ସେଆର କରନ୍ତୁ

ଢେଙ୍କାନାଳ

ମହିମା ଧର୍ମର ଅନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି ।

ପ୍ରକୃତିର ବରଦାନ

ମହିମା ଧର୍ମର ଅନ୍ତୁଡ଼ିଶାଳ ଢେଙ୍କାନାଳ । ସାହିତ୍ୟ ବିଭବ, ସଂସ୍କୃତି, ଲୋକକଳା ଏହାର ଐତିହାସିକ ପୃଷ୍ଠଭୂମିକୁ ସମୃଦ୍ଧ କରିଛି ।  ବ୍ରାହ୍ମଣୀର ପାଣି, ଖଣିଜ ସମ୍ପଦ ଜନଜୀବନକୁ ପରିପୁଷ୍ଟ କରି ଗଢ଼ିତୋଳିଛି । ଜୈବ ବିବିଧତା, ଶତାଧିକ ପ୍ରଜାତିର ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲରେ ହସ୍ତୀମାନଙ୍କ ବିଚରଣ ପର୍ଯ୍ୟଟନର ଗୋଟିଏ ଗୋଟିଏ ସୁନ୍ଦର ଦସ୍ତାବିଜ ।

ଆରାଧ୍ୟ ଦେବତା ପ୍ରଭୁ ବଳରାମ ତେଙ୍କାନାଳ ସହରବାସୀଙ୍କ ଆଧାର୍ମିକ ଭାବଧାରାକୁ ଅଧିକ ରଦ୍ଧିମନ୍ତ କରିଛନ୍ତି । ସର୍ବୋପରି ଏଠାକାର ସ୍ଵାଦିଷ୍ଟ ବରାର ବାସ୍ନା ଆଜି ବି ଲୋକଙ୍କ ମନ ଜିଣୁଛି। ସାହିତ୍ୟର ଏକାଧିକ ବିନ୍ଧାଣି ଏହି ମାଟିକୁ ପ୍ରାଣବନ୍ତ କରିଛନ୍ତି । ଲୋକକଳାର ପ୍ରଚାର ପ୍ରସାରରେ ରାଜ୍ୟ ସାଂସ୍କୃତିକ ରଥର ସାରଥି ସାଜିଛି ଢେଙ୍କାନାଳ । ଭଗବତ ଗୀତାର ଟୀକାକାର ଶ୍ରୀଧର ସ୍ଵାମୀଙ୍କ ସାଧନା ପୀଠ, କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉ, ପର୍ଯ୍ୟଟନସ୍ଥଳୀ। ସପ୍ତଶଯ୍ୟା ପାଇଁ ସୁନାମ ଅର୍ଜିଛି ଏହି ସହର । ଏ ମାଟିର କବି ବ୍ରଜନାଥ ବଡ଼ଜେନା, ୬ଟି ଭାଷାରେ ପାରଦର୍ଶିତା ଲାଭ କରି କିମ୍ବଦନ୍ତୀ ପୁରୁଷ ପାଲଟିଛନ୍ତି ।

ଏକାଧିକ କ୍ରୀଡ଼ାବିତ୍, ଅନ୍ତର୍ଜାତୀୟସ୍ତରର ନୃତ୍ୟଶିଳ୍ପୀ, ପ୍ରଥିତଯଶା ନାଟ୍ୟକାରଙ୍କୁ ନେଇ ପ୍ରତିଭାର ମହାଦ୍ରୁମ ପାଲଟିଛି ଏହି ସହର । ରାଜବଂଶର ମହନୀୟ ପରମ୍ପରା ଆଜି ବି ଅନେକ ସ୍ମୃତିକୁ ଉଜ୍ଜୀବିତ କରେ । ସହରବାସୀଙ୍କ ସରଳ ଜୀବନଯାପନ, ପରିବ୍ୟାପ୍ତ ସାହିତ୍ୟ କ୍ଷେତ୍ର, ଏକାଧିକ ସାଂସ୍କୃତିକ ଅନୁଷ୍ଠାନ, ମଠ, ମନ୍ଦିର, ଐତିହାସିକ କାର୍ତ୍ତିରାଜି, ପୋଖରୀ, ବିଜ୍ଞାନ କେନ୍ଦ୍ର, ଦୂରଦର୍ଶନ କେନ୍ଦ୍ରକୁ ଦେଖିଲେ ଆପେ ଆପେ ମନ କୁଣ୍ଢେମୋଟ ହୋଇଯାଏ ।

ଭୌଗୋଳିକ ସ୍ଥିତି

ସହରର ପରିଧି ୩୦.୫୦ ବର୍ଗକିମି ଏବଂ ୩୦୫୫.୯୭ ହେକ୍ଟର । ଏହାର ସୁରକ୍ଷା ପାଚେରି ସାଜିଛି ପାଣିଓହଳା, କୁଟୁଣିଆ, ଚାର ଖୋଲା, ମେଘା, ପାହାଡ଼ । ଏଥିସହ ଚତୁଃପାର୍ଶ୍ଵରେ ଥିବା ସଂରକ୍ଷିତ ଜଙ୍ଗଲର ସବୁଜ ବନାନୀ ସହରର ଆକର୍ଷଣ ବଢ଼ାଇଛି । ୧୯୫୪ ମସିହାରେ ଢେଙ୍କାନାଳକୁ ମିଳିଥିଲା ପୌରସଂସ୍ଥା ମାନ୍ୟତା । ବର୍ତ୍ତମାନ ପୌରାଞ୍ଚଳର ୱାର୍ଡ ସଂଖ୍ୟା: ୨୩ ।

ରାଜଧାନୀଠାରୁ ଦୂରତା

ରାଜଧାନୀ ଭୁବନେଶ୍ୱରଠାରୁ ଢେଙ୍କାନାଳସହରର ଦୂରତା ୮୪ କିମି । ଏଠାକୁ ଗମନାଗମନ ପାଇଁ ସଡ଼କ ଏବଂ ରେଳପଥରେ ଉତ୍ତମ ସଂଯୋଗ ରହିଛି । ଭୁବନେଶ୍ଵର ଏବଂ କଟକରୁ ନିୟମିତ ବ୍ୟବଧାନରେ ଢେଙ୍କାନାଳକୁ ବସ୍ ଯାତାୟାତ କରୁଛି।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁଯାୟୀ ଢେଙ୍କାନାଳ ସହରର ଜନସଂଖ୍ୟା ୬୭.୧୫୮ । ସେମାନଙ୍କ ମଧ୍ୟରୁ 32,୩୮୭ ମହିଳା, ୩୪,୭୭୦ ପୁରୁଷ ଏବଂ ଜଣେ ଅନ୍ୟାନ୍ୟ ବର୍ଗର ।

ଜାତୀୟ ରାଜପଥ ଓ ସହର ରାସ୍ତା

ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ୫୫ନଂ ଜାତୀୟ ରାଜପଥ ଢେଙ୍କାନାଳ ସହର ଦେଇ ଯାଇଛି । ଏହା କଟକ ଜିଲାର ମଙ୍ଗୁଳି ଛକରୁ ଆରମ୍ଭ ହୋଇ ଢେଙ୍କାନାଳଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଛି ।

ସହର ରାସ୍ତା

ଗମନାଗମନ ଦୃଷ୍ଟିରୁ ପୌର ପରିଷଦ ପକ୍ଷରୁ ରାସ୍ତାର ସୁବିଧା ରହିଛି। ତିଆରି ହୋଇଥିବା ରାସ୍ତା ମଧ୍ୟରୁ ୪୨. ୧୩ କିମି ପକ୍କା ଏବଂ ୧୪.୫୪ କିମି କଳା ।

ରେଳଷ୍ଟେଶନ

ଢେଙ୍କାନାଳ ରେଳଷ୍ଟେଶନକୁ ମିଳିଛି  ଡି-ଗ୍ରେଡ୍ ମାନ୍ୟତା । ଶିଳ୍ପାୟନକୁ ଦୃଷ୍ଟିରେ ରଖି । ୧୯୨୭ ମସିହାରେ ଏହି ଷ୍ଟେଶନ ପ୍ରତିଷ୍ଠା ହୋଇଥିଲା ଏହାର ଉନ୍ନତୀକରଣ ପରେ, ପୁରୀ, ଭୁବନେଶ୍ଵର, ସମ୍ବଲପୁର, ଅନୁଗୋଳ ଆଦି ସ୍ଥାନରୁ ଢେଙ୍କାନାଳ ଦେଇ କଲିକତା, ବମ୍ବେ, ଅମୃତସର, ଦୁର୍ଗ, ରାୟପୁର, ଅହମ୍ମଦାବାଦ, ସୁରଟ, ହାତିଆ, ରାଞ୍ଚ, ବଲାଙ୍ଗୀର, ରାଉରକେଲା, ଖୋର୍ଦ୍ଧାରୋଜ୍ ଓ ତାଳଚେର ଆଦି ସ୍ଥାନକୁ ଟ୍ରେନ୍ ଚଳାଚଳ କରୁଛି।

ବର୍ତ୍ତମାନ ଏହି ଚେଷ୍ଟଶନ ଦେଇ ୨୧ଟି ଏକ୍ସପ୍ରେସ୍ ଏବଂ ୩ଟି ପାସେଞ୍ଜର ଟ୍ରେନ୍ ଚାଲୁଛି । ଷ୍ଟେଶନରେ ରହିଛି, ୨ଟି ପ୍ଲାଟଫର୍ମ । ସେହିପରି ୧ନଂ, ୱାର୍ଡ ଶ୍ୟାମାଚରଣପୁର ନିକଟରେ ଏକ ପାସେଞ୍ଜରହଲ୍ଟ (ପିଏଚ୍) ରହିଛି । ଏଠାରେ ଦୈନିକ ୪ଟି ଯାତ୍ରାବାହୀ ଟ୍ରେନ୍ ସାମୟିକ ରହଣି କରୁଛି। ଅନୁଗୋଳ - ଖୋର୍ଦ୍ଧାରୋଡ୍, ରାଉରକେଲା-ପୁରୀ, ପୁରୀ-ତାଳଚେର ପାସେଞ୍ଜର ଟ୍ରେନ୍‌ରେ ଯାତୟାତ କରିବାକୁ ସହରବାସୀ ମୁଖ୍ୟତଃ ଏହି ଷ୍ଟେଶନ ଉପରେ ନିର୍ଭରଶୀଳ ।

ଯାନବାହନ

ଜିଲାର ପ୍ରମୁଖ ପ୍ରଶାସନିକ ଏବଂ ରାଜନୈତିକ ପେଣ୍ଠସ୍ଥଳ କରାଯାଉଛି । ଢେଙ୍କାନାଳରେ ସବୁବର୍ଗର ଲୋକଙ୍କ ସହାବସ୍ଥାନ ରହିଛି । ଦୃଷ୍ଟିରେ ରଖି ବର୍ଷକୁ ବର୍ଷ ଗାଡ଼ି ଚଳାଚଳ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଗତ ୩ବର୍ଷରେ ୨୧.୮୯୨ଟି ମୋଟର ସାଇକେଲ, ୯.୮୦୦ଟି ସ୍କୁଟି ଏବଂ ମୋପେଡ୍, ୭୦୦ଟି ଟ୍ରାକ୍ଟର, ୧୯୯ଟି ଭାରିଯାନ, ୧୧ଟି ବସ୍, ୧୧୦ଟି ୪ଟକିଆଯାନ, ୫୦୦ ଅଟୋରିକ୍ସା, ୨୮ଟି ସ୍କୁଲ ବସ୍ ଏବଂ ଅନ୍ୟାନ୍ୟ ୫୦୦ଟି ଯାନବାହନ ପଞ୍ଜୀକରଣ ହୋଇଥିବା ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

କଲ୍ୟାଣ ମଣ୍ଡପ / ସିନେମା ହଲ୍

ବିବାହ, ବ୍ରତ ପରି ମାଙ୍ଗଳିକ କାର୍ଯ୍ୟ କରିବାକୁ ପୌରସଂସ୍ଥା  ପକ୍ଷରୁ ୪ନ°. ୱାର୍ଡରେ ଏକମାତ୍ର କଲ୍ୟାଣ ମଣ୍ଡପ ରହିଛି । ଅନ୍ୟପଟେ ଗଣେଶବଜାରରେ ଅବା ଗୋପବନ୍ଧୁ ଟାଉନ ହଲରେ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟ, ମହୋତ୍ସବ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି ୧୨ଟି ବେସରକାରୀ କଲ୍ୟାଣ ମଣ୍ଡପ ସହରବାସୀଙ୍କୁ ସେବା ଯୋଗାଉଛନ୍ତି।

ସହରବାସୀଙ୍କ ମନୋରଞ୍ଜନ ପାଇଁ ଦକ୍ଷିଣକାଳୀ ରୋଉରେ ଅମରନାଥ ଟଜିନ୍ ଓ କୋରିଆଁରେ ମହାଲକ୍ଷ୍ମୀ ସିନେମା ହଲ୍ଟ ରହିଛି। ଗାନ୍ଧୀମନ୍ଦିର ରୋଉରେ ଅବା ଜଳରାମ ଟକିଜ୍ ଓ ଲକ୍ଷ୍ମୀ ବଜାର ଅଞ୍ଚଳରେ ଥିବା କଥାଚିତ୍ର  ସିନେମା ହଲ ଦୀର୍ଘବର୍ଷ ହେଲା ବନ୍ଦ ହୋଇପଡ଼ିଛି ।

ଅଡିଟୋରିୟମ

ମନୋରଞ୍ଜନ ଓ ସଭାସମିତି ପାଇଁ ପୌରସଂସ୍ଥା ପକ୍ଷରୁ ଗୋପବନ୍ଧୁ ଟାଉନହଲ ଏବଂ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ରହିଛି । ଟାଉନ ହଲ୍ ରେ  ୩୦୦ରୁ ଉର୍ଦ୍ଧ୍ଵ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଅଛି । ସେହିପରି ଆର୍ଟ ଆଣ୍ଡ୍ କ୍ରାଫ୍ ସେଣ୍ଟରରେ ମଞ୍ଚ ସମେତ ମୁକ୍ତାକାଶରେ ପ୍ରାୟ ୪୦୦ ଲୋକ ବସିପାରିବେ । ସେହିପରି ଜିଲା  କାର୍ଯ୍ୟାଳୟ ସଦ୍‌ଭାବନା ସମ୍ମିଳନୀ କକ୍ଷ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍ଡ଼ିଏ) କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ସରକାରୀ ଓ ବେସରକାରୀ କାର୍ଯ୍ୟରେ ବ୍ୟବହୃତ ହୁଏ।

ପାର୍କ

ସହରବାସୀଙ୍କ ଚିତ୍ତ ବିନୋଦନ ପାଇଁ ୨ଟି ପାର୍କ ରହିଛି। ପୌରସଂସ୍ଥା ପକ୍ଷରୁ ନୂଆ ପୋଖରୀ ନିକଟରେ ନେହେରୁ ପାର୍କ ଏବଂ କଲେଜ ବାଇପାସ୍‌ରେ ଆଉ ଏକ ପାର୍କ ଅଛି  । ସେହିପରି ବସଷ୍ଟାଣ୍ଡରେ  ଗାନ୍ଧୀ ପାର୍କ, ନୂଆ ପୋଖରୀ ନିକଟରେ ନେତାଜୀ ସହରର ଶୋଭା ବଢ଼ାଉଛି ।  ଡ୍ରିଟ୍ ପକ୍ଷରୁ ୨୦ ବର୍ଷ ତଳେ ବଳରାମ ମନ୍ଦିର ନିକଟରେ ନିର୍ମିତ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇଗଲାଣି ।

ପ୍ରସିଦ୍ଧ ବରା

ବରା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ।  ପାଇଛା ସାହୁଙ୍କ ବରା, ଢେଙ୍କାନାଳକୁ ଦେଶ ବିଦେଶରେ ପରିଚିତ । ଭଲ ବିରିରେ  ପିଆଜ, କଞ୍ଚାଲଙ୍କା, ଆମ୍ବକଷିଆ ଅଦା, ମଶାଇ ବରା ପ୍ରସ୍ତୁତ ହୋଇଥାଏ । ଆକାର ଅନୁଯାୟୀ ବରାର ଦାମ୍ ୨ ଟଙ୍କାରୁ ୫ଟଙ୍କା ଯାଏ ରହିଛି। ଚାହିଦା ଦୃଷ୍ଟିରୁ ଆଜିକାଲି ବିନା ପିଆଜ ରସୁଣରେ ମଧ୍ୟ ବରା ତିଆରି ହେଉଛି। ସନ୍ଧ୍ୟା ହେଲେ ବରା, ଘୁଗୁନି, ଆଳୁଦମ୍ ଖାଇବାର ମଜା ନେଇଥାନ୍ତି ସହରବାସୀ ।

ଗୁରୁତ୍ଵପୂର୍ଣ୍ଣ ଉତ୍ସବ ଓ ପର୍ବପର୍ବାଣି

ଢେଙ୍କାନାଳର  ଗଣପର୍ବ ଲକ୍ଷ୍ମୀପୂଜା । ୩୯ଟି ମଣ୍ଡପରେ ଧନଦାତ୍ରୀଙ୍କୁ ଆବାହନ କରାଯାଉଛି  । ଏହାକୁ ଦେଶବିଦେଶରୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ସେହିପରି ରଥଯାତ୍ରା, କୁମାର ପୁର୍ଣ୍ଣିମା ମଧ୍ୟ ଆନନ୍ଦ ଉଲ୍ଲାସର ସହ ପାଳିତ ହୁଏ । ଏଠାକାର ରଥଯାତ୍ରା ନିଆରା । ମହାପ୍ରଭୁ ବଳରାମ ପାଷାଣ ପ୍ରତିମା ହୋଇଥିବାରୁ ରଥରେ ବିଜେ କରନ୍ତି ନାହିଁ । ରାଜବାଟିରେ ପୂଜା ପାଉଥିବା ଶ୍ରୀଜୀଉ ସାନ ରଥରେ ବିଜେ କରିଥାନ୍ତି । ୧୯୯୯ରୁ ମହିଳାମାନେ ଏହି ରଥ ଟାଣି ଆସୁଛନ୍ତି । ଶ୍ରୀବଳରାମ ମନ୍ଦିର ପରିସରରେ ପୂଜା ପାଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ରଥରେ ରଥାରୂଢ଼ ହୋଇଥାନ୍ତି। ଏତଦବ୍ୟତୀତ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ଢେଙ୍କାନାଳ ମହୋତ୍ସବ ଏବଂ ଲୋକକଳା ମହୋତ୍ସବ ଆୟୋଜିତ ହୋଇଥାଏ । ସେହିପରି କାର୍ତିକ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ଚୋବାଇଟ ବନ୍ଦାଣ ଉତସବ ମହାଆଡମ୍ବର ଜୋର ପାଳନ କରାଯାଏ I

ନିକଟବତ୍ତକୀ ନଦୀ

ଢେଙ୍କାନାଳବାସୀଙ୍କ ଶୋଷ ମେଣ୍ଟାଉଛି ବ୍ରାହ୍ମଣୀ ନଦୀ । ସହରଠାରୁ ୧୦କିମି ଦୂର ଗେଙ୍ଗୁଟିଆ ଓ କମଗରା ଗ୍ରାମ ମଧ୍ୟଦେଇ ପ୍ରବାହିତ ହେଉଛି ଏହି ନଦୀ । ନଦୀକୂଳରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ପାଇଁ ରାଜ୍ୟର ଦ୍ଵିତୀୟ ବୃହତ୍ତମ ନଦୀ ପ୍ରଦୂଷିତ । ଏଥିସହିତ ସହର ମଧ୍ୟରେ ଥିବା ବଡ଼ଜୋରାନାଳ ପାନୀୟ ଜଳର ଅନ୍ୟତମ ଉତ୍ସ ।

ଜଳାଶୟ ଓ ପାନୀୟ ଜଳ

ପୌରାଞ୍ଚଳରେ ଥିବା ମୋଟ ଜଳାଶୟ ସଂଖ୍ୟା ୧୬ ତନ୍ମଧ୍ୟରେ କୁଞ୍ଜକାନ୍ତ  ପୋଖରୀ, ନୂଆ ପୋଖରୀ, ହୀରାସାଗର, ସିମିଳିଆ ପୋଖରୀ, ଜେଲ ପୋଖରୀ, ଯାଉଁଳି ପୋଖରୀ, ମଠ ପୋଖରୀ ଜନସାଧାରଣଙ୍କ ଆଧାର୍ମିକ ଭାବନା ସହିତ ଜଡ଼ିତ ।

ପାନୀୟଜଳ

୧୯୬୫ରୁ ଢେଙ୍କାନାଳ ପୌରାଞ୍ଚଳରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଐତିହାସିକ ପୃଷ୍ଠଭୂମି

ଘଞ୍ଚ ସଂରକ୍ଷିତ ଜଙ୍ଗଲ, ଧର୍ମୀୟ କାର୍ତ୍ତିରାଜି, ସଂସ୍କୃତି, ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ । ୧୫୮୧ ମସିହା ପୂର୍ବରୁ ଏଠାରେ ଶବର ସଭ୍ୟତା ରହିଥିଲା । ସେହି ସମୟରେ ଏହା ୪ଟି ନାଳି ବା ଛୋଟ ସହରରେ ବିଭକ୍ତ ହୋଇଥିଲା । ଢେଙ୍କା ନାମକ ଜଣେ ଶବର ରାଜା ଏହାର ଅଧୀଶ୍ୱର ଥିଲେ । ତାଙ୍କରି ନାମ ଅନୁଯାୟୀ ସହରର ନାମ ଢେଙ୍କାନାଳ ହୋଇଥିବା ଜନଶ୍ରୁତି ରହିଛି।

କ୍ରୀଡାଙ୍ଗନ

କ୍ରୀଡ଼ା ପ୍ରତିଭାଙ୍କ ସହର ହେଉଛି ଢେଙ୍କାନାଳା ଆଞ୍ଚଳର କ୍ରୀଡ଼ାର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉଦ୍ୟମରେ ସହରରେ ପ୍ରତିଷ୍ଠା ହୋଇଛି ମୁଖ୍ୟ ଷ୍ଟାଡିୟମ । ଏହା ନିକଟରେ ମିନି ଷ୍ଟାଡ଼ିୟମ ରହିଛି ।

ଆଞ୍ଚଳିକ ବିଜ୍ଞାନ

ବିଜ୍ଞାନ ପ୍ରତି ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୯୫ ଜୁନ୍ ୫ରେ ପ୍ରତିଷ୍ଠିତ ହୋଇଥିଲା ଅଞ୍ଚଳିକ ବିଜ୍ଞାନ କେନ୍ଦ୍ର। ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ମାଧବରା ଓ ସିନ୍ଧିଆ ଏହାକୁ ଉଦଘାଟନ କରିଥୁଲେ । ଏହା ଜିଲ୍ଲା ସ୍ତରରେ ପ୍ରଥମ ବିଜ୍ଞାନ କେନ୍ଦ୍ରର ମାନ୍ୟତା ପାଇଛି । ବିଜ୍ଞାନ ସମ୍ପର୍କିତ ବିଭିନ୍ନ ବିଷୟର ମଡେଲ ଏଠାରେ ସ୍ଥାନିତ ହୋଇଛି । ଏହା ବିଜ୍ଞାନ ପ୍ରତି ଆଗ୍ରହ ରଖୁଥିବା ଛାତ୍ରୀ ଛାତ୍ର, ବ୍ୟକ୍ତିବିଶେଷଙ୍କ ପାଇଁ କ୍ଷୁଦ୍ର ଗବେଷଣା କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ।

ଶିକ୍ଷାନୁଷ୍ଠାନ

ଶିକ୍ଷାକୁ ନେଇ ସମୃଦ୍ଧ ଢେଙ୍କାନାଳ ସହର । ଉଚ୍ଚଶିକ୍ଷା ପାଇଁ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ରହିଛି, ଯୁକ୍ତ ୨ ଜୁନିୟର କଲେଜ ରହିଛି। ବୈଷୟିକ ଶିକ୍ଷା ପାଇଁ ସରକାରୀ ଆଇଟିଆଇ, ପଲିଟେକ୍ନିକ ରହିଛି । ଶିକ୍ଷକ ପ୍ରଶିକ୍ଷଣ ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଡାକ୍ତରୀ ଚିକିସାର ଉନ୍ନତି ପାଇଁ ନସିଂ ସ୍କୁଲ ଅଛି । ସେହିପରି ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଭଳି ଜାତୀୟ ସ୍ତରୀୟ ପ୍ରତିଷ୍ଠାନ ସହରର ଗୌରବକୁ ବୃଦ୍ଧି କରିଛି। ସହରରେ ଥିବା ୧୦ଟି ହାଇସ୍କୁଲ ମଧ୍ୟରେ ରହିଛି ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା, ଉଚ୍ଚ ବିଦ୍ୟାଳୟ । ଡ. ଦାଶରଥ୍ ମିଶ୍ର ଉଚ୍ଚ ବିଦ୍ୟାଳୟ, ଶ୍ରୀବଳରାମ ହାଇସ୍କୁଲ, ଲକ୍ଷ୍ମୀଧର ମୁନିସିପାଲ ହାଇସ୍କୁଲ, ସୌଦାମିନୀ ସ୍ମୃତି ବଦ୍ଯାପୀଠ, ସୁଲକ୍ଷଣା ଦେବୀ ଉଚ୍ଚ ବାଳକା ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ମଣ୍ଟଫୋର୍ଟ ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ପରିଚିତ । ସେହିପରି ସିନୋର୍ନ ଇଞ୍ଜିନିୟରିଂ କଲେଜ, ବାଢି ରାଉତ ଯୁକ୍ତ ୨ କଲେଜ, ଆଇନ ମହାବିଦ୍ୟାଳୟ, ଭାର୍ଗବୀ କଲେଜ, ବାଣିଶ୍ରୀ କଲେଜ, ସାଇଶ୍ରୀ କଲେଜ, ସାଇକୃପା କଲେଜ, ସାନ୍ଧ୍ୟା ମହାବିଦ୍ୟାଳୟ, ବାଜି ରାଉତ ଆଇଟିଆଇ, ମହିଷାପାଟ କୃଷି ବିଜ୍ଞାନ କେନ୍ଦ୍ର ଭଳି ଅନୁଷ୍ଠାନରେ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ।

ଯୁକ୍ତ ୨ କଲେଜ ଛାତ୍ରଛାତ୍ରଙ୍କ ସଂଖ୍ୟା

ଢେଙ୍କାନାଳ ଜୁନିୟର କଲେଜ

୫୪୦

ଢେଙ୍କାନାଳ ସାନ୍ଧ୍ୟ ବିଦ୍ୟାଳୟ

୩୨୦

ଢେଙ୍କାନାଳ ମହିଳା ଜୁନିୟର

କଲେଜ  ୩୮୪ (ଛାତ୍ରୀ)

ଭାର୍ଗବୀ ଆବାସିକ କଲେଜ

୩୨୦

ବିଆଇରଟି ବିଜ୍ଞାନ କଲେଜ

୧୨୮

କଳା ସଂସ୍କୃତି ମହାବିଦ୍ୟାଳୟ

୧୨୮

ଇଟେକ୍ (ମହିଳା) ଆବାସିକ କଲେଜ

୬୪ (ଛାତ୍ରୀ)

ଇଟେକ୍(ବାଳକ) ଆବାସିକ କଲେଜ

୨୨୪

ସାଇକୃପା କଲେଜ

୨୫୬

ବିଦ୍ୟାର୍ଥୀ କଲେଜ

୧୯୨

ଯୁକ୍ତ୩ କଲେଜ ଛାତ୍ରଛାତ୍ରଙ୍କ ସଂଖ୍ୟା

ଢେଙ୍କାନାଳ ସ୍ଵୟଂଶାସିତ କଲେଜ

୫୪୯

ସାନ୍ଧ୍ୟା କଲେଜ

୪୪୮

ମହିଳା କଲେଜ

୧୩୬ (ଛାତ୍ରୀ)

ପର୍ଯ୍ୟଟନ ବିଭବ

ଶ୍ରୀ ବଳରାମ ମନ୍ଦିର

ଢେଙ୍କାନାଳ ସହରର ଆରାଧା ଦେବତା ଶ୍ରୀବଳରାମ ।  ଏହି ମନ୍ଦିରର ସ୍ଵାତନ୍ତ୍ର୍ୟ ହେଉଛି ଏଠାରେ ପୂଜା ପାଉଥ୍ବା ଶ୍ରୀବଳରାମ ଠାକୁର ପାଷାଣ ବିଗ୍ରହ ।

ମହାପ୍ରଭୁ ବଳରାମ ଭଉଣୀ ସୁଭଦ୍ର, ଭାର ଶ୍ରୀକୃଷ୍ଣ, ଋକ୍ମିଣୀ ଓ ଲକ୍ଷ୍ମୀଙ୍କ ସହ ମୁଖ୍ୟ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିର ପରିସରରେ ପୂଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅନ୍ୟତମ ଆକର୍ଷଣ ।

କପିଳାସ

ପ୍ରକୃତିର ବରଦାନ କପିଳାସ ଢେଙ୍କାନାଳ ସହରଠାରୁ ମାତ୍ର ୨୫ କିମି ଦୂରରେ ଅବସ୍ଥିତ। ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ପାଇଁ କପିଳାସ ପୀଠର ଆଧ୍ୟାତ୍ମିକ ଗୁରୁତ୍ଵ ସର୍ବାଧିକ। ପୀଠକୁ ଯିବା ପାଇଁ ବାରବାଙ୍କ ଘାଟିରାସ୍ତା ରହିଛି। ସେହିପରି ପାଦରେ ଚାଲିଯିବା ପାଇଁ ୧୩୫୨ ପାହାଚ ରହିଛି । ଦ୍ଵାଦଶ ଶତାବ୍ଦୀର ଏହି ଶୈବପୀଠରେ ଶ୍ରୀଚନ୍ଦ୍ରଶେଖରଜୀଉ ମହାଦେବ ମା' ପାର୍ବତୀଙ୍କ ସହିତ ପୂଜା ପାଉଛନ୍ତି ।

କପିଳାସ ପୀଠ ପରିସରରେ ମା’ ପାର୍ବତୀ, ମା' ଭୁବନେଶ୍ୱରୀ, କାଶୀ ବିଶ୍ଵନାଥ, ହନୁମାନ, ନାରାୟଣଙ୍କ ମନ୍ଦିର ରହିଛି । ଥଣ୍ଡା ପରିବେଶ ସାଙ୍ଗକୁ ପ୍ରବାହିତ ଝରଣା ଆକୃଷ୍ଣ କରେ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ କପିଳାସ ପାଦ ଦେଶରେ ରହିଛି ମିନି ଚିଡ଼ିଆଖାନା, ସାଇନ୍ ପାର୍କ । ଚିଡ଼ିଆଖାନାରେ ହରିଣ, ଶମ୍ବର, ଭାଲୁ, ମିଥୁନ, ଗାଈ, କୁମ୍ଭୀର, ହାତୀ, ବିରଳ ପେଚା, ମୟୂର, ମୂଷା, ଠେକୁଆ, ସରୀସୃପ, ପିଲାଙ୍କ ଖେଳିବା ପାଇଁ ଦୋଳି ରହିଛି। ପର୍ଯ୍ୟଟନ ରତ୍ନରେ କପିଳାସ ପୀଠ ପର୍ଯ୍ୟଟକଙ୍କ ଗହଳିଚହଳିରେ ମୁଖରିତ ହୋଇଉଠେ ।

ମହିମା ଧର୍ମପୀଠ ଯୋରଣନ୍ଦା

ଢେଙ୍କାନାଳ ସହରଠାରୁ ୨୫କିମି ଦୂରରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦା । ଏଠାରେ ବକ୍କଳଧାରୀ ଏବଂ କୌପିନଧାରୀ ସାଧୁମାନେ ଆଶ୍ରମ କରି ଅଛନ୍ତି । ଶୂନ୍ୟ ମନ୍ଦିର, ଗାଦି ମନ୍ଦିର, ଅଖଣ୍ଡବତି ମନ୍ଦିର, ଏକୋଇଶହାତିଆ ମନ୍ଦିର, ମାତା ମଠ ଆଦି ଏହାର ଶୋଭାବର୍ଦ୍ଦନ କରୁଛି। ପ୍ରତିବର୍ଷ ଫେବୃୟାରୀରେ ହେଉଥିବା ମାଘ ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ଶତାଧକ ସାଧୁ, ସନ୍ୟାସୀ ଏବଂ ମହିମା ଧର୍ମାବଲମ୍ବୀଙ୍କ ସମାଗମ ହୋଇଥାଏ । ସେହିପରି ନୂଆଖାଇ ସମୟରେ ପୀଠରେ ସ୍ଵତନ୍ତ୍ର ନୀତି ହୋଇଥାଏ ।

ସପ୍ତଶଯ୍ୟା

ଢେଙ୍କାନାଳ ସହରରୁ ମାତ୍ର ୧୨କିମି ଦୂରରେ ରହିଛି ପ୍ରକୃତିରାଜିର ଗନ୍ତାଘର ସପ୍ତଶଯ୍ୟା । ସପ୍ତଋଷିଙ୍କ ସାଧନାର ପୀଠ କୁହାଯାଉଥିବା ସପ୍ତଶଯ୍ୟାରେ ୧୯୫୬ରେ ରାଜମାତା ରତ୍ନ ପ୍ରଭା ଦେବୀଙ୍କ ଦ୍ଵାରା ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଏଠାରେ ୨୨୫୦ ହେକ୍ଟର ପରିଧାରେ ରହିଛି ଘଞ୍ଚ ଶାଗୁଆ ନ ଜଙ୍ଗଲ। ପରିବେଶ ପର୍ଯ୍ୟଟନ ଏବଂ ନିକଟରେ ଥିବା ଡୋକ୍ର ହସ୍ତଶିଳ୍ପ ଗ୍ରାମସଦେଇ ବେରେଣୀ, ନବଜୀବନପୁର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଚାଲିଛି ।

ରାଜପ୍ରାସାଦ

୧୮୦୦ ଶତାବ୍ଦୀରେ ମହାରାଜା ଭାଗୀରଥି ମହେନ୍ଦ୍ର ବାହାଦୁରଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା। ଐତିହାସିକ ରାଜବାଟି ।  ପରିବାର ସହ ରାଜା କାମାକ୍ଷାପ୍ରସାଦ ସିଂ ଦେଓ ଏବେ ସେଠାରେ ରହୁଛନ୍ତି। ସିଂହଦ୍ଵାର, ରଙ୍ଗମହଲ, ବୈଠକଖାନା, ସୁନ୍ଦର ବଗିଚା, ଲାଇବ୍ରେରି ରାଜବାଟିର ଶୋଭା ବଢ଼ାଉଛି। ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ରାଜା କାମାକ୍ଷାପ୍ରସାଦ ରଥରେ ଛେରାପହଁରା ସହିତ ସମସ୍ତ ନୀତି ସମ୍ପାଦନ କରିଥାନ୍ତି ।

ଜିଲା ମୁଖ୍ୟ ଚିକିତ୍ସାଳୟ

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ଅନ୍ୟତମ ପୁରାତନ ସ୍ଵାସ୍ଥ୍ୟକେନ୍ଦ୍ର । ସ୍ଵାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବାକୁ ଏହି ଡାକ୍ତରଖାନାରେ ଅନେକ ସୁବିଧା ଉପଲବ୍ଧ  । ସେହିପରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ସରକାରୀ ସ୍ତରରେ ଆୟୁଷ ଡାକ୍ତର ମଧ୍ୟ ନିଯୁକ୍ତି ହୋଇଛନ୍ତି । ୧୭୬ ଶଯ୍ୟ ବିଶିଷ୍ଟ ଏହି ଡାକ୍ତରଖାନାରେ ରସିଟି, ଅଲଟ୍ରାସାଉଣ୍ଡ, ରଞ୍ଜନ ରଶ୍ମି ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଦିନକୁ ଆଉଟ୍ରୋଡାରକୁ ୧ହଜାରରୁ ଊର୍ଦ୍ଧ୍ଵ ରୋଗୀ ଆସୁଛନ୍ତି ।

ଏଥିସହ ୧ନଂ, ୱାର୍ଡ ଆନନ୍ଦନଗରରେ ଅନ୍ୟ ଏକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରହିଛି । ୩ଟି ଘରୋଇ ହସ୍ପିଟାଲ ମଧ୍ୟ ରୋଗୀଙ୍କୁ ସେବା ଯୋଗାଉଛନ୍ତି । କଣ୍ଟାନାଳୀ ବାଇପାସ୍‌ରେ ସନ୍ ହସପିଟାଲ, ଗୋପବନ୍ଧୁ ବଜାରରେ ଜଗନ୍ନାଥ ହସ୍ପିଟାଲ, ମହାବୀର ବଜାରଠାରେ ଦିଶା ହସ୍ପିଟାଲ ରହିଛି। ସହରରେ ନସିଂହୋମ୍ ସଂଖ୍ୟା ୧୫ ।

ଚିକିତ୍ସାଳୟ

ଟେଲିଫୋନ ନମ୍ବର

ଜିଲା ମୁଖ୍ୟ ଚିକିତ୍ସାଳୟ

୦୬୭୬୨ – ୨୨୬୬୩୬

ସନ୍ ହସ୍ପିଟାଲ

୦୬୭୬୨ – ୨୨୧୨୨୯

ଶ୍ରୀ ଜଗନ୍ନାଥ ହସ୍ପିଟାଲ

୯୯୩୮୩୦୫୭୨୩

ଦୀପାଳି ନର୍ସିଂହୋମ

୯୪୩୮୪୮୯୮୩୭

କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ

୦୬୭୬୨ – ୨୨୩୯୪୯

କଲ୍ୟାଣୀପଲିକ୍ଲିନିକ

୭୦୦୮୮୨୬୯୮୫

ସାଇଶ୍ରୀ ଚକ୍ଷୁ ଚିକିତ୍ସାଳୟ

୦୬୭୬୨ – ୨୨୬୭୬୨

ଆରୋଗ୍ୟ ନର୍ସିଂହୋମ

୯୮୬୧୧୯୬୬୩୧

ଦିଶା ହସ୍ପିଟାଲ

୭୦୦୮୫୬୫୭୩୯

ଲାଇଫ ଲାଇନ ସେଣ୍ଟର

୯୪୩୮୫୮୮୭୭୭

ସାଇ ନର୍ସିଂହୋମ

୯୪୩୭୧୫୭୩୮୦

ଥାନା ଓ ଫାଣ୍ଡି

ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଢେଙ୍କାନାଳରେ ଟାଉନ ଥାନା ରହିଛି। କାଲଟେଜକ୍ସ ଛକ ଏବଂ ବାଜିଚୌକରେ ଦୁଇଟି ଆଉଟ୍ ପୋଷ୍ଟ ଅଛି । ସେହି ରେଳ ବିଭାଗ ପକ୍ଷରୁ ଷ୍ଟେଶନ ନିକଟରେ ଗୋଟିଏ ଫାଣ୍ଡି ଖୋଲାଯାଇଛି ।

  • ଅଭିନବ ଡାଳୁଆ, ଟାଉନ ଥାନାଧିବକାରୀ (୯୪୩୭୧୭୩୮୯୯, ୦୬୭୬୨ – ୨୨୬୪୯୩ )
  • ମାଧବ ନାୟକ, କାଲଟେକ୍ସ ଫାଣ୍ଡି ଅଧିକାରୀ ( ୯୪୩୮୧୦୮୬୫୧)

ସଂଗୃହିତ  - ରତନ ନାୟାର

3.04166666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top