ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ
ସେଆର କରନ୍ତୁ

ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ

ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ସମ୍ବନ୍ଧରେ ସୂଚନା ।

ଢେଙ୍କାନାଳ ଜିଲ୍ଲା ଇତିହାସ

ସାଧାରଣରେ ବିଶ୍ଵାସ କରାଯାଏ ଯେ,ଢେଙ୍କାନାଳ ଜିଲ୍ଲାର ନାମକରଣ ଢେଙ୍କାନାଳ ଶବର ମୁଖିଆଙ୍କ ନାମାନୁସାରେ ନାମିତ ହୋଇଛି।ଇତିହାସ ଅଧ୍ୟୟନ କଲେ ଜଣାଯାଏ ଯେ ପ୍ରାଗଐତିହାସିକ ସମୟର ଚିତ୍ର ପାଣ୍ଡୁଲିପି ଅଭାବରୁ ଅନିଶ୍ଚିତତାରେ ରହିଛି। କିନ୍ତୁ ପତ୍ନତାତ୍ଵିକ ତଥ୍ୟ ଏବଂ ଶିଳାଲେଖରୁ ଜିଲ୍ଲାର ପ୍ରାକ ଐତିହାସିକ ସମୟର ଚିତ୍ର କିଛି ମାତ୍ରାରେ ଲୋକ ଲୋଚନକୁ ଆସିଛି।

ନାସିକ ଶିଳାଲିପିରୁ ଜଣାଯାଏ ଯେ, ଖ୍ରୀଷ୍ଟାବ୍ଦ୩ୟ ଶତାବ୍ଦୀବେଳକୁ ଶତବାହନ ବଂଶ ଏହି ଜିଲ୍ଲାରେ ରାଜୁତି କରୁଥିଲେ । ତତ୍ପରେ ୩ୟ ଏବଂ ୪ର୍ଥ ଶତାବ୍ଦୀ ପରେ ଗୁପ୍ତବଂଶ ଏବଂ ୬ଷ୍ଠ ଓ ୭ମ ଶତାବ୍ଦୀରେ ଭୌମକରମାନେ ଢେଙ୍କାନାଳ ଜିଲ୍ଲାକୁ ଶାସନ କରୁଥିଲେ। ପରବର୍ତ୍ତୀ ସମୟରେ ଶୁଭକ୍ଲି ବଂଶଜମାନେ ଢେଙ୍କାନାଳ ଅଞ୍ଚଳରେ ସର୍ବୋଚ୍ଚ କର୍ତ୍ତା ହୋଇ ୯ମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କରୁଥିଲେ। ପରେ ପରେ ବିଭିନ୍ନ ସମୟରେ ବିଭିନ୍ନ ରାଜବଂଶ ତଥା ପ୍ରଧାନମାନେ ଢେଙ୍କାନାଳକୁ ଶାସନ କରି ଆସୁଛନ୍ତି। ଢେଙ୍କାନାଳ ଗଙ୍ଗବଂଶୀମାନଙ୍କ ରାଜୁତି କାଳରେ ଅନେକ ବିକାଶ ସମ୍ଭବ ହୋଇଥିଲା। ସେମାନେ ସୋମ ବଂଶୀମାନଙ୍କୁ ହଟାଇ ରାଜ୍ୟଭାର ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟର ରାଜମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଶାସନ ଭାର ସୂର୍ଯ୍ୟ ବଂଶୀମାନଙ୍କ ହାତକୁ ଚାଲିଯାଇଥିଲା। ସେତେବେଳକୁ ଏହି ଅଞ୍ଚଳ ଖଣ୍ଡ ବିଖଣ୍ଡିତ ହୋଇ ଛୋଟଛୋଟ ଅଞ୍ଚଳରେ ବିଭକ୍ତ ହୋଇସାରିଥିଲା। ଏଣୁ ଏହି ସମୟର ଐତିହାସିକ ବିବରଣୀ ଏକ ପ୍ରକାରେ ନାହିଁ କହିଲେ ଚଳେ।

ଅତୀବ ସୌନ୍ଦର୍ଯ୍ୟ ଶୋଭିତ ଭୂମି

କପିଳାସ

ଢେଙ୍କାନାଳ ସହରରୁ ୨୬କିଲୋମିଟର ରାସ୍ତା ଦୂରରେ କପିଳାସ। କପିଳାସ ମନ୍ଦିରକୁ ଯିବା ପାଇଁ ୧୨ ବାଙ୍କ ରାସ୍ତା ରହିଥିବାବେଳେ ୧୩୫୨ ପାବଚ୍ଛ ରାସ୍ତାମଧ୍ୟ ରହିଅଛି। ପାବଛ ରାସ୍ତାରେ ଚାଲିକି ଯିବାକୁ ପଡୁଥିବାବେଳେ ବାରବାଙ୍କ ରାସ୍ତାରେ ଟ୍ୟାସ୍କି କିମ୍ବା ଦୁଇ ଚକିଆ ଯାନ ଯୋଗେ ମନ୍ଦିର ଉପରକୁ ଯାଇହେବ। ପର୍ବତ ଶ୍ରେଣୀ ମଧ୍ୟରେ ୪୫୭ ମିଟରଉଚ୍ଚ ପାହାଡରେ ଭଗବାନ ସିବା ଚନ୍ଦ୍ର ଶେଖର (ଶିଖରେଶ୍ଵର) ନାମରେ ପୂଜା ପାଉଛନ୍ତି। ପ୍ରତ୍ଯେକ ବର୍ଷ ଶ୍ରାବଣମାସରେ ଲକ୍ଷ ଲକ୍ଷ ଭକ୍ତ ରାଜ୍ୟ ଏବଂରାଜ୍ୟ ବାହାରୁ ଜଳାଭିଷେକ କରି ମନସ୍କାମନା ପୂର୍ଣ୍ଣ ପାଇଁ କାଉଁରିଆ ଆସିଥାନ୍ତି। ଅନ୍ୟ ପକ୍ଷରେ ଠାକୁରଙ୍କ ମହାଶିବରାତ୍ରୀ ବା ଜାଗରଯାତ୍ରାରେ ପୀଠରେ ଲକ୍ଷ ଲକ୍ଷ ଭକ୍ତ ଦୀପ ଜାଳିବାର ଦୃଶ୍ୟ ଆକର୍ଷଣୀୟ ହୋଇଥାଏ। ପୀଠରେ ନାରାୟଣ, ମା ପାର୍ବତୀ, ପତିତପାବନ ଆଦି ଅନେକ ଦିଅଁ ପୂଜା ପାଇଥାନ୍ତି। ଅନେକ ଗୁମ୍ଫା ମଠ ମନ୍ଦିରର ଶୋଭାବର୍ଦ୍ଧନ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ପୌରାଣିକଅଧରକୁ ପରିପ୍ରକାଶ କରିଥାନ୍ତି। ପ୍ରସିଦ୍ଧ ଟୀକାକାର ଭାଗବତର ଟୀକା କରିଥିବାବେଳେ କପିଳମୁନି କପିଳ ସ॰ହିତା ରଚନା କରିଥିବାର ଜଣାଯାଏ। ସେହିପରି ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ଵାମୀ କପିଳାସରେ ସିଦ୍ଧି ଲାଭ କରି ମହିମା ଧର୍ମରପ୍ରଚାର ପ୍ରସାର କରିଥିଲେ। ବର୍ଷସାରା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ଯୋରନ୍ଦା-ମହିମାଗାଦି

ମହିମାଧର୍ମର ଧାର୍ମିକ ଓ ଐତିହାସିକ ମଧ୍ୟସ୍ଥଳ ଜୋରନ୍ଦା ମହିମା ଗୋସାଇଁ ସମାଧିପୀଠ, ଶୂନ୍ୟମନ୍ଦିର ଅନ୍ୟମନ୍ଦିର ଗାଦିମନ୍ଦିର ଏବଂ ଅନେକ ସାଧୁମାନଙ୍କର ମଧ୍ୟ ରହିଛି। ମାଘ ପୁର୍ଣିମା ସଭା ସାଧାରଣ ଭାବରେ ଇ॰ରାଜୀ ଜାନୁୟାରୀ ଓ ଫେବୃଆରୀ ମାସରେ ପଡିଥାଏ।

ଏହିସମୟରେ ଯୋରନ୍ଦାରେ ବିଶ୍ଵପ୍ରସିଦ୍ଧ ମାଘମେଳା ହୋଇଥାଏ। ମହଣ ମହଣ ଘୃତ ବିଶ୍ଵବାସୀଙ୍କ ମଙ୍ଗଳ ନିମନ୍ତେ ବିଶ୍ଵବାସୀଙ୍କ ଉଦ୍ଵେଶରେ ଜଳାଯାଇଥାଏ ।

ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଯୋରନ୍ଦା ମହିମାଗାଦିକୁ ପରିଦର୍ଶନରେ ଆସିଥାନ୍ତି। ଏହି ଧର୍ମର ମୁଖ୍ୟପ୍ରଚାରକ ମହିମା ଧର୍ମକୁ ସ୍ଵତତ୍ର ପରିଚୟ ଆଣିଦେଇଛି ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ସପ୍ତଶଯ୍ୟା

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା ପର୍ବତମାଳା ଢେଙ୍କାନାଳ ସଦର ମହକୁମାର ଦକ୍ଷିଣ ଦିଗରେ ୧୧ କିମି ଦୂରରେ ସପ୍ତଶଜ୍ୟା ରହିଛି।  ପୌରଣିକ ବର୍ଣନା ଅନୁଯାଇ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ପର୍ବତମାଳରେ ବସବାସ କରୁଥିଲେ। ପ୍ରଭୁ ଶ୍ରୀରାମ ଚନ୍ଦ୍ରକୁ ସମର୍ପିତ ରଘୁନାଥ ଜୀଉ ମନ୍ଦିର ରାମ, ଲକ୍ଷ୍ମଣ, ସୀତା ମୂର୍ତି ସ୍ଥାପନ ହୋଇଛି। ଏହି ମନ୍ଦିର ରାଣୀ ରତ୍ନପ୍ରଭା ଦେବୀ ନିର୍ମାଣ କରିଥିଲେ ।ରାମନବମୀ ସମୟରେ (ମାର୍ଚ୍ଚ-ଏପ୍ରିଲ) ରେ ଏଠାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗମନ କରନ୍ତି।

ଏହି ସପ୍ତଶଯ୍ୟା ପର୍ବତରୁ ଏକ ନୀଳ ଜଳରାଶି ସଦୃଶ ପାହାଡିଆ କ୍ଷୁଦ୍ର ଝରଣା ସପ୍ତଶଯ୍ୟାର ପାଦଦେଶକୁ କୁଲୁକୁଳୁ ଗାନ କରି ବହିଆସୁଅଛି ଯାହାକି ପ୍ରାକୃତିକ ଭାବରେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି ।ସମୟ କାଟିବା ଓ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ଅତି ମନୋରମ ଅଟେ।

ଏହି ସ୍ଥାନକୁ ଯିବାପାଇଁ ହେଲେ ଢେଙ୍କାନାଳରୁ ଟ୍ଯାକ୍ସି କିମ୍ବା ଦୁଇଚକିଆ ଯାନରେ ଯିବାର ସୁବିଧା ରହିଛି । ଅକ୍ଟୋବରରୁ ମାର୍ଚ୍ଚ ହେଉଛି ପ୍ରକୃଷ୍ଟ ସମୟ।  ଏହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ଭରା ଦୃଶ୍ୟ ଜନ ସମାଜକୁ ଅକୃଷ୍ଟ କରିଥାଏ ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ଦଣ୍ଡାଧାର

ଢେଙ୍କାନାଳଠାରୁ ୬୭ କିମି ଓ କାମାକ୍ଷାନଗର ଠାରୁ ୩୦ କିମି ଦୂରରେ ଦଣ୍ଡାଧାର ଜଳସେଚନ ପ୍ରକଳ୍ପ ଅବସ୍ଥିତ। ରାମିଆଲ ନଦୀରେ ଅବସ୍ଥିତ ଅହି ପ୍ରକଳ୍ପ।

ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ଉକୃଷ୍ଟ ସ୍ଥାନ ହୋଇ ବିସ୍ତୃତ୍ଵ ଜଳରାଶି ଏବଂ ସୂର୍ୟସ୍ତାତ ଉପତ୍ୟକାରେ ଅବସ୍ଥିତ ଅହି ଅଞ୍ଚଳ ଦର୍ଶକ ମାନଙ୍କ ଭିତରେ ସିଂହରଣ ସୃଷ୍ଟି କରିଥାଏ।

ଶୀତଦିନେ ଆତାର୍ଥ ଡିସେମ୍ବର ଓ ଫେବ୍ରୁୟାରୀ ମାସରେ ଏଠାକୁ ବୁଲିଆସିବା ଓ ବଣଭୋଜି କରିବାର ଉକୃଷ୍ଟ ସମୟ ଅଟେ। ଭୁବନେଶ୍ଵରରୁ ଟ୍ରେନ କିମ୍ବା ଟ୍ଯାକ୍ସି ଯୋଗେ ଢେଙ୍କାନାଳ ପହଞ୍ଚି ସେଠାରୁ ବସଯୋଗେ କାମାକ୍ଷାନଗର ଓ ପରେ ସେଠାରୁ ଟ୍ଯାକ୍ସି କିମ୍ବା ବସଯୋଗେ ଦଣ୍ଡାଧାର ଯାଇହେବ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ନାଗନାଥେଶ୍ଵର

ଢେଙ୍କାନାଳ ଠାରୁ ୨୧ କିମି ଦୂରରେ ନାଗନା ଗ୍ରାମରେ ଶ୍ରୀ ଶ୍ରୀ ନାଗନଥେଶ୍ଵର ମହାଦେବ ଓ ନାଗନଥେଶ୍ଵର ମନ୍ଦିର ଅବସ୍ଥିତ। ଜିଲାର ଅହି ସର୍ବପୁରାତନ ଶିବ ମନ୍ଦିର କେଶରୀ ବଂଶଜ ରାଜାମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ପଣ୍ଡିତ ନଗେନ୍ଦ୍ରନାଥଙ୍କ ମତ ଅନୁସାରେ ଏହା ଏକ ଦ୍ଵାଦଶ ଯୋର୍ତିଲୀଙ୍ଗ ଅଟେ ।୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଜ୍ୟୋତିର୍ଲିଙ୍ଗ ଦାରୁକବଣ ବା ନିମ୍ବବଣ ମଧ୍ୟରେ ଅବସ୍ଥିତ। ନାଗେନାସ୍ଥିତ ନାଗନଥେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏହି ବନ ଏବେ ମଧ୍ୟ ଦେଖାଯାଏ ସେହିପରି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗର ଶ୍ଳୋକ ଅନୁଯାଇ ନାଗନାଥ ମନ୍ଦିର ଅଙ୍ଗ ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ। ଇତିହାସ ଅନୁଯାଇ କଳିଙ୍ଗର ଦକ୍ଷିଣଭାଗ ଅଙ୍ଗଦେଶର ସୀମକୁ ଛୁଇଁଅଛି। ଏଣୁ ଏହି ଅଞ୍ଚଳ ଅଙ୍ଗଦେଶ ଅନ୍ତର୍ଭୁକ୍ତ ହୋଇ ବିବେଚନା କରାଯାଏ। ନାଗନାଥ ମନ୍ଦିର ପାର୍ଶ୍ଵରେ ଏକ ଦୁର୍ଗର ଭଗ୍ନାବଂଶାଶ ରହିଛି। ଯାହା ବର୍ତମାନ ପର୍ଯ୍ୟନ୍ତ ଅନାବିସ୍ତ୍ରୁତ ଅବସ୍ଥାରେ ରହିଛି। ଏହା ବ୍ରାହ୍ମଣୀ ନଦୀକୁଳରେ ଅବସ୍ଥିତ ଯାହା ଗଙ୍ଗାନଦୀ ସଦୃଶ ଅଟେ।ଏହି ନଦୀ ଜଳରେ ସ୍ନାନକଲେ ଗଙ୍ଗା ନଦୀରେସ୍ନାନ କରିବା ସହ ସମାନ ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ସରାଙ୍ଗ

ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ। ବ୍ରାହ୍ମଣୀ ନଦୀର ପତୁରିଆ ଅବବାହିକାରେ ଭଗବାନ ବିଷ୍ନୁଙ୍କର ଅନନ୍ତଶୟନ ମୁଦ୍ରାରେ ରହିଛନ୍ତି ନଗରଜା ଅନନ୍ତଙ୍କ ଫଣା ଭଗବାନ ବିଷ୍ନୁଙ୍କ ମୁକୁଟ ସଦୃଶ ପ୍ରଣୟ ମାନରୁ ଓ ଭଗବାନ ବିଷ୍ନୁଙ୍କ ନଭୀରୁ ଉତପର୍ଣ ପଦ୍ମ ସୁର୍ଷ୍ଟିକର୍ତା ବ୍ରହ୍ମଙ୍କୁ ଧାରଣ କରିଛି।

ଭଗବାନ ବିଷ୍ନୁଙ୍କର ଅହି ଅନନ୍ତ ଶୟନ ମୁଦ୍ରା ବ୍ରାହ୍ମଣୀ ନଦୀରେ ଜଳରାଶି ଦ୍ଵାରା ପ୍ଳାବିତ ହୋଇଥାଏ।

ଏହି ସ୍ଥାନକୁ ଆସିବାକୁ ହେଲେ ଢେଙ୍କାନାଳ ଠାରୁ ବସ କିମ୍ବା ଟ୍ଯାକ୍ସି ଯୋଗେ ଯାଇ ସରାଙ୍ଗର ଅହି ଅପୂର୍ବକୁ ଦୁର୍ସ୍ୟରଜକୁ ଦେଖିହେବା। ସେପ୍ଟେମ୍ବର ରୁ ଫେବ୍ରୁୟାରୀ ମଧ୍ୟରେ ପରିଦର୍ଶନ ଯିବାରେ ଉତୁକୃଷ୍ଟ ସମୟ ଅଟେ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

କୁଆଲୋ

ଢେଙ୍କାନାଳରୁ ୭୨ କିମି, ଅନଗୁଳଠାରୁ ୪୫ କିମି ଓ ତାଳଚେରଠାରୁ ୨୫ କିମି ଦୂରରେ ଅବସ୍ଥିତ କୂଅନଲୋ ଭଗବାନ ଶିବ କନେକେଶ୍ଵର ବୈଦ୍ୟନାଥ ପଶ୍ଚିମେଶ୍ଵର ବାଲୁଙ୍କେଶ୍ଵର ଓ କପିଳେଶ୍ଵରଙ୍କୁ ସମର୍ପିତ ଅନେକ ଛୋଟ ବଡ ମନ୍ଦିର ପାଇଁ ପ୍ରସିଦ୍ଧ।

କନେକେଶ୍ଵର ମନ୍ଦିର ଯାହା ବର୍ତମାନ ଭଗ୍ନ ଅବସ୍ଥାରେ ରହିଛି। ପାଖାପାଖି ୨୪ ମିଟର ଉଚତା ଥିଲା ଏହି ମନ୍ଦିରର କରୁକର୍ଯ ଭାସ୍କର୍ଜ୍ୟ ଓ ତଥା ମନ୍ଦିର କଳାର ସଂସ୍କୃତିକ ନିଦର୍ଶନ ବାର୍ତା ବହନ କରେ।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ଗଜଲକ୍ଷ୍ମୀପୂଜା

ଦୀର୍ଘ ୫୦ ବର୍ଷରୁ ପୁରୁଣା ଏହି ସୁପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଢେଙ୍କାନାଳ ସଦର ମହକୁମାଠାରେ ଚାକଚମକ୍ୟରେ ପାଳିତ ହୋଇ ଆସୁଅଛି। ରଙ୍ଗାରଙ୍ଗ ସାଜସଜା ସହିତ ବହୁ ଦୂର ଦୁରାନ୍ତରୁ ଆସିଥିବା ବେପାରୀ ନିଜସ୍ଵ ଜିନିଷକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଆଣି ଡେରା ପକେଇ ଥାନ୍ତି। ନିଜର ସୁମଧୁର ସଙ୍ଗୀତର ତାଳେତାଳେ ନାଚଗୀତର ପସରା ମେଲାଇ ଥାନ୍ତି। ଏହି ସବୁ ଜାନିଯାତ୍ରା, ନାଚଗୀତ, ଲକ୍ଷ୍ମୀପୂଜାର ଆୟୋଜନକୁ ଚମକାଇ ଦେଇଥାଏ। ଏହି ସୁପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ପ୍ରାୟ ୧୧ ଦିନ ପର୍ଯ୍ୟନ୍ତ ବହୁ ଚକଚମକରେ ପାଳନ କରାଯାଇଥାଏ। ଏହି ପାରମ୍ପରିକ ଲକ୍ଷ୍ମୀପୂଜାରେ ସବୁ ଧର୍ମର, ସବୁ ଜାତିର ଓ ଆଦିବାସୀଗଣ ଏହି ପର୍ବରେ ଯୋଗଦାନ କରିଥାନ୍ତି। ବହୁ ମାନଗନ୍ୟ ବ୍ୟକ୍ତି ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ସରସ, ସୁନ୍ଦର ଓ ଗୌରବକୁ ଆଗେଇ ନେବାକୁ ଜନ ସାଧାରଣଙ୍କ ସହିତ ଏକତ୍ରିତ ହୋଇ ଏହି ପୂଜାର ଆୟୋଜନ ବଡ ଆଡମ୍ବରରେ କରିଥାନ୍ତି।

ଏହି ପୂଜା ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଲୋକଙ୍କ ମଧ୍ୟରେ ସୀମିତ ନ ରହି, ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଉତ୍ସାହର ସହିତ ବହୁ ମାତ୍ରାରେ ଦେଖିବାକୁ ଆସିଥାନ୍ତି।

ଜିଲା ମୁଖ୍ୟାଳୟ -ଢେଙ୍କାନାଳ
ରାଜଧାନୀ -ଭୁବନେଶ୍ଵର
ନିକଟସ୍ଥ ରେଲୱେ ଷ୍ଟେସନ-ଢେଙ୍କାନାଳ ରେଲୱେ ଷ୍ଟେସନ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵର ବିମାନ ବନ୍ଦର
ଯୋଗାଯୋଗ ଅଧିକାରୀ-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଯୋଗାଯୋଗ-୦୬୭୬୨-୨୨୧୦୩୧

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

ଢେଙ୍କାନାଳ ଜିଲ୍ଲାରେ ଥିବା ହୋଟେଲ

ଢେଙ୍କାନାଳ ଏସଟିଡ଼ି କୋଡ – ୦୬୭୬୨

କ୍ରମିକ ନ

ଭୋଜନାଳୟ ର ନାମ ଓ ଠିକଣା

୧.

ହୋଟେଲ ସୂର୍ୟ

ଜଗନ୍ନାଥ ରୋଡ ,ଢେଙ୍କାନାଳ

ଦୂର ଭାଷ  : ୨୨୬୪୪୮୨୨୬୪୦୯

ଇ ମେଲ  : hotelsuryadkl[at]gmail[dot]com

୨.

ନିରୂପମା

ଖାଦ୍ୟ /  ଆଡମ୍ବର ପୂର୍ଣ ଭୋଜନ  / ପ୍ରକୋଷ୍ଠ

(TRC) Previously Panthanivas

ଏନ ଏଚ -୫୫, ବାଇ ପାସ ରୋଡ

ମହିଷ। ପାଟ ,ଢେଙ୍କାନାଳ , ପିନ – ୭୫୯୦୦୧

ଦୂର ଭାଷ: ୨୮୬୬୧୭

ମୋ : ୯୦୪୦୯୨୯୮୨୩

୩.

ହୋଟେଲ ଆର . କେ ରିଗ୍ରେନ୍ସି

ଗାନ୍ଧୀ ମନ୍ଦିର ରୋଡ ,ଢେଙ୍କାନାଳ

ଦୂର ଭାଷ : ୨୨୩୫୯୯,୨୨୩୬୯୯

ଇ ମେଲ  : rkregenc[at]gmail[dot]com

Website : www.rkregency.com

୪.

ହୋଟେଲ ଦେବକନ୍ୟା ,ଓ.ଏମ.ପି ଲାଇନ,

ଏଲ ଆଇ ସି ଲାଇନ,ଢେଙ୍କାନାଳ

ଦୂର ଭାଷ :  ୨୨୭୫୨୨

୫.

ହୋଟେଲ ଶକୁନ୍ତଳା,  ଦକ୍ଷୀଣକାଳି  ରୋଡ, ଢେଙ୍କାନାଳ

ଦୂର ଭାଷ : ୨୨୬୪୩୭

୬.

ସାଇ ଫନି ଗେଷ୍ଟ ହାଉସ  ,  ମହାବୀର ବଜାର ଢେଙ୍କାନାଳ

ଦୂର ଭାଷ : ୯୧୨୪୯୭୯୬୨୭,୯୪୩୭୧୪୭୦୦୫

୭.

ହୋଟେଲ ସିଲଭର ସ୍ପ୍ରିଙ୍ଗ

ଦକ୍ଷୀଣ କାଳି  ରୋଡ,ଢେଙ୍କାନାଳ

ଦୂର ଭାଷ :  ୨୨୫୦୨୩

୮.

ହୋଟେଲ ଇଷ୍ଟ ଇଣ୍ଡିଆ  ମହିଷାପାଟ , ଏନ ଏଚ -୫୫,ଢେଙ୍କାନାଳ ,

ଦୂର ଭାଷ : ୨୨୧୧୨୭,

ମୋ : ୭୩୮୧୨୨୫୩୫୪୯, ୮୮୯୫୪୬୪୬୬୦

୯.

ଶ୍ରୀ କ୍ରୀଷ୍ଣା ଲଜ

ଗେଣେଶ ବଜାର ,ଢେଙ୍କାନାଳ

ଦୂର ଭାଷ :୨୨୬୬୭୬

ଢେଙ୍କାନାଳ ଜିଲ୍ଲାରେ ଥିବା ଡାକବଙ୍ଗଳା ଏବଂ ଧର୍ମଶାଳା

କ୍ରମିକ ନ

ନାମ ଓ ଠିକଣା

୧.

ଆଇ .ବି (ଏଫ ଆର ଏଚ), ଜିରିଡା ମାଳି , କାମାକ୍ଷାନଗର , ଢେଙ୍କାନାଳ

୨.

ଆଇ .ବି ରେଷ୍ଟ ସେଡ଼, କ୍ଷୃଦ୍ର ଜଳସେଚନ ବିଭାଗ,   ଢେଙ୍କାନାଳ

୩.

ରେଭିନ୍ୟୁ  ବଙ୍ଗଳା, ବସ ଷ୍ଟାଣ୍ଡ ପାଖ, ଢେଙ୍କାନାଳ( କାର୍ଯ୍ୟ କ୍ଷମ )

୪.

ବ୍ରାହ୍ମଣୀ ଦକ୍ଷିଣ ବେସିନ ଗେଷ୍ଟ ହାଉସ, ସରକାରୀ ପଲି ଟେକ ନିକ, ମହିଶାପାଟ, ଢେଙ୍କାନାଳ

୫.

ଆଇ .ବି ଦୂର୍ଗା ବଜାର ଢେଙ୍କାନାଳ

୬.

ଆଇ .ବି ବସ ଷ୍ଟାଣ୍ଡ ପାଖ, ହନୁମାନ ବଜାର ,  କାମାକ୍ଷାନଗର,ଢେଙ୍କାନାଳ

୭.

ଆଇ .ବି ବସ ଷ୍ଟାଣ୍ଡ ପାଖ ,  କାଳି ବଜାର , ଭୁବନ,  ଢେଙ୍କାନାଳ

୮.

ଆଇ .ବି  ବସ ଷ୍ଟାଣ୍ଡ ପାଖ , ପରଜଙ୍ଗ

୯.

ଆଇ .ବି ଖଟୁଆହଟା , ପଣ୍ଡଆ

୧୦.

ଆଇ .ବି ବସ ଷ୍ଟାଣ୍ଡ ପାଖ , ଦେଓଗାଁ

୧୧.

କପିଳାସ(ମନ୍ଦିର ପାଖ )

୧୨.

ଆଇ .ବି, ବଙ୍ଗୁରିସିଙ୍ଗ

୧୩.

ଆଇ .ବି କତଡା

୧୪.

ଆଇ .ବି ,   ବଇଣ୍ଡା

ଆଧାର - "ଢେଙ୍କାନାଳ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top