অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗିରଫ

ଗିରଫ କ’ଣ ?

କୌଣସି ସ୍ଥାନରେ ଆଇନ୍ ର  ଖିଲାପ ହେଲେ ଅପରାଧ ସଂଗଠିତ ହୁଏ  । ଅପରାଧ ଘଟାଉଥିବା ବ୍ୟକ୍ତି ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ଅପରାଧୀ କୁହାଯାଏ  । ଅପରାଧୀକୁ ଧରି ବିଚାରକଙ୍କ ନିକଟରେ ହାଜର କରାଇବାକୁ ଗିରଫ କୁହାଯାଏ  । ଜଣେ ଅପରାଧୀକୁ ଗିରଫ କରି ବିଚାରକଙ୍କ ନିକଟରେ ହାଜର କରିବା ପାଇଁ କିମ୍ବା ତା’ର ଗୃହ ପରିସରରେ କୌଣସି ଆପତ୍ତିଜନକ ପଦାର୍ଥର ତଦାରଖ କରିବା ପାଇଁ ପୋଲିସ୍ ଗିରଫ କରିପାରେ  । ଅଦାଲତ ଦ୍ଵାରା ଦିଆଯାଇଥିବା ଲିଖିତ ଆଦେଶକୁ ଗିରଫ ପରବାନା ବା ୱାରେଣ୍ଟ କୁହାଯାଏ  । ଏହାରି ବଳରେ ପୋଲିସ ଗିରଫ କରନ୍ତି  । ୱାରେଣ୍ଟ ଦୁଇ ପ୍ରକାର ହୋଇପାରେ  । ଜାମିନ ଯୋଗ୍ୟ କିମ୍ବା ଜାମିନ ଅଯୋଗ୍ୟ  ।

ଜାମିନଯୋଗ୍ୟ ଗିରଫରେ ପୋଲିସ୍ ଅପରାଧୀଠାରୁ ଏକ ବଣ୍ଡ ଲେଖାଇ ଜାମିନ ଦେଇପାରିବେ । କିନ୍ତୁ ଜାମିନ ଅଯୋଗ୍ୟ ଗିରଫରେ କେବଳ ଅଦାଲତ ହିଁ ଜାମିନ ମଞ୍ଜୁର କରିପାରିବେ।

ୱାରେଣ୍ଟ ନଥାଇ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିପାରିବେ, ଯଦି –

  1. ଉକ୍ତ ବ୍ୟକ୍ତି କୌଣସି ଧର୍ତ୍ତବ୍ୟ ଅପରାଧରେ ସଂପୃକ୍ତ ଥାନ୍ତି କିମ୍ବା ସେପରି ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧ ସଂଗଠିତ କରିଛନ୍ତି ବୋଲି ଉପଯୁକ୍ତ ସନ୍ଦେହ ଜାତ ହୁଏ, ସୂଚନା ଥାଏ କିମ୍ବା ଅଭିଯୋଗ ଥାଏ  ।
  2. ଉକ୍ତ ବ୍ୟକ୍ତି ଗୃହ ଭାଙ୍ଗିବା ଉପକରଣ ନିଜ ପାଖରେ ରଖିଥାଆନ୍ତି  ।
  3. ଉକ୍ତ ବ୍ୟକ୍ତି ଅପରାଧୀ ରୂପେ ପୂର୍ବରୁ ଘୋଷିତ ହୋଇଥାନ୍ତି  ।
  4. ଉକ୍ତ ବ୍ୟକ୍ତି ହାଜତ ବା ଜେଲରୁ ପଳାୟନ କରିଥାଆନ୍ତି  ।
  5. ଉକ୍ତ ବ୍ୟକ୍ତି ସେନାବାହିନୀ, ଣଔବାହିନୀ କିମ୍ବା ଆକାଶବାହିନୀରୁ ପଳାୟନ କରିଥାଆନ୍ତି ।
  6. ଭାରତବର୍ଷ ବାହାରେ ଥିବା ସମୟରେ ଯଦି କୌଣସି ଅପରାଧୀ ସମର୍ପଣ ପ୍ରତ୍ୟାର୍ପଣ ବା ପଳାତକ ଅପରାଧୀ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ କରିଥାନ୍ତି  ।
  7. ଉକ୍ତ ବ୍ୟକ୍ତି ମୁକ୍ତ ଅପରାଧୀ ଥାଇ ଚଳପ୍ରଚଳ ସମୟରେ ଅଦାଲତ ଦ୍ଵାରା ନ୍ୟସ୍ତ କରାଯାଇଥିବା କଟକଣା ଭଙ୍ଗ କରନ୍ତି  ।
  8. ଉକ୍ତ ବ୍ୟକ୍ତି ଏକ ଧର୍ତ୍ତବ୍ୟ ଅପରାଧ ସଂଗଠିତ କରିବାକୁ ପ୍ରସ୍ତୁତ ହେଉଥିବାର ସନ୍ଦେହ କରାଯାଏ  ।
  9. ସେପରି ବ୍ୟକ୍ତି ଅଭ୍ୟସ୍ତ ଅପରାଧୀ ହୋଇଥାଆନ୍ତି  ।
  10. ପୋଲିସର ଉପସ୍ଥିତିରେ ଗୋଟିଏ ଅଧର୍ତ୍ତବ୍ୟ ଅପରାଧ ସଂଗଠିତ କରିବା ପରେ ପୋଲିସକୁ ନିଜର ନାମ, ଠିକଣା ଦେବାକୁ ଅସ୍ଵୀକାର କଲେ କିମ୍ବା ମିଛ ତଥ୍ୟ ଦେଲେ  ।
  11. ଅନ୍ୟ ଥାନାର ପୋଲିସ ଦ୍ଵାରା ଆବଶ୍ୟକ କରାଯାଇଥାଏ ଏବଂ ସନ୍ଦେହ କରାଯାଏ ଯେ ସେ ସେପରି ଧର୍ତ୍ତବ୍ୟ ସଂଗଠିତ କରିଛନ୍ତି  ।

ହାତକଡି କାହାକୁ ପକାଯିବ ?

ଗିରଫ କରିବା ସମୟରେ ପୋଲିସ ଅପରାଧୀକୁ ହାତକଡି ପକାଇ ହାଜତକୁ ଏବଂ ହାଜତରୁ ଅଦାଲତକୁ ନିଅନ୍ତି  । କିନ୍ତୁ ଉଚ୍ଚତମ ଅଦାଲତର ସମାବେଶ ଅନୁସାରେ ଉନ୍ମତ୍ତ ହୋଇନଥିବା, ଅନିଷ୍ଟକାରୀ ହୋଇନଥିବା, ଅତି ମନ୍ଦ ପ୍ରକୃତିର ହୋଇନଥିବା, ପଳାୟନ କିମ୍ବା ଆତ୍ମହତ୍ୟା ପାଇଁ ଚେଷ୍ଟା କରୁନଥିବା ସାଧାରଣ ବ୍ୟକ୍ତିଙ୍କୁ ଗିରଫ ସମୟରେ ହାତକଡି ପକାଯିବ ନାହିଁ  ।

ଗିରଫ ବ୍ୟକ୍ତିର ଅଧିକାର କ’ଣ ?

ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଆଇନ୍ କେତେକ ଅଧିକାର ପ୍ରଦାନ କରିଛି  । ସେଗୁଡିକ ହେଉଛି –

  1. ଗିରଫର କାରଣ ନିଶ୍ଚିତରୂପେ ଜଣାଇଦିଆଯିବ  ।
  2. ୱାରେଣ୍ଟ ଦ୍ଵାରା ଗିରଫ ହୋଇଥିଲେ ୱାରେଣ୍ଟ ଦେଖିବାକୁ ଦିଆଯିବ  ।
  3. ନିଜ ଇଚ୍ଛା ଅନୁସାରେ ଓକିଲ ନିଯୁକ୍ତ କରିପାରିବେ  ।
  4. ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ  ।

ଆଧାର - ଏମ୍.ଏମ୍. ପବ୍ଲିକେଶନ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate