অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେନ୍ଦ୍ରାପଡା ଜିଲ୍ଲା

ନୌବାଣିଜ୍ୟର ସୃତି ବହନ କରୁଥିବା କେନ୍ଦ୍ରାପଡା ଜିଲା ତୁଳସୀକ୍ଷେତ୍ର ଭାବେ ପରିଚିତ । ଏହି କ୍ଷେତ୍ରର ଆରାଧ୍ୟ ଦେବତା ଭାବେ ପୂଜିତ ଶ୍ରୀବଳଦେବଜୀଉ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିବା ଅଳତିଗିରି ଓ  ଲଳିତଗିରିରେ ରହୁଥିବା କନ୍ଦରା ଅସୁରଙ୍କ ସହ ଢ଼େଙ୍କାନାଳ ଜିଲା କପିଳାସ ଠାରେ ଯୁଦ୍ଧ କରି ମାରି ଦେଇଥିଲେ । କନ୍ଦରା ଅସୁରର ଶରୀର ଯେଉଁଠାରେ ପଡିଥିଲା, ସେହି ସ୍ଥାନକୁ ପ୍ରଥମେ କନ୍ଦରାପାଡି କୁହାଯାଉଥିଲା । ଇଂରେଜ ଶାସନ ସମୟରେ ଏହି କନ୍ଦରାପାଡି ଶବ୍ଦରୁ କେନ୍ଦ୍ରାପଡାର ନାମକରଣ ହୋଇଥିଲା । ପୌରାଣିକ ମତବାଦ ଯାହା ଥାଉନା କାହିଁକି ଏହି ସହର ମୋଗଲ, ମରହଟ୍ଟା, ବ୍ରିଟିଶ ଶାସକଙ୍କ ଶାସନର କେନ୍ଦ୍ରସ୍ଥଳ ଥିଲା । କେନ୍ଦ୍ରାପଡା ସହର ମଧ୍ୟରେ ଥିବା ବହୁ ସ୍ମତିଚିହ୍ନ ଆମକୁ ଏହା ସ୍ମରଣ କରାଉଛି। ଆଉରଙ୍ଗଜେବଙ୍କ ସମୟରେ ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ନିର୍ମିତ ଜୁମା ମସ୍‌ଜିଦ ଏହାର ନିଦର୍ଶନ ହୋଇଥିବା ବେଳେ ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ବେଢା ମରହଟ୍ଟା ଶୈଳୀରେ ନିର୍ମିତ ହୋଇଛି । ଇଂରେଜ ଶାସନ ସମୟରେ ନିର୍ମିତ ସୂର୍ଯ୍ୟଘଡି, ଡାଇମଣ୍ଡ ଜୁବୁଲି ଲାଇବ୍ରେରୀ, ଫ୍ରେଜର ବାଳିକା ବିଦ୍ୟାଳୟ ଆଦି ଏହାର ମୂକସାକ୍ଷୀ ହୋଇରହିଛି । ରାମଲୀଳା, ପାଲା, କେନ୍ଦରା ବାଦ୍ୟ, ସଖୀକଣ୍ଢେଇ ଆଦି ୧୩ଟି ସାଂସ୍କୃତିକ ପରମ୍ପରା ଅଦ୍ୟାବଧି ଜିଲାରେ ବଞ୍ଚି ରହିଛି । ୨୦୦୦ ବର୍ଷ ପୂର୍ବେ ଆଳି ରାଜାଙ୍କ ନୌସେନା କନିକା ଉପସାଗରର ରକ୍ଷଣାବେକ୍ଷଣ କରୁଥିବା ବେଳେ ରାଜନଗର ବ୍ଲକର ଉପାନ୍ତ ଅଞ୍ଚଳରେ ଜନ୍ମିତ ତଅପୋଇର କାହାଣୀ ଓଡ଼ିଶାର ଘରେ ଘରେ ତଅପୋଇ ଓଷା ଭାବେ ପରିଚିତି ଲାଭ କରିଛି । ଜାତୀୟ ଉଦ୍ୟାନ ଭିତରକନିକା, ଡାଙ୍ଗମାଳ କୁମ୍ଭୀର ସଂରକ୍ଷଣ କେନ୍ଦ୍ର, ବିରଳ ଅଲିଭ ରିଡଲେ କଇଁଛ ସଙ୍ଗମସ୍ଥଳ ଗହୀରମଥା, କନିକା ରାଜବାଟୀ , ପେଣ୍ଠର ଜିଓ ସିନ୍ଥେଟିକ ୱାଲ, ମହାକାଳପଡାର ବତିଘର, ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ରର ମୁଖ୍ୟ ସଂଯୋଗସ୍ଥଳରେ କେନ୍ଦ୍ରାପଡା ସହରର ଅବସ୍ଥିତି । ୧୮୮୫ ମସିହା ମେ ୧୮ ତାରିଖରେ ବ୍ରିଟିଶ ଶାସକ ଲର୍ଡ ରିପନ ସ୍ଵାୟତ୍ତ ଶାସନ ପ୍ରସ୍ତାବ ଆଣିଥିଲେ । ତେବେ ଏହା ପୂର୍ବରୁ ୧୮୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ଇଂରେଜ ସରକାର ଓଡିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡାକୁ ଘୋଷଣା କରିଥିଲେ।

ଭୌଗୋଳିକ ସ୍ଥିତି

୧୮୬୯ ମସିହାରେ ୧୪ଟି ପଡାର ସମ୍ମିଶ୍ରଣରେ ମ୍ୟୁନିସିପାଲିଟି ଗଠନ ହୋଇଥିଲା । ୧୯୮୯ ମସିହାରେ ୨୭ ରାଜସ୍ଵ ଗ୍ରାମକୁ ନେଇ କେନ୍ଦ୍ରାପଡା ମ୍ୟୁନିସିପାଲିଟିକୁ ୨୧ଟି ୱାର୍ଡରେ ବିଭକ୍ତ କରାଯାଇଛି । ଉତ୍ତରରେ ଗୋବରୀ ନଦୀ, ପୂର୍ବରେ ଓସ୍ତପୁର, ବୀରତୀ, ଜାଗୁଳାଇପଡା, ଶାମଗୁଡିଆ, ଦକ୍ଷିଣରେ ଶ୍ୟାମସୁନ୍ଦରପୁର, ଦୁତିଆଳ, ତୁଣପୁର, ବଡନାଇପୁର, ୫ ନଂ(କ) ଜାତୀୟ ରାଜପଥ ଓ ପଶ୍ଚିମରେ ଗୁଆଳସିଂ, ମରଡପୁର ଗ୍ରାମକୁ ପୌରାଞ୍ଚଳର ସୀମାକ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ।

ଜନସଂଖ୍ୟା

୨୦୧୧ ଜନଗଣନା ସମୟରେ କେନ୍ଦ୍ରାପଡା ସହରର ଜନସଂଖ୍ୟା ୪୭,୦୦୬ ଥିବା ବେଳେ ୨୦୧୭ ଡିସେମ୍ବର ସୁଦ୍ଧା ଏହି ସଂଖ୍ୟା ୫୨,୧୬୭ରେ ପହଞ୍ଚିଛି ।

ସହର ରାସ୍ତା

ମୋଟ ୨୩୩.୪୨ କିଲୋମିଟର । ଏଥିମଧ୍ୟରୁ ୧୧୫.୭୫ କିଲୋମିଟର ପିଛୁ, ୮୪.୯୮ କିଲୋମିଟର କଂକ୍ରିଟ, ମେଟାଲ ରୋଡ- ୧୭.୫୭ କିଲୋମିଟର, ମୋରମ ରୋଡ ୫.୮୦ କିଲୋମିଟର, କଚ୍ଚା ରାସ୍ତା ୯.୨୩ କିଲୋମିଟର।

ସ୍ୱାସ୍ଥ୍ୟସେବା

ଜିଲା ମୁଖ୍ୟ ଚିକିତ୍ସାଳୟ ଓ ୩ଟି ଘରୋଇ  ନର୍ସିଂ ହୋମ । ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟ ସଂଖ୍ୟା ୧୯୫। ସେଥିରୁ ୧୬୫ କାର୍ଯ୍ୟକ୍ଷମ । ସେଠାରେ ଡ଼ାକ୍ତରଙ୍କ ପଦବୀ ସଂଖ୍ୟା ୬୨।

ଜାଣିବା କଥା

  • ସାକ୍ଷରତା ହାର
  • ମହିଳା- ୭୮.୯୬%, ପୁରୁଷ – ୯୧.୪୫%

  • ରାଜଧାନୀ ଠାରୁ ଦୂରତା
  • ସଡକ ପଥରେ ୧୦୦ କିଲୋମିଟର।

  • ରେଳଷ୍ଟେଶନ
  • ଯାଜପୁର ଜିଲାସ୍ତ ହରିଦାସପୁର (୫୨ କିଲୋମିଟର)  ।

  • ଅଡ଼ିଟୋରିୟମ
  • ଟାଉନହଲ, ଉର୍ଦ୍ଦ ଲାଇବ୍ରେରି ।

  • ଷ୍ଟାଡିୟମ
  • କେନ୍ଦ୍ରାପଡା ଟାଉନହାଇସ୍କୁଲ ଷ୍ଟାଡିୟମ, ସାରଙ୍ଗସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମ ।

  • ପାର୍କ
  • ଶ୍ରୀ ବଳଦେବଜୀଉ ମନ୍ଦିର ସଂଲଗ୍ନ ପାର୍କ , କଜଳାସ୍ଥ ବିଜୁ ପଟ୍ଟନାୟକ ପାର୍କ ।

  • ସିନେମା ହଲ୍
  • ଭାସ୍କର ଟକିଜ, ତାରିଣୀ ସିନେମା ହଲ ।

  • ଶ୍ମଶାନ
  • କଜଳା, ରଣପଡା, ନସଡିପୁର, ଗୋପ, ଚକଡା, ତଳବାରଙ୍ଗ, ବେଙ୍ଗପାଟିଆ

  • ପ୍ରସିଦ୍ଧ ଉତ୍ସବ
  • ରଥଯାତ୍ରା, ଗଜଲକ୍ଷ୍ମୀପୂଜା, ଇଦ୍।

  • ଜଳାଶୟ
  • ମହାଭୋଇ ପୋଖରୀ, ଜୟିପୁରା କମାରିଆ ପୋଖରୀ, ଅଯୋଦ୍ଧାନଗର, ଚନ୍ଦନ ପୋଖରୀ, ଗୋଡଧୁଆ ପୋଖରୀ, ଶ୍ରୀଗୋବିନ୍ଦଜୀଉ ଚନ୍ଦନ ପୋଖରୀ ।

ଶିକ୍ଷାନୁଷ୍ଠାନ

କେନ୍ଦ୍ରାପଡ଼ା ସ୍ଵୟଂଶାସିତ କଲେଜ, ତୁଳସୀ ମହିଳା ମହାବିଦ୍ୟାଳୟ,କେନ୍ଦ୍ରାପଡ଼ା ସାକ୍ଷ୍ୟ କଲେଜ,ଅଭୟା ଆୟୁର୍ବେଦ ସଂସ୍କୃତ କଲେଜ, ଦୀନବନ୍ଧୁ ସାହୁ ଆଇନ କଲେଜ ।

ଧାର୍ମିକ ପୀଠ

ଶ୍ରୀ ବଳଦେବଜୀଉ ମନ୍ଦିର, ଦୁର୍ଗାଦେବୀ ମନ୍ଦିର (ଇଚ୍ଛାପୁର), ରାଧାଗୋବିନ୍ଦ ଜୀଉ ମନ୍ଦିର (ଚାଟରାପାଟଣା), ଶ୍ରୀ  ବିନୋଦବିହାରୀଜୀଉ ମନ୍ଦିର , ବାଲାବାବା, ମନ୍ଦିର (ଗଣାମାହାଲ), ମୁଣ୍ଡକଟା ଗୋପୀନାଥ (ତଳିବାରଙ୍ଗ), ଜୁମା ମସ୍‌ଜିଦ (ପୁରୁଣା ବସ୍‌ଷ୍ଟାଣ୍ଡ ) ।

ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସ୍ଥାନ

ଆଞ୍ଚଳିକ ପରିବହନ କେନ୍ଦ୍ର, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ, ଟାଉନ ହାଇସ୍କୁଲ, ଜିଲ୍ଲାପାଳ କାର୍ଯ୍ୟାଳୟ, ଏସପି କାର୍ଯ୍ୟାଳୟ, କୃଷି ବିଜ୍ଞାନ କେନ୍ଦ୍ର, ଝୋଟ ଗବେଷଣା କେନ୍ଦ୍ର, ଜିଲା ମୁଖ୍ୟ ଚିକିତ୍ସାଳୟ।

ଥାନା ଓ ଫାଣ୍ଡି

ଏସପି ଅଫିସ (ଜଜାଙ୍ଗ), ସଦରଥାନା, ଟାଉନ  ଥାନା, ଟାଉନ ଫାଣ୍ଡି- ୧ (ତିନିମୁହାଣୀ),ଟାଉନ ଫାଣ୍ଡି- ୨ (ପୁରୁଣା ବସଷ୍ଟାଣ୍ଡ)

ବିଭିନ୍ନ ପୋଲିସ ଅଧିକାରୀଙ୍କ ଅନ୍ୟାନ୍ୟ ସ୍ଥାୟୀ ଫୋନ ନମ୍ବର

ଏସପି

୯୪୩୮୯୧୬୨୬୦

ସଦର ଥାନା

୯୪୩୮୯୧୬୨୬୫

ଟାଉନ ଥାନା

୯୪୩୮୯୧୬୨୬୬

ଆଳି ଥାନା

୯୪୩୮୯୧୬୨୬୧

ଡ଼େରାବିଶ ଥାନା

୯୪୩୮୯୧୬୨୬୨

ବିଦ୍ୟୁତ ଶକ୍ତି ଥାନା

୯୪୩୮୯୧୬୨୬୩

ଜମ୍ବୁ ଥାନା

୯୪୩୮୯୧୬୨୬୪

ମହାକାଳପଡ଼ା ଥାନା

୯୪୩୮୯୧୬୨୬୭

ମାର୍ଶାଘାଇ ଥାନା

୯୪୩୮୯୧୬୨୬୮

ନିକିରାଇ ଥାନା

୯୪୩୮୯୧୬୨୬୯

ପାଟକୁରା ଥାନା

୯୪୩୮୯୧୬୨୭୦

ପଟ୍ଟାମୁଣ୍ଡାଇ ଥାନା

୯୪୩୮୯୧୬୫୨୫

ରାଜକନିକା ଥାନା

୯୪୩୮୯୧୬୫୨୬

ରାଜନଗର ଥାନା

୯୪୩୮୯୧୬୫୨୭

 

ତୁଳସୀ କ୍ଷେତ୍ରର ଅଧ୍ୟଷ୍ଠାତା  ଶ୍ରୀବଳଦେବଜୀଉ

ଶ୍ରୀ ବ୍ୟାସଦେବଙ୍କ ପ୍ରଣୀତ ବ୍ରହ୍ମତନ୍ତ୍ର ଓ ପଦ୍ମ ପୁରାଣରେ ବର୍ଣ୍ଣିତ ଉତ୍କଳର ୫ଟି କ୍ଷେତ୍ର ମଧ୍ୟରୁ କେନ୍ଦ୍ରାପଡାର ତୁଳସୀ କ୍ଷେତ୍ର ଅନ୍ୟତମ । ଏହି କ୍ଷେତ୍ରାଧୂପତି ଶ୍ରୀ ବଳଦେବଜୀଉଙ୍କ ଅବୟବ ମଣିବ୍ରହ୍ମ ହେତୁ ନବକଳେବର ହୁଅନ୍ତି ନାହିଁ । ରଥଯାତ୍ରା । ସମୟରେ ବିଶ୍ୱର ସର୍ବବୃହତ୍ ବ୍ରହ୍ମ ତାଳଧ୍ଵଜ ରଥରେ ସାନୁଜ ଶ୍ରୀଜଗନ୍ନାଥ ଓ ଭଉଣୀ । ସୁଭଦ୍ରାଙ୍କୁ ଧରି ମାଉସୀ ମାଆ ମନ୍ଦିରକୁ ଯାତ୍ରା କରିବା ଶ୍ରୀଜୀଉଙ୍କ ବଡ ପର୍ବ ହୋଇଥିବା ବେଳେ ବିଭିନ୍ନ ବେଶ ଓ ପର୍ବରେ ବହୁ ଜନସମାଗମ ହୋଇଥାଏ । ତେବେ ଇଚ୍ଛାପୁରସ୍ଥ ଶ୍ରୀବଳଦେବଜୀଉ ମନ୍ଦିରର ନିର୍ମାଣ ଶୈଳୀ ଓଡିଶାର ପାରମ୍ପରିକ ରେଖ ଶୈଳୀରେ । ତିଆରି ନ ହୋଇ ଦାକ୍ଷିଣାତ୍ୟର ପୀଢ଼ ଶୈଳୀରେ ନିର୍ମିତ ହୋଇଥିବା ଜଣାପଡେ । ଐତିହାସିକମାନେ ସୂଚନା ଦିଅନ୍ତି ଯେ, ୧୬୫୮ ମସିହାରେ କଳାପାହାଡ ଶ୍ରୀଜୀଉଙ୍କ ମୂଳ ମନ୍ଦିରକୁ ଆକ୍ରମଣ କରିଥିଲେ । ୧୬୬୩ରେ ଆଉରଙ୍ଗଜେବଙ୍କ ସେନାପତି ମହମ୍ମଦ ଜାନ ସହରର ମଧ୍ୟସ୍ଥଳରେ ଥିବା ମୂଳ ମନ୍ଦିରକୁ ଧ୍ଵଂସ କରିଥିଲେ । ତେବେ ତତ୍କାଳୀନ କୁଜଙ୍ଗ କିଲ୍ଲାର ରାଜା ଶ୍ରୀ ଗୋପାଳଜୀ । ଓ ଛେଦରା କିଲ୍ଲାର ରାଜା ଶ୍ରୀନିବାସ ନରେନ୍ଦ୍ର ମହାପାତ୍ର ଶ୍ରୀଜୀଉଙ୍କ ଧ୍ଵଂସ ପାଇ ଯାଇଥିବା ମୂଳ ମନ୍ଦିରର ପଥରରେ ୧୬୭୦ ମସିହାରେ ଇଚ୍ଛାପୁର ଠାରେ ନୂତନ ମନ୍ଦିର ଗଠନ କରିଥିବା ଜଣାପଡେ । ସେହିପରି । ମୂଳ ମନ୍ଦିରର ଅରୁଣସ୍ତମ୍ଭର ଗରୁଡଙ୍କ ମୂର୍ଭ ମାର୍ଶାଘାଇ ବ୍ଲକ ଅଧୀନ ବବକରପୁରସ୍ଥ । କାଳିଦାସ ମନ୍ଦିରରେ ପୂଜା ପାଉଥିବା ବହୁ ଗବେଷକ ସୂଚନା ଦେଇଛନ୍ତି ।

ସୂର୍ଯ୍ୟଘଡି

ଜିଲାପାଳଙ୍କ କାର୍ଯ୍ୟାଳୟର ପଶ୍ଚିମ ଦିଗରେ ମାତ୍ର ୧୦ ମିଟର ଦୂରତାରେ ସୂର୍ଯ୍ୟଘଡି ଅଛି । ବ୍ରିଟିଶ ସମ୍ରାକୀ ରାଣୀ ଭିକ୍ଟୋରିଆଙ୍କ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮୮୭ ମସିହାରେ ସହରର ମଧ୍ୟଭାଗରେ ଏହା ନିର୍ମିତ ହୋଇଥିଲା । ୪ ଫୁଟ ଉଚ୍ଚ ଓ ୧୦ ଫୁଟ ବ୍ୟାସାର୍ଦ୍ଧର ପଥର ଓ ସୁର୍କିରେ ନିର୍ମିତ ଏହି ସୂର୍ଯ୍ୟଘଡି ଅଦ୍ୟାବଧି ଠିକ୍ ସମୟ ପ୍ରଦର୍ଶନ କରୁଛି । ତେବେ ଜିଲାର ପ୍ଲାନିଂ ଅଫିସ ନିର୍ମାଣ ଶେଷ ପରେ ଏହାର ବ୍ୟାବହାରିକ ଗୁଣ ନଷ୍ଟ ହେବ ।

ବଡ଼କୋଠା

ସହରର ବିଭବରେ ଯୋଡିହୋଇ ରହିଛି ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ବଡକୋଠା । ତୁଳସୀବଜାରସ୍ଥ ନୂଆ ବସଷ୍ଟାଣ୍ଡ ନିକଟରେ ୧୮୦୭ରୁ ୧୮୭୭ ମସିହା ମଧ୍ୟରେ ଏହି ବଡକୋଠା ନିର୍ମାଣ କରାଯାଇଥିଲା । ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ଜମିଦାର ରାଧାଶ୍ୟାମ  ନରେନ୍ଦ୍ର ଟଙ୍କାକରେ ୮ ସେର ବଦଳରେ ୧୨ ସେର ଚାଉଳ ଯୋଗାଇ ଦାନବୀର ଉପାଧ ପାଇଥିବା ବେଳେ ବହୁ ସନ୍ଥଙ୍କ ଚତୁର୍ମାସ୍ୟା ବ୍ରତ ପାଳନରେ ସାହାଯ୍ୟ କରୁଥିଲେ। ଏପରିକି ଗଜପତି ଦ୍ଵିତୀୟ ପୁରୁଷୋତ୍ତମ ଦେବ କଳାପାଣି ଦଣ୍ଡରେ ଆଣ୍ଡାମାନରେ ଦୁର୍ବିଷହ ଜୀବନ କାଟୁଥିବା ସମୟରେ ଏହି ଜମିଦାରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ସାଧବପୁଅଙ୍କ ଦ୍ଵାରା ଉଦ୍ଧାର ହୋଇଥିଲେ । ସହରର ଗଣାମାହାଲସ୍ଥ ବାଲାବାବା ମନ୍ଦିର ନିକଟରେ ଏକ ଆଶ୍ରମରେ ଗଜପତିଙ୍କୁ ରଖାଯାଇଥିବା ରାଜାବାବା ମନ୍ଦିରରୁ ଜଣାପଡେ । ଏହି ବଡକୋଠାରେ ଜନ୍ମିତ ଗୋକୁଳ ଶ୍ରୀଚନ୍ଦନ, ନିମାଇଁ ହରିଚନ୍ଦନ ପ୍ରମୁଖ ସଙ୍ଗୀତ ଜଗତରେ ଅମ୍ମାନ ସେହିପରି ବ୍ୟାସକବି ଫକୀରମୋହନ ସେନାପତି ଏଠାରେ ରହି ଜମିଦାରି ସିରସ୍ତା କାର୍ଯ୍ୟ କରୁଥିଲେ ।

ଡାଇମୁଣ୍ଡ ଜୁବିଲି ଲାଇବ୍ରେରି

୧୮୯୭ ମସିହାରେ ଇଂଲଣ୍ଡର ସମ୍ରାଜ୍ଞୀ ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ପାଳନ ଅବସରରେ ସହରର ପୁରୁଣା ବସଷ୍ଟାଣ୍ଡକୁ ଲାଗି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଡାଇମଣ୍ଡ ଜୁବିଲି ଲାଇବ୍ରେରି ସ୍ଥାପିତ ହୋଇଥିଲା ।

ଏଥିରେ ଓଡ଼ିଆ, ବଙ୍ଗଳା, ଇଂରାଜୀ ଆଦି ବିଭିନ୍ନ ଭାଷାର ପ୍ରାୟ ୮ ହଜାର ପୁସ୍ତକ ଅଛି ।

ଏହି ଲାଇବ୍ରେରିରେ ବସି ବ୍ୟାସକବି  ଫକୀରମୋହନ ଛମାଣ ଆଠଗୁଣ୍ଠ ଲେଖିଥିବା ଗବେଷକମାନେ ପ୍ରକାଶ କରୁଥିବା ବେଳେ ଦେଶ ସ୍ୱାଧୀନତା ସମୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁପ୍ତ କକ୍ଷ ଭାବେ ବ୍ୟବହୃତ ହେଉଥିଲା ।

ରସାବଳି

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେରେ ଲାଗି ହୁଏ ରସାବଳି ଭୋଗ ।

ମନ୍ଦିରର ପାରମ୍ପରିକ ଏହି ରୀତିନୀତିର ଖାଦ୍ୟ ଜିଲାର ପରିଚୟରେ ସାମିଲ ହୋଇଯାଇଛି।

ଗାଈକ୍ଷୀର, ଛେନା, ଚକିପେସା ଗହମ ଅଟା, ନବାତ, ଅଳେଇଚ, ରାବିଡି, ଗୁଆଘିଅ ପରି ପଦାର୍ଥର ସମ୍ମିଶ୍ରଣରେ ରସାବଳି ପ୍ରସ୍ତୁତ ହୋଇ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ପ୍ରଥମେ ବଢାଯାଇଥାଏ।

ସାମ୍ପ୍ରତିକ ସମୟରେ ରସାବଳି ସହିତ ଭିନ୍ନ ସ୍ଵାଦରେ ଭରା ପୋଟଳି ପିଠା, କରଞ୍ଜି, ଡାଳିମ୍ବ ଆଦି ଭୋଗର ବିକ୍ରି ଚାଲିଛି ।

ମୁଣ୍ଡକଟା ଗୋପୀନାଥ

ସାନବାରଙ୍ଗ ଠାରେ ମୁଣ୍ଡକଟା ଗୋପୀନାଥ ମନ୍ଦିର ରହିଛି । କିମ୍ବଦନ୍ତୀ ଅନୁଯାୟୀ କଳାପାହାଡ ଆକ୍ରମଣ ସମୟରେ ଗୋପୀନାଥଙ୍କ ମୁଣ୍ଡ କାଟି ଦିଆଯାଇଥିଲା । ନିକଟରେ ଥିବା ମଧୁସାଗରରୁ ଗୋପୀନାଥଙ୍କ ଅବୟବ ଉଦ୍ଧାର କରାଯାଇ ଏପର୍ଯ୍ୟନ୍ତ ପୂଜା   କରାଯାଉଛି । କେବଳ ରଜ ସଂକ୍ରାନ୍ତରେ ଗୋପୀନାଥଙ୍କୁ ଚନ୍ଦନ ଓ ଅନ୍ୟାନ୍ୟ ସାମଗ୍ରୀରେ ତାଙ୍କର ଏକ ମୁଣ୍ଡ ନିର୍ମାଣ କରାଯାଇ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।

କାକଟ ଲକ୍

୧୮୬୬ ମସିହା ନ' ଅଙ୍କ ଦୁର୍ଭିକ୍ଷ ସମୟରେ ଖାଦ୍ୟଶସ୍ୟ ଯୋଗାଣ ଓ ଜଳସେଚନ ପାଇଁ ଖୋଳାଯାଇଥିଲା ବେଳେ କେନ୍ଦ୍ରାପଡ଼ା କେନାଲରେ ସେହି ବର୍ଷ ମେ ୨୯ରେ ପ୍ରଥମେ ପାଣି ଛଡ଼ାଯାଇଥିଲା । ତେବେ ସହର ନିକଟରେ ଏହି କେନାଲର ଗୋଟିଏ । ଅଂଶକୁ ଗୋବରୀ କେନାଲ କୁହାଯାଇଥାଏ। ଜଳସେଚନ ସହିତ ନୌଚାଳନା ପାଇଁ ଉଦ୍ଦିଷ୍ଟ ଏହି କେନାଲରେ ସହରର କାକଟଠାରେ ଏକ । ଲକ୍‌ର ବ୍ୟବସ୍ଥା ହୋଇଥିଲା । କେନାଲ ଲକ୍ କହିଲେ ପୋଲକୁ ବୁଝା ଯାଏନାହିଁ । ଯେଉଁ କେନାଲରେ ନୌକା, ପୋତ ଆଦି ଚାଲିଥାଏ, ସେହି କେନାଲରେ ଜଳସ୍ତର ଉଚ୍ଚତା କମ୍ ବେଶି ପାଇଁ ବ୍ରିଟିଶ ସମୟରେ ଲକ୍ସର । ବ୍ୟବସ୍ଥା ହୋଇଥିଲା । ୧୯୩୦ ମସିହାରେ ଲକ୍ ପରିଚାଳନା ପାଇଁ ମହାସୁଲ ବାବଦ ୩୬୯୨ ଟଙ୍କା ଆଦାୟ ହୋଇଥିଲା।

ସଂଗୃହିତ – ଜଗନ୍ନାଥ ଧଳ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate