ସଂରକ୍ଷଣ
ଏହାର ବ୍ୟବସ୍ଥାବଳୀ ଅନୁଯାୟୀ ସଂପାଦିତ ହୋଇନଥିବା କୌଣସି ବିବାହର ବୈଧତାକୁ ଏହି ଆଇନ୍ ରେ ଧାରୀତ କୌଣସି ବ୍ୟବସ୍ଥା ପ୍ରଭାବିତ କରିବ ନାହିଁ କିମ୍ବା ଏହି ଆଇନ୍ , ବିବାହରେ ଅନ୍ତର୍ଭୁକ୍ତ ହେବାର ପଦ୍ଧତିରେ ବୈଧତାକୁ ପ୍ରତ୍ୟକ୍ଷଭାବେ ପ୍ରଭାବିତ କରେ ବୋଲି ଧରାଯିବ ନାହିଁ ।
ପୁନର୍ବାର ବିବାହ କରୁଥିବା, ବିବାହିତ ବ୍ୟକ୍ତିମାନଙ୍କ ଉପରେ ଜୋରିମାନା
ଅଧ୍ୟାୟ – ୩ରେ ଅନ୍ୟଥା ବ୍ୟବସ୍ଥାୟୀତ ବ୍ୟତୀତ , ଯେକି କିମ୍ବା ଯେଉଁମାନେ ସେହି ସମୟରେ ବିବାହ କରିଥାଆନ୍ତି, ସେ ଏହି ଆଇନ୍ ଅନୁଯାୟୀ ତାଙ୍କ ନିମନ୍ତେ ଏକ ବିବାହ ସଂପାଦନ କରିବା ନିମନ୍ତେ ଚେଷ୍ଟା କରନ୍ତି, ସେ, ଭାରତୀୟ ଦଣ୍ଡବିଧି ସଂହିତା ୧୮୬୦ (୪୫/୧୮୬୦)ର ଦଫା ୪୯୪ କିମ୍ବା ଦଫା ୪୯୫ ଅନୁଯାୟୀ ଏକ ଅପରାଧ ସଂଗଠନ କରିଛନ୍ତି ବୋଲି ଧରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ଏପରିଭାବେ ସଂପାଦିତ ବିବାହ ଅବୈଧ ହେବ ।
ଦ୍ଵୈତ ବିବାହ ନିମନ୍ତେ ଦଣ୍ଡ
ପ୍ରତ୍ୟକ୍ ବ୍ୟକ୍ତି ଯାହାଙ୍କର ବିବାହ ଏହି ଆଇନ୍ ଅନୁଯାୟୀ ସଂପାଦିତ ହୋଇଥାଏ ଏବଂ ଯେକି ତା’ର କିମ୍ବା ତାଙ୍କ ସ୍ତ୍ରୀର କିମ୍ବା ସ୍ଵାମୀର ଜୀବଦଶା ମଧ୍ୟରେ ପୁନର୍ବାର ବିବାହ କରିବା ଅପରାଧ ନିମନ୍ତେ , ଭାରତୀୟ ଦଣ୍ଡବିଧି ସଂହିତା ୧୮୬୦ (୪୫/୧୮୬୦)ର ଦଫା ୪୯୪ ଏବଂ ଦଫା ୪୯୫ରେ ଧାରୀତ ଦଣ୍ଡ ପ୍ରତି ନିୟନ୍ତ୍ରଣାଧିନ କରାଯିବ ଏବଂ ଏପରିଭାବେ ଚୁକ୍ତି କରାଯାଇଥିବା ବିବାହ, ଅବୈଧ ହେବ ।
ମିଥ୍ୟା ଘୋଷଣା କିମ୍ବା ପ୍ରମାଣପତ୍ର ସ୍ଵାକ୍ଷର କରିବା ନିମନ୍ତେ ଦଣ୍ଡ କିମ୍ବା ଜୋରିମାନା
ଏହି ଆଇନ୍ ଅନୁଯାୟୀ କିମ୍ବା ଦ୍ଵାରା ଆବଶ୍ୟକ କୌଣସି ଘୋଷଣା କିମ୍ବା ପ୍ରମାଣପତ୍ର ପ୍ରସ୍ତୁତ କରୁଥିବା , ସ୍ଵାକ୍ଷର କରୁଥିବା କିମ୍ବା ସତ୍ୟ ପ୍ରମାଣ କରୁଥିବା ପ୍ରତ୍ୟକ୍ ବ୍ୟକ୍ତି , ଯାହାକି ଏକ ବିବରଣୀ ଧାରଣ କରିଥାଏ , ଯାହାକି ମିଥ୍ୟା ଅଟେ, ଏବଂ ଯାହା ମିଥ୍ୟା ବୋଲି ସେ ଜାଣେ କିମ୍ବା ବିଶ୍ଵାସ କରେ କିମ୍ବା ତାହା ସତ୍ୟ ବୋଲି ବିଶ୍ଵାସ କରେ ନାହିଁ, ସେ ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦ (୪୫/୧୮୬୦)ର ଦଫା ୧୯୯ରେ ବର୍ଣ୍ଣିତ ଅପରାଧରେ ଦୋଷୀ ହେବ ।
ବିବାହ – ଅଧିକାରୀଙ୍କର ତ୍ରୁଟୀପୂର୍ଣ୍ଣ କାର୍ଯ୍ୟ ନିମନ୍ତେ ଦଣ୍ଡ
କୌଣସି ବିବାହ ଅଧିକାରୀ , ଯେକି ଜାଣିଶୁଣି ଏବଂ ଇଚ୍ଛାକୃତ ଭାବେ, ଏହି ଆଇନ୍ ଅନୁଯାୟୀ କୌଣସି ବିବାହ ସଂପାଦନ କରେ: -
- ଦଫା ୫ ଅନୁଯାୟୀ ଯେପରି ଆବଶ୍ୟକ , ଏପରି ବିବାହ ସଂବନ୍ଧରେ ଏକ ସୂଚନା ପ୍ରଦାନ ନକରି , କିମ୍ବା
- ଏପରି ବିବାହର ତିରିଶ ଦିନ ମଧ୍ୟରେ କୌଣସି ସୂଚନା ପ୍ରଦାନ ନକରି ; କିମ୍ବା
- ଏହି ଆଇନ୍ ରେ ଧାରୀତ ଅନ୍ୟ କୌଣସି ବ୍ୟବସ୍ଥାର ଉଲ୍ଲଘଂନରେ ;
- ତାହେଲେ ତାଙ୍କୁ ସରଳକାରଦଣ୍ଡରେ ସେହି ସମୟ ପର୍ଯ୍ୟନ୍ତ କାରାବରଣ ଦଣ୍ଡ ପ୍ରଦାନ କରାଯିବ, ଯାହାକି ଏକବର୍ଷ ପର୍ଯ୍ୟନ୍ତ ପରିବର୍ଦ୍ଧନ କରାଯାଇପାରେ କିମ୍ବା ଜୋରିମାନା ସହିତ, ଯାହାକି ପାଞ୍ଚଶହ ଟଙ୍କାକୁ ବୃଦ୍ଧି କରାଯାଇପାରେ କିମ୍ବା ଉଭୟରେ ଦଣ୍ଡୀତ କରାଯିବ ।
ପରିଦର୍ଶନ ନିମନ୍ତେ, ବିବାହ ପ୍ରମାଣପତ୍ର ପୁସ୍ତିକା ଉନ୍ମୁକ୍ତ ରହିବ
- ଏହି ଆଇନ୍ ଅନୁଯାୟୀ ରଖାଯାଇଥିବା ବିବାହ ପ୍ରମାଣପତ୍ର ପୁସ୍ତିକା ସମସ୍ତ ଯଥାଯଥ ସମୟରେ , ପରିଦର୍ଶନ ନିମନ୍ତେ ଉନ୍ମୁକ୍ତ ରହିବ ଏବଂ ସେଥିରେ ଧାରୀତ ବିବରଣୀର ସାକ୍ଷ୍ୟ ଭାବେ ଗ୍ରହଣୀୟ ହେବ ।
- ବିବାହ ପ୍ରମାଣପତ୍ର ପୁସ୍ତିକାରୁ ସାରାଂଶକୁ , ଆବେଦନ ପତ୍ର ଉପରେ , ଧାର୍ଯ୍ୟ ଶୁକ୍ଳର ପ୍ରଦାନ ଉପରେ , ଆବେଦନକାରୀଙ୍କୁ , ବିବାହ – ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯିବ ।
ବିବାହ ନଥିରେ ଅନ୍ତର୍ଭୁକ୍ତିକରଣର ନକଲ ଗୁଡିକର ପ୍ରେରଣ
କୌଣସି ରାଜ୍ୟରେ ଥିବା ପ୍ରତ୍ୟକ ବିବାହ ଅଧିକାରୀ , ଏପରି ମଧ୍ୟାନ୍ତରରେ ଏବଂ ଏପରି ଫର୍ମରେ , ଉକ୍ତ ରାଜ୍ୟର ଜନ୍ମ , ମୃତ୍ୟୁ ଏବଂ ବିବାହ ବିଷୟ ନିବନ୍ଧନ ମୁଖ୍ୟଙ୍କୁ ସୂଚୀତ କରିବେ , ଯେପରି ଧାର୍ଯ୍ୟ କରାଯାଇପାରେ , ଏପରି ଶେଷ ମଧ୍ୟାନ୍ତର ଠାରୁ ବିବାହ – ପ୍ରମାଣ ପାତ୍ର ପୁସ୍ତିକାରେ ତାଙ୍କ ଦ୍ଵାରା କରାଯାଇଥିବା ସମସ୍ତ ଅନ୍ତର୍ଭୁକ୍ତିକରଣର ଏକ ସତ୍ୟ ନକଲ ଏବଂ ସେହି ସମସ୍ତ ଅଞ୍ଚଳ ବାହାରେ ବିବାହ – ଅଧିକାରୀମାନଙ୍କ କ୍ଷେତ୍ରରେ , ଯେଉଁଥିପ୍ରତି ଏହି ଆଇନ୍ ପରିବର୍ଦ୍ଧିତ, ଏପରି ସଠିକ୍ ନକଲ, ଏପରି ଅଧିକାରୀଙ୍କୁ ପ୍ରେରଣ କରାଯିବ , ଯେପରି କେନ୍ଦ୍ର ସରକାର ଏ ସଂବନ୍ଧରେ ଧାର୍ଯ୍ୟ କରିବେ ।
ତ୍ରୁଟିଗୁଡିକର ସଂଶୋଧନ
- ଯଦି କୌଣସି ବିବାହ ଅଧିକାରୀ , ବିବାହ ପ୍ରମାଣପତ୍ର ପୁସ୍ତିକାରେ କୌଣସି ଅନ୍ତର୍ଭୁକ୍ତିକରଣର ଫର୍ମରେ କିମ୍ବା ବିଷୟ ବସ୍ତୁରେ କୌଣସି ତ୍ରୁଟି ଦେଖନ୍ତି ; ସେ, ଏପରି ତ୍ରୁଟି ଆବିଷ୍କାର କରିବାର ପରବର୍ତ୍ତୀ ଏକମାସ ମଧ୍ୟରେ, ବିବାହିତ ବ୍ୟକ୍ତିମାନଙ୍କ ଉପସ୍ଥିତିରେ କିମ୍ବା ସେମାନଙ୍କର ମୃତ୍ୟୁ କିମ୍ବା ଅନୁପସ୍ଥିତି କ୍ଷେତ୍ରରେ, ଦୁଇଜଣ ବିଶ୍ଵସନୀୟ ସାକ୍ଷୀଙ୍କ ଉପସ୍ଥିତିରେ , ମୂଳ ଅନ୍ତର୍ଭୁକ୍ତିକରଣରେ କୌଣସି ପରିବର୍ତ୍ତନ ନକରି, ମାର୍ଜିନ୍ ରେ, ଏପରି ତ୍ରୁଟିକୁ ସଂଶୋଧନ କରିବେ ଏବଂ ଉକ୍ତ ‘ମାର୍ଜିନ୍ ରେ ଅନ୍ତର୍ଭୁକ୍ତିକରଣ ’ ସ୍ଵାକ୍ଷର କରି ସେଥିରେ ସଂଶୋଧନର ତାରିଖ ପ୍ରଦାନ କରିବେ ଏବଂ ବିବାହ ଅଧିକାରୀ ତା’ର ପ୍ରମାଣ ପତ୍ରରେ ମଧ୍ୟ ସେହିପରି ମାର୍ଜିନାଲ୍ ଅନ୍ତର୍ଭୁକ୍ତିକରଣ କରିବେ ।
- ଏହି ଦଫା ଅନୁଯାୟୀ କରାଯାଇଥିବା ପ୍ରତ୍ୟକ୍ ସଂଶୋଧନ , ସେହି ସାକ୍ଷୀମାନଙ୍କ ଦ୍ଵାରା ସତ୍ୟ ପ୍ରମାଣ କରାଯିବ , ଯାହାଙ୍କ ଉପସ୍ଥିତିରେ ଏହା କରାଯାଇଥିଲା ।
- ଯେଉଁ ସ୍ଥଳରେ ମୁଖ୍ୟ ନିବନ୍ଧନ ଅଧିକାରୀ କିମ୍ବା ଅନ୍ୟ ଅଧିକାରୀଙ୍କୁ ଦଫା ୪୮ ଅନୁଯାୟୀ , ଏପରି ପ୍ରେରଣ କରାଯାଇଥିବା କୌଣସି ଅନ୍ତର୍ଭୁକ୍ତିକରଣକୁ , ବିବାହ ଅଧିକାରୀ , ମୂଳ ତ୍ରୁଟିପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣର ଏକ ପୃଥକ୍ ପ୍ରମାଣପତ୍ର ଏବଂ ସେଥିରେ କରାଯାଇଥିବା ‘ ମାର୍ଜିନାଲ୍’ ସଂଶୋଧନକୁ ପ୍ରେରଣ କରିବେ ।
ନିୟମାବଳୀ ପ୍ରଣୟନ କରିବା କ୍ଷମତା
କେନ୍ଦ୍ର ସରକାର କେନ୍ଦ୍ର ସରକାରୀ ଉଚ୍ଚ କର୍ମଚାରୀଙ୍କ କ୍ଷେତ୍ରରେ ଏବଂ ରାଜ୍ୟ ସରକାର, ଆନ୍ୟାନ୍ୟ କ୍ଷେତ୍ରରେ, କାର୍ଯ୍ୟାଳୟ ଗେଜେଟ୍ ରେ ବିଜ୍ଞପ୍ତି ଦ୍ଵାରା ଏହି ଆଇନ୍ ର ଉଦ୍ଦେଶ୍ୟକୁ ପରିପାଳନ କରିବା ନିମନ୍ତେ ନିୟମାବଳୀ ପ୍ରଣୟନ କରିପାରନ୍ତି ।
- ନିର୍ଦ୍ଧିଷ୍ଟ ଭାବେ ଏବଂ ପୂର୍ବୋକ୍ତ କ୍ଷମତାର ସାଧାରଣତ୍ଵରେ କୌଣସି ଆଞ୍ଚ ନ ଆଣି, ଏପରି ନିୟମାବଳୀ ନିମ୍ନଲିଖିତ ସମସ୍ତ କିମ୍ବା ଯେକୌଣସି ବିଷୟ ନିମନ୍ତେ ବ୍ୟବସ୍ଥାୟୀତ କରିପାରେ : -
- ବିବାହ ଅଧିକାରୀଙ୍କର କର୍ତ୍ତବ୍ୟ ଏବଂ କ୍ଷମତା ଏବଂ ସେହି ସମସ୍ତ ଅଞ୍ଚଳ ଯେଉଁଠାରେ ସେମାନେ ପରିଚାଳନା କରିପାରେବେ ;
- ଏହି ଆଇନ୍ ତଥା ପଦ୍ଧତି ଅନୁଯାୟୀ କିପରିଭାବେ ବିବାହ ଅଧିକାରୀ ତଦନ୍ତ କରିପାରିବେ ;
- ଏହି ଆଇନ୍ ଅନୁଯାୟୀ କିମ୍ବା ସେହି ଫର୍ମ ଏବଂ ଆକାର , ଯେଉଁଥିରେ କୌଣସି ପୁସ୍ତକର ରକ୍ଷଣାବେକ୍ଷଣ କରାଯିବା ଉଚିତ୍ ;
- ଏହି ଆଇନ୍ ଅନୁଯାୟୀ , କୌଣସି ବିବାହ ଅଧିକାରୀଙ୍କ ଉପରେ ନ୍ୟସ୍ତ କୌଣସି କର୍ତ୍ତବ୍ୟର ସଂପାଦନ ନିମନ୍ତେ କରାଯିବା ଉଚିତ୍ ;
- ଦଫା ୧୬ ଅନୁଯାୟୀ କିପରିଭାବେ ସର୍ବସାଧାରଣ ସୂଚନା ପ୍ରଦାନ କରାଯିବ ;
- ସେହି ଫର୍ମ ଯେଉଁଥିରେ ଏବଂ ସେହି ମଧ୍ୟାନ୍ତର ଯାହା ମଧ୍ୟରେ ବିବାହ ପ୍ରମାଣ ପାତ୍ର ପୁସ୍ତିକାରେ ଅନ୍ତର୍ଭୁକ୍ତିକରଣର ନକଲକୁ , ଦଫା ୪୮ ଅନୁଯାୟୀ ପ୍ରେରଣ କରାଯିବ ;
- ଅନ୍ୟ କୌଣସି ବିଷୟ, ଯାହା ଧାର୍ଯ୍ୟ କରାଯିବ ନିମନ୍ତେ ଆବଶ୍ୟକ ।
- ଏହି ଆଇନ୍ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ପ୍ରତ୍ୟକ ନିୟମକୁ , ଏହା ପ୍ରଣୀତ ହେବା ପରେ ଯେତେ ଶୀଘ୍ର ସମ୍ଭବ, ଏହା ଅଧିବେସନରେ ଥିବା ସମୟରେ ସମୁଦାୟ ତିରିଶଦିନ ନିମନ୍ତେ ପାର୍ଲାମେଣ୍ଟରେ ପ୍ରତ୍ୟକ୍ ଗୃହରେ ଉପସ୍ଥାପନ କରାଯିବ; ଯାହାକି ଗୋଟିଏ କିମ୍ବା ଅଧିକ ଅଧିବେସନକୁ ଧାରଣ କରୁଥିବ ; ଏବଂ ଯଦି ସେହି ଅଧିବେସନକୁ ଠିକ୍ ପରେ ପରେ ଅନୁସରଣ କରୁଥିବା ଅଧିବେସନର ସମାପ୍ତି ପୂର୍ବରୁ , ଉଭୟ ଗୃହ ଉକ୍ତ ନିୟମରେ କୌଣସି ସଂଶୋଧନ କରିବା ନିମନ୍ତେ ସମ୍ମତ ହୁଅନ୍ତି , କିମ୍ବା ଉଭୟ ଗୃହ ସମ୍ମତ ହୁଅନ୍ତି ଯେ , ଉକ୍ତ ନିୟମ କରାଯିବା ଉଚିତ୍ ନୁହେଁ , ସେପରିସ୍ଥଳେ ଏପରି ନିୟମ, ଏପରି ସଂଶୋଧିତ ଆକାରରେ ପ୍ରଭାବିତ ହେବ କିମ୍ବା କୌଣସି ପ୍ରଭାବ ରହିବ ନାହିଁ ; ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ; ଯାହେଉନା କାହିଁକି ଯେ , ଏପରି କୌଣସି ସଂଶୋଧନ କିମ୍ବା ନାକଚୀକରଣ, ଉକ୍ତ ନିୟମ ଅନୁଯାୟୀ ପୂର୍ବରୁ କରାଯାଇଥିବା କୌଣସି କାର୍ଯ୍ୟର ବୈଧତା ପ୍ରତି କୌଣସି କ୍ଷତି ନ ଘଟାଇ ।
- ଏହି ଆଇନ୍ ଅନୁଯାୟୀ , ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ପ୍ରତ୍ୟକ ନିୟମକୁ ଯେତେ ଶୀଘ୍ର ସମ୍ଭବ , ରାଜ୍ୟ ପରିଷଦ କିମ୍ବା ବିଧାନସଭାରେ ଉପସ୍ଥାପନ କରାଯିବ ।]
- ବିଶେଷ ଆଇନ୍, ୧୮୭୨ (୩/୧୮୭୨) ଏବଂ ବିଶେଷ ବିବାହ ଆଇନ୍ ,ଅ ୧୮୭୨ (୫/୧୮୭୨) ପ୍ରତି ସମ ସାମୟୀକ କୌଣସି ଆଇନ୍, ଯାହାକି ଏହି ଆଇନ୍ ର ଠିକ୍ ପ୍ରଚଳନ ପୂର୍ବରୁ କୌଣସି ଅଂଶ – ‘ ଖ ’ ରାଜ୍ୟରେ ବଳବତ୍ତର ଥିଲା, ସେଗୁଡିକୁ ଏତତ୍ ଦ୍ଵାରା ରଦ୍ଦ କରାଯାଉଛି ।
- ଏପରି ରଦ୍ଦିକରଣ ସତ୍ଵେ : -
- ବିଶେଷ ବିବାହ ଆଇନ୍ , ୧୮୭୨ (୩/୧୮୭୨) ଅନୁଯାୟୀ ସଠିକ୍ ଭାବେ ସଂପାଦିତ ସମସ୍ତ ବିବାହ , କିମ୍ବା ଏପରି କୌଣସି ସମ ସାମୟୀକ ଆଇନ୍ ଦ୍ଵାରା ସଂପାଦିତ ବିବାହକୁ , ଏହି ଆଇନ୍ ସଂପାଦିତ ବୋଲି ଧରାଯିବ।
- ବୈବାହିକ ସଂବନ୍ଧୀୟ କାରଣ ଏବଂ ବିଷୟଗୁଡିକ ସଂବନ୍ଧରେ ସମସ୍ତ ମୋକଦ୍ଦମା, ଏବଂ କାର୍ଯ୍ୟାନୁଷ୍ଠାନ , ଯାହାକି , ଯେତେବେଳେ ଏହି ଆଇନ୍ କାର୍ଯ୍ୟକାରୀ ହୁଏ , ଯାହାକି କୌଣସି ନ୍ୟାୟାଳୟରେ ସ୍ଥଗିତ ଥାଏ ତାହା ଏପରି ନ୍ୟାୟାଳୟ ଦ୍ଵାରା ବିଚାର କରାଯାଇ ସିଦ୍ଧାନ୍ତ କରାଯିବ, ଯେତେଦୂର ପର୍ଯ୍ୟନ୍ତ ଯେପରିକି ଏହି ଆଇନ୍ ଅନୁଯାୟୀ ମୂଳତଃ ଅନୁଷ୍ଠିତ ହୋଇଥିଲା ।
- ଉପ – ଦଫା (୨)ର ବ୍ୟବସ୍ଥାବଳୀ ସାଧାରଣ ଧାରା ଆଇନ୍ , ୧୮୯୭ (୧୦/୧୮୯୭)ର ଦଫା – ୬ରେ ଧାରୀତ ବ୍ୟବସ୍ଥାବଳୀ ପ୍ରତି କୌଣସି କ୍ଷତି ଘଟାଇବ ନାହିଁ , ଯାହାକି ସମସାମୟୀକ ଆଇନ୍ ର ଅପିଲ୍ ପ୍ରତି ମଧ୍ୟ ପ୍ରୟୋଗ ହେବ, ଯେପରିକି ଏପରି ସମସାମୟୀକ ଆଇନ୍ ଏକ ଆଇନ୍ ଥିଲା ।
ଫର୍ମ
"ବିଶେଷ ବିବାହ ଆଇନ, ୧୯୫୪ ଫର୍ମ"
ଆଧାର – ଲ ହାଉସ