ସେଆର କରନ୍ତୁ

ମାନବ ଅଧିକାର ସମ୍ପର୍କରେ

ମାନବ ଅଧିକାର ପାଇବାର ସମସ୍ତଙ୍କ ଅଧିକାର ରହିଛି । ଅଧିକାର କ୍ଷୁର୍ଣ୍ଣ କଲେ ବିଭିନ୍ନ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।

ମାନବ ଅଧିକାର

ସମାଜର ମଣିଷ ଏକ ସଭ୍ୟ ହୋଇଥିବାରୁ ନିମ୍ନଲିଖିତ ସର୍ବନିମ୍ନ ପ୍ରାକୃତିକ ଅଧିକାରମାନ ପାଇବାକୁ ହକଦାର ଅଟେ । ଏହି ଅଧିକାର ଗୁଡିକ ହେଲା ।

  • ସମ୍ମାନର ସହ ବଞ୍ଚିବାର ଅଧିକାର
  • ଆଇନ୍ ଦୃଷ୍ଟିରେ ସେ ଅନ୍ୟମାନଙ୍କ ସହ ସମାନ
  • ଜୀବନ ରକ୍ଷାର ଅଧିକାର

ଏହି ଅଧିକାର ଗୁଡିକୁ ମାନବ ଅଧିକାର କୁହାଯାଏ । ମଣିଷର ଏହି ଅଧିକାରଗୁଡିକ ଦେଶ କିମ୍ବା ଦେଶର (ସରକାରଙ୍କ)ର କର୍ମଚାରୀମାନେ ଭଙ୍ଗ କରିବା ଅନୁଚିତ୍ । ଏହା ଭଙ୍ଗ କଲେ ସେମାନଙ୍କ ବିରୁଦ୍ଧରେ ମାନବ ଅଧିକାର କମିଶନ୍ ଙ୍କ ନିକଟରେ ଅଥବା ମାନବ ଅଧିକାର କୋର୍ଟରେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ । ଏହି ଅଧିକାରଗୁଡ଼ିକ ଦେଶରେ ସମ୍ବିଧାନରେ ଲିପିବଦ୍ଧ ହେଲେ ତାହା ମୌଳିକ ଅଧିକାର ନାମରେ ପରିଚିତ ହୁଏ ।

ମାନବ ଅଧିକାର କମିଶନ

ସାଧାରଣତଃ ମାନବ ଅଧିକାର କମିଶନ ସରକାରୀ କର୍ମଚାରୀମାନଙ୍କର ବିରୋଧରେ ଅଭିଯୋଗ ଗ୍ରହଣ କରିଥାନ୍ତି । ଯେଉଁଠାରେ ପ୍ରାଇଭେଟ୍ ପକ୍ଷମାନଙ୍କର ଅଭିଯୋଗକୁ ସରକାରୀ କର୍ମଚାରୀ ଶୁଣିବାରେ ଅବହେଳା କରନ୍ତି, ସେଭଳି କ୍ଷେତ୍ରରେ ମାନବ ଅଧିକାର କମିଶନର ସେହି ଘଟଣାଟିକୁ ତଦନ୍ତ କରିପାରିବେ।

ଉଦାହରଣ ସ୍ୱରୂପ :- ରାମକୁ ଶାମ ମାରିଦେବାର ଧମକ ଦେଉଛି । ରାମ ଥାନାକୁ ଗଲେ ମଧ୍ୟ ଥାନାବାବୁ ତାହା କଥା ଶୁଣୁ ନାହାଁନ୍ତି କି ସାହାଯ୍ୟ କରୁନାହାଁନ୍ତି । ଏଭଳି ଘଟଣାରେ ଥାନାବାବୁ କାର୍ଯ୍ୟରେ ଅବହେଳା କଲେ । ଏଭଳି ଘଟଣା ମାନବଅଧିକାର କମିଶନଙ୍କୁ ଜଣାଇଲେ ସେ  ତଦନ୍ତ କରିବେ ।

ମାନବାଧିକାର ଶବ୍ଦର ସୃଷ୍ଟି

ମାନବ ଅଧିକାର ଶଦ୍ଦଟି U.N.O. Charter 1945 ରେ ପ୍ରଥମ ଥର ପାଇଁ ବ୍ୟବହୃତ ହେଲା । ପରେ Universal Declaration of Human Rights (UDHR) ୧୯୪୮ରେ ପ୍ରସ୍ତୁତ ହେଲା । ଏଥିରେ ମାନବ ଅଧିକାର ମାନ ବିଶଦ ଭାବେ ବର୍ଣ୍ଣିତ ହେଲା । ଏଥିରେ ଉଲ୍ଲେଖ ଥିବା ବିଷୟମାନଙ୍କୁ ଦେଶମାନେ ମାନିବାକୁ ବାଧ୍ୟ ହେଲେ ନାହିଁ। ଏଣୁ ପରେ ଏହି ଦୁର୍ବଳତାକୁ ଦୂର କରିବା ପାଇଁ ୨ଟି charter 1966 ମସିହାରେ ପ୍ରସ୍ତୁତ ହେଲା । ଏହି charter ୨ଟି ହେଲା –

  • The convenant on civil and political right – 1966
  • The convenant of economic, social and cultural rights -1966

ଏହି charter (ସନନ୍ଦ) ୨ଟିକୁ ବିଭିନ୍ନ ଦେଶମାନେ ସ୍ଵାକ୍ଷର କରି ଗ୍ରହଣ କଲେ ଓ ଭାରତ ମଧ୍ୟ ସ୍ଵାକ୍ଷର କରି ଗ୍ରହଣ କରିଅଛି ।

ଭାରତ ଏହି ସନନ୍ଦ ୨ଟିକୁ ଗ୍ରହଣ କରିଥିବାରୁ ଏଥିରେ ଥିବା ଅଧିକାରୀମାନଙ୍କୁ ଭଙ୍ଗ କରିପାରିବେ ନାହିଁ । ଭଙ୍ଗ କଲେ ଏହା କୋର୍ଟ ଜରିଆରେ ସାବ୍ୟସ୍ତ କରିହେବ ।

ମାନବ ଅଧିକାର ସନନ୍ଦ

ମାନବ ଅଧିକାର ସନନ୍ଦ (U.D.H.R.charter) ଦ୍ଵାରା ଅନେକ ଅଧିକାର ପାଇଲା । ବିଶ୍ଵସ୍ତରରେ ନିମ୍ନଲିଖିତ ଅଧିକାରମାନ ଉପଭୋଗ କରିବାର ସୁଯୋଗ ମଧ୍ୟ ପାଇଲା ।

  • ଜାତି, ଧର୍ମ, ବର୍ଣ୍ଣ ଓ ଜାତୀୟତା (Nationality) ନିର୍ବିଶେଷରେ ବୟସ୍କ ପୁରୁଷ ଓ ସ୍ତ୍ରୀ ମାନେ ପରସ୍ପରକୁ ବିବାହ କରିପାରିବେ । (Article 16 U.D.H.R.)
  • ନିଜ ଦେଶର ଜାତୀୟତା ପାଇବାକୁ ହକଦାର ହେଲା ଓ ଏହା ପରିବର୍ତ୍ତନ କରିବାରେ ବାଧ୍ୟ ରହିଲା ନାହିଁ । (Article-15-U.D.H.R.)
  • ବିଦେଶ ଭ୍ରମଣ କରିବାର ଅଧିକାର ରହିବା ସଙ୍ଗେ ସଙ୍ଗେ ସ୍ଵଦେଶ ପ୍ରତ୍ୟାବର୍ତ୍ତନର ଅଧିକାର ରହିଲା। (Article 13 U.D.H.R.)
  • ଅନ୍ୟ ଦେଶରେ ଆଶ୍ରୟ ଖୋଜିବାର ଅଧିକାର ରହିଲା । (Article 14 U.D.H.R.)
  • ପ୍ରତ୍ୟେକ ଦେଶରେ ମଣିଷ ଆଇନ୍ ଦୃଷ୍ଟିରୁ ଜଣେ ଜୀବିତ ମାନବ ହିସାବରେ ଅଧିକାର ପାଇବେ ଓ ଆଇନ୍ ର ସମାନତାର ଅଧିକାର ପାଇବ । (Article 6 &7 U.D.H.R.)

ମାନବ ଅଧିକାର ସୁରକ୍ଷା ଆଇନ୍ ୧୯୯୩

ଭାରତରେ ମାନବ ଅଧିକାର ସୁରକ୍ଷା ଆଇନ୍ ୧୯୯୩, ପ୍ରଣୀତ ( The protection of Human Rights Act, 1993) ହୋଇଛି । ଏହି ଆଇନ୍ ଅନୁଯାୟୀ ଜାତୀୟ ସ୍ତରରେ ଜାତୀୟ ମାନବ ଅଧିକାର କମିଶନ ଓ ରାଜ୍ୟ ସ୍ତରରେ ରାଜ୍ୟ ମାନବାଧିକାର କମିଶନ ମାନ ଗଠିତ ହୋଇଛି । ଏହି କମିଶନ ମାନଙ୍କୁ ନାଗରିକମାନେ ନିଜର ଅଭିଯୋଗମାନ ପଠାଇ ପାରିବେ। ମାନବ ଅଧିକାର କୋର୍ଟ ମାନ ମଧ୍ୟ ଗଠିତ ହେବାର ବ୍ୟବସ୍ଥା ଏହି ଆଇନ୍ ରେ ଅଛି ଯଦିଓ ଏଯାବତ ଏହି ପ୍ରକାର କୋର୍ଟମାନ ଗଠିତ ହୋଇ ନାହିଁ ।

ମାନବାଧିକାର କମିଶନ

ମାନବ ଅଧିକାର ପ୍ରପୀଡ଼ିତ ବ୍ୟକ୍ତି, ତାଙ୍କ ତରଫରୁ ଆଉ କାହାଠାରୁ ଲେଖା ପାଇ ଅଥବା ସ୍ଵତଃ ପ୍ରବୃତ ଭାବେ ମାନବ ଅଧିକାର କମିଶନ ନିମ୍ନଲିଖିତ ଘଟଣା ଗୁଡିକରେ ତଦନ୍ତ କରିଥାନ୍ତି ।

  • ମାନବ ଅଧିକାର ଭଙ୍ଗ କିମ୍ବା ଏହା ଭଙ୍ଗ ପାଇଁ ପ୍ରେରଣା ଦିଆଯାଉଥିଲେ ।
  • ସରକାରୀ କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ମାନବ ଅଧିକାର ଭଙ୍ଗ ହେଉଥିଲେ ।
  • କୋର୍ଟରେ ମାନବ ଅଧିକାର ଜନିତ କେଶ୍ ଥିଲେ ସେଥିରେ ପକ୍ଷଭୁକ୍ତ ହୋଇ କେଶ୍ କୁ ଭଲଭାବେ ଚାଲୁ କରିବା ନିମିତ୍ତ ମାନବ ଅଧିକାର କମିଶନ ତତ୍ପର ରହନ୍ତି ।

ମାନବ ଅଧିକାର କମିଶନ ତଦନ୍ତ

କମିଶନ୍ –

  • ସମ୍ପୃକ୍ତ ସରକାରଙ୍କୁ ଦାୟୀ ହେବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦିଅନ୍ତି ।
  • ସୁପ୍ରିମ୍ କୋର୍ଟ ଅଥବା ହାଇକୋର୍ଟକୁ ଆବଶ୍ୟକ ଅର୍ଡର ପାସ୍ କରିବା ପାଇଁ ଅନୁରୋଧ କରନ୍ତି ।
  • ସମ୍ପୃକ୍ତ ସରକାର କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ମଧ୍ୟବର୍ତ୍ତିକାଳୀନ ସାହାଯ୍ୟ ଦେବା ପାଇଁ ପ୍ରସ୍ତାବ ଦିଅନ୍ତି ।
  • Armed Forces ମାନଙ୍କ ତରଫରୁ Human Rights Violation ଅଭିଯୋଗ ପାଇଲେ କମିଶନ ନିଜେ ତଦନ୍ତ ନ କରି କେନ୍ଦ୍ର ସରକାରଙ୍କ ଠାରୁ ରିପୋର୍ଟ ମାଗନ୍ତି ।
  1. ରାଜ୍ୟ ମାନଙ୍କରେ ମାନବ ଅଧିକାର କମିଶନ ଅଛନ୍ତି । ଏହା ଦ୍ଵାରା ରାଜ୍ୟମାନଙ୍କରେ ମାନବ ଅଧିକାର କୋର୍ଟମାନ ଗଠନ, କରିବାର ବ୍ୟବସ୍ଥା ଆଇନ୍ ରେ ଅଛି ।
  2. କେଉଁ ଅଭିଯୋଗ ଗୁଡ଼ିକ କମିଶନ୍ ଶୁଣନ୍ତି ନାହିଁ
    • ଯଦି ଘଟଣା ଘଟିବାର ବର୍ଷକ ପରେ ଅଭିଯୋଗ କରାଯାଏ ।
    • କୋର୍ଟରେ ବିଚାରାଧିନ ଥିବା ବିଷୟରେ
    • ବେନାମି ଓ ଠକ ନାମରେ ଥିବା ଅଭିଯୋଗକାରୀମାନେ
    • କମିଶନ୍ ଙ୍କ କାର୍ଯ୍ୟ ପରିସରଭୁକ୍ତ ହୋଇନଥିଲେ ।
    • ଚାକିରୀ ସମ୍ପର୍କୀୟ ଘଟଣାମାନ
  3. ଆପଣ ଏକ ସରକାରୀ ଦପ୍ତରକୁ ଗଲେ ଓ ଅଫିସରଙ୍କୁ ନ ପଚାରି ଆଗନ୍ତୁକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଚେୟାରରେ ବସି ପଡ଼ିଲେ । ଏଥିରେ ଉତ୍ କ୍ଷିପ୍ତ ହୋଇ ଅଫିସର ଜଣଙ୍କ ଆପଣଙ୍କୁ ସିଟ୍ ଛାଡି ଦେବାକୁ କହିଲେ । ଏହା ଦ୍ଵାରା ଆପଣଙ୍କ ମାନବାଧିକାର ଭଙ୍ଗ ହେଉଛି ।
  4. ଆପଣ ଗୋଟିଏ ଅଫିସ୍ କୁ ଗଲେ । ସେଠାରେ ଚେୟାର ଗୁଡ଼ିକ ଖାଲି ପଡ଼ିଥିଲେବି ସରକାରୀ କର୍ମଚାରୀ ଜଣଙ୍କ ଆପଣଙ୍କୁ ସିଟ୍ ଗ୍ରହଣ କରିବାକୁ କହିଲେ ନାହିଁ । ଏହାଦ୍ୱାରା ଆପଣଙ୍କ ମାନବ ଅଧିକାର ଭଙ୍ଗ ହେଉଛି । ଏହା ଦ୍ଵାରା ଆପଣଙ୍କୁ ଅସମ୍ମାନିତ କରାଗଲା ।
  5. ଅଫିସ୍ ରେ ମହିଳା କର୍ମଚାରୀଙ୍କୁ ଅସୌଜନ୍ୟ ବ୍ୟବହାର କରିବା ଦ୍ଵାରା ମାନବ ଅଧିକାର ଭଙ୍ଗ ହେଉଛି ।
  6. ଜଣେ ବ୍ୟକ୍ତିଙ୍କର ବଂଶ, ଜାତି, ଧର୍ମକୁ ନେଇ ତାଙ୍କୁ ଅଫିସ୍ ରେ ନିନ୍ଦିତ କରାଗଲେ, ଏହା ଦ୍ଵାରା ମାନବ ଅଧିକାର ଭଙ୍ଗ ହେଉଛି ।
  7. ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦରେ କାହାରିକୁ ଅସମ୍ମାନ ନକରି ସମସ୍ତଙ୍କୁ ଉତ୍ତମ ବ୍ୟବହାର କଲେ ମାନବ ଅଧିକାର ଭଙ୍ଗ ହେବ ନାହିଁ ।

ଆଧାର – ଓଡ଼ିଶା ଲ ହାଉସ

3.13953488372
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top