ହୋମ / ସମାଜ କଲ୍ୟାଣ / ଜରୁରୀ ଆଇନ୍ / ଶ୍ରମିକଙ୍କୁ ସାମାଜିକ ସୁରକ୍ଷା
ସେଆର କରନ୍ତୁ

ଶ୍ରମିକଙ୍କୁ ସାମାଜିକ ସୁରକ୍ଷା

ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ସୁଚନା

ଉପକ୍ରମ

ବିଶ୍ଵ ଶ୍ରମିକ ଦିବସ ମଇ ପହିଲାର ଇତିହାସ ହେଉଛି ୧୮୮୬ ଆମେରିକାର ଚିକାଗୋ ସହରରେ ବିଶାଳ ଶ୍ରମିକ ସମାବେଶ ଏବଂ ୮ ଘଣ୍ଟା ଦୈନିକ ଶ୍ରମ ନିଘଣ୍ଟ ଥିଲା ଗୋଟିଏ ପ୍ରମୁଖ ଦାବି । ଆମେରିକାର ଶ୍ରମିକ ସଂଗଠନ ଗୁଡିକ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଏହି ଦାବି ଉପରେ ଏକଜୁଟ କରି ଏକ ଗୌରବମୟ ଇତିହାସ ରଚନା କରିଥିଲେ । ଏହି ରକ୍ତ କ୍ଷୟୀ ସଂଗ୍ରାମରେ ୪ ଜଣ ଶ୍ରମିକ ଶହୀଦ ହୁଅନ୍ତି । ପାର୍ସନସ , ସ୍ପାଇଜ , ଫିସାର ଓ ଏଞ୍ଜେଲସଙ୍କୁ ମିଳେ ଫାଶୀଦଣ୍ଡ । ଏହି ଦାବି ପୃଥିବୀ ବ୍ୟାପୀ କୋଟି ଶ୍ରମିକଙ୍କୁ ପ୍ରଭାବିତ କଲା ଏବଂ ଶେଷରେ ଦୈନିକ କାର୍ଯ୍ୟନିର୍ଘଣ୍ଟ ୮ ଘଣ୍ଟା ନୀତିଗତି ଭାବେ ଗ୍ରହଣ କରାଗଲା । ଆଜି ଉଦାରବାଦୀ ଅର୍ଥନୀତି ରେ ବହୁରାଷ୍ଟ୍ରୟ ସଂସ୍ଥାମାନଙ୍କ ଚାପରେ କେନ୍ଦ୍ର ସରକାର ୮ ଘଣ୍ଟା ଦୈନିକ କାର୍ଯ୍ୟନିର୍ଘଣ୍ଟକୁ ପରିବର୍ତ୍ତନ କରି ୧୨ ଘଣ୍ଟା କରିବାକୁ ଯୋଜନାରେ ଅଛନ୍ତି । ଏଥିପାଇଁ ବ୍ରିଟେସ ଶାସନ ସମୟରୁ ଆମ ଦେଶର ଶ୍ରମିକ ଶ୍ରେଣୀ ଅର୍ଜନ କରିଥିବା ଅଧିକାର ଓ ଶ୍ରମ ଆଇନକୁ ସଂଶୋଧନ କରିବାକୁ କେନ୍ଦ୍ର ସରକାର ସବୁ ଯୋଜନା କରି ଚାଲିଛନ୍ତି । କେନ୍ଦ୍ରର ଚାପରେ କେତେକ ରାଜ୍ୟ ସରକାର ମଧ୍ୟ ଶ୍ରମଆଇନକୁ ସଂଶୋଧନ କରି ଶ୍ରମିକମାନଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛନ୍ତି । Make- in-India , start up India, stand up India ନାମରେ ବହୁ ସମ୍ଭାବନାର ସ୍ଵପ୍ନ ଦେଖାଇ ଦିଆଯାଇଛି , କିନ୍ତୁ ଏହାର ବାସ୍ତବ ରୂପରେଖ କଣ ହେବ ତାହା ଭବିଷ୍ୟତ ହିଁ କହିବ ? ଶ୍ରମଜୀବୀ ବହୁ ସଂଘର୍ଷ ମଧ୍ୟ ଦେଇ ପାଇଥିବା ଅଧିକାରକୁ ଛଡାଇ ନିଆଯାଇଛି । ସ୍ଥାୟୀ ନିଯୁକ୍ତି ବଦଳରେ ବହୁରାଷ୍ଟ୍ରୀୟ ସଂସ୍ଥାର ସ୍ଵାର୍ଥରେ ଅସ୍ଥାୟୀ ନିଯୁକ୍ତ କୁ ଗୁରୁତ୍ଵ ଦିଆଯାଉଛି ।

ଶ୍ରମିକକୁ ସାମାଜିକ ସୁରକ୍ଷା

ସବୁ ସ୍ତର ଶ୍ରମଜୀବୀ ଲୋକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାକୁ ଜାତିସଂଘ ୨୦୦୯ରେ ଏକ ସ୍ଵତନ୍ତ୍ର ପ୍ରସ୍ତାବ ଗୃହିତ କରିଥିଲେ । ୨୦୧୨ ବିଶ୍ଵ ଶ୍ରମ ସମ୍ମିଳନୀରେ ୨୦୨ ଧାରାରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା କି ପ୍ରତ୍ୟେକ ଦେଶର ପ୍ରମୁଖ କର୍ତ୍ତବ୍ୟ ହେଉଛି ସବୁ ସ୍ତରର ଶ୍ରମିକକୁ ସାମାଜିକ ସୁରକ୍ଷା ପ୍ରଦାନ କରିବା । ଆମ ଦେଶରେ ୪୭ କୋଟି ଶ୍ରମଜୀବୀ ଲୋକଙ୍କ ମଧ୍ୟରେ ମାତ୍ର ୭ କୋଟି ଶ୍ରମିକ ସଂଗଠିତ କ୍ଷେତ୍ରରେ ବିଶେଷକରି ସମସ୍ତ ସୁରକ୍ଷା ବଳୟ ଭୀତରେ ରହିଥାନ୍ତି ।ଅନ୍ୟ ପଟେ ୪୦ କୋଟି ଶ୍ରମିକ ଅସଂଗଠିତ କ୍ଷେତ୍ରରେ କୌଣସି ନିରାପତ୍ତା ନ ଥାଇ କାର୍ଯ୍ୟ କରୁଥାନ୍ତି । ଏମାନଙ୍କ ସଂଖ୍ୟା ମୋଟ ଶ୍ରମିକ ସଂଖ୍ୟାର ୯୩% ଭାଗ । ଏମାନେ GDP କୁ ଦେଇଥାନ୍ତି ୬୦% ଅବଦାନ, କିନ୍ତୁ କେନ୍ଦ୍ର ସରକାର ଏମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରନ୍ତି ମାତ୍ର ୧.୮% । ଏଥିପାଇଁ ଆମେରିକା ଖର୍ଚ୍ଚ କରେ ୧୨% ୟୁରୋପୀୟ ଦେଶମାନେ ଖର୍ଚ୍ଚ କରନ୍ତି ୩୦% । ଏଥିପାଇଁ ଅର୍ଜୁନ ସେନଗୁପ୍ତ କମିଟି ୨୦୦୬ରେ ଏକ ରିପୋର୍ଟ ଉପସ୍ଥାପନ କରି କହିଲେ ଦେଶର ୭୦% ଶ୍ରମଜୀବୀ ଲୋକ ଦୈନିକ ୨୦ ଟଙ୍କାରେ ଚାଲୁଛନ୍ତି । ଏହି ରିପୋର୍ଟ ପରେ ଦେଶର ୨୦୦୮ ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଆଇନ ପାଳିତ ହେଲା କିନ୍ତୁ ଏଥିପାଇଁ କୌଣସି ବ୍ୟୟ ବରାଦ କରାଗଲା ନାହିଁ । କେଦ୍ର ସରକାର ତୁରନ୍ତ ଏଥିପାଇଁ ବ୍ୟୟ ବରାଦ କରି ୪୦ କୋଟି ଅସଙ୍ଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ ଆଗେଇ ଆସିବା ଦରକାର ।

ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡ

ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଆଇନକୁ କଡାକଡି ପ୍ରୟୋଗ କରାଯାଇ ଆଜି ଏକକୋଟି ଶ୍ରମିକ ପରିବାରକୁ ସବୁ ପ୍ରକାର ସହାୟତା ଦିଆଯିବାର ବ୍ୟବସ୍ଥା ହୋଇପାରିଛି ।ସମଗ୍ର ଦେଶରେ ଓଡିଶା ଆଜି ଏକ ମଡେଲ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି । ଜାତିସଂଘର ପ୍ରମୁଖ ସଂଗଠନ ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ILO) ଓଡିଶା ଶ୍ରମିକ କଲ୍ୟାଣ ବୋର୍ଡ ସହିତ ସହଭାଗିଦାରିରେ ଏହି କାର୍ଯ୍ୟକୁ ଆଗେଇ ନିଆଯାଉଛି । ଆଜି ସୁଦ୍ଧା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ୧୫ ଲକ୍ଷ ଶ୍ରମିକ ପାଞ୍ଜିକୃତ ହୋଇପାରିଛନ୍ତି । ଆସନ୍ତା ବର୍ଷ ଏହି ସଂଖ୍ୟା ୨୫ ଲକ୍ଷରେ ପହଞ୍ଚିବ । ଗୋଟିଏ ପରିବାରର ୪ ଜଣ ଲୋକଙ୍କୁ ମିଶାଇଲେ ଏହା ଏକ କୋଟି ପରିବାରକୁ ସବୁ ପ୍ରକାର ସୁରକ୍ଷା ଦେବାକୁ ସକ୍ଷମ ହୋଇ ପାରିଛି ।

ସେହିଭଳି ଶ୍ରମିକ କଲ୍ୟାଣ ବୋର୍ଡ ନିକଟରେ ଏକ ହଜାର କୋଟି ଟଙ୍କାର ଗଚ୍ଛିତ ପାଣ୍ଠି ରଖାଯାଇ ପାରିଛି । ଏଥିପାଇଁ କିପରି ଅଧିକ ଟଙ୍କା ଏହି ପାଣ୍ଠିକୁ ଆସିବ ସଙ୍ଗେ ସଙ୍ଗେ ନୂଆ ନୂଆ ଯୋଜନା ଓ ସହାୟତା ପ୍ରଦାନ କରିବା ପାଇଁ ଉଦ୍ୟମ ଜାରି ରହିଛି । ଖୁବଶୀଘ୍ର , ଘରୋଇ ଭାବେ କାର୍ଯ୍ୟରତ ଶ୍ରମିକ, ପରିବହନରେ କାର୍ଯ୍ୟରତ ଶ୍ରମିକ, ଦୋକାନ, ହୋଟେଲ , ଉଠାଦୋକାନୀ ପ୍ରଭୃତି ସବୁ ପ୍ରକାର ଅଣ ସଂଗଠିତ ଶ୍ରମିକଙ୍କୁ ରାଜ୍ୟ ସରକାର , ପରିଚୟ ପତ୍ର ସହ ସ୍ୱାସ୍ଥ୍ୟ, ଦୁର୍ଘଟଣା ପ୍ରଭୃତି ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ।

ଆଧାର- ଅଧ୍ୟକ୍ଷ , ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ।

2.96296296296
Nirod Chandra Sandha Mar 29, 2017 12:27 PM

ବହୁତ ଭଲ ଲାଗିଲା ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top