍ଟ- ୫୬୦) ।

ନଥିର ପ୍ରକାଶନ ଏବଂ ତାର ସାରାଂଶ ଏବଂ ସୂଚନାର ନିର୍ଗମ

  • ନକ୍ସାର  ନକଲ ଜମି ରେଜିଷ୍ଟର  ଏବଂ ଅନ୍ୟାନ୍ୟ ନଥି , ଯାହାକି ଦଫା 6 ଅନୁଯାୟୀ ପ୍ରସ୍ତୁତ କରାଯାଇଥାଏ ,  ତାହା ଦଫା  8 ଅନୁଯାୟୀ ପ୍ରସ୍ତୁତ ନୀତିର ବିବରଣୀ ସହିତ,  ଧାର୍ଯ୍ୟ ପଦ୍ଧତିରେ , ଏକକରେ ପ୍ରକାଶନ କରାଯିବ, ଯାହାର ନକଲ ମଧ୍ୟସ୍ଥାନୀୟ ତହସିଲଦାରଙ୍କୁ ପ୍ରେରଣ କରାଯିବ   ।
  • ଜମି ସମ୍ବନ୍ଧରେ , ଜମି ମାଲିକଙ୍କର ଅଧିକାର ଏବଂ ଦାୟିତ୍ଵ, ବ୍ୟକ୍ତିଗତ ଜମି ମାଲିକଙ୍କର ଯୁଗ୍ମ” ହୋଲଡିଙ୍ଗ” ରେ ନିର୍ଦ୍ଧିଷ୍ଟ ଅଂଶକୁ ଦର୍ଶାଇ ଜମି ରେଜିଷ୍ଟରରୁ ଉପାଦେୟ ଅଂଶ ଧାରଣ କରିବା ସୂଚନା; ଉପଯୁକ୍ତ ଏକତ୍ରୀକରଣ , ଜମିର ମୂଲ୍ୟାୟନ, ଏବଂ ଗୃହର ମୂଲ୍ୟାୟନ , ନିର୍ମାଣ, ବୃକ୍ଷରୋପଣ , କୂପଖନନ ଏବଂ ଅନ୍ୟାନ୍ୟ ଉନ୍ନତିକରଣକୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ଅଟେ, ଯାହା ଫଳରେ ତାର କ୍ଷତିପୂରଣ ଗଣନା କରାଯାଇପାରିବ  ଏବଂ ଜମି ମାଲିକଙ୍କ ମଧ୍ୟରେ ତାର ଆବଣ୍ଟନ କରାଯାଇପାରିବ    ।  ଯଦି ଜଣକରୁ ଅଧିକ ଜମିମାଲିକ ଥାଆନ୍ତି , ସେପରିସ୍ଥଳେ ଏପରି ସୂଚନା, ଜମି ରେଜିଷ୍ଟରରେ ଉଲ୍ଲେଖିତ ଜମିମାଲିକଙ୍କ ନିକଟକୁ ପ୍ରେରଣ କରାଯିବ ।
  • ଉପ-ଦଫା (2) ଅନୁଯାୟୀ , କୌଣସି ବ୍ୟକ୍ତି, ଯାହାକୁ ଏପରି ସୂଚନା ପ୍ରେରଣ କରାଯାଇଛି କିମ୍ବା ଇତ୍ସୁକ ଅନ୍ୟ କୌଣସି ବ୍ୟକ୍ତି  ଏପରି ସୂଚନା ଗ୍ରହଣ କରିବା ତାରିଖର ତିରିଶଦିନ ମଧ୍ୟରେ କିମ୍ବା ଉପ-ଦଫା (1) ଅନୁଯାୟୀ ଏପରି ସୂଚନାର ପ୍ରକାଶନ ପରେ, ଯେଉଁ ସ୍ଥଳଯେପରି ପ୍ରୟୋଗନୀୟ , ସେଥିରୁ ଦାଖଲ କଜାଇଇବା ସାରାଂଶ ଏବଂ ନଥିରେ ଅନ୍ତର୍ଭୁକ୍ତିକାରଣ ଗୁଡିକର ସଠିକତା ଉପରେ,  ସହକାରୀ ଏକତ୍ରୀକାରଣ  ଅଧିକାରୀଙ୍କ ସମ୍ମୁଖରେ ଆପତ୍ତି ଦାଖଲ କରିବେ, କିମ୍ବା ନୀତିର ବିବରଣୀ କିମ୍ବା ବିଭାଜନ ସମ୍ବନ୍ଧରେ , ଏପରି ଆପତ୍ତି ଦାଖଲ କରିବେ   ।

ସହକାରୀ ଏକତ୍ରୀକରଣ ଅଧିକାରୀଙ୍କ ଦ୍ଵାରା ଆପତ୍ତିର ଫଇସଲା  :- ଅଧିକାର, ସତ୍ଵ ଏବଂ ସ୍ଵାର୍ଥ ସମ୍ବନ୍ଧୀୟ ଏପରି ଆପତ୍ତି ଯେପରିକି ତାହା ବଳବତ୍ତର ଥିବା ଆଇନ  ସହ ସମନ୍ଵୟ ରକ୍ଷାକରି , ସମ୍ପୃକ୍ତ ପକ୍ଷମାନଙ୍କ ମଧ୍ୟରେ ଆପୋଷ ମିଳାମିଶା ଦ୍ଵାରା ଫଇସଲା କରାଯିବ ଏବଂ ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ଦ୍ଵାରା ଫଇସଲା କରାଯିବ  :

ଉଲ୍ଲେଖ ଥାଉ ଯେ ,ସେ ସମ୍ବନ୍ଧରେ ସଠିକ ସୂଚନା ଜାରି ପରେ , ଧାର୍ଯ୍ୟ ତାରିଖରେ ଯଦି କୌଣସି ପକ୍ଷ, ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ସମ୍ମୁଖରେ  ଉପସ୍ଥିତ ନହୁଏ , ତା ହେଲେ ସେ ତାଙ୍କୁ ଏକ ତରଫା କରିବେ ଏବଂ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିବା ପକ୍ଷମାନଙ୍କ ମଧ୍ୟରେ ଆପୋଷ ସମାଧାନ ନିମନ୍ତେ ଅଗ୍ରସର ହେବେ ଏବଂ ଏପରି ଆପୋଷ ମୀମାଂସା ଉପରେ ପ୍ରଦାନ କରାଯାଇଥିବା ଆଦେଶ , କୌଣସି ଅପିଲ କିମ୍ବା ରିଭିଜନର ନିୟନ୍ତ୍ରଣାଧିନରେ , ଯଦି କିଛି ଥାଏ, ପକ୍ଷମାନଙ୍କ ଉପରେ ବାଧ୍ୟତାମୂଳକ ହେବ, ଯେଉଁମାନଙ୍କୁ ଏପରି ଏକତରଫା କରାଯାଇଛି   ।

  • ସମସ୍ତ ଆପତ୍ତି, ଯାହାକି ଉପ-ଦଫା (1) ଅନୁଯାୟୀ , ଆପୋଷ ମୀମାଂସା ଦ୍ଵାରା ଫଇସଲା କରାଯାଇପରେ ନାହିଁ, ଏବଂ ଅନ୍ୟାନ୍ୟ ଆପତ୍ତି ସହିତ , ସେହିଗୁଡିକ ଯାହାକି ମୂଲ୍ୟାୟନ କିମ୍ବା ନୀତି କିମ୍ବା ଖଜଣା କିମ୍ବା ସେସ ଯାହାକି ଏହି ଆଇନ ଅନୁଯାୟୀ ସ୍ଥିର କରାଯାଇଥାଏ, ସେଗୁଡିକୁ ସହକାରୀ ଏକତ୍ରୀକାରଣ ଅଧିକାରୀ , ଏକତ୍ରୀକାରଣ ଅଧିକାରୀଙ୍କ ଦ୍ଵାରା ଫଇସଲା ନିମନ୍ତେ ପ୍ରେରଣ କରାଯିବ   ।

ଟିପ୍ପଣୀ

ପରିସର  : ଏହି ଦଫାର ବ୍ୟବସ୍ଥାବଳି, ସମ୍ପୃକ୍ତ , ପକ୍ଷମାନଙ୍କ ମୀମାଂସା ଦ୍ଵାରା, ଆପତ୍ତିର ଫଇସଲା କରିବା ନିମନ୍ତେ ଏବଂ କୌଣସି ବିବାଦ କ୍ଷେତ୍ରରେ , ତାହା ଫଇସଲା କରିବା ନିମନ୍ତେ  , ଏକ୍ତାରିକାରଣ ଅଧିକାରୀଙ୍କୁ ପ୍ରେରଣ କରିବା ନିମନ୍ତେ ,  ସହକାରୀ , ଏକତ୍ରୀକାରଣ ଅଧିକାରୀଙ୍କୁ କ୍ଷମତାୟୀତ କରିଥାଏ   ।

ଖତିୟାନ ସଂଶୋଧନ କରିବା ନିମନ୍ତେ ଅଧିକାରୀଙ୍କ କର୍ତ୍ତୃତ୍ଵ ସ୍ପଷ୍ଟ କରାଯାଇଛି  (1987) ସିଏଲ ଟି  -523 ; ଏଆଇଆର 1972 ପାଟଣା -432  ) ।

ଚଞ୍ଚକତା ଦ୍ଵାରା ଗ୍ରହଣ କରାଯାଉଥିବା କୌଣସି ଏକତ୍ରୀକାରଣ ଆଦେଶକୁ କୌଣସି ମୋକଦମାରେ , ଆହ୍ଵାନ କରାଯାଇପରେ- ଏଆଇଆର 1978  ଏନଓସି- 66 (ଆଲ୍ଲାହବାଦ)  ।

ଗ୍ରାମୀଣ ଆଞ୍ଚଲରେ ସ୍ଥିତ ସହକାରୀ ଏକତ୍ରୀକାରଣ ଅଧିକାରୀ ଏବଂ ଏକତ୍ରୀକାରଣ ଅଧିକାରୀଙ୍କ ସମ୍ମୁଖରେ ଦାଖଲ କରାଯାଇଥିବା ଅର୍ଜି ଏବଂ ଆପତ୍ତିକୁ ତନ୍ନତନ୍ନ ଭାବେ ପରୀକ୍ଷା କରିବା ଉଚିତ ନୁହେଁ   - (ଏଆଇଆର  ୧୯୭୭ ସୁପ୍ରିମ କୋର୍ଟ-  ୧୧୫୮; ଏଆଇଆର  ୧୯୫୬ ସୁପ୍ରିମକୋର୍ଟ – ୫୯୩; ଏଆଇଆର  ୧୯୫୨ ସୁପ୍ରିମକୋର୍ଟ -୪୭ , ଏଆଇଆର ୧୯୪୬ ଆଲ୍ଲାହବାଦ- ୨୦୦ ।

ପୁନଃ  ଉଦ୍ଧାର , ବିଷୟରେ , ପ୍ରାକୃତିକ ନ୍ୟାୟନୀତିକୁ ଅନୁସରଣ କରାଯିବ -୯୧୯୮୨ ଆଲ୍ଲାହାବାଦ  “ ଲ” ଜର୍ଣ୍ଣାଲ- ୧୪୦୦- ଗ୍ରାମସଭାର ସ୍ଵାର୍ଥର ସୁରକ୍ଷା ନିମନ୍ତେ ଏକତ୍ରୀକାରଣ ଅଧିକାରୀ ଆଇନ ସମ୍ମତଭାବେ କାର୍ଯ୍ୟ କରିବେ- ୧୯୮୨ ଆଲ୍ଲାହାବାଦ  “ ଲ” ଜର୍ଣ୍ଣାଲ- ୧୪୪୪) – ବିକ୍ରି କବଲାର ଅବୈଧତା ସଂବନ୍ଧରେ , ଅଧିକାରୀମାନେ ସିଦ୍ଧାନ୍ତ ଗ୍ରହଣ କରିପାରିବେ ନାହିଁ- ଏଆଇଆର  ୧୯୭୩ ସୁପ୍ରିମକୋର୍ଟ- ୨୪୫୧ ; ଏଆଇଆର  ୧୯୭୧ ସୁପ୍ରିମକୋର୍ଟ- ୭୨୪   ।

କୌଣସି ଆଇନ ଅନୁଯାୟୀ ବ୍ୟବସ୍ଥାୟିତ ପଦ୍ଧତି ଅନୁଯାୟୀ ନିଶ୍ଚିତଭାବେ କାର୍ଯ୍ୟ କରାଯିବ ଏବଂ ଅନ୍ୟାନ୍ୟ ନୁହେଁ- (ଏଆଇଆର  ୧୯୭୬ ସୁପ୍ରିମକୋର୍ଟ – ୭୮୯ , ଏଆଇଆର ୧୯୭୫ ସୁପ୍ରିମକୋର୍ଟ- ୯୨୫, ଏଆଇଆର  ୧୯୬୨ ସୁପ୍ରିମକୋର୍ଟ – ୧୧୩ ) ।

  • ଏକତ୍ରୀକରଣ ଅଧିକାରୀଙ୍କ ଦ୍ଵାରା ଆପତ୍ତିର ଫଇସଲା :- ସମ୍ପୃକ୍ତ ପକ୍ଷମାନଙ୍କୁ ସୁନାନିର ଯଥାଯଥ ସୁଯୋଗ ପ୍ରଦାନ କରି ଏବଂ ଏପରି ସ୍ଥାନୀୟ ପରିଦର୍ଶନ ଯେପରି ଆବଶ୍ୟକ ଅଟେ , ତାହା କରିବା ପରେ, ଉପ-ଦଫା  (୧୦) ଅନୁଯାୟୀ, ତାଙ୍କୁ ପ୍ରେରିତ ଆପତ୍ତିଗୁଡିକୁ , ଏକତ୍ରୀକରଣ ଅଧିକାରୀ ଫଇସଲା କରିବେ   ।
  • ଉଲ୍ଲେଖଥାଉ ଯେ ମୁଲ୍ୟାୟନ  ଏବଂ ନୀତିର ବିବରଣୀ ସମ୍ବନ୍ଧୀୟ ଆପତ୍ତିଗୁଡିକୁ ଫଇସଲା କରିବାରେ , ସେ ଏକତ୍ରୀକରଣ ସମିତି ସହିତ ପରାମର୍ଶ କରିବେ   ।
  • ଆପତ୍ତିଗୁଡିକ ଫଇସଲା କରିବା ନିମନ୍ତେ, ଏକତ୍ରୀକରଣ ଅଧିକାରୀ, ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪(ଓଡିଶା ଆଇନ ୧/୧୯୬୫) ଅନୁଯାୟୀ ଗଠିତ ଗ୍ରାମ ପଞ୍ଚାୟତର ମୁଖ୍ୟ କାର୍ଯ୍ୟ।ଳୟରେ ବୈଠକ ଅନୁଷ୍ଠିତ କରିବେ , ଯାହାଙ୍କ କର୍ତ୍ତୃତ୍ଵାଧିନ ଅଞ୍ଚଳ ମଧ୍ୟରେ ଏପରି ଜମି ସ୍ଥିତ ଅଟେ   ।

ଟିପ୍ପଣୀ

ପରିସର : ମୂଲ୍ୟାୟନ ଏବଂ ନୀତିର ବିବରଣୀ ସଂବନ୍ଧରେ ଏକତ୍ରୀକରଣ ଅଧିକାରୀଙ୍କ ସହିତ ସହ ପରାମର୍ଶକରି , ସମ୍ପୃକ୍ତ ପକ୍ଷମାନଙ୍କୁ ସୁନାନିର ସୁଯୋଗ ପ୍ରଦାନ କରିବା ପରେ, ଦଫା  ୧୦(୨) ଅନୁଯାୟୀ ତାଙ୍କୁ ପ୍ରେରିତ ଆପତ୍ତିଗୁଡିକୁ ଫଇସଲା କରିବା ନିମନ୍ତେ , ଏହି ଦଫା , ଏକତ୍ରୀକରଣ ଅଧିଆକରିଙ୍କୁ କ୍ଷମତାୟୀତ କରିଥାଏ   ।

ଶୁଣାଣୀର ସ୍ଥାନ,  ଉକ୍ତ ସ୍ଥାନର ଗ୍ରାମପଞ୍ଚାୟତ  ମୁଖ୍ୟ କାର୍ଯ୍ୟ।ଳୟରେ ହେବ   ।

ଶୁଣାଣୀ ନିମନ୍ତେ , ଯଥାଯଥ ସୁଯୋଗର ଅର୍ଥ , ସ୍ପଷ୍ଟ କରାଯାଇଛି – (୧୯୭୩(୧) ସିଡବ୍ଲ୍ୟୁଆର- ୭୨୯; ଏଆଇଆର ୧୯୭୭ ଆଲ୍ଲାହାବାଦ  -୪୧୭) ।

ଶବ୍ଦାବଳୀ “ ଯେପରି ସେ ଉଚିତ ମନେ କରନ୍ତି” ର ଅର୍ଥ, ସୂଚିତ କରାଯାଇଛି (ଏଆଇଆର ୧୯୬୫ ସୁପ୍ରିମକୋର୍ଟ – ୪୯୮) ।

କେବଳମାତ୍ର ସ୍ଥାନ ତଦନ୍ତ ଦ୍ଵାରା ଦଫା ୧୫ ଅନୁଯାୟୀ ଆବେଦନ ପତ୍ରର ଫଇସଲା କରାଯିବ ନାହିଁ- ୯୧୯୭୩ ସିଏଲଟି- ୪) ବିପରୀତ ପକ୍ଷମାନଙ୍କର ଦାବି ପ୍ରମାଣ କରିବା ନିମନ୍ତେ , ଅମିନଙ୍କ ବିବରଣୀ କୌଣସି ଭିତ୍ତି ନୁହେଁ- (୫୨(୧୯୮୨ ) ସିଏଲଟି- ଏନଏନ  -୨୨)- ପ୍ରତିକୂଳ ଦାଖଲ ଭାବେ, ପକ୍ଷ ସତ୍ଵ ଦାବି କରେ ନାହିଁ- ଏକତ୍ରୀକରଣ  ୧୯୮୨ ଓଡିଶା ୨୪|; ୫୩(୧୮୨୨) (ସିଏଲଟି- ୪୪୧)- ଦୀର୍ଘ ସମୟର ଦାଖଲ , ପ୍ରତିକୂଳ ଦଖଲର କୌଣସି ଭିତ୍ତି ନୁହେଁ – (୧୯୭୨ ଓଡିଶା ୨୪୧) ।

  • ଅପିଲ:- ଦଫା  ୧୦ କିମ୍ବା  ୧୧ ଅନୁଯାୟୀ , ସହକାରୀ ଏକତ୍ରୀକରଣ ଅଧିକାରୀ କିମ୍ବା ଏକତ୍ରୀକରଣ ଅଧିକାରୀଙ୍କ କୌଣସି ଆଦେଶରେ ବ୍ୟଥିତ କୌଣସି ବ୍ୟକ୍ତି , ଏପରି ଆଦେଶ ତାରିଖରୁ ତିରିଶଦିନ ମଧ୍ୟରେ, ଏକତ୍ରୀକରଣ ନିର୍ଦ୍ଦେଶକଙ୍କ ସମ୍ମୁଖରେ, ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ଏକ ଅପିଲ ଦଖଲ କରିବେ , ଯାହାଙ୍କର ସିଦ୍ଧାନ୍ତ ଏହି ଆଇନ ଅନୁଯାୟୀ ଅନ୍ୟାନ୍ୟ ବ୍ୟବସ୍ଥାୟୀତ ବ୍ୟତୀତ , ଚୁଡାନ୍ତ ହେବ   ।

ନକ୍ସା ଏବଂ ଜମି ରେଜିଷ୍ଟରର ସଂଶୋଧନ  :-

ଦଫା ୬ ଅନୁଯାୟୀ ପ୍ରସ୍ତୁତ ନକ୍ସା,  ଜମି ରେଜିଷ୍ଟର ଏବଂ ଅନ୍ୟ ନଥି, ଯଦି କିଛି ଥାଏ , ତାହା ଦଫା  ୧୦,୧୧, ଏବଂ ୧୨ ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ଭିତ୍ତି ଉପରେ , ଯଦି ଆବଶ୍ୟକ ହୁଏ ସଂଶୋଧନ କରାଯିବ ଏବଂ ସମ୍ପୃକ୍ତ ସମସ୍ତ ଗୋଚରାର୍ଥେ , ଉକ୍ତ ସ୍ଥାନରେ ପନ୍ଦରଦିନ ସମୟ ନିମନ୍ତେ ପ୍ରକାଶନ କରାଯିବ   ।

  • ବାଦ ଦିଆଯାଇଛି
  • ଏହି ଆଇନର ଉପାଦେୟ ବ୍ୟବସ୍ଥାବଳୀ  ଅନୁଯାଯାଇ , ଦକ୍ଷ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆଦେଶ ଭିତ୍ତି ଉପରେ ସମୟାନୁକ୍ରମେ , ନକ୍ସା , ଜମି ରେଜିଷ୍ଟର ଏବଂ ଅନ୍ୟାନ୍ୟ ନଥି ଯଦି କିଛି ଥାଏ , ସେଗୁଡିକୁ ରକ୍ଷଣାବେକ୍ଷଣା କାଜିବ  ।
  • ଯେଉଁ ସ୍ଥଳରେ କୌଣସି ଗ୍ରାମ ସମ୍ବନ୍ଧରେ , ଦଫା  ୫ର ଉପ-ଦଫା (୧) ଅନୁଯାୟୀ କୋଣସି ଆଦେଶ , ଉପ-ଦଫା  (୧) ଅନୁଯାୟୀ , ନକ୍ସା ଏବଂ ଜମି ରେଜିଷ୍ଟରରେ ପ୍ରକାଶନ ପରେ , ଯେକୌଣସି ସମୟରେ ପ୍ରକାଶନ କରାଜେ , ସେପରି ସ୍ଥଳେ,  ଏପରି ଜମି ରେଜିଷ୍ଟର ଭିତ୍ତିରେ ପ୍ରସ୍ତୁତ କରାଯାଇଥିବା ନକ୍ସା ଏବଂ ଅଧିକାର ନଥି, ଉଦ୍ଦେଶ୍ୟ ନିମନ୍ତେ , ଓଡିଶା ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ ଆଇନ,  ୧୯୫୮ (ଓଡିଶା ଆଇନ  ୩/୧୯୫୯) ଅନୁଯାୟୀ ପ୍ରସ୍ତୁତ କରାଯାଇଛି ବୋଲି ଧରାଯିବ  ; ଯଦି ସେଗୁଡିକ ସେହିପରିଭାବେ ପ୍ରକାଶନ କରାଯାଏ , ସେପରି ଦଫା ୨୨ ର ଉପ-ଦଫା (୨) ଦ୍ଵାରା  ଆବଶ୍ୟକ ଏବଂ ଏପରି ପ୍ରକାଶନ ସମୟରେ ,ଜମି ମାଲିକମାନଙ୍କ ଅଧିକାର ନଥିର ସାରାଂଶ ଯୋଗାଇ ଦିଆଯିବ   ।

ଆପତ୍ତି ଉପରେ ପ୍ରତିବନ୍ଧନ :- ଦଫା  ୧୫ରେ ଧାରୀତ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , ନିମ୍ନଲିଖିତ ସମ୍ବନ୍ଧରେ କୌଣସି ପ୍ରଶ୍ନ ଉଦ୍ରେକ କରାଯିବ ନାହିଁ   ।

  • ଜମିରେ ଅଧିକାର , ସତ୍ଵ ଏବଂ ସ୍ଵାର୍ଥ
  • ଯୁଗ୍ମ,  “ ହୋଲଡିଙ୍ଗ” ର ବିଭାଜନ , କିମ୍ବା
  • ଜମି , ଗୃହ ନିର୍ମାଣ, ବୃକ୍ଷ , କୂପ ଏବଂ ଅନ୍ୟାନ୍ୟ ଉନ୍ନତିକରଣର ମୂଲ୍ୟାୟନ   ।

ଯେଉଁ ସ୍ଥଳରେ କୌଣସି ପ୍ରଶ୍ନ ୬ ଅନୁଯାୟୀ ପ୍ରସ୍ତୁତ ଜମି ରେଜିଷ୍ଟରରେ ନଥିଭୁକ୍ତ ଜମିମାଲିକଙ୍କ ଦ୍ଵାରା ଉଦ୍ରେକ କରାଯାଏ  , ଯେଉଁ ପ୍ରଶ୍ନ ଦଫା  ୯ ଅନୁଯାୟୀ ଉଦ୍ରେକ କରାଯିବା ଉଚିତ , ମାତ୍ର ଉତଥାନ କରାଯାଇନାହିଁ , ତାହା ଏକତ୍ରୀକରଣ କାର୍ଯ୍ୟ।ନୁଷ୍ଠାନର ପରବର୍ତ୍ତୀ ସ୍ତରରେ ଉଦ୍ରେକ କରାଯିବ ଏବଂ ଶୁଣାଯିବ କିମ୍ବା ଶୁଣାଣୀ କରାଯିବ   ।

ଟିପ୍ପଣୀ

ନିଦାନ ମଞ୍ଜୁର କରିବାରେ, ଏକତ୍ରୀକରଣ ଅଧିକାରୀଙ୍କ ପ୍ରତି, ପ୍ରତିବନ୍ଧନକୁ ସ୍ପଷ୍ଟ କରାଯାଇଛି – ୯୫ (୨୦୦୩) ଏଏଲଟି – ୧୪୮  ।

ବିବାଦ ସମ୍ବନ୍ଧୀୟ ଆପତ୍ତି , ଯଦି ଦଫା  ୯ ଆନୁଯାୟୀ  ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରାନଯେ ,  ତାହେଲେ ତାହା ଏହି ଦଫା ଅନୁଯାୟୀ ଉଦ୍ରେକ କରାଯାଇପାରିବ  ନାହିଁ – ୧୯୯୨ (୧)ଓ ଏଲଆର- ୩୨୩ ) ।

ଦଫା ୬ ଏବଂ ୯ ଅନୁଯାୟୀ ବ୍ୟବସ୍ଥାୟୀତ କାର୍ଯ୍ୟ।ନୁଷ୍ଠାନ/ପଦ୍ଧତି ପରେ , କୌଣସି ପ୍ରଶ୍ନ ଉତଥାନ କରିବା ନିମନ୍ତେ ଏହି ଦଫା ଏକ ପ୍ରତିବନ୍ଧନ ଉଲ୍ଲେଖ କରେ   । ମାତ୍ର , ଏହି ବ୍ୟବସ୍ଥାବଳୀ , ଦଫା  ୧୫ର ନିୟନ୍ତ୍ରଣାଧିନ ଅଟେ – ଆଇନର ଦଫା  ୯ ଅନୁଯାୟୀ ଆପତ୍ତି  ଉପରେ ସିଦ୍ଧାନ୍ତର ଚୁଡାନ୍ତକୁ ତ୍ବରାନିତ୍ଵ କରିବା ନିମନ୍ତେ ଏହି ବ୍ୟବସ୍ଥା ଅନୁଯାୟୀ ଆପତ୍ତି ଉପରେ ସିଦ୍ଧାନ୍ତର ଚୁଡାନ୍ତ ତାକୁ ତ୍ୱରାନିତ୍ଵ କରିବା ନିମନ୍ତେ ଏହି ବ୍ୟବସ୍ଥା କରାଯାଇଛି   ।

ପରିବର୍ତ୍ତନ ଏବଂ କାରବାରକୁ ପ୍ରଭାବିତ କରୁଥିବା ଅଧିକାର କିମ୍ବା ସ୍ଵାର୍ଥ ସମ୍ବନ୍ଧୀୟ ବିଷୟର ସିଦ୍ଧାନ୍ତ , ଯାହାକି ସଂଶୋଧିତ ନଥି ଭୁକ୍ତ କରାଯାଇଛି

  • ପରିବର୍ତ୍ତନ ଏବଂ ହସ୍ତାନ୍ତରଣ ସମ୍ବନ୍ଧୀୟ ସମସ୍ତ ବିଷୟ , ଯାହାକି କୌଣସି ଅଧିକାର, ସତ୍ଵ ଏବଂ ସ୍ଵାର୍ଥକୁ ପ୍ରଭାବିତ କରେ ଏବଂ ଯାହାକି ଦଫା ୧୩ ଅନୁଯାୟୀ , ଜମି ରେଜିଷ୍ଟରରେ ନଥିଭୁକ୍ତ ହୋଇଥାଏ  , ଯେଉଁଠି ନିମନ୍ତେ ଦଫା  ୯ ଅନୁଯାଯାଇ ନଥି ପ୍ରକାଶନ ପରେ କାର୍ଯ୍ୟ।ନୁଷ୍ଠାନର କାରଣ ଉଦ୍ରେକ ହୁଏ , ତାହା ସହକାରୀ ଏକତ୍ରୀକାରଣ ଅଧିକାରୀଙ୍କ ସମ୍ମୁଖରେ ଉତଥାନ କରାଯାଇପାରେ  , ଯେତେଶୀଘ୍ର ସେଗୁଡିକ ଉଦ୍ରେକ ହୁଏ , ମାତ୍ର ଦଫା  ୫ର ଉପ-ଦଫା  (୧) ଅନୁଯାୟୀ , ଆଦେଶ ପ୍ରକାଶନ ତାରିଖ ପରେ ନୁହେଁ,  କିମ୍ବା ଦଫା  ୨୧ ର ଉପ-ଦଫା  (୧) ଅନୁଯାୟୀ , ଯୋଜନାର ଦୃଢୀକାରଣ ତାରିଖରେ , ତନ୍ମଧ୍ୟରୁ ଯେଉଁଠି ସହଳ କିମ୍ବା ଶୀଘ୍ର ହୋଇଥାଏ   ।

ଉଲ୍ଲେଖ ଥାଉ ଯେ,  ଏହା ମଧ୍ୟ ସହକାରୀ ଏକତ୍ରୀକରଣ ଅଧିକାରୀଙ୍କ ନିମନ୍ତେ ଦକ୍ଷ ହେବ ଯେ, ସେ ମନକୁ ମନ ଏପରି ମୋକଦ୍ଦମା ଅନୁଷ୍ଠିତ କରି ପାରିବେ   ।

ଉପ-ଦଫା  (୧) ଅନୁଯାୟୀ ଉଦ୍ରେକ କରାଯାଇଥିବା କୌଣସି ବିଷୟର ଶୁଣାଣୀ ଏବଂ ଫଇସଲା ପ୍ରତି,  ଦଫା  ୬ ରୁ  ୧୨ ର ବ୍ୟବସ୍ଥାବଳୀ ପରସ୍ପର ପ୍ରତି ପ୍ରୟୋଗନୀୟ ହେବ   ।

କେତେକ ନିର୍ଦ୍ଧିଷ୍ଟ ପ୍ରଶ୍ନ ଉଦ୍ରେକ କରିବା ନିମନ୍ତେ , ଏହି ବ୍ୟବସ୍ଥାବଳୀ ଏକ ପ୍ରତିବନ୍ଧକ ବ୍ୟବସ୍ଥାୟୀତ କରେ  -( ଏଆଇଆର  ୧୯୭୫ ସୁପ୍ରିମକୋର୍ଟ – ୧୭୧୯, ୧୯୬୯, ପାଟନା- ୧୬) “ରେସଜୁକୋଟା “ ନୀତିର ପ୍ରୟୋଗନିୟତା – (୧୯୮୨) ୫୦ ସିଏଲଟି -୩୩୭ )-ପ୍ରତିବନ୍ଧନ- ପକ୍ଷମାନଙ୍କ ତାର ପ୍ରୟୋଗନିୟତାକୁ ସୂଚିତ କରାଯାଇଛି-  (୬୬-୧୯୮୮) ସିଏଲଟି – ୧୮୨) ।

ଆଧାର- ଦି ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate