ହୋମ / ସମାଜ କଲ୍ୟାଣ / ଜରୁରୀ ଆଇନ୍ / ଭାରତୀୟ ସାକ୍ଷ୍ୟବିଧି ଆଇନ୍ / ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୨ (ବିଭାଗ -୧ (ଖ))
ସେଆର କରନ୍ତୁ

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୨ (ବିଭାଗ -୧ (ଖ))

ଭାରତୀୟ ସାକ୍ଷ୍ୟବିଧି ଆଇନ୍ – ୧୮୭୨ ଦଲିଲ୍ ପ୍ରସ୍ତୁତକାରୀଙ୍କର ପରୀକ୍ଷା ଇତ୍ୟାଦି ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସୂଚନା ।

ଟିପ୍ପଣୀ

  1. ଦଲିଲ୍  ପ୍ରସ୍ତୁତକାରୀଙ୍କର   ପରୀକ୍ଷା  - ସାକ୍ଷର   ପରୀକ୍ଷା  - ନିବନ୍ଧିତ  ଦଲିଲ୍ କିମ୍ବା  କବଲାର  ପ୍ରମାଣିତ  ନକଲ  - ଭୂମି  - ଅଧିକରଣ ଆଇନର  ଦଫା  ୧୮ ଅନୁଯାୟୀ  କ୍ଷତିପୂରଣ   ସ୍ତିର  କରିବା  ନିମନ୍ତେ , ଦଲିଲ୍  ପ୍ରସ୍ତୁତକାରୀଙ୍କୁ  ପରୀକ୍ଷା  ଆବଶ୍ୟକ  ନୁହେଁ  - ସାକ୍ଷୀଗୋପାଳ  ନିୟନ୍ତ୍ରଣ  ହାଟ  ସମିତି  ବନାମ୍  ମହେଶଚନ୍ଦ୍ର  ହୋତା  ଏବଂ  ଅନ୍ୟମାନେ  - ୯୨(୨୦୦୦) ସିଏଲଟି  ୬୬୨  ।
  2. କେତେବେଳେ  ଦୋଷୀ  ସାବ୍ୟସ୍ତତା  ଏବଂ  ଦଣ୍ଡକୁ  ନାକଚ  କରାଯିବ  - ସାକ୍ଷ୍ୟର  ପରୀକ୍ଷା – ଗଣଧର୍ଷଣ  -  ନ୍ୟାୟାଳୟରେ  ପ୍ରଦାନ  କରାଯାଇଥିବା  ଉତ୍ପଡ଼ିତାର  ଏତଲା  ଏବଂ  ବିବରଣୀ  ବିରୋଧାତ୍ମକ  କିମ୍ବା  ବିପରୀତ  ଅଟେ – ଡାକ୍ତରୀ  ବିବରଣୀ , ଉତ୍ପଡ଼ିତାର  ବିବରଣୀକୁ  ସମର୍ଥନ  କରେନାହିଁ   - ଡାକ୍ତର , ଯୌନଦ୍ଵାର , ପିଚା , ମଖମଣ୍ଡଳ , ପାପୁଲି  ଏବଂ  ପଛପାଖରେ  କୌଣସି  କ୍ଷତ  ଦେଖି  ନଥିଲେ  - ବଳତ୍କାରତ୍ମକ  ଯୌନ  ସମ୍ପର୍କ  କ୍ଷେତ୍ରରେ  ଉତ୍ପାଡ଼ିତାର  ଶରୀରରେ  କ୍ଷତ  ଚିହ୍ନ  ରହିବାର  ସମ୍ଭାବନା  ଥାଏ – ଉତ୍ପାଡ଼ିତାର ସାକ୍ଷ୍ୟ  ଏବଂ  ଡାକ୍ତରୀସାକ୍ଷ୍ୟ , ମୋକଦ୍ଦମାକାରୀଙ୍କ  ଘଟଣାକୁ  ସମର୍ଥନ  କରୁନଥିଲା – ଦୋଷୀ  ସାବ୍ୟସ୍ତତା  ଏବଂ  ନାକଚ  କରାଯାଇଥିଲା – ମୁକ୍ତେସା  ବନାମ୍ ଓଡିଶା  ରାଜ୍ୟ  ସରକାର  - ୨୦୦୦ (୧) ଓଏଲ୍ ଆର୍ – ୬୦୦  ।
  3. କେତେବେଳେ  ମୃତ୍ୟୁକାଳୀନ  ଜମାନ୍ ବନ୍ଦୀ  ଉପରେ  ଆସ୍ଥା  ସ୍ଥାପନ   କରାଯାଇପାରିବ  ନାହିଁ  - ଭାରତୀୟ  ଦଣ୍ଡବିଧି  ଆଇନ୍, ୧୮୬୦ – ଦଫା  ୩୦୨ – ପରୀକ୍ଷା  - କେବଳ  ପାରିପାଶ୍ଵିକ  ଅବସ୍ଥା, ଅପରାଧି  ବିରୁଦ୍ଧରେ  ଥିଲା  - ଦୁଇଟି  ବିବରଣୀ  ପ୍ରଦାନ  କରାଯାଇଥିଲା  - ଗୋଟିଏ  ପୋଲିସ୍  ଉଚ୍ଚକର୍ମଚାରୀଙ୍କୁ  ଏବଂ  ଅନ୍ୟଟି  ମାଜିଷ୍ଟ୍ରେଟଙ୍କୁ  - ଉଭୟ  ପରସ୍ପର  ସହ  ସମନ୍ଵିତ  ଥିଲା – ଡାକ୍ତରଙ୍କ  ସାକ୍ଷ୍ୟ  ଦର୍ଶାଉଥିଲା ଯେ, ମୃତାକୁ  ମୋକଦ୍ଦମାର  ଜଣେ  ସାକ୍ଷୀ   କହିଥିଲେ  ଯେ, ସେ  ଅପରାଧୀକୁ  ଅନ୍ତର୍ଭୁକ୍ତ   କରିବା  ଉଚିତ, ନଚେତ୍ ସେ  ମୋକଦ୍ଦମାର  ସମ୍ମୁଖୀନ  ହେବ – ଉକ୍ତ  ସାକ୍ଷ୍ୟକୁ  ବିରୋଧାତ୍ମକ  ସାକ୍ଷୀଭାବେ  ଘୋଷଣା  କରାଯାଇନାହିଁ   । ଦର୍ଶାଯାଇଥିଲା ଯେ, ଏପରି  ପରିସ୍ଥିତିର, ମୃତ୍ୟୁକାଳୀନ ଜମାବନ୍ଦୀ  ଉପରେ  ଆସ୍ଥା  ସ୍ଥାପନ   କରାଯାଇ  ପାରିବ  ନାହିଁ  - ରାଜାରାମ  ବନାମ ରାଜସ୍ଥାନ  ରାଜ୍ୟ  ସରକାର – (୨୦୦୦) ୧୯ ଓସିଆର୍ (ସୁପ୍ରିମକୋର୍ଟ) – ୬୫୩  ।
  4. ଅଧିକାର  - ଦଲିଲରେ  ଅନ୍ତର୍ଭୂକ୍ତିକରଣ  ବୈଧତା  - ସାକ୍ଷ୍ୟର   ପରୀକ୍ଷା -  ଅଧିକାର ଦଲିଲ୍ ରେ ଅନ୍ତର୍ଭୂକ୍ତିକରଣ  - ବୈଧତା   ।
  5. ଦର୍ଶାଯାଇଥିଲା ଯେ, ଅଧିକାର ଦଲିଲ୍  ପ୍ରସ୍ତୁତ   କରିବା  ସମୟରେ, ସମ୍ପୃକ୍ତ  ଅଧିକାରୀମାନେ‘ ରିଟ୍ ଆବେଦନପତ୍ର’ ଉପରେ  ଉଚ୍ଚନ୍ୟାୟାଳୟଙ୍କ  ସିଦ୍ଧାନ୍ତକୁ  ଅନୁସରଣ  କରିବା  ଉଚିତ  ଥିଲା ଏବଂ  ସେଥିପାଇଁ  ବିପକ୍ଷଙ୍କ  ନାମରେ  ଅଧିକାର  - ଦଲିଲ୍ ର  ପ୍ରସ୍ତୁତିକରଣକୁ  କାଏମ୍  ରଖାଯାଇପାରିବା  ନାହିଁ   । ଗ୍ରଟେକ  ପ୍ରାଇଭେଟ  ଲିମିଟେଡ  ଏବଂ  ଅନ୍ୟମାନେ  ବନାମ୍ ଲିଙ୍ଗରାଜ  ମହାପ୍ରଭୁ, ଭୁବନେଶ୍ଵରରେ  ବିଜେ  ଏବଂ  ଅନ୍ୟମାନେ  - ୮୮ (୧୯୯୯) ସିଏଲ୍ ଟି – ୨୯୦  ।

  6. କେତେବେଳେ  ବିଷୟବସ୍ତୁ  ପ୍ରମାଣ  କରିବା  ଆବଶ୍ୟକ  ନୁହେଁ – ସାକ୍ଷ୍ୟର  ବିଚାର – ଗ୍ରହଣ  କରାଯାଇଥିବା  ବିଷୟ, ପ୍ରମାଣ  କରାଯିବା  ଆବଶ୍ୟକ  ନୁହେଁ – ଦାନ – ପ୍ରମାଣ  ।
  7. ଦର୍ଶାଯାଇଥିଲା ଯେ, କୌଣସି  ବିଷୟ  ପ୍ରମାଣ  କରାଯିବା  ଆବଶ୍ୟକ  ନୁହେଁ, ଯଦି  ତାହା  ସ୍ଵୀକାର  କିମ୍ବା  ଗ୍ରହଣ   କରାଯାଇଥାଏ   । ଦାନ  ସମ୍ବନ୍ଧରେ  ଅଧୁନା  ବିବାଦ, ବାଦୀ  ଏବଂ  ରାଜ୍ୟ  ମଧ୍ୟରେ  ଅଟେ   । ଏହି  ଦାନକୁ  ବ୍ୟକ୍ତିମାନଙ୍କ  ଦ୍ଵାରା ଆହ୍ଵାନ  କରାଯାଇ  ନଥିଲା, ଯେଉଁମାନଙ୍କର  ସ୍ଵାର୍ଥ  ପ୍ରଭାବିତ   ହୋଇଥିଲା   । ରାଜ୍ୟ  ସରକାର ଏହି  ଦାନକୁ  ଆହ୍ଵାନ  କରିପାରିବେ  ନାହିଁ , ଯଦି  ସେମାନେ  ଏହା   ଉପରେ  କୌଣସି  ଅଧିକାର  ସାବ୍ୟସ୍ତ  ନ  କରନ୍ତି, ଯେଉଁଥିରେ  ସେମାନେ  ଅକୃତକାର୍ଯ୍ୟ  ହୋଇଛନ୍ତି   । ଏପରି  କୌଣସି   ଉପାଦାନ ଉପସ୍ଥାପନ  କରାଯାଇ  ନାହିଁ  ଯେ, ବିବାଦୀୟ  ଜମି  କୌଣସି  ସମୟରେ  ସରକାରୀ  ଜମିଭାବେ  ନଥିଭୁକ୍ତ  ହୋଇଥିଲା  କିମ୍ବା  କୌଣସି  ସମୟରେ  ସରକାର  ଏହା  ଉପରେ  ମାଲିକାନା   ପରିଚାଳନା   କରିଥିଲେ – କଟକ  କଲେକ୍ଟରଙ୍କ  ଦ୍ଵାରା  ପ୍ରତିନିଧିତ୍ଵ  କରାଯାଇଥିବା  ଓଡିଶା  ବନାମ୍  ଜନାର୍ଦ୍ଦନ   ତ୍ରିପାଠୀ  ଏବଂ  ଅନ୍ୟମାନେ  ୮୭ (୧୯୯୯) ସିଏଲ୍ ଟି – ୬୭୩  ।

  8. ସାକ୍ଷ୍ୟଜନିତ  ମୂଲ୍ୟ – ସାକ୍ଷ୍ୟର  ବିଚାର – ରୋଜଗାର  କ୍ଷମତା  ହାନୀ  ସ୍ଥିର  କରିବାରେ, ଡାକ୍ତରୀ  ସାକ୍ଷ୍ୟ – ଶ୍ରୀରାମଚନ୍ଦ୍ର  ଭଞ୍ଜ  ମେଡିକାଲକଲେଜର  ଅର୍ଥୋପେଡିକ  ବିଶେଷଜ୍ଞ   ବିବରଣୀ  - ସାକ୍ଷ୍ୟଜନିତ  ମୂଲ୍ୟ – ଡିଭିଜିନାଲ୍ ମ୍ୟାନେଜର , ୟୁନାଇଟେଡ  ଇଣ୍ଡିଆ  ଇନସ୍ୟୁରାନ୍ସ  କମ୍ପାନୀ, ବନାମ  ପ୍ରଭାତ  କୁମାର  ଧଳ ଏବଂ  ଅନ୍ୟମାନେ  - ୮୮(୧୯୯୯) ସିଏଲ୍ ଟି  - ୫୪୪
  9. କେତେବେଳେ ଧର୍ଷଣ, ଅପରାଧ  ହୁଏ  - ସାକ୍ଷ୍ୟର  ବିଚାର  - ଧର୍ଷଣ  ଅପରାଧ  - ଡାକ୍ତରଙ୍କ  ସାକ୍ଷ୍ୟ  ଏବଂ  ଉତ୍ପିଡ଼ିତାର ସାକ୍ଷ୍ୟ  - ସାକ୍ଷ୍ୟଜନିତ  ମୂଲ୍ୟ   ।
  10. ଦର୍ଶାଯାଇଥିଲା  ଯେ, ଯେତେବେଳେ  କୌଣସି  ଯୁବତୀକୁ  ଦୁଇଜଣ  ଯୁବକଙ୍କ  ଦ୍ଵାରା  ଜବରଦସ୍ତ  ଘୋଷାଡ଼ି  ନିଆଯାଉଥିବାର  ଦେଖାଯାଇଥିଲା, ସେପରିସ୍ଥଳେ  ଏହା  ଅତି  ସ୍ଵାଭାବିକ  ଯେ, ଜଣେ ନିଶ୍ଚିତଭାବେ  ପ୍ରତିବାଦ  କରିଥାଆନ୍ତା ଏବଂ  ତାକୁ  ମୁକ୍ତ  କରିବାକୁ  ଚେଷ୍ଟା  କରିଥାଆନ୍ତା   । ବିଦ୍ୟମାନ  ମୋକଦ୍ଦମାରେ, ୩ ନମ୍ବର  ମୋକଦ୍ଦମା  ସାକ୍ଷୀ  ପ୍ରତିବାଦ କରି  ନଥିଲା  କିମ୍ବା  ଉତ୍ପିଡ଼ିତାର  ଉଦ୍ଧାର  ନିମନ୍ତେ  ଚେଷ୍ଟା  କରି  ନଥିଲା  । ତାର  ନୀରବତା  ବିଭିନ୍ନ  କାରଣ  ଯୋଗୁ  ହୋଇପାରେ   । ଏହା  ହୋଇପାରେ ଯେ, ଯେହେତୁ  ସେ  ଏକାକୀ  ଥିଲା  ଏବଂ ଅପରାଧୀ  ବ୍ୟକ୍ତିମାନେ  ଦୁଇଜଣ  ଯୁବକ  ଥିଲେ, ସେ  ଆଶଙ୍କା  କରିଥିଲା ଯେ, ସେ  ଆକ୍ରମିତ  ହୋଇପାରେ, ଯଦି  ସେ  ବାଧା  ଦିଏ – ରବିନା ସିଂହ  ଏବଂ  ଅନ୍ୟ  ଜଣେ  ବନାମ୍ ଓଡିଶା  ରାଜ୍ୟ  ସରକାର  - ୮୭ (୧୯୯୯) ସିଏଲ୍ ଟି – ୭୦୩, ୧୯୯୯) ୧୬ ଓସିଆର୍ – ୬୨୦,୧୯୯୯ (୩) କ୍ରାଇମ  (ଓଡିଶା)

  11. କର  ରସିଦ୍ ରେ  ଅନ୍ତର୍ଭୂକ୍ତିକରଣ – ସାକ୍ଷ୍ୟର  ବିଚାର  ପୌରପାଳିକା   ଦ୍ଵାରା  ନିର୍ଗମ   କରାଯାଇଥିବା  କର – ରସିଦ୍ – ସାକ୍ଷ୍ୟଜନିତ  ମୂଲ୍ୟ ।
  12. ଦର୍ଶାଯାଇଥିଲା  ଯେ,ଯେତେବେଳେ, ରାଜସ୍ୱ  ପ୍ଲଟ ନମ୍ବର  ଉଲ୍ଲେଖ  କରିବା  ନିମନ୍ତେ, ଏପରି  କୌଣସି  ସ୍ତମ୍ବ  ବ୍ୟବସ୍ଥାୟୀତ୍ଵ ନଥିଲା,ସେପରିସ୍ଥଳେ  କିପରି  ଭାବେ  ଏବଂ  କେଉଁ  ପରିସ୍ଥିତିରେ  ମଞ୍ଜୁରକାରୀ  ରାଜସ୍ୱ  କର୍ମଚାରୀ ପ୍ଲଟ  ନମ୍ବର  ଉଲ୍ଲେଖ  କରିଥିଲା, ତାହା  ଏକ  ବିଷୟ, ଯାହାକି  ମୋକଦ୍ଦମାର  ବିଚାର  ସମୟରେ, ବାଦୀ ଦ୍ଵାରା  ପ୍ରଦାନ  କରାଯାଇଥିବା  ସାକ୍ଷ୍ୟ  ଭିତ୍ତି  ଉପରେ  ସ୍ଥିର  କରାଯିବ   । ଉପରୋକ୍ତ  ଅନୁଯାୟୀ, କେବଳମାତ୍ର  ପୌରପାଳିକାର  ଗୋଟିଏ  କର – ରସିଦ୍ ରୁ, ଏହା  ଅନୁମାନ  କରାଯାଇପାରେ  ନାହିଁ  ଯେ, ବାଦୀର  ଅଟ୍ଟାଳିକା, ଉଭୟ ‘କ 'ଏବଂ ‘ଖ’ ସୂଚୀ  ଜମି  ଉପରେ  ଦଣ୍ଡାୟମାନ – ରାଜ  କିଶୋର  ସାହୁ  ଏବଂ ଅନ୍ୟ  ଜଣେ  ବନାମ୍  ସଚ୍ଚିଦାନନ୍ଦ  ମିଶ୍ର  ଏବଂ  ଅନ୍ୟ  ଜଣେ  - ୮୮ (୧୯୯୯) ସିଏଲ୍ ଟି  - ୩୭୬ ।

  13. ଇତ୍ସୁକ  ସାକ୍ଷୀ – ଇତ୍ସୁକ  ସାକ୍ଷୀ – ସେହି  ବ୍ୟକ୍ତି, ଯେକି  କେବଳ  ମୃତକ  ସହ  ସମ୍ପର୍କିତ, ତାଙ୍କୁ  ଅବିସ୍ମରଣୀୟ  ବୋଲି ଆଖ୍ୟାୟିତ  କରାଯାଇପାରେ   ନାହିଁ  - ଧନୀ ଓରଫ  ଧନେଶ୍ଵର  ନାଏକ  ବନାମ୍  ରାଜ୍ୟ  ସରକାର – ୧୯୯୯ କ୍ରମିନାଲ ‘ଲ’ ଜର୍ଣ୍ଣାଲ – ୨୭୧୨ (ଓଡିଶା)  ।

     

  14. କେତେବେଳେ  ସାକ୍ଷ୍ୟକୁ  ପ୍ରତ୍ୟାଖ୍ୟାନ  କରାଯାଇପାରିବ  ନାହିଁ  -ଇତ୍ସୁକ  ଏବଂ  ପକ୍ଷପାତ ସାକ୍ଷୀ  - ବିଶ୍ଵସନୀୟତା  ହତ୍ୟା  ବିଚାର  ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ – ସାକ୍ଷୀମାନେ  ମୃତକ  ସହ  ସମ୍ପର୍କିତ  - ସେମାନଙ୍କ  ସାକ୍ଷ୍ୟକୁ  କେବଳ  ଏହି  କାରଣରୁ  ପ୍ରତ୍ୟାଖ୍ୟାନ  କରାଯାଇପାରିବ  ନାହିଁ  ଯେ, ସେମାନେ  ଇତ୍ସୁକ  ସାକ୍ଷୀ  ଅଟନ୍ତି  - ସୀତା  କାଣ୍ଡି  ବନାମ୍  ରାଜ୍ୟ  ସରକାର  - ୧୯୯୯ କ୍ରୀମିନାଲ ‘ଲ’ ଜର୍ଣ୍ଣାଲ  - ୧୬୪୨ (ଓଡିଶା)  ।
  15. ନ୍ୟାୟାଳୟଙ୍କ  କର୍ତ୍ତବ୍ୟ  - ସାକ୍ଷ୍ୟର  ବିଚାର – ସମ୍ପର୍କିତ  କିମ୍ବା  ଇତ୍ସୁକ  ସାକ୍ଷୀ – ଏପରି  ସାକ୍ଷୀର  ସାକ୍ଷ୍ୟର , ସାକ୍ଷ୍ୟଜନିତ  ମୂଲ୍ୟ  - ନ୍ୟାୟାଳୟଙ୍କ  କର୍ତ୍ତବ୍ୟ, ଦର୍ଶାଯାଇଛି  - ଅହଲି  ସାହୁ  ବନାମ୍ କୁମାର  ଘୋଷ  ଏବଂ  ଅନ୍ୟ  ଜଣେ – ୮୪ (୧୯୯୭) ସିଏଲ୍ ଟି  - ୫୫୦ ।
  16. ଚିହ୍ନଟ  ସଂବନ୍ଧରେ  ସାକ୍ଷ୍ୟ  - ଚିହ୍ନଟ – ଭାରତୀୟ  ଦଣ୍ଡବିଧି  ଆଇନର  ଦଫା  ୩୯୫  ଅନୁଯାୟୀ  ମୋକଦ୍ଦମା  ଜଣେ  ସାକ୍ଷୀର  ସାକ୍ଷ୍ୟ  ଯେକି  ଦାବିକରେ ଯେ, ଅପରାଧିକୁ  ଦେଖିଛନ୍ତି, ତାହା  ବିରୋଧାତ୍ମକ  ଏବଂ  ବିଭ୍ରାନ୍ତିକର  ଅଟେ – ସମସ୍ତ  ଡକାୟତଙ୍କୁ  ଦେଖିବା  ସୁଯୋଗ  ଅନ୍ୟ  ସାକ୍ଷୀର  ନଥିଲା – ଚିହ୍ନଟ  ସଂବନ୍ଧରେ  ତାର ସାକ୍ଷ୍ୟ  ବିଶ୍ଵାସ  ଜାଗ୍ରତ  କରେ  ନାହିଁ  - ବିଘ୍ନ  ଦନସନା  ଏବଂ  ଅନ୍ୟ  ଦୁଇ ଜଣ  ବନାମ୍ ଓଡିଶା  ରାଜ୍ୟ  ସରକାର  - (୧୯୯୭) ୧୨ ଓସିଆର୍ – ୫୫୮ ।
  17. କେତେବେଳେ  ସାକ୍ଷ୍ୟ  ଗ୍ରହଣୀୟ  ହୁଏ  - ଚିହ୍ନଟ – ଭାରତୀୟ  ଦଣ୍ଡବିଧି  ଆଇନର  ଦଫା  ୪୫୭/୩୯୬ ଏବଂ  ଭାରତୀୟ  ବିସ୍ଫୋରକ  ଦ୍ରବ୍ୟ  ଆଇନର  ଦଫା  ୩ ଅନୁଯାୟୀ   ମୋକଦ୍ଦମା – ଡକାୟତି  ସମୟରେ, ଟର୍ଚ୍ଚ  ବ୍ୟବହାର   କରାଯାଇଥିଲା – ଟର୍ଚ୍ଚ  ଆଲୋକରେ  ସାକ୍ଷୀମାନେ  ସେମାନଙ୍କୁ  ଚିହ୍ନିଥିଲେ  - ଦ୍ଵିତୀୟ  ଅପରାଧୀର  ଗିରଫର  ୧୦ଦିନ  ମଧ୍ୟରେ, ଚିହ୍ନଟ  ପରୀକ୍ଷା ପ୍ୟାରେଡ  ପରିଚାଳନା   କରାଯାଇଥିଲା – ଅତିରିକ୍ତ  ବିଳମ୍ବ  ଘଟି  ନଥିଲା  -  ଅପରାଧି  ବ୍ୟକ୍ତିମାନଙ୍କୁ, ଚିହ୍ନଟ  ପରୀକ୍ଷା  ପ୍ୟାରେଡରେ ଏବଂ  ନ୍ୟାୟାଳୟରେ  ଚିହ୍ନଟ  କରାଯାଇଥିଲା – ସାକ୍ଷ୍ୟକୁ  ଗ୍ରହଣ  କରାଯାଇଥିଲା  - ଆର୍ ଚିହ୍ନା  ବନାମ୍  ରାଜ୍ୟ  ସରକାର  - (୧୯୯୭) ୧୩ ଓସିଆର୍  - ୪୯୮  ।
  18. ଆଲୋକରେ  ଚିହ୍ନଟ  - ଚିହ୍ନଟ – ଡକାୟତମାନେ  ଅନ୍ଧାରରେ  ଗୃହ  ମଧ୍ୟରେ  ପ୍ରବେଶ  କରିଥିଲେ  ଏବଂ  ବିଭିନ୍ନ  ଦ୍ରବ୍ୟ  ଲୁଣ୍ଠନ  କରିଥିଲେ  ଏବଂ  ହତ୍ୟା  ସଂଗଠନ  କରିଥିଲେ – ପ୍ରକୋଷ୍ଠ  ମଧ୍ୟରେ  ମାଟି  ଦୀପ  ଜଳୁଥିଲା – ଏପରି ଆଲୋକ  ଚିହ୍ନଟ ନିମନ୍ତେ  ଯଥେଷ୍ଟ  କି ନୁହେଁ  - ଦର୍ଶାଯାଇଥିଲା ଯେ, ସହର  ଲୋକ, ‘ପ୍ଲୋରୋସେଣ୍ଟ’ ଆଲୋକ  ଏବଂ  ଉଜ୍ଜ୍ଵଳ  ଆଲୋକ ସହ ଅଭ୍ୟସ୍ତ  ଅଟନ୍ତି   । ସେମାନଙ୍କର ଦୃଷ୍ଟି ଶକ୍ତିକୁ  ଗ୍ରାମବାସୀମାନଙ୍କ ସହ ତୁଳନା କରାଯାଇପାରିବ  ନାହିଁ , ଯେଉଁମାନଙ୍କର  ଦୃଷ୍ଟି ଶକ୍ତି ଗ୍ରାମ୍ୟ  ପ୍ରସ୍ତୁତି  ଦୀପ  ସହିତ  ଖାପ୍ ଖାଏ  କିମ୍ବା  ପରିଚିତ  ଅଟେ – ଏଣୁ  ଏହା  ଅତି  ସମ୍ଭବ ଯେ, ସେମାନେ  ଏପରି  ଆଲୋକରେ   ଲୋକମାନଙ୍କୁ   ଚିହ୍ନଟ  କରିପାରିବେ – କାଲିକା  ତିଵାରୀ ଏବଂ ଅନ୍ୟମାନେ  ବନାମ  ବିହାର  ରାଜ୍ୟ ସରକାର  - (୧୯୯୭) ୧୩ ଓସିଆର୍ (ସୁପ୍ରିମକୋର୍ଟ) – ୧।
  19. ବିବରଣୀର  ଗ୍ରହଣୀୟତା  - ବିଷୟ  ବସ୍ତୁର  ଉପାଦେୟତା – ‘ ରେସ୍ ଗେସଟାଏ’ – ଏହାର  ନିକଟତମତା  ଯୋଗୁ  ମୃତକଙ୍କର  ବିବରଣୀ  ଗ୍ରହଣୀୟ  ଅଟେ  - ରତନ୍  ସିହ୍ନା  ବନାମ୍ ହିମାଚଳ  ପ୍ରଦେଶ  ରାଜ୍ୟ  ସରକାର – (୧୯୯୭) ୧୩ଓସିଆର୍  (ସୁପ୍ରିମକୋର୍ଟ) – ୫୭ ।
  20. ନ୍ୟାୟାଳୟର  ଆକଳନ  - ବିଚାରକାରୀ  ନ୍ୟାୟାଳୟ, ବୟସ  ପ୍ରାୟ  ୨୦ ବର୍ଷ  ବୋଲି  ଆକଳନ   କରିଥିଲେ, ଯାହାକି  ଘଟଣା  ଘଟିବାର  ପ୍ରାୟ  ଏକ  ବର୍ଷ  ପରେ  - ଡାକ୍ତର, ଏହାକୁ  ୧୮ ରୁ  ୨୫ ବର୍ଷ  ବୋଲି  ଆକଳନ  କରିଥିଲେ  - ନ୍ୟାୟାଳୟ  ଏହା  ଦର୍ଶାଇବା  ଉଚିତ ଯେ, ସେ  ଏକ   ନାବାଳିକା  ବୋଲି  ପ୍ରମାଣ   କରିବାରେ   ମୋକଦ୍ଦମାକାରୀ  ଅକୃତ  କାର୍ଯ୍ୟ   ହୋଇଥିଲେ  - ୧୯୮୫ (୧) ଓସିଆର୍ – ୨୭୫ (୨୭୯)  ।
  21. ପ୍ରମାଣର  ଭାର  - ଏହି  ପ୍ରଶ୍ନ  ଯେ, ପ୍ରକୃତ  ଜନ୍ମ ତାରିଖ  କଣ? ତାହା  ଏକ  ବିଷୟଗତ  ପ୍ରଶ୍ନ  ଅଟେ ଏବଂ  ତାହା  ସ୍ଥିତି  ସହ   ଜଡିତ, ଯାହା କି  ପ୍ରତ୍ୟକ୍ଷ  ଭାବେ  କୌଣସି  ବ୍ୟକ୍ତିର  ସାମାଜିକ  ଅଧିକାର   ସହିତ  ସମ୍ପୃକ୍ତ, ଯେପରି  କାର୍ଯ୍ୟାଳୟ  ପ୍ରତି  ଅଧିକାର, ଭୋଟ  ପ୍ରଦାନ  କରିବା  ଅଧିକାର, କୌଣସି  ନିର୍ଦ୍ଧିଷ୍ଟ  ବୟସ  ପର୍ଯ୍ୟନ୍ତ  କୌଣସି  ଚାକିରୀ  କିମ୍ବା  ସେବାରେ  ରହିବା, ଯାହାକି   ସାଧାରଣତଃ  କୌଣସି  ମୋକଦ୍ଦମାରେ  ବଳବତ୍ତର  କରାଯିବ  । ଅବସର  ଗ୍ରହଣ ବୟସରେ  ଉପନୀତ  ହେବା  ତାରିଖକୁ, ଚାକିରୀ  କିମ୍ବା  ସେବା  ନଥିର  ଭିତ୍ତି  ଉପରେ  ନିଶ୍ଚିତଭାବେ   ସ୍ଥିର  କରାଯିବ ଏବଂ  କର୍ମଚାରୀ  ଦାବି  କରୁଥିବା  ଭିତ୍ତି  ଉପରେ  ନୁହେଁ , ଯଦି  ଚାକିରୀ  ପୁସ୍ତିକାକୁ  ପ୍ରଥମେ   ସଂଶୋଧନ  କରାଯାଇ  ନଥାଏ  - ନଥିରେ  ଥିବା  ବୟସ   ସଂବନ୍ଧରେ  ବିବାଦ  କ୍ଷେତ୍ରରେ, ସେହି  ବ୍ୟକ୍ତି  ଭାର  ନ୍ୟସ୍ତ ଥାଏ, ଯେକି  ଏହାକୁ  ବିବାଦୀୟ  କରିଥାନ୍ତି  - ୧୯୯୫ (୧) ଓଏଲ୍ ଆର୍  - ୫୪୧   ।
  22. ସନ୍ଦେହର  ସୁଯୋଗ  - ମୋକଦ୍ଦମାକାରୀ  ସାକ୍ଷୀମାନେ  ଆବଶ୍ୟକମତେ  ସତ୍ୟବାଦୀ  ନୁହନ୍ତି  ଏବଂ  ପ୍ରତିପକ୍ଷ  ସାକ୍ଷୀମାନେ  ମିଥ୍ୟାବାଦୀ   ନୁହଁନ୍ତି  - ଯେତେବେଳେ  ନ୍ୟାୟାଳୟ  ସମ୍ମୁଖରେ  ଦୁଇଟି  ଉକ୍ତି  ଥାଏ, ଗୋଟିଏ  ମୋକଦ୍ଦମାକାରୀଙ୍କ  ଦ୍ଵାରା  ଏବଂ  ଅନ୍ୟଟି  ପ୍ରତିରକ୍ଷାକାରୀଙ୍କ  ଦ୍ଵାରା, ସେପରିସ୍ଥଳେ  ନ୍ୟାୟାଳୟ  ଏହାକୁ  ଯାଞ୍ଚ   କରିବେ  ଏବଂ  ବାହାର  କରିବେ, ସେଗୁଡିକ  ମଧ୍ୟରୁ  କେଉଁଟି  ସମ୍ଭବ  ଏବଂ  ବିଶ୍ଵସନୀୟ   ଅଟେ – ଯଦି  ପକ୍ଷମାନଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିବା ସାକ୍ଷ୍ୟର ଆକଳନ  ଉପରେ, ସମ୍ଭାବ୍ୟତା  ବିଷୟ, ପ୍ରତିରକ୍ଷା   ସପକ୍ଷରେ   ପ୍ରତିନିଧିତ୍ଵ  ହୁଏ, ସେପରିସ୍ଥଳେ  ନ୍ୟାୟାଳୟ  ଅପରାଧିଙ୍କୁ  ସନ୍ଦେହର  ସୁଯୋଗ  ପ୍ରଦାନ  କରିବେ  ଏବଂ  ଅଭିଯୋଗରୁ  ଖଲାସ୍  କରିବେ  ୧୯୯୫ (୨) ଓଏଲଆର୍ – ୪୨୯   ।
  23. ସାକ୍ଷ୍ୟର  ବିଚାର  - ନିବନ୍ଧିତ  ବିକ୍ରୀ  କବଲାର ପ୍ରମାଣିତ  ନକଲ  - ଭୂ – ଅଧିଗ୍ରହଣ  ଆଇନର  ଦଫା  ୧୮ ଅନୁଯାୟୀ  କ୍ଷତିପୂରଣ  ସ୍ଥିର  କରିବା  ନିମନ୍ତେ, ଦଲିଲ୍  ପ୍ରସ୍ତୁତକାରୀଙ୍କୁ  ପରୀକ୍ଷା  କରିବା  ଆବଶ୍ୟକ  ନାହିଁ  - ସାକ୍ଷୀଗୋପାଳ   ନିୟନ୍ତ୍ରିତ  ହାଟ  ସମିତି  ବନାମ୍ ମହେଶ  ଚନ୍ଦ୍ର  ହୋତା  ଏବଂ  ଅନ୍ୟମାନେ  - ୯୨(୨୦୦୧)ସିଏଲଟି  - ୬୬୨  ।
  24. ଘଟଣା  ପରେ, ମୃତକକୁ  ହତ୍ୟା  କରିଥିବା  ବିଷୟ, ଅପିଲକର୍ତ୍ତା  ଉଚ୍ଚାରଣ  କରେ – ପୂର୍ବ  ଶତ୍ରୁତା ଏବଂ  ଅତିରିକ୍ତ  ବୈଚାରିକ   ସ୍ଵୀକାରୋକ୍ତି  ପ୍ରମାଣିତ  - ନଗଣ୍ୟ  ବିରୋଧାତ୍ମକ, ମୋକଦ୍ଦମାକାରୀଙ୍କ  ମୋକଦ୍ଦମାକୁ  ପ୍ରଭାବିତ  କରେ  ନାହିଁ  - ଦୋଷୀ  ସାବ୍ୟସ୍ତତାକୁ  କାଏମ  ରଖାଯାଇଥିଲା– ନାରାୟଣ  ବେହେରା  ଓରଫ  ଧେଉ  ବେହେରା  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୨) ୨୩ ଓସିଆର୍ – ୩୪୬  ।
  25. ସାକ୍ଷ୍ୟର  ବିଚାର – ରାତିରେ, ଅପିଲକର୍ତ୍ତା  ଏବଂ  ତାଙ୍କର  ସ୍ତ୍ରୀ, ଘରେ  ଏକାକୀ  ଥିଲେ  - ସକାଳେ ସ୍ତ୍ରୀ  ମୃତ ବୋଲି  ଦେଖାଯାଇଥିଲା – ମୃତ୍ୟୁର  କାରଣ  ସଂବନ୍ଧରେ  ଅପିଲକର୍ତ୍ତାଙ୍କ  ଦ୍ଵାରା  କୌଣସି  ସ୍ପଷ୍ଟୀକରଣ  ପ୍ରଦାନ  କରାଯାଇ ନଥିଲା  - ପଡୋଶୀଙ୍କ  ସାକ୍ଷ୍ୟ  ସୂଚିତ  କରେ ଯେ, ରାତିରେ   ଗୃହମଧ୍ୟକୁ  କେହି  ଯାଇ  ନଥିଲେ – ଦର୍ଶାଯାଇଥିଲା ଯେ, ଏପରି  ପରିସ୍ଥିତି  ପ୍ରମାଣ  କରୁଛି ଯେ, ଏହି  ଅପରାଧର  ସୃଷ୍ଟିକର୍ତ୍ତା, ଅପିଲକର୍ତ୍ତା  ହିଁ  ଅଟନ୍ତି  - ଗୋପାଲ  ଗୌଡ  ବନାମ  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୩ ଓସିଆର୍ – ୩୩୫   ।
  26. ସାକ୍ଷ୍ୟର  ବିଚାର – ଲୁଣ୍ଠନକାରୀଙ୍କ  ବିରୁଦ୍ଧରେ  ମୋକଦ୍ଦମା  ଅନୁଷ୍ଠିତ   କରାଯାଇଥିଲା  ଏବଂ  ତାଙ୍କୁ  ଜାମିନରେ  ଖଲାସ  କରାଯାଇଥିଲା  - ଅପରାଧି  ଦ୍ଵାରା  ଏପରି  ବ୍ୟକ୍ତିଠାରୁ  ଲାଞ୍ଚ  ମାଗିବା   ଏବଂ  ତାଙ୍କ   ବିରୁଦ୍ଧରେ  ଫୌଜଦାରୀ  ମୋକଦ୍ଦମା  ନ କରିବା  ବିଷୟକୁ, ବିଶ୍ଵାସ  କରାଯାଇପାରିବ  ନାହିଁ  - ନରେନ୍ଦ୍ର  ନାଥ  ଦାସ  ବନାମ୍ ଓଡିଶା  ରାଜ୍ୟ  ସରକାର  - (୨୦୦୨) ୨୩ ଓସିଆର୍  ୨୦୦୩  ।
  27. ସାକ୍ଷ୍ୟର  ବିଚାର – ଏତଲାରେ  ପ୍ରଭେଦତା  କିମ୍ବା  ପାର୍ଥକ୍ୟ  ଅନୁପାଦେୟ  ଅଟେ  ଏବଂ  ଏହା  ଏକ ଭାଷ୍ୟକୋଷ  ନୁହେଁ, ଏହା  କେବଳ  କୌଣସି  ଘଟଣା  ଘଟିବା   ସଂବନ୍ଧରେ  ପୋଲିସ୍ କୁ  ପ୍ରଦାନ  କରାଯାଇଥିବା   ତଥ୍ୟ  ଅଟେ  ଏବଂ  ଏଥିରେ   ଘଟଣାର   କିଛି  ବିବରଣୀ  ଧାରଣ  କରାଯିବା  ଆବଶ୍ୟକ  ନୁହେଁ ଦୋଷୀ  ସାବ୍ୟସ୍ତତା  ନିମନ୍ତେ, ଅପରାଧରେ  ସଂପୃକ୍ତି  ଦର୍ଶାଇବା  ନିମନ୍ତେ  ସାକ୍ଷ୍ୟ  ଯଥେଷ୍ଟ  ଅଟେ – ‘ସର୍ବଶେଷ ଦେଖା ’ ନୀତିକୁ  ପ୍ରୟୋଗ  କରାଯାଇପାରେ, ଯେଉଁ  ସ୍ଥଳରେ  ଅପରାଧିର  ଉପସ୍ଥିତିକୁ   ପ୍ରମାଣିତ   କରାଯାଇଥାଏ  ଏବଂ  ଉପସ୍ଥିତିର  କାରଣକୁ  ସ୍ପଷ୍ଟ  କରାଯାଇ  ନଥାଏ  - ୯୪ (୨୦୦୨) ସିଏଲ୍ ଟି – ୩୮୬  ।
  28. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ  ସାକ୍ଷୀମାନେ  ଜମାନବନ୍ଦୀରେ  ଉଲ୍ଲେଖ  କରନ୍ତି ଯେ, ଅପିଲକର୍ତ୍ତା  ମୃତକଙ୍କୁ  ଏକ  କାଠ  ବାଡିରେ  ମସ୍ତିସ୍କରେ  ଆକ୍ରମଣ   କରିଥିଲେ, ଦଫା  ୬୧ ବିବରଣୀରେ, ଅପିଲକର୍ତ୍ତାଙ୍କ  ବିରୁଦ୍ଧରେ  ଏପରି  କୌଣସି  ବାହ୍ୟ  କାର୍ଯ୍ୟ   ନିର୍ଦ୍ଧିଷ୍ଟ  ଭାବେ  ଆରୋପ  କରାଯାଇନାହିଁ – ମୋକଦ୍ଦମାକାରୀ   ସାକ୍ଷ୍ୟ  ଦର୍ଶାଏ ଯେ, ୫୦ ରୁ ୬୦ ବ୍ୟକ୍ତି, ମୃତକକୁ  ଘେରି  ରହିଥିଲେ  - ଏହା  ଦର୍ଶାଇବା  କଷ୍ଟକର  ଯେ, ସାକ୍ଷୀମାନେ   ଅପିଲକର୍ତ୍ତାଙ୍କ   ଦ୍ଵାରା  ଆକ୍ରମଣକୁ  ନିର୍ଦ୍ଧିଷ୍ଟଭାବେ  ଦେଖିବା  ନିମନ୍ତେ  ସକ୍ଷ୍ୟମ  ହୋଇଥିବେ – ବିଚାରକାରୀ  ନ୍ୟାୟାଳୟଙ୍କ  ଦ୍ଵାରା   ଅନ୍ୟାନ୍ୟ  ସହ  ଅପରାଧି  ବ୍ୟକ୍ତିମାନଙ୍କୁ   ଖଲାସ୍  କରାଯାଇଥିଲା – ମାନନୀୟ  ନ୍ୟାୟାଳୟ, ଅପିଲକର୍ତ୍ତାଙ୍କୁ  ଖଲାସ୍  କରିଥିଲେ, - ବେସ୍ରା  ମୁଣ୍ଡା  ବନାମ୍  ରାଜ୍ୟ  ସରକାର – (୨୦୦୨) ଓସିଆର୍ – ୭୯୯
  29. ସାକ୍ଷ୍ୟର  ବିଚାର  - ମୋକଦ୍ଦମାକାରୀ  ସାକ୍ଷ୍ୟ  ନଂ – ୧, ସ୍ଵାମୀଙ୍କ  ଚିତ୍କାରକୁ  ୧/୩ କିଲୋମିଟର  ଦୂରରୁ  ଶୁଣିଥିଲେ   ଏବଂ  ସେହି  ସ୍ଥାନକୁ  ଯାଇଥିଲେ, - ଅପିଲକର୍ତ୍ତା   ସେହି  ସ୍ଥାନ  ଛାଡି  ଆସୁଥିବାର  ଦେଖାଯାଇଥିଲା – ଘଟଣାସ୍ଥଳରେ  ଅପିଲକର୍ତ୍ତାଙ୍କର  ଏପରି ସମୟ  ନିମନ୍ତେ  ଉପସ୍ଥିତ   ଏବଂ  ନଂ – ୧ଙ୍କ  ସାକ୍ଷ୍ୟକୁ  ପ୍ରତ୍ୟାଖ୍ୟାନ   କରାଯାଇଥିଲା – ତିଲକ  ପୁତିଆ  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୨)  ୨୩ ଓସିଆର୍ – ୨୯୪   ।
  30. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ   ସାକ୍ଷୀ  ନଂ – ୩, ତାଙ୍କର  ଦଫା ୧୬୧ ବିବରଣୀରେ  ଉଲ୍ଲେଖ  କରନ୍ତି ଯେ, ମୃତକର  ମୃତ୍ୟୁ  ପରେ, ସେ  ଉକ୍ତ  ସ୍ଥାନରେ ପହଞ୍ଚିଥିଲେ  - ସେ  ଜଣେ  ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀ  ଭାବେ, ନ୍ୟାୟାଳୟରେ  ସାକ୍ଷ୍ୟ  ପ୍ରଦାନ  କରିଥିଲେ, - ମାନନୀୟ  ନ୍ୟାୟାଳୟ  ଉକ୍ତ  ସାକ୍ଷ୍ୟକୁ  ବିଶ୍ଵାସ  କରି  ନଥିଲେ, - ଜୟ ନାଥ ଓ  ରାମ  ବନାମ୍ ଓଡିଶା  ରାଜ୍ୟ  ସରକାର  (୨୦୦୨) ୨୩ ଓସିଆର୍ – ୮୩୭  ।
  31. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୪ ଉଲ୍ଲେଖ   କରିଥିଲେ ଯେ, ସମ୍ବାଦପତ୍ରରେ  ପ୍ରକାଶନ  କରିବା  ନିମନ୍ତେ, ଜଣେ  ସାମ୍ବାଦିକ  ଭାବେ  ସେ  ଅତିରିକ୍ତ  ବୈଚାରିକ  ସ୍ଵୀକାରୋକ୍ତିକୁ  ଲେଖିଥିଲେ – ଡାଏରୀ  ଉପସ୍ଥାପନ  କରାଯାଇ  ନଥିଲା – ମୋକଦ୍ଦମାକାରୀଙ୍କ  ବିରୁଦ୍ଧରେ  ପ୍ରତିକୂଳ  ଉଲ୍ଲେଖ   ଆହାରଣ   କରାଯାଇଥିଲା – କେନ୍ଦୁକାରମୀ  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୨) ୨୩  ଓସିଆର୍ – ୨୮୫  ।
  32. ସାକ୍ଷ୍ୟର  ବିଚାର – ଘଟଣା  ସ୍ଥଳୀରୁ  ଅଧ  କିଲୋମିଟର  ଦୂର  ଅତିକ୍ରମ  କରି  ତାଙ୍କର  ପିତା (ମୋକଦ୍ଦମାକାରୀ ସାକ୍ଷୀ ନଂ – ୧) ଙ୍କୁ  ମୃତକଙ୍କ   ଉପରେ  ଆକ୍ରମଣ  ବିଷୟ  ଦେଖିଥିବା, ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧, ଘଟଣାସ୍ଥଳୀକୁ  ଆସିଥିଲେ  ଏବଂ  ଏହା  ନିଶ୍ଚିତଭାବେ  ୨୦ – ୩୦ ମିନିଟ  ସମୟ   ନେଇଥିବ – ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧ ଙ୍କ  ଉପସ୍ଥିତି  ପର୍ଯ୍ୟନ୍ତ, ଅପିଲକର୍ତ୍ତାଙ୍କ  ଉପସ୍ଥିତି, ଯାହାଫଳରେ  ଉକ୍ତ  ସାକ୍ଷୀଙ୍କୁ  ତାଙ୍କର   ଚିହ୍ନଟ   ପ୍ରଦାନ  କରିବେ, ତାହା  ବିଶ୍ଵାସ  ଯୋଗ୍ୟ  ନୁହେଁ  - ଗୌରୀ  ଶଙ୍କର  ପାଢୀ  ଏବଂ  ଅନ୍ୟ   ତିନିଜଣ  ବନାମ୍  ଓଡିଶା   ରାଜ୍ୟ  ସରକାର  - (୨୦୦୨) ୨୩  ଓସିଆର୍ – ୮୧୦ ।
  33. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ  ସାକ୍ଷୀ , ନଂ – ୯, ଆକ୍ରମଣ  ସେସ  ହେବାପରେ, ରାତିରେ  ଅପିଲକର୍ତ୍ତାଙ୍କୁ  ଏକ  ଡିବି  ଆଣି  ଚିହ୍ନଟ  କରିଥିଲେ – ଏହା  ଅସମ୍ଭବ ବୋଲି  ପ୍ରତୀୟମାନ  ହୁଏ ଯେ, ମୋକଦ୍ଦମାକାରୀ  ସାକ୍ଷୀ ନଂ – ୯ଙ୍କ  ସାକ୍ଷ୍ୟକୁ  ପ୍ରତ୍ୟାଖ୍ୟାନ   କରାଯାଇଥିଲା – ରାମ  ମାଝୀ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୨) ୨୩  ଓସିଆର୍ – ୩୬   ।
  34. ସାକ୍ଷ୍ୟର  ବିଚାର – ଯଦିଓ  ତଥ୍ୟ – ପ୍ରଦାନକାରୀ, ଏତଲାରେ  ବହୁ  ବ୍ୟକ୍ତିଙ୍କର  ନାମ  ଉଲ୍ଲେଖ  କରିଥିଲା  ଏବଂ  ତା’ର  ସାକ୍ଷ୍ୟରେ  ସେମାନଙ୍କର   ନାମ  ବର୍ଣ୍ଣନା  କରିଥିଲା  ସେମାନଙ୍କ  ମଧ୍ୟରୁ  କେତେକଙ୍କ  ପ୍ରତି  କୌଣସି  ବାହ୍ୟ  କାର୍ଯ୍ୟ  ଆରୋପ  କରାଯାଇ  ନଥିଲା – ନଥିରେ  ଏପରି  କୌଣସି  ବିଷୟ  ନଥିଲା  ଏହା  ସୂଚିତ  କରିବା  ନିମନ୍ତେ  ଯେ, ଯେଉଁମାନଙ୍କ  ବିରୁଦ୍ଧରେ  ତଥ୍ୟ  ପ୍ରଦାନକାରୀ  କୌଣସି  ବାହ୍ୟକାର୍ଯ୍ୟ  ଅଭିଯୋଗ   କରି ନଥିଲେ, ସେମାନେ  ସେହିମାନଙ୍କ  ସହିତ  ସାଧାରଣ  ଉଦ୍ଦେଶ୍ୟରେ   ଅଂଶଗ୍ରହଣ  କରିଥିଲେ  ଯେଉଁମାନେ  କି  ତାଙ୍କ  ସ୍ତ୍ରୀଙ୍କୁ  ଧର୍ଷଣ  ଏବଂ  ହତ୍ୟା  କରିଥିଲେ  - ଯେଉଁମାନଙ୍କ   ବିରୁଦ୍ଧରେ  କେବଳ  ସେମାନଙ୍କ   ଦୋଷୀ  ସାବସ୍ତ୍ୟ ଏବଂ ଦଣ୍ଡ   ବ୍ୟତିତ, କୌଣସି  ବାହ୍ୟ  କାର୍ଯ୍ୟ  ଆରୋପ  କରାଯାଇ  ନଥିଲା, ଯେପରି  ବିଚାରକାରୀ  ନ୍ୟାୟାଳୟଙ୍କ  ଦ୍ଵାରା  ପ୍ରଦାନ  କରାଯାଇଥିଲା  ଏବଂ  ତାହା  କାଏମ୍  ରଖାଯାଇଥିଲା, ସେମାନଙ୍କୁ, ଦଫା  ୩୭୬ ଏବଂ ୩୦୪ ସହିତ  ଭାରତୀୟ  ଦଣ୍ଡବିଧି  ଆଇନର  ଦଫା  ୩୪ ସହିତ, ଅପରାଧରେ  ଦୋଷୀ  ବୋଲି   ଧରାଯାଇଥିଲା – ଓଡିଶା  ରାଜ୍ୟ  ସରକାର  ବନାମ୍ ନାଏକ୍ ଏବଂ  ଅନ୍ୟମାନେ  - ୨୦୦୦(୧) ଓଏଲ୍ ଆର୍  (ସୁପ୍ରିମ୍ କୋର୍ଟ) – ୬୮୨  ।
  35. ସାକ୍ଷ୍ୟର  ବିଚାର – ଅନ୍ୟମାନଙ୍କ  ସହିତ  ପୋଲିସ୍ କୁ  କୌଣସି  ବିଷୟ  ପ୍ରାୟ  ଚାରିମାସ   ପର୍ଯ୍ୟନ୍ତ  ଉନ୍ମୋଚନ   ନକରି, ସାକ୍ଷୀ  ନିରବ  ରହିଥିଲା  - ଦର୍ଶାଯାଇଥିଲା  ଯେ, ଏପରି  ସାକ୍ଷୀର  କାର୍ଯ୍ୟକଳାପ, ଜଣେ  ସାଧାରଣ  ବ୍ୟକ୍ତିର  କାର୍ଯ୍ୟକଳାପ   ପରି  ପ୍ରତୀୟମାନ  ହୁଏ  ନାହିଁ – ତା’ର  ସାକ୍ଷ୍ୟ  ଉପରେ  ଆସ୍ଥା   ସ୍ଥାପନ  କରିବା  ନିରାପଦ  ନୁହେଁ  - ୯୪ (୨୦୦୨) ସି.ଏଲ.ଟି – ୨୨୯  ।
  36. ପାରିପାର୍ଶ୍ଵିକ  ସାକ୍ଷ୍ୟ – ଅପିଲକର୍ତ୍ତାଙ୍କ  ନିର୍ଦ୍ଦେଶରେ  ଅପରାଧିର  ଅସ୍ତ୍ର  ଉଦ୍ଧାର  କରିବାରେ ଏକମାତ୍ର  ପାରିପାର୍ଶ୍ଵିକ  ଅବସ୍ଥା – ଦର୍ଶାଯାଇଥିଲା ଯେ, ଅପିଲକର୍ତ୍ତାଙ୍କୁ  ଦୋଷୀ  ବୋଲି  ଧରିବା  ନିମନ୍ତେ   ଯଥେଷ୍ଟ  ନୁହେଁ  - ତିଲକ୍  ପୁତିଆ  ବନାମ୍  ଓଡିଶା  ରାଜ୍ୟ  ସରକାର  - ୨୦୦୨) ୨୩ ଓସିଆର୍ – ୨୯୩   ।
  37. ସଂପର୍କିତ  ସାକ୍ଷୀମାନେ - ଉତ୍ପଡିତା  ପ୍ରତି  ସଂପର୍କିତ  କାରଣ  ଉପରେ  ସେମାନଙ୍କର   ସାକ୍ଷ୍ୟକୁ  ପ୍ରତ୍ୟାଖ୍ୟାନ  କରାଯାଇପାରିବ  ନାହିଁ   ।
  38. ଆମ୍ଭେ  ମଧ୍ୟ  ବିଦ୍ଵାନ  ଅଧିବକ୍ତାଙ୍କ  ଯୁକ୍ତିରେ  ଯେପରି  କୌଣସି  ଯଥାର୍ଥତା  ଦେଖୁ  ନାହିଁ ଯେ, କିରନ୍  (ମୋକଦ୍ଦମାକାରୀ  ସାକ୍ଷୀ  ନଂ - ୭) ର  ବିବରଣୀ  ପ୍ରତି  କୌଣସି  ଗୁରୁତ୍ଵ  ପ୍ରଦାନ  କରାଯିବା  ଉଚିତ  ନୁହେଁ, ଯେହେତୁ  ତା’ର  ନାମ  ଏତଲାରେ  ସ୍ଥାନ  ପାଇ  ନାହିଁ – ଏତଲାରେ  ସମସ୍ତ  ସାକ୍ଷୀଙ୍କର  ନାମ  ଉଲ୍ଲେଖ  କରିବା  ନିମନ୍ତେ  ଆଇନ୍  ଆବଶ୍ୟକ  କରେ  ନାହିଁ, ଯାହାର  ଉଦ୍ଦେଶ୍ୟ  ଫୌଜଦାରୀ  ଆଇନ୍ କୁ  ଗତିଶୀଳ  କରାଇବା – କିରନ୍ (ମୋକଦ୍ଦମାକାରୀ  ସାକ୍ଷୀ  ନଂ - ୭) ନିଜେ  କ୍ଷତପ୍ରାପ୍ତ  ହୋଇଥିଲା ଏବଂ  ହରିରାମ  ଭାଣିଜି  ହୋଇଥିବାରୁ, ଅପରାଧର  ସଂଗଠନରେ  ନିରିହ  ବ୍ୟକ୍ତିମାନଙ୍କୁ  ଅନ୍ତର୍ଭୁକ୍ତ   କରିବାର  କାରଣ  ନଥିଲା -  କେବଳ ମାତ୍ର  ଏହି  କାରଣ ଯେ, ମୋକଦ୍ଦମାକାରୀ  ସାକ୍ଷୀ ୭, ୧୨ ଏବଂ  ୨୨, ମୃତକର   ସମ୍ପର୍କୀୟ  ଅଟନ୍ତି, ତାହା, ସେମାନଙ୍କର  ସାକ୍ଷ୍ୟ  ପ୍ରତ୍ୟାଖ୍ୟାନର  ଏକ  କାରଣ  ହୋଇ  ନପାରେ – ଏପରି  ପରିସ୍ଥିତିରେ, ଉଚ୍ଚ  ନ୍ୟାୟାଳୟ ଉକ୍ତ  ସାକ୍ଷୀମାନଙ୍କୁ, ଘଟଣାର  ପାକୃତିକ  ସାକ୍ଷୀ  ଭାବରେ  ଠିକ୍  ରୂପେ  ଆବିଷ୍କାର  କରିଛନ୍ତି  - ଭଗବାନ ସିଂହ  ଏବଂ  ଅନ୍ୟମାନେ  ବନାମ୍ ମଧ୍ୟ  ପ୍ରଦେଶ  ରାଜ୍ୟ   ସରକାର -   (୨୦୦୨) ୨୩ ଓସିଆର୍ – ୮୦  ।

  39. ଏକ  ଖୋଲା  ପଡିଆରୁ , ଅପିଲକର୍ତ୍ତାଙ୍କ  ନିର୍ଦ୍ଦେଶରେ, ଠେଙ୍ଗା  ଏବଂ  ପଥର  ଜବତ୍  କରାଯାଇଥିଲା  - ଏପରି  ବସ୍ତୁଗୁଡିକର  ମୃତକର  କୌଣସି  ରକ୍ତଦାଗ  ଲାଗି ନଥିଲା  - ଏପରି  ଜବତ୍  ତାର  ଗୁରୁତ୍ଵ  ହରାଇଥାଏ  - ଭଗବାନ୍ ସିଂହ  ଏବଂ  ଅନ୍ୟମାନେ   ବନାମ୍  ମଧ୍ୟ  ପ୍ରଦେଶ  ରାଜ୍ୟ  ସରକାର - (୨୦୦୨) ୨୨ ଓସିଆର୍ – ୭୫୯  ।
  40. ସାକ୍ଷ୍ୟର  ବିଚାର  - ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧,ଯେ କି  ତଥ୍ୟ  ପ୍ରଦାନକାରୀ  ଅଟନ୍ତି , ସେ ଏତଲାରେ  ଉଲ୍ଲେଖ  କରିଥିଲେ ଯେ, ସେ  ବିବାହ  ଭୋଜୀରେ  ଉପସ୍ଥିତ   ହୋଇ  ଫେରିବା ସମୟରେ, ଅପିଲକର୍ତ୍ତାଙ୍କୁ   ଗୃହରେ  ଅନୁପସ୍ଥିତ  ଥିବାର ଦେଖିଥିଲେ  ଏବଂ  ମୃତକ  ରକ୍ତରେ  ଜୁଡୁବୁଡୁ  ଅବସ୍ଥାରେ  ପଡିଥିଲେ – ବିଚାର  ସମୟରେ, ଜଣେ ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀଭାବେ  ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧ ସାକ୍ଷ୍ୟ  ପ୍ରଦାନ  କରିଥିଲେ  ଯେ  ମୃତକର  ମସ୍ତିସ୍କରେ  ଏକ  ମାର୍ତୁଲ୍ ରେ  ଅପିଲକର୍ତ୍ତା  ପ୍ରହାର  କରିଥିବା  ବିଷୟ  ସେ  ଦେଖିଛନ୍ତି  - ମାନନୀୟ  ନ୍ୟାୟାଳୟ , ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧ ଙ୍କୁ  ଏହି  ଦୃଷ୍ଟିରୁ  ଅବିଶ୍ଵାସ   କରିଥିଲେ  ଯେ  ଏତଲାରେ   ତାଙ୍କର  ଉକ୍ତି  ଏବଂ  ବିଚାର  ସମୟରେ   ତାଙ୍କର  ବିବରଣୀ  କିମ୍ବା  ସାକ୍ଷ୍ୟ   ମଧ୍ୟରେ  ବିରୋଧାତ୍ମକତା   ବିଦ୍ୟମାନ – ଜୟନାଥ  ଓରାମ୍  ବନାମ୍  ଓଡିଶା  ରାଜ୍ୟ  ସରକାର  - (୨୦୦୨) ୨୩ ଓସିଆର୍ – ୮୩୭  ।
  41. ସାକ୍ଷ୍ୟର  ବିଚାର  - ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୭ର ପାଟି  ଶୁଣି ,ମୃତକ  ଉପରେ ଆକ୍ରମଣ  ଦେଖିବା  ନିମନ୍ତେ  ବିଳମ୍ବିତ  ରାତିରେ  ତା’ର  ଗୃହ ଠାରୁ  ୧୫୦ ହାତ ଦୂରରେ  ସ୍ଥିତ  ସ୍ଥାନକୁ  ସେ  ଦୌଡି କରି  ଯାଇଥିଲା  ବୋଲି, ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧ ଉଲ୍ଲେଖ   କରିଥିଲା – ମାନନୀୟ  ନ୍ୟାୟାଳୟ  ଦର୍ଶାଇଥିଲେ ଯେ, ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୭ଙ୍କ  ପାଟି  କରିବା  ବିବରଣୀର  ଅନୁପସ୍ଥିତିରେ , ତା ସହିତ ଯିବା ନିମନ୍ତେ  ତା’ର  ସ୍ଵାମୀଙ୍କୁ ନ ଡାକିବା  ଯେ, କି  ସେହି  ସମୟରେ ବାରଣ୍ଡାରେ  ଶୋଇଥିଲେ ଏବଂ ୫୦ ହାତ  ଦୂରରୁ  ଆକ୍ରମଣକାରୀଙ୍କୁ  ଚିହ୍ନଟ   କରି, ବିଶେଷତଃ  ଯେତେବେଳେ   ଆକ୍ରମଣକାରୀ  କଳା  ପୋଷାକ  ପରିଧାନ   କରିଥିଲା  ଏବଂ  କୌଣସି  ଡିବି  ନଥିଲା  ଏପରି  ପରିସ୍ଥିତି   ଗୁଡିକ  ମୋକଦ୍ଦମାକାରୀ   ସାକ୍ଷୀମାନଙ୍କୁ   ଅବିଶ୍ଵାସ   କରିବା  ନିମନ୍ତେ  ଯଥେଷ୍ଟ  ଅଟେ  ଏବଂ  ତାହା  ମଧ୍ୟ  ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀଭାବେ   ଅଖାନା  ଓରଫ୍ ଅକ୍ଷୟ  କୁମାର  ସେଠୀ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୪  ଓସିଆର୍ – ୩୦  ।
  42. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧, ମୃତକ  ଉପରେ  କ୍ଷତ  ସମସ୍ତ  ଦେଖିବା  ପରେ ,ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୫ କୁ  ଗୃହକୁ  ଦୌଡିଯାଇ ,ତାଙ୍କୁ  ଏ  ବିଷୟରେ  ସୂଚିତ  କରିଥିଲେ – ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୫ଙ୍କ  ଗୃହର  ଦୁରତ୍ଵ  ଏପରି  ଯେ, ମୋକଦ୍ଦମାକାରୀ  ସାକ୍ଷୀ ନଂ – ୫ଙ୍କୁ  ଡାକିବାରେ  ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧ ଙ୍କୁ  ପ୍ରାୟ  ୧୫ ମିନିଟ  ସମୟ  ନେଇ  ଥାଆନ୍ତି  -  ମୋକଦ୍ଦମାକାରୀ  ସାକ୍ଷୀ ନଂ – ୫ଙ୍କର  ଘଟଣା  ସ୍ଥଳରେ  ପହଞ୍ଚିବା   ପର୍ଯ୍ୟନ୍ତ, ଆକ୍ରମଣକାରୀର  ଉପସ୍ଥିତି  ସନ୍ଦେହଜନକ  ବୋଲି  ଦର୍ଶାଯାଇଥିଲା – ଅଖନା  ଓରଫ୍ ଅକ୍ଷୟ  କୁମାର  ସେଠୀ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୪  ଓସିଆର୍ – ୩୦  ।
  43. ସାକ୍ଷ୍ୟର  ବିଚାର  - ଅପରାଧି  ବ୍ୟକ୍ତିମାନଙ୍କର  କ୍ଷତ  ସଂବନ୍ଧରେ  ଅଜ୍ଞତା, ମୋକଦ୍ଦମାକାରୀ  ସାକ୍ଷୀ – ୪ ଯୁକ୍ତି  ଦର୍ଶାଇଥିଲେ  ଯେଉଁମାନେ  ହାସ୍ ପାତାଲ୍ ରେ  ଚିକିତ୍ସିତ   ହେଉଥିଲେ – ମାନନୀୟ  ନ୍ୟାୟାଳୟ  ଦର୍ଶାଇଥିଲେ ଯେ, ଯେହେତୁ  ଘଟଣାର  ଏକ  ଅଂଶ, ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୫ ଦ୍ଵାରା  ଚପାଯାଇଥିଲା, ସେପରିସ୍ଥଳେ  ତା’ ଉପରେ  ଆସ୍ଥା  ପ୍ରକଟ  କରିବା  ବିପଦପୂର୍ଣ୍ଣ  ଅଟେ – ଓଡିଶା   ରାଜ୍ୟ  ସରକାର   ବନାମ୍  ଇଶ୍ଵର  ମଲ୍ଲିକ  ଏବଂ  ଅନ୍ୟ  ଜଣେ  - (୨୦୦୩) ୨୪  ଓସିଆର୍ – ୫୧; ୨୦୦୨ (୨) ଓଏଲ୍ ଆର୍ – ୧୨୦  ।
  44. ସାକ୍ଷ୍ୟର  ବିଚାର – ଉଚ୍ଚ  ନ୍ୟାୟାଳୟ ଦର୍ଶାଇଥିଲେ  ଯେ, ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନେ   ଘଟଣା  ଦେଖିପାରି  ନଥିବେ, ଯେହେତୁ  ଘଟଣା  ଘଟିବା  ସମୟରେ  କୁହୁଡି  ଥିଲା  - କୁହୁଡିର  ଏପରି  ଉପସ୍ଥିତି, ଯାହାକି  ଦୃଷ୍ଟି ଶକ୍ତିକୁ  ପ୍ରତିବନ୍ଧିତ  କରେ, ତାହା  ଜେରା  ସମୟରେ   ସାକ୍ଷୀମାନଙ୍କୁ  ପଚରାଯାଇ  ନଥିଲା  ଦର୍ଶାଇଥିଲା  ଯେ , ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନଙ୍କୁ  ଅବିଶ୍ଵାସ  କରିବା  ନିମନ୍ତେ, ଉଚ୍ଚ  ନ୍ୟାୟାଳୟ  ଦ୍ଵାରା  ପ୍ରଦାନ  କରାଯାଇଥିବା  କାରଣ  ଗ୍ରହଣୀୟ  ନୁହେଁ  - ଉତ୍ତର  ପ୍ରଦେଶ  ରାଜ୍ୟ  ସରକାର  ବନାମ୍  ମାନ  ସିଂହ ଏବଂ  ଅନ୍ୟମାନେ  - (୨୦୦୩) ୨୪ ଓସିଆର୍ (ସୁପ୍ରିମ୍ କୋର୍ଟ) – ୨୫୬  ।
  45. ଦଫା – ୩ : ସାକ୍ଷ୍ୟର  ବିଚାର – ଘଟଣା  ସ୍ଥଳରେ  ଡିବିକୁ  ଜବତ୍  କରାଯାଇ  ନଥିଲା – ଅନୁସନ୍ଧାନକାରୀ  ଉଚ୍ଚ  କର୍ମଚାରୀ, ଦରଜା  ଉପରେ  କୌଣସି  ହିଂସାତ୍ମକ  କାର୍ଯ୍ୟର  ଚିହ୍ନ  ଦେଖିନଥିଲେ, ଯଦିଓ  ଅନ୍ତେବାସୀମାନେ  ଉଲ୍ଲେଖ  କରିଥିଲେ ଯେ, ଅପରାଧିମାନେ  ଦରଜା  ଭାଙ୍ଗି  ଖୋଲିଥିଲେ – ଅନୁସନ୍ଧାନକାରୀ  ଉଚ୍ଚକର୍ମଚାରୀଙ୍କ  ଦ୍ଵାରା  କୌଣସି  ବନ୍ଧୁକ  କିମ୍ବା  ଗୁଳି  ଜବତ  କରାଯାଇ  ନଥିଲା  - ମାନନୀୟ  ନ୍ୟାୟାଳୟ  ଏହା  ଦର୍ଶାଇଥିଲେ ଯେ, ବିଚାରକାରୀ  ନ୍ୟାୟାଳୟ, ମୋକଦ୍ଦମାକାରୀଙ୍କ  ମୋକଦ୍ଦମାକୁ  ସଠିକ୍  ଭାବେ  ଅବିଶ୍ଵାସ  କରିଥିଲେ, ଖଲାସ  ଆଦେଶକୁ  ଦୃଢୀକରଣ  କରିଥିଲେ – ଓଡିଶା  ରାଜ୍ୟ  ସରକାର  ବନାମ୍ ଗୁରୁବାରୀ  ଓରଫ  ଗୁରୀ  (୨୦୦୩) ୨୪ ଓସିଆର୍ ୩୧୨ :୨୦୦୨ (୧) ଓଏଲଆର୍ – ୬୦୨ ।
  46. ସାକ୍ଷ୍ୟର  ବିଚାର  - ଘଟଣା  ରାତିରେ  ମୃତକର  ଗୃହରେ  ଅପିଲକର୍ତ୍ତାଙ୍କୁ  ଦେଖିଛି  ବୋଲି  ମୋକଦ୍ଦମାକାରୀ  ସାକ୍ଷୀ ୩୯  ଦିନ  ପରେ  ଉନ୍ମୋଚନ   କରିଥିଲା – ସାକ୍ଷୀର  ନୀରବତାର  କାରଣ, ଯଦିଓ  ପୋଲିସ୍  ନିୟମିତଭାବେ  ମୃତକର  ଗୃହକୁ  ପରିଦର୍ଶନ  କରୁଥିଲେ  ଏବଂ  ସାକ୍ଷୀ  ତାଙ୍କ  ଗୃହର  ଅତି  ନିକଟରେ  ରହୁଥିଲେ,ତାହା  ଉନ୍ମୋଚନ  କରାଯାଇ  ନଥିଲା – ଦର୍ଶାଯାଇଥିଲା ଯେ, ଏପରି  ସାକ୍ଷୀ  ଗ୍ରହଣ   କରିବା   ଉପଯୁକ୍ତ  ନୁହେଁ – କାନ୍ତିଲାଲ୍  ଓରଫ କେ, ଗୋରଧାନ ଦାସ  ସନ୍ ବନାମ୍ ଗୁଜୁରାଟ  ରାଜ୍ୟ   ସରକାର -  (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) ୪୮୬   ।
  47. ସାକ୍ଷ୍ୟର  ବିଚାର – କେତେକ  ଅପରାଧି  ବ୍ୟକ୍ତିଙ୍କ  ପ୍ରତି   ଆରୋପିତ  କାର୍ଯ୍ୟ  ସଂବନ୍ଧରେ   ମୋକଦ୍ଦମାକାରୀଙ୍କ  ସାକ୍ଷ୍ୟ  ଉପରେ, ନିମ୍ନ  ନ୍ୟାୟାଳୟ  ଆସ୍ଥା ସ୍ଥାପନ  ନଥିଲେ – ମାନନୀୟ  ଉଚ୍ଚତମ  ନ୍ୟାୟାଳୟ  ସେହି  ସାକ୍ଷ୍ୟ  ଉପରେ, ଆସ୍ଥା  ସ୍ଥାପନ  କରିବା  ନିରାପଦ  ମନେ  କରି  ନଥିଲେ, ଯେହେତୁ  ଅପିଲକର୍ତ୍ତା  ମୃତକ  ଉପରେ  ପ୍ରକୃତ  ଆକ୍ରମଣରେ   ଅଂଶଗ୍ରହଣ  କରି  ନଥିଲେ  ମାତ୍ର  ଅନ୍ୟ  ଅପରାଧିମାନଙ୍କୁ   ଉତ୍ସାହିତ   କରିଥିଲେ  ବୋଲି  କୁହାଯାଇଥିଲା  - ନଥୁ  ସିଂହ  ଯାଦବ  ବନାମ୍ ମଧ୍ୟ  ପ୍ରଦେଶ  ରାଜ୍ୟ  ସରକାର  - (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) ୪୩୪   ।
  48. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀଙ୍କ  ଘଟଣାକୁ  ଉତ୍ସାହିତ  କରିବା  ନିମନ୍ତେ, ମୋକଦ୍ଦମାକାରୀ   ସାକ୍ଷୀମାନଙ୍କ  ଦ୍ଵାରା  ଚେଷ୍ଟା  କରାଯାଇଥିଲା  - ଦର୍ଶାଯାଇଥିଲା ଯେ, ଏପରି  କାରଣ  ଉପରେ  ମୋକଦ୍ଦମାକାରୀଙ୍କ  ଘଟଣାକୁ  ମିଥ୍ୟା  କିମ୍ବା  ଅବିଶ୍ଵସନୀୟ  ବୋଲି  ଏଡାଇ  ଦିଆଯାଇ  ପାରିବ  ନାହିଁ  - କୁଶଭୋଇ ଏବଂ  ଅନ୍ୟ  ଦୁଇଜଣ  ବନାମ୍ ଓଡିଶା  ରାଜ୍ୟ  ସରକାର - (୨୦୦୩) ୨୪ ଓସିଆର୍ (ସୁପ୍ରିମକୋର୍ଟ) – ୫୫୯   ।
  49. ସାକ୍ଷ୍ୟର  ବିଚାର  - ଗ୍ରାମ  ରାସ୍ତାରେ  ଏକ  ଉନ୍ମୁକ୍ତ ସ୍ଥାନରେ  ମରୁତ  ଦେହ  ଏବଂ  ପଥର  ପଡିଥିବା  ଦେଖାଇବା  ନିମନ୍ତେ  ପୋଲିସ୍  ଏବଂ  ସାକ୍ଷ୍ୟମାନଙ୍କୁ  ନେଇ  ଦେଖାଇବା, ଅପିଲକର୍ତ୍ତା  ଅପରାଧ  ସଂଗଠନ  କରିଛନ୍ତି  ବୋଲି  ପ୍ରମାଣ  କରିବା  ନିମନ୍ତେ  ନୁହେଁ – ଗୋବିନ୍ଦ  ନାଏକ  ବନାମ୍ ଓଡିଶା  ରାଜ୍ୟ  ସରକାର - (୨୦୦୩) ୨୫ ଓସିଆର୍  - ୬୭୬;୨୦୦୩ (୨) ଓଏଲଆର୍ – ୯୭; ୨୦୦୩ କ୍ରୀମିନାଲ  ଜର୍ଣ୍ଣାଲ – ୪୧୭୯ (ଓଡିଶା)
  50. ସାକ୍ଷ୍ୟର  ବିଚାର – ଶେଷ ଦେଖାନୀତି  ଏବଂ  ଅସ୍ତ୍ରର  ଉଦ୍ଧାରକୁ, ସନ୍ଦେହ   ବାହାରେ  ପ୍ରମାଣ   କରାଯାଇଥିଲା – ଅପିଲକର୍ତ୍ତାଙ୍କ  ବିରୁଦ୍ଧରେ  ଦୋଷୀ  ସାବ୍ୟସ୍ତତାର  ଆଦେଶ, ଯାହାକି  ନିମ୍ନ  ନ୍ୟାୟାଳୟ  ଦ୍ଵାରା  ପ୍ରଦାନ   କରାଯାଇଥିଲା, ତାହା  ମାନନୀୟ  ନ୍ୟାୟାଳୟଙ୍କ   ଦ୍ଵାରା  କାଏମ   ରଖାଯାଇଥିଲା  ଗୋପିଆ  ଦିଗାଲ  ବନାମ୍  ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୪ ଓସିଆର୍ – ୮୩୩  ।
  51. ଦଫା ୩ – ମାମଲା ପାରିପାର୍ଶ୍ଵିକ ସାକ୍ଷ୍ୟ  ଉପରେ  ପର୍ଯ୍ୟବେସିତ  - ଅପିଲକାରୀ  ଶେଷଥର  ମୃତକ  ସହିତ  ଦେଖା  ହୋଇଥିଲେ  ତା ୨| ୧୧|୧୯୯୩  ଅପରାହ୍ନ  ୨ ଟାରେ – ମୃତ  ଦେହ  ଉଦ୍ଧାର  ହେଲା  ୨.୧୧.୧୯୯୩ ସକାଳ  ୮ଟାରେ – ଉଭୟ  ଅପିଲକାରୀଙ୍କ  ଆବିଷ୍କାରରେ  ଭୂଜାଲି  ଏବଂ  ଲୁହାରଡ୍  ଉଦ୍ଧାର  କରାଗଲା – ଡାକ୍ତରଙ୍କ ଶବ  ବ୍ୟବଚ୍ଛେଦ  ରିପୋର୍ଟରୁ , ଶେଷ  ଦେଖା  ସମୟ   ଦର୍ଶାଯାଇଥିଲା  ଯେ  ଉଦ୍ଦେଶ୍ୟମୂଳକ  / ଧାରଣା  ଏବଂ  ତତ୍ ସହିତ  ପାରିପାର୍ଶ୍ଵିକ   ଜଞ୍ଜୀର  ଅପରାଧ   ସଂଗଠନ  ପରିଷ୍କାର  କରିଛି  । ସୁରେଶ  ଜାଲି  ଓରଫ  ଗେଡ  ସରିଆ  ଏବଂ  ଅନ୍ୟଜଣେ  ବନାମ  ଓଡିଶା  ରାଜ୍ୟ , (୧୦୧୩) ୫୬ ଓସିଆର୍ – ୫୪୩   ।

  52. ପାରିପାର୍ଶ୍ଵିକ  ସାକ୍ଷ୍ୟ  ଉପରେ  ପର୍ଯ୍ୟବେସିତ  ଏକ  ମୋକଦ୍ଦମା  ବିଚାର – ଉଚ୍ଚତମ  ନ୍ୟାୟାଳୟ  ଦ୍ଵାରା  ଉଲ୍ଲେଖ  କରାଯାଇଥିବା  ନୀତିକୁ  ଆଲୋଚନା  କରାଯାଇଛି – ସମୀର  ଚକ୍ରବର୍ତ୍ତୀ ଓରଫ  କାଶୀନାଥ  ବାଗ୍ ଚୀ  ବନାମ୍  ଓଡିଶା  ସରକାର  - (୨୦୦୩) ୨୪ ଓସିଆର୍ – ୮୪୪   ।
  53. ସାକ୍ଷ୍ୟର  ବିଚାର – ମୋକଦ୍ଦମାଟି  ପାରିପାର୍ଶ୍ଵିକ   ସାକ୍ଷ୍ୟ  ଉପରେ  ପର୍ଯ୍ୟବେସିତ  ଘଟଣା  ତାରିଖ  ପୂର୍ବରୁ , ଅପିଲକର୍ତ୍ତା  ଏବଂ  ମୃତକ  ମଧ୍ୟରେ  କ୍ରମାନୁଗତିକ  ଭାବେ  ବିଦ୍ଵେଷ  ଲାଗି   ରହିଥିଲା କୌଣସି  ସନ୍ତାନ  ଜନ୍ମ ନ ଦେବାଯୋଗୁ , ମୃତକଙ୍କୁ  ଅନେକ  ଥର  ଆକ୍ରମଣ  କିମ୍ବା  ପ୍ରହାର  କରାଯାଇ  ଘରୁ  ବାହାର  କରି  ଦିଆଯାଇଥିଲା – ଯେଉଁ  ଗୃହରୁ  ମୃତ  ଶରୀର  ସକାଳେ   ମିଳିଥିଲା , ସେହି  ଗୃହର  ବାରଣ୍ଡାରେ   ଅପିଲକର୍ତ୍ତା  ରାତିରେ  ବସିଥିବାର  ମୋକଦ୍ଦମାକାରୀ  ସାକ୍ଷୀ – ୨ ଦେଖିଥିଲେ – ତାର  ସ୍ତ୍ରୀକୁ  ହତ୍ୟା  କରିବା  ସମ୍ବନ୍ଧରେ ଅପିଲକର୍ତ୍ତା  ମଧ୍ୟ  ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୨ ଆଗରେ  ଅତିରିକ୍ତ  ବୈଚାରିକ   ସ୍ଵକାରୋକ୍ତ  ପ୍ରଦାନ  କରିଥିଲା – ଅପିଲକର୍ତ୍ତା  ମଧ୍ୟ  ତାଙ୍କ  ଗୃହରୁ  ଅନୁପସ୍ଥିତ  ଥିବା  ଦେଖାଯାଇଥିଲା  ଏବଂ  ତହିଁ  ଆରଦିନ  ଉଦଳା  ଥାନାରେ  ଆତ୍ମସମର୍ପଣ  କରିଥିଲା – ଦର୍ଶାଯାଇଥିଲା ଯେ , ପାରିପାର୍ଶ୍ଵିକ   ପରିସ୍ଥିତିର  ଜଞ୍ଜୀର  ସଂପୂର୍ଣ୍ଣ  ହୋଇଛି  ଯାହାକି  ଅପିଲକର୍ତ୍ତାଙ୍କ  ଦୋଷ  ପ୍ରତି  ସୂଚିତ   କରେ – ଏଣୁ  ଅପିଲକୁ  ଖାରଜ   କରାଯାଉଛି – ରବିନ୍ଦ୍ର କୁମାର  ମାଝୀ  (ଉଭୟ  ଅପିଲରେ) ବନାମ୍ ଓଡିଶା  ରାଜ୍ୟ ସରକାର – (୨୦୦୩) ୨୫ ଓସିଆର୍ – ୬୯୦   ।
  54. ଦଫା ୩ – ପାରିପାର୍ଶ୍ଵିକ  ସାକ୍ଷ୍ୟ – ପାରିପାର୍ଶ୍ଵିକ  ସାକ୍ଷ୍ୟ  ଉପରେ  ପର୍ଯ୍ୟବେସିତ  ଏକ  ମାମଲାରେ  ଉଦ୍ଦେଶ୍ୟମୂଳକ  / ଧାରଣା  ଏକ  ମୁଖ୍ୟ  ନିର୍ବାହ  କରିଥାଏ   । ମନୋଜ   ଭୋଇ  ବନାମ  ଓଡିଶା  ରାଜ୍ୟ  (୨୦୧୩) ୫୪. ଓସିଆର୍ . ୧୫୪  ।

  55. ସାକ୍ଷ୍ୟର  ବିଚାର – ଘଟଣାସ୍ଥଳୀ – ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୨, ଯେକି  ଜଣେ  ଶିଶୁ  ସାକ୍ଷୀ  ଅଟନ୍ତି , ସେ  ନ୍ୟାୟାଳୟରେ  ଉଲ୍ଲେଖ  କରିଥିଲେ  ଯେ , ଏହି  ଘଟଣା  ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୩ଙ୍କ  ମାଂସ  ଦୋକାନରେ  ଘଟିଥିଲା , ଯେଉଁଠାରେ  ଅପିଲକର୍ତ୍ତା  ବୁଲେଟ  କ୍ଷତ  ପ୍ରାପ୍ତ  ହୋଇ  ପଡିଯାଇଥିଲେ – ଘଟଣାସ୍ଥଳୀ  ମାନଚିତ୍ରରେ  ଅନୁସନ୍ଧାନକାରୀ  ଉଚ୍ଚ  କର୍ମଚାରୀ  (ମୋକଦ୍ଦମାକାରୀ  ସାକ୍ଷୀ  ନଂ - ୭) ‘ ଏସ୍ ’ ନାମକ  ଜଣେ  ବ୍ୟକ୍ତିର ଗୃହ  ସମ୍ମୁଖରେ  ଗୁଳି  ମାରିବା  ସ୍ଥାନକୁ  ସୁଚିତା   କରିଥିଲେ – ଏପରି  ସ୍ଥାନର  ମାନଚିତ୍ର , ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୨ଙ୍କ  ଉକ୍ତି ଅନୁଯାୟୀ  ପ୍ରସ୍ତୁତ  କରାଯାଇଥିଲା  ‘ ଏସ୍ ’ ର  ଗୃହ  ଏବଂ  ମୋକଦ୍ଦମାକାରୀ  ସାକ୍ଷୀ ନଂ – ୩ଙ୍କ  ଦୋକାନ  ମଧ୍ୟରେ  ଦୁରତ୍ଵ , ୫,୬  ହାତ  ଅଟେ – ଦର୍ଶାଯାଇଥିଲା ଯେ , ଏପରି  ପାର୍ଥକ୍ୟତା  ଯୋଗୁ   ମାନନୀୟ  ନ୍ୟାୟାଳୟ , ଶିଶୁ  ସାକ୍ଷୀ  ଉପରେ  ଆସ୍ଥା  ସ୍ଥାପନ  କରିପାରିବ  ନାହିଁ – ଜାଫର  ବନାମ୍ ଉତ୍ତରପ୍ରଦେଶ  ରାଜ୍ୟ  ସରକାର – (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୧୯୮   ।
  56. ସାକ୍ଷ୍ୟର  ବିଚାର – କେବଳମାତ୍ର  ଏକ  କାରଣ  ଯୋଗୁ  ଯେ , କୌଣସି  ସାକ୍ଷୀର  ସାକ୍ଷ୍ୟ  କେତେକ  ଦୃଷ୍ଟିରୁ  ଅଯଥେଷ୍ଟ  ବୋଲି  ଦେଖାଯାଇଥିଲା , ଏହାର  ଅର୍ଥ ନୁହେଁ ଯେ , ଏହାକୁ  ସମସ୍ତ  ଦୃଷ୍ଟିରୁ  ପ୍ରତ୍ୟାଖ୍ୟାନ  କରାଯିବ – ଦର୍ଶାଯାଇଥିଲା ଯେ , ଏପରି  କୌଣସି  ସାକ୍ଷୀ  ମିଳିବ  ନାହିଁ  , ଯାହାର  ସାକ୍ଷ୍ୟ  ତିଳେ  ହେଲେ  ଅସତ୍ୟତା  ବହନ   କରି ନଥିବ  କିମ୍ବା  ଅତିରଞ୍ଜିତ  ହୋଇ  ନଥିବା  କିମ୍ବା ଦୋଷ  ମୁକ୍ତ  ଥିବ – ସାଉକି  ପ୍ରଧାନ  ଏବଂ  ଅନ୍ୟ  ଜଣେ  ବନାମ୍ ଓଡିଶା  ରାଜ୍ୟ  ସରକାର – (୨୦୦୩) ୨୫ ଓସିଆର୍ – ୨୧୦ ; ୨୦୦୩ (୧) ଓଏଲଆର୍ – ୫୮୩  ।
  57. ସାକ୍ଷ୍ୟର  ବିଚାର – ଏତଲା, ଯଦି  ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧ର  ନିର୍ଦ୍ଦେଶରେ  ଦାଏର  କରାଯାଇଥିଲା, ତାହା  ଅପରାଧି  ବ୍ୟକ୍ତିମାନଙ୍କ ଦ୍ଵାରା, ମୃତକ  ଉପରେ  ଆକ୍ରମଣକୁ  ସ୍ପଷ୍ଟ  ଭାବେ  ସୂଚିତ କରୁଥିଲା – ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧ ନ୍ୟାୟାଳୟରେ  ସାକ୍ଷୀ  ପ୍ରଦାନ  କରିଥିଲେ  ଯେ, ଅପିଲକର୍ତ୍ତା  ଏକ  ଲାଠି ଦ୍ଵାରା  ମୃତକର ମସ୍ତିସ୍କରେ  ଏକ  ପ୍ରହାର ପ୍ରଦାନ  କରିଥିଲେ, ଯାହାଫଳରେ  ମୃତକ  ଭୂମି  ଉପରେ  ପଡିଯାଇଥିଲା – ପରେ  ଉକ୍ତ  ସାକ୍ଷୀ  ତାର  ଉକ୍ତି  ପରିବର୍ତ୍ତନ  କରିଥିଲା  ଏବଂ  ଉଲ୍ଲେଖ  କରିଥିଲା ଯେ, ଉକ୍ତ  ପଳାତକ‘ଏଚ୍’ ଯେ କି ପ୍ରଥମେ  ମୃତକର  ମସ୍ତିସ୍କରେ  ଲାଠି  ପ୍ରହାର  ପ୍ରଦାନ  କରିଥିଲା ଏବଂ  ତାପରେ  ଅପିଲକର୍ତ୍ତା  ପ୍ରହାର  ପ୍ରଦାନ  କରିଥିଲା – ଦର୍ଶାଯାଇଥିଲା ଯେ, ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧ ଙ୍କ  ଏପରି  ଅସାମଞ୍ଜସ୍ୟ  ଉକ୍ତି  ଦୃଷ୍ଟିରୁ, ତାଙ୍କୁ  ଜେନ  ସତ୍ୟବାଦୀ  ସାକ୍ଷୀଭାବେ  ବିଶ୍ଵାସ  କରାଯାଇ  ପାରିବ  ନାହିଁ – ସୁକାନ୍ତ  କବାଟୀ  ବନାମ୍  ଓଡିଶା  ରାଜ୍ୟ  ସରକାର - (୨୦୦୩) ୨୫ ଓସିଆର୍ –  ୨୪୬  ।
  58. ସାକ୍ଷ୍ୟର  ବିଚାର – ଘଟଣା ସ୍ଥଳୀରେ  ଉପସ୍ଥିତ  ସ୍ଵାଧୀନ ସାକ୍ଷୀମାନଙ୍କୁ  ପରୀକ୍ଷା  କରାଯାଇ  ନଥିଲା – ମୋକଦ୍ଦମା  ପରିଚାଳନକାରୀଙ୍କ  ଦ୍ଵାରା  ପରୀକ୍ଷିତ  ଦୁଇଜଣ  ସାକ୍ଷୀ  ପକ୍ଷପାତ  ଥିଲେ , ଯେଉଁମାନେ  ମୋକଦ୍ଦମାକାରୀ  ସାକ୍ଷୀ  ଭାବେ  ସାଧାରଣତଃ  ଉପସ୍ଥିତ   ହୁଅନ୍ତି – ଦର୍ଶାଯାଇଥିଲା  ଯେ , ଅନେକ  ମୋକଦ୍ଦମାରେ , ଉକ୍ତ  ଦୁଇଜଣ  ସାକ୍ଷୀଙ୍କ  ସାକ୍ଷ୍ୟର  ସତ୍ୟତା  ଉପରେ  ଯଥେଷ୍ଟ  ସନ୍ଦେହ  ପ୍ରକଟ  କରାଯାଇଛି – ପଞ୍ଜାବ  ରାଜ୍ୟ  ସରକାର  ବନାମ୍  ହରବାନ୍ସ ସିଂହ ଏବଂ  ଅନ୍ୟଜଣେ – (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୩୦୨  ।
  59. ସାକ୍ଷ୍ୟର  ବିଚାର – ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନେ  କ୍ଷତପ୍ରାପ୍ତ  ବ୍ୟକ୍ତିମାନଙ୍କୁ  ଏକ  ଯାନରେ  ଡାକ୍ତରଖାନାକୁ  ନେବା  ବିଷୟ  ଦାବୀ  କରିଥିଲେ – ଏହି  ସାକ୍ଷୀମାନଙ୍କଠାରୁ  କୌଣସି  ରକ୍ତ  ଭିଜା  ଲୁଗାପଟା  ଉଦ୍ଧାର  କରାଯାଇ  ନଥିଲା – ଏହି  ସାକ୍ଷୀମାନେ  ବୁଲେଟ୍ କୁ ଏଡାଇବା  ନିମନ୍ତେ  କିଛି  କରି  ନଥିଲେ , ମାତ୍ର  ତଥାପି  ମଧ୍ୟ  ସେମାନେ  କ୍ଷତପ୍ରାପ୍ତ  ହୋଇ  ନଥିଲେ  - ମୌଖିକ  ସାକ୍ଷ୍ୟଯେ , ଆକ୍ରମଣକାରୀ  ମାନେ ମୃତକ  ଠାରୁ  ଅତି  ଦୂରରେ  ଥିଲେ , ତାହା  ଡାକ୍ତରୀ  ସାକ୍ଷ୍ୟ  ଦ୍ଵାରା  ମିଥ୍ୟା  ପ୍ରମାଣିତ  ହୋଇଥିଲା , ଯାହା  ଦର୍ଶାଏ  ଯେ , ବୁଲେଟଗୁଡିକୁ  ଅତି  ନିକଟରୁ  ଖଲାସ  କରାଯାଇଥିଲା – ଦର୍ଶାଯାଇଥିଲା ଯେ, ଘଟଣା  ସମୟରେ  ଏହି  ସାକ୍ଷୀମାନଙ୍କର  ସେଠାରେ  ଉପସ୍ଥିତି  ସଂବନ୍ଧରେ , ଏହା  ଯଥେଷ୍ଟ  ସନ୍ଦେହ  ଉଦ୍ରେକ କରେ – ପଞ୍ଜାବ ରାଜ୍ୟ  ସରକାର  ବନାମ୍  ହରବାନ୍ସ  ସିଂହ  ଏବଂ  ଅନ୍ୟ  ଜଣେ - (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୩୦୨  ।
  60. ଏକମାତ୍ର  ସାକ୍ଷୀର  ସାକ୍ଷ୍ୟର  ବିଚାର – ଏପରି  ସାକ୍ଷୀର ସାକ୍ଷ୍ୟ  ଦୋଷମୁକ୍ତ  ହୋଇଥିବା  ଉଚିତ୍  । ଏବଂ  ଏହା  ନିଶ୍ଚିତଭାବେ  ବିଶ୍ଵାସ  ଜନ୍ମାଉଥିବା  ଏବଂ  ନ୍ୟାୟାଳୟଙ୍କ  ମନରେ  କୌଣସି  ସନ୍ଦେହ  ଉଦ୍ରେକ  କରୁ ନଥିବ , ଯାହାଫଳରେ  କୌଣସି  ସମର୍ଥନ  ବିନା , ଏହା  ଉପରେ  କାର୍ଯ୍ୟ  କରାଯାଇପାରିବ – ସାଧୁରାମ  ଏବଂ  ଅନ୍ୟ  ଜଣେ  ବନାମ୍  ରାଜସ୍ଥାନ  ରାଜ୍ୟ  ସରକାର -  (୨୦୦୩) ୨୫ ଓସିଆର୍ (ସୁପ୍ରିମକୋର୍ଟ) – ୩୦୬   ।
  61. ସାକ୍ଷ୍ୟର  ବିଚାର – ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନେ  ସ୍ଵାର୍ଥ  ନିହିତ  ସାକ୍ଷୀ  ଅଟନ୍ତି  ଯେଉଁମାନେ  ମୃତକର  ସମ୍ପର୍କୀୟ  ଅଟନ୍ତି – ଅନ୍ୟାନ୍ୟ  ସ୍ଵାଧୀନ  ବ୍ୟକ୍ତି , ଯେଉଁମାନେ  ଘଟଣା  ଦେଖିଥିଲେ, ସେମାନଙ୍କୁ  ମୋକଦ୍ଦମାକାରୀଙ୍କ  ଦ୍ଵାରା  ପରୀକ୍ଷା  କରାଯାଇ  ନଥିଲା – କିଏ  ମୋକଦ୍ଦମାକାରୀ  ସାକ୍ଷୀ  ୧ଙ୍କ  ପ୍ରତି  ଗୁଳି   କରିଥିଲା, ସେ  ସଂବନ୍ଧରେ  ମୋକଦ୍ଦମାକାରୀ  ସାକ୍ଷୀ ନଂ ୧ ଏବଂ  ମୋକଦ୍ଦମାକାରୀ  ସାକ୍ଷୀଙ୍କ  ନଂ – ୧୦ ଙ୍କ  ମଧ୍ୟରେ  ବିରୋଧ   କିମ୍ବା  ପ୍ରଭେଦ  ଅଛି – ‘ ବାଲିଷ୍ଟିକ  ବିଶେଷଜ୍ଞଙ୍କ ’ ବିବରଣୀ , ମୌଖିକ  ସାକ୍ଷୀକୁ  ବିରୋଧ  କରେ – ମାନନୀୟ  ନ୍ୟାୟାଳୟ, ଘଟଣା ସ୍ଥଳୀରେ  ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀଙ୍କର  ଉପସ୍ଥିତିକୁ  ସନ୍ଦେହ  କରି , ଅପିଲକର୍ତ୍ତାଙ୍କୁ  ସନ୍ଦେହର ସୁଯୋଗ ପ୍ରଦାନ କରିଥିଲେ – ବ୍ରିଜିପାଲ ସିଂହ ବନାମ୍  ମଧ୍ୟ ପ୍ରଦେଶ  ରାଜ୍ୟ  ସରକାର - (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୨୦
  62. ଜଣେ  କ୍ଷତ  ଗ୍ରସ୍ତ  ସାକ୍ଷ୍ୟର  ବିଚାର – ଘଟଣା  ସମୟରେ  ଜଣେ ସାକ୍ଷୀର   ଉପସ୍ଥିତିକୁ  ସେହି  ସମସ୍ତ  କ୍ଷତରୁ  ଉଲ୍ଲେଖ  କରାଯାଇପାରେ , ଯାହାକି  ସେହି  ଘଟଣାରେ  ଘଟିଥାଏ – ଜଣେ  କ୍ଷତପ୍ରାପ୍ତ  ସାକ୍ଷୀର  ସାକ୍ଷ୍ୟକୁ  ଆଲୋଚନା  କରାଯାଇଥିଲା  ଏବଂ  ତାଙ୍କର  ମୌଖିକ  ସାକ୍ଷ୍ୟ  ତଥା  ଡାକ୍ତରୀ  ବିବରଣୀ  ଏବଂ  ଜଣେ  ପାରାଲିସସ୍  ରୋଗୀ  ହୋଇ  ଘଟଣା  ସ୍ଥଳୀରେ  ତାଙ୍କର  ଉପସ୍ଥିତିକୁ  ଉଚ୍ଚତମ  ନ୍ୟାୟାଳୟଙ୍କ  ଦ୍ଵାରା  ଅବିଶ୍ଵାସ  କରାଯାଇଥିଲା  - ଦେବଥା  ଭେଙ୍କଟାସ୍ଵାମୀ  ଓରଫ  ରଙ୍ଗାୟା  ବନାମ୍  ମୋକଦ୍ଦମା  ପରିଚାଳନାକାରୀ  (୨୦୦୩) ୨୬ ଓସିଆର୍  (ସୁପ୍ରିମକୋର୍ଟ) – ୫୩୭  ।
  63. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧, ତାଙ୍କର  ସ୍ଵାମୀ  ଉପରେ  ତାଙ୍କର  ଶ୍ଵଶୁର  ଏବଂ  ଏବଂ  ଶଳାଙ୍କ  ଦ୍ଵାରା  ଆକ୍ରମଣ  ସଂବନ୍ଧରେ  ଜଣେ  ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀଭାବେ  ସାକ୍ଷ୍ୟ  ପ୍ରଦାନ  କରିଥିଲେ – ମାନନୀୟ  ନ୍ୟାୟାଳୟ , ସମ୍ଭାବ୍ୟତା  ତଥା  ସାଧାରଣ   ମାନବିକ କାର୍ଯ୍ୟକଳାପର   ଆଲୋକରେ , ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧ଙ୍କ  ସାକ୍ଷ୍ୟକୁ  ପରୀକ୍ଷା  କରିଥିଲେ ଏବଂ  ତାଙ୍କର  ସ୍ଵାମୀ  ଉପରେ  ଆକ୍ରମଣ  ସଂବନ୍ଧରେ  ଜଣେ  ପ୍ରତ୍ୟକ୍ଷଦର୍ଶୀ   ସାକ୍ଷୀ  ଭାବେ  ତାଙ୍କୁ  ବିଶ୍ଵାସ  କରିବା  କଷ୍ଟକର  ବୋଲି  ଦେଖିଥିଲେ – ଯଦିଓ  ମାନବୀୟ  ନ୍ୟାୟାଳୟ , ସେମାନଙ୍କର  ଅପ୍ରାକୃତିକ  କାର୍ଯ୍ୟକଳାପ  ନିମନ୍ତେ  ଅପରାଧି  ବ୍ୟକ୍ତିମାନଙ୍କ  ବିରୁଦ୍ଧରେ  ଦୃଢ  ସନ୍ଦେହ  ପ୍ରକଟ  କରିଥିଲେ , ମାତ୍ର  ଏହା  ଦର୍ଶାଯାଇଥିଲା ଯେ, ତାହା  ଅପରାଧିକୁ  ଦୋଷୀ  ସାବ୍ୟସ୍ତ   କରିବା  ନିମନ୍ତେ  ଯଥେଷ୍ଟ  ନୁହେଁ , ବିଶେଷତଃ  ଯେତେବେଳେ  ତାର  ନିଜ  ବାପା  ଏବଂ  ଭାଇଙ୍କ  ଦ୍ଵାରା  ମୃତକର  ଜୀବନ  ସମାପ୍ତ  କରିବା  ନିମନ୍ତେ  ଦୃଢ  ଉଦ୍ଦେଶ୍ୟ  ବାହାର  କରାଯାଇ  ନଥାଏ – ଦର୍ଶାଯାଇଥିଲା ଯେ , ଖଲାସ  ଆଦେଶକୁ  ଦୃଢୀକରଣ  କରାଯାଉଛି – ଓଡିଶା  ରାଜ୍ୟ  ସରକାର  ବନାମ୍ ବାବାଜୀ  ଚରଣ  ମହାନ୍ତି  ଏବଂ  ଅନ୍ୟ  ଜଣେ -  (୨୦୦୩) ୨୬ ଓସିଆର୍  (ସୁପ୍ରିମକୋର୍ଟ) –  ୮୧୧   ।
  64. ହତ୍ୟା  ମୋକଦ୍ଦମା – କ୍ଷତ ସମ୍ବନ୍ଧରେ  ମୌଖିକ  ସାକ୍ଷ୍ୟ  ଏବଂ  ଡାକ୍ତର  ସାକ୍ଷ୍ୟ – ପାର୍ଥକ୍ୟ  କି  ନୁହେଁ – ଦର୍ଶାଯାଇଥିଲା ଯେ, ଅପିଲକର୍ତ୍ତାଙ୍କ  ନିମନ୍ତେ  ବିଦ୍ଵାନ  ଅଧିବକ୍ତାଙ୍କ  ଦ୍ଵାରା  ଉତ୍ ଥାନ  କରାଯାଇଥିବା  ଯୁକ୍ତି  ଥିଲା ଯେ, ଡାକ୍ତରଙ୍କ  ଦ୍ଵାରା  ଦେଖାଯାଇଥିବା  କ୍ଷତଗୁଡିକ, ମୌଖିକ  ସାକ୍ଷ୍ୟ  ସହିତ  ପୃଥକ୍ ଅଟେ – ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନଙ୍କର  ସାକ୍ଷ୍ୟ  ଏବଂ  ଡାକ୍ତରଙ୍କ  ବିବରଣୀକୁ  ଗଭୀର  ଭାବେ  ଅନୁଧ୍ୟାନ  କଲେ, କୌଣସି  ଦର୍ଶନୀୟ  ପାର୍ଥକ୍ୟ  ଦେଖାଯାଏ  ନାହିଁ  - କେବଳମାତ୍ର  ଏହି  ବିଷୟ  ଯେ, ଆକ୍ରମଣ  ଶରୀରର  ଅନ୍ୟ  ଏକ  ପାର୍ଶ୍ଵରୁ କରାଯାଇଥିଲା, ତାହା  ଏକ  ନଗଣ୍ୟ  ବିଷୟ  ଅଟେ – ଯେତେବେଳେ ତିନିଜଣ  ବ୍ୟକ୍ତି  ଜଣେ  ଲୋକଙ୍କୁ  ଆକ୍ରମଣ  କରନ୍ତି, ସେତେବେଳେ  ସାକ୍ଷୀମାନେ  ପ୍ରାକୃତିକ  ଭାବେ  ବିଚଳିତ  ହୋଇଯାଆନ୍ତି  । ଏହା  ହେଉଛି  ସାଧାରଣ  ମାନବିକ  ଚରିତ୍ର ଏବଂ  ତୁରନ୍ତ  ପ୍ରତିକ୍ରିୟା  ହେଉଛି, ଉତ୍ପିଡିତକୁ  ରକ୍ଷା  କରିବା  ଏବଂ  ଅଧିକ  ଆକ୍ରମଣରୁ, ଆକ୍ରମଣକାରୀମାନଙ୍କୁ  ପ୍ରତିବନ୍ଧିତ  କରିବା – ଏହାହିଁ   ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନଙ୍କ  ଦ୍ଵାରା  କରାଯାଇଥିଲା – ଏହା  କେବଳ  ଯେତେବେଳେ  ଡାକ୍ତରୀ  ସାକ୍ଷ୍ୟ, ମୌଖିକ  ସାକ୍ଷୀକୁ  ସଂପୂର୍ଣ୍ଣଭାବେ  ଅସମ୍ଭବ  କରିଥାଏ, ସେତେବେଳେ  ହିଁ  ନ୍ୟାୟାଳୟ, ସାକ୍ଷ୍ୟର  ସତ୍ୟତାକୁ  ସନ୍ଦେହ   କରିଥାଆନ୍ତି   ଏବଂ  ଅନ୍ୟଥା  ନୁହେଁ – ସୁରୀନ୍ଦର  ସିଂହ  ଏବଂ  ଅନ୍ୟ  ଜଣେ  ବନାମ୍  ଉତ୍ତର  ପ୍ରଦେଶ  ରାଜ୍ୟ  ସରକାର - (୨୦୦୩) ୨୬ ଓସିଆର୍  (ସୁପ୍ରିମକୋର୍ଟ) – ୫୮୩  ।
  65. ପକ୍ଷପାତ  ସାକ୍ଷୀମାନେ - ନିକଟ  ସମ୍ପର୍କୀୟ  - ବିଶ୍ଵାସନୀୟତା – ଦର୍ଶାଯାଇଥିଲା ଯେ, ନିକଟ  ସମ୍ପର୍କୀୟ  ହୋଇଥିବା  ଯୋଗୁ , ସେମାନଙ୍କୁ  ପ୍ରତ୍ୟାଖ୍ୟାନ  କରିବା  କାରଣ  ହୋଇ  ନ ପାରେ  - ପଞ୍ଜାବ  ରାଜ୍ୟ  ସରକାର  ବନାମ୍ ପୋହଲା  ସିଂହ  ଏବଂ  ଅନ୍ୟ  ଜଣେ - (୨୦୦୩) ୨୬ ଓସିଆର୍  (ସୁପ୍ରିମକୋର୍ଟ) –  ୭୯୧।
  66. ଦଣ୍ଡବିଧି  ଆଇନ୍,୧୮୬୦ – ଦଫା  ୩୦୨, ୩୦୨ / ୩୪, ୧୨୦ – ଖ – ସାକ୍ଷୀ – ବିଶ୍ଵାସନୀୟତା – ତିନିଜଣ  ବ୍ୟକ୍ତିଙ୍କର  ମର୍ମନ୍ତୁଦ  ହତ୍ୟା  - ଏକମାତ୍ର  ତ୍ୟକ୍ଷଦର୍ଶୀ  ସାକ୍ଷୀ  ଉକ୍ତ  ପ୍ରତ୍ୟକ୍ଷ ଦର୍ଶୀ  ସାକ୍ଷୀ, ଉଭୟ  ଅପରାଧି  ଏବଂ  ମୃତକ  ସହ  ସମ୍ପର୍କିତ  - ଯେତେଦୂର  ପର୍ଯ୍ୟନ୍ତ  ମୁଖ୍ୟ  ଅପରାଧି  ସଂପୃକ୍ତ, ବିବରଣୀ  ସତ୍ୟ,ଯଥାଯଥ  ଏବଂ  ବିଶ୍ଵାସ  ଯୋଗ୍ୟ  ଅଟେ – ଯାହା  ହେଉନା  କାହିଁକି, ତୃତୀୟ  ଅପରାଧି  ସଂବନ୍ଧରେ, ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧୫ ସ୍ପଷ୍ଟଭାବେ  ଉଲ୍ଲେଖ    କରିଥିଲା ଯେ, ମୁଖ୍ୟ  ଅପରାଧି, ମୃତକର  ପତନ  ଘଟାଇ  ଥିଲା – ଏହାକୁ  ଜିଭର  ଏକ  ତ୍ରୁଟି  ଭାବେ  ଉଚ୍ଚ  ନ୍ୟାୟାଳୟ  ବିବେଚନା  କରିଥିଲେ – ଦର୍ଶାଯାଇଥିଲା ଯେ, ଉଚ୍ଚ  ନ୍ୟାୟାଳୟ  ଏହା  ଉପରେ   ବିଶ୍ଵାସ  କରିବା  ସଠିକ୍  ନଥିଲା – ତୃତୀୟ  ଅପରାଧିକୁ  ଖଲାସ  କରାଯାଇଥିଲା – ମିସ୍  ବନ୍ଦନା ମୁନ୍ଦ୍ରା  ବନାମ୍ ଶ୍ରୀ  ନିବାସ  ଅଗ୍ରୱାଲ  ଓରଫ  ନିୱାସ  ଅଗ୍ରୱାଲ  -  (୨୦୦୩) ୨୬ ଓସିଆର୍  (ସୁପ୍ରିମକୋର୍ଟ) – ୮୦୯
  67. ଗଚ୍ଛିତ  କିମ୍ବା  ମହଜୁତ  ସାକ୍ଷୀମାନେ  - ସାକ୍ଷ୍ୟର   ବିଚାର – କେବଳ ମାତ୍ର  ଏହି  କାରଣ  ଯୋଗୁ   ଯେ, କେବେ  ମୋକଦ୍ଦମାକାରୀ  ସାକ୍ଷୀମାନେ, ମୋକଦ୍ଦମାକାରୀଙ୍କ  ନିମନ୍ତେ  ପୂର୍ବରୁ  ବହୁସଂଖ୍ୟାରେ  ଉପସ୍ଥିତ   ହୋଇଥିଲେ ,ସେପରିସ୍ଥଳେ  ସେମାନଙ୍କର  ସାକ୍ଷ୍ୟକୁ  ମନକୁ  ମନ  ନାକଚ୍  କରାଯିବ  ନାହିଁ, ମାତ୍ର  ଏପରି  ସାକ୍ଷ୍ୟକୁ  ଅତି  ସତର୍କତାର  ସହ  ବିଚାର   କରାଯିବ – ପଞ୍ଜାବ  ରାଜ୍ୟ  ସରକାର  ବନାମ୍  ହରବନ୍ସ  ସିଂହ  ଏବଂ  ଅନ୍ୟ  ଜଣେ - (୨୦୦୩) ୨୬ ଓସିଆର୍  (ସୁପ୍ରିମକୋର୍ଟ) – ୩୦୨  ।
  68. ସାକ୍ଷ୍ୟର  ବିଚାର  - ଅନୁସନ୍ଧାନକାରୀ   ଉଚ୍ଚ  କର୍ମଚାରୀ  ଉଲ୍ଲେଖ  କରିଥିଲେ  ଯେ, ସକାଳ  ୯ଟାରେ ସେ  ଡାକ୍ତରଖାନାରେ, ମୋକଦ୍ଦମାକାରୀ  ସାକ୍ଷୀ  ନଂ – ୧ ଏବଂ ୨ଙ୍କର  ବିବରଣୀକୁ  ଲିପିବଦ୍ଧ  କରିଥିଲେ  - ମୋକଦ୍ଦମାକାରୀ  ସାକ୍ଷୀ ନଂ  ୧ ଏବଂ  ୨ ଉଲ୍ଲେଖ  କରିଥିଲେ  ଯେ, ଯେତେବେଳେ  ସେମାନେ  ଡାକ୍ତରଖାନାକୁ  ୯ଟା  ବେଳେ  ଯାଇଥିଲେ, ସେତେବେଳେ  ସେମାନେ  ସେଠାରେ  ଅନୁସନ୍ଧାନକାରୀ  ଉଚ୍ଚ  କର୍ମଚାରୀଙ୍କୁ  ଦେଖି  ନଥିଲେ – ଏପରିସ୍ଥଳେ, ଅନୁସନ୍ଧାନକାରୀ ଉଚ୍ଚ  କର୍ମଚାରୀ  କିମ୍ବା  ମୋକଦ୍ଦମାକାରୀ  ସାକ୍ଷୀ ନଂ ୧ ଏବଂ ୨ଙ୍କ  ବିବରଣୀ  ମିଥ୍ୟା  ଅଟେ – ଦର୍ଶାଯାଇଥିଲା ଯେ, ଏପରି  ବିରୋଧାତ୍ମକ  କିମ୍ବା  ବିପରୀତ  ବିବରଣୀ, ମୋକଦ୍ଦମାକାରୀଙ୍କ  କ୍ଷତି  ଘଟାଇବ – ରାଜସ୍ଥାନ  ରାଜ୍ୟ  ସରକାର  ବନାମ୍  ତିରନ୍  ସିଂହ  ଏବଂ  ଅନ୍ୟ  ଜଣେ – (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ) – ୪୭୧; ଏଆଇଆର୍, ୨୦୦୪ ସୁପ୍ରିମକୋର୍ଟ – ୧୦୮୦  ।
  69. ସାକ୍ଷ୍ୟର  ବିଚାର – ମୋକଦ୍ଦମାକାରୀ  ସାକ୍ଷୀ  ନଂ ୫ ଉଲ୍ଲେଖ  କରିଥିଲେ  ଯେ, ସେ  ଆବେଦନକାରୀମାନଙ୍କ  ଦ୍ଵାରା  ଲାଠି  ଏବଂ  କୋଦାଳ  ଦ୍ଵାରା  ଆକ୍ରମିତ  ହୋଇଥିଲେ – ମୋକଦ୍ଦମାକାରୀ  ସାକ୍ଷୀ ନଂ ୧ ଏବଂ ୨, ଯେଉଁମାନେ  ମୋକଦ୍ଦମାକାରୀ  ସାକ୍ଷ୍ୟ  ନଂ ୫ଙ୍କର  କନ୍ୟା  ଅଟନ୍ତି, ଯଦିଓ  ଘଟଣାସ୍ଥଳୀରେ  ଆବେଦନକାରୀଙ୍କ  ଉପସ୍ଥିତି   ସଂବନ୍ଧରେ   ଉଲ୍ଲେଖ  କରିଥିଲେ, ମାତ୍ର  ସେମାନେ  ଅସ୍ତ୍ରଶସ୍ତ୍ରରେ  ସଜ୍ଜିତ  ହୋଇଥିବାର  ଦେଖିବା  ବିଷୟ  ଉଲ୍ଲେଖ  କରି  ନଥିଲେ  - ସ୍ଵାଧୀନ  ସାକ୍ଷୀମାନେ  ମୋକଦ୍ଦମାକାରୀଙ୍କ  ଘଟଣାକୁ  ସମର୍ଥନ  କରି  ନଥିଲେ – ଡାକ୍ତର  ଉଲ୍ଲେଖ  କରିଥିଲେ ଯେ, କେତେକ  କ୍ଷତ  ପଡିଯିବା  ଯୋଗୁଁ  ସମ୍ଭବ   ହୋଇପାରେ – ଦର୍ଶାଯାଇଥିଲା ଯେ,ଭାରତୀୟ  ଦଣ୍ଡବିଧି  ଆଇନ୍ ର  ଦଫା  ୩୦୭ ଅନୁଯାୟୀ  ଆବେଦନକାରୀଙ୍କର  ଦୋଷୀ  ସାବ୍ୟସ୍ତତାକୁ  ନାକଚ୍ କରାଯାଇଥିଲା  - ସୁଦର୍ଶନ  ମହଲା  ଏବଂ  ଅନ୍ୟମାନେ  ବନାମ୍  ଓଡିଶା  ରାଜ୍ୟ  ସରକାର -  (୨୦୦୪) ୨୮ ଓସିଆର୍ (ସୁପ୍ରିମକୋର୍ଟ) – ୧୫୧; ୨୦୦୪ (୧) ଓଏଲ୍ ଆର୍ – ୪୦୮  ।
  70. ସାକ୍ଷ୍ୟର ବିଚାର  - ମୋକଦ୍ଦମାକାରୀ  ସାକ୍ଷୀ ନଂ – ୧୦ ଉଲ୍ଲେଖ  କରିଥିଲେ  ଯେ, ଅପିଲକର୍ତ୍ତା  ମୃତକର   ଗଳାକୁ  ତାଙ୍କ  ଗୋଡରେ  ଦବାଉଥିବାର  ସେ  ଦେଖିଛନ୍ତି  - ତା’ପରେ  ମୋକଦ୍ଦମାକାରୀ  ସାକ୍ଷ୍ୟ ନଂ – ୧୦ ଦୁଇ  କିଲୋମିଟର  ଯାତ୍ରା  କରି  ଏ  ବିଷୟ, ମୋକଦ୍ଦମାକାରୀ  ସାକ୍ଷୀ ନଂ – ୯କୁ ସୂଚିତ  କରିଥିଲେ – ଏପରି  ସୂଚିତ  କରିବାପରେ  ଅନ୍ୟାନ୍ୟ  ସାକ୍ଷୀମାନେ  ଆସିଥିଲେ  ଏବଂ  ଅଭିଯୋଗ  କରିଥିଲେ  ଯେ, ଅପିଲକର୍ତ୍ତା ସେ  ପର୍ଯ୍ୟନ୍ତ  ମୃତକର   ଗଳାକୁ  ଦବାଉଥିଲେ – ଏତେ  ଦୀର୍ଘ  ସମୟ  ଧରି  ଅପିଲକର୍ତ୍ତା ମୃତକର  ଗଳା  ଦବାଇବା  ଗଳ୍ପ, ଅସମ୍ଭବ  ବୋଲି  ପ୍ରତୀୟମାନ  ହୁଏ ଏବଂ  ଏହା   ଉପରେ  ଆସ୍ଥା  ସ୍ଥାପନ   କରାଯାଇପାରିବ  ନାହିଁ – ଉତ୍ତମ  ଧାରୁଆ  ବନାମ୍ ଓଡିଶା  ରାଜ୍ୟ  ସରକାର - (୨୦୦୪) ୨୮ ଓସିଆର୍ (ସୁପ୍ରିମକୋର୍ଟ) –  ୬୧୫; ୨୦୦୪ (୧) ଓଏଲ୍ ଆର୍ – ୫୮୬   ।
  71. ସାକ୍ଷ୍ୟର  ବିଚାର – ଅପରାଧି  ଭାବେ  ଅପିଲକର୍ତ୍ତାଙ୍କ  ନାମ  ଉନ୍ମୋଚନ  କରି, ୧୦ / ୬/୨୦୦୩ ରେ  ଏକତାଲା  ଦାଏର  କରାଯାଇଥିଲା – ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନଙ୍କ  ଉପସ୍ଥିତିରେ  ଯେତେବେଳେ  ତଦନ୍ତ  ହେଲା, ସେତେବେଳେ  ଅପିଲକର୍ତ୍ତା  ଉପସ୍ଥିତ  ଥିଲା – ଅନୁସନ୍ଧାନକାରୀ  ଉଚ୍ଚ  କର୍ମଚାରୀ  ମଧ୍ୟ  ଅପରାଧିକୁ  ଦେଖିଥିଲେ ,ଯେତେବେଳେ  ସେ  ଘଟଣାସ୍ଥଳୀକୁ  ୧୦/୬/୨୦୦୩ ରେ  ଆସିଥିଲେ – ଅପରାଧିର  ନାମ  କାହାକୁ  ଜଣା  ନଥିଲା ଏବଂ  ଏତଲାକୁ  ପରେ   ଲିପିବଦ୍ଧ   କରାଯାଇଛି  ଏବଂ  ତା’ ପରେ  ପୂର୍ବ – ସମୟ  ଏବଂ  ପୂର୍ବ  ତାରିଖ  ପ୍ରଦାନ  କରାଯାଇଛି  - ଉତ୍ତମ  ଧାରୁଆ  ବନାମ୍ ଓଡିଶା  ରାଜ୍ୟ  ସରକାର (୨୦୦୪) ୨୮ ଓସିଆର୍ – ୬୧୫; ୨୦୦୪ (୧) ଓଏଲ୍ ଆର୍ – ୫୮୬   ।
  72. ସାକ୍ଷ୍ୟ ବିଚାର – ୧୯୬୧ରେ  ଯେତେବେଳେ  ବାଦୀ ନଂ – ୨ଙ୍କର  ପିତା  ମୃତ୍ୟୁବରଣ  କଲେ, ସେତେବେଳେ  ବାଦୀ ନଂ – ୨ଙ୍କର  ବୟସ  ୫ ରୁ  ୧୮ ବର୍ଷ  ମଧ୍ୟରେ  ଥିଲା – ଉକ୍ତ  ବିକ୍ରୀ  କବଲା  ୧୯୬୮ରେ  ସମ୍ପାଦନ  କରଯାଇଥିଲା – ସେତେବେଳେ  ବାଦୀ  ନଂ – ୨ଙ୍କର  ବୟସ  ୧୪ ରୁ  ୧୫ ବର୍ଷ  ଠାରୁ  ଅଧିକ  ହୋଇ ନଥିବ – ବିଚାରକାରୀ  ନ୍ୟାୟାଳୟଙ୍କ  ରାଏ  ଯେ, ବିକ୍ରୀ  କବଲା  ସମ୍ପାଦନ  ସମୟରେ  ବାଦୀ ନଂ – ୨ ଜଣେ  ନାବାଳକ  ଥିଲେ  ତାହା  ସଠିକ୍  ଅଟେ – ଶ୍ରୀମତୀ  ସୁଦେଷ୍ନା  ପାଢି  ବନାମ୍  ଲୋୟା  ସୁବର୍ଣ୍ଣୋ  ଏବଂ  ଅନ୍ୟମାନେ – ୨୦୦୪ (୧) ସିଏଲ୍ ଆର୍ – ୩୨୨; ୨୦୦୪ (୨) ସିସିସି – ୩୬୫  ।
  73. ରାତିରେ, ଲ୍ୟାମ୍ପ ଦ୍ଵାରା  ଅପିଲକର୍ତ୍ତାଙ୍କର  ଚିହ୍ନଟ  କରାଯାଇଥିଲା  ବୋଲି ପ୍ରତ୍ୟକ୍ଷଦର୍ଶୀ  ସାକ୍ଷୀମାନଙ୍କ  ଦ୍ଵାରା  ଦାବି  କରାଯାଇଥିଲା – ଅପିଲକର୍ତ୍ତା  ଏକ  କଳା  ଲୁଙ୍ଗୀ, କଳା  ସାର୍ଟ  ଏବଂ  ଟୋପି  ପିନ୍ଧିଥିଲେ – ଦର୍ଶାଯାଇଥିଲା ଯେ, ପ୍ରତ୍ୟକ୍ଷଦର୍ଶୀ   ସାକ୍ଷୀମାନଙ୍କ  ସହିତ, ଅପିଲକର୍ତ୍ତା  ନିକଟ  ସମ୍ପର୍କିତ  ହୋଇଥିବାରୁ, ତ୍ରୁଟିପୂର୍ଣ୍ଣ  ଚିହ୍ନଟର  ସମ୍ଭାବନାକୁ  ନାକଚ୍  କରାଯାଉଛି – ମାରୁତୀ  ହୋନ୍ତାଲ  ବନାମ୍ ଓଡିଶା  ରାଜ୍ୟ ସରକାର (୨୦୦୪) ୨୯ ଓସିଆର୍ – ୪୩୩; ୨୦୦୪ (୨) ଓଏଲ୍ ଆର୍ – ୫୮୭   ।
  74. ଡାକ୍ତରୀ  ସାକ୍ଷ୍ୟ  ସହିତ ମୌଖିକ  ସାକ୍ଷ୍ୟ – ସାକ୍ଷୀମାନେ  ଉଲ୍ଲେଖ  କରିଥିଲେ  ଯେ, ଅପିଲକର୍ତ୍ତା, ମୃତକର  ପଠିରେ  ବନ୍ଧୁକ  ରାଖୀ  ଗୁଳି  କରିଥିଲେ – ଡାକ୍ତରୀ  ସାକ୍ଷ୍ୟ, କ୍ଷତ  ସ୍ଥାନର   ଚତୁଃପାର୍ଶ୍ଵରେ   ଚମଡା  ପୋଡିଯିବାର  କୌଣସି  ଚିହ୍ନ  ସମ୍ବନ୍ଧରେ   ସୂଚିତ  କରି  ନଥିଲା – ସେହିପରି  ଭାବେ, ସାକ୍ଷୀମାନେ  ଉଲ୍ଲେଖ   କରିଥିଲେ  ଯେ, ମୃତକ  ପଡିଯିବା  ପରେ, ଅପିଲକର୍ତ୍ତା  ତା’ର ଶରୀର  ଉପରେ   ବସି  ତା’ର  ଗଳା  ଦବାଇ   ତାକୁ  ଶ୍ଵାସରୁଦ୍ଧ  କରି, ହତ୍ୟା  କରିଥିଲା  - ଡାକ୍ତରଙ୍କ  ଦ୍ଵାରା  ଗଳାର  ଚତୁଃପାର୍ଶ୍ଵରେ  କୌଣସି   କ୍ଷତ  ଚିହ୍ନ  ଦେଖାଯାଇନଥିଲା – ଦର୍ଶାଯାଇଥିଲା  ଯେ, ପ୍ରତ୍ୟକ୍ଷଦର୍ଶୀ   ସାକ୍ଷୀମାନଙ୍କର  ବିବରଣୀ  ସନ୍ଦେହଜନକ   ତେ – ବାଦାମ୍  ସିଂହ  ବନାମ୍  ମଧ୍ୟ ପ୍ରଦେଶ  ରାଜ୍ୟ  ସରକାର  – (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ) – ୨୧୧; ଏଆଇଆର୍ ୨୦୦୪ (ସୁପ୍ରିମକୋର୍ଟ) – ୨୬ ।
  75. ଯେତେବେଳେ  ପ୍ରତ୍ୟକ୍ଷଦର୍ଶୀ   ସାକ୍ଷୀଙ୍କ  ବିବରଣୀ  ବିଶ୍ଵାସନୀୟ  ବୋଲି  ଦେଖାଯାଏ, ସେପରି  ସ୍ଥଳେ  ବିକଳ୍ପ  ସମ୍ଭାବନାକୁ  ସୂଚିତ  କରୁଥିବା, ଡାକ୍ତରୀ  ମତକୁ  ସିଦ୍ଧାନ୍ତନୀୟ  ବୋଲି  ଗ୍ରହଣ  କରାଯାଏ  ନାହିଁ  - ଉମାକାନ୍ତ   ରାଏ  ବନାମ୍ ମଦନରାଏ ଏବଂ  ଅନ୍ୟମାନେ – (୨୦୦୪) ୨୭ ଓସିଆର୍ (ସୁପ୍ରିମକୋର୍ଟ) –  ୭୪, ସିଏଲ୍ ଟି ୨୦୦୪ (ସପ୍ଲିମେଣ୍ଟାରୀ) କ୍ରାଇମ୍ସ – ୫୪୨ (ସୁପ୍ରିମକୋର୍ଟ)  ।

‘ଅନୁମାନ କରିପାରିବେ’

ଯେତେବେଳେ  ଏହି  ଆଇନ୍  ଦ୍ଵାରା  ବ୍ୟବସ୍ଥାୟୀତ  ହୋଇଥାଏ ଯେ, ନ୍ୟାୟାଳୟ  କୌଣସି  ବିଷୟ  ଅନୁମାନ  କରିପାରିବେ, ସେତେବେଳେ  ସେ, ଏପରି  ବିଷୟ  ପ୍ରମାଣିତ  ହୋଇଛି ବୋଲି  ବିବେଚନା  କରିବେ, ଯେପର୍ଯ୍ୟନ୍ତ  ତାହା  ଅପ୍ରମାଣିତ  ନହୋଇଛି, କିମ୍ବା  ଏହାକୁ  ପ୍ରମାଣ  କରିବା  ନିମନ୍ତେ ଆହ୍ଵାନ   କରିପାରନ୍ତି ।

‘ନିଶ୍ଚିତଭାବେ  ଅନୁମାନ  କରିବେ’ – ଯେତେବେଳେ  ଏହି  ଆଇନ୍  ଦ୍ଵାରା  ଏହା  ନିର୍ଦ୍ଦେଶିତ ହୋଇଥାଏ ଯେ, ନ୍ୟାୟାଳୟ  କୌଣସି ବିଷୟକୁ  ନିଶ୍ଚିତ  ଭାବେ  ଅନୁମାନ  କରିବେ, ସେତେବେଳେ  ସେ  ଏପରି  ବିଷୟ  ପ୍ରମାଣିତ   ହୋଇଛି, ବୋଲି  ଅନୁମାନ  କରିବେ, ଯେ ପର୍ଯ୍ୟନ୍ତ  ତାହା  ଅପ୍ରମାଣିତ  ନହୋଇଛି   ।

‘ସିଦ୍ଧାନ୍ତନୀୟ  ପ୍ରମାଣ’ - ଯେତେବେଳେ  ଏହି  ଆଇନ୍ ଦ୍ଵାରା  ଗୋଟିଏ  ବିଷୟ, ଅନ୍ୟ  ବିଷୟର  ସିଦ୍ଧାନ୍ତନୀୟ  ପ୍ରମାଣ  ବୋଲି  ଘୋଷିତ   ହୋଇଥାଏ, ସେତେବେଳେ   ନ୍ୟାୟାଳୟ, ଗୋଟିଏ  ବିଷୟର  ପ୍ରମାଣ  ଉପରେ  ଅନ୍ୟଟି  ପ୍ରମାଣିତ  ବୋଲି  ବିବେଚନା  କରିବେ  ଏବଂ  ଏହାକୁ  ଅପ୍ରମାଣିତ  କରିବା  ଉଦ୍ଦେଶ୍ୟରେ  ସାକ୍ଷ୍ୟ  ଦେବାକୁ  ଅନୁମତି  ଦେବେନାହିଁ ।

ଆଧାର – ଦ ଲ ହାଉସ

2.93023255814
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top