ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ
ସେଆର କରନ୍ତୁ

ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ

ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ସମ୍ବନ୍ଧ ରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

ଗଞ୍ଜାମ ଜିଲ୍ଲା ତା ୦୧.୦୪.୧୯୩୬ ରିଖରେ ତାର ସ୍ଥିତିକୁ ଆସିଥିଲା । ଋଷିକୂଲ୍ୟା ନଦୀର ଉତ୍ତର ପାର୍ଶ୍ବରେ ଥିବା ୟୁରୋପୀୟ ଦୁର୍ଗ ଗଞ୍ଜାମ ନାମକ କ୍ଷୁଦ୍ର ସହରର ନାମାନୁସାରେ ଏହି ଜିଲ୍ଲା ନାମିତ ଯାହା ପୂର୍ବେ ଏହି ଜିଲ୍ଲାର ରାଜଧାନୀ ଥିଲା । ଗଞ୍ଜାମ ଅଞ୍ଚଳ ପ୍ରାଚୀନ କଳିଙ୍ଗ ର ଅଂଶ ବିଶେଷ ଥିଲା ଯାହା ଖ୍ରୀଷ୍ଟପୂର୍ବ ୨୬୧ ରେ ମହାରାଜା ଅଶୋକଙ୍କ ଦ୍ଵାରା ଅଧିକୃତ ହୋଇଥିଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ଏହା ଫରାସୀ କମାଣ୍ଡର ବୁସିଙ୍କ ଦ୍ଵାରା ଶାସିତ ହୋଇଥିଲା । ମାତ୍ର ୧୭୫୯ ଖ୍ରୀଷ୍ଟାବ୍ଦରେ ଏହି ଫରାସୀ ଶାସକ ଇଂରେଜ ମାନଙ୍କ ଦ୍ଵାରା ପରାସ୍ତ ହେବା ପରେ ଏହା ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା । ୧୭୯୪ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ଜିଲ୍ଲା ମାଡ୍ରାସ ପ୍ରେସିଡ଼େନ୍ସିଠାରୁ ପୃଥକ ହୋଇ 0୧.0୪.୧୯୩୬ ରେ ନୂତନ ଭାବେ ଗଠିତ ଓଡ଼ିଶା ପ୍ରଦେଶର ଏକ ଅଂଶ ବିଶେଷ ହୋଇଥିଲା ।

ଗଞ୍ଜାମ ଜିଲ୍ଲା ୧୯°.୪’ ଉତ୍ତର ଅକ୍ଷାଂଶଠାରୁ ୨୦°.୧୭’ ଉତ୍ତର ଅକ୍ଷାଂଶ ଓ ୮୪°.୧୨’ ପୂର୍ବ ଦ୍ରାଘିମାରୁ ୮୫°.୧୨’ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହା ୮୦୭୦.୬୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏହି ଜିଲ୍ଲାକୁ ମୁଖ୍ୟତଃ ଦୁଇଟି ଭୌଗୋଳିକ ଅଞ୍ଚଳରେ ବିଭକ୍ତ, ଯ଼ଥା ପୂର୍ବସ୍ଥ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏବଂ ପଶ୍ଚିମସ୍ଥ ମାଳଭୂମି ତଥା ପାର୍ବତ୍ୟାଞ୍ଚଳ ଜିଲ୍ଲାର ପଶ୍ଚିମ ପ୍ରାନ୍ତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଅଟେ । ଗଞ୍ଜାମ ଜିଲ୍ଲାର ଜଳବାୟୁ, ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳର ଜଳବାୟୁ ବର୍ଷସାରାର ସମଶୀତୋଷ୍ଣ ଅଟେ । ଜିଲ୍ଲାରେ ଶୀତଋତୁ ଡ଼ିସେମ୍ବର ଠାରୁ ଫେବୃୟାରୀ ପର୍ଯ୍ୟନ୍ତ ଏବଂ ଗ୍ରୀଷ୍ମଋତୁ ମାର୍ଚ୍ଚ ଠାରୁ ମେ ମାସ ପର୍ଯ୍ୟନ୍ତ ଅନୁଭୁତ ହୁଏ । ଜିଲ୍ଲାର ସାଧାରଣ ବାର୍ଷିକ ବୃଷ୍ଟିପାତ ୧୪୪୪ ମି. ମି. ଅଟେ ।

କିଭଳି ପହଁଞ୍ଚିବେ

  • ଆକାଶ ପଥ :
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୧୫୫କି.ମି.

  • ରେଳ ଯୋଗେ :
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଛତ୍ରପୁର।

  • ସଡକ ପଥ :
  • ଭୁବନେଶ୍ଵରରୁ ୧୬ ନମ୍ବର ଜାତୀୟ ରାଜପଥରେ ଛତ୍ରପୁର ହେଉଛି ୧୫୦ କି.ମି. ।

ପର୍ଯ୍ୟଟନ ସ୍ଥାନ

ଗୋପାଳପୁର ବେଳାଭୂମି

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୬ କି.ମି.

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ନଭେମ୍ବର - ଫେବୃଆରୀ

ବର୍ଣ୍ଣନା

ବିଷର୍ଣ୍ଣ ତଥା ସ୍ୱାସ୍ଥ୍ୟକର ସମୁଦ୍ରକୂଳ ଘନ ନୀଳ ଜଳରାଶି ବହନ କରିଥିବା ବଙ୍ଗୋପସାଗରରୁ ପ୍ରତିମୂହୂର୍ତ୍ତରେ କୂଳରେ ଲହଡ଼ିପିଟିହୋଇ ଫେରିଯାଉଥିବା ଜଳରାଶିର ସୁନ୍ଦର ଶଦ୍ଦ ମୁଖରିତ ଶାନ୍ତ ଉପକୂଳ ବିଶିଷ୍ଟ ସହର ଗୋପାଳପୁର, ଶାନ୍ତ ଉପହ୍ରଦ ବେଷ୍ଟିତ ତଥା ସବୁଜ ବଳୟ ବେଷ୍ଟିତ ବିତାନ ସଦୃଶ ଶୋଭନ ନଭଦେଶର ଶାନ୍ତ ପରିବେଶ ପର୍ଯ୍ୟଟକ ମନରେ ପ୍ରଶାନ୍ତ ମନୋଭାବ ସୃଷ୍ଟି କରିଥାଏ । ପ୍ରତିହତ ତଥା ଅବଶିଷ୍ଟ ବ୍ରିଟିଶ୍ ସାମ୍ରାଜ୍ୟ ଦ୍ୱାରା ନିର୍ମିତ ବନ୍ଦର ଦକ୍ଷୀଣ ଓଡ଼ିଶାର ସ୍ୱର୍ଣ୍ଣତୋରଣ ସଦୃଶ୍ୟ, ଯେଉଁଠାରୁ ସୁଦୁର ରେଙ୍ଗୁନ ସହରକୁ ବାଣିଜ୍ୟ ପୋତମାନ ଯାତାୟତ କରୁଥିଲା । ଏହି ବନ୍ଦର ସହର ଗୋପାଳପୁର ଇତିହାସର ଗାଥା ବହନକରେ । ଏଠାରେ ଥିବା ବତୀଘର ଏହି ଏ୍ୟିତିହ୍ୟର ମୁକସାକ୍ଷୀ ଅଟେ ।

ତାରାତାରିଣୀ – ଆଦିଶକ୍ତି ର ଅଭିବ୍ୟକ୍ତି

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୩୨ କି.ମି.

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ଚୈତ୍ର ମାସ

ବର୍ଣ୍ଣନା

ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକ଼ଟସ୍ଥ ସର୍ପିଳ ଗତିରେ ପ୍ରବାହିତ ପବିତ୍ର ରୁଷିକୂଲ୍ୟା ନଦୀର ତଟରେ ଏକ ସଦୃଶ୍ୟ ପାହାଡ଼ର ଶୀର୍ଷଦେଶରେ ଅବସ୍ଥିତ ପବିତ୍ର ତାରାତିରିଣୀ ମନ୍ଦିର ଯାଆଁଳାଭଉଣୀ ଦେବୀ ତାରାତିରିଣୀ ପୂଜିତ । ଏହାଏକ ପବିତ୍ର ଧର୍ମପୀଠ । ଏହିପୀଠ ହଜାର ହଜାର ଭକ୍ତ ପର୍ଯ୍ୟଟକ ତଥା ଦର୍ଶକଙ୍କୁ ଆକର୍ଷିତ କରେ । ବର୍ଷର ସବୁ ସମୟରେ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି କାରଣ ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ, ଏହି ସ୍ଥାନର ଏକ ବିଶେଷ ତାତ୍ପର୍ଯ୍ୟ ହେଉଛି ପ୍ରତି ବର୍ଷ ଚୈତ୍ର ମାସର ( ମାର୍ଚ୍ଚ ର ଦ୍ଵିତୀୟ ସପ୍ତାହଠାରୁ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ) ପ୍ରତି ମଙ୍ଗଳବାର ମନଙ୍କରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୁଏ । ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଉପାସକ ପୂଜା ତଥା ମାନସିକ ବ୍ରତ ପାଇଁ ଏଠାକୁ ଆସିଥାନ୍ତି । ଏହା ତାରାତାରିଣୀ ମେଳା ନାମରେ ପ୍ରସିଦ୍ଧ । ଏହି ପ୍ରଥା ବା ପରମ୍ପରା କେଉଁ ଆବାହନ କାଳରୁ ପ୍ରଚଲିତ ଏହାଛଡ଼ା ପ୍ରତି ମାସର ହିନ୍ଦୁ କେଲେଣ୍ଡର ର ସଂକ୍ରାନ୍ତି ଦିନ ଏଠାକୁ ହଜାର ହଜାର ଭକ୍ତ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି । ଏହା ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଶକ୍ତି ପୀଠ । ଏହି ତାରାତାରିଣୀ ମନ୍ଦିର ଶ୍ୟାମଳ ବନାନୀ ଘେରା ପାହାଡ଼ ର ଶୀର୍ଷ ଭାଗରେ ଅବସ୍ଥିତ । ୯୯୯ ପାହାଚ ଚଢ଼ି ଏହି ମନ୍ଦିର କୁ ଯିବାକୁ ପଡ଼େ । କିନ୍ତୁ ବର୍ତ୍ତମାନ ଯନ୍ତ୍ରଚାଳିତ ଦୋଳି ଦ୍ୱାରା ଏହି ମନ୍ଦିରକୁ ପହଞ୍ଚିବାର ବ୍ୟବସ୍ଥା ହେଲାଣି, ଏଠାକାର ପିରବେଶ ଶାନ୍ତ ସୁନ୍ଦର ଏବଂ ମନୋମୁଗ୍ଧକର ଅଟେ । ଯେକେହି ଏଠାକୁ ଆସନ୍ତି ପାହାଡ଼ର ଶୀର୍ଷରେ ମନ୍ଦିରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଅନୁଭୁତି ନେଇଯାଆନ୍ତି ।

ଚିଲିକା(ରମ୍ଭା) – ଏକ ଲୁଣି ଉପହ୍ରଦ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବାଲୁଗାମ

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ଭୁବନେଶ୍ଵର ଯାଉଥିବା ଜାତୀୟ ରାଜପଥ ନମ୍ବର ୧୬ ରେ ରମ୍ଭା ଓ ବାରକୁଳ ମଧ୍ୟରେ ଅବସ୍ଥିତ ।

  • ରୁହନ୍ତୁ
  • ଶୀତ ମାସ ରେ ନଭେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ଚିଲିକା ଭ୍ରମଣ ର ପ୍ରକୃଷ୍ଟ ସମୟ ଅଟେ ।

ବର୍ଣ୍ଣନା

ଓଡିଶାର ଉପକୂଳର ହୃତପିଣ୍ଡ ଭଳି ପ୍ରତୀୟମାନ ଚିଲିକା । ଏକ ସର୍ବବୃହତ ହ୍ରଦ ଯାହା ହୃଦୟରେ କିଛି ଦ୍ଵୀପକୁ ବହନ କରିଛି । ଏକ ୧୧୦୦ ବର୍ଗ କିଲୋମିଟର ପରିବ୍ୟାପ୍ତ । ଏହା ତିନି ଗୋଟି ଜିଲ୍ଲାର ଉପକୂଳ ଯଥା, ପୁରୀ , ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଉପକୂଳକୁ ସ୍ପର୍ଶ କରେ ଶେଷରେ ଏକ କ୍ଷୁଦ୍ର ମୁହାଣ ମଧ୍ୟଦେଇ ବଙ୍ଗୋପୋସାଗର ସହ ମିଶିଛି ଏବଂ ଏକ ଅପରୂପ ଉପହ୍ରଦ ସୃଷ୍ଟି କରୁଛି । ଏହା ମଧ୍ୟରେ ସବୁଜ ମାର୍କତ ମଣି ବର୍ଣ୍ଣ ସଦୃଶ ପର୍ବତ ତଥା ଦ୍ଵୀପ ଯଥା ହନିମୁନ୍ ଦ୍ଵୀପ ଏବଂ ବ୍ରେକଫାଷ୍ଟ ଦ୍ଵୀପ ବିଦ୍ୟମାନ ।

ଏହା ମଧ୍ୟରେ କାଳିଯାଇ ଭଳି ପ୍ରସିଦ୍ଧ ଉପାସନା ପୀଠ ତଥା ପର୍ଯ୍ୟଟନ ସ୍ଥଳ ଅବସ୍ଥିତ । ଏହା ଡଲଫିନ ଭଳି ଜଳଜୀବର ପେଣ୍ଠସ୍ଥଳ । ଏହି ଡଲଫିନ ଦେଖିବା ପାଇଁ ବହୁପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହା ବହୁବିଧ ଜଳଜୀବଙ୍କ ଆଶ୍ରୟସ୍ଥଳ । ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ, ଏହା ପକ୍ଷୀ ମାନଙ୍କର ଏକ ଅଭୟାରଣ୍ୟ, ଶୀତଦିନେ ବହୁ ଦୁରଦୂରାନ୍ତ ଯଥା ସାଇବେରିଆ ଭଳି ଶୀତପ୍ରଧାନ ଅଞ୍ଚଳ ରୁ ବହୁ ପରିବ୍ରାଜୀ ପକ୍ଷୀ ଏଠାକୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ଆସିଥାନ୍ତି । ବହୁ ବିଧ ମତ୍ସ୍ୟସମ୍ପଦପୂର୍ଣ୍ଣ ଏହି ଚିଲିକା ବହୁ ତଟଜୀବୀ ମତ୍ସ୍ୟଜୀବୀଙ୍କୁ ଜିବିକା ଯୋଗାଇଥାଏ । ଏହି ହ୍ରଦର ସୁଦୂର ବିସ୍ତାର ନୀଳ ଜଳରାଶିରେ ପ୍ରତ୍ୟହ ଶହ ଶହ ଡଙ୍ଗା ଆତଯାତ ହୋଇଥାନ୍ତି ।

ମାଛ ଚିଙ୍ଗୁଡ଼ି ଓ କଙ୍କଡ଼ା ଭଳି ଜଳଜୀବ ଧରାଯାଇ ବହୁ ଅଞ୍ଚଳକୁ ପଠାଯାଇଥାଏ । ଏଣୁ ଏହା ଏହି ଅଞ୍ଚଳର ଅଧିବାସୀଙ୍କ ଅର୍ଥିକ ଅବସ୍ଥାର ଉନ୍ନତିର ଏକ ପିଣ୍ଡ ସଦୃଶ । ପାହାଡ଼ ପର୍ବତ ଘେରା କୁଞ୍ଚିତ ଉପକୂଳ ବିଶିଷ୍ଟ ଏବଂ ସୁଦୀର୍ଘ ପ୍ରସାର ଜଳରାଶି ବିଶିଷ୍ଟ ଚିଲିକା ସୌନ୍ଦଯ୍ୟର ଏକ ଗନ୍ତାଘର ଯାହାକି ସୂର୍ଯୋଦୟ, ସୂର୍ଯ୍ୟାସ୍ତ ଏବଂ ମେଘ ମଣ୍ଡିତ ଆକାଶର ପ୍ରତିବିମ୍ବ ଧାରଣପୂର୍ବକ ନିଜର ରଙ୍ଗ ବଦଳାଇଥାଏ । ଏହା କବିଭାବୁକ ମାନଙ୍କ ମନରେ ସୃଜନାତ୍ମକ ଚିନ୍ତାଧାରାକୁ ସମୃଦ୍ଧିକରେ । ଏହି ଚିଲିକାକୁ ନେଇ କବିବର ରାଧାନାଥରାୟ ଲେଖିଛନ୍ତି ଚିଲିକା କାବ୍ୟ ଏବଂ ଦେଶସେବୀ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଏହି ଚିଲିକା ଉପରେ କାବ୍ୟ ଲେଖିଯାଇଛନ୍ତି । ଏହି ଚିଲିକାର ଜଳରାଶି ବଙ୍ଗୋପସାଗର ରୁ ବହି ଆସୁଥିବା ଧିର ବପନ ଦ୍ୱାରା ଆନ୍ଦୋଳିତ ଏବଂ ଏହି ପବନର ତାଳରେ ନୃତ୍ୟରତ ।

ପଞ୍ଚମା – ସିଦ୍ଧି ବିନାୟକ ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୫ କି.ମି.

  • ରୁହନ୍ତୁ
  • ବିନାୟକ ଶୁକ୍ଳ ଚତୁର୍ଥୀ

ବର୍ଣ୍ଣନା

ଏହା ଗଞ୍ଜାମ ର ଏକ କ୍ଷୁଦ୍ରଗ୍ରାମ । ବହୁକାଳରୁ ଏଠାରେ ଅଶ୍ୱତଥ ବୃକ୍ଷ ମଧ୍ୟରୁ ଆବିର୍ଭୂତ ଗଣେଷମୂର୍ତ୍ତି ପୂଜାପାଇ ଆସୁଛନ୍ତି । ଏହି ମନ୍ଦିରର ପ୍ରକୃତ ବୟସ ସମ୍ବନ୍ଧିତ କିଛି ଲିଖିତ ପ୍ରମାଣ ନାହିଁ । କେଉଁ ଆବାହମାନ କାଳରୁ ଏହି ମନ୍ଦିରେରେ ଏହି ଗଣେଷମୂର୍ତ୍ତି ପୂଜା ପାଇ ଆସୁଛନ୍ତି । କିମ୍ବଦନ୍ତୀ କହେ ଏହି ବାମାବର୍ତ୍ତୀ ଦନ୍ତ ବିଶିଷ୍ଟ ଗଣେଷ ମୂର୍ତ୍ତି କିଛିମାତ୍ରାରେ ପୂରୀର ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କ ସହ ସମ୍ପର୍କିତ । ବିନାୟକ ଚତୁର୍ଥୀ ଅବସରରେ କେବଳ ଓଡ଼ିଶା କାହିଁକି ଓଡ଼ିଶା ବାହାରୁ ମଧ୍ୟ ବହୁ ଭକ୍ତ ଏଠାକୁ ଅସି ଶ୍ରୀବିନାୟକଙ୍କ ପୂଜାର୍ଚ୍ଚନା କରିଥାନ୍ତି । ସେଦିନ ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମେ ।

ଭୈରବୀ ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୮ କି.ମି. ଦୂରରେ ଜାତୀୟ ରାଜପଥ ନମ୍ବର ୫ ନିକଟରେ ଅବସ୍ଥିତ

  • ରୁହନ୍ତୁ
  • ହିନ୍ଦୁ କ୍ୟାଲେଣ୍ଡର୍ ରେ ମକର ସଂକ୍ରାନ୍ତି

ବର୍ଣ୍ଣନା

ବ୍ରହ୍ମପୁର ଠାରୁ କିଛି ଦୂରରେ ଥିବା ମନ୍ତ୍ରୀଡି ଗ୍ରାମରେ ଆବିର୍ଭୂତ ଦେବୀ ଭୈରବୀଙ୍କ ନାମରେ ପରିଚିତ । ଏହି ସ୍ଥାନଟି ଭୈରବୀ ପୀଠ ନାମରେ ସୁପ୍ରସିଦ୍ଧ । ଏହା ଏକ ପ୍ରସିଦ୍ଧ ଶକ୍ତିପୀଠ । ଓଡିଶାର ବିଭିନ୍ନ ପ୍ରାନ୍ତତଃ ଉତ୍ତର ଆନ୍ଧ୍ରପ୍ରଦେଶରୁ ବହୁ ପର୍ଯ୍ୟଟକ ଏହି ସ୍ଥାନ ପରିଭ୍ରମଣରେ ଆସିଥାନ୍ତି ।

ନାରାୟଣୀ ଦେବୀ ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବାଲୁଗାମ

  • ସଡ଼କ ପଥରେ
  • ସଡକ ମାର୍ଗରେ ବାଲୁଗାମ ଠାରୁ ୧୫ କି.ମି.

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ଅକ୍ଟୋବର – ମାର୍ଚ

ବର୍ଣ୍ଣନା

ପ୍ରସିଦ୍ଧ ଭାଲେରୀ ପାହାଡ କୋଳରେ ରହିଥିବା ସୁଦୃଶ୍ୟ ତଥା ବୈଭବଯୁକ୍ତ ନାରାୟଣୀ ପୀଠ ପୂର୍ବଘାଟ ପର୍ବତମାଳାର ଏକ ପ୍ରସିଦ୍ଧ ସ୍ଥଳ ଅଟେ । ଆମ୍ରବୃକ୍ଷରାଜ ବେଷ୍ଟିତ ନିର୍ଝର ଶୋଭିତ ଏଠାକାର ମନୋରମ ଦୃଶ୍ୟ ପ୍ରତିଦିନ ବହୁ ଦର୍ଶକଙ୍କୁ ଆକର୍ଷଣ କରେ । ଷଡଭୁଜା ମା ନାରାୟଣୀଙ୍କ ପବିତ୍ର ପୀଠ ଭକ୍ତମାନଙ୍କ ପାଇଁ ଏକ ଆହ୍ଵାନ । ଵହୁ ବଣଭୋଜି ପାଇଁ ଏକ ଉତ୍ତମ ସ୍ଥାନ ଅଟେ ।

ତପ୍ତପାଣି – ଏକ ଉତ୍ସ୍ନ ସ୍ରୋତ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୫୦ କି.ମି. ବ୍ରହ୍ମପୁର- କୋରାପୁଟ ରାଜପଥ ରେ ଅବସ୍ଥିତ

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ଅକ୍ଟୋବର- ଫ୍ରେବୃଆରୀ

ବର୍ଣ୍ଣନା

ବ୍ରହ୍ମପୁରରୁ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ପାର୍ଶ୍ଵରେ ଚିରସ୍ରୋତା ଗନ୍ଧକ ଔଷଧୀୟ ଜଳ ଉତ୍ସର୍ଜିତ ଉଷ୍ଣ ପ୍ରସ୍ରବଣ ରହିଛି । ଯାହା ନିଜ ନାମର ସାର୍ଥକତା ସ୍ୱରୂପ ତପ୍ତପାଣି ନାମ ବହନ କରେ । ପର୍ବତରାଜି ତଥା ଘନ ବନରାଜି ବେଷ୍ଟିତ ପ୍ରଶାନ୍ତ ରୂପ ବିଶିଷ୍ଟ ତପ୍ତପାଣିରେ ସୂର୍ଯ୍ୟଦୋୟ ସୂର୍ଯ୍ୟାସ୍ତ, ଜ୍ୟୋତ୍ସ୍ନାପ୍ଳୁତ ରଜନୀ, ଘନବନ କୁଞ୍ଜ ଅନ୍ତରାଳରୁ ଶୁଣାଯାଉଥିବା ପକ୍ଷୀତ୍କଳଙ୍କ କାକଳୀ ବନ୍ୟ ପଶୁ ସମୂହଙ୍କ ଉପସ୍ଥିତି ତଥା ବନପ୍ରଦେଶ ଅନ୍ତର୍ଗତ ଆଦିମ ଆଦିବାସୀ ଗୀତନୃତ୍ୟ ବାଦ୍ୟର ତାନ ଏହାର ପ୍ରାକୃତିକ ଶୋଭାକୁ ବହୁଗଣିତ କରେ ।

ଏହି ଦୃଶ୍ୟ ସମୂହ ବହୁ ପ୍ରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଯଥା, କବି, ଲେଖକ, ପଣ୍ଡିତ, ଭାବୁକ ତଥା ବନଭ୍ରମଣକାରୀ ଏବଂ ନବବିବାହିତ ଦମ୍ପତି । ଏ ସମସ୍ତ ପ୍ରକାର ବ୍ୟକ୍ତି ବର୍ଷସାରା ଏହାର ସୋଭା ଆହରଣ କରିଥାନ୍ତି ।

ବୁଦ୍ଧଖୋଲ – ପଞ୍ଚୁ ମହାଦେବ ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୭୩ କି.ମି.

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ସେପ୍ଟେମ୍ବର – ମାର୍ଚ

ବର୍ଣ୍ଣନା

ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରୁ ତିନି କିଲୋମିଟର ଉତ୍ତରକୁ ଗଲେ ପଡେ ଏକ ଶୋଭାପୁର୍ଣ ସ୍ଥାନ “ବୁଦ୍ଧଖୋଲ” ଯେଉଁଠି ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ବେଷ୍ଟିତ ଏହି ସ୍ଥାନରେ ଏକ ପର୍ବତର ଶିଖରରେ ପାଞ୍ଚଗୋଟି ମନ୍ଦିର ସାଦୃଶ୍ୟମାନ ଯାହା ପଞ୍ଚୁ ମହାଦେବ ମନ୍ଦିର ନାମରେ ପର୍ବତର ଉପରଭାଗରୁ ବହି ଆସୁଥିବା ଚିରସ୍ରୋତା ନିର୍ଝରିଣୀ ଏକ ପ୍ରାକୃତିକ ଜଳପ୍ରପାତ ସୃଷ୍ଟି କରିଥାଏ । ଏହି ସ୍ଥାନରେ ଦେଖାଯାଉଥିବା ବୌଦ୍ଧ ସନ୍ନ୍ୟାସୀ ସୂଚନାଦିଏ ଯେ, ପ୍ରାଚୀନ କାଳରେ ଏଠାରେ ବୌଦ୍ଧ ସଂସ୍କୃତି ଗଢି ଉଠିଥିଲା । ଏହି ସ୍ଥାନଠାରୁ ଅନତିଦୂରରେ ଥିବା ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଗୁମ୍ଫା “ସିଦ୍ଧଗୁମ୍ଫା” ନାମରେ ନମିତା ଯେଉଁଠି ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ଦୀର୍ଘଦିନ ଧରି ତପସ୍ୟାରତ ଥିଲେ । ଶିବରାତ୍ରି ଓ କରତିକ ପୁର୍ଣ୍ଣିମାଦିନ । ଏଠାରେ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା ନିମିତ୍ତ ବହୁଜନ ସମାଗମ ହୁଏ ।

ମହୁରିକାଳୁଆ – ଶକ୍ତି ପୀଠ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ବ୍ରହ୍ମପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ବ୍ରହ୍ମପୁର ଠାରୁ ୧୫ କି.ମି.

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ଅକ୍ଟୋବର – ମାର୍ଚ

ବର୍ଣ୍ଣନା

ବ୍ରହ୍ମପୁର ଠାରୁ ଦକ୍ଷିଣ ଓଡିଶାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ପାର୍ଶ୍ଵରେ ବ୍ରହ୍ମପୁର ଠାରୁ ଅନତି ଦୂରରେ ମହୁରିକାଳୁଆ ପର୍ଯ୍ୟଟନସ୍ଥଳ ଆସେ ଯେତେବେଳେ ସହରାଞ୍ଚଳର ବ୍ୟକ୍ତିମାନେ ନିର୍ମବହୁଳ ତଥା ଝଞ୍ଜାମୟ ଜୀବନରୁ କିଛି ଅବ୍ୟାହତି ନେବାକୁ ଅଥବା ମନୋରଞ୍ଜନ କରିବାକୁ ଇଚ୍ଛା କରନ୍ତି, ସେତେବେଳେ, ସେମାନେ ଏହି ମହୁରିକାଳୁଆ ପୀଠକୁ ବଣଭୋଜି କରିବାକୁ ଆସିଥାନ୍ତି, ଯେଉଁ ପୀଠରେ ରକ୍ତସିନ୍ଦୁରମଣ୍ଡିତା ମୟୁରପୁଚ୍ଛ ଶୋଭିତ ମା କାଳୀ ବିରାଜିତା । ଏହି ପୀଠ ଏକ ପ୍ରକୃଷ୍ଟ ଅବସର ବିନୋଦନସ୍ଥଳ ଯାହା କର୍ମ କ୍ଳାନ୍ତ ଜୀବନର ବ୍ୟସ୍ତତାକୁ କିଛି ମାତ୍ରାରେ ଦୂର କରେ । ପର୍ବତ ବେଷ୍ଟିତ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳ ବହୁ ପର୍ଯ୍ୟଟନଙ୍କୁ ପ୍ରଲୋଭିତ କରେ ।

ହୁମୁରି ତାମ୍ପରା – ଏକ ମଧୁର ଜଳ ହ୍ରଦ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନ ବନ୍ଦର : ଭୁବନେଶ୍ଵର

  • ରେଳଗାଡ଼ିରେ
  • ନିକଟତମ ରେଳ ସ୍ଟେଶନ : ଛତ୍ରପୁର

  • ସଡ଼କ ପଥରେ
  • ସଡକ ମାର୍ଗରେ ଛତ୍ରପୁର ଠାରୁ ୪ କି.ମି.

  • ରୁହନ୍ତୁ
  • ପ୍ରକୃଷ୍ଟ ସମୟ : ଅକ୍ଟୋବର - ମେ

ବର୍ଣ୍ଣନା

୫ ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଗଞ୍ଜାମର ରାଜଧାନୀ ଛତ୍ରପୁର ସହରଠାରୁ ଅନତିଦୂରରେ ଅବସ୍ଥିତ ଏକ ସୁଦୃଶ୍ୟ କ୍ଷୁଦ୍ର ହ୍ରଦ ଯେଉଁଠିକି ଧୀରମୃଦଳ ଢେଉକୁଳରେ ଅହରହ ନିର୍ବାପିତ ହୋଇଥାଏ । ଏହି ତାମ୍ପରା ହ୍ରଦ ଜଳକ୍ରୀଡା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ ଏଟେ । ସମୁଦ୍ରକୂଳ ନିକଟସ୍ଥ କାଜୁବଣ ବେଷ୍ଟିତ ବେଳାଭୂମିରେ ଧୀର ପଦପାତରେ ସାନ୍ଧ୍ୟାକାଳୀନ ଭ୍ରମଣ କର୍ମକ୍ଳାନ୍ତ ଜୀବନର ବ୍ୟସ୍ତତା ଦୂର କରିଥାଏ । ଏହି ବଗିଚାରୁ ବାଟ ଆଡ଼େଇ ଗଲେ ଦୁଇ କିଲୋମିଟର ପରେ ପଡ଼େ ବଙ୍ଗୋପସାଗର ବେଳାଭୂମି । ଏହି ଧିରମୃଦୁଳ ଜଳରାଶି ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବାସ୍ତବିକ ଶାନ୍ତି ପରିବେଶଭରା ତାମ୍ଫରାରେ ଜଳବିହାର ଉପଭୋଗ୍ୟ ଏବଂ ମନୋମୁଗ୍ଧକର ଅଟେ ।

ଆଧାର - "ଗଞ୍ଜାମ ଡିଷ୍ଟ୍ରିକ ପୋର୍ଟାଲ"

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top