ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ଝାରସୁଗୁଡା ଜିଲ୍ଲା
ସେଆର କରନ୍ତୁ

ଝାରସୁଗୁଡା ଜିଲ୍ଲା

ଝାରସୁଗୁଡା ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପ ବିକଶିତ ଜିଲ୍ଲା ଅଟେ । ୧୯୯୪ ମସିହା ଜାନୁୟାରୀ ୧ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା । ଅତୀତରେ ରାମପୁର, କୋଲାବିରା, ପଦମପୁର, କୁଡ଼ାବଗାଇ ଜମିଦାର ମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯ଼ାଇଥିଲା । ଏହି ଜିଲ୍ଲା , ଉତ୍ତରରେ ସୁନ୍ଦରଗଡ଼, ଜିଲ୍ଲା ଦ୍ୱାରା ପୂର୍ବରେ ସମ୍ବଲପୁର ଜିଲ୍ଲା ଦ୍ୱାରା , ଦକ୍ଷିଣରେ ବରଗଡ଼ ଜିଲ୍ଲା ଦ୍ୱାରା ତଥା ପଶ୍ଚିମରେ ଛତିଶଗଡ଼ ରାଜ୍ୟ ଦ୍ୱାରା ପରିବେଷ୍ଟିତ । ଏହା ନଗପୁର ଠାରୁ ୬୧୬ କି.ମି. ଏବଂ କୋଲକାତା ଠାରୁ ୫୧୫ କି.ମି., ସମ୍ୱଲପୁର ସହର ଠାରୁ ୪୮ କି.ମି. ଏବଂ ଭୁବନେଶ୍ୱର ଠାରୁ ୩୭୨ କି.ମି. ଦ୍ୱରତ୍ୱରେ ଅବସ୍ଥିତ ଏହି ଜିଲ୍ଲା ୨୧.୮୨ ଉତ୍ତର ଆକ୍ଷାଂଶ ଏବଂ ୮୪.୧ ପୂର୍ବ ଦ୍ରାଘିମାରେ ସ୍ଥିତ ।ସହରାଞ୍ଚଳ ଜନସଂଖ୍ୟା ୨୩୧୧୬୫ ଏବଂ ଗ୍ରାମଞ୍ଚଳର ଜନସଂଖ୍ୟା ୩୪୮୩୪୦ ର ସମ୍ମିଶ୍ରଣରେ ଝାରସୁଗୁଡ଼ା ଜିଲ୍ଲାର ସମୁଦାୟ ଜନସଂଖ୍ୟା, ୩୫୨ ଟି ଗ୍ରାମକୁ ଦେଇ ୫୭୯୫୦୯ ଅଟେ । ଜିଲ୍ଲାର ସମୁଦାୟ ପୁରୁଷ ସଂଖ୍ୟା ୨୯୬୬୯୦ ଏବଂ ମହିଳା ସଂଖ୍ୟା ୨୮୨୮୧୫ ତଥା, ଅନୁସୂଚ଼ିତ ଜାତି ସଂଖ୍ୟା ୧୦୪୬୨୦, ଅନୁସୂଚ଼ିତ ଜନଜାତି ସଂଖ୍ୟା ୧୭୬୭୫୮ ପୁରୁଷ  ସାକ୍ଷରତା ହାର ୮୬.୬୧%  ତଥା ମହିଳା ସାକ୍ଷରତା ହାର ୭୦.୭୫ %  କୁ ନେଇ ସମଗ୍ର ଜିଲ୍ଲାର ସାକ୍ଷରତା ହାର ୭୮.୮୬ % ଅଟେ ।

ପ୍ରଶାସନିକ ସ୍ଥିତ ଦୃଷ୍ଟିରୁ ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସବଡ଼ିଭିଜନ ହେଉଛି ଝାରସୁଗୁଡ଼ା ଏବଂ ପାଞ୍ଚୋଟି ତହସିଲ ଯଥା, ଝାରସୁଗୁଡ଼ା, ଲଖନପୁର, ଲଇକେରା, କୋଲାବିରା (ଉତ୍ତର), କିରମିରା (ଉତ୍ତର) ଏବଂ ପାଞ୍ଚୋଟି ବଲ୍ଲକ ଯ଼ଥା ଝାରସୁଗୁଡ଼ା, ଲଖନପୁର, ଲଇକେରା, କୋଲାବିରା, କିରମିରା କୁ ନେଇ  ଗଠିତ ।

ଝାରସୁଗୁଡ଼ା ଜିଲ୍ଲାର ଜଳବାୟୁ ମୁଖ୍ୟତଃ ଉତ୍ତପ୍ତ ଶୁଷ୍କ ଅଟେ ଯ଼ାହାକି ମଇ ମାସରେ ଅଧିକତମ ୪୨ ପର୍ଯ଼୍ୟନ୍ତ ପହଞ୍ଚିଥାଏ ଏବଂ ହାରାହାରି ବୃଷ୍ଟି ପାତର ପରିମାଣ  ୧୫୦୦ ମି.ଲି.ମି. ଅପ୍ରେଲରୁ ଅଗଷ୍ଟ ପର୍ଯ଼୍ୟନ୍ତ ଦକ୍ଷିଣ ପଶ୍ଚିମରୁ ବାୟୁ ପ୍ରବାହିତ ହୋଇଥାଏ, ତଥା ସେପ୍ଟେମ୍ୱର ମାସରୁ ଉତ୍ତର ପଶ୍ଚିମରୁ ବାୟୁ ପ୍ରବାହିତ ହେବାର ଦେଖାଯ଼ାଏ ।

ଅଧିକାଂଶ ମୃତ୍ତିକା ଭାଗ ଲାଲ ପଥୁରିଆ ଅଟେ ଏବଂ କିଛି ସମତଳ ଭାଗରେ ବାଦାମୀ, କୃଷ୍ଣ ମୃତ୍ତିକା ମଧ୍ୟ ଦେଖାଯ଼ାଏ, ଯ଼େଉଁଠି ଶସ୍ୟ ଏବଂ ପନିପରିବା ଚାଷ କରାଯ଼ାଏ । ଧାନଶସ୍ୟ, ଆଖୁ ଏବଂ ଚିନାବାଦାମ ଚାଷ ପାଇଁ ନଦୀକୂଳିଆ ମାଟି ଏବଂ ତ୍ରିକୋଣ ଭୂମି ଅଞ୍ଚଳର ବାଲିଆ ମାଟି ପ୍ରଯୁଜ୍ୟ ଅଟେ ।  ଲଖନପୁର ବ୍ଲକର କିଛି ଅଂଶରେ ଅଦା ଚାଷ ସ୍ୱତନ୍ତ୍ର ଭାବରେ କରାଯ଼ାଏ, ଯ଼ାହା ବିଦେଶକୁ ରପ୍ତାନୀ କରାଯ଼ାଇଥାଏ ।

ଏହି ଜିଲ୍ଲାର ଆର୍ଥିକ ସ୍ଥିତି ମୁଖ୍ୟତଃ ପ୍ରାକୃତିକ ସଂସାଧନକୁ ନେଇ ବିଚ଼ାର କରାଯ଼ାଇଥାଏ । ଜିଲ୍ଲାଟି ତାର ଖଣିଜ ପଦାର୍ଥ, ଯ଼ଥା କୋଇଲା, ବାଲୁକା ପ୍ରସ୍ତର ଏବଂ ଅଗ୍ନିନିରୋଧକ ମୃତ୍ତିକାରେ ପରିପୂର୍ଣ୍ଣ । କେତେକ ସ୍ଥାନରେ ଚୂନପଥର, ଗ୍ରାନାଇଟ୍, ଧଳାପଥର, ମାଙ୍କଡ଼ା ପଥର ଦେଖାଯାଏ, ଯାହା ଜିଲ୍ଲାର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାଏ । ଯ଼େପରି  ବେଦାନ୍ତ ଆଲୁମିନା, ଭୂଷଣ ଷ୍ଟିଲ ଏବଂ ପାୱର ଏବଂ ଟାଟା ରିଫ୍ରେକଟରି ।

ଅଧିକାଂଶ ଜଙ୍ଗଲଜାତ ଦ୍ରବ୍ୟ ଯଥା କେନ୍ଦୁପତ୍ର, କାଠ, ଚ଼ମଡ଼ା ଇତ୍ୟାଦିର ମଧ୍ୟ ଜିଲ୍ଲାର ଆର୍ଥିକ ଉନ୍ନତିରେ ଅବଦାନ ରହିଛି ।

ଜିଲ୍ଲାର ସାକ୍ଷରତା ହାର ୭୮.୮୬ % ରେ ପୁରୁଷ ଓ ମହିଳା ସାକ୍ଷରତା ହାର ଯ଼ଥାକ୍ରମେ ୮୬.୬୧ % ଏବଂ ୭୦.୭୩ % ଅଟେ  । ଏଠାରେ ଅନେକ ଶିକ୍ଷାନୁଷ୍ଟାନ ମଧ୍ୟ ରହିଛି, ଯ଼େପରି ଏସ.ଏମ. ମହାବିଦ୍ୟାଳୟ, ଝାରସୁଗୁଡ଼ା, ମହିଳା ମହାବିଦ୍ୟାଳୟ, ପି.କେ.ଏସ.ଏସ.  ମହାବିଦ୍ୟାଳୟ, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ସରକାରୀ ଯ଼ାନ୍ତ୍ରୀକ ବିଦ୍ୟାଳୟ ତଥା ବ୍ଲାକ ଡ଼ାଇମଣ୍ଡ ଯ଼ାନ୍ତ୍ରୀକ ମହାବିଦ୍ୟାଳୟ।

ଝାରସୁଗୁଡ଼ା ଏକ ପର୍ଯ଼୍ୟଟନ ସ୍ଥଳୀ ରୂପେ ମଧ୍ୟ ପରିଚ଼ିତ । ଲଖନପୁର ବ୍ଲକର କୁଇଲିଘୁଘର ଜଳପ୍ରପାତ, ଆଦ୍ୟସମ୍ଭୁ ପରି ବଣଭୋଜୀ ସ୍ଥଳ ମଧ୍ୟ ରହିଛି । ଜିଲ୍ଲାରେ ରହିଛି ଉଲାପଗଡ଼ର ଭଗ୍ନାବଶେଷ, ବିକ୍ରମଖୋଲର କେତେକ ଶିଳା ଲେଖ, ଉଷାକୋଠି ଗୁମ୍ଫା, କୁଲାବିରା ରାଜଦୁର୍ଗ ଇତ୍ୟାଦି ପର୍ଯ଼୍ୟଟନ ସ୍ଥଳ ଅନେକ ଗୁଡ଼ିଏ ଦର୍ଶନିୟ ଆକର୍ଷଣୀୟ ମନ୍ଦିର ରହିଛି । ଯ଼େପରି ପଦ୍ମପୁରର ପଦ୍ମାସିନି ମନ୍ଦିର,ପ୍ରାଚ଼ିନ ଝାଡ଼େଶ୍ୱର ମନ୍ଦିର, ରାମଚ଼ଣ୍ଡୀ ମନ୍ଦିର, ପାହାଡ଼େଶ୍ୱର ମନ୍ଦିର ଏବଂ ମହାଦେବପାଲିର ଶୈବପିଠ ।

ଧର୍ମ ଏବଂ ସାଂସ୍କୃତି ସମ୍ପନ ଝାରସୁଗୁଡ଼ା ଜିଲ୍ଲାରେ ଅନେକ ପର୍ବ ପର୍ବାଣୀ ପାଳନ କରାଯ଼ାଇଥାଏ । ଏ ଜିଲ୍ଲାର କେତେକ ଅଞ୍ଚଳର କିଛି ବିଶେଷ ପର୍ବ, ଯ଼ାତ୍ରା ଖୁବ୍ ପ୍ରସିଦ୍ଧି ଲାଭ କରିଛି । ଯ଼େପରି କୁକୁରଜଙ୍ଗାର ରଥଯ଼ାତ୍ରା, ରାଜପୁରର ଗୋକୁଳାଷ୍ଟମୀ ଯ଼ାତ୍ରା, ବେଲପାହାଡ଼ର ମକର ଯାତ୍ରା ଇତ୍ୟାଦି ।

ଭାରତର ସମସ୍ତ ପ୍ରାନ୍ତର ଅଧିବାସୀ ଏଠାରେ ଦେଖିବାକୁ ମିଲନ୍ତି । ଯ଼ାହା ଓଡ଼ିଶାର ଅନ୍ୟ ଜିଲ୍ଲା ଠାରୁ ଭିନ୍ନ ଅଟେ । ସମ୍ବଲପୁରୀ ଭାଷା ଏ ଜିଲ୍ଲାର ମାତୃ ଭାଷା ମଧ୍ୟ ଅଟେ । ଏହା ବ୍ୟତିତ କେତେକ ଗୋଷ୍ଠୀର ଅନ୍ୟାନ୍ୟ ଭାଷା ମଧ୍ୟ ଏଠି ଖୁବ ପ୍ରଚଳିତ ଯଥା  ଅଘରିଆ, ଲରିଆ, କିସାନ, ଖଡ଼ିଆ, ମୁଣ୍ଡା ଏବଂ ତୁରୀ  ।

ଇତିହାସ

ପୁରାତନ ସମ୍ବଲପୁର ଜିଲ୍ଲାର ଅତୀତକୁ ଦେଖିଲେ ଜଣାପଡ଼େ ଏହି ଜିଲ୍ଲା ପ୍ରଥମେ “ଝାରଗୁଡ଼ା” ନାମରେ ପରିଚ଼ିତ ଥିଲା । 16ଶହ ଶତାବ୍ଦୀ ରେ ଚ଼ୌହାନ ରାଜବଂଶ ର ବଳରାମଦେବ ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହି ବଂଶର ସପ୍ତମ ରାଜା ଛତ୍ରସାଇଦେବ, (1656-1688)  ଙ୍କ ରାଜତ୍ୱ କାଳରେ ଝାରଗୁଡ଼ା ଏକ ଘଞ୍ଚ ଅରଣ୍ୟ ବେଷ୍ଟିତ ଅଞ୍ଚଳ ଥିଲା । ସେଠାରେ ଏକ ମଣିଷଖିଆ ବାଘ ଲୋକଙ୍କୁ ଭୟଭୀତ କରି ରଖିଥିଲା, ଯାହାକୁ ରାଜାଙ୍କର ନାତି ଶିବା ସିଂ, ନିଜର ତଲୱାର ସାହାଯ଼୍ୟରେ ମାରିଥିଲେ ଏବଂ ଅଞ୍ଚଳବାସୀଙ୍କୁ ଆଶସ୍ତ କରିଥିଲେ । ଛତ୍ରସାଇଦେବ ପୁରସ୍କାର ସ୍ୱରୂପ ଏ ଅଞ୍ଚଳ ତାଙ୍କୁ ଜାଗିରୀ ରୂପେ ପ୍ରଦାନ କରିଥିଲେ ଏବଂ ସେ 16 ଶହରୁ 18 ଶହ ଶତାବ୍ଦୀ ପର୍ଯ଼୍ୟନ୍ତ ଶାସନ କରିଥିଲେ ।
ଏହି ସମୟରେ ମରହଟ୍ଟା ଭୋସଁଲେଙ୍କ ଅଧିନତ୍ୱରେ ସମ୍ବଲପୁର ରାଜ୍ୟର ଅବନିତି ଘଟିଥିଲା । ଏବଂ 1818 ରେ ବ୍ରିଟିଶର ମାନେ, ଏହି ଅଞ୍ଚଳକୁ ନିଜହାତକୁ ନେଇ ମହାରାଜା ସାଏଙ୍କୁ ନାମକୁ ମାତ୍ର ରାଜା କରିଥିଲେ ତାଙ୍କ ମୃତ୍ୟୁପରେ, ତାଙ୍କର ବିଧବା ପତ୍ନୀ ମୋହନ କୁମାରୀ ବ୍ରିଟିଶ ମାନଙ୍କ ଦ୍ୱାରା ଶାସିକା ଘୋଷିତ ହୋଇ ଥିଲେ । ଏଥିରେ ଝାରସୁଗୁ଼ଡ଼ା ଜମିଦାର  ଗୋବିନ୍ଦ ସିଂ, ଏହି ଚୁକ୍ତିରେ କ୍ଷୁବଧ୍ ହୋଇ, ନିଜକୁ  ସମ୍ବଲପୁରର ପ୍ରକୃତ ଦାୟବ ବୋଲି ବିଦ୍ରୋହର ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କୁ ଖଣ୍ଡିଆଲର ବୀରକୃଷ୍ଣ ରାଏ, ବରଗଡ଼ର ଠାକୁର ଅଜିତ ସିଂ, ପାହାଡ଼ସିଙ୍ଗାଡ଼ିଆର ତ୍ରିଲୋଚ଼ନ ରାଏ, ଭେଡ଼େନ ଜମିଦାର ଅବଧୂତ ସିଂ, ଖରମାଙ୍ଗାର ମେଦିନି ବେରିଆ, ଚ଼ନ୍ଦ୍ର ବେହେରା, ବାମାଡ଼ା ଜମିଦାରୀର ଶିକରୁ ବେହେରା, ଜଗବନ୍ଧୁ ହୋତା, ବିଜୁ ବଫାଦାର, ଦାମରୁ କଣ୍ଡ, ରେହାନ ବିଶ୍ୱାଳ, ସମ୍ବଲପୁରର ନରସିଂହ ଘାଟୁ ଏବଂ ଅନେକ ଗଣ୍ଡ ଜାତିର ଲୋକ ମଧ୍ୟ ସହଯ଼ୋଗ କରିଥିଲେ ।

ବ୍ରିଟିଶ ବିରୁଦ୍ଧରେ, ଏହି ଆନ୍ଦୋଳନ 1827 ରୁ 1833 ପର୍ଯ଼୍ୟନ୍ତ ଅବାଧରେ ଚାଳିଥିଲା 1833 ରେ ବ୍ରିଟିଶ ଏବଂ ଗୋବିନ୍ଦ ସିଂ ମଧ୍ୟରେ ଝାଡ଼େଶ୍ୱର ମନ୍ଦିର ନିକଟରେ ଯୁଦ୍ଧ ହୋଇଥିଲା ଏବଂ ଗୋବିନ୍ଦ ସିଂ ମେଜର ୱିଲସନ ଦ୍ୱାରା ପରାଜିତ ହୋଇଥିଲେ। ଏ ଅଞ୍ଚଳକୁ କବଜା କରି, ତାଙ୍କୁ ଜେଲ ପଠାଇବା ପରେ ଖିଣ୍ଡାର ଜମିଦାର ସୁରେନ୍ଦ୍ର ସାଏ ମଧ୍ୟ ବିଦ୍ରୋହ କରିଥିଲେ। 1837ରେ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ “ଡକାୟତି” କରିବା ଦୋଷରେ ଗିରଫ କରି ହଜାରୀବାଗ ଜେଲକୁ ପଠାଇଦେଇଥିଲେ ।

ଧିରେ ଧିରେ ସମ୍ୱଲପୁର ଏଇ ବିଦ୍ରୋହାତ୍ମକ କାର୍ଯ୍ୟାକଳାପ ଶାନ୍ତ ହେଲା। କୁଟନୀତିଜ୍ଞ ବ୍ରିଟିଶ ସରକାର ଦେଲେ, ଏଇ ତୁକ୍ତିରେ ଯେ, ସେ ସମ୍ୱଲପୁର ରାଜସିଂହାସନ ଦାବୀ କରିବେ ନାହିଁ। ଜେଲରେ ନିଜର ସାଥୀମାନଙ୍କୁ ହରେଇ ସେ ଅବସନ୍ନ ହୋଇ ପଡ଼ିଥିଲେ, ତାଙ୍କୁ ଜେଲରୁ ରିହା କରାଗଲା ଏବଂ 1833 ରେ ତାଙ୍କର ଘନିଷ୍ଠ ସହଯୋଗୀ ଶିକରୁ ଜମାଦାର, ବିନୁ ବଫାଦାର, ଦାମରୁ କନ୍ଧ, ରୋଶନ ବିଶ୍ୱାଳ, ନରସିଂହ ଘାଟୁ ସମସ୍ତଙ୍କୁ ସମ୍ୱଲପୁର କାରାଗାରରେ ଫାଶୀ ଦଣ୍ଡ ଦିଆଯାଇଥିଲା ।

ସୁରେନ୍ଦ୍ର ସାଏ ତାଙ୍କର ଦ୍ୱିତୀୟ ବାର ଆନ୍ଦୋଳନରେ (1857-1863) ସହଯୋଗ କରିଥିବା ସାଥୀମାନଙ୍କର ମଧ୍ୟରେ ଅବସ୍ଥା ହେଲା। କୁଲାବିରା ଜମିଦାର କୁରଣାକର ନାଏକ, ତାଙ୍କ ପୁତୁରା କହ୍ନେଇ ନାଏକ, ସିଂହ ବାଘ, ଗଉଁତିଆ ଗଣେଷ ଉପାଧ୍ୟାୟ, ପତ୍ରାପାଲି ଗଉଁତିଆ, ବଳଭଦ୍ର ଦାସ କିର୍ତ୍ତିଆ, ଲଜକୁରା ଗଉଁତିଆ ମିଟୁକୁ ମାର, କାଦୁପାଲି ଯୁଦ୍ଧରେ ପ୍ରାଣାହ୍ୱାତି ଦେଇଥିଲେ। ଦଲକି ଏବଂ କୁମୁଡାପାଲିର ଗଣ୍ଡ ସର୍ଦ୍ଦାର ଗୋପାଲ ଧୁରୁଆ ଏବଂ ଠାକୁର ଭଇଁଷାଙ୍କୁ ଜେଲଦଣ୍ଡ ଦିଆଯାଇଥିଲା, ଏବଂ ତାପରେ ସମ୍ୱଲପୁର ବିଦ୍ରୋହ ଥମି ଯାଇଥିଲା।
1884 ମସିହାରେ ବେଙ୍ଗାଲ ନାଗପୁର ରେଲୱେର ନାମାଙ୍କନ ପରେ, ନାଗାପୁର ଓ କୋଲକାତା କୁ ସଂଯୋଗ କରିବା ପାଇଁ ଝାରସୁଗୁଡ଼ା ଠାରେ ରେଲୱେ ଷ୍ଟେସନ ନିର୍ମାଣ କରାଯାଇଥିଲା । 1895 ରେ ଝାରସୁଗୁଡ଼ା ଠାରେ ଏକ ପୋଷ୍ଟ ଅଫିସ ଓ ପୋଲିସ ଷ୍ଟେସନ ସ୍ଥାପନା କରାଗଲା ଏବଂ 1905 ରେ କେନ୍ଦ୍ରାଞ୍ଚଳରୁ ଝାରସୁଗୁଡ଼ାକୁ ଅଣାଯ଼ାଇ ଓଡ଼ିଶାରେ ଅର୍ନ୍ତଭୁକ୍ତ କରାଗଲା ।

ଅର୍ଥବ୍ୟବସ୍ଥା

ଝାରସୁଗୁଡ଼ା ଜିଲ୍ଲାର ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଶିଳ୍ପ ଉପରେ ନିର୍ଭର କରେ । କୋଇଲାରୁ ଅର୍ଥ ଯୋଗାଣ ଏବଂ ଶିଳ୍ପ ବିକାଶ ସାଧନ ନିମନ୍ତେ ଅନେକଗୁଡ଼ିଏ ଛୋଟ, ବଡ଼ ଶିଳ୍ପ କାରଖାନା ଏଠାରେ ଗଢ଼ିଉଠିଛି । ଜାନୁୟାରୀ 2000 ମସିହାରୁ ଜିଲ୍ଲା ଶିଲ୍ପ କେନ୍ଦ୍ର ମଧ୍ୟ ସ୍ୱାଧୀନତା ଭାବରେ କାର୍ଯ୍ୟ କରି ଆସୁଛି । ଲଘୁଶିଳ୍ପ ଆୟୋଗ ଦ୍ୱାରା ଅନେକ ଅଧିବାସୀଙ୍କୁ କର୍ମ ନିଯ଼ୁକ୍ତି ମିଲିବା ସହିତ ଜିଲ୍ଲାର ଗୃହ ଉଦ୍ୟୋଗ କୁ ମଧ୍ୟ ସାହାର୍ଯ଼୍ୟ କରୁଛି । ଜିଲ୍ଲାର ବୃହତ୍ତ ଶିଳ୍ପ ଆୟୋଗର କେନ୍ଦ୍ର ପାଲିଟିଛି ମହାନଦୀ କୋଲଫିଲଡ଼ ଯେ କି କଞ୍ଚମାଲ ଯୋଗାଇବା ସହିତ ଘରୋଇ ଶିଳ୍ପର ବିକାଶ ମଧ୍ୟ କରିଛି ।

ଆଦିତ୍ୟ ବିର୍ଲା କମ୍ପାନୀର ଅଲଟ୍ରାଟେକ ସିମେଣ୍ଟ କାରଖାନା ମଧ୍ୟ ଝାରସୁଗୁଡ଼ାର ଧୁତୁରା ଠାରେ ଅବସ୍ଥିତ ଯାହା ଦେଶର ବୃହତ୍ତମ ଦ୍ରବ୍ୟ ନିର୍ମାଣ ଶାଳା ଅଟେ । ଲଘୁ ଏବଂ ମଧ୍ୟମ ଶିଳ୍ପାୟୋଗ ଯ଼େପରି, ବେଦାନ୍ତ ଆଲୁମିନା, ଭୂଷଣ ପାୱାର ଏବଂ ଷ୍ଟିଲ, SMC ପାୱାର ଜେନେରେସନ ଇତ୍ୟାଦି ଏଠାରେ ଅବସ୍ଥିତ ତେଣୁ ଝାରସୁଗୁଡ଼ା, ଓଡ଼ିଶାର ଏକ ବିକଶିତ ଶିଳ୍ପ ସହର ରୂପେ ପରିଚ଼ିତ ।

ସଂସ୍କୃତି ଏବଂ ଐତିହ୍ୟ

ଓଡ଼ିଶାର ଶିଳ୍ପ ନଗରୀ ଝାରସୁଗୁଡ଼ାର ପ୍ରାଚ଼ୀନ ପରମ୍ପରା ଓ ଐତିହ୍ୟ ଅତି ସମୃଦ୍ଧଶାଳୀ ଶହ ଶହ ବର୍ଷ ଧରି ବିଭିନ୍ନ ପ୍ରକାର ମେଳା, ଉତ୍ସବ ଓ ଯ଼ାନିଯ଼ାତ୍ରା ର ପାଳନ ଏହି ପରମ୍ପରା କୁ ଉଜ୍ଜୀବିତ କରି ରଖିଛି । ମେଳା ଉତ୍ସବ ଗୁଡ଼ିକର ମହାଡ଼ମ୍ବରରେ ପାଳନ ପ୍ରଥା, ଝାରସୁଗୁଡ଼ାର ସାଂସ୍କୃତିକ ଓ ଧାର୍ମିକ ପରମ୍ପରା କୁ ଜୀବନ୍ତ କରିବାରେ ମୁଖ୍ୟ ଭୂମିକା  ଅବଲମ୍ୱନ କରିଛି ଯଦିଓ କିଛି ମେଳା ଓ ଉତ୍ସବ ଗୁଡ଼ିକ ଓଡ଼ିଶାର ଅନ୍ୟ ପ୍ରାନ୍ତର ଉତ୍ସବ ସହିତ ସାମଞ୍ଜସ୍ୟ ରକ୍ଷା କରେ ତଥାପି କିଛିଟା ଉତ୍ସବର ସ୍ୱତନ୍ତ୍ରତା ରହିଛି । ଯ଼ାହା ଝାରସୁଗୁଡ଼ାକୁ ଓଡ଼ିଶା ଦରବାରରେର ଏକ ଅନନ୍ୟ ପରିଚ଼ୟ ଦିଏ । ଏହି ଜିଲ୍ଲାର କିଛି ସ୍ଥାନିୟ ଉତ୍ସବ ଯଥା କୁକୁରଜଙ୍ଗାର ରଥଯ଼ାତ୍ରା, ରାଜପୁରର ଗୋକୁଳାଷ୍ଟମୀ ଯ଼ାତ୍ରା ଏବଂ ବେଲପାହାଡ଼ର ମକର ଯାତ୍ରା ଓଡ଼ିଶା ଇତିହାସରେ ବେଶ ପ୍ରସିଦ୍ଧି ଲାଭ କରିଛି।

ଝାରସୁଡ଼ା ଜିଲ୍ଲାର ମୁଖ୍ୟ ମେଳା ଓ ଉତ୍ସବ ସମୁହ

ରନଜତା ଉତ୍ସବ-

ଷୋଳଶହ ଶତାବ୍ଦୀରେ ପୃଥୀରା ଚ଼ୌହାନ୍ ଙ୍କ ବଂଶଜ ସ୍ୱର୍ଗତଃ ଚ଼ୌହାନ ରାଜା “ବଳରାମ ଦେବ” ଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିଲା । ଏହି ପ୍ରସିଦ୍ଧ ରନଜତା ଉତ୍ସବ ଏହାର ମୂଳଦୁଆ ପଡ଼ିଥିଲା । ସର୍ବ ପ୍ରଥମେ ସମ୍ବଲପୁର ଜିଲ୍ଲାର ମୁଖ୍ୟ ସହରରେ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଏହି ଉତ୍ସବ ପାଳିତ ହୁଏ । ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସହରରେ ଏବଂ କୋଲାବିରା ରେ ଏହି ଉତ୍ସବ ପାଳିତ ହୋଇଥାଏ ଏହି ଉତ୍ସବରେ ଜମିଦାର ଙ୍କ ଦାୟଦମାନେ ରାଜକୀୟ ତଲୱାର ଧରି ଏକ ବିରାଟ ଶୋଭାଯ଼ାତ୍ରାରେ ବାହାରି ପଡ଼ନ୍ତି । ବିବିଧ ରାଜକୀୟ ଅସ୍ତ୍ର ଯ଼ଥା ଖଣ୍ଡା, ବର୍ଛା, ଧନୁଶର ତଥା ହାତବନ୍ଧୁକ ରେ ସୁସଜ୍ଜିତ ହୋଇ ଶୋଭାଯ଼ାତ୍ରାରେ ସାମିଲ ହୋଇ ନିଜର ବୀରତ୍ୱର ପରିଚ଼ୟ ଦେଇଥାନ୍ତି । ଏହି ଶୋଭାଯ଼ାତ୍ରାରେ ଜନସାଧାରଣ ଙ୍କ ସମାଗମ ର ନମୁନା ମଧ୍ୟ ଦେଖିବାକୁ ମିଳିଥାଏ । ଉତ୍ସବରେ ଭାଗନେଇଥିବା ବୀର ମାନେ ନିଜ ପୂର୍ବଜ ଯୋଦ୍ଧା ମାନଙ୍କ ଠାରୁ ଶିକ୍ଷାଲାଭ କରିଥିବା ସାମରିକ ବାଦ୍ୟର ଉପସ୍ଥାପନା କରି ଥାଆନ୍ତି ।

କୁକୁର ଜଙ୍ଗାର ପ୍ରସିଦ୍ଧ ରଥଯାତ୍ରା-

ଉତ୍କଳର ପୁରାତନ ପରମ୍ପରା ଅନୁଯ଼ାୟୀ ଉତ୍କଳ ର ଅଧିଷ୍ଟାତା ଓ ଅଧିଷ୍ଠାତ୍ରୀ ଦେବୀ ଶଙ୍ଖକ୍ଷେତ୍ର ପୁରୀ ନିବାସୀ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଗିନୀ ସୁଭଦ୍ରା ଦେବୀ ଙ୍କ ଉତ୍ସର୍ଗରେ ପାଳିତ ହୁଏ । ପବିତ୍ର ରଥଯ଼ାତ୍ରା ପବିତ୍ର  ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତିୟା ତିଥିରେ ପାଳିତ ହୁଏ । ଏହି ପବିତ୍ର ରଥଯ଼ାତ୍ରା କିମ୍ୱଦନ୍ତୀ ଅନୁସାରେ ତିନି ଠାକୁର ନିଜ ନିଜ ରଥରେ ବସି ନିଜ ମାଉସୀ ମାଁ ମନ୍ଦିର କୁ ଯାତ୍ରା କରନ୍ତି, ଶ୍ରୀ ଜଗନ୍ନାଥ ନିଜ ନନ୍ଦିଘୋଷ ରଥରେ, ଶ୍ରୀ ବଳଭଦ୍ର ତାଳଧ୍ୱଜ ରଥେର ଏବଂ ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ବିରାଜମାନ କରିଥାଆନ୍ତି । ଦଶଦିନର ରହଣି କାଳ ପରିସମାପ୍ତ କରି ତିନି ଠାକୁର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହି ଯ଼ାତ୍ରା ଓଡ଼ିଶା ବ୍ୟାପୀ ମହା ସମାରୋହରେ ପାଳିତ ହୋଇଥାଏ ତିନି ଠାକୁର ଙ୍କୁ ସୁସଜ୍ଜିତ ରଥ ରେ ବିରାଜମାନ କରିଥିବା ଅବସ୍ଥାରେ ଦର୍ଶନ କରିବାପାଇଁ ଭକ୍ତ ଙ୍କ ର ଜନସମୁଦ୍ର ଲାଗି ରହିଥାଏ ।

ଝାରସୁଗୁଡ଼ା ଜିଲ୍ଲାଠାରୁ 7 କି.ମି. ଅନତି ଦୂରରେ ଅବସ୍ଥିତ କୁକୁରଜଙ୍ଗା ଗ୍ରାମରେ ଏହି ରଥଯ଼ାତ୍ରା ମହା ସମାରୋହରେ ପାଳିତ ହୁଏ । ପ୍ରତି ବର୍ଷ ଏହି ରଥଯ଼ାତ୍ରା ଶୁକ୍ଳପକ୍ଷ ଦ୍ୱିତିୟା ଠାରୁ ଶୁକ୍ଳପକ୍ଷ ଦଶମୀ ତିଥି ପର୍ଯ଼୍ୟନ୍ତ ଦଶଦିନ ଧରି ପାଳିତ ହୁଏ । କିନ୍ତୁ ଆଷାଢ଼ ପୂର୍ଣ୍ଣିମା ପ୍ରର୍ଯ୍ୟନ୍ତ ଲାଗିରହେ ।

ରାମପୁର ଜମିଦାରଙ୍କ ଅଧିନରେ ଏହି କୁକୁରଜଙ୍ଗା ଗ୍ରାମରେ 1700 ମସିହାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା । ସେହି ବର୍ଷ ଠାରୁ  ଏହି ଗ୍ରାମରେ ମନ୍ଦିର ପରିଚ଼ାଳନା କମିଟୀ ଦ୍ୱାରା ଏହି ପର୍ବ ପାଳିତ ହୋଇ ଆସୁଅଛି ।  ତିନି ଠାକୁର ଙ୍କ ପାଇଁ ଏକ ବିରାଟ ରଥ ନିର୍ମାଣ କରାଯ଼ାଇଛି । 16 ଚ଼କ ବିଶିଷ୍ଟ ଏହି ରଥରେ ବିଶେଷତ୍ୱ ରହିଛି ପ୍ରତିବର୍ଷ, ନିକଟସ୍ଥ ଗାଁ ଓ ସହରରୁ ହଜାର ହଜାର ଭକ୍ତ ଏହି ରଥଯ଼ାତ୍ରା କୁ ଉପଭୋଗ କରିବା ପାଇଁ ରୁଣ୍ଡ ହୋଇଥାଆନ୍ତି ।

ରାଜପୁର ର ଗୋକୁଳାଷ୍ଟମୀ ଯ଼ାତ୍ରା-

ସମ୍ବଲପୁରର ରାଜା ଶ୍ରୀ ମଧୁକର ସାଏ ଙ୍କ ଦାୟାଦ ରାଜପୁରର ଜମିଦାର ଙ୍କ ଅମଳ ଠାରୁ ଏହି ଗୋକୁଳାଷ୍ଟମୀ ଯାତ୍ରା ମହା ସମାରୋହରେ ପାଳିତ ହୋଇଆସୁଅଛି । ଏହି ଉତ୍ସବ ଅଗ୍ରହିଆ ପରମ୍ପରା  ଏକ ପ୍ରତୀକ ଓ ଲୋକ ଉତ୍ସବ ରୂପେ ବେଶ୍ ପରିଚ଼ିତ କୃଷି କାର୍ଯ଼୍ୟରେ ବ୍ୟବହୃତ ହେଉଥିବା ଗୃହପାଳିତ  ଗାଈ ଓ ଗୋରୁ ଙ୍କୁ ମଧ୍ୟ ଏହି ଉତ୍ସବ ମାଧ୍ୟମରେ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଜପୁର ର କୃଷକ ସମାଜ ଏହି ପର୍ବକୁ ପାଳନ କରିଥାଆନ୍ତି । ରାଜପୁର ଜମିଦାରଙ୍କ ଗୃହସମ୍ମୁଖରେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିରଟିଏ ଅବସ୍ଥିତ । ମାର୍ଗଶିର ମାସର ଶୁକ୍ଳପକ୍ଷ ର ସପ୍ତମୀ ତିଥି ସଂଧ୍ୟାରେ ଗୋବର୍ଦ୍ଧନଧାରୀ ଶ୍ରୀକୃଷ୍ଣ ଙ୍କ ମୂର୍ତ୍ତୀ ପ୍ରସ୍ତୁତ କରାଯ଼ାଏ ଏବଂ ଭଜନ କୀର୍ତ୍ତନ ସହ ପୂଜାର୍ଚ୍ଚନା କରାଯ଼ାଏ ଏହି ରାତ୍ରୀରେ ବିଭିନ୍ନ ପ୍ରକାର ସାଂସ୍କୃତିକ କ୍ରିୟାକଳାପ ର ଆୟୋଜନ କରାଯାଇ ଥାଏ, ତା ପରଦିନ ସକାଳଠାରୁ ରାତ୍ରୀ ପର୍ଯ୍ୟନ୍ତ ଲାଗିରହେ । ଏହି ପବିତ୍ର ଗୋକୁଳାଷ୍ଟମୀ ଉତ୍ସବ ଇତ୍ୟବସରରେ ଗାଁର ବିଦ୍ୟାଳୟ ପରିସରରେ ଲୋକମାନଙ୍କ ପାଇଁ ଭୋଜନର  ବ୍ୟବସ୍ଥା କରାଯ଼ାଇଥାଏ । ଏହିଦିନ ସଂଧ୍ୟା ରେ ଗାଁ ଜମିଦାର ଗ୍ରାମ ପରିଭ୍ରମଣ କରିଥାନ୍ତି ଲୋକଙ୍କୁ ଖାଦ୍ୟ ପରିବେଷଣ କରିବାରେ ମଧ୍ୟ ଭାଗନେଇଥାନ୍ତି । ଗାଁ ଜମିଦାର ମହାଶୟ ସଂଧ୍ୟା ରେ ଗାଈ ଗୋରୁ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରି ବସିଥାଆନ୍ତି ।

ବେଲପାହାଡ଼ ଭଗବାନ ଜଗନ୍ନାଥ ଙ୍କ ସବିତା ରଥଯ଼ାତ୍ରା-

ଝାରସୁଗୁଡ଼ା ଜିଲ୍ଲାରୁ 22 କି.ମି. ଦୂରରେ ଥିବା ବେଲପାହାଡ଼ ଗୁମାଡ଼େରା ଜଗନ୍ନାଥ ମନ୍ଦିର ପରିଚ଼ାଳନା କମିଟୀ ଦ୍ୱାରା ପ୍ରତି ବର୍ଷ ମକର ସଂକ୍ରାନ୍ତି ଅବସରରେ “ସବିତା” ରଥଯ଼ାତ୍ରା ଆୟୋଜିତ ହୋଇଥାଏ । କଥାରେ ଅଛି ଏହି ଦିନ ସୂର୍ଯ୍ୟ ଦେବତା ( ସବିତା) ମକର ରାଶିରେ ବାସ କରନ୍ତି । ଏଣୁକରି ଗୁମାଡ଼େରାର ଭଗବାନ ଜଗନ୍ନାଥ ଙ୍କ ରଥକୁ ସବିତା ରଥ ବା ସୂର୍ଯ୍ୟ ରଥ ନାମରେ ନାମିତ କରାଯ଼ାଇଅଛି ।

ମକର ସଂକ୍ରାନ୍ତି ଦିନ ସମୟ 1 ଟା ରେ ଜଗନ୍ନାଥ ମନ୍ଦିରର ତିନି ଦେବା ଦେବୀ ସବିତା ରଥ ରେ ଆରୋହଣ କରି ମାଉସୀ ମାଁ ଘର ଅଭିମୁଖେ ଯାତ୍ରା କରନ୍ତି । ଏହି ଉତ୍ସବ ସମୟରେ ହଜାର ହଜାର ତୀର୍ଥଯାତ୍ରୀ ରୁଣ୍ଡ ହୋଇଥାନ୍ତି ଓ ନାଚ, ଗୀତ,  କିର୍ତ୍ତନ ରେ ଭକ୍ତି ସ୍ରୋତରେ ନିଜକୁ ସାମିଲ କରିଥାଆନ୍ତି । ଅପରାହ୍ନ ପ୍ରାୟ 3 ଟା ସମୟରେ ଭଗବାନ ମାଉସୀ ମାଁ ମନ୍ଦିର ରୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । ଏହି ସମୟରେ ଗୁମାଡ଼େରା ର ଭଗବାନ ଚ଼ନ୍ଦ୍ରଶେଖର ବାଟମଙ୍ଗଳା ପାଖରେ ଥିବା ବଡ଼ଦାଣ୍ଡ ଆଡ଼କୁ ସ୍ୱତନ୍ତ୍ର ରଥରେ ଯାତ୍ରା କରିଥାଆନ୍ତି ।  ଯ଼ାହାକୁ ହରିହିର ଭେଟ ବୋଲି କୁହାଯ଼ାଏ । ଏହି ଦିବ୍ୟ ଅବସର କୁ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଲୋକମାନେ ରୁଣ୍ଡ ହୁଅନ୍ତି । ଏହି ସମୟକୁ ଆହୁରି ଜୀବନ୍ତ କରିବା ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ରକ୍ରମ ସବୁ ପାଳିତ ହୋଇଥାଏ ।

ପୋଲିସ୍ ଥାନାର ତାଲିକା

  • ଝାରସୁଗୁଡ଼ା ଥାନା
  • ବଡମାଲ୍ ଥାନା
  • କୋଳାବିରା ଥାନା
  • ଲଇକେରା ଥାନା
  • ବ୍ରଜରାଜନଗର୍ ଥାନା
  • ଓରିଏଣ୍ଟ୍ ଥାନା
  • ବେଲପାହାଡ଼ ଥାନା
  • ବନହରପାଲୀ ଥାନା
  • ଲଖନପୁର ଥାନା
  • ରେଂଗାଲି ଥାନା

ମହାବିଦ୍ୟାଳୟ

  • ଅରଡା ଜୁନିୟର ମହାବିଦ୍ୟାଳୟ , ଅରଡା
  • ଆଇ.ଜି ମହିଳା ଜୁନିୟର ମହାବିଦ୍ୟାଳୟ,ବ୍ରଜରାଜନଗର
  • ଆଞ୍ଚଳିକ ଜୁନିୟର ମହିଳା ମହାବିଦ୍ୟାଳୟ,ତଳମୁଣ୍ଡା
  • ଆର୍ଯ୍ୟଭଟ୍ଟ ଜୁନିୟର ମହାବିଦ୍ୟାଳୟ
  • କବି ବୁଦ୍ଧରାୟ ଗୌନ୍ତିଆ ଜୁନିୟର ମହାବିଦ୍ୟାଳୟ , ସାଲେଟିକିରା
  • ଡି.ପି.ଏ. ଜୁନିୟର ମହାବିଦ୍ୟାଳୟ,ବାଗମରା
  • ପଞ୍ଚାୟତ ସମିତି ଜୁନିୟର ମହାବିଦ୍ୟାଳୟ ,ଲଇକେରା
  • ପଞ୍ଚାୟତ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟ , କୁମାରବନ୍ଧ
  • ପଞ୍ଚାୟତ ସମିତି ଜୁନିୟର ମହାବିଦ୍ୟାଳୟ,କୋଲାବିରା
  • ପ୍ରଦୋଷ କୁମାର ସ୍ମୃତି ସ୍ମାରକୀ ଜୁନିୟର ମହାବିଦ୍ୟାଳୟ
  • ବସୁମତୀ ଜୁନିୟର ବିଜ୍ଞାନ ମହାବିଦ୍ୟାଳୟ,ସମାଶିଙ୍ଘା
  • ବେଲପାହାଡ ଜୁନିୟର ମହାବିଦ୍ୟାଳୟ,ବେଲପାହାଡ
  • ବ୍ରଜରାଜନଗର ଜୁନିୟର ମହାବିଦ୍ୟାଳୟ
  • ବ୍ଲାକ ଡାଇମଣ୍ଡ ଜୁନିୟର ମହାବିଦ୍ୟାଳୟ
  • ଭାତଲାଇଦା ଜୁନିୟର ମହାବିଦ୍ୟାଳୟ ,ଭାତଲାଇଦା
  • ମହିମା ଜୁନିୟର ମହାବିଦ୍ୟାଳୟ,ମହିମପୁରମ , ବିଜାପାଲି
  • ମହିଳା ମହାବିଦ୍ୟାଳୟ ,ଝାରସୁଗୁଡା
  • ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ , ଝାରସୁଗୁଡା
  • ଶୋଭନ ମେମୋରିଆଲ ପଞ୍ଚାୟତ ଜୁନିୟର ମହାବିଦ୍ୟାଳୟ
  • ସାଲେଗ୍ରାମ ଶକୁନିଆ ଜୁନିୟର ମହାବିଦ୍ୟାଳୟ,ତଳପଟିଆ
  • ହେମଲତା ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ,ସରବାହାଲ

ମହାବିଦ୍ୟାଳୟ

  • ଅଧାପଡା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର(N)
  • ଅର୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • ଅର୍ଡା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର(N)
  • ଉଜଲପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କଟାପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କନକଟୋରା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର(N)
  • କନକତୋରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କାତୀକେଲା ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କାଦୋବାହାଲ ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କିରତମାଲ ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କିରମୀରା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର
  • କିର୍ମିରା_ଏମ.ସି. ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କୁକୁରିକାନୀ (U) ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର
  • କୁଦୋପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କୁମାରବନ୍ଧ ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର(N)
  • କୁମ୍ଭାରବନ୍ଧ ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କୁସୁରାଲୋଏ ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କେଲେଣ୍ଡାମାଲ ଉପ ସ୍ୱାସ୍ଥ୍ୟ କେନ୍ଦ୍ର
  • କୋଲାବିରା ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର
  • କୋଲାବିରା_ଏମ.ସି. ଉପ ସ୍ୱାସ୍ଥ୍ୟ କେନ୍ଦ୍ର

ଡାକ ଘର

  • ଆଇଟିପିଏସ ବନହରପାଲି ଉପ ଡାକ ଘର
  • ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଝାରସୁଗୁଡା ଉପ ଡାକ ଘର
  • ଏସଆର ଝାରସୁଗୁଡା ଉପ ଡାକ ଘର(Non Delivery)
  • ଓଏମପି ଲାଇନ ଉପ ଡାକ ଘର
  • ଓରିଏଣ୍ଟ କୋଲ୍ଲିଏରୀ ବ୍ରଜରାଜନଗର ଉପ ଡାକ ଘର
  • କାଳିମନ୍ଦିର ରାସ୍ତା ଝାରସୁଗୁଡା ଉପ ଡାକ ଘର
  • କୋଲାବିରା ଉପ ଡାକ ଘର
  • ଝାରସୁଗୁଡା ମୁଖ୍ୟ ଡାକ ଘର
  • ପଞ୍ଚଗାଁ ଉପ ଡାକ ଘର
  • ବନ୍ଧବାହାଲ କଲୋନୀ ଉପ ଡାକ ଘର
  • ବାଗଡ଼ିହି ଉପ ଡାକ ଘର
  • ବେଲପାହାଡ ଆରଏସ ଉପ ଡାକ ଘର
  • ବେଲପାହାଡ ଉପ ଡାକ ଘର
  • ବ୍ରଜରାଜନର ଏମଡିଜି ଉପ ଡାକ ଘର
  • ରାମପୁର କୋଲ୍ଲିଏରୀ ଉପ ଡାକ ଘର
  • ଲଇକେରା ଉପ ଡାକ ଘର
  • ଲଖନପୁର ଉପ ଡାକ ଘର
  • ସଦର ମହକୁମା ଇନ୍ସପେକ୍ଟର(ଡାକ),ଝାରସୁଗୁଡା
  • ସରବାହାଲ ଉପ ଡାକ ଘର(Non Delivery)

ଆଧାର - "ଝାରସୁଗୁଡା ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର "

3.42857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top