অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସରକାରୀ କର୍ମଚାରୀଙ୍କ ନାମରେ କେଶ୍ ସମ୍ପର୍କରେ

କର୍ମଚାରୀଙ୍କ ଉଦ୍ଦେଶ୍ୟ

କୌଣସି ସରକାରୀ କର୍ମଚାରୀ ମନ୍ଦ ଉଦ୍ଦେଶ୍ୟ ରଖି ଅଥବା ଜାଣିଶୁଣି ଆପଣଙ୍କୁ ହଇରାଣ ହରକତ କଲେ ଆପଣ ତାଙ୍କ ନାମରେ ମକଦ୍ଦମା କରିପାରିବେ । ଯଦି ସରକାରୀ କର୍ମଚାରୀ ଜଣକ ଆପଣଙ୍କ ପ୍ରତି କରୁଥିବା ଅନ୍ୟାୟ ତାଙ୍କର ବ୍ୟକ୍ତିଗତ କର୍ମଦ୍ଵାରା (ଅର୍ଥାତ୍ ପ୍ରାଇଭେଟ୍ କର୍ମ ଦ୍ଵାରା ) ହେଉଥାଏ,ତେବେ ଆପଣ ତାଙ୍କ ନାମରେ ତାଙ୍କର କର୍ମର ଭୂମିକା ଉପରେ ନିର୍ଭର କରି କ୍ରିମିନାଲ୍ ତଥା ସିଭିଲ୍ କେଶ୍ କରିପାରିବେ । ଏଥିପାଇଁ କାହାର ଅନୁମତି ଦରକାର ନାହିଁ ।

ସରକାରୀକାର୍ଯ୍ୟ ପାଇଁ ହଇରାଣ

ସରକାରୀ କର୍ମଚାରୀ ଜଣକ ଯଦି ତାଙ୍କ ଅଫିସିଆଲ୍ କର୍ମ ଦ୍ଵାରା ଆପଣଙ୍କୁ ହଇରାଣ କରିଥାଆନ୍ତି ଏବଂ ଏହା କ୍ରିମିନାଲ୍ ଅଫେନ୍ସ ହେଉଥାଏ, ତେବେ ଗେଜେଟେଡ୍ ଅଫିସର ଓ ପୋଲିସ୍ ଙ୍କ କ୍ଷେତ୍ରରେ ଆପଣ ସରକାରଙ୍କ ଠାରୁ ଅନୁମତି ନେଇ ସେମାନଙ୍କ ନାମରେ କ୍ରିମିନାଲ୍ କେଶ୍ କରିପାରିବେ । ଯଦି ସରକାରୀ ଅନୁମତି ଣ ଦିଅନ୍ତି, ତେବେ ଆପଣ ହାଇକୋର୍ଟରେ ରିଟ୍ କରି ସରକାର ଅନୁମତି ଦେବା ପାଇଁ ହାଇକୋର୍ଟରୁ ନିର୍ଦ୍ଦେଶ ନେଇ ପାରିବେ ।

ଜାଣିଶୁଣି ବିଳମ୍ବ

ଯଦି ଆପଣଙ୍କର କୌଣସି କାମକୁ ସରକାରୀ ଦପ୍ତରରେ କିରାଣୀମାନେ ଓ ଅଫିସରମାନେ ଅବହେଳା କରି ବା ଜାଣିଶୁଣି ବିଳମ୍ବ କରୁଥାନ୍ତି, ତେବେ ଆପଣ ସେମାନଙ୍କ ନାମରେ ସିଭିଲ୍ ମକଦ୍ଦମା କରି କ୍ଷତିପୂରଣ ଆଦାୟ କରିପାରିବେ । ଏହା କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଉକ୍ତ ସରକାରୀ କର୍ମଚାରୀଙ୍କୁ ସିଭିଲ୍ ପ୍ରସିଡିଓର କୋର୍ଡ ଅନୁଯାୟୀ ୨ ମାସିଆ ରେଜିଷ୍ଟ୍ରି ଚିଠି ଦ୍ଵାରା ନୋଟିସ୍ ଦେବାକୁ ହେବ । ମନେ ରଖିବାକୁ ହେବ ଯେ ସରକାରୀ କର୍ମଚାରୀଙ୍କ ଠାରୁ ବ୍ୟକ୍ତିଗତ ଭାବେ କ୍ଷତିପୂରଣ ପାଇବାକୁ କେଶ୍ କଲେ ମଧ୍ୟ ସେହି କେଶ୍ ରେ ସରକାରଙ୍କୁ ଉପରୋକ୍ତ ମତେ ୨ ମାସିଆ ନୋଟିସ୍ ଦେଇ ପକ୍ଷ କରିବାକୁ ପଡିବ ।

ବ୍ୟକ୍ତିଗତ କ୍ଷତିପୂରଣ ମାମଲା

ଅନେକ ସରକାରୀ କର୍ମଚାରୀ ତଥା ସାଧାରଣ ଲୋକଙ୍କ ଧାରଣା ଯେ ସରକାରୀ କର୍ମଚାରୀଙ୍କ ନାମରେ ବ୍ୟକ୍ତିଗତ ଭାବେ କ୍ଷତିପୂରଣ ମାମଲା ହୋଇପାରିବ ନାହିଁ । ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ୍ । ସରକାର ଜନସାଧାରଣଙ୍କ ଠାରୁ ଟଙ୍କା ଟାକ୍ସ ବା ଅନ୍ୟ ଉପାୟରେ ଆଦାୟ କରି ସରକାର ଚଳାନ୍ତି ଓ ସରକାରୀ କର୍ମଚାରୀଙ୍କ ମାନଙ୍କୁ ଦରମା ଦିଅନ୍ତି । ଏ ଦୃଷ୍ଟିରୁ ସରକାରଙ୍କ ଅବହେଳା ହେଉ ବା ତାଙ୍କ କର୍ମଚାରୀଙ୍କ ଅବହେଳା ହେଉ ସେମାନଙ୍କ ନାମରେ କ୍ଷତିପୂରଣ ମକଦ୍ଦମା କରାଯାଇପାରିବ ।

ସରକାରୀ କର୍ମଚାରୀଙ୍କ ଆଚରଣ ବିଧି କ’ଣ ?

“ଓଡିଶା ସରକାରୀ କର୍ମଚାରୀ ଆଦେଶ ବିଧି, ୧୯୯୫” ଆଇନ୍ ଅନୁସାରେ ପ୍ରତ୍ୟକ ସରକାରୀ କର୍ମଚାରୀ ସବୁ ସମୟରେ ସମ୍ପୂର୍ଣ୍ଣ ରୂପେ ସାଧୁ ଓ ସଚ୍ଚୋଟ ହେବେ, ଆଚରଣଗତ ଶୃଙ୍ଖଳା ପ୍ରଦର୍ଶନ ଏବଂ କର୍ତ୍ତବ୍ୟ ପ୍ରତି ଅନୁରକ୍ତ ରହିବେ ଏବଂ ଏପରି କୌଣସି କର୍ମ କରିବେ ନାହିଁ, ଯାହା ଦ୍ଵାରା ବ୍ୟକ୍ତିଗତ ଅନୈତିକତା ଓ ଠିକ୍ ରୂପେ କର୍ତ୍ତବ୍ୟ ତୁଲାଉ ନାହାନ୍ତି ବୋଲି ବିବେଚିତ ହେବେ  ।

ଦୁର୍ନୀତି ନିବାରଣ ଆଇନ୍ କ’ଣ ?

ସରକାରୀ କର୍ମଚାରୀଙ୍କ ମଧ୍ୟରେ ଦେଖାଯାଇଥିବା ଲାଞ୍ଚ ଦୁର୍ନୀତିର ନିବାରଣ ପାଇଁ ଏହି ଆଇନ ୧୯୪୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ୧୧ ତାରିଖରେ ଲାଗୁ କରାଯାଇଛି  । କୌଣସି କର୍ମଚାରୀ ତାଙ୍କର ଆଇନ୍ ଗତ ପ୍ରାପ୍ୟ ବ୍ୟତୀତ ଅନ୍ୟ କୌଣସି ପାରିତୋଷିକ ବା ଲାଞ୍ଚ ଗ୍ରହଣ କଲେ  । ବିନା ମୂଲ୍ୟରେ କିମ୍ବା କମ୍ ମୂଲ୍ୟରେ କୌଣସି ମୂଲ୍ୟବାନ ଜିନିଷ ତାଙ୍କ ନିଜ ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରୁ ଗ୍ରହଣ କଲେ କିମ୍ବା ଗ୍ରହଣ କରିବା ପାଇଁ ସମ୍ମତ ଦେଲେ କିମ୍ବା ପାଇବା ପାଇଁ ଉଦ୍ୟମ କଲେ  । ଏଥିପାଇଁ କୌଣସି ବିପରୀତ ପ୍ରମାଣ ନଥିଲେ ଏହା ଭାରତୀୟ ଦଣ୍ଡବିଧି ଆଇନ୍ ର ୧୧ ଦଫା ଅନୁସାରେ ଅପରାଧ ହେବ  । ଏଥିପାଇଁ ସର୍ବାଧିକ  ବର୍ଷ ଜେଲ ଜୋରିମାନା ଦଣ୍ଡ ଦେବାର ବ୍ୟବସ୍ଥା ଅଛି  । ଏହା ଏକ ପୋଲିସ ଧର୍ତ୍ତବ୍ୟ, ଜାମିନ ବିହୀନ ଅପରାଧ ଅଟେ  ।

ଆଧାର –

  • ଓଡିଶା ଲ ହାଉସ
  • ଏମ.ଏମ. ପବ୍ଲିକେସନ

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate