ସେଆର କରନ୍ତୁ

କୋରାପୁଟ

ପାହାଡ, ଡଙ୍ଗର ଘେରା ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ତାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ୍ ପରିଚିତ ଓ ପ୍ରତିଷ୍ଠିତ ।

ପ୍ରକୃତିର ସହର

କୋରାପୁଟ କେବଳ ଗୋଟେ ଜଣାଶୁଣା ପରିଚିତ ଶବ୍ଦ ନୁହେଁ, ବରଂ ଏକ ଅସରନ୍ତି ଅନୁଭବ ଓ ସୀମାହୀନ ସ୍ମୃତିର  ଅପାସୋରା, ଛୋଟ ସହର । ପାହାଡ, ଡଙ୍ଗର ଘେରା ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ତାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ୍ ପରିଚିତ ଓ ପ୍ରତିଷ୍ଠିତ । କୋରାପୁଟର ଜଳବାୟୁ ଯେପରି ସ୍ଵାସ୍ଥ୍ୟପ୍ରଦ ।  ତାର ଭୌଗଳିକ ସ୍ଥିତି,ସେପରି ଆକର୍ଷଣୀୟ । ପବିତ୍ର ଶାବର ଶ୍ରୀକ୍ଷେତ୍ର ।  କୋରାପୁଟକୁ କେବଳ ସ୍ଵତନ୍ତୁ ମାନ୍ୟତା ଦେଇନାହିଁ, ବରଂ ଏ ମାଟିରେ ବସବାସ କରୁଥୁବା ଆଦିବାସୀ ଭାଇଭଉଣୀଙ୍କୁ ଦେଇଛି। ଅନେକ ସମ୍ମାନ ଓ ମର୍ଯ୍ୟାଦା । ୧୮୭୦ରୁ କୋରାପୁଟରେ ଗ୍ରାମଦେବୀ ଭାବେ ପୂଜା । ପାଇ ଆସୁଥିବା ମା’ ମୁଝୁଲୁର୍ମା ସମସ୍ତଙ୍କ ଉପରେ ରଖୁଛନ୍ତି ଅପାର କରୁଣା । ଏଇ ସେଇ କୋରାପୁଟ ଯାହାର ଏକଟିଣ ଛପର ଘରେ । ଚାକିରି କାଳରେ ରହି ଜ୍ଞାନପୀଠ ପୁରସ୍କାର ପାଇଥୁଲେ ଔପନ୍ୟାସିକ ଗୋପୀନାଥ ମହାନ୍ତି। ଏମାଟି ମଣିଷଙ୍କ ଜୀବନଚର୍ଯ୍ୟାକୁ ନେଇ ରଚନା | କରିଛନ୍ତି ସେ ଅନେକ କାଳଜୟୀ ଉପନ୍ୟାସ । ଇଂରେଜ ଅମଳରୁ । ପ୍ରତିଷ୍ଠା ଲାଭ କରିଥିବା ଏହି ସହର ମନେ ପକାଇଦିଏ । ଜେଇରଏଲସି ଭଳି ପୁରୁଣା ପ୍ରିଣ୍ଟି' ପ୍ରେସଠାରୁ ଆରମ୍ଭ କରି କୋରାପୁଟ କାରାଗାରର କଥା । ୧୯୫୩ରେ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଥିବା କୋରାପୁଟ ଗତ ୨୦୧୪ରୁ ପୌର ପରିଷଦର ମାନ୍ୟତା ପାଇ ତାର ବିକାଶଧାରାକୁ ଅବ୍ୟାହତ ରଖୁ ଆସିଛି। କୋରାପୁଟ ସହର ଭିତରେ ବସବାସ କରୁଥିବା ଆଦିବାସୀଙ୍କ ମହୁରି, ଢାମ୍ପ, ତୁଙ୍ଗ ଡୁଙ୍ଗୀର ମଧୁର ସ୍ୱର କେବେ ମନକୁ ଆନ୍ଦୋଳିତ କରେ ତ କେବେ ସେମାନଙ୍କ ପାରମ୍ପରିକ ଲୋକନୃତ୍ୟ ଜେମସା ହୃଦୟରେ ରୋମାଞ୍ଚ ଆଣେ । ଏମାଟିର ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଢିଲା ସଂସ୍କୃତି ପରିଷଦ ପକ୍ଷରୁ ୧୯୯୬ରୁ ପାଳତ ହୋଇଆସୁଛ ଲୋକ ମହୋତ୍ସବ ପରବ । କେବଳ ସେତିକି ନୁହେଁ, ଋତୁସହ ପାଦ ମିଳେଇ ଚାଲୁଥାଏ। କୋରାପୁଟ। ସୁନା ପାଲିଙ୍କିରେ ବସି ଋତୁସବୁ ଯେତେବେଳେ ଓହ୍ଲାର ଆସନ୍ତି କୋରାପୁଟକୁ ସେତେବେଳେ ଆନମନା ହୁଏ। ଏ ସହର । ଏଠି କେବେ ଶୀତ ଆସେ ହଳଦୀ ରଙ୍ଗର ଅଳସୀ ଡଙ୍ଗରରେ । କେବେ ପୁଣି ସକାଳର କୁହୁଡି ଚାଦର ତଳେ ଅନେକ ସମୟ ଧରିନିଦ ଭାଙ୍ଗେ ନାହିଁଅଳସୀ କୋରାପୁଟର । ଆଉ ବର୍ଷା ଆସେ ତ ବର୍ଷାରାଣୀର ପାଉଁଳି ଶବ୍ଦରେ ବିଭୋର ହୁଏ  କୋରାପୁଟ । କୋରାପୁଟ ଗୋଟେ ଏମିତି ସହର ଯାହାର ପ୍ରେମରେ ପଡିଗଲେ, ଆଉ ମୁକୁଳିବାକୁ ଇଚ୍ଛା ହୁଏ ନାହିଁ। ସେଇଥିପାଇଁ କୋରାପୁଟ ପ୍ରକୃତିର ସହର ।

ଭୌଗୋଳିକ ସ୍ଥିତି

କୋରାପୁଟ ସହର ଓଡ଼ିଶାର ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ରୂପେ ପରିବ୍ୟାପ୍ତ । ଏହାର ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ୨୦°-୩୦° ଏବଂ ୧୭°-୫୦° ଉତ୍ତର ଅକ୍ଷା°ଶ ଓ ୮୧° - ୨୭° ଏବଂ ୮୪°-୧° ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ସମୁଦ୍ରପତ୍ତନଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚରେ ଏହି ମାଳାଞ୍ଚଳ ରହିଛି । ଆଦିବାସୀ ଅଧୁଷିତ କୋରାପୁଟ ଜିଲାର ଭୌଗୋଳିକ ପରିସୀମା ପୂର୍ବ ଭାଗରେ ରାୟଗଡା, ପଶ୍ଚିମ ଭାଗରେ ଛତିଶଗଡ ରାଜ୍ୟ, ଉତ୍ତରରେ ନବରଙ୍ଗପୁର ଜିଲା ଏବଂ ଦକ୍ଷିଣ ଭାଗରେ ଆନ୍ଧ୍ର ପ୍ରଦେଶ ରହିଛି ।

ଐତିହାସିକ ପୃଷ୍ଠଭୂମି

କୋରାପୁଟ ଅଞ୍ଚଳ ବୈଦିକ ଯୁଗରେ ଆରଣ୍ୟକ, ରାମାୟଣ ଯୁଗରେ ଦଣ୍ଡକାରଣ୍ୟ, ମହାଭାରତ ଯୁଗରେ ନିଷାଦ, ଜୈନ ଓ ବୌଦ୍ଧ ଯୁଗରେ ଆଟବିକ, ମୋର୍ଯ୍ୟ ଯୁଗରେ କଳିଙ୍ଗ, ଖାରବେଳଙ୍କ ସମୟରେ ବିଦ୍ୟାଧର, ଗୁପ୍ତ ଯୁଗରେ ମହାକାନ୍ତର, ନଳବଂଶ ଶାସନରେ ନିଷାଦ, ଖୁଣ୍ଡିର ଶୃଙ୍ଗ ମଣ୍ଡଳ ଶାସନ କାଳରେ ମାଠର ରାଜ୍ୟ, ସୋମବଂଶ ଗଙ୍ଗବଂଶ ଓ କାଳୁଚୁର ବଂଶ ରାଜୁତି ସମୟରେ ତ୍ରିକଳିଙ୍ଗ, ଛିନ୍ଦର ନାଗ ସମୟରେ ଚିତ୍ରକୋଟ ରାଜ୍ୟ, ମସ୍ୟାବଶୀ ରାଜାଙ୍କ ସମୟରେ ଉତ୍ରଦେଶ, ଶିଳା ବ୍ୟଶ ରାଜାଙ୍କ ସମୟରେ ନନ୍ଦପୁର, କୁତବଶାହ ମୁସଲମାନ ରାଜତ୍ବ କାଳରେ ଝାଡଖଣ୍ଡ, ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ କୋରାପୁଟ ଉତ୍ତର ସରକାର ରୂପେ ପରିଚୟ ଲାଭ କରିଥଲା । ୧୯୩୬ରେ କୋରାପୁଟ ଅଞ୍ଚଳ ଓଡିଶା ପ୍ରଦେଶ ସହ ମିଶିବା ପର୍ଯ୍ୟନ୍ତ ଏହି ବିଶାଳ ଭୂଖଣ୍ଡ ବିଶାଖାପାଟଣା ଓ ମାଡ୍ରାସ ପ୍ରେସିଡେନ୍‌ସି ସହ ସଂଶ୍ଳିଷ୍ଟ ଅଲା । ଜୟପୁର ସମସ୍ଥାନମ ନାମରେ ପରିଚିତ ଜୟପୁର ସାମ୍ରାଜ୍ୟ ପ୍ରଥମତଃ ନନ୍ଦପୁର ନାମରେ ପ୍ରାଚୀନ ଓଡିଶା ପୂର୍ବରୁ ପରିଚିତ ଥିଲା । ୧୮୮୦ ମସିହା ପରେ ହିଁ କୋରାପୁଟ ନାମରେ ପରିଚୟ ସୃଷ୍ଟି ହୋଇଥିଲା ।

ଜନସଂଖ୍ୟା

୨୦୧୧ ମସିହା ଜନଗଣନା ଅନୁଯାୟୀ କୋରାପୁଟ ସହରର ଜନସଂଖ୍ୟା ୪୭ ହଜାର ୨୪ ଜଣ । ସେଥିରୁ ମହିଳାଙ୍କ ସଂଖ୍ୟା ୨୨ ହଜାର ୯୦୫ ଜଣ ଏବଂ ପୁରୁଷଙ୍କ ସଂଖ୍ୟା ୨୪ ହଜାର ୧୧୧ ଜଣ ।

ରାଜଧାନୀଠାରୁ ଦୂରତା

କୋରାପୁଟଠାରୁ ଓଡ଼ିଶାର ରାଜଧାନୀ ଭୁବେନେଶ୍ଵର ଦୂରତା ୫୦୦ କିମି ରହିଥିବାବେଳେ ଆନ୍ଧ୍ରର ବିଶାଖାପାଟଣା । ୨୦୨ କିମି, ଛତିଶଗଡର ରାୟପୁର ପ୍ରାୟ ୩୮୦ କିମି ଦୂରରେ ରହିଛି । କୋରାପୁଟରୁ ବସ ଯୋଗେ ଭୁବେନେଶ୍ଵର, ବ୍ରହ୍ମପୁର, କଟକ, ରାୟପୁର, ବିଶାଖାପାଟଣା, କାକିନାଡା ଆଦି ସହରକୁ ଯିବା ଆସିବା ସୁବିଧା ରହିଛି ।

ରେଳ ଷ୍ଟେଶନ

କୋରାପୁଟ ଠାରେ ରହିଥିବା ଷ୍ଟେଶନକୁ  ବି ଗ୍ରେଡ୍ ମାନ୍ୟତା ମିଳିଛି । ଏଠାରୁ ଭୁବନେଶ୍ଵର,ରାଉରକେଲା ରାୟପୁର, ବିଶାଖାପାଟଣା, ଟାଟା, କଲିକତା ଆଦି ସହରକୁ ଯିବା ପାଇଁ ଟ୍ରେନ ରହିଛି । କୋରାପୁଟ ଷ୍ଟେସନରେ ଦୈନିକ ୧୨ଟି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ଚଳାଚଳ କରୁଛି ।

ସହର ରାସ୍ତା ଓ ଜାତୀୟ ରାଜପଥ

ସହରବାସୀ ଗମନାଗମନ ପାଇଁ କୋରାପୁଟ ମ୍ୟୁନିସିପାଲିଟିରେ ମୋଟ ୪o୭.୭୫ କିଲୋମିଟର ରାସ୍ତା ରହିଛି । ସେଥିରୁ ୪୬.୯୦୨ କିମି ସିସି ରାସ୍ତା,୪୯.୪୬୮ କିମି ବିଟି ରାସ୍ତା, ୫୮.୦୫୭ କିମି ମେଟାଲ ରାସ୍ତା, ୧୯୮.୪୭୮ କିମି ମୋରମ ରାସ୍ତା ଏବଂ ୫୪.୮୪୫ କିମି କଚ୍ଚା ରାସ୍ତା ରହିଛି । ୨୧୧ଟି କଲର୍ଭଟ ରହିଛି ।

ଜାତୀୟ ରାଜପଥ

କୋରାପୁଟ ସହର ମଧ୍ୟ ଦେଇ ୨୬ ନଂ ଜାତୀୟ ରାଜପଥ ଯାଇଛି । ଏହା ଛତିଶଗଡର ରାୟପୁରଠାରୁ ଆରମ୍ଭ କରି ଆନ୍ଧ୍ରର ବିଶାଖାପାଟଣା ସହର ପର୍ଯ୍ୟନ୍ତ ଲମ୍ବିଛି । ବର୍ତ୍ତମାନ ରାଞ୍ଚି -ବିଜୟୱାଡା ରାସ୍ତା ନିର୍ମାଣାଧୀନ ଅଛି ।

କଲ୍ୟାଣ ମଣ୍ଡପ

ବିବାହ, ବ୍ରତଘର ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିରେ ୩ଟି କଲ୍ୟାଣ ମଣ୍ଡପ ରହିଛି । ସେଗୁଡିକ ହେଲା କୋରାପୁଟ ଟାଉନହଲା, ପୂଜାରୀପୁଟ କଲ୍ୟାଣ ମଣ୍ଡପ ଏବଂ ଫରେଷ୍ଟ କଲୋନୀ କଲ୍ୟାଣ ମଣ୍ଡପ ।

ଅଡିଟୋରିୟମ ଓ ଷ୍ଟାଡିୟମ

ଜିଲାରେ ୨ଟି ଅଡିଟୋରିୟମ୍ ରହିଛି । କୋରାପୁଟ ତିଆରଡିଏ ସଦଭାବନା  ସମ୍ମିଳନୀ ଗୃହ ଏବଂ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ।

ଷ୍ଟାଡିୟମ

ବିଭିନ୍ନ କ୍ରୀଡା ପାଇଁ କୋରାପୁଟ ପୂଜାରୀ ପୁଟଠାରେ ରହିଛି - କୋରାପୁଟ ଷ୍ଟାଡିୟମ ଏବଂ ଇନଡୋର ଷ୍ଟାଡିୟମ । ଏଥିସହ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ହକି ଖେଳପଡିଆ, ପୋଲିସ ପଡିଆ, ହାଇସ୍କୁଲ ପଢିଆ ଆଦି ୩ଟି ପଡିଆ ରହିଛି ।

ପାର୍କ ଓ ସିନେମା ହଲ୍

କୋରାପୁଟ ସହରରେ ମୋଟ ୪ଟି ପାର୍କ ରହିଛି । ସେଗୁଡିକ ହେଲା ଚନ୍ଦନପୋଖରୀ ପାର୍କ, ରାଜୀବ ଗାନ୍ଧୀ ପାର୍କ, ମହାତ୍ମା ଗାନ୍ଧୀ ପାର୍କ ଏବଂ ଓଏମପିସ୍ଥିତ ସମ୍ପର୍କ ବନ ପାର୍କ ଇତ୍ୟାଦି ।

ସିନେମା ହଲ୍

କୋରାପୁଟଠାରେ ଜଗନ୍ନାଥ ଚିତ୍ରାଳୟ ନାମକ ଏକମାତ୍ର ସିନେମା ହଲ୍ ରହିଛି ।

ଶ୍ମଶାନ

କୋରାପୁଟ ସହର ଉପକଣ୍ଠ ହାଉସିଂବୋର୍ଡ କଲୋନୀ ଠାରେ ଗୋଟିଏ, ଓଏମପିଠାରେ ଗୋଟିଏ ଏପର ୨ଟି ଶ୍ମଶାନ ରହିଛି । ସେହିପରି ଖ୍ରୀଷ୍ଟୀୟ ସମ୍ପ୍ରଦାୟଙ୍କ ପାଇଁ ପୁରୁଣା କୋରାପୁଟଠାରେ ଏବଂ ମୁସଲମାନ ଭାଇଭଉଣୀଙ୍କ ପାଇଁ ସ୍ଥାନୀୟ ଢେପସାହିଠାରେ ଏକ ଇଦ୍ଗା ରହିଛି ।

ସହରର ମୁଖ୍ୟ ବିଭବ

ବ୍ରିଟିଶ ଅମଳର ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବାସଭବନ, ସ୍ଵତନ୍ତ୍ର ସର୍କିଟ ହାଉସ, ଏଡିଏମ ନିବାସ, ସର୍ବପ୍ରାଚୀନ ଜେଇଏଲସି ଚର୍ଚ୍ଚ ( ୧୯୦୨), କୋରାପୁଟ ଜିଲା କାରାଗାର ( ୧୯୧୮) ଏବଂ ଆଦିବାସୀ ସଂଗ୍ରହାଳୟ ( ୧୯୭୭) ରହିଛି ।

ପାନୀୟଜଳ ଓ ନିକଟବର୍ତ୍ତୀ ଜଳଭଣ୍ଡାର

ପାନୀୟଜଳ

କୋରାପୁଟ ନିକଟରେ ଅବା କୋଲାବ ଜଳଭଣ୍ଡାରରୁ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପଙ୍ଖା ଯୋଗେ କୋରାପୁଟ ସହରକୁ ପାନୀୟ ଜଳ ଯୋଗାଣ କରାଯାଇଥାଏ ।

ବର୍ତ୍ତମାନ କୋରାପୁଟ ମ୍ୟୁନିସିପାଲିଟି ଅଞ୍ଚଳରେ ଏହା ରହିଛି। କୋରାପୁଟ ସହରରେ ଜନ ସ୍ଵାସ୍ଥ୍ୟ ବିଭାଗର ମୋଟ ୩୬୩୨ ହିତାଧିକାରୀ ରହଛନ୍ତି ।

ନିକଟବର୍ତ୍ତୀ ଜଳଭଣ୍ଡାର

କୋରାପୁଟ ସହର ନିକଟରେ କୋଲାବ ଜଳଭଣ୍ଡାର ରହିଛି ।  ସେହିପରି ମସ୍ତିପୁଟ  ନିକଟରେ ବାଘ୍ର  ଜଳଭଣ୍ଡାର ରହିଛି । ଯାହା ପର୍ଯ୍ୟଟକଙ୍କ । ବଣଭୋଜି ପାଇଁ ଏକ ଆକର୍ଷଣୀୟ ସ୍ଥଳ ।

ପର୍ଯ୍ୟଟନ ସ୍ଥଳୀ

କୋରାପୁଟରେ ଶାବର ଶ୍ରୀକ୍ଷେତ୍ର, ଗୁପ୍ତେଶ୍ଵର  ( ୮୪ କି.ମି), କୋଲାବ ଜଳଭଣ୍ଡାର ( ୩ କି.ମି), କୋଲାବ ଡ୍ୟାମ ( ୧୬ କି.ମି.), ନନ୍ଦପୁରର ବତ୍ରିଶ ସିଂହାସନ ଓ ରାଣୀ ଡୁଡୁମା, ଡୁଡୁମା ଜଳପ୍ରପାତ, ଡୁମୁରିପୁଟ ୪୨ ଫୁଟ ଓ ଦାମନଯୋଡିରେ ୧୦୯ ଫୁଟର ହନୁମାନ ମୂର୍ତ୍ତି ସୁବାଇ ଜୈନ କୀର୍ତ୍ତିରାଜି, ଦେଓମାଳୀ ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଛି। ଏସବୁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ ।

କୋରାପୁଟ ଜିଲାର ଗୁପ୍ତେଶ୍ଵର ଶୈବପୀଠ

ମହାଦେବ ଶଙ୍କରଙ୍କର ଭାରତ ବର୍ଷରେ ଥିବା ଅନେକ ଶୈବପୀଠ ମଧ୍ୟରେ କୋରାପୁଟ ଜିଲାର ଗୁପ୍ତେଶ୍ୱର ପୀଠ ଅନ୍ୟତମ । ଶାବେରୀ ନଦୀ ତଟରେ ଏକ ଗୁମ୍ଫାରେ ଥିବା ଏହି ଶୈବପୀଠକୁ କୋରାପୁଟରୁ ଜୟପୁର-ବୈପାରିଗୁଡା ଦେଇ ୮୨ କି.ମି.ପଡେ ପ୍ରଭୁଙ୍କ ପୀଠ ।

ଏହି କ୍ଷେତ୍ର ଛତିଶଗଡରେ ଗୁପ୍ତ କେଦାର ନାମରେ ପରିଚିତ । ଅନୁସାରେ ୧୬୬୫ରେ ମହାରାଜା ବୀର ବିକ୍ରମ ଦେବ ଥାନ୍ତି ଜୟପୁରର ଶାସକ । ଶାସନ ସୁପରିଚାଳନା ଲାଗି ରାମଗିରି ଅଞ୍ଚଳର ପଦ୍ମପାତ୍ର ନାମକ ବ୍ୟକ୍ତି ମହାରାଜାଙ୍କ ଦ୍ଵାରା ନିଯୁକ୍ତି ପାଇଥାନ୍ତି । ସେ ଦିନେ ହରିଣ ଶିକାର ପାଇଁ ଯାଇ ଏକ ହରିଣକୁ ଶରବିଦ୍ଧ କରିଥିଲେ । ସେହି ହରିଣକୁ ଖୋଜିବା ସମୟରେ ଗୁପ୍ତେଶ୍ଵର ଲିଙ୍ଗର ସନ୍ଧାନ ପାଇଥିଲେ ।

ଶାବର ଶ୍ରୀକ୍ଷେତ୍ର

କୋରାପୁଟ ସହର ଶାବର ଶ୍ରୀକ୍ଷେତ୍ର ମନ୍ଦିର ପାଇଁ ସ୍ଵତନ୍ତ୍ର ପରିଚୟ ରହିଛି । ପୁରୀର ଶ୍ରୀକ୍ଷେତ୍ର ପରି ଏଠାରେ ସମସ୍ତ ରୀତିନୀତିରେ ତିନିଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଏ । ପାହାଡ ଉପରେ ନିର୍ମାଣ ହୋଇଥିବା ଶାବର ଶ୍ରୀକ୍ଷେତ୍ର ଜିଲାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ରାଜ୍ୟରେ ସୁପରିଚିତ ।

ପ୍ରସିଦ୍ଧ ଉତ୍ସବ

ଶାବର ଶ୍ରୀକ୍ଷେତ୍ର ରଥଯାତ୍ରା, ମାତ୍ୟୁଲୁମାଁ ଯାତ୍ରା, ମା ବାଟମଙ୍ଗଳା ଯାତ୍ରା ।

ଶିକ୍ଷାନୁଷ୍ଠାନ

କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ (୨୦୦୯) ସରକାରୀ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଟାଲେଣ୍ଟ ମହାବିଦ୍ୟାଳୟ, ବିଜ୍ଞାନ ମହାବିଦ୍ୟାଳୟ, ମହାବିଦ୍ୟାଳୟ ।

ଥାନା ଓ ଫାଣ୍ଡି

ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କୋରାପୁଟ ସହରରେ ଦୁଇଟି ଥାନା ରହିଛି । ଟାଉନ ପୋଲିସ ଥାନା ଓ ସଦର ଥାନା ।

ଟାଉନ ପୋଲିସ ଥାନା -  ୦୬୮୫୨ – ୨୫୯୨୪୫

ସଦର ଥାନା  - ୦୬୮୫୨ – ୨୫୧୨୪୧

ଜିଲା ମେଡିକାଲ କଲେଜ

କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ (୨୦୧୭ ରେ ମାତ୍ର ୧୦୦ ପିଲାଙ୍କୁ ନେଇ ସ୍ଥାପିତ ହୋଇଛି ) କୋରାପୁଟ ସଦର ମୁଖ୍ୟ ଚିକିତ୍ସାଳୟ (ଫୋନ ୦୬୮୫୨ – ୨୫୧୨୨୨), ପୋଲିସ ସ୍ଵାସ୍ଥ୍ୟକେନ୍ଦ୍ର, ଓଏମପି ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ଅବସରପ୍ରାପ୍ତ ଆର୍ମି ଅଧିକାରୀଙ୍କ ସ୍ୱାସ୍ଥ୍ୟକେନ୍ଦ୍ର  ।

ସଂଗୃହିତ  -

  • ଅମିତାଭ ବେହେରା
  • ରବି ଶତପଥୀ, ସଭାପତି, ଓଡ଼ିଶା ସାହିତ୍ୟ ପରିବାର, କୋରାପୁଟ
3.08333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top