অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ତହସିଲ ଆକାଉଣ୍ଟ ନିୟମାବଳୀ (ମୌଜାର ଜଳକର ଦର୍ଶିତ ରେଜିଷ୍ଟର ଓ ଚାଷରେ ଖଜଣା ରେଜିଷ୍ଟର)

ତହସିଲ ଆକାଉଣ୍ଟ ନିୟମାବଳୀ (ମୌଜାର ଜଳକର ଦର୍ଶିତ ରେଜିଷ୍ଟର ଓ ଚାଷରେ ଖଜଣା ରେଜିଷ୍ଟର)

ମୌଜାର ସମସ୍ତ ପ୍ରକାର ଜଳକର ଦର୍ଶିତ ରେଜିଷ୍ଟର

ରେଜିଷ୍ଟର ନଂ -୫

  1. କୃଷି ଉଦ୍ଦେଶ୍ୟରେ ସରକାରଙ୍କ ଦ୍ଵାରା ଚାଳିତ ବା ନିୟନ୍ତ୍ରିତ ଜଳଧାରାରୁ କୃଷି ବା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ଜଳ ସକାଶେ ଧାର୍ଯ୍ୟ ଅକରାଯିବ  । ଜଳକରର ହିସାବ ରଖିବା ପାଇଁ ଉକ୍ତ ରେଜିଷ୍ଟରଟି ଉଦ୍ଧିଷ୍ଟ  ।  ନିମ୍ନୋକ୍ତ ମତେ ଯେ କୌଣସି ପ୍ରକାର ଜଳକର ସାଧାରଣତଃ ଧାର୍ଯ୍ୟ ହୋଇପରେ,  ଯଥା –(୧) ଖଜଣା ସହ ମିଶି ବନ୍ଦୋବସ୍ତ ବେଳେ ବିଲ ଜମିରେ ଧାର୍ଯ୍ୟ କରାଯାଇଥିବା ଜଳକର   ।
  2. କୌଣସି ସ୍ଥାୟୀ ଜଳାଶୟର ଜଳସେଚନ ଅଞ୍ଚଳର ଜମି ଉପରେ ଧାର୍ଯ୍ୟ କରାଯିବା ବାଧ୍ୟତାମୂଳକ ମୌଳିକ ଜଳକର ବା ଜଳ ସେସ   ।
  3. ଦ୍ରଷ୍ଟବ୍ୟ  :- ଜଳାଶୟ ନିର୍ମାଣ ସକାଶେ ଯେଉଁଠି ଲୋକମାନେ ଚାନ୍ଦା ଦେଇଥାନ୍ତି ୧୯୫୯ ଓଡିଶାର ଜଳସେଚନ ଆଇନ ୩୬ ଧାରା ଅନୁଯାଯାଇ ରିହାତି ଦିଆଯାଇଥାଏ   । ସେପରି ସ୍ଥଳେ ଜଳକର ଓ ଜଳ ସେସ ହିସାବ କରି ରିହାତି ବାଦ ଦିଆଯିବ   ।

  4. ଯେଉଁ ଜମି ସ୍ଥାୟୀ ଜଳଧାରାର ଜଳସେଚନ ଜମିର ଅନ୍ତର୍ଭୁକ୍ତ ନୁହେଁ, କିନ୍ତୁ ଭୂ-ସ୍ଵାମୀଙ୍କ ଅନୁରୋଧକ୍ରମେ ଚାଷ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ  ସକାଶେ ଜଳ ଯୋଗାଯାଇ ଧାର୍ଯ୍ୟ କରାଯାଇଥିବା ପରିବର୍ତ୍ତନଶୀଳ ଜଳକର  ।
