অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩(ଜାତୀୟ ମାନବିକ ଅଧିକାର କମିଶନ୍)

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩(ଜାତୀୟ ମାନବିକ ଅଧିକାର କମିଶନ୍)

ଏକ ଜାତୀୟ ମାନବିକ ଅଧିକାର କମିଶନ୍ ର ଗଠନ

  1. କେନ୍ଦ୍ର ସରକାର ଏକ ସଂସ୍ଥା ଗଠନ କରିବେ ଯାହାକି ଜାତୀୟ ମାନବିକ ଅଧିକାର କମିଶନ୍ ଭାବେ ଜାଣାଯିବ କିମ୍ବା ପରିଚିତ ହେବ ଏବଂ ତାହା ଏପରି କ୍ଷମତା ପରିଚାଳନା କରିବ ଏବଂ ଏପରି କାର୍ଯ୍ୟ ସମ୍ପାଦନା କରିବ, ଯେପରି ଏହି ଆଇନ୍ ଦ୍ଵାରା କିମ୍ବା ଅନୁଯାୟୀ,ଏହା ଉପରେ ନ୍ୟସ୍ତ କରାଯିବ ।
  2. ଏହି କମିଶନ୍ ନିମ୍ନ କୁ ଧାରଣ କରିବ :-
    • ଜଣେ ସଭାପତି ଯେ କି ଉଚ୍ଚତମ ନ୍ୟାୟାଳୟର ଜଣେ ମୁଖ୍ୟ ବିଚାରପତି ହୋଇଥିବେ,
    • ଜଣେ ସଦସ୍ୟ, ଯେ କି ଉଚ୍ଚତମ ନ୍ୟାୟାଳୟର ଜଣେ ବିଚାରପତି ଥିଲେ କିମ୍ବା ଅଛନ୍ତି,
    • ଜଣେ ସଦସ୍ୟ, ଯେ କି କୌଣସି ନ୍ୟାୟାଳୟର ମୁଖ୍ୟ ବିଚାରପତି ଅଛନ୍ତି ବା ଥିଲେ
    • ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁଇଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯିବ, ଯେଉଁ ମାନଙ୍କର ମାନବିକ ଅଧିକାର ସମ୍ବନ୍ଧରେ ଅଭିଜ୍ଞତା କିମ୍ବା କାର୍ଯ୍ୟକାରୀ ଅଭିଜ୍ଞତା ଥିବ ।
  3. ଲଘୁ ସଂପ୍ରଦାୟ ନିମନ୍ତେ ଜାତୀୟ କମିଶନ୍ ସଭାପତି; [ତଫସିଲ ଭୁକ୍ତ ଜାତି ନିମନ୍ତେ ଜାତୀୟ କମିଶନ୍ , ତଫସିଲ ଭୁକ୍ତ ଉପଜାତି ନିମନ୍ତେ ଜାତୀୟ କମିଶନ୍ ]
  4. ତଫସିଲ ଭୁକ୍ତ ଜାତି ଏବଂ ଉପଜାତି ନିମନ୍ତେ ଜାତୀୟ କମିଶନ୍ ନିମନ୍ତେ , ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୩ ଦ୍ଵାରା ୨୩/୧୧/୨୦୦୬ ଠାରୁ ।

    • “ ବିଜ୍ଞପ୍ତି “ ଅର୍ଥ କାର୍ଯ୍ୟାଳୟ ଗେଜେଟରେ ପ୍ରକାଶିତ କୌଣସି ବିଜ୍ଞପ୍ତି ;
    • ” ଧାର୍ଯ୍ୟ “ ଅର୍ଥ ଏହି ଆଇନ୍ ଅନୁଯାୟୀ ପ୍ରଣୀତ ନୀୟମାବଳୀ ଦ୍ଵାରା ଧାର୍ଯ୍ୟ ;
    • “ସର୍ବ ସାଧାରଣ ସେବକ” ର ସେହି ଅର୍ଥ ରହିବ , ଯାହାକି ଭାରତୀୟ ଦଣ୍ଡବିଧି ସଂହିତା (୪୫/୧୮୬୦) ଦଫା ୨୧ରେ ଏହାକୁ ନ୍ୟସ୍ତ କରାଯାଇଛି ।
    • “ରାଜ୍ୟ କମିଶନ୍ ” ଅର୍ଥ ଦଫା ୨୧ ଅନୁଯାୟୀ ଗଠିତ ଏକ ରାଜ୍ୟ ମାନବିକ ଅଧିକାର କମିଶନ୍ ।
  5. କୌଣସି ଆଇନ୍ ପ୍ରତି ଏହି ଆଇନ୍ରେ କୌଣସି ଉଲ୍ଲେଖ, ଯାହାକି ଜାମ୍ମୁ ଏବଂ କାଶ୍ମୀର ରାଜ୍ୟରେ ବଳବ ର ନଥାଏ , ତାହା ଉକ୍ତ ରାଜ୍ୟ ସଂବନ୍ଧରେ କୌଣସି ସମସାମୟୀକ ଆଇନ୍ ପ୍ରତି ଏକ ଉଲ୍ଲେଖ ଭାବେ ବ୍ୟାଖ୍ୟା କରାଯିବ, ଯଦି ସେପରି କିଛି ଉକ୍ତ ରାଜ୍ୟରେ ବଳବ ର ଥାଏ ।

ମନ୍ତବ୍ୟ

  1. ଯଦି କୌଣସି ବ୍ୟକ୍ତି,କୌଣସି ନିର୍ଦ୍ଧିଷ୍ଟ ଆଇନ୍ ଅନୁଯାୟୀ ଉପକାର ପାଇବା ନିମନ୍ତେ ହକଦାର ଅଟେ ଏବଂ ଉକ୍ତ ଆଇନ୍ ଅନୁଯାୟୀ ଉକ୍ତ ସୁବିଧାରୁ ତାଙ୍କୁ ବଞ୍ଚିତ କରାଯାଏ ତା ହେଲେ ଏହା ତାଙ୍କର ମାନବିକ ଅଧିକାରର ଏକ ଉଲ୍ଲଘଂନ ହେବ(ରାମ ଦେଓ ଚୌହାନ, ବନାମ ବାନୀକାନ୍ତ ଦେଓ –ଜୁଟି ୨୦୧୦ (୧୨) ସୁପ୍ରିମ କୋର୍ଟ -୫୧୬;(୨୦୧୦)୧୨ ସ୍କେଲ -୧୮୪; ୨୦୧୦ (୩) ସୁପ୍ରିମ -୩୩୩) ।
  2. “ସଶସ୍ତ୍ର ବାହିନୀ “ (୧) ଅର୍ଥ, ନୌବାହିନୀ, ପଦାତିକ ବାହିନୀ ଏବଂ ବାୟୁସେନା ବାହିନୀ ଏବଂ(୨) ଏହା କେନ୍ଦ୍ର ଅନ୍ୟ କୌଣସି ସଶସ୍ତ୍ର ବାହିନୀ କୁ ଅନ୍ତର୍ଭୁକ୍ତ କରେ (ଉଦାହରଣ ସ୍ୱରୂପ – ସୀମା ନିରାପଦ ବାହିନୀ ) ।
  3. “ମାନବିକ ଅଧିକାର” ଅର୍ଥ ମାନବର ଜୀବନ, ସ୍ଵାଧୀନତା,ସମାନତା ଏବଂ ସମ୍ମାନ ସଂବନ୍ଧୀୟ ଅଧିକାର (୧) ଯାହାକି ସମ୍ବିଧାନ ଦ୍ଵାରା ଅଧିକାର ବଦ୍ଧ କରାଯାଇଛି; କିମ୍ବା (୨) ଆନ୍ତର୍ଜାତୀୟ ଚୁକ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ (୩) ଭାରତରେ ନ୍ୟାୟାଳୟ ଗୁଡିକ ଦ୍ଵାରା ବଳବତ୍ତରଣୀୟ ଅଟେ ।
  4. “ଆନ୍ତର୍ଜାତୀୟ ଚୁକ୍ତି” ଅର୍ଥ,(୧) ସାମାଜିକ ଏବଂ ରାଜନୈତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତି ଏବଂ(୨) ଅର୍ଥନୈତିକ ସାମାଜିକ ଏବଂ ସାଂସ୍କୃତିକ ଅଧିକାର ଉପରେ ଆନ୍ତର୍ଜାତୀୟ ଚୁକ୍ତି , ଯାହାକି ୧୬/୧୨/୧୯୬୬ରେ ଜାତିସଂଘର ସାଧାରଣ ସଭା ଦ୍ଵାରା ଗୃହିତ ହୋଇଥିଲା ।
  5. (କ) ପ୍ରଧାନମନ୍ତ୍ରୀ

    ସଭାପତି

    (ଖ)ଲୋକସଭାର ବାଚସ୍ପତି

    ସଦସ୍ୟ

    (ଗ) ଭାରତ ସରକାରଙ୍କର ଗୃହ ବ୍ୟବସ୍ଥା ମନ୍ତ୍ରାଳୟ ଦାୟିତ୍ଵରେ ଥିବା

    ସଦସ୍ୟ

    (ଘ) ଲୋକସଭାରେ ଥିବା ବିରୋଧୀଦଳ ନେତା

    ସଦସ୍ୟ

    (ଙ) ରାଜ୍ୟ ପରିଷଦ ଉପ- ସଭାପତି

    ସଦସ୍ୟ

    ଆହୁରି ଉଲ୍ଲେଖ ଥାଉ ଯେ, ଉଚ୍ଚତମ ନ୍ୟାୟାଳୟ କୌଣସି କାର୍ଯ୍ୟକାରୀ ବିଚାରପତି କିମ୍ବା କୌଣସି ଉଚ୍ଚନ୍ୟାୟାଳୟର କୌଣସି ମୁଖ୍ୟ ବିଚାରପରିଙ୍କୁ, ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶ ବିନା ନିଯୁକ୍ତ କରାଯିବ ନାହିଁ ।

  6. କୌଣସି ସଭାପତି କିମ୍ବା କୌଣସି ସଦସ୍ୟଙ୍କର ନିଯୁକ୍ତି କେବଳ ମାତ୍ର ସମିତିରେ କୌଣସି ସଦସ୍ୟଙ୍କର (ରିକ୍ତ ସ୍ଥାନ) କାରଣ ଉପରେ ଅବୈଧ ହେବ ନାହିଁ , ଯାହାକି ଉପ-ଦଫା(୧)ର ପ୍ରଥମ ପ୍ରତିବନ୍ଧକରେ ଉଲ୍ଲେଖ କରାଯାଇଛି ।

ମନ୍ତବ୍ୟ

ଏହି ଉପଦଫାର ପ୍ରତିବନ୍ଧ ଅନୁଯାୟୀ ଗଠିତ ଏକ ସମିତିର ସୁପାରିସ ଉପରେ ରାଷ୍ଟ୍ରପତି, ସଭାପତି ଏବଂ ରାଜ୍ୟ ସଦସ୍ୟମାନଙ୍କୁ ନିଯୁକ୍ତ କରିବେ । କେବଳ ମାତ୍ର ଭାରତର ମୁଖ୍ୟ ବିଚାରପତିଙ୍କ ପରାମର୍ଶ କରିବା ପରେ, ଉଚ୍ଚତମ ନ୍ୟାୟାଳୟ କାର୍ଯ୍ୟକାରୀ ବିଚାରପତି କିମ୍ବା କୌଣସି ଉଚ୍ଚନ୍ୟାୟାଳୟର କୌଣସି କାର୍ଯ୍ୟକରି ମୁଖ୍ୟ ବିଚାରପରିଙ୍କୁ ନିଯୁକ୍ତ କରାଯିବ । ସମିତିରେ କୌଣସି ରିକ୍ତତା,କୌଣସି ସଭାପତି କିମ୍ବା କୌଣସି ସଦସ୍ୟଙ୍କର ନିଯୁକ୍ତିକୁ ଅବୈଧ କରିବ ନାହିଁ ।

ସଭାପତି ଏବଂ ସଦସ୍ୟମାନଙ୍କର ଇସ୍ତଫା ଏବଂ ଅପସାରଣ

  1. ସଭାପତି କିମ୍ବା କୌଣସି ସଦସ୍ୟ, ତାଙ୍କ ହସ୍ତଲିଖିତ ସୂଚନ ଦେଇ, ଭାରତର ରାଷ୍ଟ୍ରପତି ସଂବୋଧନ କରି ତାଙ୍କ କାର୍ଯ୍ୟକାଳରୁ ଇସ୍ତଫା ଦେଇପାରନ୍ତି ।
    • ”ସମିତିରେ ରିକ୍ତତା” ନିମନ୍ତେ ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୪ ଦ୍ଵାରା,୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ।
    • ଦଫା ୫ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୫ ଦ୍ଵାରା,୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ । ଏପରି ପରିବର୍ତ୍ତନ ପୂର୍ବରୁ, ଦଫା ୫ ଏହିପରି ଭାବେ ଥିଲା :- ଏବଂ ମହିଳା ନିମନ୍ତେ ଜାତୀୟ କମିଶନ୍ , ଦଫା ୧୨ ଧାରା (ଖ) ର(ଞ୍ଜ) ରେ ଧାର୍ଯ୍ୟ କାର୍ଯ୍ୟ ସଂପାଦନା କରିବା ନିମନ୍ତେ, କମିଶନ୍ ର ସଦସ୍ୟ ଭାବେ ଧରାଯିବେ ।
  2. ଜଣେ ସେକ୍ରେଟେରୀ ଜେନେରାଲ ରହିବେ ଯେକି କମିଶନ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେବେ ଏବଂ ସେ କମିଶନ୍ ଏପରି କ୍ଷମତା ପରିଚାଳିତ କରିବେ ଏବଂ ଏପରି କାର୍ଯ୍ୟ ସଂପାଦନା କରିବେ [ଦଫା ୪୦”ଖ” ଅନୁଯାୟୀ ନୀୟମିତକରଣ ପ୍ରଣୟନ କରିବା କ୍ଷମତା ଏବଂ ବୈଚାରିକ କାର୍ଯ୍ୟ ବ୍ୟତିତ) ଯେପରି ତାଙ୍କୁ କମିଶନ୍ କିମ୍ବା ସଭାପତିଙ୍କ ଦ୍ଵାରା ପ୍ରଦାନ କରାଯାଇପାରେ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ; ]
  3. କମିଶନ୍ ର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିବା ଏବଂ କମିଶନ୍ , କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦିତ ସହିତ , ଭାରତରେ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟାଳୟ ସ୍ଥାପନ କରିପାରିବେ ।

ମନ୍ତବ୍ୟ

ଜାତୀୟ ମାନବିକ ଅଧିକାର କମିଶନ୍ ( କମିଶନ୍ ଭାବେ ଜଣାଯିବେ ), ଯାହାକି ଜଣେ ସଭାପତି ଏବଂ ୩ ଜଣ ଅନ୍ୟ ସଦସ୍ୟଙ୍କୁ ଧାରଣ କରିବ ।

ସେକ୍ରେଟାରୀ –ଜେନେରାଲ, କମିଶନ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେବେ । କମିଶନ୍ ର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିବା , ଯାହେଉନା କାହିଁକି , କମିଶନ୍ କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ସହିତ, ଭାରତ ରେ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟାଳୟ ସ୍ଥାପନ କରିପାରିବେ ।

ସଭାପତି ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କର ନିଯୁକ୍ତି

  1. ସଭାପତି ଏବଂ [ସଦସ୍ୟମାନେ] ରାଷ୍ଟ୍ରପତିଙ୍କ ହସ୍ତ ଏବଂ ମୋହର ଅଧୀନରେ ୱାର ଦ୍ଵାରା ନିଯୁକ୍ତ ହେବେ;
  2. ଉଲ୍ଲେଖ ଥାଉଯେ , ଏହି ଉପ ଦଫା ଅନୁଯାୟୀ ପ୍ରତ୍ୟେକ ନିଯୁକ୍ତି ଏବଂ ସମିତିର ସୁପାରିସ ଗ୍ରହଣ କରିବାପରେ କରାଯିବ, ଯାହାକି ନିମ୍ନଙ୍କୁ ଧାରଣ କରେ :-

    • “ଯେପରି ଭାବେ ଏହା ତାଙ୍କୁ ପ୍ରଦାନ କରାଯାଇପାରେ “ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୩ ଦ୍ଵାରା ୨୩/୧୧/୨୦୦୬ ଠାରୁ ବରିବର୍ତ୍ତିତ ।
    • ଅନ୍ୟାନ୍ୟ ସଦସ୍ୟମାନଙ୍କ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୪ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ ।
  3. ଉପଦଫା (ଚ)ର ବ୍ୟବସ୍ଥାବଳୀର ନିୟନ୍ତ୍ରଣଧିନରେ, ସଭାପତି କିମ୍ବା କୌଣସି ସଦସ୍ୟ, ପ୍ରମାଣିତ ଦୁବ୍ୟବହାର କିମ୍ବା ଅକ୍ଷମତା କାରଣ ଉପରେ, ଭାରତର ରାଷ୍ଟ୍ରପତିଙ୍କ ଆଦେଶଦ୍ଵାରା ତାଙ୍କ କାର୍ଯ୍ୟାଳୟ ରୁ ବହିଷ୍କୃତ ହୋଇପାରନ୍ତି , କେବଳମାତ୍ର ଯେତେବେଳେ ଉଚ୍ଚତମ ନ୍ୟାୟାଳୟ ରାଷ୍ଟ୍ରପତିଙ୍କ ଦ୍ଵାରା, ତାଙ୍କୁ କରାଯାଇଥିବା କୌଣସି ଉଲ୍ଲେଖ ଉପରେ, ସେ ସମ୍ବନ୍ଧରେ ଧାର୍ଯ୍ୟ ପଦ୍ଧତିରେ ତଦନ୍ତ କରିବାପରେ, ସୁଚିତା କରନ୍ତିଯେ , ସଭାପତି କିମ୍ବା ସଦସ୍ୟ, ଯେଉଁ ସ୍ଥଳ ରେ ଯେପରି ପ୍ରୟୋଗନୀୟ , ଏପରି କୌଣସି କାରଣ ଉପରେ ଅପସାରିତ ହେବା ଉଚିତ ।
  4. ଉପଦଫା (୨) ରେ ଧାରିତ କୌଣସି ବିଷୟ ସତ୍ତ୍ୱେ ରାଷ୍ଟ୍ରପତି, ଆଦେଶ ଦ୍ଵାରା, ସଭାପତି କିମ୍ବା କୌଣସି ସଦସ୍ୟଙ୍କୁ କାର୍ଯ୍ୟାଳୟରୁ ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଅପସାରଣ କରିପାରନ୍ତି, ଯଦି ସଭାପତି କିମ୍ବା ଏପରି ସଦସ୍ୟ –
  5. ୫ – କମିଶନ୍ ର କୌଣସି ସଦସ୍ୟଙ୍କର ଅପସାରଣ :-

  6. ଉପ – ଦଫା (୨) ର ବ୍ୟବସ୍ଥାବଳୀର ନିୟନ୍ତ୍ରଣଧିନରେ କମିଶନ୍ ର ସଭାପତି କିମ୍ବା ଅନ୍ୟ କୌଣସି ସଦସ୍ୟ, ପ୍ରମାଣିତ ଦୁବ୍ୟବହାର କିମ୍ବା ଅକ୍ଷମତା କାରଣ ଉପରେ ରାଷ୍ଟ୍ରପତିଙ୍କ ଆଦେଶ ଦ୍ଵାରା ତାଙ୍କ କାର୍ଯ୍ୟାଳୟ ରୁ ଅପସାରିତ ହୋଇପାରନ୍ତି କେବଳ ଯେତେବେଳେ ଉଚ୍ଚତମ ନ୍ୟାୟାଳୟ ରାଷ୍ଟ୍ରପତି ଙ୍କ ଦ୍ଵାରା ତାଙ୍କୁ କରାଯାଇଥିବା କୌଣସି ଉଲ୍ଲେଖ ଉପରେ , ସେ ସମ୍ବନ୍ଧରେ ଧାର୍ଯ୍ୟ ପଦ୍ଧତି ଅନୁଯାୟୀ ତଦନ୍ତ କରିବାପରେ , ଉଲ୍ଲେଖ କରନ୍ତି ଯେ ସଭାପତି କିମ୍ବା ଏପରି ଅନ୍ୟ ସଦସ୍ୟ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଏପରି କାରଣ ଉପରେ ଅପସାରିତ ହେବା ଉଚିତ ।
  7. ଉପଦଫା (୧)ରେ ଧାରିତ କୌଣସି ବ୍ୟବସ୍ଥା ସତ୍ତ୍ୱେ ରାଷ୍ଟ୍ରପତି ଆଦେଶ ଦ୍ଵାରା ସଭାପତି କିମ୍ବା କୌଣସି ସଦସ୍ୟଙ୍କୁ , ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, କାର୍ଯ୍ୟାଳୟରୁ ଅପରସାରଣ କରିପାରନ୍ତି , ଯଦି ସଭାପତି କିମ୍ବା ଏପରି ଅନ୍ୟ ସଦସ୍ୟ :-
    • ଜଣେ ଦେତ୍ଵାଳିତ ଭାବେ ବିବେଚିତ ହୁଅନ୍ତି ; କିମ୍ବା
    • କାର୍ଯ୍ୟାଳୟ ବାହାରେ କାର୍ଯ୍ୟ ବାହାରେ କୌଣସି ଅର୍ଥ ପ୍ରଦାନ ନିଯୁକ୍ତିରେ ନିଜକୁ କାର୍ଯ୍ୟାଳୟ ସମୟ ମଧ୍ୟରେ, ନିଯୁକ୍ତ କରନ୍ତି , କିମ୍ବା
    • ମସ୍ତିଷ୍କ ବିକୃତି କିମ୍ବା ଶାରୀରିକ ଅକ୍ଷମତା କାରଣ ଦ୍ଵାରା କାର୍ଯ୍ୟାଳୟ ଦ୍ଵାରା ରହିବାର ଅନୁପଯୁକ୍ତ ହୁଅନ୍ତି; କିମ୍ବା
    • ମସ୍ତିଷ୍କ ବିକୃତିର ହୋଇପାରନ୍ତି ଏବଂ ଏକ ଦକ୍ଷ ନ୍ୟାୟାଳୟ ଦ୍ଵାରା ଏପରି ଘୋଷିତ ହୋଇପାରନ୍ତି ; କିମ୍ବା
    • ଜଣେ ଦେୱାଳିତ ଭାବେ ବିବେଚିତ ହୁଅନ୍ତି ; କିମ୍ବା
    • ତାଙ୍କ କାର୍ଯ୍ୟାଳୟର କର୍ତ୍ତବ୍ୟ ବାହାରେ କୌଣସି ଅର୍ଥ ପ୍ରଦାନ ନିଯୁକ୍ତିରେ କାର୍ଯ୍ୟକାଳ ମଧ୍ୟରେ ନିଜକୁ ନିଯୁକ୍ତ କରନ୍ତି ; କିମ୍ବା
    • ମସ୍ତିଷ୍କ କିମ୍ବା ଶାରୀରିକ ଅକ୍ଷମତା କାରଣ ଦ୍ଵାରା କାର୍ଯ୍ୟାଳୟରେ ରହିବା ନିମନ୍ତେ ଅନୁପଯୁକ୍ତ ହୁଅନ୍ତି ; କିମ୍ବା
    • ଅସୁସ୍ଥ ମସ୍ତିଷ୍କର ହୋଇଥାଆନ୍ତି ଏବଂ କୌଣସି ଦକ୍ଷ ନ୍ୟାୟାଳୟ ଦ୍ଵାରା ସେପରି ଘୋଷିତ ହୋଇଥାଆନ୍ତି ; କିମ୍ବା
    • କୌଣସି ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ଥ ହୋଇ କାରାଦଣ୍ଡରେ ଦଣ୍ଡିତ ହୋଇଥାଆନ୍ତି , ଯାହାକି ରାଷ୍ଟ୍ରପତିଙ୍କ ମତରେ , ନୈତିକ ଅଧପତନଙ୍କୁ ଅନ୍ତର୍ଭୁକ୍ତ କରେ ।

ସଭାପତି ଏବଂ ସଦସ୍ୟମାନଙ୍କର କାର୍ଯ୍ୟକାଳ

  1. ସଭାପତି ଭାବେ ନିଯୁକ୍ତ କୌଣସି ବ୍ୟକ୍ତି ସେହି ତାରିଖରୁ ପାଞ୍ଚବର୍ଷ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ , ଯେବେ ସେ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କଲେ କିମ୍ବା ଯେ ପର୍ଯ୍ୟନ୍ତ ସେ ସତୁରୀବର୍ଷ ବୟସରେ ଉପନୀତ ହୋଇ ନାହାଁନ୍ତି ତନ୍ମଧରୁ ଯେଉଁଠି ଶୀଘ୍ର ହୋଇଥାଉ ।
    • ଦଫା ୬ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୬ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ । ଦଫା୬ , ଏପରି ପରିବର୍ତ୍ତନ ପୂର୍ବରୁ , ନିମ୍ନ ଭାବେ ଥିଲା :-

    ୬- ସଦସ୍ୟମାନଙ୍କର କାର୍ଯ୍ୟକାଳ :

  2. ସଭାପତି ଭାବେ ନିଯୁକ୍ତ କୌଣସି ବ୍ୟକ୍ତି, ସେହି ତାରିଖରୁ ପାଞ୍ଚବର୍ଷ ନିମନ୍ତେ କାର୍ଯ୍ୟଭାର ଗ୍ରହଣ କରିବେ, ଯେବେ ସେ କାର୍ଯ୍ୟାଳୟରେ ପ୍ରବେଶ କରନ୍ତି କିମ୍ବା ଯେପର୍ଯ୍ୟନ୍ତ ସେ ସତୁରୀ ବର୍ଷ ବୟସରେ ଉପନୀତ ହୋଇନାହାନ୍ତି, ତନ୍ମଧ୍ୟରୁ ଯେଉଁଠି ଶୀଘ୍ର ହୋଇଥାଏ ;
  3. ଜଣେ ସଦସ୍ୟ ଭାବେ ନିଯୁକ୍ତ କୌଣସି ବ୍ୟକ୍ତି ସେହି ତାରିଖର ପାଞ୍ଚବର୍ଷ ନିମନ୍ତେ କାର୍ଯ୍ୟାଳୟ ଧାରଣା କରିବେ , ଯେବେ ସେ କାର୍ଯ୍ୟାଳୟରେ ପ୍ରବେଶ କରନ୍ତି ଏବଂ ପାଞ୍ଚବର୍ଷ ଅଧିକ ସମୟ ନିମନ୍ତେ ପୁନଃ ନିଯୁକ୍ତି ପାଇବା ନିମନ୍ତେ ଯୋଗ୍ୟ ହେବେ ;
  4. ଉଲ୍ଲେଖଥାଉ ଯେ କୌଣସି ସଦସ୍ୟ କାର୍ଯ୍ୟାଳୟ ଧାରଣ କରିବେ ନାହିଁ, ଯେତେବେଳେ ସେ ସତୁରୀ ବୟସରେ ଉପନୀତ ହୁଅନ୍ତି ।

  5. କାର୍ଯ୍ୟାଳୟ ଧାରଣା କରିବାକୁ ବିରତ ହେବା ପରେ, କୌଣସି ସଭାପତି କିମ୍ବା କୌଣସି ସଦସ୍ୟ , ଭାରତ ସରକାର କିମ୍ବା କୌଣସି ରାଜ୍ୟସରକାରଙ୍କ ଅଧିନରେ ଅଧିକ ନିଯୁକ୍ତି ନିମନ୍ତେ ଅଯୋଗ୍ୟ ହେବେ ।
  6. ଜଣେ ସଦସ୍ୟ ଭାବେ ନିଯୁକ୍ତ କୌଣସି ବ୍ୟକ୍ତି , ସେହି ତାରିଖରୁ ପାଞ୍ଚ ବର୍ଷ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ , ଯେବେ ସେ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରନ୍ତି ଏବଂ ପାଞ୍ଚ ବର୍ଷ ଅଧିକ ସମୟ ନିମନ୍ତେ ପୁନଃ ନିଯୁକ୍ତ ନିମନ୍ତେ ଯୋଗ୍ୟ ବିବେଚିତ ହେବେ ।
  7. ଉଲ୍ଲେଖ ଥାଉଯେ ,କୌଣସି ସଦସ୍ୟ ସତୁରୀବର୍ଷ ବୟସରେ ଉପନୀତ ହେବାପରେ, କାର୍ଯ୍ୟାଳୟ ଧାରଣ କରିବେ ନାହିଁ ।

  8. କାର୍ଯ୍ୟାଳୟ ଧାରଣ କରିବାକୁ ରହିତ ହେବାପରେ,କୌଣସି ସଭାପତି କିମ୍ବା କୌଣସି ସଦସ୍ୟ , ଭାରତସରକାର ଅଧିନରେ କିମ୍ବା କୌଣସି ରାଜ୍ୟ ସରକାର ଅଧିନରେ ଅଧିକ ନିଯୁକ୍ତି ନିମନ୍ତେ ଅଯୋଗ୍ୟ ହେବେ ।

ମନ୍ତବ୍ୟ

ସଭାପତି ପାଞ୍ଚବର୍ଷ ସମୟ ନିମନ୍ତେ କିମ୍ବା ଯେପର୍ଯ୍ୟନ୍ତ ସେ ସତୁରୀ ବର୍ଷ ବୟସରେ ଉପନୀତ ହୋଇନାହାନ୍ତି, କାର୍ଯ୍ୟାଳୟ ଧାରଣ କରିବେ ; ତନ୍ମଧ୍ୟରୁ ଯେଉଁଠି ଶୀଘ୍ର ହୋଇଥିବ । କୌଣସି ସଦସ୍ୟ ପାଞ୍ଚବର୍ଷ ନିମନ୍ତେ କାର୍ଯ୍ୟାଳୟ ଧାରଣ କରିବେ ଏବଂ ସେ ପାଞ୍ଚବର୍ଷ ଅଧିକ ସମୟ ନିମନ୍ତେ ପୁନଃ ନିଯୁକ୍ତି ନିମନ୍ତେ ଯୋଗ୍ୟ ହେବେ । କାର୍ଯ୍ୟାଳୟ ଧାରଣ କରିବାରୁ ରହିତ ହେବା ପରେ ସଭାପତି କିମ୍ବା କୌଣସି ସଦସ୍ୟ ଭାରତସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧିନରେ ଅଧିକ ନିଯୁକ୍ତି ନିମନ୍ତେ ଅଯୋଗ୍ୟ ହେବେ ।

କେତେକ ପରିସ୍ଥିତିରେ ସଦସ୍ୟ, ସଭାପତି ଭାବେ କାର୍ଯ୍ୟକରିବେ କିମ୍ବା ତାଙ୍କର କାର୍ଯ୍ୟ ସଂପାଦନ କରିବେ

  1. ତାଙ୍କର ମୃତ୍ୟୁ, ଇସ୍ତଫା କିମ୍ବା ଅନ୍ୟାନ୍ୟ କାରଣ ଦ୍ଵାରା ସଭାପତିଙ୍କ କାର୍ଯ୍ୟାଳୟରେ କୌଣସି ରିକ୍ତତା କ୍ଷେତ୍ରରେ, ରାଷ୍ଟ୍ରପତି, ବିଜ୍ଞପ୍ତି ଦ୍ଵାରା , ସଭାପତି କାର୍ଯ୍ୟ କରିବା ନିମନ୍ତେ ଜଣେ ସଦସ୍ୟଙ୍କୁ ନିଯୁକ୍ତ କରିପାରନ୍ତି , ଯେପର୍ଯ୍ୟନ୍ତ ଏପରି ରିକ୍ତ ସ୍ଥାନ ପୂରଣ କରିବା ନିମନ୍ତେ ଜଣେ ନୂତନ ସଭାପତିଙ୍କୁ ନିଯୁକ୍ତ କରାନଯାଇଛି ।
  2. ଯେତେବେଳେ ସଭପତି ଛୁଟିରେ ଅନୁପସ୍ଥିତ ଯୋଗୁଁ କିମ୍ବନା ଅନ୍ୟାଥା, ତାଙ୍କର କାର୍ଯ୍ୟ ସଂପାଦାନ କରିବାରେ ଅକ୍ଷମ ହୁଅନ୍ତି ସେତେବେଳେ ରାଷ୍ଟ୍ରପତି, ବିଜ୍ଞପ୍ତି ଦ୍ଵାରା ଜଣେ ସଦସ୍ୟଙ୍କୁ କ୍ଷମତାୟିତ କରିପାରନ୍ତି , ଯେକି ସଭାପତିଙ୍କର କାର୍ଯ୍ୟ ସଂପାଦନ କରିବେ ଏବଂ ତାହା ସେହି ତାରିଖ ପର୍ଯ୍ୟନ୍ତ, ଯେବେ ସଭାପତି ତାଙ୍କର କାର୍ଯ୍ୟରେ ଯୋଗଦାନ କରନ୍ତି ।

ମନ୍ତବ୍ୟ

ରାଷ୍ଟ୍ରପତି, ଜଣେ ସଦସ୍ୟଙ୍କୁ କ୍ଷମତାୟୀତ କରିପାରନ୍ତି :-

  1. ରିକ୍ତ ସ୍ଥାନ ପୂରଣ କରିବା ନିମନ୍ତେ, ଏକ ନୂତନ ସଭାପତିଙ୍କ ନିଯୁକ୍ତି ପର୍ଯ୍ୟନ୍ତ , ସଭାପତି ଭାବେ କାର୍ଯ୍ୟ କରିବେ ।
  2. ସେହି ତାରିଖ ପର୍ଯ୍ୟନ୍ତ ସଭାପତିଙ୍କ କାର୍ଯ୍ୟ ସଂପାଦାନ କରିବେ , ଯେବେ ସଭାପତି ତାଙ୍କ କାର୍ଯ୍ୟରେ ଯୋଗ ଦାନ କରନ୍ତି ।

ସଭାପତି ଏବଂ ସଦସ୍ୟମାନଙ୍କର ଚାକିରି ସର୍ତ୍ତାବଳୀ

ସଭାପତି ଏବଂ ସଦସ୍ୟମାନଙ୍କର ବେତନ ଏବଂ ଭତ୍ତା ଏବଂ ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ, ଏପରି ହେବ, ଯେପରି ଧାର୍ଯ୍ୟ କରାଯାଇପାରେ ।

ଉଲ୍ଲେଖ ଥାଉଯେ, ସଭାପତି କିମ୍ବା କୌଣସି ସଦସ୍ୟଙ୍କର ବେତନ ଏବଂ ଭତ୍ତା କିମ୍ବା ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ କୁ ତାଙ୍କର ନିଯୁକ୍ତି ପରେ, ତାଙ୍କର ଅସୁବିଧାରେ ପରିବର୍ତ୍ତନ କରାଯିବ ନାହିଁ ।

ମନ୍ତବ୍ୟ

କୌଣସି ସଦସ୍ୟଙ୍କର ବେତନ ଏବଂ ଭତ୍ତା ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ କୁ ନିଯୁକ୍ତ ପରେ, ତାଙ୍କର ଅସୁବିଧାରେ ପରିବର୍ତ୍ତନ କରାଯିବ ନାହିଁ ।

ରିକ୍ତତା କିମ୍ବା ଖାଲି ସ୍ଥାନ ଇତ୍ୟାଦି, କମିଶନ୍ ଙ୍କୁ କାର୍ଯ୍ୟାନୁଷ୍ଠାନକୁ ଅବୈଧ କରିବା ନାହିଁ

କେବଳ ମାତ୍ର ଏହି କାରଣ, ଉପରେ ଯେ କୌଣସି ରିକ୍ତ ସ୍ଥାନ ।

  • ଦଫା ୮ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬, ଦଫା ୩ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତିତ । ଦଫା ୮, ପରିବର୍ତ୍ତନ ପୂର୍ବରୁ ନିମ୍ନ ଭାବେ ଥିଲା:-
  • ସଦସ୍ୟମାନଙ୍କର ଚାକିରୀ ସର୍ତ୍ତାବଳୀ
  • ସଦସ୍ୟମାନଙ୍କ ଦେୟ ବେତନ ଏବଂ ଭତ୍ତା ଏବଂ ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀ ଏପରି ହେବ । ଯେପରି ଧାର୍ଯ୍ୟ କରାଯାଇପାରେ ।

ଉଲ୍ଲେଖ ଥାଉଯେ, କୌଣସି ସଦସ୍ୟଙ୍କର ବେତନ ଏବଂ ଭତ୍ତା କିମ୍ବା ଅନ୍ୟାନ୍ୟ ଚାକିରୀ ସର୍ତ୍ତାବଳୀକୁ, ନିଯୁକ୍ତି ପରେ , ତାଙ୍କର ଅସୁବିଧାରେ ପରିବର୍ତ୍ତନ କରାଯିବ ନାହିଁ । ସ୍ପିତ ଅଟେ କିମ୍ବା କମିଶନ୍ ର ଗଠନରେ ତୃଟି ଅଛି, ତାହା କମିଶନ୍ ଙ୍କର କୌଣସି କାର୍ଯ୍ୟ କିମ୍ବା କାର୍ଯ୍ୟାନୁଷ୍ଠାନକୁ ପ୍ରଶ୍ନାୟିତ କରିବ ନାହିଁ କିମ୍ବାଳ ଅବୈଧ କରିବ ନହିଁ ।

ମନ୍ତବ୍ୟ

କମିଶନ୍ ର ଗଠନ କୌଣସି ରିକ୍ତ ସ୍ଥାନ କିମ୍ବା ତୃଟିର ସ୍ଥିତାବସ୍ଥା, ତାଙ୍କ କୌଣସି କାର୍ଯ୍ୟ କିମ୍ବା କାର୍ଯ୍ୟାନୁଷ୍ଠାନକୁ ଅବୈଧ କରିବ ନାହିଁ କିମ୍ବା ପ୍ରଶ୍ନାୟିତ କରିବ ନାହିଁ ।

କମିଶନ୍ ଙ୍କ ଦ୍ଵାରା ପଦ୍ଧତି ନିୟନ୍ତ୍ରିତ ହେବ

  1. କମିଶନ୍ ଏପରି ସମୟରେ ଏବଂ ଏପରି ସ୍ଥାନରେ ସାକ୍ଷାତା କରିବେ, ଯେପଋ ସଭାପତି ଉଚିତ ମାନେ କରିବେ ।
  2. ଏହି ଆଇନ୍ ଏବଂ ତତସଂକ୍ରାନ୍ତୀୟ ନିଯମାବଳୀର ନିୟନ୍ତ୍ରଣାଧୀନରେ କମିଶନ୍ ଙ୍କର ନିଜପଦ୍ଧତିକୁ ନିୟନ୍ତ୍ରଣ କରିବା କ୍ଷମତା ରହିବ ।
  3. କମିଶନ୍ ଙ୍କର ସମସ୍ତ ଆଦେଶ ଏବଂ ସିଦ୍ଧାନ୍ତ ସେକ୍ରେଟାରୀ ଜେନେଲାର କିମ୍ବା କମିଶନ୍ ର ଅନ୍ୟ କୌଣସି ଉଚ୍ଚ କର୍ମଚାରୀଙ୍କ ଦ୍ଵାରା ସଠିକ ପ୍ରମାଣ କରାଯିବ, ଯେ ଏ ସଂବଦ୍ଧ ରେ ସଭାପତିଙ୍କ ଦ୍ଵାରା କ୍ଷମତାୟୀତ ହୋଇଥାଆନ୍ତି ।

ମନ୍ତବ୍ୟ

କମିଶନ୍ ର ବୈଠକ ନିମନ୍ତେ, ସଭାପତି ସମୟ ଏବଂ ସ୍ଥାନ ସ୍ଥିର କରିବେ । କମିଶନ୍ ଙ୍କର ତାଙ୍କର ନିଜ ପଦ୍ଧତି ନିୟନ୍ତ୍ରଣ କରିବା କ୍ଷମତା ରହିବା । ଏ ସମ୍ବନ୍ଧରେ ସଭାପତିଙ୍କ ଦ୍ଵାରା କ୍ଷମତାୟୀତ ସେକ୍ରେଟାରୀ ଜେନେଲାର କିମ୍ବା ଅନ୍ୟ କୌଣସି ଉଚ୍ଚ କର୍ମଚାରୀ , କମିଶନ୍ ଙ୍କ ସମସ୍ତ ଆଦେଶ ଏବଂ ସିନ୍ଧାନ୍ତ କୁ ସତ୍ୟ ପ୍ରମାଣ କରିବେ ।

କମିଶନ୍ ର ଉଚ୍ଚକର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ

  1. କେନ୍ଦ୍ର ସରକାର, କମିଶନ୍ ଙ୍କୁ ନିମ୍ନ ବିଷୟ ଉପଲ୍ଲବ୍ଧ କରାଇବେ :-
    • ଭାରତ ସରକାରଙ୍କର ସଚିବ ସ୍ତରର ଜଣେ ଉଚ୍ଚ କର୍ମଚାରୀ , ଯେକି କମିଶନ୍ ଙ୍କ ସେକ୍ରେଟାରୀ ଜେନେଲାର ହେବେ ଏବଂ ;
    • ଉପଦଫା ୨ ନିମନ୍ତେ, ଆଇନ୍ ସଂଖ୍ୟା ୪୩/୨୦୦୬ ଦଫା ୮ ଦ୍ଵାରା ୨୩/୧୧/୨୦୦୬ ଠାରୁ ପରିବର୍ତ୍ତୀତ। ପରିବର୍ତ୍ତନ ପୂର୍ବରୁ, ଉପଦଫା (୨) ନିମ୍ନ ଭାବେ ଥିଲା ।

  2. କମିଶନ୍ ଏହାର ନିଜ ପଦ୍ଧତିକୁ ନିୟନ୍ତ୍ରିତ କରିବ ।
    • ଜଣେ ଉଚ୍ଚକର୍ମଚାରୀଙ୍କର ଅଧୀନରେ ଏପରି ପୋଲିସ ଏବଂ ଅନୁସନ୍ଧାନକାରୀ କର୍ମଚାରିଙ୍କୁ ନିଯୁକ୍ତି କରିବେ, ଯେକି ପୋଲିସ ମହା- ନିର୍ଦ୍ଦେଶକଙ୍କ ନିମ୍ନ ସ୍ତରର ହୋଇନଥିବେ ଏବଂ ଏପରି ଅନ୍ୟାନ୍ୟ ଉଚ୍ଚକର୍ମଚାରୀ ଏବଂ କର୍ମଚାରୀ, ଯେପରି କମିଶନ୍ ଙ୍କ ସୂଚାରୁ କାର୍ଯ୍ୟ ସଂପାଦନା ନିମନ୍ତେ ଆବଶ୍ୟକ ହୋଇପାରେ ।
  3. କେନ୍ଦ୍ର ସରକାରଙ୍କର ଦ୍ଵାରା ପ୍ରଣୀତ ଏପରି ନିୟମାବଳୀର ନିୟନ୍ତ୍ରଣାଧିନରେ, କମିଶନ୍ ଏପରି ଅନ୍ୟ ପ୍ରଶାସନିକ, ବୈଷୟିକ ଏବଂ ବୈଜ୍ଞାନିକ କର୍ମଚାରୀ ନିଯୁକ୍ତି କରିପାରୁଛି , ଯେପରି ସେ ଆବଶ୍ୟକ ବୋଲି ବିବେଚନା କରନ୍ତି ।
  4. ଉପ ଦଫା (୨) ଅନୁଯାୟୀ ନିଯୁକ୍ତ ଉଚ୍ଚକର୍ମଚାରୀ ଏବଂ ଅନ୍ୟ କର୍ମଚାରୀଙ୍କର ବେତନ, ଭତ୍ତା ଏବଂ ଚାକିରୀ ସର୍ତ୍ତାବଳୀ ଏପରି ହେବ , ଯେପରି ଧାର୍ଯ୍ୟ କରାଯାଇ ପାରେ ।

ମନ୍ତବ୍ୟ

କେନ୍ଦ୍ର ସରକାର :-

  1. କମିଶନ୍ ଙ୍କୁ ଉପଲ୍ଲବ୍ଧ କରାଇବେ :-
    • ସେକ୍ରେଟାରୀ ଜେନେଲାର ଏବଂ
    • ପୋଲିସ ଏବଂ ଅନୁସନ୍ଧାନକାରୀ କର୍ମଚାରୀ
  2. ଅନ୍ୟ ପ୍ରଶାସନିକ, ବୈଷୟିକ ଏବଂ ବିଜ୍ଞାନ ସମ୍ମତ କର୍ମଚାରୀଙ୍କୁ ନିଯୁକ୍ତ କରିପାରନ୍ତି ।

ଆଧାର – ଦ ଲ ହାଉସ

Last Modified : 7/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate