ହୋମ / ସମାଜ କଲ୍ୟାଣ / ଜରୁରୀ ଆଇନ୍ / ଶିଶୁ ଯୌନଗତ ହିଂସା ପାଇଁ ଆଇନଗତ ବ୍ୟବସ୍ଥା
ସେଆର କରନ୍ତୁ

ଶିଶୁ ଯୌନଗତ ହିଂସା ପାଇଁ ଆଇନଗତ ବ୍ୟବସ୍ଥା

୧୪ ନଭେମ୍ବର ୨୦୧୨ରେ ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା (ପ୍ରୋଟେକସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନସେସ୍ ଆକ୍ଟ) ନାମକ ଏକ ନୂଆ ଆଇନ ପ୍ରଣୟନ ହୋଇଥିଲା ।

ଶିଶୁ ଯୌନଗତ ହିଂସା ଆଇନ

୧୪ ନଭେମ୍ବର ୨୦୧୨ରେ ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା (ପ୍ରୋଟେକସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନସେସ୍ ଆକ୍ଟ) ନାମକ ଏକ ନୂଆ ଆଇନ ପ୍ରଣୟନ ହୋଇଥିଲା । ବିଶେଷ କରି ୧୮ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଯୌନଗତ ହିଂସାକୁ ରକ୍ଷା କରିବା ଲାଗି ଏହା ଉଦ୍ଦିଷ୍ଟ ଥିଲା ।

ଆଇନର ଲକ୍ଷ୍ୟ ଓ ଆଭିମୁଖ୍ୟ

ଏହି ଆଇନର ବିଭିନ୍ନ ଲକ୍ଷ୍ୟ ଓ ଆଭିମୁଖ୍ୟଗୁଡିକ ହେଲା :

  • ଯୌନଗତ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା କରିବା ।
  • ବଳପୂର୍ବକ ବା ପ୍ରରୋଚିତ ଯୌନଗତ କାର୍ଯ୍ୟକଳାପରୁ ଶିଶୁମାନଙ୍କୁ ରକ୍ଷା କରିବା ।
  • ତଦନ୍ତ, ଅପରାଧ ଗୁଡିକର ବିଚାର ତଥା ପ୍ରମାଣଗୁଡିକୁ ରେକର୍ଡ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏକ ସାମୂହିକ ଆଇନଭିତିକ ବ୍ୟବସ୍ଥା
  • ମାମଲାଗୁଡିକର ତ୍ଵରିତ ବିଚାର ସକାଶେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରିବା ।

ଆଇନର ତଥ୍ୟ

୧୮ବର୍ଷ ବୟସରୁ କମ ବୟସର ବାଳକ ଓ ବାଳିକାମାନଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ଯୌନ ଅପରାଧ କୁ ଏହାର ପରିସରଭୁକ୍ତ କରାଯାଇଛି । ସେହିପରି ଯୌନଗତ ହିଂସା ଓ ଧର୍ଷଣର ସଂଜ୍ଞାକୁ ଅଧିକ ପରିବ୍ୟାପ୍ତ କରାଯାଇଛି । ତଦନ୍ତ ଓ ବିଚାର ସମୟରେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ଅବଲମ୍ବନ କରାଯାଇଥିବା ବେଳେ ଦୋଷୀ କୁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ତେବେ ଏହି ନୂଆ ଆଇନ ସମ୍ପର୍କରେ ଗଣମାଧ୍ୟମରେ ବିଶେଷ କିଛି ପ୍ରକାଶିତ ହୋଇପାରିନାହିଁ  ଏବଂ ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନହିଂସା  ପରିପ୍ରେକ୍ଷୀରେ ପୋଲିସ ପୂର୍ବରୁ ଥିବା ଆଇପିସି ଧାରାଗୁଡ଼ିକ ପ୍ରୟୋଗ କରୁଥିବା ପରିଲକ୍ଷିତ ହେଉଛି ।

ତେବେ ଜାନୁଆରୀ ୨୦୧୩ରେ ନୂଆଦିଲ୍ଲୀରେ ୨୩ବର୍ଷ ବୟସ୍କା ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଧର୍ଷଣ ଓ ହତ୍ୟା ପରେ ଦେଶବ୍ୟାପୀ ପ୍ରବଳ ବିରୋଧ କରଯାଇଥିଲା ଏବଂ ଭାରତରେ ମହିଳାମାନଙ୍କ ବିରୋଧରେ ହେଉଥିବା ଯୌନହିଂସା ଆର୍ନ୍ତଜାତିକ ସ୍ତରରେ ଦୃଷ୍ଟିଆକର୍ଷଣ କରିଥିଲା । ଯୌନହିଂସା ରୋକିବା କ୍ଷେତ୍ରରେ ଭାରତରେ ପ୍ରଚଳିତ ଆଇନ ଯଥେଷ୍ଟ କି ନୁହେଁ ସେ ସମ୍ପର୍କରେ ଗଣମାଧ୍ୟମରେ ବିତର୍କ ପ୍ରକାଶ ପାଇଥିଲା । ଏହି ଘଟଣା ପରେ ଯୌନଗତ ହିଂସା ରୋକିବା ସକାଶେ ଏକ ନୂଆ ଆଇନ ତିଆରି କରିବା ପାଇଁ ସରକାର ସ୍ଵର୍ଗତ ଜଷ୍ଟିସ ଜେ.ଏସ.ବର୍ମାଙ୍କ ନେତୃତ୍ଵରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିଶଗୁଡିକ ଅନୁସାରେ ସଂସଦରେ ଏକ ବିଲ ଦାଖଲ ହୋଇଥିଲା ଏବଂ ୩ ଏପ୍ରିଲ ୨୦୧୩ରେ ସଂଶୋଧିତ ଆଇନ ବଳବତର ହୋଇଥିଲା । ଏଥିରେ ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଅପରାଧ ଆଚରଣ ସଂହିତା (ସିଆରପିସି) ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ ) ରେ କେତେକ ଆବଶ୍ୟକୀୟ ପରିବର୍ତନ କରାଯାଇଥିଲା ।

ପୋସ୍କା ଆଇନ,୨୦୧୨

ଏହି ଆଇନ ଅନୁସାରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇ ପାରିବେ : ଯେକୌଣସି ପୁଅ ବା ଝିଅ ଯାହାର ବୟସ ୧୮ବର୍ଷରୁ କମ୍ ହୋଇଥିବ ।

ଶିଶୁମାନଙ୍କ ଉପରେ ହେଉଥିବା ଯୌନଗତ ହିଂସା ପରିପ୍ରେକ୍ଷୀରେ ଏହି ଆଇନ ହେଉଛି ସମ୍ପୂର୍ଣ୍ଣ ନିରପେକ୍ଷ । ଏହାଛଡା ପୋସ୍କୋ ଆଇନରେ “ଧର୍ଷଣ” ଶବ୍ଦ ବ୍ୟବହୃତ ହୋଇନଥାଏ ଏବଂ ଏହା ବଦଳରେ “ଯୌନଗତ ଅତ୍ୟାଚାର“ ବ୍ୟବହୃତ ହୋଇଥାଏ ।

ଏହି ସଂଜ୍ଞା ଅଧିକ ବ୍ୟାପକ ଏବଂ ଏପରିକି ବିଭିନ୍ନ ପ୍ରକାର ଅପ୍ରାକୃତିକ ଯୌନକ୍ରିୟାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

  • ଧାରା ୩: ଯୌନ ଅତ୍ୟାଚାର : ଏକ ଶିଶୁ ବା ଶରୀରର କୌଣସି ଅଂଶରେ ଯୌନ ନିର୍ଯାତନା ବା ଅପ୍ରାକୃତିକ କ୍ରିୟା ।
  • ଧାରା ୭: ଯୌନଗତ ଅତ୍ୟାଚାର :ଯୌନଗତ ଭାବନା ଥାଇ ଏକ ଶିଶୁକୁ ଛୁଇଁବା ।
  • ଧାରା ୧୧: ଯୌନଗତ ନିର୍ଯ୍ୟାତନା : ଯୌନକାମନା ରଖି କିଛି କହିବା, ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା, ଶରୀରର କିଛି ଅଂଶ ଦେଖାଇବା, ଯୌନୋଦ୍ଦୀପକ ଦୃଶ୍ୟ ଦେଖାଇବା । ଶିଶୁର କୌଣସି ଅଂଶ ପ୍ରଦର୍ଶନ କରିବା, ଶିଶୁକୁ ବିଭିନ୍ନ ଭାବେ ବ୍ୟବହାର କରିବା, ଯୌନୋଦ୍ଦୀପକ ଦୃଶ୍ୟ ଦେଖାଇବା ଲାଗି ଧମକ ଦେବା ।
  • ଧାରା ୧୩ ଓ ଧାରା ୧୫ :ଯୌନୋଦ୍ଦୀପକ ଦୃଶ୍ୟ: ଯୌନୋଦ୍ଦୀପକ ଦୃଶ୍ୟ ଉଦ୍ଦେଶ୍ୟରେ ଶିଶୁକୁ ବ୍ୟବହାର କରିବା । ବ୍ୟବସାୟିକ କାର୍ଯ୍ୟକଳାପ ସକାଶେ ଜଣେ ଶିଶୁର ଯୌନୋଦ୍ଦୀପକ ଦୃଶ୍ୟକୁ ମହଜୁଦ କରିବା ।

ପୋସ୍କୋ ଆଇନ ଅନୁସାରେ ସମସ୍ତ ଅପରାଧକୁ ଅତି ଗୁରୁତର ଅପରାଧ ବୋଲି ବିବେଚନା କରାଯିବ । ଏଣୁ ସେଗୁଡିକ କ୍ଷେତ୍ରରେ ଜାମିନ ମିଳିବ ନାହିଁ ଏବଂ ଜ୍ଞାତସାରରେ ଘଟିଥିବା ଅପରାଧ  ବୋଲି ବିବେଚନା କରାଯିବ ଏବଂ କୋର୍ଟ ଜରିଆରେ ସେଗୁଡିକର ବିଚାର କରାଯିବ ।

ଆଧାର – ଦୈନିକ ମାନବିକତାର କଥା

2.96153846154
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top