অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(ଦଲିଲ୍ ସାକ୍ଷ୍ୟ ସଂବନ୍ଧରେ)

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(ଦଲିଲ୍ ସାକ୍ଷ୍ୟ ସଂବନ୍ଧରେ)

ଦଲିଲ୍ ଗୁଡିକର ବିଷୟବସ୍ତୁର ପ୍ରମାଣ

ଦଲିଲ୍  ଗୁଡିକର  ବିଷୟବସ୍ତୁ, ପ୍ରାଥମିକ  କିମ୍ବା  ଗୌଣ  ସାକ୍ଷ୍ୟ  ଦ୍ଵାରା  ପ୍ରମାଣ   କରାଯାଇପାରେ ।

ପ୍ରାଥମିକ  ସାକ୍ଷ୍ୟ – ପ୍ରାଥମିକ  ସାକ୍ଷ୍ୟ  ଅର୍ଥ  ହେଉଛି, ନ୍ୟାୟାଳୟ  ପରିଦର୍ଶନ  ନିମନ୍ତେ, ଦଲିଲ୍ ଟିକୁ  ଉପସ୍ଥାପନ  କରାଯାଇଥାଏ   ।

ସ୍ପଷ୍ଟିକରଣ – ୧

ଯେଉଁ  ସ୍ଥଳରେ  କୌଣସି  ଦଲିଲକୁ   ବିଭିନ୍ନ  ଅଂଶରେ  ସଂପାଦନ  କରାଯାଇଥାଏ  ସେପରିସ୍ଥଳେ, ଦଲିଲ୍ ର  ପ୍ରତ୍ୟକ  ଅଂଶ, ଦଲିଲ୍ ର  ପ୍ରାଥମିକ  ସାକ୍ଷ୍ୟ  ଅଟେ  ।

ଯେଉଁ  ସ୍ଥଳରେ  କୌଣସି  ଦଲିଲ୍  ପ୍ରତି  ଲିପିରେ  ବା  ଅପରଅଂଶରେ  ସଂପାଦିତ  ହୋଇହାଏ, ଯାହାକି  କେବଳ  ଜଣେ  କିମ୍ବା  କେତେକ  ପକ୍ଷଙ୍କ  ଦ୍ଵାରା  ସଂପାଦିତ  ହୋଇଥାଏ, ସେପରି  ସ୍ଥଳେ ଏପରି  ପ୍ରତ୍ୟକ  ପ୍ରତିଲିପି  ବା  ଅପରାଅଂଶ  ସଂପାଦନ  କରିଥିବା  ପକ୍ଷମାନଙ୍କ  ବିରୁଦ୍ଧରେ, ପ୍ରାଥମିକ  ସାକ୍ଷ୍ୟ  ଅଟେ ।

ସ୍ପଷ୍ଟିକରଣ – ୨

ଯେଉଁ  ସ୍ଥଳରେ  ଗୁଡିଏ  ଦଲିଲ୍  ଗୋଟିଏ  ପଦ୍ଧତିରେ  ପ୍ରସ୍ତୁତି   କରାଯାଇଥାଏ, ସେପରି  ମୁଦ୍ରଣ   କ୍ଷେତ୍ରରେ, ଳିପୋଗ୍ରାଫି  କ୍ଷେତ୍ରରେ  କିମ୍ବା  ଫଟୋଗ୍ରାଫି  କ୍ଷେତ୍ରରେ; ତାହା, ପରିସ୍ଥିତି  ସ୍ଥଳେ  ପ୍ରତ୍ୟକ, ଅବଶିଷ୍ଟ  ବିଷୟ  ବସ୍ତୁର  ପ୍ରାଥମିକ  ସାକ୍ଷ୍ୟ ଅଟେ; ମାତ୍ର  ଯେଉଁ  ସ୍ଥଳରେ  ସେଗୁଡିକ  ଏକ  ସାଧାରଣ  ମୂଳ  ଲେଖାର  ନକଲ  ହୋଇଥାଏ,ସେପରି  ସ୍ଥଳେ  ସେଗୁଡିକ  ମୂଳଲେଖାର  ବିଷୟବସ୍ତୁର  ପ୍ରାଥମିକ  ସାକ୍ଷ୍ୟ  ହୋଇନଥାଏ   ।

ଉଦାହାରଣ

ଜଣେ  ବ୍ୟକ୍ତିଙ୍କ  ଦଖଲରେ  ଗୁଡିଏ  ପ୍ରାଚୀର  ପତ୍ରନଥିବାର  ଦର୍ଶାଯାଇଥିଲା, ଯେଉଁ  ଗୁଡିକ  ଗୋଟିଏ   ମୂଳ ଲେଖାରୁ  ଏକ  ସମୟରେ  ମୁଦ୍ରଣ   କରାଯାଇଥିଲା  ।  ଉକ୍ତ  ପ୍ରାଚୀର  ପତ୍ର  ମଧ୍ୟରେ  ଯେ  କୌଣସି  ଗୋଟିଏ  ଅନ୍ୟ  ଏକ  ଯେ  କୌଣସିଟିର  ବିଷୟବସ୍ତୁର  ପ୍ରାଥମିକ   ସଖ୍ୟ  ଅଟେ; ମାତ୍ର  ସେଗୁଡିକ  ମଧ୍ୟରୁ   କୌଣସି  ମୂଳଲେଖାର  ବିଷୟବସ୍ତୁର  ପ୍ରାଥମିକ  ସାକ୍ଷ୍ୟ  ନୁହେଁ  ।

ଗୌଣ ସାକ୍ଷ୍ୟ

ଗୌଣ  ସାକ୍ଷ୍ୟର  ଅର୍ଥ  ଏବଂ  ଏହା  ଅନ୍ତର୍ଭୁକ୍ତ  କରେ : -

  1. ଏତତ୍ ପରେ  ଧାରିତ  ବ୍ୟବସ୍ଥାବଳୀ  ଅନୁଯାୟୀ  ପ୍ରଦାନ  କରାଯାଇଥିବା  ପ୍ରମାଣିତ  ନକଲ;
  2. ଯାନ୍ତ୍ରିକ  ପଦ୍ଧତିରେ, ମୂଳଲେଖାରୁ  କରାଯାଇଥିବା  ନକଲ, ଯାହାକି  ନକଲର  ସଠିକତାକୁ   ନିଶ୍ଚିତ  କରେ ଏବଂ  ଏପରି  ନକଲ  ଗୁଡିକରୁ  ଉଲାନ  କରାଯାଇଥିବା  ବା  ମିଳାଯାଇଥିବା  ନକଲ  ଗୁଡିକ;
  3. ମୂଳ ଲେଖାରୁ    କରାଯାଇଥିବା  ନକଲ, ନକ୍ସାର   ବ୍ଲୁପ୍ରିଣ୍ଟ  କିମ୍ବା  ଏଥିରୁ  ମିଲାଯାଇଥିବା  ନକଲ;
  4. ପକ୍ଷମାନଙ୍କ  ବିରୁଦ୍ଧରେ  ଦଲିଲଗୁଡିକର  ଅପରାଙ୍ଗ, ଯେଉଁମାନେ  କି  ସେଗୁଡିକ  ସଂପାଦନ   କରିଥିଲେ;
  5. କୌଣସି  ବ୍ୟକ୍ତି, ଯେକି  ଏହା  ନିଜେ  ଦେଖିନାହାନ୍ତି, ତାଙ୍କ  ଦ୍ଵାରା  କୌଣସି  ଦଲିଲର  ବିଷୟବସ୍ତୁ  ଉପରେ ବିବରଣୀ  ।

ଉଦାହରଣ

  • କୌଣସି  ମୂଳ  ଫଟୋଗ୍ରାଫ, ଏହାର ବିଷୟବସ୍ତୁର  ଗୌଣ  ସାକ୍ଷ୍ୟ  ଅଟେ, ଯଦିଓ  ଉକ୍ତ  ଦୁଇଟିକୁ  ତୁଳନା  କରାଯାଇ  ନଥାଏ, ଯଦି  ଏହା  ପ୍ରମାଣ  କରାଯାଏ ଯେ, ଫଟୋଗ୍ରାଫ  କରାଯାଇଥିବା  ବସ୍ତୁ, ମୂଳ  ଅଟେ  ।
  • ନକଲକାରୀ  ଯନ୍ତ୍ରଦ୍ଵାରା  କରାଯାଇଥିବା  କୌଣସି  ପତ୍ରର  ନକଲ  ସହିତ  ତୁଳନା  କରାଯାଇଥିବା  କୌଣସି  ନକଲ, ଉକ୍ତ  ପତ୍ରର  ଏକ  ଗୌଣ  ସାକ୍ଷ୍ୟ  ଅଟେ; ଯଦି  ଏହା  ଦର୍ଶାଯାଏ ଯେ ନକଲକାରୀ  ଯନ୍ତ୍ରରୁ  କରାଯାଇଥିବା  ନକଲ, ମୂଳ  ପତ୍ରରୁ  କରାଯାଇଥିଲା ।

ପ୍ରାଥମିକ ସାକ୍ଷ୍ୟଦ୍ଵାରା ଦଲିଲ ଗୁଡିକର ପ୍ରମାଣ

ଏତତ୍  ପରେ  ଉଲ୍ଲେଖିତ  ବିଷୟ  ଗୁଡିକ  ବ୍ୟତୀତ, ଦଲିଲ  ଗୁଡିକୁ  ନିଶ୍ଚିତଭାବେ  ପ୍ରାଥମିକ  ସାକ୍ଷ୍ୟ  ଦ୍ଵାରା  ପ୍ରମାଣ  କରାଯିବ ।

ଟିପ୍ପଣୀ

ପ୍ରାଥମିକ  ସାକ୍ଷ୍ୟ  ଦ୍ଵାରା  ଦଲିଲର  ପ୍ରମାଣ – ସତ୍ତ୍ଵର  ପ୍ରମାଣ – ଚକବନ୍ଦୀ  ବିଷୟ  ପ୍ରମାଣ  କରିବା  ନିମନ୍ତେ, ରାଜସ୍ୱ  ନଥିର  ପ୍ରମାଣିତ  ନକଲ  ଉପସ୍ଥାପନ  କରାଯାଇଥିଲା – ଏହା  ଗ୍ରହଣୀୟ  ଅଟେ – ଚକବନ୍ଦୀର  ଆଦେଶ  ଏକ  ପ୍ରାଥମିକ  ସାକ୍ଷ୍ୟ  ହୋଇଥିବାରୁ, ଉପସ୍ଥାପନା  କରାଯିବ – ବୁଟୁ  ନାଏକ  ଏବଂ  ଅନ୍ୟମାନେ  ବନାମ୍  ସରସ୍ଵତୀ  ଦେବୀ – ଏଆଇଆର୍ ୧୯୯୮ ଓଡିଶା – ୧୧୯ ।

ସେହି  ସମସ୍ତ  ମୋକଦ୍ଦମା, ଯେଉଁଥିରେ  ଦଲିଲ୍ ସଂବନ୍ଧୀୟ  ଗୌଣ  ସାକ୍ଷ୍ୟ  ପ୍ରଦାନ  କରାଯାଇପାରେ

ନିମ୍ନଲିଖିତ  ମୋକଦ୍ଦମା  ଗୁଡିକରେ, କୌଣସି  ଦଲିଲ୍  ସ୍ଥିତି, କିମ୍ବା  ବିଷୟବସ୍ତୁ   ସଂବନ୍ଧରେ  ଗୌଣ  ସାକ୍ଷ୍ୟ  ପ୍ରଦାନ  କରାଯାଇପାରେ   ।

  1. ଯେତେବେଳେ  ମୂଳଟି, ବା  ମୂଳ  ଲେଖା, ଦଖଲରେ  କିମ୍ବା  କ୍ଷମତାରେ  ଥିବାର  ଦର୍ଶାଯାଇଥାଏ କିମ୍ବା  ପ୍ରତୀତ  ହୁଏ  ।
  2. ସେହି  ବ୍ୟକ୍ତିର, ଯାହାଙ୍କ  ବିରୁଦ୍ଧରେ  ଦଲିଲ୍ ଟି  ପ୍ରମାଣ  କରାଯିବାକୁ  ଥାଏ, କିମ୍ବା

    କୌଣସି  ବ୍ୟକ୍ତି, ଯେକି  ନ୍ୟାୟାଳୟର  କର୍ତ୍ତୃତ୍ଵ  ବାହାରେ  ଅଛନ୍ତି  କିମ୍ବା  ନ୍ୟାୟାଳୟର  ଆଦେଶିକା  ବାହାରେ  ଅଛନ୍ତି; କିମ୍ବା  କୌଣସି  ବ୍ୟକ୍ତିର, ଯେକି  ଏହା  ଉପସ୍ଥାପନ  କରିବା  ନିମନ୍ତେ  ଆଇନତଃ   ବାଧ୍ୟ  ଅଟନ୍ତି;

    ଏବଂ  ଯେତେବେଳେ, ଦଫା  ୬୬ରେ  ଉଲ୍ଲେଖିତ  ସୂଚନା  ପରେ, ଏପରି  ବ୍ୟକ୍ତି  ତାହା  ଉପସ୍ଥାପନା  କରନ୍ତି  ନାହିଁ ।

  3. ଯେତେବେଳେ  ମୂଳ  ଲେଖାର  ସ୍ଥିତି  ଅବସ୍ଥା  କିମ୍ବା  ବିଷୟବସ୍ତୁ, ଉକ୍ତ  ବ୍ୟକ୍ତି  ଦ୍ଵାରା  ଲିଖିତ  ଆକାରରେ  ସ୍ଵୀକାର  କରାଯାଇଛି  ବୋଲି  ପ୍ରମାଣିତ  ହୋଇଥାଏ, ଯାହାଙ୍କ  ବିରୁଦ୍ଧରେ  କିମ୍ବା  ସ୍ଵାର୍ଥ  ନିହିତ  ତାଙ୍କର  ପ୍ରତିନିଧିଙ୍କ  ବିରୁଦ୍ଧରେ  ପ୍ରମାଣିତ  ହୋଇଥାଏ ।
  4. ଯେତେବେଳେ  ମୂଳ  ଲେଖାଟି  ନଷ୍ଟ  ହୋଇଥାଏ  କିମ୍ବା ହଜି  ଯାଇଥାଏ, କିମ୍ବା  ଯେତେବେଳେ  ଏହାର  ବିଷୟବସ୍ତୁର   ସାକ୍ଷ୍ୟପ୍ରଦାନ  କରୁଥିବା  ପକ୍ଷ  ତାଙ୍କର  କୌଣସି  ଖିଲାପ  ବା  ଅବହେଳା  ବିନା, ତାହାକୁ  ଯଥାଯଥ  ବସ୍ତୁର  ଉପସ୍ଥାପନ  କରିପାରନ୍ତି  ନାହିଁ;
  5. ଯେତେବେଳେ  ମୂଳଟି  ଏପରି  ପ୍ରକୃତିର  ହୋଇଥାଏ ଯେ, ତାହା  ସହଜରେ  ଘୁଞ୍ଚାଯାଇପାରେ  ନାହିଁ,
  6. ଯେତେବେଳେ  ମୂଳଟି, ଦଫା  ୭୪ର  ଅର୍ଥାନୁଯାୟୀ  ଏକ  ସର୍ବସାଧାରଣ  ଦଲିଲ୍  ହୋଇଥାଏ;
  7. ଯେତେବେଳେ  ମୂଳଟି, କୌଣସି  ଦଲିଲର  ହୋଇଥାଏ, ଯାହାର  ଏକ  ପ୍ରମାଣିତ  ନକଲ  ଏହି  ଆଇନ କିମ୍ବା  [ଭାରତରେ] ବଳବତ୍ତର  ଥିବା  ଅନ୍ୟ  କୌଣସି  ଆଇନ୍ ଦ୍ଵାରା  ସାକ୍ଷ୍ୟ  ଭାବେ  ପ୍ରଦାନ  କରାଯିବା  ନିମନ୍ତେ  ଅନୁମୋଦିତ  ଅଟେ;
  8. ଯେତେବେଳେ  ମୂଳଟି, ଅନ୍ୟାନ୍ୟ  ଦଲିଲର  ବିଭିନ୍ନ  ବିବରଣୀ  ଧାରଣ  କରିଥାଏ, ଯାହାକି  ସୁବିଧାଜନକ  ଭାବେ  ନ୍ୟାୟାଳୟରେ  ପରୀକ୍ଷା  କରାଯାଇପାରିବ  ନାହିଁ  ଏବଂ  ଯେଉଁ  ବିଷୟ  ପ୍ରମାଣ   କରାଯିବ, ତାହା  ସମୁଦାଯ  ସଂଗ୍ରହର  ସାଧାରଣ   ଫଳ  ବା  ପରିଣତି   ଅଟେ ।
    • ‘କ’,‘ଗ’ ଏବଂ ‘ଘ’ କ୍ଷେତ୍ରରେ, ଦଲିଲର   ବିଷୟବସ୍ତୁ  ଉପରେ  ଯେକୌଣସି  ଗୌଣ  ସାକ୍ଷ୍ୟ, ଗ୍ରହଣୀୟ  ଅଟେ।
    • ‘ଖ’ କ୍ଷେତ୍ରରେ, ଲିଖିତ ସ୍ଵୀକାରୋକ୍ତି  ଗ୍ରହଣୀୟ   ଅଟେ ।
    • ‘ଙ’ ଏବଂ ‘ଚ’ କ୍ଷେତ୍ରରେ, ଦଲିଲର  କୌଣସି  ପ୍ରମାଣିତ  ନକଲ, ମାତ୍ର  ଅନ୍ୟ  କୌଣସି  ପ୍ରକାର  ଗୌଣ  ସାକ୍ଷ୍ୟ  ନୁହେଁ, ଗ୍ରହଣୀୟ  ଅଟେ  ।
    • ‘ଛ’ କ୍ଷେତ୍ରରେ, କୌଣସି  ବ୍ୟକ୍ତିଦ୍ଵାରା, ଦଲିଲ୍  ଗୁଡିକର  ସାଧାରଣ ପରିଣତି  ଉପରେ ସାକ୍ଷ୍ୟ  ପ୍ରଦାନ  କରାଯାଇପାରେ, ଯେକି  ସେଗୁଡିକୁ  ପରୀକ୍ଷା  କରିଥାଆନ୍ତି ଏବଂ  ଯେକି  ଏପରି  ଦଲିଲ  ଗୁଡିକୁ  ପରୀକ୍ଷା  କରିବାରେ  ନିପୁଣ  ଅଟନ୍ତି ।

ଟିପ୍ପଣୀ

ଗୌଣ  ସାକ୍ଷ୍ୟ : ଗୌଣ  ସାକ୍ଷ୍ୟ  - ଏହି  କାରଣ  ଉପରେ  ରାଏର  ସାଧାରଣ  ନକଲ  ଦାଖଲ  କରି , ଯେଉଁସ୍ଥଳରେ  ବାଦୀ  କିମ୍ବା  କୌଣସି  ପକ୍ଷ  ସାକ୍ଷ୍ୟ  ପ୍ରଦାନ  କରେ, ଯେ, ମୂଳ  ତଥା  ପ୍ରମାଣିତ  ନକଲ  ହଜି  ଯାଇଛି , ସେପରିସ୍ଥଳେ  ଏପରି  ସାଧାରଣ  ନକଲ  ସାକ୍ଷ୍ୟରେ  ଗ୍ରହଣୀୟ  ଅଟେ । ଯେତେଦୂର  ସମ୍ଭବ  ପ୍ରତିବାଦୀ  ବିଦ୍ୟମାନ  ମୋକଦ୍ଦମାରେ, ବାଦୀର  ଯୁକ୍ତିକୁ  ମନ  କରେ  ନାହିଁ – ମାରୱାରୀ  କୁମ୍ଭାର ଏବଂ  ଅନ୍ୟମାନେ  ବନାମ୍  ଭଗୱାନ  ପୁରୀ  ଗୁରୁ  ଗଣେଶ  ପୁରୀ  ଏବଂ  ଅନ୍ୟ  ଜଣେ  ୨୦୦୦ (୨) ଓଏଲ୍ଆର୍  (ସୁପ୍ରିମକୋର୍ଟ) – ୫୪୭  ।

ଦଫା ୬୫ – ଚିଠିର  ଫଟୋ  ନକଲ – ସାକ୍ଷ୍ୟରେ  ଗ୍ରହଣୀୟ  ହେବ  କି – ଅଭିଯୋଗ  ଥିଲା  ଚିଠିଟି  ସ୍ତ୍ରୀଙ୍କ  ଦ୍ଵାରା ତାଙ୍କ  ବାପାଙ୍କୁ  ଲେଖାଯାଇଥିଲା – ଉକ୍ତ  ଚିଠିକୁ  ବାପାଙ୍କ   ନିକଟରୁ  ମଗାଯାଇଥିଲା – ଯିଏକି  ଏହାର  ବିଦ୍ୟମାନତାକୁ   ନେଇ  ବିବାଦ  ଉଠାଇଥିଲେ – ପରିବାର  ଅଦାଲତ  ଏପରିକି  ଉଚ୍ଚନ୍ୟାୟାଳୟ ମତବ୍ୟକ୍ତ  କଲେ ଯେ ଯେତେବେଳେ  ଚିଠିଟି  ତାଙ୍କ  ଦଖଲରେ  ଥିଲା  ସେ  ତାକୁ  ଉପସ୍ଥାପନ  କଲେ  ନାହିଁ – ଏହାକୁ   ଗୌଣ   ସାକ୍ଷ୍ୟ  ରୂପେ  ବିଚାର   କରାଯିବ – ଏହା  ସେପରିକି  ନୁହେଁ  ଚିଠିର   ଫଟୋ  ନକଲ  ସାକ୍ଷ୍ୟଭାବେ  ଗ୍ରହଣ  କରାଯିବ କି – ଦର୍ଶାଯାଇଥିଲା – ନୁହେଁ  । ଇୟଶ୍ରୀ  ବନାମ୍  ଇୟୁ . ଶ୍ରୀନିବାସ : (୨୦୧୩) (i)ସି.ଏଲ୍.ଆର (ଏସ.ସି) ୨୧୨ : (୨୦୧୩) (i) ଓଏଲ୍ଆର୍ (ଏସ୍.ସି) ୯୦୫ ୧୧୬ (୨୦୧୩) ସି.ଏଲ୍ .ଟି  ୩୫ (ଏସ.ସି)

୬୫ –କ – ବୈଦ୍ୟୁତିକ  ନଥି  ସଂବନ୍ଧରେ  ସାକ୍ଷ୍ୟ  ନିମନ୍ତେ  ବିଶେଷ  ବ୍ୟବସ୍ଥାବଳୀ :ଦଫା  ୬୫ – ‘କ’ ବ୍ୟବସ୍ଥାବଳୀ  ଅନୁଯାୟୀ, ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  ନଥିପତ୍ରର  ବିଷୟ  ବସ୍ତୁକୁ  ପ୍ରମାଣ  କରାଯାଇପାରେ  ।

୬୫ – ଖ – ବୈଦ୍ୟୁତିକ  ନଥିର  ଗ୍ରହଣୀୟତା : -

  1. ଏହି  ଆଇନ୍ରେ  ଧାରୀତ  ଯେ  କୌଣସି  ବ୍ୟବସ୍ଥା  ସତ୍ତ୍ୱେ,କୌଣସି  ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  କୌଣସି  ନଥିରେ   ଥିବା  କୌଣସି  ତଥ୍ୟ, ଯାହାକି   କୌଣସି  କାଗଜରେ  ଛପାଯାଇଥାଏ, ଗଚ୍ଛିତ  ରଖାଯାଇଥାଏ, ନଥିଯୁକ୍ତ  କରାଯାଇଥାଏ କିମ୍ବା  କୌଣସି  କମ୍ପ୍ୟୁଟର  ଦ୍ଵାରା  ଚୁମ୍ବକୀୟ  ମାଧ୍ୟମରେ   ନକଲ୍  କରାଯାଇଥାଏ (ଏତତ୍ ପରେ  କମ୍ପ୍ୟୁଟର  ଉତ୍ପାଦନ  ଭାବେ  ଉଲ୍ଲେଖିତ),ତାହାକୁ  ମଧ୍ୟ  ଏକ  ଦଲିଲ୍ ଭାବେ  ଧରାଯିବ, ଯଦି  ତଥ୍ୟ  ଏବଂ  ପ୍ରଶ୍ନଗତ  କମ୍ପ୍ୟୁଟର  ସଂବନ୍ଧରେ  ଏହି  ଦଫାରେ   ଉଲ୍ଲେଖିତ  ସର୍ତ୍ତାବଳୀଗୁଡିକୁ  ପରିପୂରଣ  ହୋଇଥାଏ  ଏବଂ  ତାହା, ଅନ୍ୟ  କୌଣସି  ପ୍ରମାଣ  କିମ୍ବା  ମୂଳ  ଦଲିଲ୍  ଉପସ୍ଥାପନ  ବ୍ୟତୀତ, କୌଣସି  ମୂଳ  ଦଲିଲ୍  ବିଷୟ  ବସ୍ତୁର   ସାକ୍ଷ୍ୟ  ଭାବେ   ଗ୍ରହଣୀୟ  ହେବ ।
  2. କୌଣସି  କମ୍ପ୍ୟୁଟର  ଉତ୍ପାଦନ  ସଂବନ୍ଧରେ  ଉପ – ଦଫା (୧)ରେ  ଉଲ୍ଲେଖିତ  ସର୍ତ୍ତାବଳୀ  ନିମନପରକାର  ହେବ, ଯଥା : -
    • ଏପରି  ତଥ୍ୟ  ଧାରଣ   କରିଥିଆ  କମ୍ପ୍ୟୁଟର  ଉତ୍ପାଦନ, ସେହି  ସମୟରେ  କମ୍ପ୍ୟୁଟର  ଦ୍ଵାରା  ପ୍ରସ୍ତୁତି  କରାଯାଇଥିବ  ଯେତେବେଳେ  କି  କୌଣସି  ନିୟମିତ  କାର୍ଯ୍ୟକଳାପକୁ  ସଂରକ୍ଷିତ  କରିବା  ନିମନ୍ତେ  ତାହା  ନିୟମିତ  ଭାବେ  ବ୍ୟବହୃତ  ହେଉଥିଲା ଏବଂ  ତାହା  ସେହି  ବ୍ୟକ୍ତି / ବ୍ୟକ୍ତିମାନଙ୍କ  ଦ୍ଵାରା  ବ୍ୟବହାର  କରାଯାଉଥିଲା, ଯାହାଙ୍କର  ଏପରି  କମ୍ପ୍ୟୁଟର  ଉପରେ  ବୈଧ  ନିୟନ୍ତ୍ରଣ  ଥିଲା;
    • ଉକ୍ତ  ସମୟ  ମଧ୍ୟରେ, ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  ନଥିପତ୍ରରେ  ଧାରୀତ  ସେହି  ପ୍ରକାର  ତଥ୍ୟ  କିମ୍ବା  ଯେଉଁଠି  ଏପରି  ତଥ୍ୟ   ଆହରଣ  କରାଯାଇଛି, ସେହି  ପ୍ରକାର  ଧାରୀତ  ତଥ୍ୟ  ନିୟମିତ  ଭାବେ, ଏପରି  କାର୍ଯ୍ୟକଳାପ  ସମୟରେ, କମ୍ପ୍ୟୁଟରକୁ  ଯୋଗାଇ  ଦିଆଯାଉଥିଲା;
    • ଉକ୍ତ  ସମୟରେ, ସମୁଦାୟ  ଉପାଦେୟ  ସମୟ  ମଧ୍ୟରେ  କମ୍ପ୍ୟୁଟର ବି  ଉପଯୁକ୍ତ  ଭାବେ  କାର୍ଯ୍ୟ  କରୁଥିଲା; କିମ୍ବା  କାର୍ଯ୍ୟ   କରୁନଥାଏ, ତାହେଲେ  କୌଣସି  ସମୟ  ସଂବନ୍ଧରେ  ଯେତେବେଳେ  ଏହା  ଉପଯୁକ୍ତ  ଭାବେ କାର୍ଯ୍ୟକରୁନଥାଏ  କିମ୍ବା  ସେହି  ସମୟରେ, କାର୍ଯ୍ୟକ୍ରମରୁ  ରହିତ  ହୋଇଥାଏ, ଏବଂ  ତାହା  ଏପରି  ହୋଇନଥାଏ ଯେ, ତାହା, ବୈଦ୍ୟୁତିକ  କୌଶଳ  ଉପାୟରେ  ପ୍ରସ୍ତୁତ  ଏପରି  ନଥି  କିମ୍ବା  ଏହାର  ବିଷୟ  ବସ୍ତୁକୁ   ପ୍ରଭାବିତ  କରେ, ଏବଂ
    • ଯେଉଁ  ସ୍ଥଳରେ, କୌଣସି  ସମୟରେ  ନିୟମିତଭାବେ  ପରିଚାଳନା  କରାଯାଉଥିବା  କୌଣସି  କାର୍ଯ୍ୟକଳାପ  ଉଦ୍ଦେଶ୍ୟରେ  ତଥ୍ୟକୁ  ଗଚ୍ଛିତ  ରଖିବା  କାର୍ଯ୍ୟ,ଯାହାକି  ଉପ – ଦଫା (୨) ର  ଧାରା  (କ) ରେ  ଉଲ୍ଲେଖ  କରାଯାଇଛି, ଯଦି  ତାହା : -
      • କେତେଗୁଡିଏ କମ୍ପ୍ୟୁଟର  ସମ୍ମିଶ୍ରଣ  ଦ୍ଵାରା, ଯାହାକି  ସେହି  ସମୟରେ  ଏପରି  କାର୍ଯ୍ୟ  କରୁଥାଏ; କିମ୍ବା
      • ବିଭିନ୍ନ  କମ୍ପ୍ୟୁଟର  ଦ୍ଵାରା, ଯାହାକି  ଗୋଟିକ  ପରେ  ଗୋଟିଏ, ସେହି  ସମୟରେ  କାର୍ଯ୍ୟକରୁଥାଏ, କିମ୍ବା
      • ବିଭିନ୍ନ  କମ୍ପ୍ୟୁଟର  ସମ୍ମିଶ୍ରଣ ଦ୍ଵାରା, ଯାହାକି  ଗୋଟିକ  ପରେ  ଗୋଟିଏ, ସେହି ସମୟରେ କାର୍ଯ୍ୟକରୁଥାଏ  କିମ୍ବା
      • ଅନ୍ୟ  କୌଣସି  ଉପାୟରେ  ଯାହାକି  ସେହି  ସମୟରେ  ପରେ  ପରେ  ବ୍ୟବହାର   କରାଯାଉଥିବା   କମ୍ପ୍ୟୁଟର  ଅନ୍ତର୍ଭୁକ୍ତ  କରେ, ତାହା  ଯେଉଁ  କ୍ରମାନ୍ଵୟରେ  ବ୍ୟବହାର  କରାଯାଉଥାଉ  ଏବଂ  ଗୋଟିଏ  କିମ୍ବା  କମ୍ପ୍ୟୁଟର  ବ୍ୟବହାର  କରାଯାଉଥାଉ;

    ସେହି  ସମୟରେ  ସେହି  ଉଦ୍ଦେଶ୍ୟରେ  ବ୍ୟବହୃତ  ସମସ୍ତ  କମ୍ପ୍ୟୁଟର, ଏହି  ଦଫାର  ଉଦ୍ଦେଶ୍ୟରେ  ଗୋଟିଏ  କମ୍ପ୍ୟୁଟର  ଗଠନ  କରୁଛି ବୋଲି  ଧରାଯିବ  ଏବଂ  ଏହି  ଦଫାରେ, କମ୍ପ୍ୟୁଟର  ପ୍ରତି  ଯେ କୌଣସି  ଉଲ୍ଲେଖକୁ, ସେହି  ଅନୁଯାୟୀ  ବାଖ୍ୟା  କରାଯିବ;

  3. କୌଣସି  କାର୍ଯ୍ୟାନୁଷ୍ଠାନରେ, ଯେଉଁ  ସ୍ଥଳରେ  ଏହି  ଦଫା  ଅନୁଯାୟୀ, ସାକ୍ଷ୍ୟରେ  କୌଣସି  ବିବରଣୀ  ପ୍ରଦାନ  କରିବା  ଆବଶ୍ୟକ; ନିମ୍ନଲିଖିତ  କୌଣସି  କାର୍ଯ୍ୟକରୁଥିବା  କୌଣସି  ପ୍ରମାଣ  ପତ୍ର, ଅର୍ଥାତ୍ : -
    • ଏପରି  ବିବରଣୀ  ଧାରଣ  କରିଥିବା  ଏବଂ  କେଉଁ  ଉପାୟରେ  ବା  ପଦ୍ଧତିରେ  ତାହା  ଉପାସ୍ଥାପନ କରାଯାଇଛି, ସେପରି   ବୈଦ୍ୟୁତିକ  କୌଶଳ  ଉପାୟରେ  ପ୍ରସ୍ତୁତ  ନଥିକୁ  ଚିହ୍ନଟ  କରିବା;
    • ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  ନଥିର  ଉପସ୍ଥାପନରେ  ଅନ୍ତର୍ଭୁକ୍ତ  କୌଣସି  ଏପରି  କୌଶଳର  ଉପସ୍ଥାପନ  ବା  ପ୍ରଦାନ  ଯାହାକି  ଏହା  ଦର୍ଶାଇବା   ନିମନ୍ତେ  ଉପଯୁକ୍ତ  ହେବ  ଯେ, ଏପରି  ବୈଦ୍ୟୁତିକ  କୌଶଳ  ବା  ଉପାୟରେ  ପ୍ରସ୍ତୁତ  ନଥି, କୌଣସି  କମ୍ପ୍ୟୁଟର  ଦ୍ଵାରା  ପ୍ରସ୍ତୁତ   କରାଯାଇଥିଲା;
    • ଏପରି  କୌଣସି  ବିଷୟ  ବିଚାର  କରିବା, ଯେଉଁଥିପ୍ରତି,ଉପଦଫା  (୨) ରେ  ଉଲ୍ଲେଖିତ  ସର୍ତ୍ତାବଳୀ ସମ୍ପୃକ୍ତ;

    ଏବଂ  ଉକ୍ତ  କୌଶଳ  ପରିଚାଳନା  କରିବାରେ  ସମ୍ପୃକ୍ତ  ଏବଂ  ଦାୟୀତ୍ଵ  ସମ୍ପନ୍ନ  କାର୍ଯ୍ୟାଳୟ  ଧାରଣା  କରିଥିବା  କୌଣସି  ବ୍ୟକ୍ତିଙ୍କ  ଦ୍ଵାରା  ତାହା  ସ୍ଵାକ୍ଷରିତ  ବୋଲି  ଧରାଯିବ   କିମ୍ବା  ଉପାଦେୟ  କାର୍ଯ୍ୟକଳାପର  ପରିଚାଳନାରେ  ଥିବା  ବ୍ୟକ୍ତି  (ତନ୍ମଧ୍ୟରୁ  ଯେଉଁଟି  ଉପଯୁକ୍ତ), ତାହା  ପ୍ରମାଣ  ପତ୍ରରେ  ଉଲ୍ଲେଖ  ଥିବା  କୌଣସି  ବିଷୟ  ପ୍ରତି  ସାକ୍ଷ୍ୟ  ହେବ, ଏବଂ  ଏହି  ଉପ – ଦଫାର  ଉଦ୍ଦେଶ୍ୟରେ, ଏହା  ଯଥେଷ୍ଟ  ହେବ  ଯଦି  ଏପରି  ଉଲ୍ଲେଖ  କରୁଥିବା  ବ୍ୟକ୍ତିର  ଜ୍ଞାତ  ସାରରେ   ଏବଂ  ବିଶ୍ଵାସରେ  ତାହା  ଥାଏ  ।

  4. ଏହି  ଦଫା  ଉଦ୍ଦେଶ୍ୟରେ : -
    • କୌଣସି  କମ୍ପ୍ୟୁଟର  ଦ୍ଵାରା  ତଥ୍ୟ  ପ୍ରଦାନ  କରାଯାଇଛି ବୋଲି  ଧରାଯିବ, ଯଦି  ତାହା  ଉପଯୁକ୍ତ  ଆକାରରେ   ସେଥିରେ  ପ୍ରଦାନ  କରାଯାଇଥାଏ  ଏବଂ  ଏପରି  ଭାବେ  କିମ୍ବା(କୌଣସି  ବ୍ୟକ୍ତିର  ହସ୍ତକ୍ଷେପ  କିମ୍ବା  ବିନା ହସ୍ତକ୍ଷେପରେ ) କୌଣସି  ଉପଯୁକ୍ତ  ଯନ୍ତ୍ରଦ୍ଵାରା  ଯୋଗାଇ  ଦିଆଯାଇଥାଉ  କିମ୍ବା  ନାହିଁ ;
    • ଏପରି  କାର୍ଯ୍ୟକଳାପ  ମଧ୍ୟରେ  କୌଣସି  କର୍ମଚାରୀଙ୍କ  ଦ୍ଵାରା  କରାଯାଉଥିବା  ଏପରି  କାର୍ଯ୍ୟର   ତଥ୍ୟ  ଗଚ୍ଛିତ  ରଖିବା  ନିମନ୍ତେ, କୌଣସି  କମ୍ପ୍ୟୁଟର, ଯାହାକି  ଉକ୍ତ  କାର୍ଯ୍ୟାବଳୀ ବ୍ୟତୀତ  ଅନ୍ୟ  କାର୍ଯ୍ୟରେ  ପରିଚାଳନା  କରାଯାଉଥାଏ, ସେଥିରେ  ଯୋଗାଇ  ଦିଆଯାଏ, ତା  ହେଲେ  ଉକ୍ତ  ତଥ୍ୟ, ଯଦି  ଠିକ୍  ଭାବେ  ଉକ୍ତ  କମ୍ପ୍ୟୁଟରକୁ  ଯୋଗାଇ  ଦିଆଯାଇ  ଥାଏ, ତାହେଲେ  ତାହା  ଉକ୍ତ  କାର୍ଯ୍ୟାବଳୀ   ସମୟରେ  ଯୋଗାଇ  ଦିଆଯାଇଛି  ବୋଲି  ଧରାଯିବ;
    • କୌଣସି  କମ୍ପ୍ୟୁଟର  ଉତ୍ପାଦନକୁ  ଉକ୍ତ  କମ୍ପ୍ୟୁଟରର  ଉତ୍ପାଦନ  ବୋଲି  ଧରାଯିବ, ଯଦି  ତାହା  ପ୍ରତ୍ୟକ୍ଷ ଭାବେ  ତାହା ଦ୍ଵାରା  କିମ୍ବା  (କୌଣସି  ବ୍ୟକ୍ତିର  ହସ୍ତକ୍ଷେପ  କିମ୍ବା  ବିନା  ହସ୍ତକ୍ଷପରେ) କୌଣସି  ଉପଯୁକ୍ତ  ଯନ୍ତ୍ରଦ୍ଵାରା  ଉତ୍ପାଦିତ  ହୋଇଥାଏ;

ସ୍ପଷ୍ଟିକରଣ

ଏହି  ଦଫା  ଉଦ୍ଦେଶ୍ୟରେ  ଅନ୍ୟ  କୌଣସି  ତଥ୍ୟରୁ  ଆହରଣ   କରାଯାଇଥିବା  ତଥ୍ୟ  ପ୍ରତି  କୌଣସି  ଉଲ୍ଲେଖକୁ ; ଗଣନା  ଦ୍ଵାରା, ତୁଳନା  ଦ୍ଵାରା  କିମ୍ବା  ଅନ୍ୟ  କୌଣସି  ପଦ୍ଧତିରେ  ସେଥିରୁ  ଆହରଣ  କରାଯାଇଛି  ବୋଲି ଉଲ୍ଲେଖ ହେବ।

ଟିପ୍ପଣୀ

ଦଲିଲ୍ ରେ  ଫଟୋଷ୍ଟାଟ  ନକଲ –  ଗ୍ରହଣୀୟତା – ପରିସର – ୯୩(୨୦୦୨) ସିଏଲ୍ ଟି – ୩୯୫   ।

ଉପସ୍ଥାପନ କରିବା ନିମନ୍ତେ ସୂଚନା ସଂବନ୍ଧରେ ନିୟମାବଳୀ

ଦଫା  ୬୫ର ଧାରା  (କ)ରେ  ଉଲ୍ଲେଖିତ  ଦଲିଲ୍  ଗୁଡିକର  ବିଷୟବସ୍ତୁ   ସଂବନ୍ଧରେ  ଗୌଣ  ସାକ୍ଷ୍ୟ  ପ୍ରଦାନ  କରାଯାଇ  ପାରିବ  ନାହିଁ, ଯଦି   ଏପରି  ଗୌଣ  ସାକ୍ଷ୍ୟ  ପ୍ରଦାନ  କରିବା  ନିମନ୍ତେ  ପ୍ରସ୍ତାବ  କରୁଥିବା  ପକ୍ଷ, ତାହା  ଉପସ୍ଥାପନ  କରିବା  ନିମନ୍ତେ,ଏପରି  ଦଲିଲ୍ ର  ଦଖଲରେ  କିମ୍ବା  କ୍ଷମତାରେ  ଥିବା  ପକ୍ଷ [କିମ୍ବା  ତାଙ୍କର  ଆଟର୍ଣ୍ଣ  କିମ୍ବା  ପ୍ଳିଡରଙ୍କୁ ।]

ଆଇନ୍ ରେ  ଧାର୍ଯ୍ୟ  ଏପରି  ସୂଚନା  ପ୍ରଦାନ  କରି ନ ଥାଆନ୍ତି, ଏବଂ  ଯଦି  ଆଇନ୍  ଦ୍ଵାରା  ସୂଚନା  ଧାର୍ଯ୍ୟ  କରାଯାଇ  ନଥାଏ, ତାହେଲେ   ଉକ୍ତ  ମୋକଦ୍ଦମାର  ପରିସ୍ଥିତି  ଅନୁଯାୟୀ, ନ୍ୟାୟାଳୟଙ୍କୁ  ଯଥାଯଥ  ବିବେଚିତ  ହେଉଥିବା  ଏପରି  କୌଣସି  ସୂଚନା  ପ୍ରଦାନ  କରିବେ;

ଉଲ୍ଲେଖ ଥାଉଯେ, ନିମ୍ନଲିଖିତ  ମୋକଦ୍ଦମା ଗୁଡିକରେ  କିମ୍ବା  ଅନ୍ୟ   କୌଣସି  ମୋକଦ୍ଦମାରେ, ଯେଉଁଥିରେ  ନ୍ୟାୟାଳୟ  ଏହା  ପରିହାର  କରିବା  ନିମନ୍ତେ  ଉପଯୁକ୍ତ  ମନେ  କରନ୍ତି, ସେପରି  ସ୍ଥଳେ  ଗୌଣ   ସାକ୍ଷ୍ୟକୁ  ଗ୍ରହଣ  କରିବା  ନିମନ୍ତେ  ସୂଚନା  ଆବଶ୍ୟକ  ହେବ  ନାହିଁ ।

  1. ଯେତେବେଳେ  ପ୍ରମାଣ  କରାଯିବାକୁ  ଥିବା  ଦଲିଲ୍ ଟି  ଏକ  ସୂଚନା  ହୋଇଥାଏ;
  2. ଯେତେବେଳେ  ମୋକଦ୍ଦମାର  ପ୍ରକୃତିରୁ, ବିପରୀତ  ପକ୍ଷ  ନିଶ୍ଚିତଭାବେ  ଜାଣିଥାଆନ୍ତି  ଯେ ତାଙ୍କୁ  ଉପସ୍ଥାପନ  କରିବା  ନିମନ୍ତେ  ଆବଶ୍ୟକ  କରାଯିବ;
  3. ଯେତେବେଳେ  ଏହା  ପ୍ରତୀତ  ହୁଏ  କିମ୍ବା  ପ୍ରମାଣିତ  ହୁଏ ଯେ, ବିପରୀତ   ପକ୍ଷ  ଚଞ୍ଚକତା   ଦ୍ଵାରା  କିମ୍ବା  ବଳ  ପ୍ରୟୋଗ  ଦ୍ଵାରା  ମୂଳ  ଦଲିଲ୍ ର  ଦଖଲରେ  ଅଛନ୍ତି  କିମ୍ବା  ତାହା  ଗ୍ରହଣ  କରିଅଛନ୍ତି;
  4. ଯେତେବେଳେ   ବିପରୀତ  ପକ୍ଷ  କିମ୍ବା  ତାଙ୍କର  ପ୍ରତିନିଧି ନ୍ୟାୟାଳୟରେ  ମୂଳ ଦଲିଲ୍ ଦାଖଲ କରି ଥାଆନ୍ତି, ହଜିଯିବା  ସଂବନ୍ଧରେ  ସ୍ଵୀକାର  କରିଥାଆନ୍ତି ;
  5. ଯେତେବେଳେ  ବିପରୀତ ପକ୍ଷ  କିମ୍ବା  ତାଙ୍କର  ପ୍ରତିନିଧି, ଦଲିଲ୍ ଟି  ହଜିଯିବା  ସଂବନ୍ଧରେ  ସ୍ଵୀକାର କରିଥାଆନ୍ତି;
  6. ଯେତେବେଳେ  ଦଲିଲ୍ ର  ଦଖଲରେ  ଥିବା  ବ୍ୟକ୍ତି, ନ୍ୟାୟାଳୟର  କର୍ତ୍ତୃତ୍ଵ  ବାହାରେ  କିମ୍ବା  ନ୍ୟାୟାଳୟଙ୍କ   ଆଦେଶିକା  ବାହାରେ  ଥାଆନ୍ତି   ।

ବ୍ୟକ୍ତିର ସ୍ଵାକ୍ଷର ଏବଂ ହସ୍ତଲେଖାର ପ୍ରମାଣ

ସେହି  ବ୍ୟକ୍ତିର  ସ୍ଵାକ୍ଷର  ଏବଂ  ହସ୍ତଲେଖାର  ପ୍ରମାଣ, ଯେ କି  ଉପସ୍ଥାପିତ ଦଲିଲ୍ କୁ  ସ୍ଵାକ୍ଷର  କରିଥାଆନ୍ତି  କିମ୍ବା  ଲେଖିଥାଆନ୍ତି  ବୋଲି   ଅଭିଯୋଗ  ହୋଇଥାଏ – ଯଦି  କୌଣସି  ଦଲିଲ୍  କୌଣସି  ବ୍ୟକ୍ତିଦ୍ଵାରା  ସମ୍ପୂର୍ଣ୍ଣ  ଭାବେ  କିମ୍ବା  ଆଂଶିକ  ଭାବେ  ସ୍ଵାକ୍ଷରିତ  ହୋଇଛି  କିମ୍ବା  ଲିଖିତ  ହୋଇଛି  ବୋଲି  ଅଭିଯୋଗ  ହୋଇଥାଏ, ତାହେଲେ  ଦଲିଲ୍ ଟିର  ସେତିକି  ପରିମାଣ  ସ୍ଵାକ୍ଷର  କିମ୍ବା  ହସ୍ତଲେଖା, ଯାହାକି ଉକ୍ତ  ବ୍ୟକ୍ତିର  ହସ୍ତଲେଖା  ବୋଲି  ଅଭିଯୋଗ  କରାଯାଇଥାଏ  ତାହା  ତାଙ୍କର ହସ୍ତଲେଖା  ବୋଲି  ନିଶ୍ଚିତ  ଭାବେ  ପ୍ରମାଣ  କରାଯିବ   ।

[ ୬୭ – ‘କ’ ବୈଦ୍ୟୁତିକ  ସ୍ଵାକ୍ଷର ] ସଂବନ୍ଧରେ  ପ୍ରମାଣ – ନିରାପଦ  ଡିଜିଟାଲ  ସ୍ଵାକ୍ଷର  କ୍ଷେତ୍ର  ବ୍ୟତୀତ , ଯଦି  ବୈଦ୍ୟୁତିକ  କୌଶଳ  କିମ୍ବା   ଉପାୟରେ ପ୍ରସ୍ତୁତ  କୌଣସି  ନଥିରେ  କୌଣସି  ଗ୍ରାହକଙ୍କର   ବୈଦ୍ୟୁତିକ  ସ୍ଵାକ୍ଷରକୁ  ସଂଯୁକ୍ତ  କରାଯାଇଛି  ବୋଲି  ଅଭିଯୁକ୍ତ  ହୁଏ ; ସେପରି  ସ୍ଥଳେ, ଏହି  ବିଷୟ  ଯେ  ଏପରି  ବୈଦ୍ୟୁତିକ  ସ୍ଵାକ୍ଷର,ଗ୍ରାହକଙ୍କର  ବୈଦ୍ୟୁତିକ  ସ୍ଵାକ୍ଷର  ବୋଲି  ନିଶ୍ଚିତ  ଭାବେ  ପ୍ରମାଣ  କରାଯିବ   । ]

ଦଲିଲ୍  ସଂପାଦନର ପ୍ରମାଣ,ଯାହାକି ଆଇନ୍ ଦ୍ଵାରା  ସତ୍ୟପ୍ରାଣ କରିବା ଆବଶ୍ୟକ

ଯଦି କୌଣସି  ଦଲିଲ୍ କୁ ଆଇନ୍ ଦ୍ଵାରା  ସତ୍ୟ  ପ୍ରମାଣ  କରିବା   ଆବଶ୍ୟକ  ଅଟେ, ଏହାକୁ  ସାକ୍ଷ୍ୟ  ଭାବେ  ଗ୍ରହଣ  କରାଯିବ  ନାହିଁ, ଯେ  ପର୍ଯ୍ୟନ୍ତ  ଏହାର  ସଂପାଦନକୁ   ପ୍ରମାଣ  କରିବା  ଉଦ୍ଦେଶ୍ୟରେ   ଖୁବ୍  କମ୍ ରେ  ଜଣେ  ସତ୍ୟ  ପ୍ରମାଣକାରୀ   ସାକ୍ଷୀକୁ  ଆହ୍ଵାନ   କରାନଯାଏ, ଯଦି  ଜଣେ  ସତ୍ୟ  ପ୍ରମାଣକାରୀ  ସାକ୍ଷୀ  ଜୀବିତ  ଥାଆନ୍ତି, ଏବଂ ସାକ୍ଷ୍ୟ  ପ୍ରଦାନ  କରିବା  ନିମନ୍ତେ  ସକ୍ଷମ  ହୋଇଥାଆନ୍ତି ।

[ଉଲ୍ଲେଖ  ଥାଉ ଯେ, କୌଣସି  ଦଲିଲ୍ ର  ସଂପାଦନକୁ  ପ୍ରମାଣ  କରିବା  ନିମନ୍ତେ  କୌଣସି  ସତ୍ୟ  ପ୍ରମାଣକାରୀ  ସାକ୍ଷୀକୁ   ଆହ୍ଵାନ, ୧୯୦୮ (୧୬/୧୯୦୮)ର  ବ୍ୟବସ୍ଥାବଳୀ  ଅନୁଯାୟୀ  ନିବନ୍ଧିତ  ହୋଇଥାଏ; ଯଦି  ଏହାର  ସଂପାଦନ, ଏହା  ସଂପାଦନ  କରିଥିବା  ବ୍ୟକ୍ତିଦ୍ୱାରା  ନିର୍ଦ୍ଧିଷ୍ଟଭାବେ  ମନାକରାନଯାଏ ।]

ଟିପ୍ପଣୀ

କେତେବେଳେ  ପକ୍ଷ, ଇଚ୍ଛାପତ୍ର  ଉପରେ  ଆସ୍ଥା ସ୍ଥାପନ  କରେ : ଦଫା  ୭୧କୁ, ଦଫା  ୬୮ର  ଏକ  ବ୍ୟତିକ୍ରମ  ଭାବେ  ବିବେଚନା  କରାଯାଏ – ଉକ୍ତି,‘ଯଦି  ପ୍ରମାଣିତ  କରୁଥିବା  ସାକ୍ଷ୍ୟ  ମନା  କରେ’, ତାହା  ସାକ୍ଷୀଗଡାରେ  ‘ମନା  କରିବା’ କିମ୍ବା  ‘ପ୍ରତ୍ୟାଖ୍ୟାନ  କରିବା’ ରେ  ସୀମିତ  ନୁହେଁ  ଏବଂ  ଜବାବରେ ‘ମନା  କରିବା’ କିମ୍ବା  ‘ପ୍ରତ୍ୟାଖ୍ୟାନ  କରିବା’କୁ  ଅନ୍ତର୍ଭୁକ୍ତ  କରେ – ଇଚ୍ଛାପତ୍ର  ଉପରେ  ଆସ୍ଥା  ସ୍ଥାପନ  କରୁଥିବା  ପକ୍ଷ  ଅନ୍ୟ  ସାକ୍ଷୀ  ଜରିଆରେ, ସଂପାଦନ  ଏବଂ  ପ୍ରମାଣ  କରିବାକୁ, ପ୍ରମାଣିତ  କରିପାରିବେ – ରବୀନ୍ଦ୍ର  କୁମାର  ଦାଶ ଏବଂ  ଅନ୍ୟ  ଜଣେ  ବନାମ୍  ଶ୍ରୀମତୀ  ବନଲତା  ଦାଶ  ଓରଫ  ଦେବୀ ଏବଂ  ଅନ୍ୟ  ଜଣେ – ୨୦୦୦(୨) ଓଏଲ୍ଆର୍ –୯; ୨୦୦୦(୨) ସିସିସି –୨୧୫ (ଓଡିଶା)

ଟିପ୍ପଣୀ

ଉତ୍ତରାଧିକାରୀ  ଆଇନ୍ – ଦଫା – ୬୩ -  ଇଚ୍ଛାପତ୍ରର  ସଂପାଦନ – ଦୁଇ  କିମ୍ବା  ଅଧିକ  ସାକ୍ଷୀଙ୍କ  ଦ୍ଵାରା  ପ୍ରମାଣିତ  ସ୍ଵାକ୍ଷର – ଜଣେ  ପରୀକ୍ଷିତ  ସ୍ଵାକ୍ଷର  ପ୍ରମାଣକାରୀ  ସାକ୍ଷୀ, ଇଚ୍ଛାପତ୍ରର  ସଂପାଦନକୁ  ପ୍ରମାଣ  କରିବା  ସ୍ଥିତିରେ  ରହିବା  ଉଚିତ୍ –  ଯଦି  ପ୍ରମାଣିତ  କରାଯାଏ, ତାହେଲେ  ଅନ୍ୟ  ସ୍ଵାକ୍ଷର  ପ୍ରମାନକାରୀ  ସାକ୍ଷୀର  ପରୀକ୍ଷାକୁ   ପରିହାର  କରାଯାଇପାରେ  - ଯଦି  ସ୍ଵାକ୍ଷର  ପ୍ରମାନକାରୀ  ସାକ୍ଷୀ, ଯାହାଙ୍କୁ  ପରୀକ୍ଷା  କରାଯାଇଥାଏ, ସେ  ଉକ୍ତ  ଇଚ୍ଛାପତ୍ରର  ସଂପାଦନକୁ   ପ୍ରମାଣ  କରିବାରେ  ଅକୃତକାର୍ଯ୍ୟ  ହୁଅନ୍ତି, ତାହେଲେ  ଅନ୍ୟ  ସ୍ଵାକ୍ଷର  ପ୍ରମାନକାରୀ  ସାକ୍ଷୀଙ୍କୁ  ତାଙ୍କର  ସାକ୍ଷ୍ୟକୁ  ପରିପୂରଣ   କରିବା  ନିମନ୍ତେ  ଆହ୍ଵାନ  କରାଯାଇପାରେ – ଜାନକୀ  ନାରାୟଣ  ଭୋୟର  ବନାମ୍ ନାରାୟଣ  ନାମ  ଦେଓ  କଦମ୍ - ୨୦୦୩  (୧) ଓଏଲ୍ଆର୍ – (ସୁପ୍ରିମକୋର୍ଟ) – ୩୭୨  ।

ଯେଉଁ ସ୍ଥଳରେ କୌଣସି ସତ୍ୟ ପ୍ରମାଣକାରୀ ସାକ୍ଷୀ  ମିଳନ୍ତିନାହିଁ, ସେପରି ସ୍ଥଳେ ପ୍ରମାଣ

ଯଦି  ଏପରି  କୌଣସି  ସତ୍ୟ  ପ୍ରମାଣକାରୀ ସାକ୍ଷୀ ନ ମିଳନ୍ତି, କିମ୍ବା  ଯଦି  ଦଲିଲ୍ ଟି  ଲଣ୍ଡନରେ   ସଂପାଦିତ  ହୋଇଥାଏ, ସେପରିସ୍ଥଳେ  ଏହା  ନିଶ୍ଚିତ  ଭାବେ  ପ୍ରମାଣ  କରାଯିବ  ଯେ, ଖୁବ୍  କମ୍ ରେ  ଜଣେ  ସତ୍ୟ  ପ୍ରମାଣକାରୀ  ସାକ୍ଷ୍ୟର   ସତ୍ୟ  ପ୍ରମାଣ, ତାଙ୍କର  ହସ୍ତାକ୍ଷର  ଅଟେ, ଏବଂ  ଯେ, ଦଲିଲ୍  ସଂପାନ  କରିଥିବା  ବ୍ୟକ୍ତିର  ସ୍ଵାକ୍ଷର, ଉକ୍ତ  ବ୍ୟକ୍ତିର  ହସ୍ତଲେଖାରେ  ଅଟେ  ।

ସତ୍ୟ ପ୍ରମାଣିତ ହୋଇଥିବା ଦଲିଲ୍  ପ୍ରତି, ପକ୍ଷଙ୍କ ଦ୍ଵାରା  ସଂପାଦନର ସ୍ଵୀକାର

ତାଙ୍କ  ନିଜ  ଦ୍ଵାରା  କୌଣସି  ସତ୍ୟ  ପ୍ରମାଣିତ  ଦଲିଲ୍ ର  ସଂପାଦନ  ଉପରେ  କୌଣସି  ପକ୍ଷର  ସ୍ଵୀକାରୋକ୍ତି, ତାଙ୍କ  ବିରୁଦ୍ଧରେ  ଏହାର ସଂପାଦନ  ନିମନ୍ତେ  ଯଥେଷ୍ଟ   ପ୍ରମାଣ  ହେବ, ଯଦିଓ  ଏହା  ଏକ ଦଲିଲ୍  ହୋଇଥାଏ, ଯାହାକୁ  ସତ୍ୟ  ପ୍ରମାଣ  କରିବା  ଆଇନ୍ ଦ୍ଵାରା   ଆବଶ୍ୟକ  ଅଟେ  ।

ଯେତେବେଳେ  ସତ୍ୟପ୍ରମାଣ  କରିଥିବା  ସାକ୍ଷୀ  ସଂପାଦନକୁ  ମନାକରନ୍ତି  ସେତେବେଳେ  ପ୍ରମାଣ

ଯଦି, ସତ୍ୟ  ପ୍ରମାଣକାରୀ  ସାକ୍ଷୀ ଦଲିଲ୍ ର  ସଂପାଦନକୁ  ମନା  କରନ୍ତି  କିମ୍ବା  ଏହାର  ସଂପାଦନ  ବିଷୟକୁ  ସ୍ମରଣ  କରି  ନପାରନ୍ତି, ସେପରିସ୍ଥଳେ  ଏହାର  ସଂପାଦନକୁ  ଅନ୍ୟ  ସାକ୍ଷ୍ୟ  ଦ୍ଵାରା  ପ୍ରମାଣ  କରାଯାଇପାରେ ।

ସତ୍ୟ ପ୍ରମାଣ ନିମନ୍ତେ ଆଇନ୍ ଦ୍ଵାରା ଆବଶ୍ୟକ ହେଉଥିବା, ଦଳିଲ୍ ର ପ୍ରମାଣ

କୌଣସି  ସତ୍ୟ  ପ୍ରମାଣିତ  ଦଳିଲ୍, ଯାହାକି  ସତ୍ୟ  ପ୍ରମାଣ  କରାଯିବା  ନିମନ୍ତେ  ଆଇନ୍  ଦ୍ଵାରା  ଆବଶ୍ୟକ  ନୁହେଁ, ତାହାକୁ  ପ୍ରମାଣ  କରାଯାଇପାରେ, ଯେପରି  କି  ତାହା  ସତ୍ୟ  ପ୍ରମାଣିତ   ହୋଇନାହିଁ  ।

ଟିପ୍ପଣୀ

  1. ଟ୪, ୧୦୦ର  ଡିକ୍ରୀ  ଦାବୀ  କରି  ଅର୍ଥ  ମୋକଦ୍ଦମା  ଏବଂ  ବିକଳ୍ପରେ, ୩୪,୨୦ କ୍ଵିଣ୍ଟାଲ  ଧାନ  ସହିତ  ସୁଧ – ଶସ୍ୟ  ମୁଚାଲିକା  ଉପରେ  ମୋକଦ୍ଦମା  ପର୍ଯ୍ୟବେସିତ, ଯାହା  ଅନୁଯାୟୀ  ଅପିଲକର୍ତ୍ତା – ପ୍ରତିବାଦୀ  ୫୫ ପୁଡା  ଧାନ  ଋଣ  ନେଇଥିଲେ – ବିଚାରକାରୀ  ନ୍ୟାୟାଳୟ  ଏହା  ଦର୍ଶାଇ  ମୋକଦ୍ଦମାକୁ  ଖାରଜ  କରିଥିଲେ ଯେ, ମୁଚାଲିକାର  କୌଣସି  ପ୍ରମାଣକାରୀ  ସାକ୍ଷୀଙ୍କୁ  ପରୀକ୍ଷା  କରାଯାଇନାହିଁ; ତେଣୁ  ବିବାଦୀୟ  ମୁଚାଲିକାକୁ  ସାକ୍ଷ୍ୟରେ  ଗ୍ରହଣ   କରାଯିବ  ନାହିଁ – ଅପିଲ ନ୍ୟାୟାଳୟ, ଅପିଲ୍ କରିଥିଲେ  ଏବଂ  ଏକ  ମୋକଦ୍ଦମାରେ  ରାଏ  ପ୍ରଦାନ  କରିଥିଲେ – ଦ୍ଵିତୀୟ  ଅପିଲ୍ – ବିବାଦୀୟ  ଶସ୍ୟ  ମୁଚାଲିକା, ଆଇନ୍ ରେ  ପ୍ରମାଣିତ   ସ୍ଵାକ୍ଷରର  ଆବଶ୍ୟକତା   ନାହିଁ, ଏବଂ  ସାକ୍ଷ୍ୟରେ  ଏହାର  ଗ୍ରହଣୀୟତା, ସାକ୍ଷ୍ୟ  ଆଇନ୍  ଦଫା  ୭୨ ଅନୁଯାୟୀ  ପରିଚାଳିତ  ଏବଂ  ଦଫା  ୬୮ ଅନୁଯାୟୀ  ନୁହେଁ – ପ୍ରତିବାଦୀ – ଅପିଲକର୍ତ୍ତା, ତାଙ୍କର  ଜବାବରେ, ମୁଚାଲିକାର  ସଂପାଦନ  ବିଷୟକୁ  ସ୍ଵୀକାର   କରିଥିଲେ, ମାତ୍ର  ଜରସମନର  ପ୍ରଦାନକୁ  ପ୍ରତ୍ୟାଖ୍ୟାନ  କରିଥିଲେ – ତାହା  ବିନା  ଜରସମନରେ  କରାଯାଉଥିବା  ବିଷୟରେ  ପ୍ରମାଣ  ଦାୟିତ୍ଵ  ଅପିଲ୍ କର୍ତ୍ତାଙ୍କ  ପ୍ରତି  ସ୍ଥାନାନ୍ତର  ହୋଇଥିଲା – ଯା ହେଉନା  କାହିଁକି, ନିମ୍ନ  ନ୍ୟାୟଳୟ, ଆଲୋଚନୀୟ  ଦଲିଲ୍  ଆଇନ୍ ର, ଦଫା  ୧୧୮ ଉପରେ  ଆସ୍ଥା  ସ୍ଥାପନ  କରି, ତ୍ରୁଟି  ସଂଗଠନ  କରିଛନ୍ତି, ଯେହେତୁ  ମୁଚାଲିକା  ଏକ  ଆଲୋଚନୀୟ  ଦଲିଲ୍  ନୁହେଁ – ୨୦୦୨ (୩) – ୧୮୬ ।
  2. ସ୍ଵାକ୍ଷର  ପ୍ରମାଣିତକାରୀ  ସାକ୍ଷୀ  ପରୀକ୍ଷିତ  ହୋଇ  ନଥିଲେ – ମୂଲ୍ୟ   ଦର୍ଶାଯାଇଥିଲା  ଯେ, ଏକ  ଶସ୍ୟ – ମୁଚାଲିକା  ଆଇନ୍ ରେ  ସ୍ଵାକ୍ଷରିତ  ହେବା  ଆବଶ୍ୟକ  ନୁହେଁ – ସାକ୍ଷ୍ୟରେ  ଏହାର  ଗ୍ରହଣୀୟତା, ସାକ୍ଷ୍ୟ  ଆଇନ୍ ର  ଦଫା  ୭୨  ଦ୍ଵାରା  ପରିଚାଳିତ  ଏବଂ  ଦଫା  ୬୮ ଦ୍ଵାରା  ନୁହେଁ – ଏପରିକି  କୌଣସି  ସ୍ଵାକ୍ଷର – ପ୍ରମାଣିତ  ଦଲିଲ୍, ଯାହାକି  ଆଇନ୍  ଦ୍ଵାରା  ପ୍ରମାଣିତ  ହେବା  ଆବଶ୍ୟକ  ନୁହେଁ, ତାହା  ସାକ୍ଷ୍ୟ  ଆଇନ୍ ର  ଆଫା  ୬୭ରେ  ସୂଚୀତ  ଯେକୌଣସି  ପଦ୍ଧତି  ଦ୍ଵାରା, କୌଣସି  ପ୍ରମାଣକାରୀ  ସାକ୍ଷୀଙ୍କୁ   ପରୀକ୍ଷା  କରିବା  ବିନା  ପ୍ରମାଣ  କରାଯାଇପାରେ – ଚିନାରୀ  ଶ୍ରୀ ରାମା  ମୂର୍ତ୍ତୀ ଏବଂ  ଅନ୍ୟମାନେ  ବନାମ୍  ଅଭିମନ୍ୟୁ  ମହାପାତ୍ର – ୨୦୦୨ (୧) ଓଏଲ୍ଆର୍ – ୬୩୪   ।

ସ୍ଵୀକୃତ କିମ୍ବା ପ୍ରମାଣିତ ଅନ୍ୟାନ୍ୟ ସହିତ ସ୍ଵାକ୍ଷର, ଲେଖା କିମ୍ବା  ମୋହରକୁ  ତୁଳନା କରିବା

ଏହା  ନିଶ୍ଚିତ  କରିବା  ନିମନ୍ତେ ଯେ,ସେହି  ବ୍ୟକ୍ତିଦ୍ଵାରା କୌଣସି  ସ୍ଵାକ୍ଷର ଲେଖା  କିମ୍ବା  ମୋହର , ଯାହାଙ୍କ  ଦ୍ଵାରା ଏହା  ଲେଖାଯାଇଛି  କିମ୍ବା  କରାଯାଇଛି  ବୋଲି  ପ୍ରତୀତ, ସେପରିସ୍ଥଳେ  ନ୍ୟାୟାଳୟଙ୍କର   ସନ୍ତୁଷ୍ଟି  ନିମନ୍ତେ, ଉକ୍ତ  ବ୍ୟକ୍ତିଙ୍କ  ଦ୍ଵାରା  ଲେଖା  ଯାଇଥିବା  କିମ୍ବା  କରାଯାଇଥିବା   ତଥା  ଗୃହୀତ  ଏବଂ ପ୍ରମାଣିତ  ଯେକୌଣସି  ଲେଖା  କିମ୍ବା  ସ୍ଵାକ୍ଷର  ସହିତ  ଏହାକୁ   ତୁଳନା   କରାଯାଇପାରେ, ଯଦିଓ ଉକ୍ତ  ସ୍ଵାକ୍ଷର, ଲେଖା  କିମ୍ବା  ମୋହର  ଅନ୍ୟ  କୌଣସି  ଉଦେଶ୍ୟରେ  ଉପସ୍ଥାପନ   କରାଯାଇନଥାଏ  କିମ୍ବା  ପ୍ରମାଣିତ  ହୋଇ  ନଥାଏ  ।

ନ୍ୟାୟଳୟ, ଉପସ୍ଥିତଥିବା  କୌଣସି  ବ୍ୟକ୍ତିଙ୍କୁ  କୌଣସି  ଶବ୍ଦାବଳୀ  କିମ୍ବା  ସଂଖ୍ୟା  ଲେଖିବା   ନିମନ୍ତେ  ନିର୍ଦ୍ଦେଶ  ଦେଇପାରନ୍ତି  ଏହି  ଉଦ୍ଦେଶ୍ୟରେ  ଯେ, ନ୍ୟାୟାଳୟଙ୍କୁ   ଶବ୍ଦାବଳୀ  କିମ୍ବା  ସଂଖ୍ୟାକୁ  ସେହି  ଶବ୍ଦାବଳୀ   କିମ୍ବା  ସଂଖ୍ୟା  ସହିତ  ତୁଳନା   କରିବା  ନିମନ୍ତେ  ସକ୍ଷମ  କରିବ, ଯାହାକି  ଏପରି  ବ୍ୟକ୍ତି  ଦ୍ଵାରା  ଲେଖା  ଯାଇଥାଏ ।

[ଏହି  ଦଫାଟି  ମଧ୍ୟ, ଆବଶ୍ୟକ  ସଂଶୋଧନ  ସହିତ, ଆଙ୍ଗୁଳି  ଛାପ  ପ୍ରତି  ପ୍ରୟୋଗନୀୟ  ହୁଏ  ।]

ଟିପ୍ପଣୀ

  1. କେତେବେଳେ  ସ୍ଵାକ୍ଷର  ଗ୍ରହଣ  କରିବା  ଆବଶ୍ୟକ  ଅଟେ : ପ୍ରଭାବ  ଏବଂ  ପ୍ରୟୋଗନୀୟତା – ନ୍ୟାୟର  ସ୍ଵାର୍ଥ ଦୃଷ୍ଟିରୁ  ସେହି  ବ୍ୟକ୍ତିଠାରୁ  ସ୍ଵାକ୍ଷର  ଗ୍ରହଣ  କରିବାଆବଶ୍ୟକ  ଅଟେ କି, ଯାହାଠାରୁ  ହସ୍ତ ଲେଖା  କିମ୍ବା  ସ୍ଵାକ୍ଷର  ଆବଶ୍ୟକ  କରାଯାଏ – ବିଚାରକାରୀ  ନ୍ୟାୟାଳୟ  ଦ୍ଵାରା ଏପରି  ନମୁନା  ସ୍ଵାକ୍ଷର  କିମ୍ବା  ତାର ହସ୍ତଲେଖା  ପ୍ରଦାନ  କରିବା ନିମନ୍ତେ  ବାଧ୍ୟ  କରାଯାଇପାରେ – ପ୍ରସନ୍ନ  କୁମାର  ସ୍ଵାଇଁ  ବନାମ୍ ସରକାର ଏବଂ ଅନ୍ୟ ଜଣେ – ୨ (୨୦୦) ସିସିଆର୍ – ୧୬୩ (ଓଡିଶା)   ।
  2. ତୁଳନା  ନିମନ୍ତେ  ନାବାଳିକା ର  ନମୁନା  ସ୍ଵାକ୍ଷର  ପ୍ରଦାନ : ଦଫା  ୩୬୬ – ‘କ’ ଅନୁଯାୟୀ  ଅପରାଧ,ଏକ  ନାବାଳିକା  ବାଳିକାକୁ  ହରଣଚାଲ  କରିବା  ନିମନ୍ତେ  ଅପରାଧି   ବିଚାରର  ସମ୍ମୁଖୀନ – ଭର୍ସିତିତା  ବାଳିକାଦ୍ଵାରା  ଲେଖାଯାଇଥିବା  କେତେକ  ପତ୍ରର  ନକଲ  ସେ  ଦାଖଲ  କରିଥିଲା  ଏବଂ  ହସ୍ତଲେଖା  ବିଷାରଦଙ୍କ  ନିକଟକୁ  ପ୍ରେରଣ   କରିବା  ନିମନ୍ତେ  ସେ  ତାର  ନମୁନା  ହସ୍ତଲେଖା  ସଂଗ୍ରହ  କରିବା  ନିମନ୍ତେ  ପ୍ରାର୍ଥନା  କରିଥିଲା  - ମୋକଦ୍ଦମାର  ଉଚିତ୍  ସିଦ୍ଧାନ୍ତ  ନିମନ୍ତେ , ବିଚାରକାରୀ  ନ୍ୟାୟାଳୟ  ଦ୍ଵାରା  ନମୁନା  ସ୍ଵାକ୍ଷର  ତୁଳନା  କରିବା  ନିମନ୍ତେ   ତାହା ଦେବାପାଇଁ  ନାବାଳିକାକୁ  ନିମ୍ନ  ନ୍ୟାୟାଳୟ  ଦ୍ଵାରା  ଆବଶ୍ୟକ  ହୋଇ  ନପାରେ – ପ୍ରସନ୍ନ  କୁମାର  ସ୍ଵାଇଁ  ବନାମ୍  ରାଜ୍ୟ  ସରକାର  ଏବଂ  ଅନ୍ୟ  ଜଣେ – ୨ (୨୦୦୦) ସିସିଆର୍ – ୧୬୩ (ଓଡିଶା)   ।
  3. ବିବାଦୀୟ  ଲେଖା  ଏବଂ  ସ୍ଵାକ୍ଷରକୁ  ବିଶେଷଜ୍ଞଙ୍କ  ନିକଟକୁ  ପ୍ରେରଣ  କରିବା : ହସ୍ତଲେଖା  ବିଷାଦରଙ୍କ  ନିକଟକୁ, ସ୍ଵୀକୃତ  ସ୍ଵାକ୍ଷରର  ତୁଳନା  ବିବାଦୀୟ  କ୍ଷମତା  ପତ୍ର  ଉପରେ  ନାକଚୀକରଣ  ସ୍ଵାକ୍ଷର  ପ୍ରେରଣ  କରିବା  ନିମନ୍ତେ  ଆବେଦନ  ପତ୍ର – ବାଦୀ – ଆବେଦନକାରୀ  ଏପରି  ଲେଖା  ଏବଂ  ସ୍ଵାକ୍ଷରକୁ  ବିବାଦୀୟ  କରିଥିଲେ  ଏବଂ  ଆପତ୍ତି  ଉଠାଇ  ଥିଲେ   । କେବଳମାତ୍ର  ଏହି  କାରଣ  ଯେ, ଯେତେବେଳେ  ଏହା  ପ୍ରଦର୍ଶନ  କରାଯାଇଥିଲା  ଏବଂ  କୌଣସି  ଆପତ୍ତି  ଉଠାଯାଇ  ନଥିଲା, ତାହାକୁ  ବିବାଦୀୟ  ଲେଖାର  ସଠିକତାର ଏକ  ସ୍ଵୀକାରୋକ୍ତିଭାବେ  ବ୍ୟାଖ୍ୟା  କରାଯାଇପାରିବ  ନାହିଁ – ଯଦି  ନ୍ୟାୟାଳୟ  ସନ୍ତୁଷ୍ଟ  ହୁଅନ୍ତି ଯେ, ଏପରି  ବିବାଦୀୟ  ଲେଖା  ଏବଂ  ସ୍ଵାକ୍ଷରକୁ, ବିଶେଷଜ୍ଞଙ୍କ  ନିକଟକୁ  ପ୍ରେରଣ  କରିବା   ନିମନ୍ତେ  ପ୍ରକୃତ  ଘଟଣା  ବିଦ୍ୟମାନ, ସେପରିସ୍ଥଳେ  ନ୍ୟାୟାଳୟ   ଏହି  କାରଣ  ଉପରେ  ଆବେଦନ ପତ୍ରକୁ  ନାକଚ  କରିବେ  ନାହିଁ  ଯେ, ତାଙ୍କ  ଦ୍ଵାରା  ବିଭେଦତା  ବିଚାର  କରାଯିବ ଏବଂ  ସ୍ଥିର  କରାଯିବ – ଦୂର୍ଗା  ପ୍ରସାଦ  ଅଗ୍ରୱାଲ  ଏବଂ  ଅନ୍ୟ  ଜଣେ  ବନାମ୍   ବନିୟେନ୍ଦ୍ର  ନାଥ  ଛାଟାଜୀ  ଏବଂ  ଅନ୍ୟ  ଜଣେ – ୧୯୯୭ (୩) ସିସିସି – ୩୮୨ (ଓଡିଶା) ।
  4. ବିଶେଷଜ୍ଞଙ୍କର  ସାହାଯ୍ୟ  ବିନା  ସ୍ଵୀକାର  କରାଯାଇଥିବା  ସ୍ଵାକ୍ଷର  ସହିତ, ବିବାଦୀୟ  ସ୍ଵାକ୍ଷରର  ତୁଳନା  - ଏହା  ଠିକ୍ କି ? ନ୍ୟାୟାଳୟଙ୍କ  ଦ୍ଵାରା  ସ୍ଵାକ୍ଷରର  ତୁଳନା, ବିପଦପୂର୍ଣ୍ଣ   ଅଟେ  ନ୍ୟାୟାଳୟ, ବିଶେଷଜ୍ଞଙ୍କ  ମତର  ସାହାଯ୍ୟ  ନେବେ    -  ଜୟ ଓରଫ  ଗାନ୍ଧୁ  ଏବଂ  ଅନ୍ୟମାନେ   ବନାମ୍  ଉଚ୍ଛବା  ସାହୁ – ୨୦୦୩ (ସପ୍ଲିମେଣ୍ଟାରି) ଅଏଲ୍ଆର୍ – ୧୭; ୨୦୦୩ ଏଆଇଏଚ୍ ସି - ୨୦୩୬ (ଓଡିଶା)
  5. ଦଫା  ୭୩ ଏବଂ  ୪୫ – ଦଲିଲ୍ ର  ବିଶୁଦ୍ଧତା – ଆତ୍ମହତ୍ୟା  ପତ୍ର  ମୃତକଙ୍କ  ଦ୍ଵାରା  ଲେଖା  ହୋଇଥିବା  ଦାବୀ – ନ୍ୟାୟାଳୟ  ଦଫା  ୭୩ ଅନୁଯାୟୀ  ନମୁନାକୁ  ମୃତକର  ହସ୍ତଲେଖା  ସହିତ  ତୁଳନା  କରିବେ – ବିକଳ୍ପ  ସ୍ୱରୂପ  ହସ୍ତଲେଖା  ବିଶେଷଜ୍ଞଙ୍କ  ସେବା  ଦଫା  ୪୫ ଅନୁଯାୟୀ  ଉପଲଭ୍ୟ  କରାଯିବ  । ବିପିନ  ଜୟସ୍ଵାଲ (କ-୧) ବନାମ୍  ଆନ୍ଧ୍ରପ୍ରଦେଶ  ରାଜ୍ୟ,ପବ୍ଲିକ  ପ୍ରସ୍ୟୁକୁଟରଙ୍କ  ଦ୍ଵାରା  ପ୍ରତିନିଧିତ୍ଵ : (୨୦୧୩) ୫୫ ଓ.ସି.ଆର. (ଏସ୍.ସି) ୧୭୩ : ୨୦୧୩ (୨) ଓଏଲ୍ଆର୍  (ଏସ୍.ସି) ୧୩୦ : ୧୧୬  (୨୦୧୩) ସି.ଏଲ୍.ଟି. ୫୬୩  (ଏସ୍.ସି)

ଅନୁସନ୍ଧାନ  ସ୍ତରରେ  ଅପରାଧିର   ଲେଖା  ଏବଂ  ସ୍ଵାକ୍ଷର – କୌଣସି  କାର୍ଯ୍ୟାନୁଷ୍ଠାନରେ, ତୁଳନା  ନିମନ୍ତେ, ଅଂଶକାୟିତ ଆବଶ୍ୟକତା   ନିମନ୍ତେ  ଏକ  ନମୁନା  ସ୍ଵାକ୍ଷର  ପ୍ରଦାନ  କରିବା  ନିମନ୍ତେ  ଅପରାଧିକୁ  ନିର୍ଦ୍ଦେଶ  ଦେବା  ବିଷୟକୁ, ବ୍ୟବସ୍ଥା  ଅନୁମୋଦିତ  କରେ  ନାହିଁ, ଯାହାକି  ପରେ  ନ୍ୟାୟାଳୟରେ  ଅନୁଷ୍ଠିତ  ହେବ – ହରିୟାନା  ରାଜ୍ୟ  ସରକାର  ବନାମ୍  ଜଗବୀର  ସିଂହ   ଏବଂ  ଅନ୍ୟ  ଜଣେ – (୨୦୦୩) ୨୬ ଓସିଆର୍ (ସୁପ୍ରିମକୋର୍ଟ) – ୮୩୧  ।

[୭୩ –‘କ’ ଡିଜିଟାଲ  ସ୍ଵାକ୍ଷରର  ଯାଞ୍ଚ  ସଂବନ୍ଧରେ  ପ୍ରମାଣ  - ଏହା  ନିଶ୍ଚିତ  କରିବା  ନିମନ୍ତେ, ଯେ, କୌଣସି  ଡିଜିଟାଲ  ସ୍ଵାକ୍ଷର  ସେହି  ବ୍ୟକ୍ତିର  କି  ନୁହେଁ, ଯାହାଙ୍କ  ଦ୍ଵାରା ଏହା  ସଂପୃକ୍ତ  କରାଯାଇଛି  ବୋଲି  ଧରାଯାଏ ; ନ୍ୟାୟାଳୟ  ନିର୍ଦ୍ଦେଶ   ଦେଇପାରନ୍ତି  : -

  • ସେହି  ବ୍ୟକ୍ତି, କିମ୍ବା  ନିୟନ୍ତ୍ରଣକାରୀ  କିମ୍ବା  ପ୍ରମାନକାରୀ  ଅଧିକାରୀ, ଏପରି  ଡିଜିଟାଲ  ସ୍ଵାକ୍ଷରର  ପ୍ରମାଣପତ୍ର  ଉପସ୍ଥାପନ   କରନ୍ତୁ;
  • ଅନ୍ୟ  କୌଣସି  ବ୍ୟକ୍ତି, ଯେ କି  ଡିଜିଟାଲ  ସ୍ଵାକ୍ଷର  ପ୍ରମାଣପତ୍ରରେ  ତାଲିକା  ଭୁକ୍ତ  ସର୍ବସାଧାରଣ  ବ୍ୟକ୍ତି ଅଟନ୍ତି, ତାଙ୍କୁ  ଏପରି  ସ୍ଵାକ୍ଷର  ଯାଞ୍ଚ  କରିବ  ନିମନ୍ତେ, ଯାହାକି  ଉକ୍ତ  ବ୍ୟକ୍ତି  ଦ୍ଵାରା  ସଂଯୋଗ  କରାଯାଇଛି  ବୋଲି  ଧରାଯାଏ।

ସ୍ପଷ୍ଟିକରଣ

ଏହି  ଦଫା  ଉଦ୍ଦେଶ୍ୟରେ ‘ନିୟନ୍ତ୍ରଣକାରୀ’ ଅର୍ଥ, ତଥ୍ୟ   ପ୍ରଯୁକ୍ତିବିଜ୍ଞାନ  ଆଇନ୍  ୨୦୦୦ର  ଦଫା ୧୭ର, ଉପ – ଦଫା  (୧) ଅନୁଯାୟୀ, ନିଯୁକ୍ତ – ନିୟନ୍ତ୍ରଣକାରୀ ।

ଆଧାର – ଦ ଲ ହାଉସ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate