অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ପରିବର୍ତ୍ତନ ରେଜିଷ୍ଟର ଓ ସରକାରୀ ଜମି ଅବୈଧ ଦଖଲ ରେଜିଷ୍ଟର)

ତହସିଲ ଆକାଉଣ୍ଟ ନିୟମାବଳୀ (ପରିବର୍ତ୍ତନ ରେଜିଷ୍ଟର ଓ ସରକାରୀ ଜମି ଅବୈଧ ଦଖଲ ରେଜିଷ୍ଟର)

ପରିବର୍ତ୍ତନ ରେଜିଷ୍ଟର

ରେଜିଷ୍ଟର ନମ୍ବର - ୩

  1. ତହସିଲଦାରଙ୍କ ଦ୍ଵାରା ପଠା ହୋଇଥିବା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଆଦେଶନାମା ବ୍ୟତୀତ ରେଭିନ୍ୟୁ ଇନିସପେକ୍ଟର କୌଣସି ପରିବର୍ତ୍ତନ ବା ସଂଶୋଧନ (I) ଓ (II)ନମ୍ବର ରେଜିଷ୍ଟରରେ କରିପାରିବେ ନାହିଁ । ଉକ୍ତ ମୌଜାୱାରୀ ବ୍ୟବହାର ହେଉଥିବା ରେଜିଷ୍ଟରଟି  ରେଭିନ୍ୟୁ ଇନିସପେକ୍ଟର ପରିବର୍ତ୍ତନ ସକାଶେ ପାଇଥିବା ସମସ୍ତ ଆଦେଶନାମାର ସମଷ୍ଟି ହିସାବ ରଖିବା ପାଇଁ ଉର୍ଦ୍ଦିଷ୍ଟ । ଏହା ଦୁଇ ପ୍ରକାରେ ବ୍ୟବହାର କରାଯାଏ । ଯଥା – ରେଜିଷ୍ଟର ନମ୍ବର III – A (କ) ଜମା ସ୍ପର୍ଶ କରୁଥିବା ପରିବର୍ତ୍ତନ ରେଜିଷ୍ଟର (III – B) (ଖ) ଅନ୍ୟାନ୍ୟ ପରିବର୍ତ୍ତନ ରେଜିଷ୍ଟର ।
  2. ମୌଜାର ଜମାସ୍ପର୍ଶ କରୁଥିବା ପରିବର୍ତ୍ତନ ଉଲ୍ଲେଖ କରିବା ସକାଶେ ରେଜିଷ୍ଟର ନମ୍ବର  III – A ଉଦ୍ଦିଷ୍ଟ । ପରିବର୍ତ୍ତନଶୀଳ ଜଳକର ଜମା ଓ ପରିବର୍ତ୍ତନ ସମ୍ବନ୍ଧୀୟ  ଅନ୍ୟାନ୍ୟ ଜମା ଯାହାର ଅସୁଲ ହିସାବ ରେଜିଷ୍ଟର ନମ୍ବର VIII ଓ IXରେ ରଖାଯାଏ ଉକ୍ତ ରେଜିଷ୍ଟରରେ ତାହା ଉଲ୍ଲେଖ କରାଯାଏ ନାହିଁ ।
  3. ଏହି ରେଜିଷ୍ଟରର ନବମ ସ୍ତମ୍ଭରେ  ପରିବର୍ତ୍ତନ ସକାଶେ ଆସିଥିବା ଆଦେଶନାମାରେ ନମ୍ବର ଓ ତାରିଖ ଏବଂ କେଉଁ କାରଣରୁ ପରିବର୍ତ୍ତନ କରାଯିବ ତାହାର ବିବରଣୀ ଚୁମ୍ବକରେ ନିମ୍ନଲିଖିତ ମତେ ଉଲ୍ଲେଖ କରାଯାଏ : - (କ) ସ୍ଵତ୍ଵ ସମର୍ପଣ, (ଖ) ବେସରକାରୀ ବ୍ୟକ୍ତିଙ୍କ ଦ୍ଵାରା ଭୂସ୍ଵତ୍ଵ ପରିତ୍ୟକ୍ତ, (ଗ) ଜମିର କିସମ ପରିବର୍ତ୍ତନ (ଘ) ସର୍ବସାଧାରଣ କାର୍ଯ୍ୟ ନିମନ୍ତେ ଜମି  ସମ୍ପାଦନ (ଙ) ଖରଦି ସୂତ୍ରେ ସରକାରଙ୍କ ହସ୍ତଗତ ଜମି (ଚ) ସନ୍ତତି ଅଭାବରେ ବେୱାରସ ଦାଖଲ ଜମି (ଛ) ବିଭିନ୍ନ ସୂତ୍ରରେ ଜମି ସରକାରରେ ନ୍ୟସ୍ତ ହେବା ଯଥା – ଭୂସଂସ୍କାର ଜମିଦାରୀ ଉଚ୍ଛେଦ, ପ୍ରଜା ଜମିର ସର୍ବୋଚ୍ଚ ସୀମା ନିରୂପଣ, ଜାଗିରୀ ଉଚ୍ଛେଦ  ଇତ୍ୟାଦି ।

    (Land Vested in Govt. by operation of Various measures of Land Reforms  like abolition of estates, fixation of ceiling on land holding, abolition of Jagries etc.)

    ଜମା ସ୍ପର୍ଶ କରୁଥିବା ପରିବର୍ତ୍ତନମାନ ଉପରିକଥିତ ଶ୍ରେଣୀରେ ଅନ୍ତକଭୁର୍କ୍ତ ହେଉନ ଥିଲେ, ତାହାର ପୂର୍ଣ୍ଣାଙ୍ଗ ବିବରଣୀ ଦିଆଯିବ ।

  4. ସମସ୍ତ ବୃଦ୍ଧି  ସଂକ୍ରାନ୍ତ ଜମା ପରିବର୍ତ୍ତନ କଳା କାଳିରେ ଲେଖାଯାଏ ଓ ହ୍ରାସ ସମ୍ବନ୍ଧୀୟ ଜମା ପରିବର୍ତ୍ତନ ନାଲି କାଳିରେ ଦର୍ଶାଯାଏ ଏବଂ ବର୍ଷ ଶେଷରେ ମୋଟ ହ୍ରାସ ବୃଦ୍ଧି ଫଳାଫଳ ନାଲି କାଳିରେ ଦର୍ଶାଯାଏ ଏବଂ ବର୍ଷ ଶେଷରେ ମୋଟ ହ୍ରାସ ବୃଦ୍ଧି ଫଳାଫଳ ଚୁମ୍ବକରେ ହିସାବରେ  କରାଯାଏ । ଏହି ରେଜିଷ୍ଟରର ମୋଟ ପରିବର୍ତ୍ତନ ସେହି ବର୍ଷ ରେଜିଷ୍ଟର ନମ୍ବର  I ଓ IIର ମୋଟ ପରିବର୍ତ୍ତନ ସହ ମେଳ ହେବ  । ସାଲତମାମି ବେଳେ ତହସିଲ ଅଫିସରେ ବ୍ୟବହାର ହେଉଥିବା  ସଂପୃକ୍ତ ରେଜିଷ୍ଟର ସହ ମଧ୍ୟ ଏହା ମେଳ କରାଯିବ ।
  5. ମୌଜାର ଜମା ସ୍ପର୍ଶ ନକରୁଥିବା ସମସ୍ତ ପରିବର୍ତ୍ତନ ସକାଶେ ରେଜିଷ୍ଟର ନମ୍ବର  (III – B) ଉଦ୍ଦିଷ୍ଟ । (III – A) ରେଜିଷ୍ଟର ପରି ଆଦେଶ, ନମ୍ବର ଓ ତାରିଖ  ଏବଂ  ପରିବର୍ତ୍ତନ ସଂକ୍ଷିପ୍ତ ବିବରଣୀ ନିମ୍ନରେ ଦର୍ଶାଯିବା ମତେ ଉକ୍ତ ରେଜିଷ୍ଟରରେ ୧୨ ସ୍ତମ୍ଭରେ  ଉଲ୍ଲେଖ କରାଯିବ ।
    • ଉତ୍ତରାଧିକାରୀ
    • ଜମି ହସ୍ତାନ୍ତର
    • ବିଚାରାଳୟରେ ଜମିବିକ୍ରୀ
    • ଜବର ଦଖଲ

ଜମା ସ୍ପର୍ଶ ନକରୁଥିବା ପରିବର୍ତ୍ତନ ଓ ଉପରୋକ୍ତ କୌଣସି ବିଷୟରେ ସମ୍ବନ୍ଧ ନଥିବା ପରିବର୍ତ୍ତନର ପୁରା ବିବରଣୀ ଦିଆଯିବ ।

ସରକାରୀ ଜମି ଅବୈଧ ଦଖଲ ରେଜିଷ୍ଟର

ରେଜିଷ୍ଟର ନମ୍ବର – ୪

  1. ରେଭିନ୍ୟୁ ଇନସପେକ୍ଟରଙ୍କ ଦ୍ଵାରା ରିପୋର୍ଟ କରାଯିବ । ଅବୈଧ ଦଖଲ କେଶ୍ ଉଲ୍ଲେଖ ସକାଶେ ଉକ୍ତ ରେଜିଷ୍ଟର ଉଦ୍ଦିଷ୍ଟ । ସର୍କଲର ସମସ୍ତ କେସ୍ କୃଷି ବର୍ଷ ସକାଶେ ଏକ କ୍ରମିକ ନମ୍ବର ଦିଆଯିବ । ପରିଶିଷ୍ଟ ‘ଗ’ର ‘ଖ’ (B) ଫର୍ମରେ  ତହସିଲଦାରଙ୍କ ନିକଟକୁ ଅବୈଧ ଦଖଲ ରିପୋର୍ଟ ଦାଖଲ କଲାବେଳେ ଉକ୍ତ ରେଜିଷ୍ଟର ୧ ଠାରୁ ୯ ସ୍ତମ୍ଭ ପର୍ଯ୍ୟନ୍ତ ପୂରଣ କରାଯିବ । ଉକ୍ତ ‘ଖ’ ଫର୍ମର ନକଲ ରେଭିନ୍ୟୁ ଇନସପେକ୍ଟର ରଖିବା ଆବଶ୍ୟକ ନାହିଁ । ତହସିଲଦାରଙ୍କ ଠାରୁ ଆଦେଶ ପାଇଲା ମାତ୍ରେ ଉକ୍ତ ରେଜିଷ୍ଟରର ୧୦ ଠାରୁ ୧୩ ସ୍ତମ୍ଭ ପୂରଣ କରାଯିବା ଆବଶ୍ୟକ  ନାହିଁ । ଯେତେବେଳେ ଜମି ଦଖଲକାରୀଙ୍କୁ ଜମିରୁ ବହିଷ୍କୃତ ଆଦେଶ ଦିଆଯିବ ଉକ୍ତ ରେଜିଷ୍ଟରର ୧୪ ସ୍ତମ୍ଭ ପୂରଣ କରାଯିବ ଏବଂ ତତସଙ୍ଗେ ସଙ୍ଗେ ଧାର୍ଯ୍ୟ ହେଉଥିବା ଜମା ଓ ଜୋରିମାନା ଇତ୍ୟାଦି  (IX) ନମ୍ବର ରେଜିଷ୍ଟରରେ  ଅସୁଲ ସକାଶେ ପୂରଣ କରାଯିବ  । ଉକ୍ତ  ରେଜିଷ୍ଟରରେ ଅନ୍ୟାନ୍ୟ ସ୍ତମ୍ଭଗୁଡିକ ବହିଷ୍କୃତ ଆଦେଶ ବିନିଯୋଗ ପରେ ବା ବ୍ୟାଜ୍ୟାପ୍ତ ସମ୍ପତ୍ତି ବିକ୍ରୀ ପରେ କିମ୍ବା ଓଡିଶା ଭୂ – ଅବୈଧ ଦଖଲ ନିବାରଣ ଆଇନର ୬ ଧାରାର ଉପଧାରା ୨ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଜୋରିମାନା ଅସୁଲ ସକାଶେ (IX) ନମ୍ବର ରେଜିଷ୍ଟରରେ  ଦଶାଯିବ । ଆଦେଶ ହୋଇଥିବା ବାଜ୍ୟାପ୍ତି ସମ୍ପତ୍ତି ସମ୍ପୂର୍ଣ୍ଣଭାବେ ବିକ୍ରି ନହେବା ପର୍ଯ୍ୟନ୍ତ କୌଣସି କେଶ୍ ସମାପ୍ତ ହେଲା ବୋଲି ଧାରାଯିବ ନାହିଁ । ସର୍ବଶେଷ କେଶ୍ ଫେସଲା ଦିବସ ବା ଅପିଲ ଫଲସଲା ଦିବସର ଦୁଇବର୍ଷ ପର୍ଯ୍ୟନ୍ତ ଉକ୍ତ ରେଜିଷ୍ଟର ସାଇତି ରଖାଯିବ ।
  2. କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ଆଦେଶ ଅନୁଯାୟୀ କର ଓ ଜୋରିମାନା  ଦେଇ  ବର୍ଷକୁ ବର୍ଷ ଭୂମି ଅବୈଧ ଦଖଲ କରିବା ନିୟମ ବିରୁଦ୍ଧ ଅଟେ । ଅବୈଧ  ଦଖଲ କେଶ ଥରେ ଆରମ୍ଭ ହେଲେ ଅବୈଧ ଦଖଲକାରୀଙ୍କୁ ଭୂମିରୁ ବହିଷ୍କୃତ କରି କିମ୍ବା ଉକ୍ତ ଜମି ନିୟମାନୁଯାୟୀ ପଟ୍ଟା ଦେଇ କେଶ୍ ଟି  ଚୂଡାନ୍ତ  କରିବାକୁ ହେବ । କିନ୍ତୁ ସେପରି ସ୍ଥଳେ ଅନୁମତି କିମ୍ବା ବିନା ଅନୁମତିରେ  ଜମି ଦଖଲର ମୁଖ୍ୟନୀତି ଜମାଧାର୍ଯ୍ୟ ଯୋଗ୍ୟ ଅଟେ ଏବଂ ସେଥି ସକାଶେ ଜୋରିମାନା ସାବସ୍ତ କରିବାକୁ ପଡେ । ଉପରୋକ୍ତ ଉଦ୍ଦେଶ୍ୟ ସାଧନ ସକାଶେ ଦଖଲ କରୁଥିବା ସମସ୍ତ କେଶର ପ୍ରାରମ୍ଭିକ ଆଦେଶ କୃଷି ବର୍ଷ ଭିତ୍ତିରେ  ପାଇବା ପାଇଁ ଚେଷ୍ଟାକରିବା ରେଭିନ୍ୟୁ ଇନପେକ୍ଟରଙ୍କ ଦାୟିତ୍ଵ । ଯଦି ଆବଶ୍ୟକ ପଡେ ସେ ତହସିଲଦାରଙ୍କୁ ଏ ସମ୍ବନ୍ଧେ ଯଥା ସମୟରେ ସ୍ମରଣ କରାଇବେ ଏବଂ ତାହାଙ୍କ ଠାରୁ ଆଦେଶ ପାଇବା ପାଇଁ ଆବଶ୍ୟକ ଅନୁଯାୟୀ ବ୍ୟବହୃତ କରିବେ । ଯେଉଁ କ୍ଷେତ୍ରରେ ଅବୈଧ ଦଖଲକାରୀଙ୍କୁ ଜମିରୁ ବହିଷ୍କୃତ କରାଯାଇ ନପାରେ ଏବଂ ରିପୋର୍ଟ କରିଥିବା କୃଷି ବର୍ଷ ଭିତ୍ତିରେ  ଉକ୍ତ ରେଜିଷ୍ଟରର ୫ ଓ ୧୬ ସ୍ତମ୍ଭ ପୂରଣ ପାଇଁ ଆବଶ୍ୟକ କରୁଥିବା ଟଙ୍କା ଜଣା ନଯାଏ ସେପରି ସ୍ଥଳେ ଯେଉଁ ବର୍ଷ ଜମିରୁ ବହିଷ୍କୃତ କାର୍ଯ୍ୟନୁଷ୍ଠାନ ପରି ସମାପ୍ତି ହେବ ଏବଂ ବାଜ୍ୟାପ୍ତି ଜିନିଷର  ମୂଲ୍ୟ ଜଣା ପଡିବ ସେହି ବର୍ଷର ରେଜିଷ୍ଟର ନମ୍ବର IXରେ ପୂରଣ କରାଯିବ ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate