ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ଜଗତସିଂହପୁର ଜିଲ୍ଲା
ସେଆର କରନ୍ତୁ

ଜଗତସିଂହପୁର ଜିଲ୍ଲା

ଜଗତସିଂହପୁର ଜିଲ୍ଲା ବିଷୟରେ ସୂଚନା

ଉପକ୍ରମ

ଜିଲ୍ଲା – ଜଗତସିଂହପୁର

ଲୋକସଂଖ୍ୟା – ୫୧,୬୮୮

ଭୌଗଳିକ ଅଞ୍ଚଳ – ୧,୭୫୯ KM

ସାକ୍ଷାର ହାର  - ୮୭.୧%

କୃଷି

  • କୃଷି ଏବଂ ଉଦ୍ୟାନ କୃଷି ଅମଳ ପାଇଁ ଏହାର ଜଳବାୟୁ ଉତ୍ତମ ।
  • ନଦୀ, କେନାଲ ଏବଂ ଭୂତଳଜଳ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମିଳେ ।
  • ବିଭିନ୍ନ ପ୍ରକାର ଚାଷ, ଉଦ୍ୟାନକୃଷି, ବୃକ୍ଷ ରୋପଣ ପାଇଁ ଏଠାରେ ଉତ୍ତମ ମୃତ୍ତିକା ମିଳେ ।
  • ନଦୀ କୂଳ, ଉର୍ବର ମୃତ୍ତିକା ଥିବା ନଦୀ କୂଳ, ଆଞ୍ଚଳିକ ଜଙ୍ଗଲ ଇତ୍ୟାଦି ଚାଷ ଏହି ଜିଲ୍ଲାରେ ଉପଲବ୍ଧ ।
  • ପନିପରିବା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ସହ ବଜାର ମଧ୍ୟ ଉପଲବ୍ଧ ।
  • ଉଦ୍ୟାନ ଭିତ୍ତିକ ଚାଷ ପାଇଁ ଏଠାରେ ସମସ୍ତ ପ୍ରକାର ଉପାଦାନ ମିଳେ ।
  • ସାମୁଦ୍ରିକ ଜଳବାୟୁ ଯୋଗୁଁ ଜିଲ୍ଲାର କୁଜଙ୍ଗ, ବାଲିକୁଦା ଏବଂ ଏରସମା ବ୍ଲକରେ କୃଷିର ଉତ୍ପାଦ ସହ ବାୟୋ ମାସ ଉତ୍ପାଦ ହୁଏ ଯାହା ପରିବେଶକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ।
  • ଜିଲ୍ଲାରେ ବୈଷୟିକ ଜ୍ଞାନ କୌଶଳ ଓ ଭିତ୍ତିଭୂମି ଜିଲ୍ଲାରେ ଉତ୍ତମ ଭାବରେ ରହିଛି ।
  • ଉତ୍ତମ ପଶୁ ଖାଦ୍ୟ ମିଳୁଥିବାରୁ ଏଠାରେ ଗୋ ପାଳନସହ ବିଭିନ୍ନ ପଶୁ ପାଳନ ପାଇଁ ସୁବିଧା ରହିଛି ।
  • ପାରମ୍ପରିକ ଜଳସେଚନ, ପୋଖରୀ, ଜଳ ଉତ୍ସ ଇତ୍ୟାଦି ବହୁଳ ଭାବରେ ରହିଛି ଯାହା ଚାଷ ପାଇଁ ସାହାଯ୍ୟ କରେ ।
  • ଶୁଖାଯାଇଥିବା ନଦୀକୁ ମତ୍ସ୍ୟ ପ୍ରଜନନ ପାଇଁ ବ୍ୟବହାର କରାଯାଏ ।
  • ବିଭିନ୍ନ ପ୍ରକାର ନଦୀଜଳ, ସମୁଦ୍ର ଜଳ ମିଳୁଥିବାରୁ ଏଠାରେ ମାଛ ଓ ସାମୁଦ୍ରିକ ପ୍ରାଣୀ ବହୁଳ ଭାବରେ ମିଳନ୍ତି ।
  • କୁକୁଡା, ବତକ ଚାଷ କରିବା ପାଇଁ ଏହି ଜିଲ୍ଲାରେ ସମସ୍ତ ସୁବିଧା ଥାଏ ।
  • ସରକାରୀ, ବେସରକାରୀ ସ୍ତରରେ ଏଠାରେ ଉଦ୍ୟାନ ଭିତ୍ତିକ ଫାର୍ମ ତିଆରି ପାଇଁ ସୁବିଧା ରହିଛି ।
  • ମତ୍ସ୍ୟ ଚାଷକୁ ବିକାଶ ପାଇଁ ଏହି ଜିଲ୍ଲାରେ ବିଭିନ୍ନ ଏଜେନ୍ସି କାମ କରନ୍ତି ।

କୃଷିରେ ସୁଯୋଗ

  • ଶସ୍ୟସଂରକ୍ଷଣ ବ୍ୟବସ୍ଥା ଥିବାରୁ କୃଷକ ତା ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଇଥାଏ ।
  • ଅର୍ଥକାରୀ ଫସଲ ଏବଂ ଫଳ ଯେପରି କଦଳୀ, ଆମ୍ବ, ନଡିଆ ଇତ୍ୟାଦି ଉତ୍ପାଦନ ହୁଏ ।
  • ଛତୁ ଓ ସୂର୍ଯ୍ୟମୁଖୀ ଚାଷ ଜିଲ୍ଲାରେ କୃଷକ ମାନଙ୍କ ଦ୍ଵାରା କରାଯାଏ ।
  • ବଡ ସହର ଓ ଛୋଟ ଛୋଟ ସହର ମାନଙ୍କରେ ଆବଶ୍ୟକ ହେଉଥିବା ଫୁଲ ପାଇଁ ଜିଲ୍ଲାର ଚାଷୀ ମାନଙ୍କୁ ୫୦% ଆର୍ଥିକ ସହୟତା ଯୋଗାଇ ଦିଆଯାଇଥାଏ ।
  • ଆତ୍ମା  ସଂସ୍ଥା ଦ୍ଵାରା ବୈଷୟିକ ପରାମର୍ଶ କୃଷକ ମାନଙ୍କୁ ଯୋଗାଇ ଦିଆଯାଏ ।
  • ମୂଲ୍ୟ ଯୁକ୍ତ ଆଗ୍ରୋ ଇଣ୍ଡଷ୍ଟ୍ରି ସ୍ଥାପନ ପାଇଁ ସୁଯୋଗ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ

 

୨୦୦୫ ଜୁନ ମାସ ଠାରୁ ଏଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟ କରୁଛି । ଜିଲ୍ଲା ଏହା ହେଉଛି ସବୁଠାରୁ ବଡ ସ୍ୱାସ୍ଥ୍ୟ ସେବା ଯାହା ଗ୍ରାମୀଣ ଲୋକ, ବିଶେଷ କରି ମହିଳା ଓ ଶିଶୁଙ୍କୁ ଯୋଗାଇ ଦିଆଯାଏ ।

  • ମା ଓ ଶିଶୁ ମୃତ୍ୟୁ ହାର କମାଇବା ।
  • ସଂକ୍ରମିତ/ଅଣ ସଂକ୍ରମିତ ରୋଗକୁ କମାଇବା ।
  • ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ସମନ୍ଵିତ ଭାବରେ କାର୍ଯ୍ୟକାରୀ କରାଇବା ।

ସ୍ଵର୍ଣ୍ଣଜୟନ୍ତି ଗ୍ରାମ ସ୍ଵରୋଜଗାର ଯୋଜନା

ଗାଁରେ ରହୁଥିବା ଲୋକମାନଙ୍କର ଅର୍ଥନୈତିକ ଅବସ୍ଥାର ଉନ୍ନତି ପାଇଁ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ସମନ୍ଵିତ ଗ୍ରାମ୍ୟ ବିକାଶ ଯୋଜନା, ଗ୍ରାମାଞ୍ଚଳ ମହିଳା, ଶିଶୁ ବିକାଶ ଯୋଜନା । ଗ୍ରାମାଞ୍ଚଳ ଯୋଜନା ସମ୍ବନ୍ଧରେ ତାଲିମ, ଗାଁ କଲ୍ୟାଣ ସମିତି । ଏ ସମସ୍ତ କାର୍ଯ୍ୟକ୍ରମ ଗ୍ରାମ୍ୟସ୍ତରରେ ନିଜସ୍ୱ ପରିବାରର ସଦସ୍ୟଙ୍କ ଆୟବୃଦ୍ଧି ନିମନ୍ତେ କରାଯାଇଛି । ଏହି ସବୁ ପ୍ରକଳ୍ପରେ ରାଜ୍ୟ, କେନ୍ଦ୍ରର ୭୫ : ୨୫ ପ୍ରତିଶତ ଭାଗିଦାରି ରହିଛି । ମହିଳା ମାନଙ୍କର ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ।

ସର୍ବଶିକ୍ଷା ଅଭିଯାନ

୨୦୧୦ରୁ ସର୍ବଶିକ୍ଷା ଅଭିଯାନ ୬-୧୪ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଶିକ୍ଷା ଦେବା ପାଇଁ ଆରମ୍ଭ କରାଯାଇଛି । ସର୍ବଶିକ୍ଷାର ଅନ୍ୟ ଲକ୍ଷ୍ୟ ହେଉଛି ସାମାଜିକ, ଆଞ୍ଚଳିକ ଏବଂ ଲିଙ୍ଗଗତ ବିଭେଦ ସମସ୍ୟାକୁ ଦୂର କରିବା ।

ସର୍ବଶିକ୍ଷା ଅଭିଯାନ ଦ୍ଵାରା  EarlyChildhoodCareandEducation ଉପରେ ଗୁରୁତ୍ଵ ଦିଆଯାଇଛି । ଏହି ବ୍ୟବସ୍ଥାରେ ୦-୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କର ଶିକ୍ଷାକୁ ଚାଲୁରଖିବା । ICDS ପ୍ରକଳ୍ପ ଅଧିନରେ ପ୍ରି-ସ୍କୁଲରେ ୩ ରୁ ୬ ବର୍ଷ ଶିଶୁଙ୍କୁ ଶିକ୍ଷା ଦିଆଯାଉଛି ।

ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତରେ ବାଳିକାଙ୍କ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି । ବାଳିକା ମାନେ କିପରି ସ୍କୁଲ ଯିବେ ଜିଲ୍ଲାରେ ଥିବା ଡ୍ରପ ଆଉଟ ବାଳିକାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି ।

ଆଧାର  : LAVS

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top