অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶେଷ ବିବାହ ଆଇନ, ୧୯୫୪ (ବିଶେଷ ବିବାହର ସଂପାଦନ)

ବିଶେଷ ବିବାହ ଆଇନ, ୧୯୫୪ (ବିଶେଷ ବିବାହର ସଂପାଦନ)

ବିଶେଷ  ବିବାହର  ସଂପାଦନ  ସଂବନ୍ଧରେ  ସର୍ତ୍ତାବଳୀ

ସେତେବେଳେ  ବଳବତ୍ତର   ଥିବା  ଅନ୍ୟ  କୌଣସି  ଆଇନ୍ ରେ   ଧାରୀତ  କୌଣସି  ବ୍ୟବସ୍ଥା  ସତ୍ତ୍ୱେ, ଏହି  ଆଇନ୍  ଅନୁଯାୟୀ  କୌଣସି ଦୁଇଜଣ  ବ୍ୟକ୍ତିଙ୍କ  ମଧ୍ୟରେ  ବିବାହ  ସଂପାଦନ  କରାଯାଇପାରେ, ଯଦି  ବିବାହ  ସମୟରେ  ନିମ୍ନଲିଖିତ  ସର୍ତ୍ତାବଳୀ   ଗୁଡିକ   ପରିପୂରଣ  ହୋଇଥାଏ   । ଯଥା : -

  1. କୌଣସି  ପକ୍ଷର  ଏକ  ଦମ୍ପତି  ଜୀବିତ  ନଥାଆନ୍ତି ;
  2. କୌଣସି  ପକ୍ଷ : -
    • ଅସୁସ୍ଥ  ମସ୍ତିଷ୍କତା  କାରଣ  ଉପରେ , ଏକ  ବୈଧ  ସମ୍ମତି  ପ୍ରଦାନ  କରିବା  ନିମନ୍ତେ  ଅକ୍ଷମ  ହୋଇଥାଆନ୍ତି ; କିମ୍ବା
    • ଯଦିଓ  ଏକ  ବୈଧ  ସମ୍ମତି  ପ୍ରଦାନ  କରିବା  ନିମନ୍ତେ  ସକ୍ଷମ  ହୋଇଥାଆନ୍ତି , ଏପରି  କିମ୍ବା  ଏପରି  ପରିମାଣରେ ମାନସିକ  ବିକୃତି   ଭୋଗୁଥାଆନ୍ତି , ଯାହା  ଫଳରେ  ସେ  ବିବାହ  ଏବଂ  ସନ୍ତାନ  ଉତ୍ପାଦନ  ନିମନ୍ତେ   ଅନୁପଯୁକ୍ତ   ହୋଇଥାଆନ୍ତି ; କିମ୍ବା
    • ବାରମ୍ବାର  ପାଗଳାମୀ  ଆକ୍ରାନ୍ତର  ନିୟନ୍ତ୍ରଣାଧିନ  ହୋଇଥାଆନ୍ତି
  3. ପୁରୁଷ, ଏକୋଇଶି ବର୍ଷ  ସମାପ୍ତ   କରିଥାଏ; ଏବଂ  ମହିଳା, ଅଠର   ବର୍ଷ  ସମାପ୍ତ  କରିଥାଏ;
  4. ପକ୍ଷମାନେ, ସଂପର୍କର  ପ୍ରତିବନ୍ଧିତ   ମାତ୍ରା ମଧ୍ୟରେ  ନଥାଆନ୍ତି,
  5. ଉଲ୍ଲେଖଥାଉ ଯେ, ଯେଉଁ  ସ୍ଥଳରେ   ଖୁବ୍ କମ୍ ରେ  ଗୋଟିଏ  ପକ୍ଷକୁ  ପରିଚାଳିତ   କରୁଥିବା  କୌଣସି  ପ୍ରଥା  ସେମାନଙ୍କ  ମଧ୍ୟରେ  କୌଣସି  ବିବାହକୁ  ଅନୁମୋଦନ  କରେ , ସେପରିସ୍ଥଳେ  ଏପରି  ବିବାହ  ସଂପାଦନ  କରାଯାଇ  ପାରେ , ଏହି  ବିଷୟ  ସତ୍ଵେ  ଯେ , ସେମାନେ  ସଂପର୍କର  ପ୍ରତିବନ୍ଧିତ  ମାତ୍ରା  ମଧ୍ୟରେ  ଅଛନ୍ତି  ; ଏବଂ ]

  6. ଯେଉଁ  ସ୍ଥଳରେ  ବିବାହ , ଜାମ୍ମୁ  ଏବଂ  କାଶ୍ମୀର  ରାଜ୍ୟରେ  ଅନୁଷ୍ଠିତ  କିମ୍ବା  ସଂପାଦିତ  ହୁଏ , ସେପରିସ୍ଥଳେ  ଉଭୟ  ପକ୍ଷ  ଭାରତର  ନାଗରିକ  ହୋଇଥାଆନ୍ତି  ଏବଂ  ସେହି  ଅଞ୍ଚଳରେ  ବାସ  କରୁଥାଆନ୍ତି , ଯେଉଁଥିପ୍ରତି  ଏହି  ଆଇନ୍  ପରିବର୍ଦ୍ଧିତ  ଅଟେ  ।

ସ୍ପଷ୍ଟୀକରଣ

ଏହି  ଦଫାରେ, କୌଣସି  ଜାତି  ସଂପ୍ରଦାୟ, ଦଳ  କିମ୍ବା  ପରିବାରର  ହୋଇଥିବା  କୌଣସି  ବ୍ୟକ୍ତି  ସଂବନ୍ଧରେ, ‘ପ୍ରଥା’, ଅର୍ଥ, କୌଣସି  ନିୟମ, ଯାହାକି  ରାଜ୍ୟ  ସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ, ବିଜ୍ଞପ୍ତି  ଦ୍ଵାରା, ଏ  ସଂବନ୍ଧରେ  ଧାର୍ଯ୍ୟ  କରିପାରନ୍ତି, ଯେପରି  ତାହା  ଉକ୍ତ  ଜାତି, ସଂପ୍ରଦାୟ, ଦଳ  କିମ୍ବା  ପରିବାର  ପ୍ରତି  ପ୍ରୟୋଗନୀୟ  ଅଟେ  ।

ଉଲ୍ଲେଖଥାଉ ଯେ, ଏପରି  ଜାତି,ସଂପ୍ରଦାୟ, ଦଳ  କିମ୍ବା  ପରିବାରର  ସଦସ୍ୟମାନଙ୍କ  ସଂବନ୍ଧରେ  ଏପରି  କୌଣସି  ବିଜ୍ଞପ୍ତି  ନିର୍ଗମ  କରାଯିବ  ନାହିଁ, ଯଦି  ରାଜ୍ୟ  ସରକାର  ସନ୍ତୁଷ୍ଟ   ହୁଅନ୍ତି ନାହିଁ  -

  1. ଯେ, ଉକ୍ତ  ସଦସ୍ୟମାନଙ୍କ  ମଧ୍ୟରେ, ଏପରି  ନିୟମ  କ୍ରମାନୁଗତିକଭାବେ  ଏବଂ  ସମାନଭାବେ  ଦୀର୍ଘଦିନ  ଧରି  ପାଳନ  କରାଯାଉଛି;
  2. ଯେ, ଏପରି  ନିୟମ  ନିଶ୍ଚିତ  ଅଟେ ଏବଂ  ଅଯୌକ୍ତିକ  ନୁହେଁ କିମ୍ବା  ସର୍ବସାଧାରଣ  ନୀତିର  ବିରୋଧ  କରେ  ନାହିଁ; ଏବଂ
  3. ଯେ, ଏପରି  ନିୟମ , ଯଦି  କେବଳ  ଗୋଟିଏ  ପରିବାର  ପ୍ରତି  ପ୍ରୟୋଗନୀୟ   ହୋଇଥାଏ , ତାହା  ଉକ୍ତ  ପରିବାର  ଦ୍ଵାରା ରହିତ  କରାଯାଇନଥାଏ  ।

ଉଦ୍ଦେଶିତ  ବିବାହର  ସୂଚନା

ଯେତେବେଳେ   ଏହି  ଆଇନ୍ ଅନୁଯାୟୀ  କୌଣସି  ବିବାହ  ସଂପାଦିତ  ହେବା  ନିମନ୍ତେ  ଉଦ୍ଦେଶିତ  ଥାଏ , ସେତେବେଳେ   ବିବାହର  ପକ୍ଷମାନେ, ଜିଲ୍ଲାର  ବିବାହ  ଅଧିକାରୀଙ୍କୁ , ଦ୍ଵିତୀୟ   ସୂଚୀରେ   ଧାର୍ଯ୍ୟ  ଫର୍ମରେ  ଲିଖିତ  ଆକାରରେ  ସେ  ସଂବନ୍ଧରେ  ସୂଚନା  ପ୍ରଦାନ  କରିବେ, ଯେଉଁଠାରେ   ବିବାହର  ଖୁବ୍ କମ୍ ରେ   ଗୋଟିଏ  ପକ୍ଷ , ସେହି  ତାରିଖର  ଠିକ୍ ପୂର୍ବରୁ  ତିରିଶ  ଦିନରୁ (କମ୍  ନୁହେଁ) ସମୟ  ନିମନ୍ତେ  ବାସ  କରୁଥାଏ, ଯେବେ  ଏପରି  ସୂଚନା  ପ୍ରଦାନ  କରାଯାଏ   ।

ବିବାହ  ସୂଚନା  ପୁସ୍ତକ ଏବଂ  ପ୍ରକାଶନ

  1. ବିବାହ  ଅଧିକାରୀ, ଦଫା  ୫ ଅନୁଯାୟୀ  ପ୍ରଦାନ  କରାଯାଇଥିବା  ସମସ୍ତ  ସୂଚନାକୁ, ତାଙ୍କ  କାର୍ଯ୍ୟାଳୟ  ନଥିରେ  ରଖିବେ  ଏବଂ  ଉକ୍ତ  ଉଦ୍ଦେଶ୍ୟ  ନିମନ୍ତେ   ଧାର୍ଯ୍ୟ   ଏକ  ପୁସ୍ତକରେ, ଏପରି  ପ୍ରତ୍ୟକ ସୂଚନାର  ଏକ  ପ୍ରକୃତ  ନକଲକୁ  ମଧ୍ୟ  ତୁରନ୍ତ   ଅନ୍ତର୍ଭୁକ୍ତ   କରିବେ, ଯାହାକୁ  ବିବାହ – ସୂଚନା  ପୁସ୍ତକ  ବୋଲି  କୁହାଯିବ, ଏବଂ  ଏପରି  ପୁସ୍ତକ  ସମସ୍ତ  ଯଥାଯଥ   ସମୟରେ, କୌଣସି   ଶୁକ୍ଳ  ବିନା, ତାହା  ପରିଦର୍ଶନ   କରିବାକୁ  ଇଚ୍ଛୁକ  ବ୍ୟକ୍ତିମାନଙ୍କ  ନିମନ୍ତେ   ଉନ୍ମୁକ୍ତ   ରହିବ   ।
  2. ବିବାହ  ଅଧିକାରୀ, ତାଙ୍କ  କାର୍ଯ୍ୟାଳୟର   ଏକ  ଆଖି  ଦୃଶିଆ   ସ୍ଥାନରେ  ଏପରି  ସୂଚନାକୁ  ସଂଯୁକ୍ତ  କରି, ପ୍ରକାଶନ   କରିବେ  ।
  3. ଯେଉଁ  ସ୍ଥଳରେ ଉଦ୍ଦେଶିତ  ବିବାହର  କୌଣସି  ପକ୍ଷ , ବିବାହ  ଅଧିକାରୀଙ୍କ  ଜିଲ୍ଲାର  ସ୍ଥାନୀୟ  ସୀମା  ମଧ୍ୟରେ  ସ୍ଥାୟୀ  ଭାବେ  ବାସ  କରୁନଥାଏ , ଯାହାଙ୍କୁ  ଦଫା  ୫ ଅନୁଯାୟୀ  ସୂଚନା  ପ୍ରଦାନ  କରାଯାଇଥାଏ , ସେପରିସ୍ଥଳେ  ବିବାହ  ଅଧିକାରୀ, ଉକ୍ତ  ଜିଲ୍ଲାର  ବିବାହ  ଅଧିକାରୀଙ୍କୁ  ଏପରି  ସୂଚନାର  ଏକ  ନକଲ  ପ୍ରେରଣ   କରିବେ , ଯାହାଙ୍କର  ସୀମା  ମଧ୍ୟରେ, ଏପରି  ପକ୍ଷ  ସ୍ଥାୟୀଭାବେ  ବାସ  କରେ  ଏବଂ  ତା ପରେ ବିବାହ  ଅଧିକାରୀ  ତା’ର  ଏକ  ନକଲକୁ  ତାଙ୍କ  କାର୍ଯ୍ୟାଳୟର  କୌଣସି  ଆଖିଦୃଶିଆ  ସ୍ଥାନରେ  ସଂଯୋଗ  କରିବେ   ।

ବିବାହ  ପ୍ରତି  ଆପତ୍ତି

କୌଣସି  ବ୍ୟକ୍ତି  ଦଫା  ୬ର  ଉପ – ଦଫା (୨) ଅନୁଯାୟୀ , ଏପରି  କୌଣସି  ସୂଚନା  ପ୍ରକାଶିତ   ହେବା  ତାରିଖରୁ  ତିରିଶ  ଦିନ  ସମାପ୍ତ   ହେବା  ପୂର୍ବରୁ , ଏହି  କାରଣ  ଉପରେ  ବିବାହ  ପ୍ରତି  ଆପତ୍ତି  କରି  ପାରନ୍ତି ଯେ , ଏହା  ଦଫା – ୪ ରେ  ଧାର୍ଯ୍ୟ  ଗୋଟିଏ  କିମ୍ବା  ଅଧିକ  ସର୍ତ୍ତାବଳୀକୁ   ଉଲ୍ଲଘଂନ   କରିବ  ।

  1. ଦଫା  ୬ର  ଉପ – ଦଫା (୨) ଅନୁଯାୟୀ  ଉଦ୍ଦେଶିତ  ବିବାହର   ସୂଚନା  ପ୍ରକାଶିତ  ହେବା  ତାରିଖରୁ  ତିରିଶ  ଦିନ  ଅତିବାହିତ   ହେବା  ପରେ , ଏପରି  ବିବାହକୁ  ସଂପାଦନ  କରାଯାଇପାରେ, ଯଦି  ଏହାକୁ  ଉପ – ଦଫା  (୧) ଅନୁଯାୟୀ  ପୂର୍ବରୁ  ଆପତ୍ତି  କରାଯାଇନଥାଏ;
  2. ଏପରି  ଆପତ୍ତିର  ପ୍ରକୃତିକୁ, ବିବାହ  ଅଧିକାରୀଙ୍କ  ଦ୍ଵାରା  ଲିଖିତଭାବେ  ବିବାହ  ସୂଚନା  ପୁସ୍ତିକାରେ  ଲିପିବଦ୍ଧ  କରାଯିବ, ଆପତ୍ତିକାରୀ  ବ୍ୟକ୍ତିଙ୍କୁ  ଯଦି ଆବଶ୍ୟକ  ହୁଏ, ପଢାଇ, ବୁଝାଇ ଦିଆଯିବ  ଏବଂ  ତାଙ୍କ  ଦ୍ଵାରା  କିମ୍ବା ତାଙ୍କ  ତରଫରୁ  ସ୍ଵାକ୍ଷରିତ  ହେବ   ।

ଆପତ୍ତି  ଗ୍ରହଣ  ଉପରେ ପଦ୍ଧତି

  1. ଯଦି  କୌଣସି  ଉଦ୍ଦେଶିତ  ବିବାହ  ସଂବନ୍ଧରେ , ଦଫା  ୭ ଅନୁଯାୟୀ  କୌଣସି  ଆପତ୍ତି  କରାଯାଏ  ତାହେଲେ  ବିବାହ  ଅଧିକାରୀ  ବିବାହ  ସଂପାଦନ  କରିବେ  ନାହିଁ , ଯେ ପର୍ଯ୍ୟନ୍ତ  ସେ  ଏପରି  ଆପତ୍ତିର  ଅନୁସନ୍ଧାନ  କରି  ସନ୍ତୁଷ୍ଟ  ନ ହୋଇଛନ୍ତି  ଯେ, ଏହା  ବିବାହର  ସଂପାଦନକୁ  ପ୍ରତିବନ୍ଧିତ  କରିବା  ଉଚିତ୍ ନୁହେଁ  କିମ୍ବା  ଏପରି  କରିଥିବା  ବ୍ୟକ୍ତିଙ୍କ  ଦ୍ଵାରା  ଆପତ୍ତି  ପ୍ରତ୍ୟାହାର   କରାନଯାଇଛି; ମାତ୍ର  ବିବାହ  ଅଧିକାରୀ  ଏପରି  ଆପତ୍ତି  ଅନୁସନ୍ଧାନ  କରିବା  ଏବଂ  ଏକ  ସିଦ୍ଧାନ୍ତରେ  ଉପନୀତ  ହେବା  ନିମନ୍ତେ, ଆପତ୍ତି  ତାରିଖରୁ  ତିରିଶ  ଦିନରୁ  ଅଧିକ  ସମୟ  ନେବେ  ନାହିଁ   ।
  2. ଯଦି  ବିବାହ  ଅଧିକାରୀ, ଏପରି  ଆପତ୍ତିକୁ  କାଏମ  ରଖନ୍ତି ଏବଂ  ବିବାହ  ସଂପାଦନକୁ  ପ୍ରତ୍ୟାଖ୍ୟାନ  କରନ୍ତି , ସେପରିସ୍ଥଳେ , ଉଦ୍ଦେଶିତ  ବିବାହର  ଯେକୌଣସି  ପକ୍ଷ, ଏପରି  ପ୍ରତ୍ୟାଖ୍ୟାନ   ତାରିଖରୁ  ତିରିଶଦିନ  ମଧ୍ୟରେ  ଜିଲ୍ଲା  ନ୍ୟାୟାଳୟରେ   ଏକ  ଅପିଲ୍  ଦାଏର  କରିପାରନ୍ତି, ଯାହାଙ୍କର  କର୍ତ୍ତୃତ୍ଵାଧିନ  ଅଞ୍ଚଳ   ମଧ୍ୟରେ  ବିବାହ  ଅଧିକାରୀଙ୍କର  କାର୍ଯ୍ୟାଳୟ   ସ୍ଥିତ  ଏବଂ  ଏପରି  ଅପିଲ୍  ଉପରେ  ଜିଲ୍ଲା – ନ୍ୟାୟାଳୟଙ୍କର  ସିଦ୍ଧାନ୍ତ, ଚୂଡାନ୍ତ  ହେବ  ଏବଂ  ବିବାହ  ଅଧିକାରୀ, ଉକ୍ତ  ନ୍ୟାୟାଳୟର  ସିଦ୍ଧାନ୍ତ  ସହିତ  ସମନ୍ଵୟ   ରକ୍ଷାକାରି   କାର୍ଯ୍ୟ  କରିବେ  ।

ତଦନ୍ତ  ସଂବନ୍ଧରେ  ବିବାହ  ଅଧିକାରୀଙ୍କ  କ୍ଷମତା

  1. ଦଫା  ୮ ଅନୁଯାୟୀ  କୌଣସି  ତଦନ୍ତ  ଉଦ୍ଦେଶ୍ୟରେ , ବିବାହ ଅଧିକାରୀଙ୍କର , ଦେୱାନୀ  କାର୍ଯ୍ୟବିଧି   ସଂହିତା , ୧୯୦୮(୫/୧୯୦୮) ଅନୁଯାୟୀ, କୌଣସି  ଦେୱାନୀ  ନ୍ୟାୟାଳୟ  ଉପରେ  ନ୍ୟସ୍ତ  ସମସ୍ତ  କ୍ଷମତା  ରହିବ ,  ଯେତେବେଳେ  ସେ  ନିମ୍ନଲିଖିତ   ବିଷୟ  ସଂବନ୍ଧରେ  କୌଣସି  ମୋକଦ୍ଦମା   ବିଚାର   କରୁଥାଆନ୍ତି , ଯଥା : -
    • ସାକ୍ଷୀମାନଙ୍କୁ  ଆହ୍ଵାନ  କରିବା  ଏବଂ  ସେମାନଙ୍କ  ଉପସ୍ଥିତିକୁ  ବଳବତ୍ତର  କରିବା  ଏବଂ  ଶପଥ  ପାଠ  ଉପରେ , ସେମାନଙ୍କୁ   ପରୀକ୍ଷା  କରିବା ;
    • ଆବିଷ୍କାର  ଏବଂ  ପରିଦର୍ଶନ   କିମ୍ବା  ଯାଞ୍ଚ ;
    • ଦଲିଲ୍ ର  ଉପସ୍ଥାପନାକୁ  ବାଧ୍ୟ  କରିବା ;
    • ଶପଥ ପାଠ  ଉପରେ  ସାକ୍ଷର  ଗ୍ରହଣ ; ଏବଂ
    • ସାକ୍ଷୀମାନଙ୍କର  ପରୀକ୍ଷା  ନିମନ୍ତେ ; କମିଶନ୍ ନିର୍ଗମ  କରିବା ;

    ଏବଂ  ବିବାହ  ଅଧିକାରୀଙ୍କ  ସମ୍ମୁଖରେ  କୌଣସି  କାର୍ଯ୍ୟାନୁଷ୍ଠାନ, ଭାରତୀୟ  ଦଣ୍ଡବିଧି  ସଂହିତା (୪୫/୧୮୬୦)ର  ଦଫା  ୧୯୩ର  ଅର୍ଥ  ମଧ୍ୟରେ  ଏକ  ବୈଚାରୀକ  କାର୍ଯ୍ୟାନୁଷ୍ଠାନ  ଭାବେ  ଧରାଯିବ  ।

    ସ୍ପଷ୍ଟୀକରଣ

    ସାକ୍ଷ୍ୟ  ପ୍ରଦାନ  କରିବା  ନିମନ୍ତେ  କୌଣସି  ବ୍ଯକ୍ତିର  ଉପସ୍ଥିତିକୁ  ବଳବତ୍ତର  କରିବା  ଉଦ୍ଦେଶ୍ୟରେ , ବିବାହ  ଅଧିକାରୀଙ୍କର  କର୍ତ୍ତୃତ୍ଵାଧିନ  ସ୍ଥାନୀୟ  ଅଞ୍ଚଳ, ତାଙ୍କ  ଜିଲ୍ଲାର   ସ୍ଥାନୀୟ  ସୀମା  ହେବ   ।

  2. ଯଦି  ବିବାହ  ଅଧିକାରୀଙ୍କୁ  ଏହା  ପ୍ରତୀତ  ହୁଏ ଯେ , କୌଣସି  ଉଦ୍ଦେଶିତ  ବିବାହ  ପ୍ରତି  କରାଯାଇଥିବା  ଆପତ୍ତି  ଯଥାଯଥ  ନୁହେଁ  ଏବଂ  ତାହା  ଉତ୍ତମ  ବିଶ୍ଵାସରେ   କରାଯାଇ  ନାହିଁ , ସେପରିସ୍ଥଳେ  ସେ  କ୍ଷତିପୂରଣ   ଭାବେ  ଆପତ୍ତିକାରୀ  ବ୍ୟକ୍ତି  ଉପରେ  ଖର୍ଚ୍ଚ  ଧାର୍ଯ୍ୟ  କରିପାରନ୍ତି ; ଯାହାକି  ଏକ  ହଜାର   ଟଙ୍କାରୁ  ଉର୍ଦ୍ଧ  ହେବ  ନାହିଁ  ଏବଂ  ଏପରି  ସମୁଦାୟ ଅର୍ଥକୁ , କିମ୍ବା  ଏହାର  ଅଂଶକୁ, ଉଦ୍ଦେଶିତ  ବିବାହର  ପକ୍ଷମାନଙ୍କୁ  ପ୍ରଦାନ  କରିପାରନ୍ତି ଏବଂ  ଖର୍ଚ୍ଚ  ନିମନ୍ତେ  ଏପରି  ପ୍ରଦାନ  କରାଯାଇଥିବା  କୌଣସି  ଆଦେଶକୁ  ଠିକ୍ ସେହିପରିଭାବେ   ସଂପାଦନ  କରାଯାଇପାରେ, ଯେପରି  ଜିଲ୍ଲା   ନ୍ୟାୟାଳୟ  ଦ୍ଵାରା   ପ୍ରଦାନ  କରାଯାଇଥିବା  କୌଣସି  ଡିକ୍ରୀ , ଯାହାଙ୍କର   ସ୍ଥାନୀୟ  କର୍ତ୍ତୃତ୍ଵାଧିନ  ଅଞ୍ଚଳ  ମଧ୍ୟରେ, ବିବାହ  ଅଧିକାରୀଙ୍କ  କାର୍ଯ୍ୟାଳୟ   ସ୍ଥିତି  ଅଟେ   ।

ବିଦେଶରେ  ଥିବା  ବିବାହ  ଅଧିକାରୀଙ୍କ  ଦ୍ଵାରା  ଆପତ୍ତି  ଗ୍ରହଣ  ଉପରେ  ପଦ୍ଧତି

ଯେଉଁ  ସ୍ଥଳରେ  ଦଫା  ୭ ଅନୁଯାୟୀ, କୌଣସି  ବିବାହ  ଅଧିକାରୀଙ୍କୁ  କୌଣସି  ଆପତ୍ତି  କରାଯାଏ [ରାଜ୍ୟରେ  କୌଣସି  ଉଦ୍ଦେଶିତ  ବିବାହ  ସଂବନ୍ଧରେ  ଜାମ୍ମୁ  ଏବଂ  କାଶ୍ମୀର  ରାଜ୍ୟରେ ] ଏବଂ  ବିବାହ  ଅଧିକାରୀ  ସେ  ଉପଯୁକ୍ତ  ମନେ  କରୁଥିବା  ବିଷୟ  ଉପରେ  ତଦନ୍ତ  କରିବା  ପରେ , ସେ  ସଂବନ୍ଧରେ  ସନ୍ଦେହ  ଗ୍ରହଣ  କରନ୍ତି , ସେପରିସ୍ଥଳେ  ସେ  ଉକ୍ତ  ବିବାହକୁ  ସଂପାଦନ  କରିବେ ନାହିଁ ; ମାତ୍ର  କେନ୍ଦ୍ର  ସରକାରଙ୍କୁ  ଉକ୍ତ  ବିଷୟ  ସଂବନ୍ଧରେ   ଏପରି  ବିବରଣୀ  ସହିତ  ଯେପରି  ସେ  ଉପଯୁକ୍ତ  ମନେ  କରନ୍ତି , ପ୍ରେରଣ  କରିବେ  ଏବଂ  କେନ୍ଦ୍ର  ସରକାର , ଉକ୍ତ  ବିଷୟରେ   ଏପରି  ତଦନ୍ତ  କରିବା  ପରେ  ଏବଂ  ଏପରି  ଉପଦେଶ   ଗ୍ରହଣକରିବା  ପରେ, ଯେପରି  ସେ  ଉପଯୁକ୍ତ  ମନେ  କରନ୍ତି , ବିବାହ  ଅଧିକାରୀଙ୍କୁ   ଲିଖିତଭାବେ, ତା  ଉପରେ  ସିଦ୍ଧାନ୍ତ  ପ୍ରଦାନ  କରିବେ, ଯେକି  କେନ୍ଦ୍ର  ସରକାରଙ୍କ  ସିଦ୍ଧାନ୍ତ  ସହ  ସମନ୍ଵୟ  ରକ୍ଷାକରି, କାର୍ଯ୍ୟ  କରିବେ  ।

ପକ୍ଷ ଏବଂ  ସାକ୍ଷୀମାନଙ୍କ  ଦ୍ଵାରା  ଘୋଷଣା

ବିବାହ  ସଂପାଦନ  ହେବା  ପୂର୍ବରୁ ,  ବିବାହ  ଅଧିକାରୀଙ୍କ  ଉପସ୍ଥିତିରେ, ପକ୍ଷମାନେ  ଏବଂ  ତିନିଜଣ  ସାକ୍ଷୀ, ଏହି  ଆଇନ୍ ର   ତୃତୀୟ  ସୂଚୀରେ  ଧାର୍ଯ୍ୟ  ଫର୍ମରେ  ଏକ  ଘୋଷଣା  ସ୍ଵାକ୍ଷର   କରିବେ  ଏବଂ  ଏପରି  ଘୋଷଣା  ବିବାହ  ଅଧିକାରୀଙ୍କ  ଦ୍ଵାରା  ପ୍ରତି  ସ୍ଵାକ୍ଷରିତ  ହେବ   ।

ସଂପାଦନର  ସ୍ଥାନ  ଏବଂ  ଆକାର  ପ୍ରକାର

  1. ଏପରି  ବିବାହ, ବିବାହ  ଅଧିକାରୀଙ୍କ  କାର୍ଯ୍ୟାଳୟରେ  କିମ୍ବା  ସେଠାରୁ  କୌଣସି  ଯଥାଯଥ   ଦୂରରେ   ଥିବା  ଅନ୍ୟ  କୌଣସି  ସ୍ଥାନରେ  ସଂପାଦନ   କରାଯିବ, ଯେପରି   ପକ୍ଷମାନେ  ଇଚ୍ଛା  କରିବେ  ଏବଂ  ତାହା  ଏପରି  ସର୍ତ୍ତାବଳୀ  ଉପରେ  ଏବଂ  ଏପରି  ଅତିରିକ୍ତ  ଶୁଳ୍କର  ପ୍ରଦାନ  ଉପରେ, ଯେପରି  ଧାର୍ଯ୍ୟ  କରାଯାଇପାରେ।
  2. ଏପରି  ବିବାହ, ଏପରି  ଆକାରରେ  ସଂପାଦନ  କରାଯାଇପାରେ, ଯାହାକି  ପକ୍ଷମାନେ  ଗ୍ରହଣ  କରିବା  ନିମନ୍ତେ  ପସନ୍ଦ  କରନ୍ତି;

ଉଲ୍ଲେଖ ଥାଉ ଯେ, ଏହା  ପକ୍ଷମାନଙ୍କ  ଉପରେ  ବାଧ୍ୟତାମୂଳକ  ହେବ  ନାହିଁ  ଏବଂ  ସଂପୂର୍ଣ୍ଣ  ହେବ  ନାହିଁ  ଯଦି  ପ୍ରତ୍ୟକ  ପକ୍ଷ, ଅନ୍ୟ  ପକ୍ଷକୁ , ବିବାହ  ଅଧିକାରୀ  ଏବଂ  ତିନିଜଣ  ସାକ୍ଷୀଙ୍କ  ଉପସ୍ଥିତିରେ  ପକ୍ଷମାନଙ୍କ   ଦ୍ଵାରା  ବୋଧଗମ୍ୟ  ଯେକୌଣସି  ଭାଷାରେ, ଏହା  ନ କୁହନ୍ତି - “ ମୁଁ (କ), ତୁମ୍ଭଙ୍କୁ (ଖ) ଙ୍କୁ , ମୋର  ଆଇନ୍  ସମ୍ମତ  ସ୍ତ୍ରୀ (କିମ୍ବା  ସ୍ଵାମୀ) ଭାବେ  ଗ୍ରହଣ   କରୁଛି।”

ବିବାହର  ପ୍ରମାଣ  ପତ୍ର

  1. ଯେତେବେଳେ  ବିବାହ  ସଂପାଦିତ  ହୋଇଥାଏ, ବିବାହ  ଅଧିକାରୀ   ସେହି  ଉଦ୍ଦେଶ୍ୟରେ  ତାଙ୍କ  ଦ୍ଵାରା   ରଖାଯାଇଥିବା   ଏକ  ପୁସ୍ତକରେ, ଚତୁର୍ଥ  ସୂଚୀରେ   ଧାର୍ଯ୍ୟ  ଫର୍ମରେ   ଏକ  ପ୍ରମାଣ  ପତ୍ର  ଅନ୍ତର୍ଭୁକ୍ତ  କରିବେ, ଯାହାକୁ  ‘ବିବାହ – ପ୍ରମାଣପତ୍ର  ପୁସ୍ତିକା ’ବୋଲି  କୁହାଯିବ; ଏବଂ
  2. ଏପରି  ପ୍ରମାଣପତ୍ର, ବିବାହର  ପକ୍ଷମାନଙ୍କ  ଦ୍ଵାରା  ଏବଂ  ତିନିଜଣ  ସାକ୍ଷୀଙ୍କ ଦ୍ଵାରା  ସ୍ଵାକ୍ଷରିତ  ହେବ ।

  3. ବିବାହ – ଅଧିକାରୀଙ୍କ  ଦ୍ଵାରା  ବିବାହ – ପ୍ରମାଣପତ୍ର  ପୁସ୍ତିକାରେ  ଏକ  ପ୍ରମାଣ ପତ୍ରର  ଅନ୍ତର୍ଭୁକ୍ତିକରଣ  ଉପରେ , ଏପରି  ପ୍ରମାଣପତ୍ର , ଏହି  ବିଷୟର  ସିଦ୍ଧାନ୍ତୀୟ   ପ୍ରମାଣ  ବୋଲି  ଧରାଯିବ  ଯେ , ଏହି  ଆଇନ୍  ଅନୁଯାୟୀ  ବିବାହ  ସଂପାଦିତ ହୋଇଛି  ଏବଂ  ସାକ୍ଷୀମାନଙ୍କର  ସ୍ଵାକ୍ଷର  ସଂବନ୍ଧୀୟ  ସମସ୍ତ  ମୌଳିକତାକୁ  ପରିପୂରଣ   କରାଯାଇଛି   ।

ନୂତନ ସୂଚନା, ଯେତେବେଳେ  ବିବାହ  ତିନିମାସ  ମଶୟରେ  ସଂପାଦିତ  ହୁଏ  ନାହିଁ

ଯେତେବେଳେ  ଦଫା ୫ ଦ୍ଵାରା  ଆବଶ୍ୟକ  ସୂଚନା, ବିବାହ  ଅଧିକାରୀଙ୍କୁ  ଦେବା  ତାରିଖରୁ  ତିନି  କ୍ୟାଲେଣ୍ଡର  ମାସ  ମଧ୍ୟରେ  ବିବାହ  ସଂପାଦିତ  ହୁଏ  ନାହିଁ କିମ୍ବା  ଯେଉଁ  ସ୍ଥଳରେ  ଦଫା ୮ର  ଉପ – ଦଫା  (୨) ଅନୁଯାୟୀ  ଏକ  ଅପିଲ୍  ଦାଏର  କରାଯାଇଥାଏ  ଏବଂ  ଏପରି  ଅପିଲ୍  ଉପରେ  ଜିଲ୍ଲା ନ୍ୟାୟାଳୟଙ୍କ  ସିଦ୍ଧାନ୍ତ  ତାରିଖରୁ  ତିନି  ମାସ  ମଶୟରେ  ଏପରି  ବିବାହ  ସଂପାଦିତ  ହୁଏ  ନାହିଁ, କିମ୍ବା  ଯେଉଁ  ସ୍ଥଳରେ  ଦଫା  ୧୦ ଅନୁଯାୟୀ , କେନ୍ଦ୍ର  ସରକାରଙ୍କୁ  ନଥି  ପ୍ରେରଣ   କରାଯାଇଥାଏ, ସେପରିସ୍ଥଳେ, କେନ୍ଦ୍ର  ସରକାରଙ୍କ  ସିଦ୍ଧାନ୍ତ  ତାରିଖରୁ  ତିନିମାସ  ମଧ୍ୟରେ  ଏପରି  ବିବାହ  ସଂପାଦିତ  ହୁଏ  ନାହିଁ, ସେପରିସ୍ଥଳେ  ଏପରି  ସୂଚନା  ଏବଂ  ସେଥିରୁ  ଉଦ୍ରେକ  ଅନ୍ୟ  ସମସ୍ତ  କାର୍ଯ୍ୟାନୁଷ୍ଠାନ  ସମାପ୍ତ  ହୋଇଛି  ବୋଲି  ଧରାଯିବ, ଏବଂ  କୌଣସି  ବିବାହ – ଅଧିକାରୀ, ଏପରି  ବିବାହ  ସଂପାଦନ  କରିବେ  ନାହିଁ   ଯେପର୍ଯ୍ୟନ୍ତ   ଏହି  ଆଇନ୍ ରେ   ଉଲ୍ଲେଖିତ  ପଦ୍ଧତି  ଅନୁଯାୟୀ  ଏକ  ନୂତନ  ସୂଚନା  ପ୍ରଦାନ  କରାନଯାଇଛି   ।

ଆଧାର –ଦ ଲ ହାଉସ

Last Modified : 7/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate