অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ତହସିଲଦାରଙ୍କ ପରିଚ୍ଛେଦ)

ନିମ୍ନ ଲିଖିତ ରେଜିଷ୍ଟରଗୁଡିକ ତହସିଲ ଅଫିସରେ ବ୍ୟବହାର କରାଯାଏ   । ରେଜିଷ୍ଟର ନମ୍ବର : -

  • ଜମା ପରିବର୍ତ୍ତନ ରେଜିଷ୍ଟର
  • ଜମି ଅବୈଧ ଦଖଲ କେଶ ରେଜିଷ୍ଟର
  • ପରିବର୍ତ୍ତନଶୀଳ ଜଳକର ଇତ୍ୟାଦି ରେଜିଷ୍ଟର
  • ସ୍ଵତ୍ଵ, ସମର୍ପଣ , କ୍ଷତିପୂରଣ ରେଜିଷ୍ଟର
  • ସ୍ଥାୟୀ ସୈରାତ ରେଜିଷ୍ଟର
  • ପଞ୍ଚବାର୍ଷିକ  ସୈରାତ ଜମା ରେଜିଷ୍ଟର
  • ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଅସୁଲ ହେବା   । ବିବିଧ ରାଜସ୍ୱ ରେଜିଷ୍ଟର
  • ଜମି ଅସ୍ଥାୟୀ ପଟ୍ଟା ସଂକ୍ରାନ୍ତ ପଞ୍ଚବାର୍ଷିକ ରେଜିଷ୍ଟର
  • ସର୍ତ୍ତ ସମ୍ବଳିତ ସମର୍ପଣ ସ୍ଥାୟୀ ରେଜିଷ୍ଟର
  • ତହସିଲ ଦାରଙ୍କ ଦ୍ଵାରା ବିଭିନ୍ନ ସୂତ୍ରରୁ ଗ୍ରହଣ ହୋଇଥିବା ରସିଦ ବହି ରେଜିଷ୍ଟର
  • ତହସିଲଦାରଙ୍କ ଦ୍ଵାରା ରେଭିନ୍ୟୁ ଇନିସପେକ୍ଟରଙ୍କୁ ଅର୍ପଣ କରାଯାଇଥିବା ରସିଦ ବହି ରେଜିଷ୍ଟର
  • ରେଭିନ୍ୟୁ ଇନିସପେକ୍ଟରଙ୍କ ବ୍ୟକ୍ତିଗତ ହିସାବ ରଖାଯିବା ରସିଦ ବହି   ।  ରେଜିଷ୍ଟର
  • ବାର୍ଷିକ ଖଜଣା ନିଷ୍କୃତ ରେଜିଷ୍ଟର
  • ଭୂ-ରାଜସ୍ୱ ତଉଜି ରେଜିଷ୍ଟର
  • ବିବିଧ ରାଜସ୍ୱ ତଉଜି ରେଜିଷ୍ଟର
  • ସରକାରୀ ଭୂ-ରାଜସ୍ୱ ଅସୁଲ ରେଜିଷ୍ଟର
  • ତହସିଲ ଅଫିସର ସରକାର ବିବିଧ ରାଜସ୍ୱ ରେଜିଷ୍ଟର
  • ରାଜସ୍ୱ ଗଚ୍ଛିତ ରେଜିଷ୍ଟର

ଏ ସମସ୍ତ ରେଜିଷ୍ଟରର ନମୁନା ଫର୍ମ ପରିଶିଷ୍ଟ ”ଖ” ରେ ଦର୍ଶାଯାଇଛି   ।

ରେଜିଷ୍ଟର ନମ୍ବର- ୧

  1. ଜମା ସ୍ପର୍ଶ କରୁନଥିବା ସମସ୍ତ ପରିବର୍ତ୍ତନ ସକାଶେ ଏହି ରେଜିଷ୍ଟର ଉଦ୍ଧିଷ୍ଟ   । ତହସିଲ ଅଫିସର ୩,୬,୭,୮  ଓ ୧୧ ନମ୍ବର ରେଜିଷ୍ଟରରେ ଉଲ୍ଲେଖ କରାଯାଇଆଥିବା ଜମା ପରିବର୍ତ୍ତନ ଏହି ରେଜିଷ୍ଟରରେ ଦରଜ କରିବା ଆବଶ୍ୟକ  ନାହିଁ   ।  କ୍ଷମତାପ୍ରାପ୍ତ କର୍ମଚାରୀ ଠାରୁ ଆଦେଶ ନାମା ପାଇବା ପରେ ଉକ୍ତ ରେଜିଷ୍ଟରରେ କେବଳ ଉଲ୍ଲେଖ କରାଯିବ   ।  ରେଜିଷ୍ଟରଟି ତହସିଲ ଅଫିସ ରେକର୍ଡ ରକ୍ଷକ ଦ୍ଵାରା ପୂରଣ କରାଯିବ   । ତହସିଲ ଭିତରେ ଯେତେଗୁଡିଏ ସର୍କଲ ଅଛି ସେତେଗୋଟି ରେଜିଷ୍ଟର ବ୍ୟବହାର କରିବାକୁ ହେବ   ।  ଜମା ପରିବର୍ତ୍ତନ ଦରଜ ପାଇଁ ପ୍ରତ୍ୟେକ ମୌଜା ସକାଶେ ଯଥେଷ୍ଟ ପୃଷ୍ଠା  ରଖାଯିବା ଉଚିତ   ।
  2. ଏହି ରେଜିଷ୍ଟରର  ୯ ନମ୍ବର ସ୍ତମ୍ଭରେ କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆସିଥିବା ଆଦେଶନାମା ଦର୍ଶାଯାଇଥିବା ଆଦେଶ ନମ୍ବର ଓ ତାରିଖ ପରିବର୍ତ୍ତନ ସଂକ୍ଷିପ୍ତ ବିବରଣୀ ନିମ୍ନୋକ୍ତ ମତେ ଉଲ୍ଲେଖ କରାଯିବ   ।
    • ସ୍ଵତ୍ଵ ଦର୍ପଣର
    • ବେସରକାରୀ ବ୍ୟକ୍ତିଙ୍କ ଦ୍ଵାରା ଭୂସ୍ଵତ୍ଵ ପରିତ୍ୟକ୍ତ
    • ଜମି କିସମ ପରିବର୍ତ୍ତନ
    • ସର୍ବସାଧାରଣ କାର୍ଯ୍ୟ ନିମନ୍ତେ ଜମି ଅକ୍ତିଆର
    • ଖରଦି ସୂତ୍ରେ ସରକାରଙ୍କ ହସ୍ତଗତ ଜମି
    • ସନ୍ତତିର ଅଭାବରେ ବେୱାରସ ଦଖଲ ଜମି
    • ନିରୂପଣ ଜାଗିରି ଉଚ୍ଛେଦ   ।

    ଉପରୋକ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ ନ ଥାଇ ଜମା ସ୍ପର୍ଶ କରୁଥିବା ପରିବର୍ତ୍ତନ ସକାଶେ ପୂର୍ଣ୍ଣ ବିବରଣୀ ଦେବାକୁ ହେବ   ।

    ଦ୍ରଷ୍ଟବ୍ୟ :- ସରକାରୀ କାର୍ଯ୍ୟ ସକାଶେ ଜମି ଅକ୍ତିଆର କାର୍ଯ୍ୟାନୁଷ୍ଠାନ ପରିସମାପ୍ତି ନ ହେବା ପର୍ଯ୍ୟନ୍ତ ଉପରୋକ୍ତ “ ଘ” ରେ ଅନ୍ତର୍ଭୁକ୍ତ ହେଉଥିବା ରାଜସ୍ୱ ଛାଡ ହିସାବରୁ ବାଦ ଦିଆଯିବ ନାହିଁ   । ଜମି ସମ୍ପାଦନ ହେବାପରେ କେବଳ ବାଦ ଦିଆଯିବ  ।  ଜମି ସମ୍ପାଦନ ଆଇନ ବଳରେ ଜମି ଅଧିକୃତ ହେଲେ ଭୂକର ବା ରାଜସ୍ୱ ଅସୁଲ କରାଯିବା ନାହିଁ ।

  3. ତହସିଲଦାରଙ୍କ ଲିଖିତ ଆଦେଶ ପାଇବା ପରେ କେବଳ ରେକର୍ଡ ରକ୍ଷକ ଏହି ରେଜିଷ୍ଟର ଆବଶ୍ୟକ ମତେ ପୂରଣ କରିବେ   ।  ତହସିଲଦାର ରେଭିନ୍ୟୁ କେସର ଆଦେଶପତ୍ର ବ୍ୟତୀତ ଅନ୍ୟ କୌଣସି ଠାରେ ଆଦେଶ ଲିଖିତ ଆକାରରେ ଦେଇପାରିବେ ନାହିଁ।
  4. ଯେତେବେଳେ ସେପରି ଆଦେଶ ଜାରି କରାଯାଏ ସମ୍ପୃକ୍ତ କେଶ ରେକର୍ଡ ଖଣ୍ଡିକ ରେକର୍ଡ ରକ୍ଷକ ଙ୍କ ପାଖକୁ ଖତିଆନ ସଂଶୋଧନ ଓ ରେଜିଷ୍ଟରରେ ଏକ ସମୟରେ ପରିବର୍ତ୍ତନ ଦରଜ ପାଇଁ ପଠାଯିବ   । ରେକର୍ଡ କିପର ପ୍ରଥମେ ଖତିୟାନ ସଂଶୋଧନ କରିବେ ଏବଂ ପରେ ଏହି ରେଜିଷ୍ଟରରେ ଦରଜ କରିବେ  ରେକର୍ଡ ରକ୍ଷକ ସେ ସମ୍ବନ୍ଧେ କେଶ ରେକର୍ଡର ଉପଯୁକ୍ତ ସ୍ଥାନରେ ଲେଖିଦେବେ ଯେ , ତହସିଲଦାରଙ୍କ ଆଦେଶନୁଯଯାଇ ସେ ଖତିୟାନ ସଂଶୋଧନ କରିଛନ୍ତି ଓ ୧ ନମ୍ବର ରେଜିଷ୍ଟରରେ ମଧ୍ୟ ଆବଶ୍ୟକ ମତେ ସ୍ତମ୍ଭ ପୂରଣ କରିଛନ୍ତି   । ତତପରେ ସେ ତହସିଲ ଅଫିସର ପେସ୍କାର ନିକଟକୁ ସେ ରେକର୍ଡଟି ଫେରାଇ ଦେବେ   ।  ତହସିଲଦାର କେଶ ରେକର୍ଡରେ ଆଦେଶ ଜାରି କରିବେ ଯେ ଯାହାଙ୍କ ଆଦେଶ ଅନୁଯାୟୀ ଖତିୟାନ ସଂଶୋଧନ କରାଯାଇଛି    । ଯଦି ଏ ଭିତରେ ସୂଚନାପତ୍ରର ଫେରସ୍ତ ନକଲ ଖଣ୍ଡିକ ରେଭିନ୍ୟୁ ଇନିସପେକ୍ଟର ପାଖରୁ ଫେରି ଆସିଥାଏ  ତେବେ ସେ ବିଷୟ ମଧ୍ୟ ଉଲ୍ଲେଖ କରିବେ ଏବଂ କେଶଟିକୁ ଫଏସଲା କରିବେ   । ନଚେତ ରେଭିନ୍ୟୁ ଇନିସପେକ୍ଟରଙ୍କ ଠାରୁ ସୂଚନାପତ୍ର ଫେରି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ  ।

  5. ଜମାବୃଦ୍ଧି ସମ୍ବନ୍ଧୀୟ ସମସ୍ତ ପରିବର୍ତ୍ତନ ଉକ୍ତ ରେଜିଷ୍ଟରରେ କଳା କାଳିରେ ଲେଖାଯାଏ ଓ ଜମା ହ୍ରାସ ସମ୍ବନ୍ଧୀୟ ପରିବର୍ତ୍ତନ ନାଲି କାଳିରେ ଦର୍ଶାଯାଏ  ଏବଂ ବର୍ଷ ଶେଷରେ ସମସ୍ତ ହ୍ରାସବୃଦ୍ଧି ଜମାର ମୋଟ ଫଳାଫଳ ଚୁମ୍ବକରେ ଲେଖାଯିବ  । ଯେଉଁ ବର୍ଷର ହିସାବ ସେହି ବର୍ଷ ଶେଷ ହେବ , ଏକ ପକ୍ଷ ଭିତରେ ସେ କାର୍ଯ୍ୟ ରେକର୍ଡ ରକ୍ଷକ ଙ୍କ ଦ୍ଵାରା ସମାପନ ହେବ ଏବଂ ତତପରେ ରେଜିଷ୍ଟରଟି ତୌଜ କିରାଣୀଙ୍କ ପାଖକୁ ତୌଜ ବିଭାଗର ହିସାବ ସଂଶୋଧନ ସକାଶେ ପଠାଯିବ   ।  ତୌଜି କିରାଣୀ ରେଜିଷ୍ଟରରେ ଦର୍ଶାଯାଇଥିବା ହ୍ରାସ ବୃଦ୍ଧି ଫଳାଫଳ ଅନୁଯାୟୀ ତୌଜି ରେଜିଷ୍ଟରରେ ଅନୁମୋଦ କରିବେ ଏବଂ ରେଜିଷ୍ଟରଟି ଫେରସ୍ତ କରି ଚୁମ୍ଭକରେ ଲେଖାଯାଇଥିବା ଅଂଶର ନିମ୍ନରେ ଗୋଟିଏ ସାର୍ଟିଫିକେଟ ଦେବେ ଯେ ସମସ୍ତ ଜମା ପରିବର୍ତ୍ତନ ତୌଜି ରେଜିଷ୍ଟରରେ ସମ୍ମିଳିତ କରାଯାଇଛି   , ସାଲତମାମି ବେଳେ ଉକ୍ତ ରେଜିଷ୍ଟରରେ ଉଲ୍ଲେଖ ଥିବା ସମସ୍ତ ପରିବର୍ତ୍ତନ ସର୍କଲ ଅଫିସରେ (III”A”) ରେଜିଷ୍ଟରରେ ଦର୍ଶାଯାଇଥିବା ପରିବର୍ତ୍ତନ ସହ ମେଳ ହେବ  ।

ରେଜିଷ୍ଟର ନମ୍ବର- ୨

ଜମି ଅବୈଧ ଦଖଲ ରେଜିଷ୍ଟର

  1. ଏହା ପ୍ରତି ମୌଜା ପାଇଁ ବ୍ୟବହୃତ ହେଉଥିବା ଅବୈଧ ଦଖଲ କେଶ ସମ୍ବନ୍ଧୀୟ ରେଜିଷ୍ଟର   । ତହସିଲର ସମସ୍ତ ମୌଜାର ତାଲିକା ବର୍ଣ୍ଣମାଳ ଅନୁଯାୟୀ ସୂଚୀପତ୍ର ସକାଶେ ଏହା ରେଜିଷ୍ଟରରେ ରଖାଯିବ   । ରେଜିଷ୍ଟରଟିର ବିଭିନ୍ନ ସ୍ତମ୍ଭଗୁଡିକ କେଶର ବିଭିନ୍ନ ଅବସ୍ଥା ପରେ ଅବିଳମ୍ବେ ପୂରଣ କରାଯିବ   ।  ଏହା ରେଜିଷ୍ଟରର ସ୍ତମ୍ଭ ପୂରଣ କରିବା ସକାଶେ ଯେ କୌଣସି ପରିସ୍ଥିତିରେ ବି ବକେୟା ରଖାଯିବା ନାହିଁ   । ଯେତେବେଳେ କଣ କିମ୍ବା ଶାସ୍ତି ଯଦି ଭୂମି ଦଖଲକାରୀ ଉପରେ ସାବ୍ୟସ୍ତ ହୋଇ ତହସିଲଦାର ପରିଶିଷ୍ଠ “ ଗ” ର”j” ଫର୍ମରେ ସୂଚନାପତ୍ରର ଦୁଇଟି ନକଲ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ପଠାଇବେ   । ରେଭିନ୍ୟୁ ଇନିସପେକ୍ଟର ସେଥିରୁ  ଗୋଟିଏ ନକଲ ନିଜ ପାଖରେ ରଖିବେ ଏବଂ ଅନ୍ୟ ଏକ ନକଲ ଖଣ୍ଡିକର ସେଥିରେ ଦର୍ଶାଯାଇଥିବା ଦାବି ସର୍କଲ ରେଜିଷ୍ଟରକୁ ନିଆଗଲା ବୋଲି ପ୍ରତିଶ୍ରୁତି ଦେଇ ତହସିଲଦାରଙ୍କ ପାଖରେ ଫେରସ୍ତ କରିବେ, କିନ୍ତୁ କେଉଁ କ୍ଷେତ୍ରରେ ଶସ୍ୟ କିମ୍ବା ଅନ୍ୟାନ୍ୟ ବସ୍ତୁ କିଛି ଆଇନ ଆନୁଜାୟି ବ୍ୟାଜ୍ୟାପ୍ତି କରଯାଇଥାଏ ଉକ୍ତ ବ୍ୟାଜ୍ୟାପ୍ତି ବସ୍ତୁରେ ବିକ୍ରି ଧନ ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ସର୍କଲ ଜମିରେ ଅନ୍ତର୍ଭୁକ୍ତ କରି ତହସିଲଦାରଙ୍କୁ ରିପୋର୍ଟ କରାଯିବ   । ଯଦି ରେଭିନ୍ୟୁ ଇନିସପେକ୍ଟର ନିଜେ ନିଲାମ ପରିଚାଳନା କରନ୍ତି , ତେବେ ନିଲାମ ପରିଚାଳନାକରି ଅଫିସର ରେଭିନ୍ୟୁ ଇନିସପେକ୍ଟରଙ୍କୁ ନିଲାମ ବିଷୟ ଜଣାଇଆବେ ଏବଂ ବିକ୍ରି ଧନ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଦେଇ ରସିଦ ନେବେ   । ସେ ତତପରେ ତାହାଙ୍କ ରିପୋର୍ଟରେ ଉକ୍ତ ବିଷୟ ଉଲ୍ଲେଖ କରିବେ   ।  ଯାହାକି ଅବୈଧ ଦଖଲ କେଶ ର ଗୋଟିଏ ଅଂଶ ରୂପେ ରହିବ ଏବଂ ତତପରେ ଉକ୍ତ ରେଜିଷ୍ଟରର  ୧୪ ସ୍ତମ୍ଭ ପୂରଣ କରାଯିବ   । କର ଓ ଜୋରିମାନା ସଂକ୍ରାନ୍ତ ଆଦେଶନାମା । ) ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ଯେଉଁ ଫର୍ମ ଓ ପ୍ରଣାଳୀରେ ପଠାଯାଏ  ୬(୨) ଧରା ଅନୁଯାଯାଇ , ଧାର୍ଯ୍ୟ ହେବା ଜୋରିମାନା ମଧ୍ୟ ରେଭିନ୍ୟୁ ଇନିସପେକ୍ଟରଙ୍କ ନିକଟକୁ ସେହି ଫର୍ମ ଓ ପ୍ରଣାଳୀରେ ପଠାଯିବ   ।  ରେଭିନ୍ୟୁ ଇନିସପେକ୍ଟର ମଧ୍ୟ ତାଙ୍କ ହିସାବ ବହିରେ ବାକି ଅନ୍ତଭ୍ୟୁକ୍ତ ପାଇଁ  ଓ ତହସିଲଦାରଙ୍କୁ ସେ ବିଷୟ ରିପୋର୍ଟ କରିବା ପାଇଁ ସେହି ପ୍ରଣାଳୀ ଅବଲମ୍ବନ କରିବେ   । ଯେତେବେଳେ କରଧାର୍ଯ୍ୟ ଦଣ୍ଡ ବା ଜୋରିମାନା ବିଧାନ ଆଦେଶ ଅପିଲରେ ପରିବର୍ତ୍ତନ ବା ପୁନଃ ପରୀକ୍ଷା ଆବଶ୍ୟକ ପଡେ ଏହି ରେଜିଷ୍ଟରରେ ସେ ବିଷୟ ଉଲ୍ଲେଖ କରାଯାଇବ, ଏବଂ ସେହି ଫର୍ମ ଓ ସେହି ପ୍ରଣାଳୀରେ ସୂଚନାପତ୍ରରେ ରେଭିନ୍ୟୁ ଇନିସପେକ୍ଟରଙ୍କ ଜାଣିବା ନିମନ୍ତେ ପଠାଯିବ  । ସମ୍ପୃକ୍ତ ସୂଚନାପତ୍ର ଗୁଡିକ ଫେରସ୍ତ ନ ଆସିବା ପର୍ଯ୍ୟନ୍ତ ଓ କେଶ ରେକର୍ଡରେ ରଖାନଯିବା ପର୍ଯ୍ୟନ୍ତ (ଯାହାକି ତହସିଲଦାର କେଶ ରେକର୍ଡରେ ଲେଖି ରଖନ୍ତି) । ତହସିଲଦାର କେଶଟି ଫଏସଲା କରିପାରିବେ ନାହିଁ   ।
  2. ବର୍ଷ ଶେଷରେ କର, ଶାସ୍ତି ଜୋରିମାନା ଇତ୍ୟାଦି ଓ ବ୍ୟାଜ୍ୟାପ୍ତି  ଶସ୍ୟ ଓ ବସ୍ତୁର ବିକ୍ରି ଧାନ ରେଜସିତରର ଶେଷ ଲେଖାରେ ନିମ୍ନାଂଶରେ ଚୁମ୍ବକଭାବରେ ଯଥାଶୀଘ୍ର ହିସାବ ରଖାଯିବ ଓ ସେହି ହିସାବ  ତହସିଲ ଅଫିସର ପ୍ରଧାନ କିରାଣୀଙ୍କ ଦ୍ଵାରା ସମର୍ଥନ କରାଯିବ   ।  ରେଜିଷ୍ଟରଟି ତାହା ପରେ ତଉଜି ବିଭାଗକୁ ପଠାଯିବ ଏବଂ ଦାୟିତ୍ଵରେ ଥିବା ବିଭାଗର କିରାଣୀ ସେହି ଦାବିକୁ ତଉଜି ରେଜିଷ୍ଟରରେ ଅନୁମୋଦ କରିବେ ଏବଂ ରେଜିଷ୍ଟରଟି ପେସ୍କାରଙ୍କ ନିକଟକୁ ପଠାଇବା ପୂର୍ବରୁ ତତ ସମ୍ବନ୍ଧେ ଗୋଟିଏ ସାର୍ଟିଫିକେଟ ଚୁମ୍ବକ ଲେଖାର ନିମ୍ନୋକ୍ତରେ ଲେଖିଦେବେ  । ତଉଜି ବିଭାଗ ଏହି ରେଜିଷ୍ଟରଟି ଏକ ସପ୍ତାହରୁ ଅଧିକ ଦିନ ରଖିବାର ଅଧିକାର ନାହିଁ   ।
  3. ଯେତେବେଳେ ଅବୈଧ ଦଖଲ କେଶ ଜମି ପଟ୍ଟା ଲିଜ କେଶରେ ପରିଣତ ହୁଏ ସେତେବେଳେ ଏହି ରେଜିଷ୍ଟରର ଯୁକ୍ତିଯୁକ୍ତ ସ୍ତମ୍ଭରେ ଉକ୍ତ ବିଷୟ ଉଲ୍ଲେଖ କରାଯିବ,  ଏବଂ ତତପରେ ସେ କେଶ ସର୍ବ ଦୃଷ୍ଟିରୁ ଜମି ପଟ୍ଟା କେଶ ରୂପେ ବ୍ୟବହାର କରାଯିବ ଏବଂ କେଶଗୁଡିକ ଫଇସଲା ସକାଶେ ଜମିପଟ୍ଟା  ପାଇଁ ନିର୍ଧାରିତ ହୋଇଥିବା ସମସ୍ତ ନିୟମ ପ୍ରଯୁଜ୍ୟ ହେବ । ସେପରି ସ୍ଥଳେ ରେଭିନ୍ୟୁ ଇନିସପେକ୍ଟରଙ୍କୁ ପରିଶିଷ୍ଟ “ ଗ” ର (k) ଫର୍ମରେ ଦୁଇ ନକଲ ବିଶିଷ୍ଟ ପରିଣତ କରାଯାଇଛି ।  ରେଭିନ୍ୟୁ ଇନିସପେକ୍ଟରର ତାହାଙ୍କ ରେକର୍ଡରେ ଏ ବିଷୟ ଉଲ୍ଲେଖ କରିବେ, ଏବଂ ଉକ୍ତ ବିଷୟ ଉଲ୍ଲେଖ କଲେ ବୋଲି ସୂଚନା ପତ୍ରର ଗୋଟିଏ ନକଲରେ ଲେଖି ଫେରସ୍ତ କରିବେ ।  ଏହି ନକଲ ଖଣ୍ଡିକ ସମ୍ପୃକ୍ତ କେଶ ରେକର୍ଡରେ ରଖାଯିବ  ।  ରେଭିନ୍ୟୁ ଇନିସପେକ୍ଟର ଅବୈଧ ଦଖଲ ସମ୍ବନ୍ଧୀୟ ସମସ୍ତ ସୂଚନାପତ୍ର ସଂରକ୍ଷଣ ନଥିରେ ସାଇତି ରଖିବେ ।

ରେଜିଷ୍ଟର ନମ୍ବର- ୩

ପରିବର୍ତ୍ତନଶୀଳ ଜଳକର ରେଜିଷ୍ଟର

  1. ଜଳସେଚନ ଅଫିସର ୩୮,୪୧,ଓ ୪୦ ନିୟମାନୁଯାୟୀ ତାଲିକା ପଠାଇବା ପରେ ରେଭିନ୍ୟୁ ମିଶ କେସ ଆରମ୍ଭ କରାଯିବ ଓ ଏହି ରେଜିଷ୍ଟରରେ ସେହି କେସର ସମସ୍ତ ବିବରଣୀ ପୂରଣ କରାଯିବ   । ତହସିଲର ସମସ୍ତ ମଉଜା ସୂଚୀପତ୍ର ସକାଶେ ତାଲିକା ସହ ଏହି ମୌଜାୱାରି ପୂରଣ କରାଯିବ   । ରେଜିଷ୍ଟରରେ ସମସ୍ତ ମୌଜା ସୂଚୀପତ୍ର ସକାଶେ ତାଲିକା ସହ ଏହି ମୌଜାୱାରି ପୂରଣ କରାଯିବ  । ରେଜିଷ୍ଟରରେ ବିଭିନ୍ନ ସ୍ତମ୍ଭଗୁଡିକ ପ୍ରତି କେଶର ବିଭିନ୍ନ ଅବସ୍ଥା ପରେ ପୂରଣ କରାଯିବ   ।  କି ପ୍ରଣାଳୀରେ ଜଳକର ନିର୍ଦ୍ଧାରିତ ହୁଏ ଏବଂ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ସର୍କଲ ଜମାରେ ଅନ୍ତର୍ଭୁକ୍ତ ପାଇଁ ପଠାଯାଏ  ୩୮ ରୁ ୪୫ ନିୟମରେ ବିଶଦଭାବେ ବର୍ଣ୍ଣନା କରାଯାଇଛି   ।
  2. କୃଷି ବର୍ଷ ଶେଷରେ ରେଜିଷ୍ଟରର ଶେଷ ଲେଖାର ନିମ୍ନାଂଶରେ ନିଧାର୍ଯ୍ୟ ହୋଇଥିବା ମୋଟ ଜଳକର ଓ ଜୋରିମାନାର ବିବରଣୀ ଚୁମ୍ବକରେ ଦର୍ଶାଯିବ ତହସିଲ ଅଫିସ ପ୍ରଦାନ କିରାଣୀଙ୍କ ଦ୍ଵାରା ଦର୍ଶାଯାଇଥିବା ବିବରଣୀ ନିର୍ଭୁଲଭାବେ ଲେଖାଯାଇଛି ବୋଲି ସମର୍ଥିତ ହେବ  ।  ତତପରେ ତଉଜି ବିଭାଗକୁ ରେଜିଷ୍ଟରଟି ପଠାଯିବ ଏବଂ ସେ ବିଭାଗର ଦାୟିତ୍ଵରେ ଥିବା କିରାଣୀ ତାହାଙ୍କ ପାଖକୁ ଫେରାଉଇବା ପୂର୍ବରୁ ତତସମ୍ବନ୍ଧେ ରେଜିଷ୍ଟରରେ ଚୁମ୍ବକରେ ଲେଖାଯାଇଥିବା ଅଂଶର ନିମ୍ନରେ ସାର୍ଟିଫିକେଟ ଦେବେ  । ଏହି ରେଜିଷ୍ଟରକୁ ତଉଜି ବିଭାଗ ଏକ ସପ୍ତାହରୁ ଅଧିକ ଦିନ ରଖିବା ପାଇଁ ଅଧିକାର ନାହିଁ  ।

ରେଜିଷ୍ଟର ନମ୍ବର- ୪

ସତ୍ଵ ଅର୍ପଣ ଓ କ୍ଷତିପୂରଣ ଦେୟ ରେଜିଷ୍ଟର

  1. ଏହିପରି କେତେକ ଘଟନା ଅଛି ଯେଉଁଠାରେ ରେଭିନ୍ୟୁ ଇନିସପେକ୍ଟର ନିଜ ଅସୁଲ ଖଜଣାରୁ କୌଣସି ଘରୋଇ ବ୍ୟକ୍ତି ବିଶେଷଙ୍କୁ କିମ୍ବା ଅନୁଷ୍ଠାନଙ୍କୁ ଟଙ୍କା ବଣ୍ଟନ କ୍ଷମତା ଦିଆଯାଇଅଛି   ।  ଗଞ୍ଜାମରେ ପ୍ରଚଳିତ ବେରିଜି ବଣ୍ଟନ ଏହାର ଦୃଷ୍ଟାନ୍ତ ଅଟେ   । ବଲାଙ୍ଗୀରି ପରି କେତେକ ଜିଲ୍ଲାରେ ରେଭିନ୍ୟୁ ଇନିସପେକ୍ଟର ଦ୍ଵାରା ମାଫି ମୌଜାମାନଙ୍କର ଅସୁଲ କରାଯାଏ ଏବଂ ମାଫିଆଙ୍କ ଟ୍ରେଜେରୀରୁ ଟଙ୍କା ଦିଆଯାଏ କିନ୍ତୁ ଏହି ପ୍ରକାର ଦେୟ ସବୁ ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଆଉ ଦିଆ ନ ଯାଏ ତହସିଲଡାରଙ୍କ ଦ୍ଵାରା ଦିଆଯିବ  ।  ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଯଦି କିଛି ଏହି ସମ୍ବନ୍ଧରେ ଦେୟ ଖଜଣା ଅସୁଲ ହୋଇଥାଏ ତାହା ଟ୍ରେଜେରୀରେ ନିର୍ଦ୍ଧିଷ୍ଟ ପ୍ରଣାଳୀରେ ଦାଖଲ କରିବାକାଉ ହେବ  ।  କୌଣସି ଅନୁଷ୍ଠାନ କିମ୍ବା ଘରୋଇ ବ୍ୟକ୍ତି ବିଶେଷଙ୍କୁ ଟଙ୍କା ଦେବାକୁ ଥିଲେ ତହସିଲଡାର ନିଜ ବଜେଟରେ ବାବଦଙ୍କୁ ଟଙ୍କା ମାଗିବେ ,  ସେ ସମସ୍ତ ଦେୟ ସକାଶେ ଗୋଟିଏ ବାର୍ଷିକ ରେଜିଷ୍ଟର ବ୍ୟବହାର କରିବାକୁ ହେବ  । ପୂର୍ବବର୍ଷ ଶେଷ ସୁଦ୍ଧା ବଣ୍ଟନ ନ ହୋଇ ରହି ଯାଇଥିବା ବଳକା ଟଙ୍କା ବର୍ଷ ଆରମ୍ଭରେ ଏହି ରେଜିଷ୍ଟରକୁ ନାଲି କାଲୀରେ ଉଠାଯିବ ଏବଂ ସାତ ସ୍ତମ୍ଭରେ ତହସିଲଡାର ସ୍ଵାକ୍ଷର କରି  ୧ ଠାରୁ ୬ ସ୍ତମ୍ଭ ପୂରଣ କରିବେ   । ନୂତନ ରେଜିଷ୍ଟରକୁ ଉଠାଇ ଆଣିବା ବିଷୟ ପୂର୍ବବର୍ଷ ରେଜିଷ୍ଟରର କ୍ରମିକ ନମ୍ବର ଦର୍ଶାଯିବ  । ତାପରେ ଚଳିତ ବର୍ଷରେ ବଣ୍ଟାଯିବା ଟଙ୍କା ଏହି ରେଜିଷ୍ଟର ତହସିଲଡାରଙ୍କ ସମର୍ଥନରେ ଦରଜ କରାଯିବ   । ଟଙ୍କା ବଣ୍ଟନର ପ୍ରତ୍ୟେକ  ସମୟରେ ରେଜିଷ୍ଟରର  ୯ ସ୍ତମ୍ଭରେ ତହସିଲଦାର ସେ ସମସ୍ତ ଲେଖା ସମ୍ବନ୍ଧେ ସମର୍ଥନ କରିବେ  । ତହସିଲ ରେଜିଷ୍ଟର ସମସ୍ତ ବର୍ଷକୁ ଠାରେ ଯାଞ୍ଚ କରାଯିବ ଏବଂ ତହସିଲଡାର ନିଜେ ଯାଞ୍ଚକରି ଉକ୍ତ ରେଜିଷ୍ଟରରେ ଦର୍ଶାଯାଇଥିବା କୌଣସି ଲେଖା ପୁନଃ ପରୀକ୍ଷା ଅନାବଶ୍ୟକ ବୋଲି  ତହସିଲଦାର ଗୋଟିଏ ସାର୍ଟିଫିକେଟ ଦେବେ   । ଯେତେବେଳେ କୌଣସି ବିଷୟରେ ପୁନଃ ପରୀକ୍ଷା ଆବଶ୍ୟକ ପରେ କ୍ଷମତାପ୍ରାପ୍ତ କର୍ମଚାରୀ ଆଦେଶ ଆଣି ତହସିଲଦାରଙ୍କ ତତ୍ଵାବଧାନରେ ପୁନଃ ପରୀକ୍ଷା କରିବାକୁ ହେବ   ।
  2. ରେଜିଷ୍ଟରର ଲେଖା ଅନୁଯାୟୀ ସମସ୍ତ ଦେୟ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନକୁ ଦେବାକୁ ହେବ  । ବଜେଟରେ ଟଙ୍କା ମଞ୍ଜୁର ହେଲାପରେ ଆବଶ୍ୟକତା ଅନୁଯାୟୀ ତହସିଲଦାର ଟ୍ରେଜେରୀ କିମ୍ବା ସବ- ଟ୍ରେଜେରୀରୁ ଟଙ୍କା ବିବିଧ ବିଲରେ ବାହାର କରିବେ   ।  କୌଣସି ନିର୍ଦ୍ଧିଷ୍ଟ ଆଦେଶ ନଥିଲେ ଉଚିତ ତାରିଖ ବାଦେ କୌଣସି ଟଙ୍କା ସ୍ଥଗିତ ରଖାଯାଇ ପାରିବ  ନାହିଁ   । ତହସିଲଦାରଙ୍କ ଦ୍ଵାରା ଟଙ୍କା ଗ୍ରହଣ କରିବାକୁ ତହସିଲ ଅଫିସରେ ଟଙ୍କା ଦିଆଯିବ  ।

ରେଜିଷ୍ଟର ନଂ- ୫

ସ୍ଥାୟୀ ସୈରାତ ରେଜିଷ୍ଟର

  1. ଏହା ତହସିଲର ପ୍ରତ୍ୟେକ ମୌଜାରେ ସମସ୍ତ ସୈରାତ ଦର୍ଶିତ ସ୍ଥାୟୀ ସୈରାତ ରେଜିଷ୍ଟର   । ନିମ୍ନୋକ୍ତମତେ ପ୍ରତ୍ୟେକ ମୌଜାକୁ  ୬ ଭାଗରେ ଲେଖାଯିବ   ।
    • ମତ୍ସ୍ୟଦିଆ
    • ପଥର ଖଣି
    • ହାଟ ଓ ମେଳା
    • ଡଙ୍ଗାଘାଟ
    • ସରକାରୀ ବଗାୟତ ଓ ଅନ୍ୟାନ୍ୟ ବୃକ୍ଷ ବିଶେଷ   ।
    • ଉପରୋକ୍ତ ବାଦେ ଅନ୍ୟ ଯଦି କିଛି ଥାଏ   ।

    ଉକ୍ତ  ରେଜିଷ୍ଟର ଖଣ୍ଡିକ ଯାଞ୍ଚ ଓ ମେଳା ଦ୍ରୁଷ୍ଟିରୁ ସର୍କଲ ଓରି ରେଭିନ୍ୟୁ ଇନିସପେକ୍ଟର VII ନମ୍ବର ରେଜିଷ୍ଟର ଉପରେ ଭୀତି କରି ଲେଖାଯିବ  । ସ୍ଥାୟୀ ବା ଅସ୍ଥାୟୀ ଭାବେ ଗ୍ରାମପଞ୍ଚାୟତ ବା ସରକାରଙ୍କ ଅନ୍ୟ କୌଣସି ବିଭାଗକୁ ହସ୍ତାନ୍ତର କରଯାଇଥିବା ସୈରାତ କିମ୍ବା ଲୋପ ପାଇଯାଇଥିବା ସୈରାତ ବା ନୂତନ ଭାବେ ଦ୍ରୁଷ୍ଟିଗୋଚର ହୋଇଥିବା ସୈରାତ ଉକ୍ତ ରେଜିଷ୍ଟରରେ ଦର୍ଶାଯିବା ସକାଶେ ୫୦,ଓ ୫୧ ନିୟମ ଅନୁସରଣ କରିବାକୁ ହେବ  । ରେଜିଷ୍ଟର ପ୍ରାରମ୍ଭରେ ମୌଜୱାରୀ ସୂଚୀପତ୍ର ସଂଲଗ୍ନ କରାଯିବ । ସାଲତମାମି ସମୟରେ ରେଭିନ୍ୟୁ ଇନିସପେକ୍ଟରଙ୍କ ରେଜିଷ୍ଟର ନମ୍ବର VII ସହ ମେଳ କରାଯିବ ଏବଂ ଯଦି କିଛି ଛଡା ଯାଇଥିବ ପୂରଣ କରାଯିବ  ।

ରେଜିଷ୍ଟର ନମ୍ବର – ୬

ପାଞ୍ଚବାର୍ଷିକ ସୈରାତ ଜମା ରେଜିଷ୍ଟର

  1. ତହସିଲଦାରଙ୍କ ଅଧୀନରେ ଥିବା ସମସ୍ତ ସୈରାତ ଉକ୍ତ ରେଜିଷ୍ଟରରେ ଦର୍ଶାଯାଏ  ।  ଏହି ରେଜିଷ୍ଟରଟି  ୫ ବର୍ଷଯାଏ ଚାଲିବ ।  ତହସିଲଦାରଙ୍କ  ୫ ନମ୍ବର ରେଜିଷ୍ଟର ସ୍ଥାୟୀ ସୈରାତ ଉପରେ ଭିତ୍ତିକରି ଉକ୍ତ ରେଜିଷ୍ଟର ୧ ଠାରୁ ୭ ସ୍ତମ୍ଭ ପ୍ରଥମବର୍ଷ ଆରମ୍ଭରେ ପୂରଣ କରାଯିବ  ।  ଉପରିସ୍ଥ କର୍ମଚାରୀ  ଓ ତହସିଲଦାରଙ୍କ ଦ୍ଵାରା  ଯେତେବେଳେ କୌଣସି ଠିକା ମଞ୍ଜୁର କରାଯାଏ ଓ ସର୍କଲ ଅଫିସର ଦାବି ରେଜିଷ୍ଟରର ଉଲ୍ଲେଖ ସକାଶେ ସମ୍ପୃକ୍ତ ରେଭିନ୍ୟୁ ଇନିସପେକ୍ଟରଙ୍କ “ L” (ଡ) ଫର୍ମରେ ସୂଚନାପତ୍ର ପଠାଯାଏ ରେଭିନ୍ୟୁ ଇନିସପେକ୍ଟର ସୂଚନାପତ୍ର ପାଇବା  ୭ ଦିନ ଭିତରେ ତାଙ୍କ ସମ୍ପୃକ୍ତ ରେଜିଷ୍ଟରର ଲିଜ ଟଙ୍କା ପୂରଣ କରିବେ ଏବଂ ଫେରସ୍ତ ସୂଚନାପତ୍ରଟିରେ  “ L” ଫର୍ମରେ ଦର୍ଶାଯାଇଥିବା ଗୁଣଟଙ୍କା ଦାବି ରେଜିଷ୍ଟରରେ ପୂରଣ କାଲେ ବୋଲି ଲେଖି ତହସିଲଦାରଙ୍କ ନିକଟକୁ ଫେରସ୍ତ କରିବେ   । ତହସିଲଦାର ମଧ୍ୟ ଏହି ରେଜିଷ୍ଟରର ଯୁକ୍ତିଯୁକ୍ତ ସ୍ତମ୍ଭରେ ରେଭିନ୍ୟୁ ଇନିସପେକ୍ଟରଙ୍କ ନମ୍ବର ଓ ତାରିଖ ଟିପି ରଖିବେ   । ଫେରି ଆସିଥିବା ସୂଚନାପତ୍ର ସମ୍ପୃକ୍ତ କେଶ ରେକର୍ଡରେ ସଂଲଗ୍ନ କରାଯିବ ଏବଂ ସେ ସମ୍ବନ୍ଧେ କେଶ ରେକର୍ଡରେ ତହସିଲଦାରଙ୍କ ଲିଖିତ ଆଦେଶ ଦିଆଯିବ  ।  ରେଭିନ୍ୟୁ ଇନିସପେକ୍ଟର କୌଣସି ସୈରାତ ବିକ୍ରି ସମ୍ବନ୍ଧେ ସମ୍ପୃକ୍ତ କାଗଜପତ୍ର ରେଭିନ୍ୟୁ ସୁପରଭାଇଜରଙ୍କ ନିକଟକୁ ମଞ୍ଜୁର ସକାଶେ ପଠାଇବେ   ।  ଏହି ରେଜିଷ୍ଟରରେ ବିକ୍ରି ଧାନ ପୂରଣ ପାଇଁ ତାହାଙ୍କ ଦ୍ଵାରା ନିଲାମ ପରିଚାଳିତ ଓ ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ସମସ୍ତ ନିଲାମର ମାସିକ ତାଲିକା ସେ ତହସିଲଦାରଙ୍କ ନିକଟକୁ ପଠାଇବେ   । ଗୁଣ ବ ଲିଜ ଯୋଗ୍ୟ କୌଣସି ସୈରାତ ପୂର୍ବ ମାସରେ ପ୍ରକୃତରେ ଗୁଣ ଦିଆଯାଇ ନାହିଁ , ତାହା ଲିଜ ଦେବା ପାଇଁ ତୁରନ୍ତ ବ୍ୟବସ୍ଥା କରିବେ   । ଯଦି କୌଣସି ନୂତନ ସୈରାତ ଅନ୍ତର୍ଭୁକ୍ତ କରାଯାଏ କିମ୍ବା ରେଜିଷ୍ଟରରେ ଥିବା ପୁରାତନ ସୈରାତ ଲୋପ ପାଏ ତେବେ ଉକ୍ତ ରେଜିଷ୍ଟରର ମନ୍ତବ୍ୟ ସ୍ତମ୍ଭରେ ସେ ସମ୍ବନ୍ଧେ ଆଦେଶନାମାରେ ନମ୍ବର ଓ ତାରିଖ ଟିପି ରଖିବେ   ।
  2. ଏହି ସଂକ୍ରାନ୍ତ ଦାବି ତୌଜ ଲେଜରରେ ସମ୍ମିଳିତ କରିବା ପାଇଁ  ୧୦୩ ଧାରାରେ ନିର୍ଦ୍ଦେଶ ହୋଇଥିବା ପ୍ରଣାଳୀ ଅବଲମ୍ବନ କରିବାକୁ ହେବ  ।

ରେଜିଷ୍ଟର ନମ୍ବର – ୭

ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଅସୁଲ ହେବା ବିବିଧ ରାଜସ୍ୱ

  1. ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସରକାରୀ ଧନ ଉପଭୋଗ ହେତୁ ଧାର୍ଯ୍ୟ ହେବା ଫିସ ଓ ଜୋରିମାନା କିମ୍ବା ସରକାରୀ ଜମିରେ ଥିବା ମୃତ ବୃକ୍ଷ ବା ପବନ ଦ୍ଵାରା ପତିତ ବୃକ୍ଷର ବିକ୍ରିଧନ ନତୁବା ଇଟା ଝୀଙ୍କର ପ୍ରଭୃତି ସରକାରୀ ଜମିରେ ତିଆରି ସମ୍ପର୍କୀୟ ରାଜସ୍ୱ ପ୍ରଭୁତି ଅନ୍ତର୍ଭୁକ୍ତ ସକାଶେ ଏହି ରେଜିଷ୍ଟର ଉଦ୍ଧିଷ୍ଟ   । କ୍ଷୟତାପ୍ରାପ୍ତ କର୍ମଚାରୀଙ୍କ ଆଦେଶ ପୂର୍ବରୁ କୌଣସି ବ୍ୟକ୍ତି ସରକାରୀ ଜମି ବା ସମ୍ପତ୍ତି ଉପରୋକ୍ତ ପ୍ରଣାଳୀରେ କିମ୍ବା ଅନ୍ୟ କୌଣସି ସଦୃଶ୍ୟ ପ୍ରଣାଳୀରେ ବ୍ୟବହାର କରିବା କ୍ଷମତା ନାହିଁ   । ଏ ସମ୍ବନ୍ଧେ ଅନୁଆମତି ଦେବାକୁ ରେଭିନ୍ୟୁ ସୁପରଭାଇଜର କିମ୍ବା ରେଭିନ୍ୟୁ ଇନିସପେକ୍ଟରଙ୍କ କ୍ଷମତା ନାହିଁ   । ଏଥି ସକାଶେ ତହସିଲଦାରଙ୍କୁ ଦରଖାସ୍ତ କରିବାକୁ ପଡେ   ଏବଂ ତହସିଲଦାର ୫୮ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବେ   । ସମ୍ପୃକ୍ତ କେଶ ରେକର୍ଡରେ ସରକାରୀ ସମ୍ପତ୍ତି ଉପଭୋଗ ପାଇଁ ଅନୁମତିପତ୍ର ପ୍ରଦାନବେଳେ ଆବଶ୍ୟସ୍କ ଫିସ ଅସୁଲ ହୋଇ ସାରିଛି ଓ କେଉଁ ରସିଦରେ ତାହା ଅସୁଲ ହୋଇଅଛି ତାହାର ନମ୍ବର ଉଲ୍ଲେଖ କରାଯିବ  ।  ଏ ସମସ୍ତ ବିଷୟ ଓ ଅନ୍ୟାନ୍ୟ ସର୍କିକଲୱାରି ବ୍ୟବହାର ହେଉଥିବା ବିଷୟ ଏହି ରେଜିଷ୍ଟରଟିରେ ବି ଉଲ୍ଲେଖ କରାଯିବ  ।
  2. ଏ ସଂକ୍ରାନ୍ତ ଦାବି ତଉଜି ଲେଜରରେ ସମ୍ମିଳିତ କରିବା ପାଇଁ ୧୦୩ ଧାରାରେ ଦର୍ଶାଯାଇଥିବା ନିୟମ ଅନୁସରଣ କରାଯିବ   ।

ରେଜିଷ୍ଟର ନଂ- ୯

ସର୍ତ୍ତ ସମ୍ମିଳିତ ସତ୍ଵ ସମର୍ପଣ ସ୍ଥାୟୀ ରେଜିଷ୍ଟର

  1. ବିଭିନ୍ନ ସର୍ଭେରେ ସମର୍ପଣ ଓ ହସ୍ତାନ୍ତର ହୋଇଥିବା ଜମି ଯେଉଁ ସର୍ତ୍ତ ଲଙ୍ଘନ ଦ୍ଵାରା ଜମି ପୁଣି ହସ୍ତଗତ ହେବ ସେପରି ଜମିର ବିବରଣୀ ଦର୍ଶାଉଥିବା ଏହା ଗୋଟିଏ ସ୍ଥାୟୀ ରେଜିଷ୍ଟର   ।  ତଫସିଲଭୁକ୍ତ ଜାତି ଓ ଆଦିବାସୀ ଲୋକଙ୍କୁ ବିଭିନ୍ନ ସର୍ତ୍ତରେ ସମର୍ପଣ ଜମି ସୈନିକମାନଙ୍କୁ ପ୍ରଦତ୍ତ ଜମି ଜଳସେଚନ ପ୍ରୋଜେକଟକୁ ସର୍ତ୍ତରେ ଦେବା ଜମି ଏବଂ ବିଭିନ୍ନ ଅନୁଷ୍ଠାନକୁ ଛାଡ ଯାଇଥାଏ ଜମି ଯେଉଁ ଜମିରୁ ଉକ୍ତ ଅନୁଷ୍ଠାନ , କୌଣସି ଆୟ କରେ ନାହିଁ   , ସେ ସମସ୍ତ ଜମି ଏହି ରେଜିଷ୍ଟରରେ ଉଲ୍ଲେଖ କରାଯାଏ  ।
  2. ଏହି ରେଜିଷ୍ଟରର ସମସ୍ତ ଲେଖା କ୍ରମାନ୍ଵୟ ଭାବେ କ୍ରମିକ ନମ୍ବର ଥାଇ ଲେଖାଜୀବ   । ପ୍ରତ୍ୟେକ ଜମିକୁ ଯେଉଁ ସର୍ତ୍ତରେ ସମର୍ପଣ କରାଯାଇଥାଏ ତାହାର ସଂକ୍ଷିପ୍ତ ବିବରଣୀ ଉକ୍ତ ରେଜିଷ୍ଟର ମନ୍ତବ୍ୟ ସ୍ତମ୍ଭରେ ଉଲ୍ଲେଖ କରାଯିବ   । ଯେଉଁଠାରେ ସର୍ତ୍ତ ଲଙ୍ଘନ ହେତୁ ଜମି ହସ୍ତଗତ ହୁଏ ଉକ୍ତ ରେଜିଷ୍ଟରରେ ନାଲି କାଳିରେ ବିଶଦ ବିବରଣୀ ଦର୍ଶାଯିବ ଏବଂ ପୂର୍ବ ଲେଖାକୁ କାଟି ଦିଆଯିବ   । ପୂର୍ବ ସର୍ତ୍ତଗୁଡିକ ଯଥାର୍ଥଭାବେ ପାଳନ କରୁଛନ୍ତି କି ନାହିଁ ରେଭିନ୍ୟୁ ଇନିସପେକ୍ଟର ଲେଖି ରଖିଥିବେ ଏବଂ ଯଦି ସେ ସର୍ତ୍ତ ଲଙ୍ଘନ କରନ୍ତି ଅବିଳମ୍ବେ ତହସିଲଦାରଙ୍କ ଗୋଚରକୁ ଆଣିବେ   । ତହସିଲଦାର ଉକ୍ତ ଜମିକୁ ପୁଣି ହସ୍ତକୁ ନେଇ ଆସିବାପାଇଁ ଯଥାଶୀଘ୍ର ବ୍ୟବସ୍ଥା କରିବେ   ।

ରେଜିଷ୍ଟର ନମ୍ବର  - ୧୦(କ) : -(ତହସିଲଦାର ବିଭିନ୍ନ ସୂତ୍ରରୁ ଗ୍ରହଣ କରିଥିବା ରସିଦବହି ରେଜିଷ୍ଟର)

ରେଜିଷ୍ଟର ନମ୍ବର – ୧୦(ଖ)

(ତହସିଲଦାରଙ୍କ ଦ୍ଵାରା ରେଭିନ୍ୟୁ ଇନିସପେକ୍ଟର ଅର୍ପଣ କରାଯିବା ରସିଦ ବହି )

  1. ରେଜିଷ୍ଟର ନମ୍ବର ୧୦(କ), ସରକାରୀ ଛାପାଖନାରୁ ଗ୍ରହଣ କରିଥିବା ରସିଦ ବହି କିମ୍ବା ଅନ୍ୟ କୌଣସି ସୂତ୍ରରୁ ଋଣ ସ୍ୱରୂପ ପାଇଥିବା ରସିଦ ବହିର ଜମାଖର୍ଚ୍ଚ ହିସାବ ରେଜିଷ୍ଟର ଅଟେ   ।  ସାଧାରଣ ପରିସ୍ଥିତିର ଋଣସୂତ୍ରରେ ରସିଦ ବହି ଗ୍ରହଣ କରିବା ନିଷେଧ ଅଟେ   । ଯଦି କଲେକ୍ଟର ବିଚାର କରନ୍ତି ଯେ ଋଣସୂତ୍ରରେ ରସିଦ ବହି ସଂଗ୍ରହ ନ କଲେ ରାଜସ୍ୱ ଅସୁଲ ଅସମ୍ଭବ ହେବ , ସେ ନିଜ ଅଧୀନରେ ଥିବା ଏକ ଅଫିସରୁ ଅନ୍ୟ ଅଫିସକୁ ରସିଦ ବହି ହସ୍ତାନ୍ତର ସକାଶେ ଲିଖିତ କ୍ଷମତା ଦେଇପାରିବେ   । ଜିଲ୍ଲା ବାହାରେ କୌଣସି ଅଫିସରୁ ରସିଦ ବହି ସଂଗ୍ରହ ସକାଶେ ରେଭିନ୍ୟୁ ଡିଭିଜନାଲ କମିଶନର (RDC ) ଙ୍କ ହୁକୁମ ଆବଶ୍ୟକ ହେବ   ।  ଏକ ଅଫିସରୁ ଅନ୍ୟ ଅଫିସକୁ ରସିଦ ବହି ହସ୍ତାନ୍ତର ଆଦେଶ ପୂର୍ବରୁ ସମ୍ପୃକ୍ତ ତହସିଲଦାର ପତ୍ର ଦ୍ଵାରା ଋଣରେ ରସିଦ ବହି ମାଗିବା କାରଣ ବୁଝେଇଦେବେ ଓ ସରକାରୀ ଛାପାଖାନାରୁ ରସିଦ ବହି ଯଥା ସମୟରେ ସଂଗ୍ରହ ସକାଶେ ସେ କି ବ୍ୟବସ୍ଥା କରିଥିଲେ ଉକ୍ତ ପତ୍ରରେ ମଧ୍ୟ ଦର୍ଶାଇବେ   । ସରକାରୀ ଛାପାଖାନାରୁ ରସିଦ ଭି ଯଥା ସମୟରେ ଫରମାସି ବା  (ଅର୍ଡର ଦେବା ଓ ଖଜଣା ଅସୁଲ ଋତୁର ଯଥେଷ୍ଟ ପୂର୍ବରୁ ଆବଶ୍ୟକୀୟ ରସିଦ ବହି ହସ୍ତଗତ କରିବା ତହସିଲଦାରଙ୍କର ବ୍ୟକ୍ତିଗତ ଦାୟିତ୍ଵ ଅଟେ ) । ରସିଦ ବହି ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରେରିତ ରସିଦ ବହିର ତାଲିକା ବା ଚାଲଣ ଅନୁଯାୟୀ ସମ୍ପୃକ୍ତ ରେଜିଷ୍ଟରରେ ଉଲ୍ଲେଖ କରିବାକୁ ହେବ ଏବଂ ଉକ୍ତ ଲେଖାକୁ ତହସିଲଦାର  ସମର୍ଥନ କରିବେ   । ପ୍ରେରିତ ରସିଦ ବହି ତାଲିକା ବା ଚାଲଣର ଗୋଟିଏ ନକଲ ତହସିଲଦାରଙ୍କ ଦ୍ଵାରା ସମର୍ଥିତ ହୋଇ ତହସିଲ ଅଫିସରେ ରଖାଯିବ । ଅସୁଲ ପରେ ବଳକା ରହିଯିବା ରସିଦ ବହି କିପରି ଭାବେ ବିନାଶ ବା (ନଷ୍ଟ) କରାଯିବ ,  ୬୬ ନିୟମରେ ଦର୍ଶାଯାଇଥିବା ଉପଦେଶ ଦୃଢଭାବେ ପାଳନ କରାଯିବ   ।
  2. ଯେଉଁମାନଙ୍କ ପାଖକୁ ରସିଦ ବହିଗୁଡିକ ବ୍ୟବହାର କରିବା ପାଇଁ ପ୍ରେରଣ କରାଯାଇଛି ସେମାନଙ୍କ ନାମ  ୧୦(ଖ) ରେଜିଷ୍ଟରରେ ଉଲ୍ଲେଖ କରାଯିବ   । ରେଜିଷ୍ଟରର ଚତୁର୍ଥ ସ୍ତମ୍ଭରେ ରସିଦ ଗ୍ରହିତାଙ୍କ ଦସ୍ତକ୍ଷତ ନେବାକୁ ହେବ   । ବ୍ୟବହୃତ ଆଂଶିକ ବ୍ୟବହୃତ ଓ ଅବ୍ୟବହୃତ ରସିଦଭି ରେଭିନ୍ୟୁ ଇନିସପେକ୍ଟରଙ୍କ ଠାରୁ ପାଇବା ପରେ ଉକ୍ତ ରେଜିଷ୍ଟରର ଷଷ୍ଠଠାରୁ ନବମ ସ୍ତମ୍ଭ ପୂରଣ କରାଯିବ ।
  3. ପ୍ରତ୍ୟେକ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖରେ ଯେ କୌଣସି ସମୟରେ ମୋଟ ରସିଦ ବହି ସଂଖ୍ୟା କଟାକ୍ଷ ମାତ୍ରେ ଜାଣିବା ପାଇଁ ରେଜିଷ୍ଟର ନଂ ୧୦(ଗ) ରେ ପ୍ରତି ରେଭିନ୍ୟୁ ଇନିସପେକ୍ଟରଙ୍କର ବ୍ୟକ୍ତିଗତ ହିସାବ ଭିନ୍ନ ଭିନ୍ନ ପୃଷ୍ଠାରେ ରଖାଯିବ   ।
  4. ତହସିଲ ଅଫିସର ପ୍ରଧାନ କିରାଣୀ (H.C) ଙ୍କ ବ୍ୟକ୍ତିଗତ ଦାୟିତ୍ଵରେ ରସିଦ ବହିଗୁଡିକ ତାଲା ଦେଇ ରଖାଯିବ  । ରସିଦ ବହିର କୌଣସି କ୍ଷତି ବା ନଷ୍ଟ ସକାଶେ ସେ କେବଳ ଦାୟୀ ରହିବେ   । ରସିଦ ବହି ରେଭିନ୍ୟୁ ଇନିସପେକ୍ଟରଙ୍କୁ ଅର୍ପଣ କରିବା ପୂର୍ବରୁ ରସିଦ ବହିରେ ଥିବା ପୃଷ୍ଠା ଗଣନା କରି ତତ ସମ୍ବନ୍ଧେ ଗୋଟିଏ ସାର୍ଟିଫିକେଟ ତହସିଲଦାରଙ୍କ ଦସ୍ତଖତରେ ବହିର ଉପର ମଲାଟରେ ଦିଆଯିବ   । ସାର୍ଟିଫିକେଟ ଅନୁଯାୟୀ ରସିଦ ବହିରେ ପୃଷ୍ଠା ଠିକଅଛି କି ନାହିଁ ରେଭିନ୍ୟୁ ଇନିସପେକ୍ଟର ମଧ୍ୟ ବହି ଗ୍ରହଣ ବେଳେ ପରୀକ୍ଷା କରି ସନ୍ତୋଷ ହେବେ   । ପରେ ରସିଦ ବହି ପୃଷ୍ଠାରେ କିଛି ପ୍ରଭେଦ ଥିବା ଦେଖାଗଲେ ସେ  (ରେଭିନ୍ୟୁ ଇନିସପେକ୍ଟର) କେବଳ ବ୍ୟକ୍ତିଗତ ଭାବେ ଦାୟୀ ରେହିବେ   । ରେଭିନ୍ୟୁ ଇନିସପେକ୍ଟର ନିଜେ ବ୍ୟବହାର କରୁଥିବା ଜମାଖର୍ଚ୍ଚ ରସିଦ ବହି ରେଜିଷ୍ଟର (Regr No XI) ଦାଖଲ ପରେ ରସିଦ ବହିଗୁଡିକ ରେଭିନ୍ୟୁ ଇନିସପେକ୍ଟରଙ୍କ ସ୍ଵହସ୍ତରେ ଯେତେଦୂର ସମ୍ଭବ ଅର୍ପଣ ଇନିସପେକ୍ଟରଙ୍କ ରସିଦ ବହି ଜମାଖର୍ଚ୍ଚ ରେଜିଷ୍ଟର (Register No-XI) ରେ ଅର୍ପଣ କରାଯାଇଥିବା  ବହିଗୁଡିକ ଦରଜ କରିବେ ଏବଂ ତହସିଲ ଅଫିସର ରସିଦ ବହି ଜମା ଖର୍ଚ୍ଚ ରେଜିଷ୍ଟରରେ ରେଭିନ୍ୟୁ ଇନିସପେକ୍ଟର  ନିଜେ ରସିଦ ବହି ଗ୍ରହଣ ନ କରନ୍ତି   ।  ତେବେ ରସିଦ ବହି ଗ୍ରହଣ ସକାଶେ ସେ କ୍ଷମତା ଦେଇଥିବା ବ୍ୟକ୍ତିଙ୍କୁ ତାହାଙ୍କ ନିଜ ଦାୟିତ୍ଵରେ ଦିଆଯାଇ ପାରିବ  । ରେଭିନ୍ୟୁ ଇନିସପେକ୍ଟରଙ୍କର କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କୁ ରସିଦ ବହି ଅର୍ପଣ କଲାବେଳେ ରସିଦ ବହି ଅର୍ପଣ କରି ଅଫିସର ଯେଉଁ ରେଭିନ୍ୟୁ ଇନିସପେକ୍ଟର ତରଫରୁ ବହିଗୁଡିକ ଅର୍ପଣ କରାଗଲା ତାହାଙ୍କ ନାମ ଉକ୍ତ ରେଜିଷ୍ଟରରେ ଲେଖି ରଖିବେ   । ରସିଦବହି ଅର୍ପଣକାରୀ ଅଫିସରଙ୍କ କର୍ତ୍ତବ୍ୟ ହେଉଛି ସେ ରେଭିନ୍ୟୁ ଇନିସପେକ୍ଟର ଯେବେ ତହସିଲ ଅଫିସକୁ ଆସନ୍ତି ସେହି ସମୟରେ ତାହାଙ୍କ ଦସ୍ତଖତ ଉକ୍ତ ରେଜିଷ୍ଟରରେ ନେବେ   । ରସିଦ ବହି ଅର୍ପଣହେବା ପରେ ପରେ ରେଜିଷ୍ଟର ନମ୍ବର ୧୦(ଖ)ଓ ୧୦ (ଗ) ଏକ ସମୟରେ ଦରଜ କରାଯିବ   ।

ରେଜିଷ୍ଟର ନଂ – ୧୧

ବାର୍ଷିକ ଖଜଣା ନିଷ୍କୃତି ରେଜିଷ୍ଟର

  1. ଏହା ରାଜସ୍ୱ ନିଷ୍କୃତି ବାର୍ଷିକ ରେଜିଷ୍ଟର   ।  ଏଥିରେ ପ୍ରତିକୂଳ ଋତୁ ଯୋଗୁଁ କ୍ଷତି ହୋଇଥିବା ଫସଲ ପାଇଁ ଦିଆଯାଇଥିବା ସାମୟିକ ନିଷ୍କୃତି ଅନ୍ତର୍ଭୁକ୍ତ କରାଯାଏ   ।
  2. ମୌଲିକ ଜଳକର, ଜଳସେସ,ନିଷ୍କୃତି ନିମ୍ନୋକ୍ତ କାରଣରୁ ପ୍ରଦାନ କରାଯାଇପାରେ   ।
  3. ଯଥା ସୟମରେ କୃଷି ସକାଶେ ଜଳ ଯୋଗାଯାଇ ନପରେ ଯଦି ଫସଲ ନଷ୍ଟ ହୁଏ   ।
  4. ଦୁର୍ବଳ ନାଲ ହେତୁ ଅତ୍ୟଧିକ ଜଳ ପ୍ରବେଶ ଦ୍ଵାରା ଫସଲ ଆଦି କ୍ଷତି ହୁଏ   ।
  5. ଧୋଇ,  ଝଡପବନ , ରୋଗ ବା କୌଣସି ଅସାଧାରଣ କାରଣରୁ ଯଦି ଫସଲ କ୍ଷତି ହୁଏ   ।  ଉପରୋକ୍ତ ତୃତୀୟ ଦଫାରେ ଦର୍ଶାଯାଇଥିବା କାରଣ ଯୋଗୁଁ ଯଦି ଫସଲ କ୍ଷତି ଘଟିଥାଏ ତେବେ ରାଜ୍ୟ ସରକାରଙ୍କର ନିର୍ଦ୍ଧିଷ୍ଟ ଆଦେଶ ବ୍ୟତୀତ ନିଷ୍କୃତ ଦିଆଯିବ ନାହିଁ   ।
  6. ଯେତେବେଳେ ଫସଲ କ୍ଷତି ବା ବିପଦର ଆଶଙ୍କା କରାଯାଏ , ସେତେବେଳେ ରେଭିନ୍ୟୁ ଇନିସପେକ୍ଟର ଯେଉଁ ଜମି ଫସଲ ନଷ୍ଟ ହେବାର ସମ୍ଭାବନା ଅଛି  । ତଦନ୍ତ କରି ଆନୁମାଣିକ କେତେ ଫସଲ ନଷ୍ଟ ହେବ ତହିଁରେ ଗୋଟିଏ ରିପୋର୍ଟ ତହସିଲଦାରଙ୍କ ପାଖକୁ ପଠାଇବେ   । ପଙ୍ଗପାଳ ଆକ୍ରମଣ ପରି ଯଦି ଅତର୍କିତ କାରଣରୁ ଫସଲ କ୍ଷତି ବା ବିପଦ ମାଡି ଆସେ ରେଭିନ୍ୟୁ ଇନିସପେକ୍ଟର ତତକ୍ଷଣାତ ଉକ୍ତ ଜମି ତଦନ୍ତ କରିବେ ଏବଂ ତହସିଲଦାରଙ୍କୁ ଗୋଟିଏ ରିପୋର୍ଟ ପଠାଇବେ   ।  କିନ୍ତୁ ଉକ୍ତ ଦାୟିତ୍ଵରୁ ତହସିଲଦାରଙ୍କୁ ଗୋଟିଏ ରିପୋର୍ଟ ପଠାଇବେ   ।  କିନ୍ତୁ ଉକ୍ତ ଦାୟିତ୍ଵରୁ ତହସିଲଦାର ମୁକ୍ତି ପାଇପାରିବେ ନାହିଁ ଏବଂ ସେ ସମସ୍ତ ଘଟନାରେ ରେଭିନ୍ୟୁ ଇନିସପେକ୍ଟରଙ୍କ ରିପୋର୍ଟକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ   । କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ଯେତେବେଳେ ଫସଲ ନଷ୍ଟ ଓ ବିପଦର ଆଶଙ୍କା ଦ୍ରୁଷ୍ଟିଗୋଚର ହୁଏ   । ଉପରୋକ୍ତ ପ୍ରଣାଳୀରେ କାର୍ଯ୍ୟାନୁଷ୍ଠାନ ସକାଶେ ସମ୍ପୃକ୍ତ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଆଦେଶ ଦେବେ ଏବଂ ଆଦେଶ ଦେବା ସପ୍ତାହକ ମଧ୍ୟରେ ରେଭିନ୍ୟୁ ଇନିସପେକ୍ଟରଙ୍କ ରିପୋର୍ଟ ପାଇବା ପାଇଁ ଚେଷ୍ଟା କରିବେ   । ତହସିଲଦାର ଯଥାର୍ଥ ଭାବେ ବିଷୟଟି ଉପଲ୍ଲବ୍ଧ  ସକାଶେ ରେଭିନ୍ୟୁ ଇନିସପେକ୍ଟରଙ୍କ ରିପୋର୍ଟ ସାରଗର୍ଭକ ହୋଇଥିବା ଆବଶ୍ୟକ   ।  ଯେଉଁ ଆଞ୍ଚଲରେ ଫସଲହାନି ବା ବିଫଳ ହୋଇଛି ରେଭିନ୍ୟୁ ସୁପରଭାଇଜର ଓ ତହସିଲଦାର ସେହି ଅଞ୍ଚଳରେ ଶତକଡା  , କେତେକାଂଶ ସରଜାମିନ ତଦନ୍ତ କରିବାକୁ ପଡିବ   ।  ତହସିଲଦାର ସର୍ବନିମ୍ନ ଶତକଡା ୧୫ ଭାଗ ଓ ରେଭିନ୍ୟୁ ସୁପରଭାଇଜର ଶତକଡା  ୫୦ ଭାଗ ତଦନ୍ତ କରିବା ଉଚିତ  । ତହସିଲଦାର ତଦନ୍ତ ପରେ ରେଭିନ୍ୟୁ ଇନିସପେକ୍ଟରଙ୍କର ରିପୋର୍ଟ ବାସ୍ତବିକ ନିର୍ଭୁଲ ବୋଲି ସନ୍ତୁଷ୍ଟ ହେଲେ ସେ ଗୋଟିଏ ରେଭିନ୍ୟୁ ମିସକେଶ ଆରମ୍ଭ କରିବେ ଏବଂ ନିଷ୍କୃତ ଆଦେଶ ପାଇବା ପାଇଁ ଉପଯୁକ୍ତ ପ୍ରଣାଳୀରେ କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିକଟକୁ ପ୍ରେରଣ କରିବେ   ।
  7. ବ୍ୟକ୍ତିଗତ ଦରଖାସ୍ତ ନିଷ୍କୃତି ସକାଶେ ତହସିଲଦାରଙ୍କ ନିକଟରେ ଉପସ୍ଥାପିତ କରିବାକୁ ହେବ   ।  ତଦନ୍ତ ସକାଶେ ତହସିଲଦାର ଉକ୍ତ ଦରଖାସ୍ତର ଗୋଟିଏ ନକଲ ରେଭିନ୍ୟୁ ଇନିସପେକ୍ଟରଙ୍କ ନିକଟକୁ ପଠାଇବେ   । ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କ ଆଦେଶ ପାଇବାର ସାତଦିନ ଭିତରେ ସେ ତାହାଙ୍କ ରିପୋର୍ଟ ଦାଖଲ କରିବେ   ।  ପ୍ରଜାର ଅବହେଳାରୁ କିମ୍ବା ତାହାଙ୍କ ଦକ୍ଷତା ଅତିକ୍ରମ କରି ଫସଲ ହାନି ହୋଇଛି ସେ ତାଙ୍କ ରିପୋର୍ଟରେ ବିଶଦ ଦର୍ଶାଇବେ   । ଏ ସଂକ୍ରାନ୍ତ ରିପୋର୍ଟ ଗୁଡିକ ରେଭିନ୍ୟୁ ସୁପରଭାଇଜରଙ୍କ ଜରିଆରେ ପଠାଯିବ   । ତହସିଲଦାର ନିଷ୍କୃତ ସକାଶେ ସୁପାରିସ କରିବା ପୂର୍ବରୁ ସରଜମିନ ତଦନ୍ତ କରିବେ ଏବଂ ତତପରେ ତାଙ୍କର ସୁପାରିସପତ୍ର କ୍ଷମତାପ୍ରାପ୍ତଧିକାରୀ ଅର୍ପଣ କରିବେ   ।
  8. ପରିଶିଷ୍ଟ “ ଗ” ର “ ଙ” (E) ଫର୍ମରେ ଦୁଇଟି ନକଲର ନିଷ୍କୃତି ଆଦେଶ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ପଠାଯିବ ।
  9. ରେଭିନ୍ୟୁ ଇନିସପେକ୍ଟର ଏଥିରେ ଗୋଟିଏ ନକଲ ତାଙ୍କର ସଂରକ୍ଷଣ ନଥିରେ ରଖିବେ ଓ ଅନ୍ୟ ନକଲ ଖଣ୍ଡିକ ପ୍ରାପ୍ତିସ୍ଵୀକାର ସ୍ୱରୂପ ତହସିଲଦାରଙ୍କ ନିକଟକୁ ପଠାଇଦେବେ   ।  ରେଜିଷ୍ଟର ନମ୍ବର II ଓ X ର ସମ୍ପୃକ୍ତ ସ୍ତମ୍ଭଗୁଡିକ ଉକ୍ତ ଆଦେଶାନୁଯାୟୀ ପୂରଣ କରାଗଲା ବୋଲି ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କ ନିକଟକୁ ପଠାଇବା ନକଲ ଖଣ୍ଡିକରେ ଲେଖିଦେବେ   ।
  10. ସରକାରଙ୍କ ସିଦ୍ଧାନ୍ତ ପରେ କେବଳ ସମୂହ ଘଟଣାରେ ସର୍ବସାଧାରଣ ଖଜଣା ନିଷ୍କୃତି ଦିଆଯିବ  । ସ୍ଥାନୀୟ କର୍ମଚାରୀମାନେ ନିଷ୍କୃତ ସକାଶେ ସୁପାରିସ କଲାବେଳେ ସରକାରଙ୍କ ମଞ୍ଜୁର ପ୍ରତ୍ୟାଶାରେ ରାଜସ୍ୱ ଛାଡ ପରିପାରିବେ ନାହିଁ   ।  କୌଣସି ଗୋଟିଏ ତହସିଲଦାର ଏକ କୃଷି  ବର୍ଷ ସକାଶେ ବିଭିନ୍ନ ପ୍ରାଧିକାରୀଙ୍କ ନିଷ୍ପତ୍ତି ଦେବା ପାଇଁ କି କ୍ଷମତା ଅଛି ତାହା ନିମ୍ନରେ ଦର୍ଶାଯାଇଛି  ।
  11. କଲେକ୍ଟର

    ଟ ୧୦୦ ଟଙ୍କା ପର୍ଯ୍ୟନ୍ତ

    ରେଭିନ୍ୟୁ ଡିଭିଜିନାଲ କମିଶନର

    ଟ ୫୦୦ ଟଙ୍କା ପର୍ଯ୍ୟନ୍ତ

    ରେଭିନ୍ୟୁ ବୋର୍ଡ

    ଟ ୨,୦୦୦ ଟଙ୍କା ପର୍ଯ୍ୟନ୍ତ

    ସରକାର

    ଟ ୨,୦୦୦ ଟଙ୍କା ରୁ ଉର୍ଦ୍ଧ୍ଵ

  12. ତଉଜି ରେଜିଷ୍ଟରରେ ଏ ସଂକ୍ରାନ୍ତ ନିଷ୍କୃତି ସମ୍ମିଳିତ କରିବା ପାଇଁ  ୧୦୩ ଧାରାରେ ନିର୍ଦ୍ଦେଶିତ ହୋଇଥିବା ପ୍ରଣାଳୀ ଅବଲମ୍ବନ କରିବାକୁ ହେବ  ।

ରେଜିଷ୍ଟର ନଂ -୧୨ (କ)

  1. ଟେନାଣ୍ଟସ ଲେଜରରେ ଦର୍ଶଯାଇଥିବା ସମସ୍ତ ପ୍ରକାର , ରାଜସ୍ୱ ତହସିଲ ସ୍ତରରେ ଦର୍ଶାଯିବା ପରେ ଏହି ରେଜିଷ୍ଟର ଉଦ୍ଧିଷ୍ଟ   । ରେଜିଷ୍ଟରରେ ହସିଆବ ମୌଜାୱାରି ରଖାଯାଏ ଏବଂ ବର୍ଷ ସେସରେ ମୌଜାର ପୂର୍ବ ବର୍ଷର ନିର୍ଦ୍ଧାରିତ ଦାବି ଚଳିତ ବର୍ଷ ଦାବି ରୂପେ ଉକ୍ତ ରେଜିଷ୍ଟରକୁ ଆଣିଜୀବ  । ବର୍ଷ ଭିତରେ ଜମାରେ ଯୋଗ ବା ବିୟୋଗ ହେଲେ ରେଜିଷ୍ଟର ନମ୍ବର  ୧ ଓ ୩ ରେ ଥରକୁ ଥର ଉଲ୍ଲେଖ କରାଯିବ ଏବଂ  ୧୦୧ ଓ ୧୦୬ ଧାରାରେ ଦର୍ଶାଯାଇଥିବା ପ୍ରଣାଳୀ ଅନୁଯାୟୀ ବର୍ଷ ଶେଷରେ ମୌଜାର ଦାବିରେ କେତେ ପ୍ରକୃତ ପରିବର୍ତ୍ତନ ହୋଇଛି ହିସାବ କରାଯାଏ   । ରେଜିଷ୍ଟରରେ ଉଲ୍ଲେଖ ହୋଇଥିବା ଲେଖା ତହସିଲ ଅଫିସରେ ପ୍ରଧାନ କିରାଣୀଙ୍କ ସ୍ଵାକ୍ଷରରେ ଅନୁମୋଦନ କରାଯିବ  । ରେଜିଷ୍ଟର ନମ୍ବର  ୧ ଓ ୩ ର ସମ୍ପୃକ୍ତ ପୃଷ୍ଠା ନମ୍ବର ଏହି ରେଜିଷ୍ଟର ସଂଶୋଧନ ସପେକ୍ଷ ଉଲ୍ଲେଖ କରାଯିବ  ।
  2. ଉକ୍ତ ରେଜିଷ୍ଟରରେ ପ୍ରତ୍ୟେକ ମୌଜାର ପ୍ରତି ଥରର ଅସୁଲ ପୂରଣ ସକାଶେ ଯଥେଷ୍ଟ ପୃଷ୍ଠା ଛଡାଯିବା ଆବଶ୍ୟକ  । ମୌଜା ଗୁଡିକର କ୍ରମିକ ନମ୍ବର ଦିଆଯିବ ଓ ସର୍କଲୱାରି ସଜାଜୀବ  ।  ମୌଜାର କ୍ରମିକ ନମ୍ବରକୁ ମୌଜାର ତୌଜି ନମ୍ବର ରୂପେ ନିଆଯିବ  ।  ଯେତେବେଳେ ଯାହା ଅସୁଲି ରେଭିନ୍ୟୁ ଇନିସପେକ୍ଟରଙ୍କ ଠାରୁ ପାଇବେ ଉକ୍ତ ରେଜିଷ୍ଟରରେ ପୂରଣ କରିବେ  ।  ଏହି କାରଣରୁ କୋଷାଧ୍ୟକ୍ଷ ରେଭିନ୍ୟୁ ଇନିସପେକ୍ଟରଙ୍କ ଠାରୁ ପାଇଥିବା ଟଙ୍କାର ଚାଲାଣ ତଉଜି କିରାଣୀଙ୍କ ପାଖକୁ ପଠାଇଦେବେ ଏବଂ ଉକ୍ତ ଚାଲାଣରେ ସେ ଲେଖିଦେବେ ଯେ ଚାଲାଣରେ ଦର୍ଶାଯିବା ଟଙ୍କା ସେ ପାଇଛନ୍ତି ଓ ରେଭିନ୍ୟୁ ଇନିସପେକ୍ଟରଙ୍କୁ ସେ ଚାଲାଣରେ ଦର୍ଶାଯିବା ଟଙ୍କା ସେ ପାଇଛନ୍ତି ଓ ରେଭିନ୍ୟୁ ଇନିସପେକ୍ଟରଙ୍କୁ ଉକ୍ତ ଟଙ୍କା ସକାଶେ ରସିଦ ଦେଇଛନ୍ତି , ରସିଦ ନମ୍ବର ଓ ତାରିଖ ସେହି ଚାଲାଣରେ ସଦାସର୍ବଦା ଲେଖିବାକୁ ପଡିବ   ।  ରସିଦ ନମ୍ବର ଓ ତାରିଖ ଚାଲାଣରେ ଲେଖା ଯାଇ ନଥିଲେ ତଉଜି ବିଭାଗ ଚାଲାଣଟିକୁ ବିଶୁଦ୍ଧ ବୋଲି ଧରିବେ ନାହିଁ   । ଟଙ୍କା ପାଇଁ ରସିଦ ଦେବା ପୂର୍ବରୁ ଚାଲାଣରେ ଗାଣିତିକ ହିସାବ ପାଇଁ କୋଷଦକ୍ଷ କେବକ ଦାୟୀ ଅଟନ୍ତି   । କୌଣସି  ତ୍ରୁଟି ଦେଖାଗଲେ ସେ କେବଳ କଇଫୟ ଦେବେ   ।  ଚାଲାଣରେ କୌଣସି ଗଣାଇତିକ ତ୍ରୁଟି ଥିଲେ ତଉଜି କିରାଣୀ ତାହା ଗ୍ରହଣ କରିବେ ନାହିଁ ଓ ଉକ୍ତ ତ୍ରୁଟି ମାର୍ଜିତ ନ ହେବା ପର୍ଯ୍ୟନ୍ତ ତଉଜି ବିଭାଗ ତଉଜି ରେଜିଷ୍ଟରରେ ଅସୁଲ ପୂରଣ ସକାଶେ କ୍ଷମତା ନାହିଁ   ।  ଜମା ସୁଲ ବକେୟା ଷ୍ଟେଟମେଣ୍ଟ ପ୍ରେରଣାର ସୁବିଧା ସକାଶେ ସଦାସର୍ବଦା ମାସିକ ଖଜଣା ଅସୁଲ ନୋଟ କରାଯିବ  । ପ୍ରତି ମାସରେ ମଧ୍ୟ କ୍ରମବର୍ଦ୍ଧନଶୀଳ ଆଉସଲ ଖଜଣାର ମୋଟ ହିସାବ ବାହାର କରାଯିବ  ।

ରେଜିଷ୍ଟର ନଂ-୧୨(ଖ)

ବିବିଧ ରାଜସ୍ୱ ତଉଜି ରେଜିଷ୍ଟର

ଯେକୌଣସି ବର୍ଷର ପରିବର୍ତ୍ତନଶୀଳ ରାଜସ୍ୱ ସମ୍ବନ୍ଧୀୟ ଜମା ବର୍ଷ ଶେଷରେ କେବଳ ଜଣାଯିବ   । ବର୍ଷ ଶେଷ ନ ହେବା ଏହି ରେଜିଷ୍ଟରରେ ଜମା ପୂରଣ ସକାଶେ ଉଦ୍ଦିଷ୍ଟ ଥିବା ସମସ୍ତ ସ୍ତମ୍ଭ ପୂରଣ କରାଯାଇ ପାରିବ ନାହିଁ   ।  ସେ ଦାବି ବାହାର କରିବା ପାଇଁ ବର୍ଷ ଶେଷରେ  ୧୧୧,୧୧୩, ଓ ୧୧୫ ଧାରାରେ ଦର୍ଶାଯାଇଥିବା ପ୍ରଣାଳୀରେ କାର୍ଯ୍ୟାନୁଷ୍ଠାନ କରାଯିବ  । ଯେହେତୁ ବର୍ଷର ଶେଷ ମାସରେ ପ୍ରକୃତ ଜମା ଜଣାଯିବ   । ରେଜିଷ୍ଟର ନଂ  ୧୨ “ କ” ରେ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଣାଳୀରେ ଏହି ରେଜିଷ୍ଟର ପୂରଣ କରାଯିବ  ।

ରେଜିଷ୍ଟର ନଂ-୧୩

ସରକାରୀ ଭୂରାଜସ୍ୱ ଅସୁଲ ବକେୟା

  1. ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଅସୁଲ ହୋଇ ତହସିଲ ଅଫିସରେ ଦାଖଲ ହୋଇଥିବା ସମସ୍ତ ରାଜସ୍ୱର ହିସାବ ରଖିବା ପାଇଁ ଏହି ରେଜିଷ୍ଟରଟି ଉଦ୍ଧିଷ୍ଟ ।  ଏହା କୋଷାଧ୍ୟକ୍ଷଙ୍କ ଦ୍ଵାରା ପୂରଣ କରାଯିବ  । ତହସିଲ ଅଫିସରେ ସମସ୍ତ ଖଜଣା ଦାଖଲ କରି ରେଭିନ୍ୟୁ ଇନିସପେକ୍ଟର ଖଣ୍ଡିଏ ରସିଦ ବିବିଧ ରସିଦ ଫର୍ମରେ ପାଇବା ପାଇଁ ହକଦାର  । ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ପ୍ରଦତ୍ତ ଚାଲାଣ ସହ ଖଜଣା କୋଷାଧ୍ୟକ୍ଷ ଗ୍ରହଣ କରିବେ ଏବଂ ଏହି ରେଜିଷ୍ଟରଟି ପ୍ରଥମେ ପୂରଣ କରି ତଉଜି ବିଭାଗକୁ ସେଠାରୁ ରେଜିଷ୍ଟର ପୂରଣ ପାଇଁ ପଠାଇଦେବେ   ।  ନିୟମିତ ଭାବେ ଦୈନିକ ଓ ମାସିକ ମୋଟ ଅସୁଲ ଖଜଣାର ହିସାବ କରିବାକୁ ହେବ   ।  ନିୟମିତଭାବେ ଦୈନିକ ଓ ମାସିକ ମୋଟ ଅସୁଲ ଖଜଣାର ହିସାବ କରିବାକୁ ହେବ  । ମାସିକ ଜମା ବକେୟା ଅସୁଲ ରିଟର୍ଣ୍ଣ ପଠାଇବା ପୂର୍ବରୁ ତଉଜି ବିଭାଗର ମୋଟ ଅସୁଲ ସହ ଉକ୍ତ ରେଜିଷ୍ଟରର ମାସିକ ମୋଟ ମେଳ କରାଯିବ  । ଉକ୍ତ ମେଳର ନିଦର୍ଶନ ସ୍ୱରୂପ ତଉଜି ବିରାଣୀ ଓ କୋଷାଧ୍ୟକ୍ଷ ଅଫିସ ନକଲରେ ଦସ୍ତଖତ କରିବେ   । ଯଦି କୌଣସି ପ୍ରଭେଦ ହିସାବରେ ଦେଖାଯାଏ ରିଟର୍ଣ୍ଣଟି ପଠାଇବା ପୂର୍ବରୁ ତାହା ମୀମାଂସା କରିବାକୁ ହେବ ଏବଂ ଏହି ମୀମାଂସା କରିବା ଦାୟିତ୍ଵ ତହସିଲ ଅଫିସର ପ୍ରଧାନ କିରାଣୀଙ୍କର ଦାୟିତ୍ଵ ଅଟେ   ।  ମାସିକ ରିଟର୍ଣ୍ଣର ଅଫିସ ତହସିଲ ଅଫିସର ପ୍ରଧାନ କିରାଣୀଙ୍କର ଦାୟିତ୍ଵ ଅଟେ  ।  ମାସିକ ରିଟର୍ଣ୍ଣର ଅଫିସ ନକଲ ଖଣ୍ଡିକ ପରୀକ୍ଷା ଓ ମଞ୍ଜୁରୀ ସକାଶେ ତହସିଲଦାରଙ୍କୁ ସମର୍ପଣ କରିବା ପୂର୍ବରୁ ତଉଜି ହିସାବ ଓ କୋଷାଧ୍ୟକ୍ଷଙ୍କ ହିସାବ ସହ ମେଳ କରାଇ ସମସ୍ତ ପ୍ରଭେଦ ମୀମାଂସା କରାଯାଇଛି ବୋଲି ପ୍ରଧାନ କିରାଣୀ ସେଥିରେ ଗୋଟେ ସାର୍ଟିଫିକେଟ ଦେବେ   ।
  2. ଚାଲାଣଗୁଡିକ କ୍ରମାନ୍ଵୟରେ ସାଇତି ରଖାଯିବ ଓ ସମୀକ୍ଷା ବେଳେ ସେସବୁ ଉପସ୍ଥାପିତ କରିବାକୁ ହେବ   । ସେ ସମସ୍ତ ୬ ବର୍ଷଯାଏ ସାଇତି ରଖାଯିବ କିନ୍ତୁ ସମ୍ପୃକ୍ତ ବର୍ଷର ହିସାବ ସମୀକ୍ଷା ନ ହେବା ପର୍ଯ୍ୟନ୍ତ ଏବଂ ସମୀକ୍ଷା ରିପୋର୍ଟର ଉତ୍ତର ନ ଦେବା ପର୍ଯ୍ୟନ୍ତ ଚାଲାଣଗୁଡିକ ନଷ୍ଟ କରାଯାଇ ପାରିବ ନାହିଁ   ।  ଚାଲାଣଗୁଡିକ ନଷ୍ଟ କରାଯିବା ପୂର୍ବରୁ ତହସିଲଦାର ନିଜେ ସନ୍ତୋଷ ହେବେ ଯେ କୌଣସି ହିସାବ ସ୍ଥଗିତ ନାହିଁ   ଯେଉଁଥିପାଇଁ ଚାଲାଣଗୁଡିକ ଆବଶ୍ୟକ ପଡିବ  ।

ରେଜିଷ୍ଟର ନଂ – ୧୪

ତହସିଲ ଅଫିସର ସହକାରୀ ରାଜସ୍ୱ ରେଜିଷ୍ଟର

  1. ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ୱ୍ରା ଅସୁଲ ହୋଇଥିବା ସମସ୍ତ ରାଜସ୍ୱର ହିସାବ ସକାଶେ ରେଜିଷ୍ଟର ନମ୍ବର ୧୨ “କ” ଓ ୧୨ “ଖ” ଉଦ୍ଧିଷ୍ଟ  ।  ରଭିନ୍ୟୁ ଇନିସପେକ୍ଟରଙ୍କ ହିସାବରେ ଦର୍ଶାଯାଇ ନ ଥିବା ସମସ୍ତ ରାଜସ୍ୱ ସକାଶେ ଏହି  ୧୪ ନମ୍ବର ରେଜିଷ୍ଟର ଉଦ୍ଧିଷ୍ଟ   ।  ମନିଅର୍ଡର ଦ୍ଵାରା ତହସିଲ ଅଫିସକୁ ପ୍ରଜା ପଠାଇବା ଖଜଣା  ଅବଶେଷରେ ୧୨ “କ” ରେଜିଷ୍ଟରରେ ଅନ୍ତର୍ଭୁକ୍ତ ହୁଏ  ।  କିନ୍ତୁ ଅମିନ ଫି ବା ସ୍ଥାୟୀ ପଟ୍ଟା ସଂକ୍ରାନ୍ତ ସଲାମୀ ଉକ୍ତ ରେଜିଷ୍ଟରରେ ଉଲ୍ଲେଖ କରାଯାଏ   ।  ଆଦାୟ ହୋଇଥିବା ଖଜଣା ୧୨ “କ” ଓ ୧୨ “ ଖ”  କିମ୍ବା  ୧୪ ନମ୍ବର ରେଜିଷ୍ଟରରେ ଉଲ୍ଲେଖ ହେବ କି ନାହିଁ ବିଚାର କରିବାକୁ ହେଲେ ସାଧାରଣ କାର୍ଯ୍ୟକ୍ରମରେ ଉକ୍ତ ଖଜଣା ଆଦାୟ କରିବା ଭାର ରେଭିନ୍ୟୁ ଇନିସପେକ୍ଟରଙ୍କର ଅଛି କି ନାହିଁ ଦେଖିବାକୁ ହେବ  । ଏହି ରେଜିଷ୍ଟର ମୌଜୱାରି ବ୍ୟବହାର କରିବା ଆବଶ୍ୟକ ନାହିଁ   ।  ମୋଟ ଉପରେ ଏହା ତହସିଲର ଗୋଟିଏ ସର୍ବସାଧାରଣ ରେଜିଷ୍ଟର   ।  କୌଣସି ସର୍କଲ ବା ମୌଜାକୁ ଲକ୍ଷ୍ୟ ନ କରି ଆଦାଯ ଟଙ୍କା ସୁଯୋଗ ଅନୁଯାୟୀ ଉକ୍ତ ରେଜିଷ୍ଟରରେ ପୂରଣ କରାଯିବ  ।  କୋଷାଧ୍ୟକ୍ଷ ଦେବାକୁ ହେବ ଏବଂ ଟଙ୍କା ଦେବା ବ୍ୟକ୍ତିଙ୍କୁ ଓଡିଶା ଟ୍ରେଜେରୀ କୋର୍ଡ (OTC) ଫର୍ମ ନମ୍ବର ୫ରେ ଗୋଟିଏ ବିବିଧ ରସିଦ ଦିଆଯିବ   । ମାସୱାରି ମୋଟ ଅସୁଲ ଓ କ୍ରମବର୍ଦ୍ଧନ ମୋଟ ଅସୁଲ ନିରୂପଣ କରାଯିବ  । ଏହା ସ୍ପଷ୍ଟଭାବେ ଜାଣିବାକୁ ହେବ ଯେ ଏ ସମସ୍ତ ଘଟଣାରେ ଅସୁଲ ଯାହା ଜମା ବି ତାହା ଏବଂ ତଦନୁଯାୟୀ ରିଟର୍ଣ୍ଣରେ ସେହି ଜମା ଅସୁଲ ଦର୍ଶାଯିବ   ।
  2. ତହସିଲ ଅଫିସରେ ଥିବା କ୍ୟାସବୁକ ଓ ସହକାରୀ ରେଜିଷ୍ଟରଗୁଡିକର ନିର୍ବାହ ସକାଶେ ଓଡିଶା ନିଜାରତ ମାନୁଏଲ,୧୯୬୩ ର ନିୟମ ୪୬ ରୁ ୫୦ ପ୍ରଯୁଜ୍ୟ ହେବ   । କ୍ୟାସବୁକ ପାଇଁ ରେଜିଷ୍ଟର ନମ୍ବର ୧୪ ଏକ ସହାୟକ ରେଜିଷ୍ଟର ରୂପେ ବ୍ୟବହାର ହେବ ଓ ଏହି ରେଜିଷ୍ଟରରେ ଗ୍ରହଣ କରାଯାଉଥିବା ଦୈନନ୍ଦିନ ମୋଟ ଜମା କଟାଯାଇ କ୍ୟାସବୁକକୁ ନିଆଯିବ  । ଏହି ରେଜିଷ୍ଟରରେ IX ଶିରୋନାମାରେ ଭୂରାଜସ୍ୱ ବିବିଧ ରାଜସ୍ୱ ରୂପେ ଦର୍ଶଯାଇ ଉଲ୍ଲେଖ କରାଯିବ ଏବଂ ଅନ୍ୟାନ୍ୟ ବିବିଧ ଅସୁଲ ଓଡିଶା ନିଜାରତ ମାନଉଏଲର ନିୟମ  ୬୦ ଉପନିୟମ  (୧) ଅନୁଯାୟୀ ବିବିଧ ଆୟ ରେଜିଷ୍ଟରରେ ଉଲ୍ଲେଖ କରାଯିବ   ।
  3. ଟ୍ରେଜେରୀ ସହ ଟଙ୍କା କାରବାର ସକାଶେ ଗୋଟିଏ ଟ୍ରେଜେରୀ ପାସ ବହି ବ୍ୟବହାର କରିବାକାଉ ହେବ ଏବଂ ଟ୍ରେଜେରୀ ପାସ ବହିରେ ଉଲ୍ଲେଖ ନ ଥିବା ଟଙ୍କା କ୍ୟାସ ବହିରେ ଲେଖାଯାଇ ପାରିବ   ନାହିଁ  ।  ଏହାର ସଠିକ ବ୍ୟବହାର କରିବା ପାଇଁ ତହସିଲ ଅଫିସର ପ୍ରଧାନ କିରାଣୀ ଦାୟୀ ଅଟନ୍ତି   । ଟ୍ରେଜେରୀ ପାସ ବହି ବ୍ୟବହାର କରିବାରେ କୌଣସି ବାଧାହେଲେ ତତକ୍ଷଣାତ ତହସିଲଦାରଙ୍କ ଦ୍ରୁଷ୍ଟିକୁ ଆଣିବେ ଏବଂ ଟ୍ରେଜେରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଯଦି କିଛି ବାଧା ପଡେ ତହସିଲଦାର କଲେକ୍ଟରଙ୍କ ନାମ ଓ ଠିକଣାରେ ପତ୍ର ଦେଇ ତାହାଙ୍କ ଦ୍ରୁଷ୍ଟିକୁ ଆଣିବେ ଏବଂ ଏହି ପାସ ବହି ନିୟମିତ ବ୍ୟବହାର ପାଇଁ କଲେକ୍ଟର ସୁନିଶ୍ଚିତ ହେବା ପର୍ଯ୍ୟନ୍ତ କଲେକ୍ଟରଙ୍କୁ ସ୍ମରଣପତ୍ର ପ୍ରତି ସପ୍ତାହରେ ପଠାଉଥିବେ   ।
  4. ତହସିଲଦାର ସଂଲଗ୍ନଥିବା ସବଟ୍ରେଜେରୀରେ ଏହି ରେଜିଷ୍ଟରକୁ ସହକାରୀ ରେଜିଷ୍ଟର ରୂପେ ଧରାଯିବ   । ରେଭିନ୍ୟୁ ଇନିସପେକ୍ଟରଙ୍କ ଠାରୁ ଭୂ-ରାଜସ୍ୱ ଦାଖଲ ସକାଶେ ପାଇଲେ ଚାଲାଣର ମୋଟ ଇତ୍ୟାଦି ହିସାବ ଯାଞ୍ଚ କରି ଖଜଣା ଗ୍ରହଣ ସକାଶେ ସବଟ୍ରେଜେରୀରୁ ପଠାଯିବ  ।  ସବଟ୍ରେଜେରୀ ଟଙ୍କା ଗ୍ରହଣ କରିବା ପରେ ସରାଫଙ୍କ ଦ୍ଵାରା ଅନୁମୋଦନ ଅନ୍ତେ ଏହା ଗୌଣ ରେଜିଷ୍ଟରରେ ଦରଜ କରାଯିବ ଏବଂ ସବଟ୍ରେଜେରୀ ଅଫିସଙ୍କ ଦସ୍ତଖତ ସକାଶେ ଉପସ୍ଥାପନ କରାଯିବ   ।  ଏହି ଗୌଣ ରେଜିଷ୍ଟରରେ ଦୈନିକ ମୋଟ ଟ୍ରେଜେରୀ ରେଜିଷ୍ଟରକୁ ନିଆଯିବ  ।

ରେଜିଷ୍ଟର ନଂ – ୧୫

ରାଜସ୍ୱ ଗଚ୍ଛିତ ରେଜିଷ୍ଟର

ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଅସୁଲ ଯୋଗ୍ୟ ଖଜଣା ରେଭିନ୍ୟୁ ଇନିସପେକ୍ଟର ବ୍ୟତୀତ ଅନ୍ୟ କୌଣସି ସଂସ୍ଥାରେ ଅସୁଲ ହେଲେ ଏହି ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ  ।  ରେଭିନ୍ୟୁ ଇନିସପେକ୍ଟରଙ୍କୁ ଦିଆଯାଇଥିବା ରସିଦ ବହି ବ୍ୟତୀତ ଯଦିଚ ମନିଅର୍ଡର ଜରିଆରେ ତହସିଲ ଅଫିସ ଗ୍ରହଣ କାଲେ କିମ୍ବା ପ୍ରଜାଦ୍ଵାରା ତହସିଲ ଅଫିସରେ ଦାଖଲ ହେଲେ ଏହି ରେଜିଷ୍ଟରରେ ଉଲ୍ଲେଖ କରାଯିବ   । ଟଙ୍କା ମନିଅର୍ଡର ଦ୍ଵାରା ଗ୍ରହଣ କାଲେ ସ୍ଵତନ୍ତ୍ର ରସିଦ ଦେବା ଆବଶ୍ୟକ ନାହିଁ   । ଟଙ୍କା ପ୍ରେରିତ ବ୍ୟକ୍ତିଙ୍କ ସକାଶେ ମନିଅର୍ଡର ଫର୍ମରେ ଦେବା ସ୍ଵୀକାର ପତ୍ର ଯଥେଷ୍ଟ ଅଟେ   । କିନ୍ତୁ ପ୍ରଜା ତହସିଲ ଅଫିସରେ ଟଙ୍କା ଦାଖଲ କଲେ Miscellaneous ରସିଦ ଫର୍ମରେ ଖଣ୍ଡେ ରସିଦ ପାଇବେ  । ଉକ୍ତ ଟଙ୍କା ରାଜସ୍ୱ ଗଚ୍ଛିତ ରେଜିଷ୍ଟରରେ ଓ କ୍ୟାସ ବହିରେ ତତକ୍ଷଣାତ , ଉଲ୍ଲେଖ କରାଯିବ   । ଟଙ୍କା ସଂପୂର୍ଣ୍ଣରୂପେ ଗ୍ରହଣ ଯୋଗ୍ୟ ନ ହେବା ପର୍ଯ୍ୟନ୍ତ ଟ୍ରେଜେରୀରେ ଦାଖଲ କରାଯାଇ ପାରିବ ନାହିଁ   । ଟଙ୍କା ପାଇବା ସଙ୍ଗେ ସଙ୍ଗେ ତାହା ଗ୍ରହଣ ଯୋଗ୍ୟ କି ନୁହେଁ ଆବଶ୍ୟକୀୟ ରେଜିଷ୍ଟର ଦେଖି ରିପୋର୍ଟ କରିବା ପାଇଁ ସମ୍ପୃକ୍ତ ରେଭିନ୍ୟୁ ଅଫିସରଙ୍କୁ ପଚରାଯିବ   ।  ତହସିଲଦାରଙ୍କ ଠାରୁ ପତ୍ର ପାଇ ରେଭିନ୍ୟୁ ଇନିସପେକ୍ଟର ସାତଦିନ ଭୀତରେ ସେ ତାଙ୍କ ରିପୋର୍ଟ ଅରପଣ କରିବେ  । ରେଭିନ୍ୟୁ ଇନିସପେକ୍ଟରଙ୍କର ରିପୋର୍ଟରୁ ଯଦି ଜଣାଯାଏ ଯେ ଉକ୍ତ ଟଙ୍କା ଗ୍ରହଣ ଯୋଗ୍ୟ , ତେବେ ତାହା  ୧୩ ନମ୍ବର ରେଜିଷ୍ଟରରେ ଉଲ୍ଲେଖ କରିବେ   । ପରିଶିଷ୍ଠ “ ଗ” ର “ ଝ” (I) ଫର୍ମରେ କୋଷାଧ୍ୟକ୍ଷ ଚାଲାଣ ତୟାରି କରିବେ ଏବଂ ତାହା ତୌଜି ରେଜିଷ୍ଟରରେ ପୂରଣ ପାଇଁ ତଉଜି ବିଭାଗକୁ ପଠାଇ ଦେବେ   ।  ସବୁ ଦ୍ରୁଷ୍ଟିରୁ ଏହି ଚାଲାଣଟି ରେଭିନ୍ୟୁ ଇନିସପେକ୍ଟର ଦ୍ଵାରା ଟଙ୍କା ଦାଖଲ ରୂପେ ଗ୍ରହଣ କରାଯିବ   ।  ଯଦି ଟଙ୍କା ଗ୍ରହଣ ଯୋଗ୍ୟ ନୁହେଁ ତେବେ   ମନିଅର୍ଡର ଖର୍ଚ୍ଚ ବାଦ ଦେଇ ଟଙ୍କା ପ୍ରେରିତ ବ୍ୟକ୍ତିଙ୍କ ନିକଟକୁ ଫେରସ୍ତ କରାଯିବ   ।  ଟଙ୍କା ପ୍ରେରିତ ବ୍ୟକ୍ତିଙ୍କ ଠାରୁ ଡାକ ଜରିଆରେ ଫେରିଆସିବା ଟଙ୍କା ଗ୍ରହଣ ସ୍ଵୀକାର ପତ୍ର ଅନ୍ୟ  ରସିଦ ସହ ରଖାଯିବ   । ଏହି ରେଜିଷ୍ଟର ଲେଖା ଶେଷ ସମୟରେ ପ୍ରତ୍ୟେକ ଲେଖା ପ୍ରଧାନ କିରାଣୀ ସମର୍ଥନ କରିବେ   ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate