অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିତାମାତା ଏବଂ ବରିଷ୍ଠ ନାଗରୀକମାନଙ୍କର ଭରଣପୋଷଣ ଏବଂ ମଙ୍ଗଳ ଆଇନ୍, ୨୦୦୭ ( ଭାଗ - ୧)

ବାର୍ଦ୍ଧକ୍ୟ  ଗୃହର  ସ୍ଥାପନା

  1. ରାଜ୍ୟ  ସରକାର, ପରିକଳ୍ପିତ  ଭାବେ, ପ୍ରବେଶନୀୟ  ସ୍ଥାନ  ଗୁଡିକରେ  ଏପରି  ସଂଖ୍ୟକ  ବାର୍ଦ୍ଧକ୍ୟ  ଗୃହ  ସ୍ଥାପନ କରିବେ  ଏବଂ  ପ୍ରାରମ୍ଭରେ  ଖୁବ୍ କମ୍ ରେ  ପ୍ରତ୍ୟକ  ଜିଲ୍ଲାରେ , ଯେଉଁଥିରେ  ଦେଢଶହ  ବରିଷ୍ଠ  ନାଗରୀକଙ୍କୁ  ସ୍ଥାନ  ଦିଆଯାଇପାରିବ, ଯେଉଁମାନେ  ଦରିଦ୍ର  ଅଟନ୍ତି   ।
  2. ସେମାନଙ୍କ  ଦ୍ଵାରା  ଯୋଗାଇ  ଦେବାକୁ  ଥିବା  ବିଭିନ୍ନ ପ୍ରକାର  ସେବା  ସହିତ  ମାନ  ନିମନ୍ତେ  ରାଜ୍ୟ  ସରକାର  ବାର୍ଦ୍ଧକ୍ୟ ଗୃହ  ଗୁଡିକର  ପରିଚାଳନା  ନିମନ୍ତେ  ଯୋଜନା  ଧାର୍ଯ୍ୟ  କରିପାରନ୍ତି , ଯାହାକି  ଏପରି  ଗୃହଗୁଡିକର  ବାସିନ୍ଦାଙ୍କର  ଆମୋଦପ୍ରମୋଦ  ଏବଂ  ଡାକ୍ତରୀ ଯତ୍ନ   ନିମନ୍ତେ  ଆବଶ୍ୟକ   ଅଟେ   ।

ସ୍ପଷ୍ଟୀକରଣ

ଏହି  ଦଫା  ଉଦ୍ଦେଶ୍ୟରେ, ‘ ନିସ୍ଵ ’ କିମ୍ବା ‘ ଦରିଦ୍ର ’ ଅର୍ଥ, କୌଣସି  ବରିଷ୍ଠ  ନାଗରୀକ, ଯାହାଙ୍କର  ଯଥେଷ୍ଟ  ସମ୍ବଳ ନାହିଁ , ଯେପରି ରାଜ୍ୟସରକାରଙ୍କର  ଦ୍ଵାରା, ସମୟାନୁକ୍ରମେ  ସ୍ଥିର  କରାଯାଇଛି, ଏବଂ  ତାହା  ଭରଣପୋଷଣ  ନିମନ୍ତେ

ବରିଷ୍ଠ ନାଗରିକଙ୍କର  ଡାକ୍ତରୀ  ଯତ୍ନ ନିମନ୍ତେ  ସର୍ତ୍ତାବଳୀ

ବରିଷ୍ଠ  ନାଗରୀକଙ୍କ  ନିମନ୍ତେ  ଡାକ୍ତରୀ  ସମର୍ଥନ

ରାଜ୍ୟ ସରକାର  ଏହା ନିଶ୍ଚିତ  କରିବେ ଯେ : -

  1. ସରକାରୀ  ହସ୍ପିଟାଲ  କିମ୍ବା  ସରକାରଙ୍କ  ଦ୍ଵାରା  ସଂପୂର୍ଣ୍ଣଭାବେ  କିମ୍ବା  ଆଂଶିକଭାବେ  ସାହାଯ୍ୟପ୍ରାପ୍ତ  ହସ୍ପିଟାଲ ଗୁଡିକ, ସମସ୍ତ  ବରିଷ୍ଠ  ନାଗରୀକଙ୍କ  ନିମନ୍ତେ, ଯେତେଦୂର  ସମ୍ଭବ, ଖଟିଆ କିମ୍ବା  ବିଛଣା  ଯୋଗାଇ  ଦେବେ ;
  2. ବରିଷ୍ଠ  ନାଗରୀକଙ୍କ  ନିମନ୍ତେ, ପୃଥକ୍  ଧାଡିର  ବ୍ୟବସ୍ଥା  କରାଯିବ   ।
  3. ଜଟିଳ, ମଧ୍ୟମ  ଏବଂ  ସଂକ୍ରମିତ  ରୋଗ  ଗୁଡିକର  ଚିକିତ୍ସା  ସୁବିଧାକୁ, ବରିଷ୍ଠ  ନାଗରୀକଙ୍କ  ପରିବର୍ଦ୍ଧନ  କରାଯିବ   ।
  4. ପୁରାତନ  ଜଟିଳ ବେମାରୀ  ନିମନ୍ତେ  ଗବେଷଣା  କାର୍ଯ୍ୟକଳାପକୁ  ପରିବର୍ଦ୍ଧନ  କରାଯିବ;
  5. ପ୍ରତ୍ୟକ ଜିଲ୍ଲା  ହସ୍ପିଟାଲରେ ‘ ଜେରିଆଟ୍ରିକ୍ ’ ରୋଗୀଙ୍କ  ନିମନ୍ତେ  ନିର୍ଦ୍ଧିଷ୍ଟ  ସୁବିଧା  ଅଛି , ଯାହାକି  ‘ ଜେରିଆଟ୍ରିକ୍ ଯତ୍ନ ’ ରେ  ଅଭିଜ୍ଞତା  ଥିବା  ଜଣେ  ଡାକ୍ତରୀ  ଅଧିକାରୀଙ୍କ  ଦ୍ଵାରା  ପରିଚାଳନା  କରାଯିବ   ।

ବରିଷ୍ଠ ନାଗରିକଙ୍କର  ଜୀବନ ଏବଂ  ଧନର  ସୁରକ୍ଷା

ବରିଷ୍ଠ  ନାଗରିକଙ୍କର  ମଙ୍ଗଳନିମନ୍ତେ, ପ୍ରଚାର, ସଚେତନତା ଇତ୍ୟାଦି  ନିମନ୍ତେ  ପଦକ୍ଷେପ

ଏହା  ନିଶ୍ଚିତ  କରିବା  ନିମନ୍ତେ , ରାଜ୍ୟ ସରକାର  ସମସ୍ତ  ପଦକ୍ଷେପ  ଗ୍ରହଣ  କରିବେ ଯେ : -

  1. ସର୍ବସାଧାରଣ ମାଧ୍ୟମ  ଜରିଆରେ, ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  ବିସ୍ତୃତଭାବେ  ପ୍ରଚାର  କରିବା  ସହିତ , ଟେଲିଭିଜନ, ରେଡିଓ  ଏବଂ  ମୁଦ୍ରଣ  ଜରିଆରେ  ମଧ୍ୟ  ନିୟମିତ  ବ୍ୟବଧାନରେ  ପ୍ରଚାର  କରାଯିବ   ।
  2. କେନ୍ଦ୍ର  ସରକାର  ଏବଂ  ରାଜ୍ୟ  ସରକାର  ଅଧିକାରୀମାନଙ୍କ  ସହିତ  ପୋଲିସ୍  ଅଧିକାରୀ  ଏବଂ  ବୈଚାରୀକ  ସେବାର  ସଦସ୍ୟମାନଙ୍କୁ  ଏହି  ଆଇନ୍  ସଂବନ୍ଧରେ  ସମୟ  ସମୟରେ   ସଚେତନତା  ପ୍ରଶିକ୍ଷଣ   ଦେବେ;
  3. ଆଇନ୍ , ଗୃହ  ଅବସ୍ଥା , ସ୍ଵାସ୍ଥ ଏବଂ  ମଙ୍ଗଳ  ବିଷୟରେ  କାରବାର  କରୁଥିବା  ସଂପୃକ୍ତ  ମନ୍ତ୍ରଣାଳୟ  କିମ୍ବା  ବିଭାଗ  ଦ୍ଵାରା  ବ୍ୟବସ୍ଥାୟୀତ  ସେବା  ମଧ୍ୟରେ  ପ୍ରଭାବିତ  ସମନ୍ଵୟ  ରହିବ , ଯାହାଫଳରେ  ବରିଷ୍ଠ  ନାଗରୀକଙ୍କ ମଙ୍ଗଳ  ନିମନ୍ତେ  ବିଷୟଗୁଡିକୁ  ଲାଘବ   କରାଯାଇପାରିବ  ଏବଂ  ସମୟାନୁକ୍ରମେ  ତାହା  ପୁନର୍ବିଚାର  କରାଯିବ  ।

ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  କାର୍ଯ୍ୟକାରୀ  କରିବା  ନିମନ୍ତେ , ଅଧିକାରୀଙ୍କୁ  ଧାର୍ଯ୍ୟ  କରାଯିବ

  1. ରାଜ୍ୟ  ସରକାର, କୌଣସି  ଜିଲ୍ଲା  ମାଜିଷ୍ଟ୍ରେଟଙ୍କ  ଉପରେ  ଏପରି  କ୍ଷମତା  ନ୍ୟସ୍ତ  କରିପାରନ୍ତି  ଏବଂ ଏପରି  କର୍ତ୍ତବ୍ୟ  ଧାର୍ଯ୍ୟ  କରିପାରନ୍ତି, ଯେପରି  ଆବଶ୍ୟକ, ଏହା  ନିଶ୍ଚିତ  କରିବା  ନିମନ୍ତେ ଯେ , ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  ଉପଯୁକ୍ତଭାବେ  ପରିପାଳନ  କରାଯାଉ  ଏବଂ  ଜିଲ୍ଲା  ମାଜିଷ୍ଟ୍ରେଟ, ତାଙ୍କ  ଅଧସ୍ତନ  ଅଧିକାରୀଙ୍କୁ  ଧାର୍ଯ୍ୟ  କରିବେ , ଯେକି  ଏପରି  ସମସ୍ତ  କିମ୍ବା  ଯେକୌଣସି  କ୍ଷମତା  ପରିଚାଳନା  କରିବେ  ଏବଂ  ଏପରି  କର୍ତ୍ତବ୍ୟ  ସଂପାଦନ  କରିବେ , ଯାହାକି  ଏପରି  ଭାବେ  ନ୍ୟସ୍ତ  କରାଯାଇଥାଏ  କିମ୍ବା  ଧାର୍ଯ୍ୟ  କରାଯାଇଥାଏ  ଏବଂ  ସେହି  ସ୍ଥାନୀୟ  ସୀମା , ଯାହା ମଧ୍ୟରେ  ଏପରି  କ୍ଷମତା  କିମ୍ବା  କର୍ତ୍ତବ୍ୟ , ସେହି  ଅଧିକାରୀଙ୍କ  ଦ୍ଵାରା  ପରିପାଳନ  କରାଯିବ, ଯେପରି  ଧାର୍ଯ୍ୟ  କରାଯାଇପାରେ  ।
  2. ରାଜ୍ୟ  ସରକାର  ବରିଷ୍ଠ  ନାଗରିକଙ୍କର  ଜୀବନ  ଏବଂ  ସମ୍ପତ୍ତିର  ସୁରକ୍ଷା  ନିମନ୍ତେ  ଏକ  ବିସ୍ତାରୀତ  କାର୍ଯ୍ୟକାରୀ  ଯୋଜନା  ପ୍ରସ୍ତୁତ  କରିବେ   ।

କେତେକ  ପରିସ୍ଥିତିରେ  ସମ୍ପତ୍ତିର  ହସ୍ତାନ୍ତରଣ, ଅସିଦ୍ଧ  ହେବ

  1. ଯେଉଁ  ସ୍ଥଳରେ  କୌଣସି  ବରିଷ୍ଠ  ନାଗରୀକ , ଯେକି  ଏହି  ଆଇନ୍ ର  ପ୍ରାରମ୍ଭ  ପରେ , ଏହି  ସର୍ତ୍ତର  ନିୟନ୍ତ୍ରଣାଧିନରେ , ତାଙ୍କର  ସମ୍ପତ୍ତିକୁ  ଦାନ  କିମ୍ବା  ଅନ୍ୟଥାଭାବେ  ହସ୍ତାନ୍ତରଣ  କରିଛନ୍ତି ଯେ , ହସ୍ତାନ୍ତରୀତ  ବ୍ୟକ୍ତି , ହସ୍ତାନ୍ତରଣକାରୀ  ବ୍ୟକ୍ତିଙ୍କୁ  ମୂଳ  ସୁବିଧା  ଏବଂ  ଦୈହିକ  ଆବଶ୍ୟକତା  ଯୋଗାଇ ଦେବେ   ଏବଂ ଏପରି  ହସ୍ତାନ୍ତରୀତ  ବ୍ୟକ୍ତି , ଏପରି  ସୁବିଧା  ଏବଂ  ଦୈହିକ  ଆବଶ୍ୟକତା  ଯୋଗାଇବାକୁ ପ୍ରତ୍ୟାଖ୍ୟାନ  କରନ୍ତି  କିମ୍ବା  ସେପରି  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି , ସେପରିସ୍ଥଳେ  ସମ୍ପତ୍ତିର  ଉକ୍ତ  ହସ୍ତାନ୍ତରଣକୁ , ଚଞ୍ଚକତା  କିମ୍ବା  ବଳ  ପ୍ରୟୋଗ  ଦ୍ଵାରା  କିମ୍ବା  ଅଯଥା  ପ୍ରଭାବ  ଦ୍ଵାରା  କରାଯାଇଛି  ବୋଲି   ଧରାଯିବ  ଏବଂ  ହସ୍ତାନ୍ତରଣକାରୀଙ୍କ  ମତରେ , ଟ୍ରିବ୍ୟୁନାଲ୍ ଙ୍କ  ଦ୍ଵାରା  ଅସିଦ୍ଧ  ବୋଲି  ଘୋଷଣା   କରାଯିବ
  2. ଯେଉଁ  ସ୍ଥଳରେ କୌଣସି  ବରିଷ୍ଠ  ନାଗରିକଙ୍କର  କୌଣସି  ସମ୍ପତ୍ତିରୁ  ଭରଣପୋଷଣ  ଗ୍ରହଣ  କରିବା  ଅଧିକାର  ଥାଏ ଏବଂ  ଏପରି  ସମ୍ପତ୍ତି କିମ୍ବା  ତା’ର  ଅଂଶ  ହସ୍ତାନ୍ତରୀତ  ହୁଏ , ସେପରିସ୍ଥଳେ ହସ୍ତାନ୍ତରୀତଙ୍କ  ବିରୁଦ୍ଧରେ  ଭରଣପୋଷଣ  ଗ୍ରହଣ  କରିବା  ଅଧିକାରକୁ   ବଳବତ୍ତର  କରାଯିବ , ଯଦି  ହସ୍ତାନ୍ତରୀତ  ବ୍ୟକ୍ତିର  ଏପରି  ଅଧିକାର  ସଂବନ୍ଧରେ  ସୂଚନା  ଥାଏ କିମ୍ବା  ଯଦି  ଏପରି  ହସ୍ତାନ୍ତର  ମାଗଣାରେ  କରାଯାଇଥାଏ  ମାତ୍ର  ବଏନା  ନିମନ୍ତେ  ଏବଂ  ଅଧିକାରର  ସୂଚନା  ବ୍ୟତୀତ , ହସ୍ତାନ୍ତରୀତ  ବ୍ୟକ୍ତି  ବିରୁଦ୍ଧରେ   କରାଯାଇନଥାଏ  ।
  3. ଯଦି  କୌଣସି  ବରିଷ୍ଠ  ନାଗରୀକ , ଉପ – ଦଫା (୧) ଏବଂ  (୨) ଅନୁଯାୟୀ , ଅଧିକାରଗୁଡିକୁ  ବଳବତ୍ତର  କରିବା  ନିମନ୍ତେ ଅକ୍ଷମ  ହୋଇଥାଆନ୍ତି , ସେପରି  ସ୍ଥଳେଦଫା  ୫ର ଉପ – ଦଫା (୧) ପ୍ରତି  ସ୍ପଷ୍ଟୀକରଣରେ  ଉଲ୍ଲେଖିତ  କୌଣସି  ସଂସ୍ଥା ଦ୍ଵାରା , ତାଙ୍କ  ତରଫରୁ   କାର୍ଯ୍ୟାନୁଷ୍ଠାନ  ।

ବିଚାର  ନିମନ୍ତେ, ଅପରାଧ ଏବଂ  ପଦ୍ଧତି

ବରିଷ୍ଠ  ନାଗରିକଙ୍କର  ଉନ୍ମୋଚନ  ଏବଂ ପରିତ୍ୟାଗ

ଯଦି  କୌଣସି  ବ୍ୟକ୍ତି, ବରିଷ୍ଠ  ନାଗରିକଙ୍କର  ଦାୟିତ୍ଵ  କିମ୍ବା  ସୁରକ୍ଷାରେ  ଥାଇ, ଏପରି  ବରିଷ୍ଠ  ଅଧିକାରୀଙ୍କୁ  ସଂପୂର୍ଣ୍ଣଭାବେ  ପରିତ୍ୟାଗ  କରିବା ଉଦ୍ଦେଶ୍ୟରେ  କୌଣସି ସ୍ଥାନରେ  ପରିତ୍ୟାଗ  କରନ୍ତି, ତାହେଲେ  ତାଙ୍କୁ  ଯେକୌଣସି  କାରାଦଣ୍ଡରେ  ଦଣ୍ଡିତ  କରାଯିବ, ଯାହାକି  ତିନିମାସ  ପର୍ଯ୍ୟନ୍ତ  ପରିବର୍ଦ୍ଧନ  କରାଯାଇପାରେ  କିମ୍ବା  ଜୋରିମାନା  ସହିତ , ଯାହାକି  ପାଞ୍ଚ  ହଜାର  ଟଙ୍କାକୁ  ପରିବର୍ଦ୍ଧନ  କରାଯାଇପାରେ  କିମ୍ବା  ଉଭୟ  ଦଣ୍ଡରେ   ଦଣ୍ଡିତ  କରାଯିବ    ।

ଅପରାଧର  ଧର୍ତ୍ତବ୍ୟତା

  1. ଫୌଜଦାରୀ  କାର୍ଯ୍ୟବିଧି  ସଂହିତା , ୧୯୭୩(୨/୧୯୭୪) ରେ  ଧାରୀତ  କୌଣସି  ବିଷୟ  ସତ୍ଵେ , ଏହି  ଆଇନ୍ ରେ   ଧାରୀତ  ପ୍ରତ୍ୟକ  ଅପରାଧ , ଧର୍ତ୍ତବ୍ୟ  ଏବଂ  ଜାମିନ  ଯୋଗ୍ୟ  ହେବ  ।
  2. ଏହି  ଆଇନ୍  ଅନୁଯାୟୀ  କୌଣସି  ଅପରାଧ, କୌଣସି  ମାଜିଷ୍ଟ୍ରେଟଙ୍କ  ଦ୍ଵାରା  ତ୍ୱରାନ୍ୱିତ  ଭାବେ  ବିଚାର  କରାଯିବ   ।

ଆଧାର – ଲ ହାଉସ

Last Modified : 7/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate