অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶେଷ ବିବାହ ଆଇନ, ୧୯୫୪ (ଅନ୍ୟାନ୍ୟ ଆକାରରେ ଅନୁଷ୍ଠିତ ବିବାହର ନିବନ୍ଧନ)

ଅନ୍ୟାନ୍ୟ  ଆକାରରେ  ଅନୁଷ୍ଠିତ  ବିବାହର  ନିବନ୍ଧନ

ଅନୁଷ୍ଠିତ   ହୋଇଥିବା  କୌଣସି  ବିବାହ, ତାହା  ଏହି  ଆଇନ୍ ର  ପ୍ରାରମ୍ଭ  ପୂର୍ବରୁ  କିମ୍ବା  ପରେ  ହୋଇଥାଉ, ଏବଂ  ତାହା  ବିଶେଷ   ବିବାହ  ଆଇନ୍ , ୧୮୭୨ (୩/୧୮୭୨) ଅନୁଯାୟୀ  କିମ୍ବା  ଏହି  ଆଇନ୍  ଅନୁଯାୟୀ  ଅନୁଷ୍ଠିତ  କୌଣସି   ବିବାହା   ବ୍ୟତୀତ, ତାହା  ସେହି  ଅଞ୍ଚଳର   କୌଣସି  ବିବାହ  ଅଧିକାରୀଙ୍କ  ଦ୍ଵାରା  ଏହି  ଅଧ୍ୟାୟ  ଅନୁଯାୟୀ  ନିବନ୍ଧନ   କରାଯାଇ  ପାରେ , ଯେଉଁଥି  ପ୍ରତି  ଏହି  ଆଇନ୍  ପରିବର୍ଦ୍ଧିତ   ଅଟେ, ଯଦି  ନିମ୍ନ  ସର୍ତ୍ତାବଳୀ  ଗୁଡିକ  ପରିପୂରଣ  କରାଯାଇଥାଏ   ।

  • ପକ୍ଷମାନଙ୍କ  ମଧ୍ୟରେ  ବିବାହର  ଉତ୍ସବ  ସଂପାଦନ  କରାଯାଇଥାଏ , ଏବଂ  ସେମାନେ  ସେବେଠାରୁ  ସ୍ଵାମୀ  ଏବଂ  ସ୍ତ୍ରୀ  ଭାବେ  ଏକତ୍ରୀତ  ବାସ  କରୁ ଥାଆନ୍ତି ;
  • କୌଣସି  ପକ୍ଷର, ନିବନ୍ଧନ  ସମୟରେ  ଜଣେ   ଜୀବିତ  ଦମ୍ପତି  ନ ଥିବ;
  • ନିବନ୍ଧନ  ସମୟରେ, କୌଣସି  ପକ୍ଷ  ଜଣେ  ବାଚାଳ  ହୋଇ  ନଥିବ;
  • ନିବନ୍ଧନ  ସମୟରେ, ପକ୍ଷମାନେ, ଏକୋଇଶି  ବର୍ଷ  ବୟସ  ସମାପ୍ତ  କରିଥିବେ;
  • ପକ୍ଷମାନେ, ସଂପର୍କର  ପ୍ରତିବନ୍ଧିତ  ମାତ୍ରା  ମଧ୍ୟରେ  ନଥିବେ,
  • ଉଲ୍ଲେଖ  ଥାଉ  ଯେ  ଏହି  ଆଇନ୍ ର  ପ୍ରଚଳନ   ପୂର୍ବରୁ   ଅନୁଷ୍ଠିତ   କୌଣସି  ବିବାହ  କ୍ଷେତ୍ରରେ, ଏହି  ସର୍ତ୍ତ, କୌଣସି  ଆଇନ୍, ପ୍ରଥା  କିମ୍ବା  ବ୍ୟବହାରର  ନିୟନ୍ତ୍ରଣାଧିନ  ହେବ, ଯାହାର  ଆଇନ୍ ଗତ  ବଳ  ଥିବ, ଯାହାକି  ସେମାନଙ୍କ  ମଧ୍ୟରୁ   ପ୍ରତ୍ୟକଙ୍କୁ  ପରିଚାଳନା   କରୁଥିବ, ଯାହାକି  ଉକ୍ତ  ଦୁଇ ଜଣଙ୍କ  ମଧ୍ୟରେ  ବିବାହକୁ  ଅନୁମୋଦନ  କରୁଥିବ; ଏବଂ

  • ସେହି  ତାରିଖର  ଠିକ୍  ପୂର୍ବରୁ , ତିରିଶ  ଦିନରୁ  ସମୟ  ନିମନ୍ତେ , ଉକ୍ତ  ପକ୍ଷମାନେ  ବିବାହ  ଅଧିକାରୀଙ୍କ  ଜିଲ୍ଲାମଧ୍ୟରେ ବାସ  କରୁଥିବେ, ଯାହାଉପରେ   ବିବାହର  ନିବନ୍ଧନ  ନିମନ୍ତେ  ତାଙ୍କୁ  ଆବେଦନ  ପତ୍ର  ପ୍ରଦାନ  କରାଯାଇଥାଏ   ।

ନିବନ୍ଧନ  ନିମନ୍ତେ  ପଦ୍ଧତି

ଏହି  ଅଧ୍ୟାୟ  ଅନୁଯାୟୀ, ସେମାନଙ୍କ  ବିବାହର  ନିବନ୍ଧନ  ନିମନ୍ତେ , ବିବାହ  ପ୍ରତି  ଉଭୟ  ପକ୍ଷଙ୍କ  ଦ୍ଵାରା  ସ୍ଵାକ୍ଷରିତ  ଏକ  ଆବେଦନ  ପତ୍ର  ଗ୍ରହଣ  କରିବା  ପରେ, ବିବାହ  ଅଧିକାରୀ  ସେ  ସଂବନ୍ଧରେ  ଏପରିଭାବେ   ଏକ  ସର୍ବସାଧାରଣ   ସୂଚନା  ଦେବେ, ଯେପରି  ଧାର୍ଯ୍ୟ  କରାଯାଇପାରେ  ଏବଂ  ଆପତ୍ତି  ନିମନ୍ତେ  ତିରିଶଦିନର  ଏକ  ସମୟ  ଅନୁମୋଦନ  କରିବା  ପରେ  ଏବଂ  ସେହି  ସମୟ  ମଧ୍ୟରେ  ଗୃହିତ  କୌଣସି  ଆପତ୍ତିର   ଶୁଣାଣୀ  ପରେ  ପଞ୍ଚମସୂଚୀରେ   ଧାର୍ଯ୍ୟ  ଫର୍ମରେ, ବିବାହ  ପ୍ରମାଣ  ପତ୍ର  ପୁସ୍ତିକାରେ  ଏକ  ବିବାହ   ପ୍ରମାଣ  ପତ୍ର  ଅନ୍ତର୍ଭୁକ୍ତ  କରିବେ  ଏବଂ  ଏପରି  ପ୍ରମାଣ  ପତ୍ର, ବିବାହର  ପକ୍ଷମାନଙ୍କ  ଦ୍ଵାରା  ଏବଂ  ତିନିଜଣ   ସାକ୍ଷୀଙ୍କ  ଦ୍ଵାରା  ସ୍ଵାକ୍ଷରିତ  ହେବ  ।

ଦଫା  ୧୬ ଅନୁଯାୟୀ, ଆଦେଶରୁ  ଅପିଲ୍

ଏହି  ଅଧ୍ୟାୟ  ଅନୁଯାୟୀ , କୌଣସି  ବିବାହକୁ  ନିବନ୍ଧନ  କରିବାକୁ   ପ୍ରତ୍ୟାଖ୍ୟାନ  କରିବାରେ  କୌଣସି  ବିବାହ – ଅଧିକାରୀଙ୍କର   କୌଣସି  ଆଦେଶରେ  ବ୍ୟଥିତ  କୌଣସି  ବ୍ୟକ୍ତ, ଏପରି  ଆଦେଶ  ତାରିଖରୁ   ତିରିଶଦିନ   ମଧ୍ୟରେ , ଜିଲ୍ଲା  ନ୍ୟାୟାଳୟରେ, ଉକ୍ତ  ଆଦେଶ  ବିରୁଦ୍ଧରେ  ଅପିଲ୍  କରି  ପାରିବେ , ଯାହାଙ୍କର  କର୍ତ୍ତୃତ୍ଵାଧିନ  ସ୍ଥାନୀୟ  ଅଞ୍ଚଳ  ମଧ୍ୟରେ  ବିବାହ – ଅଧିକାରୀଙ୍କର  କାର୍ଯ୍ୟାଳୟ  ସ୍ଥିତ  ଅଟେ  ଏବଂ  ଏପରି  ଅପିଲ୍  ଉପରେ, ଜିଲ୍ଲା  ନ୍ୟାୟାଳୟଙ୍କର  ସିଦ୍ଧାନ୍ତ  ଚୂଡାନ୍ତ  ହେବ  ଏବଂ  ବିବାହ, ଅଧିକାରୀ, ଯାହାଙ୍କୁ  ଏପରି  ଆବେଦନ  କରାଯାଇଥିଲା , ସେ  ଏପରି  ସିଦ୍ଧାନ  ସହିତ  ସମନ୍ଵୟ  ରକ୍ଷାକରି  କାର୍ଯ୍ୟ  କରିବେ   ।

ଏହି  ଅଧ୍ୟାୟ  ଅନୁଯାୟୀ, ବିବାହର   ନିବନ୍ଧନର  ପ୍ରଭାବ

ଦଫା ୨୪ର  ଉପ – ଦଫା (୨) ରେ  ଧାରୀତ  ବ୍ୟବସ୍ଥାବଳୀର  ନିୟନ୍ତ୍ରଣାଧିନରେ  ଯେଉଁସ୍ଥଳରେ , ଏହି  ଅଧ୍ୟାୟ  ଅନୁଯାୟୀ, ବିବାହର  କୌଣସି  ପ୍ରମାଣପତ୍ରକୁ  ଚୂଡାନ୍ତ  ଭାବେ  ବିବାହ  - ପ୍ରମାଣପତ୍ର  ପୁସ୍ତିକାରେ  ଅନ୍ତର୍ଭୁକ୍ତ  କରାଯାଇଥାଏ, ସେପରି ସ୍ଥଳେ  ବିବାହ  ଏପରି  ଅନ୍ତର୍ଭୁକ୍ତ  କରିବା  ତାରିଖରୁ, ଏହି  ଆଇନ୍  ଅନୁଯାୟୀ  ଏକ  ବିବାହ  ସଂପାଦିତ   ହୋଇଛି  ବୋଲି  ଧରାଯିବ  ଏବଂ  ବିବାହ  ଉତ୍ସବ   ତାରିଖପରେ  ଜାତ  ସମସ୍ତ   ସନ୍ତାନ (ଯେଉନମାନଙ୍କର  ନାମ   ମଧ୍ୟ  ବିବାହ  ପ୍ରମାଣ  ପତ୍ର  ପୁସ୍ତିକାରେ  ଅନ୍ତର୍ଭୁକ୍ତ  କରାଯିବ ), ସମସ୍ତ  ବିଷୟରେ, ସେମାନଙ୍କ  ପିତାମାତାଙ୍କ  ବୈଧ  ସନ୍ତାନ  ହେବେ; ଉଲ୍ଲେଖ ଥାଉ ଯେ,  ଏହି  ଦଫାରେ  ଧାରୀତ  କୌଣସି  ବ୍ୟବସ୍ଥା, କୌଣସି  କ୍ଷେତ୍ରରେ , ସେମାନଙ୍କ  ପିତାମାତା ଙ୍କ  ବ୍ୟତୀତ, କୌଣସି  ବ୍ୟକ୍ତିର  ସମ୍ପତ୍ତି  ପ୍ରତି  କୌଣସି  ଅଧିକାର  ଏପରି  କୌଣସି  ସନ୍ତାନ  ଉପରେ  ନ୍ୟସ୍ତ   କରେ  ବୋଲି  ବ୍ୟାଖ୍ୟା   କରାଯିବ  ନାହିଁ , ଯେଉନସ୍ଥଳରେ  ଏହି  ଆଇନ୍ ର  ମଞ୍ଜୁରୀ  ବ୍ୟତୀତ  ଏପରି  ସନ୍ତାନମାନେ, ସେମାନଙ୍କ  ପିତାମାତାଙ୍କର  ବୈଧ  ସନ୍ତାନ  ନହେବା  କାରଣରୁ, ଏପରି  କୌଣସି  ଅଧିକାର  ଧାରଣ  କରିବା  ନିମନ୍ତେ   ଅକ୍ଷମ  ହୋଇ  ଥାଆନ୍ତେ  ।

ଆଧାର – ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate