অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବାର ନ୍ୟାୟାଳୟ ଆଇନ୍, ୧୯୮୪ (ବିବିଧା)

ଆଇନ୍ ର  ଅତିକ୍ରମଣୀୟ  ପ୍ରଭାବ

ଏହି  ଆଇନ୍ ର   ବ୍ୟବସ୍ଥାବଳୀର   ପ୍ରଭାବ  ରହିବ  ଏବଂ  ସେଥିରେ  କୌଣସି  ଅସାମଞ୍ଜସ୍ୟ  ସତ୍ତ୍ୱେ , ଯାହାକି   ସେତେବେଳେ  ବଳବତ୍ତର  ଥିବା  ଅନ୍ୟ  କୌଣସି  ଆଇନ୍ ରେ   କିମ୍ବା  କୌଣସି  ଦଲିଲ୍ ରେ  ଧାରୀତ  ହୋଇଥାଏ , ଯାହାକି  ଏହି  ଆଇନ୍  ଅପେକ୍ଷା  ଅନ୍ୟ  କୌଣସି  ଆଇନ୍  ବଳରେ  ପ୍ରଭାବିତ  ହୋଇଥାଏ  ।

ଆଇନ୍  ପ୍ରଣୟନ  କରିବାରେ  ଉଚ୍ଚ  ନ୍ୟାୟାଳୟଙ୍କର  କ୍ଷମତା

ଉଚ୍ଚ ନ୍ୟାୟାଳୟ, କାର୍ଯ୍ୟାଳୟ  ଗେଜେଟ୍ ରେ, ବିଜ୍ଞପ୍ତି ଦ୍ଵାରା, ଏପରି  ନିୟମାବଳୀ  ପ୍ରଣୟନ କରିପାରନ୍ତି , ଯେପରି  ସେ  ଏହି  ଆଇନ୍ ର  ଉଦ୍ଦେଶ୍ୟକୁ  ପରିଚାଳନା  କରିବା  ନିମନ୍ତେ ଆବଶ୍ୟକ  ବୋଲି  ବିବେଚନା  କରନ୍ତି  ।

ନିର୍ଦ୍ଧିଷ୍ଟଭାବେ  ଏବଂ  ପୂର୍ବ  କ୍ଷମତାର  ସାଧାରଣତ୍ଵରେ  କୌନାସି  ଆଞ୍ଚ୍ ନଘଟାଇ ଏପରି  ନିୟମାବଳୀ  ନିମ୍ନଲିଖିତ  ସମସ୍ତ କିମ୍ବା  କୌଣସି  ବିଷୟ ନିମନ୍ତେ  ବ୍ୟବସ୍ଥାୟୀତ  କରିପାରେ, ଯଥା : -

  • ପରିବାର – ନ୍ୟାୟାଳୟର  ସାଧାରଣ  କାର୍ଯ୍ୟ  ଘଟିବା  ଏବଂ  ଛୁଟୀ  ଦିନରେ  ଏବଂ  ସାଧାରଣ  କାର୍ଯ୍ୟ  ଘଟିକା  ବାହାରେ  ବୈଠକ  ଅନୁଷ୍ଠିତ  କରିବା;
  • ସେମାନଙ୍କର  ସାଧାରଣ   ବୈଠକ  ସ୍ଥାନ  ବ୍ୟତୀତ,  ସେହି  ସମସ୍ତ ସ୍ଥାନରେ, ପରିବାର – ନ୍ୟାୟଳୟର  ବୈଠକ  ଅନୁଷ୍ଠିତ  କରିବା  ।
  • କୌଣସି  ମୀମାଂସା  କିମ୍ବା  ସମାଧାନରେ  ଉପନୀତ  ହେବା  ନିମନ୍ତେ , ପକ୍ଷମାନଙ୍କୁ  ସାହାଯ୍ୟ  କରିବା  ଏବଂ  ପ୍ରବର୍ତ୍ତାଇବା  ନିମନ୍ତେ  କୌଣସି  ପରିବାର  ନ୍ୟାୟାଳୟ  ଦ୍ଵାରା  ଅନୁଷ୍ଠିତ  ହେବାକୁ  ଥିବା  ପଦ୍ଧତି   ।

ନିୟମାବଳୀ  ପ୍ରଣୟନ କରିବାରେ, କେନ୍ଦ୍ର  ସରକାରଙ୍କ କ୍ଷମତା

  1. କେନ୍ଦ୍ର  ସରକାର, ଭାରତର  ମୁଖ୍ୟ  ବିଚାରପତିଙ୍କ  ସହମତି  ସହିତ  ବିଜ୍ଞପ୍ତି  ଦ୍ଵାରା, ଦଫା ୪ର ଉପ – ଦଫା (୩)ର ପାରା  (ଖ) ରେ  ଉଲ୍ଲେଖିତ  କୌଣସି  ବିଚାରପତିଙ୍କ  ନିଯୁକ୍ତି  ନିମନ୍ତେ, ଅନ୍ୟ  ଯୋଗ୍ୟତା  ଧାର୍ଯ୍ୟ  କରିବା  ନିମନ୍ତେ , ନିୟମାବଳୀ  ପ୍ରଣୟନ  କରିପାରନ୍ତି   ।
  2. କେନ୍ଦ୍ର  ସରକାରଙ୍କ  ଦ୍ଵାରା, ଏହି  ଆଇନ୍ ଅନୁଯାୟୀ  ପ୍ରଣୀତ  ପ୍ରତ୍ୟକ୍  ନିୟମକୁ , ଏହା  ପ୍ରଣୟନ  କରାଯିବା   ପରେ ପରେ, ଅଧିବେଶନ  ସମୟରେ  ପାର୍ଲାମେଣ୍ଟର  ପ୍ରତ୍ୟକ୍  ଗୃହରେ  ସମୁଦାୟ  ତିରିଶଦିନ  ନିମନ୍ତେ  ଉପସ୍ଥାପନ  କରାଯିବ , ଯାହାକି  ଗୋଟିଏ  କିମ୍ବା  ଦୁଇଟି  କିମ୍ବା  ତଦୁର୍ଦ୍ଧ  ଅଧିବେଶନକୁ  ଧାରଣ  କରିଥିବ, ଏବଂ ଯଦି , ଅଧିବେଶନର   ସମାପ୍ତି  ପରେ  ଉଭୟଗୃହ, ଏହି  ନିୟମରେ  କୌଣସି  ସଂଶୋଧନ  କରିବା  ନିମନ୍ତେ  ସମ୍ମତ  ହୁଅନ୍ତି , କିମ୍ବା  ଉଭୟ  ଗୃହ  ସମ୍ମତ  ହୁଅନ୍ତି  ଯେ, ଏପରି  ନିୟମ  ପ୍ରଣୟନ  କରାଯିବା  ଉଚିତ୍ ନୁହେଁ , ସେପରିସ୍ଥଳେ  ଏହି  ନିୟମର  ଏପରି  ସଂଶୋଧିତ   ଆକାରରେ  କେବଳ  ସେହି  ପ୍ରଭାବ  ରହିବ  କିମ୍ବା  କୌଣସି  ପ୍ରଭାବ  ରହିବ  ନାହିଁ, ଯେଉଁସ୍ଥଳରେ  ଯେପରି  ପ୍ରୟୋଗନୀୟ , ଏଣୁ  ଯା ହେଉନା  କାହିଁକି, ଏପରି  କୌଣସି  ସଂଶୋଧନ  କିମ୍ବା  ନାକଚୀକରଣ , ଉକ୍ତ  ନିୟମ  ଅନୁଯାୟୀ  ପୂର୍ବରୁ  କରାଯାଇଥିବା  କୌଣସି  କାର୍ଯ୍ୟର  ବୈଧତା  ପ୍ରତି  କ୍ଷତି  ନଘଟାଇ  ହେବ   ।

ନିୟମାବଳୀ  ପ୍ରଣୟନ  କରିବାରେ ରାଜ୍ୟ  ସରକାରଙ୍କ  କ୍ଷମତା

  1. ରାଜ୍ୟ  ସରକାର , ଉଚ୍ଚନ୍ୟାୟାଳୟ  ସହିତ  ପରାମର୍ଶ  କରିବା  ପରେ , ବିଜ୍ଞପ୍ତି  ଦ୍ଵାରା, ଏହି  ଆଇନ୍ ର  ଉଦ୍ଦେଶ୍ୟକୁ  ପରିପାଳନ  କରିବା  ନିମନ୍ତେ , ନିୟମାବଳୀ  ପ୍ରଣୟନ  କରିପାରନ୍ତି   ।
  2. ଉପ – ଦଫା (୧) ର  ବ୍ୟବସ୍ଥାବଳୀର  ସାଧାରଣତ୍ଵରେ   କୌଣସି  ଆଞ୍ଚ  ନଘଟାଇ , ଏପରି  ନିୟମାବଳୀ   ନିମ୍ନଲିଖିତ  ସମସ୍ତ  କିମ୍ବା  ଯେକୌଣସି   ବିଷୟ  ବ୍ୟବସ୍ଥାୟୀତ  କରିପାରେ , ଯଥା –
    • ଦଫା (୪) ର  ଉପ – ଦଫା (୬) ଅନୁଯାୟୀ  ବିଚାରପତିମାନଙ୍କର  ବେତନ  ଏବଂ  ଅନ୍ୟାନ୍ୟ  ଭତ୍ତା  ଏବଂ  ଅନ୍ୟାନ୍ୟ  ଚାକିରୀ   ସର୍ତ୍ତାବଳୀ  ;
    • ଦଫା ୬ରେ  ଉଲ୍ଲେଖିତ , ଉପଦେଷ୍ଠାଙ୍କ  ସର୍ତ୍ତାବଳୀ  ଏବଂ  ଉଚ୍ଚ କର୍ମଚାରୀ ଏବଂ  ଅନ୍ୟାନ୍ୟ  କର୍ମଚାରୀଙ୍କର  ସର୍ତ୍ତାବଳୀ ;
    • ରାଜ୍ୟ  ସରକାରଙ୍କ  ରାଜସ୍ୱରୁ, ଦଫା ୧୨ରେ  ଉଲ୍ଲେଖିତ  ଡାକ୍ତରୀ  ଏବଂ ଅନ୍ୟ  ବିଶେଷଜ୍ଞ  ଏବଂ  ଅନ୍ୟ  ବ୍ୟକ୍ତିମାନଙ୍କର ଫିସ୍  ଏବଂ  ଖର୍ଚ୍ଚ  (ସହିତ  ଗସ୍ତ  ଖର୍ଚ୍ଚର)ପ୍ରଦାନ   ।
    • ରାଜ୍ୟସରକାରଙ୍କ  ରାଜସ୍ୱରୁ  ‘ଆମିକସ୍ କ୍ୟୁରିଆ ’ ଭାବେ, ଦଫା  ୧୩ ଅନୁଯାୟୀ  ନିଯୁକ୍ତ  ଆଇନଗତ  ବ୍ୟବସାୟୀଙ୍କର  ଫିସ୍  ଏବଂ  ଖର୍ଚ୍ଚର  ପ୍ରଦାନ
    • ଅନ୍ୟ  କୌଣସି  ବିଷୟ  ଯାହାକି  ନିୟମାବଳୀ  ଦ୍ଵାରା ଧାର୍ଯ୍ୟ  କରାଯାଇପାରେ  କିମ୍ବା  ବ୍ୟବସ୍ଥାୟୀତ  କରାଯାଇପାରେ ।
  3. ଏହି  ଆଇନ୍ ଅନୁଯାୟୀ, କୌଣସି  ରାଜ୍ୟ  ସରକାରଙ୍କ  ଦ୍ଵାରା  ପ୍ରଣୀତ  ପ୍ରତ୍ୟକ  ନିୟମକୁ , ଯେତେ  ଶୀଘ୍ର  ସମ୍ଭବ, ରାଜ୍ୟ  ବିଧାନ  ପରିଷଦ  ସମ୍ମୁଖରେ  ଉପସ୍ଥାପନ  କରାଯିବ   ।

ଅନେକ ରାଜ୍ୟରେ, ପରିବାର ନ୍ୟାୟାଳୟ ଆଇନ୍ ୧୯୮୪ ବଳବତ୍ତର କରଣ ତାରିଖର ବିଜ୍ଞପ୍ତି

କ୍ରମିକ  ସଂଖ୍ୟା

ରାଜ୍ୟ / କେନ୍ଦ୍ରାଞ୍ଚଳର  ନାମ

ପରିବାର  ନ୍ୟାୟାଳୟ  ଆଇନ,୧୯୮୪ର  ବଳବତ୍ତରକରଣ ତାରିଖ

ବିଜ୍ଞପ୍ତି

୧.

ଆଣ୍ଡାମାନ ଏବଂ  ନିକୋବର  ଦୀପପୁଞ୍ଜ

୧୯/୧୧/୧୯୮୬

୭୯/୨୨/୮୬/ତା.୧୯/୧୧/୧୯୮୬

୨.

ଆନ୍ଧ୍ରପ୍ରଦେଶ

୧୫/୧୨/୧୯୯୫

ଏସ୍.ଓ.(ଇ) ତା. ୬/୨/୧୯୯୫

୩.

ଆସାମ

୨/୧୦/୧୯୯୧

୭୯/୨/୮୬-ତା. ୩୦/୯/୧୯୯୧

୪.

ବିହାର

୧୦/୧୨/୧୯୯୧

ଏସ୍.ଓ୮୩୮(ଇ)ତା. ୬/୧୨/୧୯୯୧

୫.

ଡାମନ ଏବଂ  ଡିଉ

୧୦/୧୨/୨୦୦୩

ଏସ୍.ଓ୧୧୬୧(ଇ)ତା. ୧/୧୦/୨୦୦୩

୬.

ଦିଲ୍ଲୀ(ଆଇନକୁ  ଦିଲ୍ଲୀର କେନ୍ଦ୍ର  ଶାସିତ ଅଞ୍ଚଳକୁ ପରିବର୍ଦ୍ଧନ କରାଯାଇଛି  ।)

୧୯/୧୧/୧୯୮୬ , ୧୦/୨/୧୯୮୬

ଏସ୍.ଓ ୮୬୩ (ଇ)ତା.୧୮/୧୧/୧୯୮୬ଦଫା, ୨,୩ ଏବଂ ୩୦୬ ବଳବତ୍ତର କରାଯାଇଛି   ।

୭.

ଗୋଆ

୧୬/୪/୧୯୯୦

ଏସ୍.ଓ୩୨୮ (ଇ) ତା. ୧୨/୪/୧୯୯୦

୮.

ଗୁଜୁରାଟ

୧/୧/୨୦୦୦

ଏସ୍.ଓ୧୨୬୮(ଇ) ତ. ୨୦/୧୨/୧୯୯୯

୯.

ହରିୟାନା

୨/୧୧/୧୯୯୨

ଏସ୍.ଓ ୭୮୪(ଇ) ତା.୨୩/୧୦/୧୯୯୨

୧୦.

କର୍ଣ୍ଣାଟକ

୨୫/୪/୧୯୮୭

ଜି.ଏସ୍.ଆର ୬୮୫ (ଇ) ତା. ୧୫/୫/୧୯୮୭

୧୧.

କେରଳ

୨୧/୧୦/୧୯୮୯

୭୯/୫/୮୬/ତା. ୧୭/୧୦/୧୯୮୯

୧୨.

ମଧ୍ୟ ପ୍ରଦେଶ

୧୯/୧୧/୧୯୮୬

୭୯/୬/୮୭ ଜସ୍,ତା. ୧୪/୧୧/୧୯୮୬

୧୩.

ମହାରାଷ୍ଟ୍ର

୧/୧୨/୧୯୮୬

ଏସ୍.ଓ. ୯୪୪(ଇ) ତା ୫/୧୨/୧୯୮୬

୧୪.

ମଣିପୁର

୩/୨/୧୯୯୨

ଏସ୍.ଓ ୯୧ (ଇ) ତା. ୩୦/୧/୧୯୯୨

୧୫.

ମିଜୋରାମ

୩୦/୩/୨୦୦୯

ଏସ୍.ଓ ୨୧୯୬(ଇ) ତା. ୨୭/୮/୨୦୦୯

୧୬.

ଓଡିଶା

୧/୫/୧୯୮୯

ଏସ୍.ଓ୩୨୧(ଇ) ତା.୨/୪/୧୯୮୯

୧୭.

ପଣ୍ଡିଚେରୀ

୧/୫/୧୯୮୭

ଜ.ଏସ୍.ଆର୍ ୪୫୯(ଇ) ତା. ୨୯/୪/୧୯୮୭

୧୮.

ରାଜସ୍ଥାନ

୧୯/୧୧/୧୯୮୫

୭୯/୧୭/୮୫ ଜସ୍.ତା. ୧୮/୧୧/୧୯୯୫

୧୯.

ସିକିମ୍

୨/୧୦/୧୯୮୭

୭୯/୨୦/୮୬ ଜସ୍ . ତା. ୧୪/୯/୧୯୮୭

୨୦.

ତାମିଲନାଡୁ

୨/୧୦/୧୯୮୬

୭୯/୧୮/୮୫ ଜସ୍.ତା. ୧୮/୯/୧୯୯୬

୨୧.

ଉତ୍ତର ପ୍ରଦେଶ

୨/୧୦/୧୯୮୬

୭୯/୧୧/୮୬ ଜସ୍.ତା. ୪/୯/୧୯୮୬

୨୨.

ପଶ୍ଚିମ ବଙ୍ଗ

୧/୧୧/୧୯୯୧

୭୯/୧୨/୮୬ ଜସ୍ .ତା. ୧/୧୧/୧୯୯୧

 

ଆଧାର – ଲଅ ହାଉସ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate