অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇଚ୍ଛାପତ୍ର

କୌଣସି ଦଲିଲ୍  ଯାହାଦ୍ୱାରା  କୌଣସି  ବ୍ୟକ୍ତି  ତା’ର  ମୃତ୍ୟୁପରେ  ତା’ର  ସମ୍ପତ୍ତିକୁ  ବିତରଣ  କରିବା  ନିମନ୍ତେ  ଇଚ୍ଛୁକ ଥାଏ, ତାକୁ  ଏକ  ଇଚ୍ଛାପତ୍ର  ବୋଲି  କୁହାଯାଏ  । ଏପରି  ଇଚ୍ଛାପତ୍ର  କେବଳ  ଏହାର  ସ୍ରଷ୍ଟାଙ୍କାର  ମୃତ୍ୟୁପରେ  ହିଁ  ବଳବତ୍ତର  ହୁଏ, ଯାହାଙ୍କୁ  ‘ଟେଷ୍ଟେଟର୍’ କିମ୍ବା  ପ୍ରଣୟନକାରୀ  ବୋଲି  କୁହାଯାଏ   ।

କିଏ  ଏପରି  ଇଚ୍ଛାପତ୍ର  ଲେଖିପାରିବେ ?

କୌଣସି  ବ୍ୟକ୍ତି  ଯେକି  ସାବାଳକ  ଅଟେ ଏବଂ  ସୁସ୍ଥ  ମସ୍ତିସ୍କ  ଅଟେ , ସେ ଅନ୍ୟମାନଙ୍କୁ  ତା’ର  ସମ୍ପତ୍ତି ଦେବା  ନିମନ୍ତେ  ଏକ  ଇଚ୍ଛାପତ୍ର  ଲେଖିପାରେ   ।

କୌଣସି  ସମ୍ପତ୍ତିରେ  ହସ୍ତାନ୍ତରଣୀୟ  ଅଧିକାର  ଥିବା  କୌଣସି  ବ୍ୟକ୍ତି , ଏକ  ଇଚ୍ଛାପତ୍ର  ଜରିଆରେ  ସମ୍ପତ୍ତିକୁ  ହସ୍ତାନ୍ତରଣ  କରିପାରେ  ଏବଂ  ଏହା ତା’ର  କିମ୍ବା  (ଉକ୍ତ ମହିଳାର) ବୈବାହିକ  ସ୍ଥିତିର  ନିର୍ବିଶେଷରେ  କାଲ , ମୁକ ଏବଂ  ଅନ୍ଧ  ବ୍ୟକ୍ତିମାନେ  ମଧ୍ୟ , ଇଚ୍ଛା  ପତ୍ର ଦ୍ଵାରା  ଅନ୍ୟମାନଙ୍କୁ  ସମ୍ପତ୍ତି  ହସ୍ତାନ୍ତରଣ  କରିପାରନ୍ତି , ମାତ୍ର  ଏହି  ଲୋକମାନଙ୍କର  ଏପରି  ଜ୍ଞାନ  ଥିବା  ଉଚିତ୍ ଯେ , ସେମାନେ  କ’ଣ  କରୁଛନ୍ତି  । ପାଗଳ  ଲୋକମାନଙ୍କ  କ୍ଷେତ୍ରରେ , ସେମାନେ  ସୁସ୍ଥାବସ୍ଥାରେ ଏକ  ଇଚ୍ଛାପତ୍ର  ଲେଖିପାରିବେ   । ଅସୁସ୍ଥ  ସ୍ଵାସ୍ଥ  କିମ୍ବା  ନିଶାଶକ୍ତତା  କିମ୍ବା  ଅନ୍ୟ  କୌଣସି  କାରଣରୁ , ସେମାନେ  କ’ଣ  କରୁଛନ୍ତି  ତାହା  ନଜାଣିବା   ଅବସ୍ଥାରେ  ଲେଖାଯାଇଥିବା  କୌଣସି  ଇଚ୍ଛାପତ୍ର , ଏକ  ବୈଧ  ଇଚ୍ଛାପତ୍ର  ନୁହେଁ   ।

କିପରି  ଭାବେ  ଏକ  ଇଚ୍ଛାପତ୍ର  ଲେଖାଯିବ

ଏକ ଇଚ୍ଛାପତ୍ର  ନିଶ୍ଚିତଭାବେ  ନିମ୍ନଲିଖିତ  ସର୍ତ୍ତାବଳୀକୁ  ପୂରଣ  କରିବ  । ଏହା  ଲିଖିତ  ଭାବେ  ହେବା  ଉଚିତ୍  । ଏହା  ପ୍ରଣୟନକାରୀ  (ପ୍ରସ୍ତୁତକାରୀ)ଙ୍କର ସ୍ଵାକ୍ଷର  ଧାରଣ  କରିଥିବ  । ଏହା , ଦୁଇଜଣ  ସାକ୍ଷୀଙ୍କର  ସ୍ଵାକ୍ଷର  ଧାରଣ  କରିବା  ଉଚିତ୍।

ଲିଖିତ  ଇଚ୍ଛାପତ୍ର

କୌଣସି  ଇଚ୍ଛାପତ୍ର  ଲିଖିତଭାବେ  ହେବା  ଉଚିତ୍ , ଅର୍ଥାତ୍ , ଏହାକୁ  ଟାଇପ୍  କରାଯାଇପାରେ  କିମ୍ବା  ମୁଦ୍ରଣ  କରାଯାଇପାରେ  କିମ୍ବା  ଅନ୍ୟ  କୌଣସି  ଆକାରରେ  ଲେଖାଯାଇପାରେ  କିମ୍ବା  ମୁଦ୍ରଣ  କରାଯାଇପାରେ  କିମ୍ବା  ଅନ୍ୟ  କୌଣସି  ଆକାରରେ  ଲେଖାଯାଇପାରେ    । ଇଚ୍ଛାପତ୍ର  ଏକ  କାଗଜରେ  ଲେଖାଯିବା  ଆବଶ୍ୟକ  ମତେ  ଆବଶ୍ୟକ  ନୁହେଁ   । ଏହା  ଯେକୌଣସି  ଉପରେ  ଲେଖାଯାଇପାରେ   । କେତେକ  ପଶ୍ଚିମ  ଦେଶ  ଗୁଡିକରେ , ଇଚ୍ଛାପତ୍ରକୁ  ‘ ଭିଡିଓ ’ କିମ୍ବା  ‘ ଅଡିଓ ’  ଜରିଆରେ  ଲିପିବଦ୍ଧ  କରାଯାଉଥିଲା ଏବଂ ତାହା  ଗ୍ରହଣୀୟ  ହେଉଥିଲା ; ମାତ୍ର  ଭାରତରେ , ଆମ୍ଭେ  ଏହି  ପଦ୍ଧତିକୁ  ଏପର୍ଯ୍ୟନ୍ତ  ଅନୁସରଣ  କରି  ନାହୁଁ  । ଇଚ୍ଛାପତ୍ରର  ନିବନ୍ଧନ  ବାଧ୍ୟତାମୂଳକ  ନୁହେଁ  । ଇଚ୍ଛାପତ୍ରର  ନିବନ୍ଧନ  କୌଣସି  ଅଧିକ  ସୁବିଧା  ଆଣେ  ନାହିଁ  ।

ପ୍ରଣେତାଙ୍କର  ସ୍ଵାକ୍ଷର

ଇଚ୍ଛାପତ୍ର , ପ୍ରଣେତାଙ୍କର  ସ୍ଵାକ୍ଷର  କିମ୍ବା  ବୃଦ୍ଧାଙ୍ଗୁଷ୍ଠି  ଚିହ୍ନ  ଦେବାରେ  ଅକ୍ଷମ  ହୋଇଥାଆନ୍ତି , ତାହେଲେ  ସେ  ତାଙ୍କ  ଉପସ୍ଥିତିରେ  ଏପରି  ଦଲିଲ୍ ରେ  ସ୍ଵାକ୍ଷର  କରିବା  ନିମନ୍ତେ  ଅନ୍ୟ  ବ୍ୟକ୍ତିମାନଙ୍କୁ   କହିପାରନ୍ତି  । ସାଧାରଣତଃ , ଏପରି  ସ୍ଵାକ୍ଷରଗୁଡିକ  ଦଲିଲର  ଶେଷରେ  ହେବା  କଥା   ।

ସାକ୍ଷୀମାନଙ୍କର  ସ୍ଵାକ୍ଷର

ପ୍ରତ୍ୟକ୍  ଇଚ୍ଛାପତ୍ର  ଦୁଇଜଣ  ସାକ୍ଷୀଙ୍କ   ଦ୍ଵାରା   ସତ୍ୟ  ପ୍ରମାଣ  କରାଯିବ; ମାତ୍ର  ଏପରି   କୌଣସି  ନିୟମ  ନାହିଁ  ଯେ, ଏପରି  ଦୁଇଜଣ  ସାକ୍ଷୀ, ସେହି  ଏକା  ସମୟରେ  ଇଚ୍ଛାପତ୍ରକୁ  ସତ୍ୟ  ପ୍ରମାଣ   କରିବା  ଉଚିତ୍  ଯାହେଉନା  କାହିଁକି  ଏପରି  ଇଚ୍ଛାପତ୍ର, ପ୍ରଣେତାଙ୍କ  ଦ୍ଵାରା  ଲେଖାଯିବା  ଉଚିତ୍ ଏବଂ  ତାହା  ସାକ୍ଷୀମାନଙ୍କର  ଉପସ୍ଥିତିରେ  କିମ୍ବା  ସେ ଏପରି  ସାକ୍ଷୀମାନଙ୍କୁ  ଇଚ୍ଛାପତ୍ର  ଲେଖିବା  ବିଷୟ  ଜଣାଇବେ   । ଏହି  ଦୁଇ  ଜଣ  ସାକ୍ଷୀ, ପ୍ରଣେତାଙ୍କ   ଉପସ୍ଥିତିରେ  ଏପରି  ଇଚ୍ଛାପତ୍ରକୁ  ସତ୍ୟ  ପ୍ରମାଣ  କରିବା  ଉଚିତ୍  ।

ଜଣେ  ନାବାଳକ  ବ୍ୟତୀତ, କୌଣସି  ବ୍ୟକ୍ତି  ଜଣେ  ସାକ୍ଷୀ ହୋଇପାରେ; ମାତ୍ର  ଇଚ୍ଛାପତ୍ରରୁ  ଉପକୃତ  ଜଣେ  ବ୍ୟକ୍ତି , ଜଣେ  ସାକ୍ଷୀ  ହୋଇପାରିବ  ନାହିଁ  । ଏପରି  ସାକ୍ଷୀମାନେ, ଇଚ୍ଛାପତ୍ରରୁ  ଉପକୃତ  ଜଣେ  ବ୍ୟକ୍ତି ଜଣେ  ସାକ୍ଷୀ  ହୋଇପାରିବ  ନାହିଁ  । ଏପରି  ସାକ୍ଷୀମାନେ, ଇଚ୍ଛାପତ୍ରରେ  ଲେଖାଯାଇଥିବା  ସମସ୍ତ  ବିଷୟ ଜାଣିବା  ଆବଶ୍ୟକ  ନୁହେଁ  । କେବଳ ମାତ୍ର  ଆବଶ୍ୟକତା  ଯେ, ପ୍ରଣେତା,  ସେମାନଙ୍କ  ଉପସ୍ଥିତିରେ  ଇଚ୍ଛାପତ୍ରକୁ  ସ୍ଵାକ୍ଷର  କରିବେ  କିମ୍ବା  ଇଚ୍ଛାପତ୍ର  ଲେଖିବା  ବିଷୟକୁ  ଗ୍ରହଣ  କରିବା  ଉଚିତ୍   ।

କେତେବେଳେ  ଇଚ୍ଛାପତ୍ର  ଅବୈଧ  ହେବ

ବାଧ୍ୟତା  କିମ୍ବା  ଚଞ୍ଚକତା  ଅଧିନରେ  ଲେଖାଯାଇଥିବା  କୌଣସି  ଇଚ୍ଛାପତ୍ର  ଅବୈଧ  ଅଟେ  । ଉଦାହରଣ  ସ୍ୱରୂପ , ଯଦି  କୌଣସି  ବ୍ୟକ୍ତି, ତାଙ୍କୁ  ହତ୍ୟା  ଧମକ  କିମ୍ବା  ଅପମାନିତ  କରିବା  ଧମକ  ଅଧିନରେ , ଅନ୍ୟ  କୌଣସି  ବ୍ୟକ୍ତି  ଦ୍ଵାରା  କୌଣସି  ଇଚ୍ଛାପତ୍ର   ଲେଖନ୍ତି ; ସେପରିସ୍ଥଳେ  ଉକ୍ତ  ଇଚ୍ଛାପତ୍ର  ଅବୈଧ  ହେବ   ।

ଇଚ୍ଛାପତ୍ରର  ଭାଷା

କୌଣସି  ଇଚ୍ଛାପତ୍ରକୁ  ସ୍ପଷ୍ଟ  ଏବଂ  ଅଣ – ଦ୍ଵନ୍ଦିତ  ଭାଷାରେ  ଲେଖାଯିବା   ଉଚିତ୍  । ଏହା  କୌଣସି  ଆଇନ୍ ଗତ  ଉକ୍ତି  ଧାରଣ  କରିବା  ଆବଶ୍ୟକ  ନୁହେଁ , ମାତ୍ର  ଏପରି  ଇଚ୍ଛାପତ୍ର, ପ୍ରଣେତାଙ୍କର  ଉଦ୍ଦେଶ୍ୟକୁ  ପ୍ରତିଫଳିତ  କରିବା   ଉଚିତ୍ ଏବଂ  ଇଚ୍ଛାପତ୍ର  ନିମ୍ନ  ଲିଖିତ  ବିଷୟକୁ  ସ୍ପଷ୍ଟଭାବେ  ଧାରଣ  କରିବା  ଉଚିତ୍ : -

ଏପରି  ଇଛାପତ୍ର , ଉପକୃତ  ବ୍ୟକ୍ତିଙ୍କୁ   ସ୍ପଷ୍ଟଭାବେ  ଧାର୍ଯ୍ୟ  କରିବା  ଉଚିତ୍  । ଏହା  ମଧ୍ୟ ଏପରି  ଉପକୃତଙ୍କୁ  ହସ୍ତାନ୍ତରୀତ  ଅଧିକାରର  ପ୍ରକାରକୁ   ଧାର୍ଯ୍ୟ  କରିବା  । କେବେ  ଏପରି   ହସ୍ତାନ୍ତରଣ  କରାଗଲା  ତାହା  ମଧ୍ୟ  ଏହା  ଧାରଣ   କରିବା  ଉଚିତ୍ (ଉଦାହରଣ  ସ୍ୱରୂପ, ତାହା  ବିବାହ  ପରେ  କିମ୍ବା  ସାବାଳକ  ହେବା  ପରେ) ଏହା  ମଧ୍ୟ  ସେହି  ସମସ୍ତ  ସମ୍ପତ୍ତିକୁ  ସ୍ପଷ୍ଟଭାବେ   ଧାର୍ଯ୍ୟ  କରିବା  ଉଚିତ୍, ଯାହାକି   ଇଛାପତ୍ରର   ଉପକୃତଙ୍କୁ  ବିତରଣ   କରାଯିବ   ।

ଇଛାପତ୍ରର   ରଦ୍ଦିକରଣ

ଏକ  ନୂତନ   ଇଛାପତ୍ର  ଲେଖିବା  ଦ୍ଵାରା, କୌଣସି  ଇଚ୍ଛାପତ୍ରକୁ  ରଦ୍ଦ  କରାଯାଇ ପାରେ  କିମ୍ବା  ନାକଚ୍ କରାଯାଇପାରେ  । କୌଣସି  ପରବର୍ତ୍ତୀ  ଇଚ୍ଛାପତ୍ର  ମଧ୍ୟ, ପୂର୍ବ  ଇଛାପତ୍ରକୁ   ପରିବର୍ତ୍ତନ  କରିପାରେ  । ପୂର୍ବ  ଇଚ୍ଛାପତ୍ରକୁ  ନାକଚ୍  କରିବା  ସମୟରେ, ନୂତନ  ଇଚ୍ଛାପତ୍ର, ପୂର୍ବଟିକୁ  ନାକଚ୍  କରିବା  ବିଷୟକୁ  ଉଲ୍ଲେଖ  କରିବ  । କୌଣସି ‘ କୋଡିସିଲ ’ଦ୍ଵାରା, ଏକ   ଇଚ୍ଛାପତ୍ରକୁ  ରଦ୍ଦ   କରାଯାଇପାରେ   । ଯେତେବେଳେ   ଏକ  ନୂତନ  ଇଚ୍ଛାପତ୍ର  ଲେଖିବା  ଦ୍ଵାରା  କୌଣସି  ପୂର୍ବ  ଇଚ୍ଛାପତ୍ରକୁ   ନାକଚ୍  କରାଯାଏ  କିମ୍ବା  ରଦ୍ଦ  କରାଯାଏ, ସେପରିସ୍ଥଳେ  ପୂର୍ବ  ଇଚ୍ଛାପତ୍ର  ଲେଖିବା  ସମୟରେ, ଗ୍ରହଣ   କରାଯାଇଥିବା  ସମସ୍ତ  ସର୍ତ୍ତକତାକୁ, ଏ  ସମୟରେ  ମଧ୍ୟ  ଗ୍ରହଣ  କରାଯିବ   । କୌଣସି  ଇଚ୍ଛାପତ୍ରକୁ  ଚିରି  କିମ୍ବା  ଜାଳି, ନାକଚ୍ କରାଯାଇପାରେ  । ଅନ୍ୟ  ବ୍ୟକ୍ତିମାନଙ୍କ  ଦ୍ଵାରା, ଏପରି  କାର୍ଯ୍ୟ  ଦ୍ଵାରା  ତଥା  ତାଙ୍କ  ନିର୍ଦ୍ଦେଶରେ  ଇଚ୍ଛାପତ୍ରକୁ  ନାକଚ୍  କରାଯାଇ ପାରେ   । ଦୁଇଜଣ  ସାକ୍ଷୀଙ୍କ  ଉପସ୍ଥିତିରେ , ଇଚ୍ଛାପତ୍ର  ଉପରେ  ଦୁଇଟି   ସମାନ୍ତରାଳ  ରେଖା  ମଧ୍ୟରେ ଏଥିରେ  ଲେଖିବା  ଦ୍ଵାରା , କୌଣସି  ଇଚ୍ଛାପତ୍ରକୁ  ନାକଚ୍  କରାଯାଇପାରେ   । ଏଥିରେ  ଦୁଇଜଣ  ସାକ୍ଷୀଙ୍କର  ସ୍ଵାକ୍ଷର   ଗ୍ରହଣ   କରାଯିବ   ।

ରଦ୍ଦିକରଣ  ବିନା, କୌଣସି   ଇଚ୍ଛା  ପତ୍ରକୁ  ପରିବର୍ତ୍ତନ  କରାଯାଇପାରିବ କି ?

କୌଣସି  ଇଚ୍ଛାପତ୍ରକୁ  ରଦ୍ଦିକରଣ   ବିନା  ସଂଶୋଧନ  କରାଯାଇପାରେ ; ମାତ୍ର  ପ୍ରତ୍ୟକ୍ ସଂଶୋଧନରେ , ପ୍ରଣେତା  ଏବଂ  ସାକ୍ଷୀଙ୍କର  ସ୍ଵାକ୍ଷର  ରହିବା  ଉଚିତ୍  । ଏକ  ଇଚ୍ଛାପତ୍ର  ଲେଖିବା  ନିମନ୍ତେ  ଗ୍ରହଣ  କରାଯାଇଥିବା  ସମସ୍ତ  ସର୍ତକତାକୁ , ଏ ସଂବନ୍ଧରେ   ମଧ୍ୟ  ଗ୍ରହଣ   କରିବା  ଉଚିତ୍   ।

କୌଣସି  ଇଚ୍ଛାପତ୍ରକୁ ‘ ପ୍ରୋବେଟ୍ ’ କରିବା

କୌଣସି  ଆଇନ୍  ନ୍ୟାୟାଳୟରେ , କୌଣସି  ଇଚ୍ଛାପତ୍ରକୁ  ପ୍ରମାଣିତ   କରିବାର  ଆଇନ୍ ଗତ   ପ୍ରକ୍ରିୟାକୁ  ‘ପ୍ରୋବେଟ୍ ’ କୁହାଯାଏ ; ଅର୍ଥାତ୍, ଏକ  ଉପଯୁକ୍ତ  ଇଚ୍ଛାପତ୍ର  ଭାବେ  କୌଣସି  ଇଚ୍ଛା ପତ୍ରକୁ  ପ୍ରମାଣିତ  କରିବା   । ଏକ  ଘରୋଇ  ଦଲିଲ୍  ଯାହାକି  ବ୍ୟକ୍ତି  ତଥା  ଉପାୟ  ଘୋଷଣା  କରେ  ଯେ , କାହାଙ୍କୁ  ତାଙ୍କ  ମୃତ୍ୟୁ  ପରେ  ସମ୍ପତ୍ତି  ବିତରଣ  କରାଯିବ , ତାହା  ଏକ  ଇଚ୍ଛାପତ୍ର  ଅଟେ  । ଏଣୁ , ଏହା  ଆବଶ୍ୟକ  ନୁହେଁ  ଯେ , ଏହାକୁ ‘ ପ୍ରୋବେଟ୍ ’ କରିବା  ଉଚିତ୍  । କୌଣସି   ଇଚ୍ଛାପତ୍ରକୁ  ‘ ପ୍ରୋବେଟ୍ ’ କରିବା , ଖର୍ଚ୍ଚ  ବହୁଳ  ଏବଂ  ସମୟ  ସାପେକ୍ଷ  ଅଟେ   । ଯଦି  କୌଣସି  ବ୍ୟକ୍ତିର  ଅସ୍ଥାବର  ସମ୍ପତ୍ତି , ହାଇଦ୍ରାବାଦ , ବିଶାଖା ପାଟଣା ଏବଂ  ମାଡ୍ରାସ ପରି  ନଗରୀରେ   ସ୍ଥିତିଥାଏ  କିମ୍ବା ଯଦି  ଉପକୃତ  ବ୍ୟକ୍ତିମାନଙ୍କୁ  ସେମାନଙ୍କର   ଅଧିକାର  ପ୍ରମାଣ  କରିବାକୁ  ପଡେ , ସେପରି ସ୍ଥଳେ  ଇଚ୍ଛାପତ୍ରକୁ  ‘ ପ୍ରୋବେଟ୍ ’ କରିବାକୁ  ହେବ  । ଯଦି  କୌଣସି  ଇଚ୍ଛାପତ୍ର  ସଂବନ୍ଧରେ  କୌଣସି  ଆପତ୍ତି  ନଥାଏ , ତାହେଲେ  ଏହାକୁ  ପ୍ରୋବେଟ୍  କରିବା   ଆବଶ୍ୟକ  ନୁହେଁ   ।

ସଂପାଦନକାରୀ

କୌଣସି  ଇଚ୍ଛାପତ୍ରରେ  ଧାରୀତ  ଇଚ୍ଛାକୁ  ସଂପାଦନ  କରିବା  ନିମନ୍ତେ , ପ୍ରଣେତା  ଜଣେ  ବ୍ୟକ୍ତିଙ୍କୁ  ନିଯୁକ୍ତ  କରିପାରନ୍ତି , ଯାହାଙ୍କୁ  ସଂପାଦନକାରୀ  କୁହାଯାଏ  । ସଂପାଦନକାରୀ , ପ୍ରଣେତାଙ୍କ  କିମ୍ବା  ପ୍ରସ୍ତୁତକାରୀଙ୍କ  ପ୍ରତି  ପ୍ରାପ୍ୟ  ସମସ୍ତ  ପ୍ରାପ୍ୟ  ଆଦାୟ  କରିବେ  ଏବଂ  ତାହା , ଇଚ୍ଛାପତ୍ରରେ  ଧାରୀତ  ନିର୍ଦ୍ଦେଶ  ଅନୁଯାୟୀ  ବିତରଣ  କରିବେ   । ସେହିପରିଭାବେ , ସେ , ଇଚ୍ଛାପତ୍ରର   ନିର୍ଦ୍ଦେଶ  ଅନୁଯାୟୀ  ସମ୍ପତ୍ତିର  ବିଭାଜନ  କରନ୍ତି  । ଆବଶ୍ୟକତା  କ୍ଷେତ୍ରରେ   ସେ  ଇଚ୍ଛାପତ୍ରକୁ  ‘ପ୍ରୋବେଟ୍ ’ କରନ୍ତି  । ଜଣେ  ସଂପାଦନକାରୀଙ୍କୁ  ନିଯୁକ୍ତ  କରିବା  ପୂର୍ବରୁ , ପ୍ରଣେତାଙ୍କର  ସମ୍ମତି  ନେବା  ଆବଶ୍ୟକ , ଏହା  ଜାଣିବା  ନିମନ୍ତେ ଯେ , ସେ  ଇଚ୍ଛାପତ୍ରର  ସଂପାଦନରେ   ଇଚ୍ଛୁକ କିମ୍ବା  ନୁହେଁ , ଯାହା  ଫଳରେ  ଭବିଷ୍ୟତର  ସାମ୍ଭାବ୍ୟ  ସମସ୍ୟାକୁ   ପରିତ୍ୟାଗ   କରାଯାଇ  ପାରିବ   ।

ପ୍ରଣେତାଙ୍କ  ନିମନ୍ତେ  ଏହା  ଆବଶ୍ୟକତା  ଯେ , ସେ , ସଂପାଦନକାରୀଭାବେ  ତାଙ୍କ  ଠାରୁ  କମ୍  ବୟସର  ଜଣେ  ବ୍ୟକ୍ତିଙ୍କୁ  ନିଯୁକ୍ତ  କରିବେ , ଯେହେତୁ  ଇଚ୍ଛାପତ୍ରକୁ   ସଂପାଦନ  କରିବା  ନିମନ୍ତେ  ସେ  ପ୍ରଣେତାଙ୍କ  ଠାରୁ  ଅଧିକ  ସମୟ  ଜୀବିତ  ରହିବା  ଆବଶ୍ୟକ ; ମାତ୍ର  ଜଣେ  ନାବାଳିକାକୁ , ଜଣେ  ସଂପାଦନକାରୀଭାବେ   ନିଯୁକ୍ତ   କରାଯାଇ ପାରିବ  ନାହିଁ   । କେବଳ  ଜଣେ  ସାବାଳକ  ଏବଂ  ସୁସ୍ଥ  ମସ୍ତିସ୍କ  ବ୍ୟକ୍ତିଙ୍କୁ  ଜଣେ  ସଂପାଦନକାରୀଭାବେ   ନିଯୁକ୍ତ  କରାଯାଇପାରେ  ଏକ  ଇଚ୍ଛାପତ୍ର  ଲେଖିବା  ସମୟରେ , ଜଣେ  ସଂପାଦନକାରୀଙ୍କୁ  ନିଯୁକ୍ତ  କରିବା  ଆବଶ୍ୟକ  ନୁହେଁ   । କୌଣସି  ସଂପାଦନକାରୀଙ୍କ  ଅନୁପସ୍ଥିତିରେ , ଆଇନ୍ ଗତ  ପ୍ରତିନିଧିମାନଙ୍କ  ମଧ୍ୟରୁ  କେହି  ଜଣେ , ଜଣେ  ସଂପାଦନକାରୀ  ଭାବେ  ଦାୟିତ୍ଵ  ଗ୍ରହଣ  କରିପାରେ   । ଏପରି  ସଂପାଦନକାରୀର  ଅନୁପସ୍ଥିତିରେ , ଏପରି  ଇଚ୍ଛାପତ୍ରକୁ   ସଂପାଦନ  କରିବା  ନିମନ୍ତେ  ନ୍ୟାୟାଳୟ  ଜଣେ  ପ୍ରଶାସକଙ୍କୁ  ନିଯୁକ୍ତ  କରିପାରନ୍ତି।

ଏପରି  କୌଣସି  ନିୟମ  ନାହିଁ  ଯେ , କେବଳ  ମାତ୍ର  ଜଣେ  ସଂପାଦନକାରୀଙ୍କୁ  ନିଯୁକ୍ତ  କରାଯିବ  । ଜଣକରୁ  ଅଧିକ  ସଂପାଦନକାରୀଙ୍କୁ  ନିଯୁକ୍ତ  କରାଯାଇପାରେ   । ଏପରି  କ୍ଷେତ୍ର  ଗୁଡିକରେ , ସମସ୍ତ  ସଂପାଦନକାରୀଙ୍କୁ , ଇଚ୍ଛାପତ୍ର  ସଂପାଦନ କରିବାକୁ  ହେବ  । ଯଦି  ଜଣେ  ସଂପାଦନକାରୀ  ମୃତ୍ୟୁବରଣ  କରେ , ସେପରିସ୍ଥଳେ  ଅନ୍ୟ  ସଂପାଦନକାରୀମାନେ  ଉକ୍ତ  କର୍ତ୍ତବ୍ୟ  ଏବଂ  ଦାୟିତ୍ଵ  ପରିପାଳନ  କରିବେ   ।

କାହା  ସପକ୍ଷରେ  ଇଚ୍ଛାପତ୍ର   ଲେଖାଯିବ ?

କୌଣସି  ବ୍ୟକ୍ତିର  ସପକ୍ଷରେ , ପ୍ରଣେତା  କିମ୍ବା  ପ୍ରସ୍ତୁତକାରୀ  ଏକ  ଇଚ୍ଛାପତ୍ର  ତାଙ୍କର  ସ୍ଵ - ଅର୍ଜିତ  ସମ୍ପତ୍ତି  ନିମନ୍ତେ  ଲେଖିପାରନ୍ତି , ଅର୍ଥାତ୍  ତାଙ୍କ  ନିଜ  ଉତ୍ତରାଧିକାରୀଙ୍କୁ  ବହିର୍ଭୂତ  କରି , କୌଣସି  ବ୍ୟକ୍ତିଙ୍କୁ  ସମ୍ପତ୍ତିର  ହସ୍ତାନ୍ତରଣ  ନିମନ୍ତେ  ସେ  ଏକ  ଇଚ୍ଛାପତ୍ର  ଲେଖିପାରନ୍ତି , ଯେପରି  ପୁତ୍ର  ଏବଂ କନ୍ୟାମାନଙ୍କ  ସପକ୍ଷରେ  । ମାତ୍ର  ମୁସଲମାନମାନେ  ସେମାନଙ୍କ  ସମ୍ପତ୍ତିର ୧/୩ ଅଂଶ  ପରିମାଣର  ସମ୍ପତ୍ତିକୁ  କେବଳ  ଅପରିଚିତକୁ  ହସ୍ତାନ୍ତରଣ  କରିବା  ନିମନ୍ତେ  ଏକ  ଇଚ୍ଛାପତ୍ର  ଲେଖିପାରନ୍ତି  ମୁସଲିମ  ଆଇନ୍ , ପ୍ରଣେତାଙ୍କୁ , ତାଙ୍କର  ଆଇନଗତ  ଉତ୍ତରାଧିକାରୀଙ୍କୁ  ଅବଶିଷ୍ଟ  ୨/୩ୟାଂଶ  ସମ୍ପତ୍ତି  ନିମନ୍ତେ  ଏକ  ଇଚ୍ଛାପତ୍ର   ଲେଖିବା  ନିମନ୍ତେ , ବାଧ୍ୟ  କରିଥାଏ   ।

ଏକ  ଇଚ୍ଛାପତ୍ର  ଆବଶ୍ୟକ  ଅଟେ , ଯଦିଓ  ସମ୍ପତ୍ତି  ଯୁଗ୍ମ  ନାମରେ  ମଧ୍ୟ  ଥାଏ  । କୌଣସି  ଇଚ୍ଛାପତ୍ରର  ଅନୁପସ୍ଥିତିରେ , ଉକ୍ତ  ସମ୍ପତ୍ତିଗୁଡିକ , ଉତ୍ତରାଧିକାରୀତ୍ଵ  ଆଇନ୍  ଅନୁଯାୟୀ , ତାଙ୍କର  ଉତ୍ତରାଧିକାରୀଙ୍କୁ  ଯିବ , ମାତ୍ର  ସେଗୁଡିକ ଅବଶିଷ୍ଟ ଯୁଗ୍ମ – ଧାରଣକାରୀଙ୍କ ନିକଟକୁ  ଯାଏ  ନାହିଁ   ।

ଫର୍ମ

"ଇଚ୍ଛାପତ୍ର ଫର୍ମ"

ଆଧାର – ଲ ହାଉସ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate