অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଧ୍ୟାୟ- ୩ (ଏକତ୍ରୀକରଣ କିମ୍ବା ସନ୍ନିବଦ୍ଧିକରଣ ଯୋଜନାର ପ୍ରସ୍ତୁତିକରଣ )

ଏକତ୍ରୀକରଣ ଯୋଜନା ଦ୍ଵାରା ପରିପୂରଣ ହେବାକୁ ଥିବା ସର୍ତ୍ତାବଳୀ

କୌଣସି ଏକତ୍ରୀକରଣ ଯୋଜନା,  ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରିବ, ଯଥା-

  • ଦଫା ୧୩ ଅନୁଯାୟୀ ପ୍ରକାଶିତ ଜମି ରେଜିଷ୍ଟରରେ ଯେପରି ଭାବେ ନଥିଭୁକ୍ତ , କୌଣସି ଜମି ମାଲିକର ଅଧିକାର ଏବଂ ଦାୟିତ୍ଵକୁ , ସେହି ଜମିରେ ଦୃଢ କରାଯିବ , ଯାହାକି ତାଙ୍କୁ , ଏକତ୍ରୀକରଣରେ ଆବଣ୍ଟନ କରାଯାଇଛି ଏବଂ ଏହା ହ୍ରାସ କାରଣର ନିୟନ୍ତ୍ରଣାଧିନ  ହେବ  , ଯଦି କିଛି ଥାଏ , ଯାହାକି ଏହି ଆଇନ ଉଦ୍ଦେଶ୍ୟରେ ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ , ଅନୁଦାନ କରଣ ଯୋଗୁଁ କରାଯାଇଥାଏ   ।
  • କୌଣସି ଜମି ମାଲିକଙ୍କୁ ଆବଣ୍ଟିତ ଜମିର ମୂଲ୍ୟାୟନ, ହ୍ରାସକରଣର ନିୟନ୍ତ୍ରଣାଧିନରେ , ତାଙ୍କ ଦ୍ଵାରା ମୂଳରୁ ଧାରିତ ଜମିର ମୂଲ୍ୟାୟନ ସହିତ ସମାନ ହେବ  , ଯାହାକ ଏହି ଆଇନ ଅନୁଯାୟୀ , ସର୍ବସାଧାରଣ ଉଦ୍ଦେଶ୍ୟ  ନିମନ୍ତେ ଅନୁଦାନ କରଣ ଯୋଗୁଁ କରାଯାଇଥାଏ   ।

ଉଲ୍ଲେଖଥାଉ ଯେ , ଲିଖିତ ଭାବେ ଏକତ୍ରୀକରଣ ନିର୍ଦ୍ଦେଶକଙ୍କଠାରୁ ଗ୍ରହଣ କରାଯାଇଥିବା ଅନୁମତି ବ୍ୟତୀତ , କୌଣସି ମାଲିକଙ୍କୁ ଆବଣ୍ଟନ କରାଯାଇଥିବା   “ ହୋଲଡିଙ୍ଗ” ମୂଳ “ହୋଲଡିଙ୍ଗ” ଠାରୁ ତେତିଶ ଏକ ତୃଟିୟାଂଶ  ପ୍ରତିଶତଠାରୁ କୌଣସି କ୍ଷେତ୍ରରେ ଅଧିକ ହେବ ନାହିଁ   ।

  • ଜମି ମାଲିକଙ୍କୁ ପ୍ରଦାନ କରାଯିବ
  • ତାଙ୍କ ଦ୍ଵାରା ମୂଳରୁ ଧାରିତ ଜମି ଉପରେ ସ୍ଥିତ ଗୃହ, ନିର୍ମାଣ , ବୃକ୍ଷ,  କୂପ ଏବଂ ଅନ୍ୟାନ୍ୟ ଉନ୍ନୟନ ନିମନ୍ତେ କ୍ଷତିପୂରଣ ଯାହାକି ଏହି ଆଇନ କିମ୍ବା ନିୟମାବଳୀ ଅନୁଯାୟୀ ସ୍ଥିର କରାଯାଇଥାଏ ଏବଂ ଅନ୍ୟ ଜମିମାଲିକଙ୍କୁ ଆବଣ୍ଟନ କରାଯାଇଥାଏ କିମ୍ବା ସେହି ଜମି ଉପରେ ସ୍ଥିତଥାଏ , ଯାହାକି ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ତାଙ୍କ ଦ୍ଵାରା ଅନୁଦାନ କରାଯାଇଥାଏ  , ଏବଂ

ସ୍ପଷ୍ଟୀକରଣ

ଏହି ଧାରା ଉଦ୍ଦେଶ୍ୟରେ , ଉକ୍ତି “ ଜମି ମାଲିକ” ନିମ୍ନଲିଖିତଙ୍କୁ ଅନ୍ତର୍ଭୁକ୍ତ କରିବ ନାହିଁ  :-

  • ଜଣେ କୃଷକ
  • ପ୍ରତ୍ୟେକ ଜମି ମାଲିକଙ୍କୁ , ଯେତେଦୂର ସମ୍ଭବ , ଏପରି ଜମି ଆବଣ୍ଟନ କରାଯିବ,  ଯାହା ଉପରେ ତାର ଘରୋଇ ଜଳସେଚନ ଉତ୍ସ ସ୍ଥିତ ଅଟେ , ଏବଂ ଏହା ସହିତ ନିକଟବର୍ତ୍ତୀ ଅଞ୍ଚଳରେ ଥିବା କୌଣସି ସ୍ଥାନ କିମ୍ବା ଅଞ୍ଚଳ , ଯାହାର ମୂଲ୍ୟ ସେହି ଜମି ସହିତ ସମାନ ହେବ,  ଯାହାକି ମୂଳରୁ ସେଠାରେ , ତାଙ୍କ ଦ୍ଵାରା ଧାରିତ ହୋଇଥିଲା   ।
  • ପ୍ରତ୍ୟେକ ଜମି ମାଲିକଙ୍କୁ , ଯେତେଦୂର ସମ୍ଭବ , ତ୍ରିକୋଣୀୟ ପଦ୍ଧତି ସହିତ ସମନ୍ଵୟ ରକ୍ଷାକରି  “ ଚକ” ଆବଣ୍ଟନ କରାଯିବ  , ଯେଉଁ ସ୍ଥଳରେ କିମ୍ବା ଯେଉଁଥାରେ ଏପରି ପଦ୍ଧତି ଗ୍ରହଣ କରାଯାଏ  , ଏବଂ
  • ଏପରି ଅନ୍ୟାନ୍ୟ ସର୍ତ୍ତାବଳୀ, ଯେପରି ଧାର୍ଯ୍ୟ କରାଯାଇପରେ ,   ।

ତାଙ୍କ ଅଧିନରେ ରୟତ କିମ୍ବା ସେବା ରୟତି ଧାରଣକାରୀଙ୍କ ଦ୍ଵାରା ଧାରିତ ଜମି ସଂବନ୍ଧରେ , କୌଣସି ଜମିଧାରଣକାରୀ ,  ଏବଂ

ଅସ୍ଥାୟୀ କିମ୍ବା ସାମାୟିକ ଏକତ୍ରୀକରଣ ଯୋଜନାର ପ୍ରସ୍ତୁତିକରଣ

ସହକାରୀ ଏକତ୍ରୀକରଣ ଅଧିକାରୀ, ଦଫା  ୧୩ ର ଉପ-ଦଫା  (୧) ଅନୁଯାୟୀ ନକ୍ସା,  ଜମି ରେଜିଷ୍ଟର ଏବଂ ଅନ୍ୟାନ୍ୟ ନଥିର ପ୍ରକାଶନ ପରେ , ଯେତେ ଶୀଘ୍ର ସମ୍ଭବ ,  ଏବଂ ଏକତ୍ରୀକରଣ ସମିତି ସହ ପରାମର୍ଶ କରି , ଦଫା  ୧୩ ଅନୁଯାୟୀ ପ୍ରକାଶିତ ନକ୍ସା ଏବଂ ଜମି ରେଜିଷ୍ଟର ଭିତ୍ତିରେ , ଏକକ ନିମନ୍ତେ , ଏକ ସାମୟିକ ଏକତ୍ରୀକରଣ ଯୋଜନା ପ୍ରସ୍ତୁତ କରିବେ ଏବଂ ଯେପରିଭାବେ ତାହା , ଏହି ଆଇନର ବ୍ୟବସ୍ଥାବଳୀ , ଅନୁଯାୟୀ ସଂଶୋଧନ କରାଯାଇଛି   ।

  • ଏହି ଆଇନ କିମ୍ବା ସେତେବେଳେ ବଳବତ୍ତର ଥିବା ଅନ୍ୟ କୌଣସି ଆଇନରେ ଧାରୀତ କୌଣସି ବିଷୟ ସତ୍ତ୍ୱେ, ସାମାୟିକ ଏକତ୍ରୀକରଣ ଯୋଜନା ପ୍ରସ୍ତୁତ କରିବା ସମୟରେ ଏହା ସହକାରୀ ଏକତ୍ରୀକରଣ ଅଧିକାରୀଙ୍କ ପ୍ରତି ଆଇନ ସମ୍ମତ ହେବ ଯେ , ରାଜ୍ୟ ସରକାରଙ୍କର ହୋଇଥିବା ଏବଂ ସର୍ବସାଧାରଣ ଉଦ୍ଦେଶ୍ୟରେ ବ୍ୟବହୃତ କୌଣସି ଜମିର ମୂଲ୍ୟାୟନ ସ୍ଥିର କରିବା ପରେ , କୌଣସି ଜମିମାଲିକଙ୍କୁ,  ତାହା ଆବଣ୍ଟନ କରିବେ   ।

ଉଲ୍ଲେଖଥାଉ ଯେ  , ଯେଉଁ ସ୍ଥଳରେ କୌଣସି ଜମି ସର୍ବସାଧାରଣ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ , ଏହାକୁ ଆବଣ୍ଟନ କରାଯିବ କେବଳ ଯେତେବଳେ ସହକାରୀ ଏକତ୍ରୀକରଣ ଅଧିକାରୀ ଲିଖିତଭାବେ ଘୋଷଣା କରନ୍ତି ଯେ , ଗ୍ରାମ ସମ୍ପ୍ରଦାୟ ତଥା ସମସ୍ତ ବ୍ୟକ୍ତିଙ୍କର ଉକ୍ତ ଜମି  ଉପରେ ଥିବା ଅଧିକାରକୁ , ଘୋଷଣାରେ ଧାର୍ଯ୍ୟ ଅନ୍ୟ କୌଣସି ଜମିକୁ ହସ୍ତାନ୍ତରଣ କରାଯିବ ଏବଂ ଯାହାକି ସାମାୟିକ ଏକତ୍ରୀକରଣ ଯୋଜନାରେ ଉକ୍ତ ଉଦ୍ଦେଶ୍ୟ ନିମନ୍ତେ ଚିହ୍ନିତ କରାଯାଇଛି   ।

ଟିପ୍ପଣୀ

ସମିତିର ସଦସ୍ୟମାନଙ୍କ ସହ ପରାମର୍ଶ ବିନା ପ୍ରସ୍ତୁତ କରାଯାଇଥିବା ସାମାୟିକ ଏକତ୍ରୀକରଣ ଯୋଜନା ଅବୈଧ ଅଟେ – (ଏ.ଆଇ.ଆର – ୧୯୭୦, ଆଲ୍ଲାହାବାଦ – ୨୪୧ )

ସାମାୟିକ ଏକତ୍ରୀକରଣ ଯୋଜନାର ପ୍ରକାଶନ ଏବଂ ତା ଉପରେ ଆପତ୍ତି ଗ୍ରହଣ

ସାମୟିକ ଏକତ୍ରୀକରଣ ଯୋଜନାର ପ୍ରସ୍ତୁତିକରଣ ପରେ , ସେଥିର ଉପାଦେୟ ସାରାଂଶ ଧାରଣ କରିଥିବା ସୂଚନା , ସହକାରୀ ଏକତ୍ରୀକରଣ ଅଧିକାରୀ , ସମପୃକ୍ତଯାମୀମାଲିକଙ୍କୁ ପ୍ରେରଣ କରିଆଇବେ ଏବଂ ଉପାଦେୟ ସ୍ଥାନରେ ,ଏପରି ସାମୟିକ ଏକତ୍ରୀକରଣ ଯୋଜନାକୁ ଧାର୍ଯ୍ୟ ପଦ୍ଧତିରେ ପ୍ରକାଶନ କରିବେ   ।

ଦଫା  ୧୪ ରେଧାରିତ ବ୍ୟବସ୍ଥାବଳୀର ନିୟନ୍ତ୍ରଣାଧିନରେ , କୌଣସି ବ୍ୟକ୍ତି ଯାହାଙ୍କୁ ଉପ-ଦଫା  (୧) ଅନୁଯାୟୀ କୌଣସି ସୂଚନା ପ୍ରେରଙ୍କରଯାଇଛି ଏବଂ ସାମୟିକ ଏକତ୍ରୀକରଣ ଯୋଜନାରେ ପ୍ରଭାବିତ କୌଣସି ବ୍ୟକ୍ତି, ଜେକି ସେଥିରେ ଥିବା ଅନ୍ତର୍ଭୂକ୍ତିକରଣର ସଠିକତାକୁ ବିବାଦୀୟ କରିଥାଏ , ସେ ସୂଚନା ଗ୍ରହଣର ତିରିଶ ଦିନ ମଧ୍ୟରେ କିମ୍ବା ସାମୟିକ ଏକତ୍ରୀକରଣ ଯୋଜନାର ପ୍ରାକାଶନ ତାରିଖରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ , ଏକତ୍ରୀକରଣ ଅଧିକାରୀ କିମ୍ବା ସହକାରୀ  ଏକତ୍ରୀକରଣ ଅଧିକାରୀଙ୍କ ସମ୍ମୁଖରେ ଏକ ଆପତ୍ତି ଦଖକ କରିବେ,  ଯେକି ସଠିକଭାବେ,  ସେ ସମ୍ବନ୍ଧରେ, ଏକତ୍ରୀକରଣ ଅଧିକାରୀଙ୍କ ଦ୍ଵାରା କ୍ଷମତାୟୀତ ହୋଇଥିବ   ।

ଟିପ୍ପଣୀ

ଦଫାର ପରିସରକୁ ସ୍ପଷ୍ଟ କରାଯାଇଛି  (୬୬- ୧୯୮୮) ସି ଏଲଟି – ୧୮୨)  ସେହି ସମସ୍ତ ଆପତ୍ତି, ଯାହାକି ଦଫା  ୧୩   ଅନୁଯାୟୀ କରାଯାଇପାରେ, ତାହା ଏହି ଦଫା ଅନୁଯାୟୀ ଦାଖଲ କରାଯାଇପାରିବ ନାହିଁ- ( ଆଇଏଲଆ (୧୯୬୭)୨ ଆଲ୍ଲାହାବାଦ-୭୫୫) ।

ଆପତ୍ତିର ଫଇସଲା :-

  • ଏକତ୍ରୀକରଣ ସମିତି ଏବଂ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣୀର ଏକ ଯଥାଯଥ ସୁଯୋଗ ପ୍ରଦାନ କରିବା ପରେ , ଦଫା  ୧୮ ଅନୁଯାୟୀ ଦାଖଲ କରାଯାଇଥିବା ଆପତ୍ତିଗୁଡିକୁ , ଧାର୍ଯ୍ୟ ପଦ୍ଧତିରେ , ଏକତ୍ରୀକରଣ ଅଧିକାରୀ ଫଇସଲା କରିବେ   ।
  • ଏପରି ପରିମାଣରେ , ସାମୟିକ ଏକତ୍ରୀ କରଣ ଯୋଜନାକୁ ସଂଶୋଧନ କରିବା କ୍ଷମତା,  ଏକତ୍ରୀକରଣ ଅଧିକାରୀ ବହନ କରିବେ କିମ୍ବା ତାହା ସହକାରୀ ଏକତ୍ରୀକରଣ ଅଧିକାରୀଙ୍କୁ ପ୍ରେରଣ କରିବେ ଏବଂ ଏପରି ନିର୍ଦ୍ଧିଷ୍ଟ ସହିତ , ଯେପରି ସେ ଉପଯୁକ୍ତ ଏକତ୍ରୀକରଣ ସ୍ଵାର୍ଥ ଦ୍ରୁଷ୍ଟିରୁ ଆବଶ୍ୟକ ମନେ କରନ୍ତି   ।

ଟିପ୍ପଣୀ

ଓଡିଶା ଭୂ-ସଂସ୍କାର ଆଇନର ଦଫା  ୨୨ ରେ ଧାରୀତ ପ୍ରତିବନ୍ଧନ ଦ୍ରୁଷ୍ଟିରୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ ଏବଂ ଆସ୍ଥା ସ୍ଥାପନ କରାଯାଇଥିବା ବିକ୍ରି ଦ୍ଵାରା କରାଯାଇଥିବା ହସ୍ତାନ୍ତରଣ, ବୈଧ କି ନୁହେଁ, ତାହା ଏକତ୍ରୀକରଣ ଅଧିକାରୀ, ଆପତ୍ତି – ମୋକଦ୍ଦମାଗୁଡିକୁ ଫଇସଲା କରିବା ସମୟରେ ସ୍ଥିର କରିବେ   ।

“ଅବୈଧ” ଶବ୍ଦ ଅର୍ଥକୁ ସ୍ପଷ୍ଟ କରାଯାଇଛି – “ ଅବୈଧ “ ଶବ୍ଦଟି ଏହାର ବୈଷୟିକ ଅର୍ଥରେ ବ୍ୟବହୃତ ହୋଇଥିବା ପ୍ରତୀତ ହୁଏ ,  ଯାହାର ଅର୍ଥ ହେଉଛି “ ଦୃଢୀକରଣ ନିମନ୍ତେ ଅକ୍ଷମ କିମ୍ବା ସଂଶୋଧନ ନିମନ୍ତେ ଅକ୍ଷମ- (୭୯(୧୯୯-୯୫) ସିଏଲଟି ୩୦୮- ରଙ୍କ ବିନାମ ଯୁବରାଜ ସରାଫ(ଏଫକି) – ଏହିପରି ଭାବେ ଏକ ମୋକଦ୍ଦମା, ଓଜେସି- ୨୫୬୬/୧୯୮୪ ,୧୯/୮/୧୯୯୦ରେ ସିଦ୍ଧାନ୍ତ ହୋଇଥିଲା)  ।

ଯୋଜନାର ସଂଶୋଧନ ନିମନ୍ତେ କର୍ତ୍ତୃତ୍ଵ  ଏବଂ ପରିସରକୁ ସ୍ପଷ୍ଟ କରାଯାଇଛି  (ଏଆଇଆର ୧୯୭୦ ପଞ୍ଜାବ-୨୬୧(ଏଫବି)- ଆପତ୍ତି ଗୁଡିକର ଶୁଣାଣୀ କରାଯିବ-( ଏଆଇଆର ୧୯୭୭,  ଆଲ୍ଲାହାବାଦ – ୪୧୭ – ଯୋଜନାର ସଂଶୋଧନ ସଂପୂର୍ଣ୍ଣଭାବେ କିମ୍ବା ଆଂଶିକ ଭାବେ କରାଯାଇପାରେ  (ଏଆଇଆର  ୧୯୬୧ପଞ୍ଜାବ – ୨୦୮ (ଏଫ.ବି)  ।

ଅପିଲ

  • ଦଫା ୧୯ ଅନୁଯାୟୀ, ଏକତ୍ରୀକରଣ ଅଧିକାରୀଙ୍କ କୌଣସି ଆଦେଶ ଦ୍ଵାରା ବ୍ୟଥିତ କୌଣସି ବ୍ୟକ୍ତି,  ଏପରି ଆଦେଶ ତାରିଖରୁ ତିରିଶଦିନ ମଧ୍ୟରେ,ଏକତ୍ରୀକରଣ ନିର୍ଦ୍ଦେଶକଙ୍କ ସମ୍ମୁଖରେ ଏକ ଅପିଲ ଦାଖଲ କରିପାରିବେ, ଯାହାଙ୍କର ତା ଉପରେ ସିଦ୍ଧାନ୍ତ ଚୁଡାନ୍ତ ହେବ , ଆଦି ଏହି ଆଇନ ଅନୁଯାୟୀ ଅନ୍ୟଥା ବ୍ୟବସ୍ଥାୟୀତ ହୋଇନଥାଏ   ।
  • ଏପରି ସାମୟିକ ଏକତ୍ରୀକରଣ ଯୋଜନାକୁ ସଂଶୋଧନ କରିବା କ୍ଷମତା ଏକତ୍ରୀକରଣ ନିର୍ଦ୍ଦେଶକ ବହନ କରନ୍ତି ଏବଂ ସେ ସେହି ପରିମାଣରେ ସଂଶୋଧନ କରିବେ  କିମ୍ବା ତାହା ସହକାରୀ ଏକତ୍ରୀକରଣ ଅଧିକାରୀଙ୍କୁ କିମ୍ବା ଏକତ୍ରୀକରଣ ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ସହ ପ୍ରେରଣ କରାଇବେ  , ଯେପରି ସେ ଆବଶ୍ୟକ ମନେ କରନ୍ତି   ।

ଟିପ୍ପଣୀ

କୌଣସି ଅପିର ପରିସର  (ଏଆଇଆର ୧୯୬୫ ପଞ୍ଜାବ-୩୩୬ )

ଅପିଲ ଏକ ଉପାଦେୟ ଅଧିକାର ଅଟେ – (ଏଆଇଆର  ୧୯୭୭ ସୁପ୍ରିମକୋର୍ଟ- ୪୯, ଏଆଇଆର  ୧୯୭୫ ସୁପ୍ରିମକୋର୍ଟ ୧୪ ଏଫ, ଏଆଇଆର  ୧୯୬୦ସୁପ୍ରିମକୋର୍ଟ – ଏଆଇଆର  ୧୯୬୯ ସୁପ୍ରିମକୋର୍ଟ- ୬୪୯ ; ଏଆଇଆର  ୧୯୭୪ ସୁପ୍ରିମକୋର୍ଟ- ୬୯୪ ଏଆଇଆର  ୧୯୫୩ ସୁପ୍ରିମକୋର୍ଟ – ୨୨୧); ପ୍ରଭାବିତ ବ୍ୟକ୍ତି, କୌଣସି ଅପିଲ ଦାଖଲ କରିପାରେ- ୧୯୭୫(୧) ସିଡବ୍ଲ୍ୟୁଆର – ୧୭୮; ଏଆଇଆର ୧୯୭୧ ସୁପ୍ରିମକୋର୍ଟ- ୩୭୪  ) ।

ସାମୟିକ ଏକତ୍ରୀକାରଣ ଯୋଜନାର ଦୃଢୀକରଣ  :

  • ଉପଯୁକ୍ତ ଏକତ୍ରୀକରଣର ସ୍ଵାର୍ଥ ଦ୍ରୁଷ୍ଟିରୁ କିମ୍ବା ଦଫା  ୧୫ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଚୁଡାନ୍ତ ଆଦେଶକୁ ପ୍ରଭାବିତ କରିବା ନିମତନେ, ଯେପରି ସେ ଆବଶ୍ୟକ ମନେ କରନ୍ତି,  ଏପରି ସଂଶୋଧନ ସହିତ,  କୌଣସି ଏକକ ସମ୍ପର୍କିତ ସମସ୍ତ ଆପତ୍ତି ଏବଂ ଅପିଲର ଫଇସଲା ପରେ ଏକତ୍ରୀକରଣର ନିର୍ଦ୍ଦେଶକ, ସାମୟିକ ଏକତ୍ରୀକରଣ ଯୋଜନାକୁ ଦୃଢୀକରଣ କରିଆବେ   ।
  • ଏପରିଭାବେ ଦୃଢୀକରଣ କରାଯାଇଥିବା ସାମୟିକ ଏକତ୍ରୀକରଣ ଯୋଜନାକୁ , କାର୍ଯ୍ୟ।ଳୟ ରେ ପ୍ରକାଶନ କରାଯିବ ଏବଂ ଏହି ଆଇନରେ ଅନ୍ୟାଥା ବ୍ୟବସ୍ଥାୟୀତ ବ୍ୟତୀତ , ତାହା ଚୁଡାନ୍ତ ହେବ  ।

ଟିପ୍ପଣୀ

ରିଟ କର୍ତ୍ତୃତ୍ଵ ଆହ୍ଵାନ କରିବା – (ଆଇଏଲଆର (୧୯୬୭)୧ ଆଲ୍ଲାହାବାଦ (F)- ଯୋଜନାକୁ ସଂଶୋଧିତ କରିବାରେ ଉପନିର୍ଦ୍ଦେଶକଙ୍କ କ୍ଷମତା (୧୯୮୨- ଆଲ୍ଲାହାବାଦ “ ଲ” ଜର୍ଣ୍ଣାଲ- ୧୨୧) ।

ଚୂଡାନ୍ତ ନକ୍ସା ଏବଂ ଖତିୟାନ ନଥିର ପ୍ରସ୍ତୁତିକରଣ ଏବଂ ପ୍ରକାଶନ  ଏବଂ ଚୂଡାନ୍ତ ଏକତ୍ରୀକରଣ ଯୋଜନା ବଳବତ୍ତର ହେବା  ।

  • ଯେତେ ଶୀଘ୍ର ସମ୍ଭବ, ସାମୟିକ ଏକତ୍ରୀକରଣ ଯୋଜନା ଏପରିଭାବେ ଦୃଢୀକରଣ ହେବା ପରେ  ;
  • ନକ୍ସା ଏବଂ ଖତିୟାନ ନଥି ଏପରି ବିବରଣୀ ଧାରଣ କରିବ, ଯାହାକି ଓଡିଶା ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ ଆଇନ,  ୧୯୫୮ (ଓଡିଶା ୩/୧୯୫୯) ଅନୁଯାୟୀ ଆବଶ୍ୟକ ଅଟେ  , ଏବଂ ଏପରି ସଂଶୋଧନ ସହିତ ଯେପରି ଧାର୍ଯ୍ୟ କରାଯିବ  ଏବଂ ଦଫା  ୭ ର ଉପ-ଦଫା  (୩) ଅନୁଯାୟୀ ସ୍ଥିରୀକୃତ ଖଜଣା ଏବଂ ସେସ ଖଜଣା ଦର୍ଶାଇବ   ।
  • ଉପ-ଦଫା  (୧) ଅନୁଯାୟୀ ପ୍ରସ୍ତୁତ ନକ୍ସା ଏବଂ ଖତିୟାନ ନଥି,  ଧାର୍ଯ୍ୟ ପଦ୍ଧତିରେ ପ୍ରକାଶନ କରାଯିବ ଏବଂ ଚୂଡାନ୍ତ ଏକତ୍ରୀକରଣ ଯୋଜନା,  ଏପରି ପ୍ରକାଶନ ତାରିଖରୁ ବଳବତ୍ତର ହେବ   ।
  • ଖତିୟାନର ଉପାଦେୟ ସାରାଂଶକୁ , ପ୍ରକାଶନ ସମୟରେ , ଜମି ମାଲିଙ୍କୁ ଯୋଗାଇ ଦିଆଯିବ   ।
  • ଉପ-ଦଫା (1) ଅନୁଯାୟୀ ପ୍ରକାଶିତ ନକ୍ସା ଏବଂ ଖତିୟାନ, ଦଫା 15 କିମ୍ବା 36 ଅନୁଯାୟୀ କିମ୍ବା ଦଫା  41 ର ଉପ-ଦଫା  (3) ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ଅନୁଯାୟୀ, ପରିବର୍ତ୍ତନ ଏବଂ ସଂଶୋଧନର ନିୟନ୍ତ୍ରଣାଧିନ ରେ ସମସ୍ତ ଉଦ୍ଦେଶ୍ୟ ନିମନ୍ତେ, ଓଡିଶା ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ ଆଇନ,  1952 ଅନୁଯାୟୀ ପ୍ରସ୍ତୁତ କରାଯାଇଛି ବୋଲି ଧରାଯିବ   ।

ଟିପ୍ପଣୀ

ଖତିୟାନ ସଂଶୋଧନ କରିବାରେ ଅଧିକାରୀମାନଙ୍କ କର୍ତ୍ତୃତ୍ଵ ସ୍ପଷ୍ଟ କରାଯାଇଛି (64 (1987 ସିଏଲଟି- 523) ।

ଦଫା 3 ଅନୁଯାୟୀ ନିର୍ଗମ କରାଯାଇଥିବା ବିଜ୍ଞପ୍ତି ନାକଚ କରିବା କ୍ଷମତା ଚୁଡାନ୍ତ ନକ୍ସାର ପ୍ରକାଶନ ପୂର୍ବରୁ ହିନ ପରିଚାଳନା କରାଯାଇପାରେ ଏବଂ ତା ପରେ ନୁହେଁ – (68(1989) ସି ଏଲଟି -9- ଜି.ସି, ତ୍ରିପାଠୀ ବନାମ ଓଡିଶା ରାଜ୍ୟ ସରକାର  ।

ଚୁଡାନ୍ତଭାବେ ଖତିୟାନ ପ୍ରକାଶନ କରାଯାଇଥିଲା  ଏବଂ ସେଥିରେ ଥିବା ଅନ୍ତର୍ଭୂକ୍ତିକାରଣ ସଠିକତା ସଂବନ୍ଧରେ କୌଣସି ବିବାଦ ଦର୍ଶାଯାଇନଥିଲା  - ଖାସ ଦାଖଲ ନିମନ୍ତେ , ଦାବିର ମିଥ୍ୟା ଅଟେ –(54(1982) ସି ଏଲ ଟି -393-ପାଣୁ ବେହେରା ଅଟେ ବନାମ ଜେ , ପସ) । - ଉକ୍ତି “ ଧରାଯିବ  “ର ଅର୍ଥକୁ ବ୍ୟାଖ୍ୟା କରାଯାଇଛି  (ଏଆଇଆର  1965 ସୁପ୍ରିମକୋର୍ଟ-33 ଏ ଆଇ ଆର,1970 ଆଲ୍ଲାହାବାଦ- 241(ଏଫବି) – ଅନ୍ତର୍ଭୂକ୍ତିକାରଣ ସଠିକତା, ଖଣ୍ଡନୀୟ ଅଟେ  (ଆଇଏଲଆର (1981) ଆଲ୍ଲାହାବାଦ- 529) ।

ଆଧାର- ଦି ଲ ହାଉସ

Last Modified : 12/6/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate