ଭାରତୀୟ ଛାଡପତ୍ର ଆଇନ୍, ୧୮୬୯ ପାର୍ସି ବିବାହ ଏବଂ ଛାଡପତ୍ର ଆଇନ୍, ୧୯୩୬, ବିଶେଷ ବିବାହ ଆଇନ୍, ୧୯୫୪ ଏବଂ ହିନ୍ଦୁ ବିବାହ ଆଇନ୍, ୧୯୫୫କୁ ଅଧିକ ସଂଶୋଧନ କରିବା ନିମନ୍ତେ, ଏକ ଆଇନ୍ ।
ଭାରତର ଆଇନ୍ କମିଶନ, ଏହାର ୨୭ତମ, ଚଉବନତମ ଏବଂ ଏକଶତ ଅଣତିରିଶତମ ବିବରଣୀରେ ଏବଂ ଅଧସ୍ତନ ପାରିଷଦିକ (ଏକାଦଶ ଲୋକସଭା ଉପରେ ସମିତି), ସୁପାରିସ୍, କରିଥିଲେ ଯେ, ନ୍ୟାୟାଳୟରେ ସ୍ଥଗୀତ ମୋକଦ୍ଦମା ଗୁଡିକରେ, ସାମାନ୍ୟତମ କାରଣ ଉପରେ ମୁଲତବିକୁ ବନ୍ଦ କରାଯିବା ଉଚିତ୍ । ମାଲିମାଥ୍ ସମିତି ମଧ୍ୟ ସୁପାରିସ୍ କରିଥିଲା ଯେ, ନ୍ୟାୟାଳୟରେ ସ୍ଥଗୀତ ଥିବା ମୋକଦ୍ଦମାଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ , ନିଦାନୀୟ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ।
ଟିପ୍ପଣୀ
ଭାରତୀୟ ଛାଡପତ୍ର ଆଇନ୍ , ୧୮୬୯ ଏବଂ ପାର୍ସି ବିବାହ ଏବଂ ଛାଡପତ୍ର ଆଇନ୍ , ୧୯୩୬କୁ ଯଥାକ୍ରମେ ସଂଶୋଧନ କରିବା ନିମନ୍ତେ , ଅଧ୍ୟାୟ – ୨ ଏବଂ ୩ ସଂପର୍କୀତ ଅଟେ ।
ଏହାକୁ , ଭାରତୀୟ ଗଣତନ୍ତ୍ରର ବାଉନ୍ ତମ ବାର୍ଷିକୀରେ ପାର୍ଲାମେଣ୍ଟ ଦ୍ଵାରା , ନିମ୍ନଭାବେ ଆଇନ୍ ରେ ପ୍ରଣୟନ କରାଗଲା : -
ସଂକ୍ଷିପ୍ତ ଆଖ୍ୟା
ଏହି ଆଇନକୁ , ବିବାହ ଆଇନ୍ (ସଂଶୋଧନ) ଆଇନ୍ , ୨୦୦୧ ବୋଲି କୁହାଯିବ ।
ଦଫା ୩୬ର ସଂଶୋଧନ
ବିଶେଷ ବିବାହ ଆଇନ୍, ୧୯୫୪ (୪୩/୧୯୫୪)ର ଦଫା ୩୬ରେ (ଏତତ୍ ପରେ , ଏହି ଅଧ୍ୟାୟରେ , ବିଶେଷ ବିବାହ ଆଇନ୍ ବୋଲି ଉଲ୍ଲେଖିତ ) ରେ, ନିମ୍ନ ପ୍ରତିବନ୍ଧକୁ ସଂଯୋଗ କରାଯିବ , ଯଥା : -
“ଉଲ୍ଲେଖ ଥାଉ ଯେ, ଅଧ୍ୟାୟ – ୫ କିମ୍ବା ଅଧ୍ୟାୟ – ୬ ଅନୁଯାୟୀ , କାର୍ଯ୍ୟାନୁଷ୍ଠାନ ସମୟରେ , କାର୍ଯ୍ୟାନୁଷ୍ଠାନରେ ଖର୍ଚ୍ଚ ଏବଂ ଏପରି ସାପ୍ତାହିକ କିମ୍ବା ମାସିକିଆ ଖର୍ଚ୍ଚର ପ୍ରଦାନକୁ , ଯେତେ ଦୂର ସମ୍ଭବ , ସ୍ଵାମୀଙ୍କ ଉପରେ ସୂଚନାଜାରୀ ତାରିଖରୁ ଷାଠିଏ ଦିନ ମଧ୍ୟରେ ଫଇସଲା କରାଯିବ ।
ଦଫା ୩୮ର ସଂଶୋଧନ
ବିଶେଷ ବିବାହ ଆଇନ୍ ର ଦଫା ୩୮ରେ, ନିମ୍ନଲିଖିତ ପ୍ରତିବନ୍ଧକୁ ସଂଯୋଗ କରାଯିବ ; ଯଥା : -
“ଉଲ୍ଲେଖଥାଉ ଯେ, ଅଧ୍ୟାୟ – ୫ କିମ୍ବା ଅଧ୍ୟାୟ – ୬ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ସମୟ ମଧ୍ୟରେ , ନାବାଳକ ସନ୍ତାନମାନଙ୍କର ଭରଣପୋଷଣ ଏବଂ ଶିକ୍ଷା ସଂବନ୍ଧରେ ଆବେଦନପତ୍ରକୁ , ଯେତେଦୂର ସମ୍ଭବ , ପ୍ରତିବାଦୀ ଉପରେ ସୂଚନାଜାରୀ ତାରିଖରୁ, ଷାଠିଏ ଦିନ ମଧ୍ୟରେ ଫଇସଲା କରାଯିବ ।
ଦଫା ୨୪ର ସଂଶୋଧନ
ହିନ୍ଦୁ ବିବାହ ଆଇନ୍, ୧୯୫୫ (୨୫/୧୯୫୫) ର ଦଫା ୨୪ରେ (ଏତତ୍ ପରେ ହିନ୍ଦୁ ବିବାହ ଆଇନ୍ ଭାବେ ଏହି ଅଧ୍ୟାୟରେ ଉଲ୍ଲେଖିତ ), ନିମ୍ନଲିଖିତ ପ୍ରତିବନ୍ଧକୁ ସଂଯୋଗ କରାଯିବ , ଯଥା : -
“ଉଲ୍ଲେଖଥାଉ ଯେ, କାର୍ଯ୍ୟାନୁଷ୍ଠାନ ମଧ୍ୟରେ, କାର୍ଯ୍ୟାନୁଷ୍ଠାନର ଖର୍ଚ୍ଚ ଏବଂ ଏପରି ମାସିକିଆ ଅର୍ଥରାଶିର ପ୍ରଦାନ , ଯେତେ ଦୂର ସମ୍ଭବ, ସ୍ତ୍ରୀ କିମ୍ବା ସ୍ଵାମୀ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟଙ୍କ ଉପରେ ସୂଚନାଜାରୀ ତାରିଖରୁ , ଷାଠିଏ ଦିନ ମଧ୍ୟରେ ଫଇସଲା କରାଯିବ ।”
ଦଫା ୨୬ର ସଂଶୋଧନ
ହିନ୍ଦୁ ବିବାହ ଆଇନ୍ ଦଫା ୨୬ରେ, ନିମ୍ନଲିଖିତ ପ୍ରତିବନ୍ଧକୁ ସଂଯୋଗ କରାଯିବ , ଯଥା : -
‘ଉଲ୍ଲେଖଥାଉ ଯେ, ନାବାଳକ ସନ୍ତାନଙ୍କର ଭରଣପୋଷଣ ଏବଂ ଶିକ୍ଷା ସଂବନ୍ଧରେ ଆବେଦନପତ୍ର , ଏପରି ଡିକ୍ରୀ ଗ୍ରହଣ ନିମନ୍ତେ, କାର୍ଯ୍ୟାନୁଷ୍ଠାନର ସ୍ଥଗିତାବସ୍ଥାରେ, ଯେତେ ଦୂର ସମ୍ଭବ, ପ୍ରତିବାଦୀଙ୍କ ଉପରେ ସୂଚନାଜାରୀ ତାରିଖରୁ ଷାଠିଏ ଦିନ ମଧ୍ୟରେ, ଫଇସଲା କରାଯିବ ।
ଆଧାର – ଲ ହାଉସ
Last Modified : 6/16/2020