  5. ବାଧ୍ୟତାମୂଳକ ମୌଳିକ ଜଳକର ବ୍ୟତୀତ ଖରିଫ ଋତୁ ପରେ ଦ୍ଵିତୀୟ ଫସଲ କିମ୍ବା ଏକ ଫସଲ ହେଇଥିବା ଜମି ଉପରେ ଜଳ ଯୋଗାଯାଇ ଏକର ଇଞ୍ଚ ଅନୁଯାୟୀ ଧାର୍ଯ୍ୟ ହେବା ପରିବର୍ତ୍ତନଶୀଳ ଜଳକର  । ବିନା ଅନୁମତିରେ ଅଥବା ବେନିୟମ ଭାବରେ ଜଳସେଚନ ଯୋଗୁଁ ଧାର୍ଯ୍ୟ ହେବା ପରିବର୍ତ୍ତନଶୀଳ ଜଳକର ଓ ଜୋରିମାନା   ।
  6. ଉପରୋକ୍ତ (୧) ଶ୍ରେଣୀରେ ବର୍ଣ୍ଣିତ ହେବା ଜଳକର ସକାଶେ ପୃଥକ ହିସାବ ରଖାଯାଏ ନାହିଁ କାରଣ ଖଜଣା ସହ ଜଳକର ବନ୍ଦୋବସ୍ତ ବେଳେ ଧାର୍ଯ୍ୟ କରାଯାଇଥାଏ ଏବଂ ଉକ୍ତ ଧାର୍ଯ୍ୟ ଖଜଣା ରେଜିଷ୍ଟର ନମ୍ବର I ଓ I ରେ ଦର୍ଶାଯାଇଥାଏ  ।  ବର୍ଷ ଶେଷରେ କଣ୍ଟ୍ରୋଲ ଅଫିସର ଙ୍କ ଦ୍ଵାରା ଜଳସେଚନ ବିଭାଗରୁ ଜଳକର ସମ୍ବନ୍ଧୀୟ ଦିଆଯିବା ଟଙ୍କା ଦାଖଲ କରାଯାଏ   ।
  7. ପ୍ରତ୍ୟେକ ଜଳଧାରାର ସ୍ଥାୟୀ ଜଳସେଚନ ଅଞ୍ଚଳ ନିଧାର୍ଯ୍ୟ କରି ସେହି ଅଞ୍ଚଳର ପ୍ରତ୍ୟେକ ଜମିର ପଟ୍ଟା ନମ୍ବର ଓ ଯେଉଁ ହାରରେ – ମୌଳିକ ଜଳକର ଧାର୍ଯ୍ୟ ଯୋଗ୍ୟ ଦର୍ଶାଇ ରେଜିସତ୍ର ନଂ VA (କ) ଫର୍ମରେ ତାଲିକା ତିଆରି କରିବା ଜଳସେଚନ ଅଫିସର  ଙ୍କର କର୍ତ୍ତବ୍ୟ  ।  ପ୍ରତ୍ୟେକ ମୌଜା ପାଇଁ ସ୍ଵତନ୍ତ୍ର ତାଲିକା ତିଆରି କରିବେ   ।  ସେହି ତାଲିକାର ତିନିଗୋଟି ନକଲ ସହ ତହସିଲଦାରଙ୍କ ନିକଟକୁ ପଠାଇବେ  । ତହସିଲଦାର ତାଲିକା ପାଇ ରେଭିନ୍ୟୁ ମିସକେସ ପ୍ରତ୍ୟେକ ମୌଜା ପାଇଁ ପ୍ରଚଳନ କରିବେ  । ସେଥିରେ ଗୋଟିଏ ନକଲ କେଶ ରେକର୍ଡରେ ରଖି ଅନ୍ୟ ଦୁଇଟି ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ପଠାଇବେ    ।  ପ୍ରତ୍ୟେକ ଭୂସ୍ଵାମୀ ପ୍ଳଟ ସକାଶେ କେତେ ଜଳକର ଦେଲେ ହିସାବ ରଖିବେ ଏବଂ ଉକ୍ତ ହିସାବ ରେଭିନ୍ୟୁ ସୁପରଭାଇଜର ଯାଞ୍ଚ ଓ ସାର୍ଟିଫିକେଟ କରାଇ V “A” (କ) ରେଜିଷ୍ଟର ସମ୍ପୃକ୍ତ ରେଜିଷ୍ଟରର ଦୁଇଟିର ନକଲ ସହ ରେଭିନ୍ୟୁ ସୁପରଭାଇଜରଙ୍କ ସାର୍ଟିଫିକେଟ ଥାଇ ତହସିଲଦାରଙ୍କ ପାଖକୁ ପଠାଇବେ   । ଉକ୍ତ ନକଲଗୁଡିକ ପାଇଁ ତହସିଲଦାର ରେଭିନ୍ୟୁ ସୁପରଭାଇଜର ବ୍ୟତୀତ ତାଙ୍କ ଅଫିସର କୌଣସି କାମଚାରୀଙ୍କ ଦ୍ଵାରା ପୁନରପି ଏଥିରେ ହିସାବ ଯାଞ୍ଚ କରିବେ  ।  ସେ ନିଜେ ଶତକଡା ଅଦାୟ ଭାଗ ଯାଞ୍ଚ କରି ତା ପରେ ସେ ଜମା ଧାର୍ଯ୍ୟ କରିବେ ଓ ତତ ସମ୍ବନ୍ଧେ କେଶ ରେକର୍ଡରେ ଆଦେଶ ଜାରି କରିବେ   ।  ଏହାର ଗୋଟିଏ ନକଲ ତହସିଲଦରଙ୍କ ଦ୍ଵାରା ସମର୍ଥନ ହୋଇ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ପଠାଯିବ  । ରେଭିନ୍ୟୁ ଇନିସପେକ୍ଟର ଏହି ନକଲଟି ପାଇ ତହସିଲଦାରଙ୍କ ଦ୍ଵାରା ଉକ୍ତ ଦାବି ଧାର୍ଯ୍ୟ କରାଗଲା ବୋଲି ଏହି ରେଜିଷ୍ଟରରେ ଉଲ୍ଲେଖ କରିବେ ଏବଂ ତାହାସ ଏ କାଲେ ବୋଲି ତହସିଲଦାରଙ୍କୁ ଦର୍ଶାଇବେ   ।  ତହସିଲ ଅଫିସରେ ଖବର ପହଞ୍ଚିବା ପର୍ଯ୍ୟନ୍ତ ସମ୍ପୃକ୍ତ ମିସ କେଶ ଫଏସଲା କରାଯାଇ ପାରିବ ନାହିଁ   ।
  8. ତହସିଲଦାରଙ୍କ ଦ୍ଵାରା ସମର୍ଥିତ ହୋଇ ତହସିଲଦାର ଅଫିସରୁ ଆସିଥିବା ଏହି ରେଜିଷ୍ଟରର ଗୋଟିଏ ନକଲ ଏବଂ ତହସିଲ ଅଫିସରୁ ପାଇଥିବା ତାଲିକା ସଂରକ୍ଷଣ ନଥିରେ ସ୍ଥାୟୀଭାବେ ସାଇତି ରଖାଯିବା   ।  ଏହି ନିର୍ଦ୍ଦେଶିତ ପ୍ରଣାଳୟ ଯେପରି ଯଥାବିଧିଭାବେ ପାଳନ କରାଯାଏ ଓ କୌଣସି ଦ୍ରୁଷ୍ଟିରୁ ବିଳମ୍ବ ନ ହୁଏ ସେଥିପ୍ରତି ସମସ୍ତ ପରିଦର୍ଶନକାରୀ ଦୃଷ୍ଟି ରଖିବେ   ।
  9. ଯଥାରୀତି ଭାବେ ଦାବି ଧାର୍ଯ୍ୟ ହେବ ସଙ୍ଗେ ସଙ୍ଗେ ତହସିଲଦର ତାଙ୍କ ଅଫିସ ଖତିଯାନ ସଂଶୋଧନ କରିବା ଆରମ୍ଭ  କରିବେ   ।  ଏହି କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ରେଭିନ୍ୟୁ ଇନିସପେକ୍ଟର ଙ୍କ ରେଜିଷ୍ଟର ନମ୍ବର I,II,III,A(କ)  ରେ Tahasil officer Register  No-2 ଦାବି ସମ୍ବଳିତ କରାଯାଇପାରିବ ନାହିଁ । ଯେବେ ଏହା ଯଥାରୀତିଭାବେ ଧାର୍ଯ୍ୟ ହେବ ସେହି ଦାବି ତହସିଲ ଅଫିସର ଦାବି ରେଜିଷ୍ଟରରେ ଦରଜ କରାଯିବ  ।
  10. ଯେତେବେଳେ ୩୧ ନିୟମର ଉପନିୟମ (II) ର ନିମ୍ନ ଟିପ୍ପଣୀରେ ଉଲ୍ଲେଖଥିବା କାରଣରୁ  ରିହାତି ସ୍ଵୀକାର ଯୋଗ୍ୟ ହେବ ସେହି ରିହାତି ଜଳଧାରାର ନିର୍ମାଣ ଖର୍ଚ୍ଚକୁ ଦାନ କରିଥିବା ମୂଲ୍ୟ ଅନୁଯାୟୀ ସମପରିମାଣ ଦିଆଯିବ  ।  ୩୩ ନିୟମରେ ଉଲ୍ଲେଖଥିବା ତାଲିକା ଇରିଗେସନ , ଅଫିସର ତହସିଲଦାରଙ୍କ ନିକଟକୁ ପଠାଇବାବେଳେ ଏହି ରିହାତି ଦର୍ଶାଯାଇଥିବେ   । ରିହାତି ଦେବାପରେ  ୩୩ ଠାରୁ ୩୫ ପର୍ଯ୍ୟନ୍ତ ଉଲ୍ଲେଖଥିବା ପ୍ରଣାଳୀରେ ବାଧ୍ୟତାମୂଳକ ଜଳକର ଧାର୍ଯ୍ୟ କରାଯିବ   ।  କେତେଦିନ ପର୍ଯ୍ୟନ୍ତ ରିହାତି ଥାଇ ଜଳକର ଚାଲୁ ରହିବ  , ରେଜିଷ୍ଟର ନଂ I ର ବିଶେଷ ଆନୁସଙ୍ଗିକ ସ୍ତମ୍ଭରେ ଏବଂ ରେଜିଷ୍ଟର ନଂ II ର ପ୍ରଥମ ଭାଗରେ ମନ୍ତବ୍ୟ ସ୍ତମ୍ଭରେ ଏବଂ ରେଜିଷ୍ଟର ନଂ III “A” (କ) ଓ VA (କ) ର ମନ୍ତବ୍ୟ ସ୍ତମ୍ଭରେ ଉଲ୍ଲେଖ କରାଯିବ  । ତହସିଲଦାରଙ୍କ ସମ୍ପୃକ୍ତ ରେଜିଷ୍ଟରରେ ମଧ୍ୟ ସେହିପରି ଏକ ଲେଖା ରଖିବେ   । ରେଭିନ୍ୟୁ ଇନିସପେକ୍ଟର ଯଥା ସମୟରେ ରିହାତି ତାରିଖ ତହସିଲଦାରଙ୍କ ଦୃଷ୍ଟିକୁ ଆଣିବେ ଏବଂ ନିର୍ଦ୍ଧିଷ୍ଟ ହାରରେ ଜଳକର ଧାର୍ଯ୍ୟ ସକାଶେ ତାହାଙ୍କ ଠାରୁ ଆଦେଶ ନେବେ   ।
  11. ବାଧ୍ୟତାମୂଳକ ମୌଳିକ ଜଳକର ବା ଜଳସେଚନର ସମସ୍ତ ବୃଦ୍ଧି ଓ ସମସ୍ତ ସ୍ଥାୟୀ ଜଳଧାରାର ସଂପ୍ରସାରଣ ନୂତନ ଜମା ଧାର୍ଯ୍ୟ ରୂପେ ଧରାଯିବ ଏବଂ ଉପରୋକ୍ତ ୩୩ ରୁ ୩୫ ନିୟମ ଦୃଢଭାବେ ପାଳନ କରାଯିବ   ।
  12. ୩୧ ନିୟମର ଉପନିୟମ (ii)ରେ ପଡୁଥିବା ଘଟଣାରେ ଇରିଗେସନ ଅଫିସର ଜଳଯୋଗାଣ ଅନୁମତି ଦେଇ ରେଜିଷ୍ଟର ନଂ V “B” (ଖ)ରେ ତହସିଲଦାରଙ୍କ ବିଶେଷ ବିବରଣୀ ପଠାଇବେ   । ସ୍ଵତନ୍ତ୍ର ତାଲିକା ପ୍ରତ୍ୟେକ ମୌଜା ପାଇଁ ପଠାଯିବ   ।  ଏହି ବିବରଣୀ ପାଇଁ  ୩୩ ନିୟମରେ ଉଲ୍ଲେଖ ଥିବା ନିର୍ଦ୍ଦେଶ ଅନୁଯାୟୀ ଯଥାରୀତି ଜଳଧାର୍ଯ୍ୟ ସକାଶେ ଓ ରେଭିନ୍ୟୁ ଇନିସପେକ୍ଟରଙ୍କ ପାଖକୁ ପଠାଇବା ସକାଶେ ତହସିଲଦାର କାର୍ଯ୍ୟାନୁଷ୍ଠାନ କରିବେ   ।
  13. ରେଜିଷ୍ଟର ନଂ V ”B” (ଖ) ର ସମର୍ଥନ ନକଲର ସଂରକ୍ଷଣ ସମୟ ବାର ବର୍ଷ ଏତତ ବ୍ୟତୀତ ଏହି ଘଟଣାର ୩୪ ଧାରା ମଧ୍ୟ ପ୍ରଯୁଜ୍ୟ ହେବ   ।
  14. କୃଷି ଉଦ୍ଦେଶ୍ୟରେ ଜଳଯୋଗାଣ ପାଇଁ ରେଜିଷ୍ଟର ନଂ V “B” ଖ”ର ପ୍ରଥମଭାଗ ଏବଂ ଅନ୍ୟ ଉଦ୍ଦେଶ୍ୟରେ ଜଳଯୋଗାଣ  ଦ୍ଵିତୀୟ ଭାଗ ରେଜିଷ୍ଟର ଉଦ୍ଦିଷ୍ଟ   । ଏହି ସମୟରେ ଜଳକର ନଂ ରେଜିଷ୍ଟରରେ ଦର୍ଶାଯିବ ନାହିଁ । ରେଭିନ୍ୟୁ ଇନିସପେକ୍ଟରର ତହସିଲଦାରଙ୍କ ଠାରୁ ଜମା ଧାର୍ଯ୍ୟ ଆଦେଶନାମା ପାଇବା ସଙ୍ଗେ ସଙ୍ଗେ ନଂ ରେଜିଷ୍ଟରର ଉଭୟ ଭାଗରେ ଦର୍ଶାଇବେ   ।  ସେହି ସମସ୍ତ ଲେଖା ରେଭିନ୍ୟୁ ସୁପରଭାଇଜରଙ୍କ ଦ୍ଵାରା ସମର୍ଥନ କରାଯାଇଥିବ   ।
  15. ଏକର ଇଞ୍ଚ ପ୍ରଣାଳୀରେ ଜଳକର ଧାର୍ଯ୍ୟ ୩୮,ଓ ୩୯ ନିୟମାନୁଯାୟୀ ସମାପନ ହେବ ।  ରେଜିଷ୍ଟର ନମ୍ବର V”B” “ ଖ” ର ତୃତୀୟ ଭାଗ ଏହି ପ୍ରକାର ଜଳଯୋଗାଣ ପାଇଁ ଉଦ୍ଧିଷ୍ଟ   ।
  16. ଯେତେବେଳେ ଇରିଗେସନ ଅଫିସର ବା ରେଭିନ୍ୟୁ ଇନିସପେକ୍ଟର ବିନାନୁମାଟିରେ ଅଥବା ବେନିୟମଭାବେ ଜଳସେଚନ ହେଉଥିବା ଜାଣିପାରନ୍ତି ସେ ତତକ୍ଷଣ ରିପୋର୍ଟ ଦ୍ଵାରା ତହସିଲଦାରଙ୍କ ଦୃଷ୍ଟିକୁ ଆଣିବେ   ।  ତହସିଲଦାର ଯଥା ଶୀଘ୍ର ଜୋରିମାନା ଧାର୍ଯ୍ୟ ପରିସମାପ୍ତ କରିବେ   ।  ଯେତେବେଳେ ଜଳକର ଜୋରିମାନା ଧାର୍ଯ୍ୟ କରିବେ ସେତେବେଳେ ରେଭିନ୍ୟୁ ଇନିସପେକ୍ଟର ପାଖକୁ ଦୁଇ ନକଲ ବିଶିଷ୍ଟ ସୂଚନା ପତ୍ର ପରିଶିଷ୍ଟ (ଗ) ଓ (ଗ) ଗରମ ପଠାଇଲେ ରେଭିନ୍ୟୁ ଇନିସପେକ୍ଟର ସେ ସମସ୍ତ ରେଜିଷ୍ଟର ନମ୍ବର V”B” ର ଚତୁର୍ଥ ଭାଗରେ ପୂରଣ କରିବେ ଏବଂ ରେଜିଷ୍ଟର ନମ୍ବର V”B” ଚତୁର୍ଥ ଭାଗରେ ପୂରଣ କରାଗଲା ବୋଲି ପ୍ରତିଶ୍ରୁତି ଦେଇ ସୂଚନାପତ୍ରର ଗୋଟିଏ ନକଲ ଫେରସ୍ତ କରିବେ   । ତହସିଲଦାର ସେହି ସୂଚନାପତ୍ର ଫେରସ୍ତ ନ ପାଇବା ପର୍ଯ୍ୟନ୍ତ ସମ୍ପୃକ୍ତ ରେଭିନ୍ୟୁ କେସଟି ଫଲସଲା କରିପାରିବେ ନାହିଁ ଏବଂ ସେ ମୂଳ ସୂଚନାପତ୍ର ଖଣ୍ଡିକ ସଂରକ୍ଷଣ ନଥିରେ ରଖିବେ   ।  ଏ ସମସ୍ତ ସୂଚନାପତ୍ର ବାର ବର୍ଷ ଯାଏ ସାଇତି ରଖାଯିବ   ।
  17. ରେଜିଷ୍ଟର ନଂ II ରେ କେବଳ ୪୦ ଓ ୪୧ ନିୟମରେ ଦର୍ଶାଯାଇଥିବା ଜଳକର ପୂରଣ କରାଯିବ  ।  ୪୨ ନିୟମରେ ଉଲ୍ଲେଖ ଥିବା ଜଳକର ରେଜିଷ୍ଟର  ନଂ IX  ଯେଉଁଥିରେ କି ତାହାର ଅସୁଲ ହିସାବ ରହେ, ପୂରଣ କରାଯାଏ  ।
  18. ୪୧ ଓ ୩୮ ନିୟମ ରେ ଉଲ୍ଲେଖଥିବା ଜଳକର ଏବଂ ୪୨ ନିୟମରେ ଉଲ୍ଲେଖଥିବା ଜଳକର ଓ ଜୋରିମାନା ତହସିଲଦାର ଆଦେଶଜାରି କରିବା ପରେ ପରେ ତହସିଦାର ଦାବି ରେଜିଷ୍ଟର ନଂ “୩”  ରେ ଦରଜ କରାଯିବ  ।
  19. ଯେଉଁ ଘଟଣାରେ କୃଷି ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଇଥାଏ ରେଭିନ୍ୟୁ ଇନିସପେକ୍ଟର ଜଳକର ଧାର୍ଯ୍ୟ ସକାଶେ କେସ ପରିମାଣ ଜଳ ଦରଖାସ୍ତକାରୀଙ୍କ ଦ୍ଵାରା ବ୍ୟବହାର କରାଯାଇଛି ସତର୍କତା ସହ ନିରୂପଣ କରିବେ   । ଜଳାଧାରର ଜଳସେଚନ ଅଞ୍ଚଳରେ ଥିବା ଜମି ଜଳଧାରର ଜଳସେଚନ ଅଞ୍ଚଳରେ ଥିବା ଜମି ଜଳଧାରର ଜଳଦ୍ଵାରା ଉପକୃତ ହୋଇଛି କି  ନାହିଁ ଦେଖିବା ସକାଶେ ଜଳଧାରରୁ ଜଳଗ୍ରହଣ ସକାଶେ ଅଧିବାସ ନ ଥିବା ନିକଟବର୍ତ୍ତୀ ଜମିଗୁଡିକ ସେ ପରିଦର୍ଶନ କରିବେ   ।  ଜମି ପରିଦର୍ଶନ ଭିତରେ ଦୁଇଥର ଦେଖିବାକାଉ ହେବ  । ଅର୍ଥାତ ପ୍ରଥମଥର ଜଳସେଚନ ଋତୁ ସମୟରେ ଓ ଦ୍ଵିତୀୟ ଥର ଶସ୍ୟ ପାଚିବା ସମୟରେ କାରଣ ଯୋଗୁଁ ଶସ୍ୟ ସକାଶେ ସରକାରୀ ଜଳଧାରରୁ ଜଳ ବ୍ୟବହାର କରାଯାଉଛି ଉକ୍ତ ଜଳ ଦ୍ଵାରା ପ୍ରକୃତରେ ଉପକୃତ ହୋଇଛି କି ନାହିଁ ନିରୂପଣ କରାଯାଇ ପାରିବ  ।

ଚାଷ ସକାଶେ ଅସ୍ଥାୟୀ ପଟ୍ଟା ଓ ପଦାର୍ଥ ଆକାରରେ ଖଜଣା ରେଜିଷ୍ଟର

ରେଜିଷ୍ଟର ନମ୍ବର-୬

  1. ଏହା ଗୋଟିଏ ବାର୍ଷିକ ରେଜିଷ୍ଟର   ।  ଏଥିରେ ଅସ୍ଥାୟୀ ଭାବେ କୃଷି ସକାଶେ ପଟ୍ଟା ଦିଆଯିବା ସରକାରୀ ଜମି ଓ ଯେକୌଣସି ସ୍ଵତ୍ଵ ବିଶିଷ୍ଟ ଖଜଣା ରୂପେ ଉତ୍ପନ୍ନ ଦ୍ରବ୍ୟ ଦେୟ ଦର୍ଶାଯିବ   ।
  2. କୃଷି ବର୍ଷ ଆରମ୍ଭରେ ପ୍ରତ୍ୟେକ ମୌଜାର ଉପର ବର୍ଣ୍ଣିତ ଜମି ଖାତା ଅନୁଯାୟୀ ଏହି ରେଜିଷ୍ଟରରେ ଦରଜ କରାଯାଏ   । ଉପଯୁକ୍ତ ଋତୁର ଯଥେଷ୍ଟ ଆଗରୁ ପ୍ରତ୍ୟେକ ଜମି ସକାଶେ ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କୁ ପଟ୍ଟା ଦେବା ସକାଶେ ଅନୁରୋଧ କରି ଗୋଟିଏ ରିପୋର୍ଟ ପଠାଇବେ   ।  ସେ ରେଜିଷ୍ଟରଟିର ଯୁକ୍ତିଯୁକ୍ତ ସ୍ତମ୍ଭରେ ରିପୋର୍ଟ ପଠାଇବା ତାରିଖ ଉଲ୍ଲେଖ କରିବେ   ।  ସମସ୍ତ ଜମି ଯଥା ସମୟରେ ପଟ୍ଟା ଦିଆଗଲା ବୋଲି ସୁନିଶ୍ଚିତ ହେବ ଏପାଇଁ ସେ ତହସିଲଦରଙ୍କୁ ଥରକୁ ଥର ସ୍ମରଣ କରାଇ ଦେଇଥିବେ   । ଆଦେଶନାମା ତହସିଲଦାରଙ୍କ ଠାରୁ ପାଇ ଆଦେଶନାମାର ନମ୍ବର ଓ ତାରିଖ କେଉଁ ତାରିଖଯାଏ ଉକ୍ତ ପଟ୍ଟା ବଳବତ୍ତର ରଖିବା ପାଇଁ ବିବିଧ ରାଜସ୍ୱ,ଅସୁଲ ବକେୟାରେ (ରେଜିଷ୍ଟର ନମ୍ବର IX ରେ) ଜମା ବିବରଣୀ ଉଲ୍ଲେଖ କରାଯିବ  । ପଟ୍ଟା ସକାଶେ ଆଦେଶନାମା ପାଇବା ସାତଦିନ ଭିତରେ ସେହି ସମ୍ବନ୍ଧେ ଗୋଟିଏ ରିପୋର୍ଟ ତହସିଲଦାରଙ୍କ ପାଖକୁ ପଠାଇବାକୁ ହେବ   । ସେହି ଆଦେଶନାମା ଗୁଡିକ କ୍ରମାନ୍ଵୟରେ ସଂରକ୍ଷଣ ନଥିରେ ସାଇତି ରଖାଯିବ   ।
  3. ପଦାର୍ଥ ଆକାରରେ ଖଜଣା ଦେୟ ଜମିର ଫସଲ ଯଥା ସମୟରେ ଓ ପ୍ରଚଳିତ ନିୟମାନୁଯାୟୀ ପ୍ରଜା ନଗଦ ଟଙ୍କା ଆକାରରେ ଦେବେ କି ପଦାର୍ଥ ଆକାରରେ ଦେବେ ତାହାକୁ ମତ ଦେବାକୁ ସୁବିଧା ଦେଇ ସରକାରଙ୍କ ଦ୍ଵାରା ନିର୍ଦ୍ଦେଶିତ ପ୍ରଣାଳୀରେ କୁଟ ବା ସଞ୍ଜା କରିବାକୁ ହେବ   ।  ପରିଶିଷ୍ଠ”ଗ” ର “ଘ” (D) ଫର୍ମରେ କୃତ ତାଲିକା ପଠାଯିବା ତାରିଖ ଏହି ରେଜିଷ୍ଟର ଯୁକ୍ତି ଯୁକ୍ତ ସ୍ତମ୍ଭରେ (ସ୍ତମ୍ଭ୫) ରେ ପୂରଣ କରିବାକୁ ହେବ ଏବଂ ଅନ୍ୟାନ୍ୟ ସ୍ତମ୍ଭଗୁଡିକ ଖଜଣା ମଞ୍ଜୁର ହୋଇ ତହସିଲଦାରଙ୍କ ଠାରୁ ତାଲିକାଟି ଆସିଲାପରେ ପୂରଣ କରାଯିବ   ।  ସେହି ଖଜଣା ଏକ ସମୟରେ ରେଜିଷ୍ଟର ନଂ IX ରେ ଅସୁଲ ହିସାବ ରଖିବା ପାଇଁ ପୂରଣ ହେବା ଏବଂ ତାଲିକାଟି ପାଇ ସାତଦିନ ମଧ୍ୟରେ ଉକ୍ତ ବିଷୟ ତହସିଲଦାରଙ୍କୁ ଜଣାଇ ଦିଆଯିବ   ।

ଆଧାର – ଦ ଲ ହାଉସ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate