অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜରୁରୀ ଆଇନ୍

ଜାଣନ୍ତୁ କେତେକ ଜରୁରୀ ଆଇନ୍

ନିଜର ସ୍ଵାର୍ଥ ରକ୍ଷା ପାଇଁ ସମସ୍ତେ ନିତାନ୍ତ କେତେକ ଜରୁରୀ ଆଇନ୍ ମାନ ଜାଣିବା ଦରକାର । ନିଜର ଅଧିକାର ରକ୍ଷା କରିବା ଓ ବିନା ଦୋଷରେ ଦଣ୍ଡିତ ନ ହେବା ହିଁ ସ୍ଵାର୍ଥ ଅଟେ । ଏଣୁ ମୁଣ୍ଡ ଉଚ୍ଚ କରି ସାମାଜରେ ଚଳିବାକୁ ହେଲେ ଦେଶର ଆଇନ୍ କାନୁନ୍ ମାନ ଜାଣିବା ଦରକାର ।

  • ଆପଣ ସରକାରୀ ଅଫିସ୍ କୁ ଯାଇଛନ୍ତି । ସେଠାରେ ଖୋଲା ଚୌକିମାନ ପଡ଼ିଛି । ଅଫିସ୍ ଅଧିକାରୀ ଜଣକ ଆପଣଙ୍କୁ ଚେୟାରରେ ବସିବାକୁ ନ ଦେଲେ ଆପଣଙ୍କର ମାନବ ଅଧିକାର ଭଙ୍ଗ ହେଲା ।
  • ଆପଣ ନିଜର ମୋକଦ୍ଦମା ନିଜେ କୋର୍ଟରେ ଚାଲୁ କରିପାରିବେ । ଓକିଲ ନିଯୁକ୍ତି କରିବାକୁ ଆପଣ ବାଧ୍ୟ ନୁହଁନ୍ତି । ଯଦି ଆପଣ ଓକିଲ ନିଯୁକ୍ତି କରିଛନ୍ତି ଇଚ୍ଛା କଲେ ମଧ୍ୟ ସେହି ଓକିଲ୍ ଙ୍କୁ ବଦଳାଇ ନୂଆ ଓକିଲ ନିଯୁକ୍ତ କରିପାରିବେ କିମ୍ବା ନିଜେ ନିଜେ କେଶ୍ ଟି ସେଠାରୁ ଚାଲୁ କରିପାରନ୍ତି ।

କ୍ରିମିନାଲ୍ ପ୍ରୋସିଡିଓର କୋର୍ଡ ଧାରା ୧୬୦

କୌଣସି କେଶ୍ ସମ୍ପର୍କରେ ପଚରାଉଚରା କରିବା ପାଇଁ ପୋଲିସ୍ ମହିଳା ଓ ୧୫ ବର୍ଷର କମ୍ ବାଳକ ଓ ୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସ ଲୋକଙ୍କୁ ଥାନାକୁ ଡକାଇ ପାରିବେ ନାହିଁ । ସେମାନେ ରହୁଥିବା ସ୍ଥାନରେ ପୋଲିସ୍ ଯାଇ ପଚରାଉଚରା କରିପାରିବେ । ଏହା ସତ୍ତ୍ୱେ ପୋଲିସ୍ ଡାକିଲେ ଆପଣ ଯିବାକୁ ମନା କରିବେ ।

ବେଆଇନ୍ ସମାବେଶ

ଆପଣ ଯେଉଁ ଜମିର ମାଲିକ ଅଥବା ଦଖଲରେ ଅଛନ୍ତି – ସେଠାରେ ବେଆଇନ୍ ସମାବେଶ ବା ରାୟଟିଙ୍ଗ୍ ଘଟିଲେ – ଆପଣ ତାହା ଯେତେବେଳେ ଜାଣିବେ ଥାନାରେ ରିପୋର୍ଟ ହୋଇନଥିଲେ ନିଜେ ରିପୋର୍ଟ କରିବେ । ନଚେତ୍ ଆପଣ କୋର୍ଟ ଦ୍ଵାରା ଦଣ୍ଡିତ ହୋଇ ଏକହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ ।

ଧର୍ଷଣ

କୌଣସି ମହିଳା (ସ୍ତ୍ରୀ ବ୍ୟତୀତ)ଙ୍କ ସହ ତାଙ୍କ ବିନା ମତରେ ଯୌନକ୍ରିୟା କଲେ ତାହା ଧର୍ଷଣ ଅଟେ । ୧୬ ବର୍ଷରୁ କମ୍ ବାଳିକା ସହିତ ତାର ମତନେଇ ଅଥବା ଅନୁରୋଧ ରକ୍ଷା କରି ମଧ୍ୟ ଯୌନକ୍ରିୟା କଲେ ତାହା ଧର୍ଷଣ ଅପରାଧ ହେବ । ୧୫ ବର୍ଷରୁ କମ୍ ବୟସ୍କ ନିଜର ସ୍ତ୍ରୀଙ୍କ ସହିତ ଯୌନକ୍ରିୟା କଲେ ମଧ୍ୟ ତାହା ଧର୍ଷଣ ହେବ (ଧାରା 375 Indian Penal Code)

ଧାରା 317 Indian Penal Code

ଜଣେ ୧୨ ବର୍ଷରୁ କମ୍ ବାଳୁତର ପିତାମାତା ବା ଅଭିଭାବକ ସେହି ବାଳୁତଙ୍କୁ ପରିତ୍ୟାଗ ଉଦ୍ଦେଶ୍ୟରେ ଛାଡିଦେଲେ, ସେମାନେ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଜୋରିମାନା, କିମ୍ବା ଜେଲ୍ ଜୋରିମାନା ଉଭୟର ଦଣ୍ଡିତ ହେବେ ।

କମ୍ପ୍ଲେନ୍ କେଶ୍

ଗୋଟିଏ କେଶ୍ ସମ୍ପର୍କରେ ଆପଣ ଥାନାରେ ଏତଲା ଦେଲେ । ଥାନାବାବୁ ଏତଲା ଉପରେ କାମ କଲେ ନାହିଁ । ଆପଣ ପୋଲିସ୍ ଏସ୍ପିଙ୍କ ଜଣାଇବେ । ସେ କିନ୍ତୁ ନ ଲଗାଇ କରିପାରିବେ। ଥାନାକୁ ବିଲ୍କୁଲ୍ ନ ଯାଇ ମଧ୍ୟ ଆପଣ ସିଧାସିଧା କୋର୍ଟରେ କମ୍ପ୍ଲେନ୍ କେଶ୍ କରିପାରିବେ । ଏହାଛଡା ଉପରୋକ୍ତ ମତେ ନ ଯାଇ ଆପଣ ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କୁ ମଧ୍ୟ ପତ୍ର ଲେଖିପାରିବେ ଓ ସେହି ପତ୍ର ଉପରେ ମାଜିଷ୍ଟ୍ରେଟ୍ କାର୍ଯ୍ୟାନୁଷ୍ଠାନ ହେବ ।

ମହିଳା କମିଶନ୍

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ କାରଣରୁ ଗଣ୍ଡଗୋଳ ହେଉଛି । ସେଥିପାଇଁ ମହିଳାମାନେ – ମହିଳା କମିଶନ୍/ ଥାନା/ ଭଦ୍ରଲୋକ/ କୋର୍ଟ ଓ ଲୋକ ଅଦାଲତକୁ ଯିବାର ରାସ୍ତାମାନ ଅଛି । ସିଧାସଳଖ ଥାନାକୁ ଚାଲିଗଲେ ସ୍ଵାମୀ ଆରେଷ୍ଟ ହୋଇଯାଉଛନ୍ତି ଓ ତାଙ୍କୁ ସାଧାରଣତଃ ଜାମିନ୍ ମିଳୁ ନାହିଁ । ଏଣୁ ସ୍ଵାମୀ ଓ ତାଙ୍କ ପରିବାର ଲୋକମାନେ ଜେଲ୍ ରେ ରହିଛନ୍ତି । ଏପରି ଘଟଣାରେ ପରେ ସ୍ତ୍ରୀ ଯେତେ ଅନୁତପ୍ତ ହୋଇ କେଶ୍ କୁ ମିଳାମିଶା କରିବାକୁ କହିଲେ ମଧ୍ୟ କେଶ୍ ଟି ମିଳାମିଶା ହୋଇପାରୁନାହିଁ । ସେହିପରି ମହିଳା କମିଶନକୁ ଯାଇଥିବା ମାମଲାମାନ ମଧ୍ୟ କଚେରୀରେ ଆଉ ସମାଧାନ ହୋଇପାରୁନାହିଁ । ମାତ୍ର ପ୍ରଥମରୁ ଲୋକଅଦାଲତକୁ ଆସିଥିବା କେଶ୍ ମାନଙ୍କରୁ ପ୍ରାୟ ଅଧିକାଂଶ ମିଳାମିଶା ହୋଇପାରୁଛି । ଏଣୁ ଭାବିଚିନ୍ତି ଉପରୋକ୍ତ କେଉଁ ସ୍ଥାନମାନଙ୍କୁ ଯିବେ ତାହା ସ୍ଥିର କରନ୍ତୁ ।

ଇନ୍ସ୍ୟୁରାନ୍ସ

ଆପଣ କୌଣସି ଦୁଇଚକିଆ ବା ତା ଠାରୁ ଅଧିକ ଚକ ଥିବା ମୋଟରଜାନ ବ୍ୟବହାର କରୁଥିଲେ ତାକୁ ନିତାନ୍ତ ରୂପେ ଇନ୍ସ୍ୟୁରାନ୍ସ କରନ୍ତୁ । ଇନ୍ସ୍ୟୁରାନ୍ସ ନଥିବା ଗାଡି ଚଢନ୍ତୁ ନାହିଁ । ଏହାର କାରଣ ହେଲା ଯଦି ଆପଣଙ୍କର ଯାନ ଧକ୍କା କରିବା ଦ୍ଵାରା କେହି ମୃତାହୃତ ହୁଅନ୍ତି, ତେବେ ସେମାନେ ଆପଣଙ୍କ ଠାରୁ କ୍ଷତିପୂରଣ ପାଇବେ । ମାତ୍ର ଆପଣ ସ୍ଵଚ୍ଛଳ ବ୍ୟକ୍ତି ହୋଇନଥିଲେ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇପାରିବେ ନାହିଁ । କିନ୍ତୁ ଯଦି ଆପଣ ଗାଡିଟି ଇନ୍ସ୍ୟୁରାନ୍ସ କରିଥାଆନ୍ତି ତେବେ ଇନ୍ସ୍ୟୁରାନ୍ସ କମ୍ପାନୀ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବ । ଏହାଦ୍ଵାରା ଆପଣ ଅନ୍ତତଃପକ୍ଷେ ଏକ ନୈତିକ କର୍ତ୍ତବ୍ୟ ପାଳନ କରୁଛନ୍ତି ଓ ନିଜେ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରକ୍ଷା ପାଉଛନ୍ତି ।
  • କୋର୍ଟରେ ଓକିଲମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବସିଲେ ତାହା କୋର୍ଟ ଅବମାନନା ହେବ । ଦର୍ଶକମାନଙ୍କ ଉଦ୍ଦିଷ୍ଟ ସ୍ଥାନରେ ବସନ୍ତୁ ।

ସମ୍ମାନର ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା କ’ଣ ?

ନାଗରିକମାନଙ୍କ ସମ୍ମାନର ସୁରକ୍ଷା ପାଇଁ ଭାରତୀୟ ଦଣ୍ଡବିଧି ଆଇନ୍ ର ୪୯୯ ଠାରୁ ୫୦୨ ଦଫା ମଧ୍ୟରେ ମାନହାନୀ ପାଇଁ ଦଣ୍ଡବ୍ୟବସ୍ଥା କରାଯାଇଛି  । କୌଣସି ଲୋକ ଅନ୍ୟ କୌଣସି ଲୋକକୁ ନିନ୍ଦା କଲାଭଳି ବା ଅପବାଦ ଦେବାଭଳି ଭାଷା କହିବ କିମ୍ବା ଲେଖିବା କିମ୍ବା ଛାପିବା ଦୋଷାବହ ଅଟେ  । କୌଣସି ମୃତ ବ୍ୟକ୍ତି ବଞ୍ଚିଥିଲେ ଉପରୋକ୍ତ କାର୍ଯ୍ୟଦ୍ଵାରା ତା’ର ବଞ୍ଚିଥିବା ଅବସ୍ଥାରେ ମାନହାନୀ ଘଟିଥାନ୍ତା କିମ୍ବା ତା’ର ପରିବାରର ଅଥବା ନିକଟ ସମ୍ପର୍କୀୟଙ୍କର ମାନହାନୀ ଘଟୁଥିଲେ ମଧ୍ୟ ଅପରାଧ ହୁଏ  । କୌଣସି କମ୍ପାନୀ କିମ୍ବା ଆସୋସିଏସନ କିମ୍ବା ବ୍ୟକ୍ତି ସମୂହଙ୍କର ଉପରୋକ୍ତ କାର୍ଯ୍ୟଦ୍ଵାରା ମାନହାନୀ ଘଟିବା ଦୋଷାବହ ଅଟେ  । ଏଥିପାଇଁ ଦଣ୍ଡ ବିଧି ଆଇନ୍ ର ୫୦୦ ଦଫା ଅନୁସାରେ ସର୍ବାଧିକ ୧ ବର୍ଷ ଜେଲ ଓ ଜୋରିମାନାର ଦଣ୍ଡ ବ୍ୟବସ୍ଥା ଅଛି  ।

ସମ୍ମାନହାନି ଜନକ ଲେଖା ଛାପିବା, କ୍ଷୋଦିତ କରିବା କିମ୍ବା ଏହି ପଦାର୍ଥ ବିକ୍ରି କରିବା କିମ୍ବା ବିକ୍ରି କରିବାକୁ ଦେବା ଆଇନ୍  ଅନୁସାରେ ଅପରାଧ ଅଟେ  । ଏଥିପାଇଁ ସର୍ବାଧିକ ୨ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ଦେବାର ବ୍ୟବସ୍ଥା ଅଛି  ।

ସଂରକ୍ଷିତ ଅଧିକାର କ’ଣ ?

ଭାରତୀୟ ସମ୍ବିଧାନର ୨୦, ୨୧ ଓ ୨୨ ଧାରା ଅନୁସାରେ ନାଗରିକମାନଙ୍କ ପାଇଁ କେତେକ ଅଧିକାର ସଂରକ୍ଷିତ ରଖାଯାଇଛି  । ସେଗୁଡିକ ହେଉଛି –

  1. ଆଇନଭଙ୍ଗ ହେଉନଥିଲେ କାହାରୀକୁ ଦଣ୍ଡ ଦିଆଯାଇ ପାରିବ ନାହିଁ  ।
  2. ଆଇନ ଦ୍ଵାରା ନିର୍ଦ୍ଧାରିତ ଦଣ୍ଡଠାରୁ ଅଧିକ ଦଣ୍ଡ ଦିଆଯାଇ ପାରିବ ନାହିଁ  ।
  3. ନିର୍ଦ୍ଧିଷ୍ଟ ଗୋଟିଏ ଅପରାଧ ପାଇଁ ଜଣକୁ ଦୁଇଥର ଦଣ୍ଡ ଦିଆଯାଇପାରିବ ନାହିଁ  ।
  4. ନିଜ ବିରୁଦ୍ଧରେ ସାକ୍ଷୀ ହେବାପାଇଁ କାହାରୀକୁ ବାଧ୍ୟ କରାଯାଇପାରିବ ନାହିଁ  ।
  5. ଆଇନ୍ ସମ୍ମତ ହେଉ ନଥିଲେ କାହାରିକୁ ତା’ର ଜୀବନ ଓ ସ୍ଵାଧୀନତାରୁ ବଞ୍ଚିତ କରାଯାଇପାରିବ ନାହିଁ  ।
  6. କୌଣସି ଅପରାଧ ପାଇଁ ଗିରଫ ହୋଇଥିବା ବନ୍ଦୀକୁ ତା’ର ଇଚ୍ଛାନୁସାରେ କୌଣସି ବ୍ୟକ୍ତି ବା ଓକିଲଙ୍କ ସହ ପରାମର୍ଶ କରିବାରୁ ବଞ୍ଚିତ କରାଯାଇପାରିବ ନାହିଁ  ।
  7. ବିଶେଷ ଆଇନ୍ ବ୍ୟତୀତ ଅନ୍ୟ ଯେ କୌଣସି ବନ୍ଦୀକୁ ମାଜିଷ୍ଟ୍ରେଟଙ୍କ ବିନା ଆଦେଶରେ ୨୪ଘଣ୍ଟାରୁ ଅଧିକ ସମୟ ଅଟକ ରଖାଯାଇପାରିବ ନାହିଁ  । (ଯାତ୍ରାକାଳୀନ ସମୟକୁ ବାଦ ଦେଇ)  ।

ସଂରକ୍ଷିତ ସ୍ଵାର୍ଥ କଣ ?

ଭାରତୀୟ ସମ୍ବିଧାନର ୨୩ ଧାରା ଅନୁସାରେ ନାଗରିକମାନଙ୍କ ପାଇଁ କେତେକ ସ୍ଵାର୍ଥକୁ ସଂରକ୍ଷିତ ରଖାଯାଇଛି  । ସେଗୁଡିକ ହେଉଛି –

  1. ମଣିଷ ବିହୀନ, ଭିକ୍ଷା ଓ ବାଧ୍ୟତାମୂଳକ ଶ୍ରମ କରାଯାଇପାରିବ ନାହିଁ  ।
  2. ସାଧାରଣ ଉଦ୍ଦେଶ୍ୟରେ ଦେଶ କୌଣସି କାମ ପାଇଁ କାହାରିକୁ ବାଧ୍ୟ କରିପାରିବ ନାହିଁ  । ଏଭଳି କୌଣସି କାମ କରାଇବା ଆବଶ୍ୟକ ହେଲେ ଏଥିପାଇଁ କୌଣସି ଜାତି, ଧର୍ମ, ବର୍ଣ୍ଣ ବା ଶ୍ରେଣୀ ପାଇଁ ନିର୍ଦ୍ଧିଷ୍ଟ କରାଯାଇ ପାରିବ ନାହିଁ  ।
  3. ୧୪ ବର୍ଷ ପୂର୍ଣ୍ଣ ହୋଇନଥିବା କୌଣସି ବାଳକ ବା ବାଳିକାକୁ ଲୌନଶୀ କାରଖାନା, ଖଣି କିମ୍ବା ଯେ କୌଣସି ବିପଦଜନକ କାମରେ ଲଗାଯାଇପାରିବ ନାହିଁ  ।

ଆଧାର –

  • ଓଡିଶା ଆଇନ ସମୀକ୍ଷା
  • ଏମ.ଏମ. ପବ୍ଲିକେସନ

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate