অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆନୁଯାୟୀ ହିତାଧିକାରୀ ଚୟନ ଓ ନୂଆ ରେସନ କାର୍ଡ଼ ପ୍ରଦାନ

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆନୁଯାୟୀ ହିତାଧିକାରୀ ଚୟନ ଓ ନୂଆ ରେସନ କାର୍ଡ଼ ପ୍ରଦାନ

ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013ର PDS ହିତାଧିକାରୀ ଚୟନ ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ, ହିତାଧିକାରୀ ଚୟନ ପ୍ରକ୍ରିୟା ନିମ୍ନଲିଖିତ 8ଟି ବାଦ ଦେବା ମାନଦଣ୍ଡ (exclusion criteria) ଓ 5ଟି ଯୋଗ ଦେବା ମାନଦଣ୍ଡ (auto inclusion criteria) ଉପରେ ପର୍ଯ୍ୟବେସିତ  ହେବ ।

ଯେ କୌଣସି ଗୋଟିଏ Exclusion criteria, ପୂରଣ କରୁଥିବା ପରିବାରକୁ PDS ହିତାଧିକାରୀ ଭାବେ ଗ୍ରହଣ କରାଯିବ ନାହିଁ । ଅପରପକ୍ଷରେ ଯେ କୌଣସି ଗୋଟିଏ Auto inclusion criteria, ଅନ୍ତର୍ଗତ ପରିବାରକୁ ଅଗ୍ରାଧିକାର ପରିବାର ଭାବେ ନୂଆ ରେସନ କାର୍ଡ ମିଳିବ । ଏହା ଛଡା ସମସ୍ତ ପରିବାର ଯେଉଁମାନେ ଏହି 8ଟି ବାଦଦେବା ମାନଦଣ୍ଡରେ ଅନ୍ତର୍ଭୁକ୍ତ ନଥିବେ, ତାଙ୍କ ନୂଆ ରେସନ କାର୍ଡ ମିଳିବ ।

ବାଦ ଦେବା ମାନଦଣ୍ଡ (Exclusion criteria)

  1. ପରିବାରରେ ଯେ କୌଣସି ସଦସ୍ୟ ରେଜେଷ୍ଟ୍ରିଭୁକ୍ତ ଯାନର ମାଲିକ ହୋଇଥିବେ । ଯାନ ମଧ୍ୟରେ ତିନି ଚକିଆ (ଦୁଇ କିମ୍ବା ତତୋଽଧିକ)/ ଚାରି ଚକିଆ/ ଭାରୀ ଯାନ/ ଯନ୍ତ୍ରଚାଳିତ ମାଛ ଧରା ଡଙ୍ଗା ଅର୍ନ୍ତଭୁକ୍ତ ଅଟେ ।
  2. ପରିବାରର ସଦସ୍ୟଙ୍କ ନାମରେ ଯନ୍ତ୍ରକୃତ (Mechanised) କୃଷି ଯନ୍ତ୍ରପାତି (ଯଥା ଟ୍ରାକ୍ଟର ଓ ହାରଭେଷ୍ଟର) ରେଜେଷ୍ଟ୍ରିଭୁକ୍ତ ହୋଇଥିବ ।
  3. ପରିବାରର ଯେ କୌଣସି ସଦସ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ନିଗମ ସରକାରୀ ଅନୁଦାନ ପ୍ରାପ୍ତ ସ୍ଵୟଂଚାଳିତ ସଂସ୍ଥା କିମ୍ବା ପୌରପାଳିକା ସଂସ୍ଥାଙ୍କ ଦ୍ଵାରା ନିଯୁକ୍ତ ନିୟମିତ ସରକାରୀ କର୍ମଚାରୀ ହେଇଥିବେ । ଏହା ପ୍ରୋତ୍ସାହନ (incentive) ଏବଂ ମାନ ଦେୟ । (Honorarium) ପାଉଥିବା କର୍ମଚାରୀ ମାନଙ୍କ କ୍ଷେତ୍ରରୁ ବାଦ ଦିଆଯିବ । ସହରାଞ୍ଚଳରେ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଯେଉଁ ମାନେ ମାସିକ ଟ.15, 000/- ରୁ ଅଧିକ ବେତନ ପାଉଥିବେ । ଗ୍ରାମାଞ୍ଚଳରେ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ମାସିକ ଟ.10, 000/- ରୁ ଅଧିକ ବେତନ ପାଉଥିବେ ।
  4. ଯେଉଁ ପରିବାରର ଯେ କୌଣସି ସଦସ୍ୟଙ୍କ ଉଦ୍ୟୋଗ (Enterprises) ଗୁଡ଼ିକ ସାମଗ୍ରୀ ନିର୍ମାଣ ତଥା ସେବା ପ୍ରଦାନ ନିମନ୍ତେ ଉଦିଷ୍ଟ ଏବଂ ସରକାରଙ୍କ ନିକଟରେ ରେଜିଷ୍ଟିଭୁକ୍ତ ହୋଇଥିବ ।
  5. ସହରାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ଟ.15, 000/- ରୁ ଅଧିକ ଏବଂ ଗ୍ରାମାଞ୍ଚଳରେ ଥିବା ପରିବାରର କୌଣସି ସଦସ୍ୟଙ୍କ ମାସିକ ଆୟ ଟ.10, 000/- ରୁ ଅଧିକ ହୋଇଥିବ ।
  6. ପରିବାରର କୌଣସି ସଦସ୍ୟ ଆୟକର କିମ୍ବା ବୃତ୍ତିକର ଦେଉଥିବେ ।
  7. ପରିବାରରେ ଦୁଇ (2) କିଲୋୱାଟ କିମ୍ବା ତତୁର୍ଦ୍ଧ୍ଵ ବିଦ୍ୟୁତ୍ ସଂଯୋଗ ଲୋଡ ଥିବ ଏବଂ / କିମ୍ବା ଯେଉଁ ପରିବାର ମାସିକ 300 ୟୁନିଟ୍ ରୁ ଅଧିକ ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବେ (ବିଗତ ଏକ ବର୍ଷର ହାରାହାରି) ।
  8. ସହରାଞ୍ଚଳରେ ବାସ କରୁଥିବା ପରିବାରର କୌଣସି ସଦସ୍ୟ ମାସିକ ଟ, 15000/- ରୁ ଉର୍ଦ୍ଧ୍ଵ ପେନସନ୍ ପାଉଥିବେ କିମ୍ବା ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରର କୌଣସି ସଦସ୍ୟ ମାସିକ ଟ.10, 000/- ରୁ ଉର୍ଦ୍ଧ୍ଵ ପେନସନ୍ ପାଉଥିବେ ।

ଯୋଗହେବା ମାନଦଣ୍ଡ (Auto inclusion Criteria)

ଯେଉଁ ପରିବାର ନିମ୍ନୋକ୍ତ ଯେ କୌଣସି ଗୋଟିଏ ମାନଦଣ୍ଡ ପୂରଣ କରୁଥିବ, ସେହି ପରିବାରକୁ ଅଗ୍ରାଧିକାର ପରିବାର (Priority Household) ଭାବେ ବିବେଚନା କରାଯିବ ।

  1. ବାସ ହୀନ ପରିବାର
  2. ଭିକ୍ଷା ବୃଦ୍ଧି କରି ଜୀବନ ନିର୍ବାହ କରୁଥିବା ପରିବାର ।
  3. ସମସ୍ତ ଆଦିମ ଅଧିବାସୀ (Primitive Tribal Groups) ପରିବାର ସମୂହ ।
  4. ଯେଉଁ ପରିବାରରେ କୌଣସି ସଦସ୍ୟ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ବିଧବା ଭତ୍ତା ପାଉଥିବେ ।
  5. ଯେଉଁ ପରିବାରରେ କୌଣସି ସଦସ୍ୟ ଶତକଡା 40 ଭାଗରୁ ଅଧିକ ଶାରିରୀକ ବିକଳାଙ୍ଗ ହେଇଥିବେ ।

ଉପରୋକ୍ତ ବାଦ ଦେବା ମାନଦଣ୍ଡ (Exclusion Criteria) ଅନ୍ତର୍ଭୁକ୍ତ ହେଉନଥିବା ପରିବାର ନୂଆ ରେସନ କାର୍ଡ ପାଇଁ ନିର୍ବାରିତ ଫର୍ମରେ ଆବେଦନ କରି ପାରିବେ । ଓଡିଶାର ବିଭିନ୍ନ ବ୍ଳକ ଓ ସହରାଞ୍ଚଳରୁ ପର୍ଯ୍ୟାୟକ୍ରମେ ଆବେଦନ ପତ୍ର ଗ୍ରହଣ କରାଯିବ । ଏହି ପ୍ରକ୍ରିୟାର ନିର୍ଦ୍ଦିଷ୍ଟ ତାରିଖ ଓ ସ୍ଥାନ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ଜରିଆରେ ସର୍ବ ସାଧାରଣଙ୍କୁ ଜଣାଇ ଦିଆଯିବ ।

ପ୍ରତ୍ୟେକ ବ୍ଲକ / ସହରାଞ୍ଚଳ ପାଇଁ ନିର୍ବାରିତ ସମୟ ସୀମା ମଧ୍ୟରେ ରେସନ କାର୍ଡ ପାଇବା ପାଇଁ ଯୋଗ୍ୟ ପରିବାରର ଯେ କୌଣସି ସଦସ୍ୟ ତାଙ୍କର ଭୋଟର ଫଟୋ ପରିଚୟ ପତ୍ର ଓ ବାସସ୍ଥାନ ପ୍ରମାଣ ପତ୍ର ସହ Digitisation କେନ୍ଦ୍ରରେ ଉପସ୍ଥିତ ରହି ଆବେଦନ ପତ୍ର ଦାଖଲ କରିପାରିବେ ।

ଆଧାର – ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ  ବିଭାଗ

Last Modified : 5/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate