ସେଆର କରନ୍ତୁ

ଦେବଗଡ଼ ସହର

ଦେବଗଡ଼ ଏକ ଐତିହାସିକ ସହର ସମ୍ବନ୍ଧରେ ସୂଚନା ।

ପୁରାତନ ବାମଣ୍ଡା ରାଜ୍ୟ ଅଧୁନା ଦେବଗଡ଼ ଏକ ଐତିହାସିକ ସହର ।  ଏହାର କଳା, ସାହିତ୍ୟ, ସଂସ୍କୃତି ଦିନେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅତୀତରେ ଦିନେ ଉତ୍କଳର ଏହା ଉଜ୍ଜୟିନୀ ଭାବରେ ଖ୍ୟାତ ଥିଲା। ସାହିତ୍ୟ ସାଧକ କବିବର ରାଧାନାଥ ରାୟ, ଫକୀର ମୋହନ ସେନାପତି, ଭୁବନେଶ୍ଵର ବଡ଼ପଣ୍ଡା, ମଧୁସୂଦନ ରାଓ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଏହା ଏକଦା  ଚରାଭୂଇଁ ଥିଲା। ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତ । ଜଳବିଦ୍ୟୁତ କେନ୍ଦ୍ର କୋରଡକୋଟ ଜଳପ୍ରପାତରୁ ଉତ୍ପାଦିତ ବିଦ୍ୟୁତ ଐତିହ୍ୟ ସମ୍ପନ୍ନ ଦେବଗଡ଼ ସହରକୁ ଆଲୋକିତ କରୁଥିଲା । ଓଡ଼ିଆ ଭାଷାର ଦୁଦ୍ଦିନ ସମୟରେ ଦେବଗଡ ସହରରୁ ରାଜାବାସୁଦେବଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ନାମକ ପତ୍ରିକା ଆଲୋକବର୍ତ୍ତିକା ସାଜିଥିଲା। ୧୨୦୦ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ବାମଣ୍ଡା ମଣ୍ଡଳରେ ମରହଟ୍ଟାମାନଙ୍କ ରାଜୁତି ଚାଲିଥିଲା। ମରହଟ୍ଟା ଶାସକଙ୍କ ଦମନଲୀଳା ଅସହ୍ୟ ହୋଇଥିଲା। ସେହି ସମୟରେ କେଳିପଦର ଗ୍ରାମର କିନ୍ତାରୁ ଭୂୟାଁ ଓ କଟଙ୍ଗପାଣି ଗ୍ରାମର ସୁନା କନ୍ଧ ନାମକ ୨ ଆଦିବାସୀ ମୁଖୁଆ ପାଟଣାଗଡ଼କୁ ଯାଇ କୃତ୍ତିବାସ ଦେବଙ୍କ ସାନ ଭାଇ ରାମଚନ୍ଦ୍ର ଦେବଙ୍କୁ ବାମଣ୍ଡା ଆଣିଲେ । କୁଚିଣ୍ଡା ନିକଟ ବାମଣ୍ଡା ଗ୍ରାମରେ ତାଙ୍କର ରାଜାଭିଷେକ କରି ସରଜୁ ଗଙ୍ଗଦେବ ନାମ ପ୍ରଦାନ କରିଥିଲେ ସେହିଦିନଠାରୁ ବାମଣ୍ଡା ରାଜ୍ୟରେ ଗଙ୍ଗବଂଶର ଶାସନ ଆରମ୍ଭ ହେଲା । କାଳକ୍ରମେ ବାମଣ୍ଡାର ରାଜଧାନୀ ବାମଣ୍ଡାଗଡରୁ ଦେବଗଡ ନିକଟ ସୁଗୁଡାଗଡ, ପୁରୁଣାଗଡ, ବର୍ତ୍ତମାନର ଦେବଗଡ଼ ସହରରେ ବାମଣ୍ଡାର ରାଜଧାନୀ ସ୍ଥାପିତ ହୋଇଥିଲା । ରାଜା ସରଜୁ ଗଙ୍ଗଦେବଙ୍କଠାରୁ ବ୍ରଜସୁନ୍ଦର ଦେବଙ୍କ ପର୍ଯ୍ୟନ୍ତ ବାମଣ୍ଡା ରାଜ୍ୟ ଘଞ୍ଚ ଅରଣ୍ୟବେଷ୍ଟିତ । ଅଖୋଜ ବାମଣ୍ଡା ନାମରେ ବିଦିତ ଥିଲା। ରାଜା ବାସୁଦେବଙ୍କ ସମୟରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଗମନାଗମନରେ ବହୁବିଧ ଉନ୍ନତି ହୋଇ ବାମଣ୍ଡା ଏକ ଆଦର୍ଶ ରାଜ୍ୟରେ ପରିଗଣିତ ହେଲା । ରାଜା ବାସୁଦେବଙ୍କ ପରେ ତାଙ୍କ ସୁପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରି ଦେବଗଡକୁ ଏକ ପୂର୍ଣ୍ଣାଙ୍ଗ ବିକଶିତ ରାଜ୍ୟର ରୂପ ଦେଇଥିଲେ। ୧୯୯୪ ଜାନୁୟାରୀ ୧ ତାରିଖରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଦେବଗଡ଼ ଏକ ସ୍ଵତନ୍ତ୍ର ଜିଲାର ମାନ୍ୟତା ପାଇଥିଲା । ୧୯୦୪ରେ ଦେବଗଡ଼ରେ ପୌରସଂସ୍ଥା ସ୍ଥାପିତ ହୋଇଥିଲା । ୧୯୧୨ରେ ବିହାର-ବେଙ୍ଗଲ ପୌରସଂସ୍ଥା ଆଇନ ଅନୁସାରେ ମ୍ୟୁନିସିପାଲିଟିର ମାନ୍ୟତା ପାଇଥିଲା।

ଭୌଗୋଳିକ ସ୍ଥିତି

ଓଡ଼ିଶାର ଉତ୍ତର ପଶ୍ଚିମ ଭାଗ ଘଞ୍ଚ ଅରଣ୍ୟ ପରିବେଷ୍ଟିତ  ୩୨ ଅକ୍ଷାଂଶ, ୩୩ ଦ୍ରାଘିମାରେ ଦେବଗଡ଼ ସହର ଅବସ୍ଥିତ ।

ରାଜଧାନୀରୁ ଦୂରତା

ରାଜଧାନୀ ଭୁବନେଶ୍ୱରରୁ ଦେବଗଡ଼ ସହରର ଦୂରତା ୨୬୮ କି.ମି. । ଦେବଗଡ଼ରୁ ଭୁବନେଶ୍ୱରକୁ ଯିବା ପାଇଁ ସଡକ ପଥ ହିଁ ଏକ ମାତ୍ର ମାଧ୍ୟମ । ଏଥିପାଇଁ କେବଳ ବେସରକାରୀ ବସ୍ ହିଁ ଉପଲବ୍ଧ । ଭୁବନେଶ୍ଵରରୁ ଟ୍ରେନରେ ସମ୍ବଲପୁର ଓ ସେଠାରୁ ଦେବଗଡ଼ ସହର ଯିବାକୁ ସୁବିଧା ରହିଛି ।

ଜାତୀୟ ରାଜପଥ

ଦେବଗଡ ସହର ଦେଇ ବମ୍ବେ -କଲିକତା ଜାତୀୟ ରାଜପଥ ୪୯ ନମ୍ବର, ଛଅ । ନମ୍ବର ଯାଇଅଛି । ଏହା ବ୍ୟତୀତ ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥ ମଧ୍ୟ ଯାଇଅଛି । ଅନୁଗୋଳରୁ ଦେବଗଡ ଦେଇ ୨୦୦ କି.ମି. ରାଜପଥ ଯାଇଅଛି ।

ଜନସଂଖ୍ୟା

୨୦୧୧ ମସିହା ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ପାଖାପାଖି ୨୫ ହଜାର ଓ ୧୧ଟି ୱାର୍ଡ ବିଶିଷ୍ଟ ଦେବଗଡ଼ ମ୍ୟୁନିସିପାଲିଟିରେ ଭୋଟର ସଂଖ୍ୟା ୧୭ ହଜାର ହେବ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳର ମୋଟ ପରିବାର ସଂଖ୍ୟା ୫୩୯୫ ।

ଶିକ୍ଷାନୁଷ୍ଠାନ

ଦେବଗଡ଼ ସହରରେ ଶିକ୍ଷାର ଭିତ୍ତିଭୂମି ବହୁ ପୁରୁଣା। ବର୍ତ୍ତମାନ ସହରରେ ୧୧ଟି ପ୍ରାଥମିକ ବିଦ୍ୟାଳୟ ୩ଟି ଉଚ୍ଚ ୧୮୮୨ରେ ରାଜା ବାସୁଦେବଙ୍କ ଦ୍ଵାରା ରାଜ କୁମାର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ରହିଛି। ସହରରେ ଉଚ୍ଚ ଶିକ୍ଷାର ବିକାଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ୧୯୫୧ରେ ଏହାର ନାମ ପାଇଁ ଦେବଗଡ଼ କଲେଜ ୧୯୬୩ରେ ପ୍ରତିଷ୍ଠାଲାଭ କରିଥିଲା । ପରିବର୍ତ୍ତନ କରାଯାଇ ରାଜା ବାସୁଦେବ ହାଇସ୍କୁଲ ରଖାଗଲା । ଏହା ବ୍ୟତୀତ ମହିଳା ଯୁକ୍ତ ୨, ମହିଳା ଡିଗ୍ରୀ ଓ ମଡେଲ ଡିଗ୍ରୀ ୧୮୫୫ରେ ବାଳକ ଉ.ପ୍ରା. ପ୍ରାଇମେରୀ ବିଦ୍ୟାଳୟ, କଲେଜ, ସରକାରୀ ଡିପ୍ଲୋମା କଲେଜ, ସି.ଟି. ସ୍କୁଲ ସହ ୧୯୦୪ରେ ମନ୍ଦାକିନୀ ବାଳିକା ବିଦ୍ୟାଳୟ, ଅନାର୍ଯ୍ୟ ବିଦ୍ୟାଳୟ ୮ ସରକାରୀ, ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । ୬ଟି ପ୍ରତିଷ୍ଠା ହୋଇ ଶିକ୍ଷାର ବ୍ୟବସ୍ଥାକୁ ବ୍ୟାପକ କରାଯାଇଥିଲା । ବେସରକାରୀ ଇଂଲିଶ ମିଡିୟମ ସ୍କୁଲ ମଧ୍ୟ ରହିଛି ।

ରେଳ ଷ୍ଟେଶନ

ଦେବଗଡ଼ ସହରକୁ ସିଧାସଳଖ ରେଳ ଯୋଗାଯୋଗ ହୋଇପାରିନାହିଁ । ରେଳରେ ଯାତ୍ରା କରିବାକୁ ହେଲେ ଜିଲାବାସୀଙ୍କୁ ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଯିବାକୁ ହୋଇଥାଏ । ଅବଶ୍ୟ ଏଠାରେ ଗୋଟିଏ ରେଲୱେ କାଉଣ୍ଟର ରହିଛି ।

ସଂସ୍କୃତି ଓ ପରମ୍ପରା

ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ନିଆରା । ଯାହା ଏକ ସ୍ଵତନ୍ତ୍ର ମାନ୍ୟତା ବହନ କରେ । ଏହି ଅଞ୍ଚଳଟି ଦୀର୍ଘ ଦିନ ଧରି ସମ୍ବଲପୁର ଜିଲା ଅଧୀନରେ ରହିଥିଲେ ମଧ୍ୟ ଏହାର ଭାଷା ସଂସ୍କୃତି ଭିନ୍ନ ଅଟେ । ଏଠାକାର ଭାଷା ସମ୍ବଲପୁରୀ ଏବଂ ଓଡ଼ିଆ ଭାଷାର ଫେଣ୍ଟାଫେଣ୍ଟି । ଏଠାରେ  ସମ୍ବଲପୁରର ମୂଖ୍ୟ ପର୍ବ ନୂଆଁଖାଇ, ଭାଇ ଜିଉଁତିଆ, ପୁଅ ଜିଉଁତିଆ ଓ ପୂର୍ବାଞ୍ଚଳର ରଜସଂକ୍ରାନ୍ତି ମହାଆଡମ୍ବର ସହକାରେ ପାଳନ କରାଯାଏ । ଏହା ବ୍ୟତିରେକ  ପୌଷ ପୂର୍ଣ୍ଣିମା ମକର ଯାତ୍ରା, ମହାମାୟୀ ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଧୁମଧାମରେ ହୋଇଥାଏ । ଗଣେଶ ଉତ୍ସବ ଏଠାରେ ୮ ଦିନ ଧରି ମହାସମାରୋହରେ ପାଳିତ ହୋଇଥାଏ । ଦେବଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ପାଞ୍ଚଖଣ୍ଡା ଦେବୀ।

ଦେବଗଡର ଅନନ୍ୟ ପରମ୍ପରା ଦଣ୍ଡନୃତ୍ୟ

ଏଠାରେ ବାରମାସରେ ତେର ପର୍ବ ମଧ୍ୟରୁ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଦଣ୍ଡନୃତ୍ୟ ସ୍ଵତନ୍ତ୍ର ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦଣ୍ଡନୃତ୍ୟ ବିଶେଷ ଖ୍ୟାତି ଅର୍ଜନ କରିଥିଲେ ହେଁ କେଉଁ ଆବହମାନ କାଳରୁ ଦେବଗଡ଼ ଜିଲ୍ଲାରେ ଦଣ୍ଡନୃତ୍ୟର ପରମ୍ପରା ବଳବତ୍ତର ରହିଛି ।

ଆଧୁନିକତାର ଚାକଚକ୍ୟରେ ଏହି ନୃତ୍ୟ ହଜିଯାଇନାହିଁ ବରଂ ଲୋକପ୍ରିୟତା ହାସଲ କରିଚାଲିଛି । ପବିତ୍ର ମନରେ ମାନସିକଧାରୀମାନେ ଭଗବାନ ଶିବ, ମାତା ପାର୍ବତୀଙ୍କୁ ସ୍ମରଣ କରି ଗାଁ ଗାଁ ବୁଲି ଦଣ୍ଡନୃତ୍ୟରେ ଦଣ୍ଡଯାତ୍ରା କରିଥାନ୍ତି ।

ଅଧିକ ସୂଚନା

କଲ୍ୟାଣପଣ୍ଡପ

ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ଲାଗି ସହରରେ ମ୍ୟୁନିସିପାଲିଟିର ଗୋଟିଏ ଟାଉନହଲ କଲ୍ୟାଣ ମଣ୍ଡପ ଓ ବେସରକାରୀ ମାରୱାଡ଼ି ଧର୍ମଶାଳା ରହିଛି ।

ସିନେମା ହଲ

ଏଠାରେ ସିନେମା ହଲ ବିଲ ନାହିଁ । ସେହିପରି ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ସଭା ସମିତି ପାଇଁ ସେମିତି କୌଣସି ଅଡିଟୋରିୟମ୍ ନାହିଁ । ଏକମାତ୍ର ଟାଉନ ହଲରେ ବିବାହ ବ୍ରତ ଉତ୍ସବ ଆଦି ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ । ମ୍ୟୁନିସିପାଲିଟି ତରଫରୁ ଦୟନୀୟ ଅବସ୍ଥାରେ ଥିବା ପୁରୁଣା କଳା ପରିଷଦକୁ ନୂତନ ଭାବେ ଗଠନ କରାଯାଉଛି ।

ପାର୍କ

ଅବସର ବିନୋଦନ ପାଇଁ ଦେବଗଡ ସହରରେ ପୌରସଂସ୍ଥା ତରଫରୁ ୨ଟି ପାର୍କ ନିର୍ମାଣ କରାଯାଇଛି । ତନ୍ମଧ୍ୟରୁ ଗୋଟିଏ ଗଣେଶ ଛକ ମାର୍କେଟଠାରେ ଓ ଅନ୍ୟଟି ପ୍ରଧାନପାଟ ଚକେଶ୍ୱର ଏବଂ ଗିରିଗୋବର୍ଦ୍ଧନ ମନ୍ଦିର ନିକଟରେ ରହିଛି ।

ନିକଟବର୍ତ୍ତୀ ନଦୀ

ସହର ନିକଟରେ କୌଣସି ନଦୀ ନାହିଁ । ଏଠାରୁ ୧୦୦ କି.ମି. ଗଲେ ସମ୍ବଲପୁର ସହର ମହାନଦୀ ଏବଂ ୩୦ କିମି ଦୂରତାରେ ବ୍ରାହ୍ମଣୀ ନଦୀ  ପଡ଼େ । ବ୍ରାହ୍ମଣୀ ନଦୀ ରେଙ୍ଗାଳି ନିକଟରେ ନିର୍ମିତ ଡ୍ୟାମରୁ ଜଳସେଚନ ସହ ବିଦ୍ୟୁତ ଉତ୍ପାଦନ କରାଯାଉଛି।

ଜଳାଶୟ

ଦେବଗଡ଼ ସହରରେ ୧୨ଟି ଛୋଟ ବଡ ଜଳାଶୟ ରହିଛି । କଟେରି ନିକଟରେ ୩ଟି ବନ୍ଦ ସମେତ ବାବା ବନ୍ଧ, ପୋଲିସ ଥାନା ନିକଟ ଗୋହିରି ବନ୍ଧ, ପୁରୁଣାଗଡ଼ ନିକଟରେ ଚଷା ସାହି ବନ୍ଧ, ବଡ ଖାଇ ବନ୍ଧ, ତେନ୍ତୁଳିଖାଇ ବନ୍ଧ, ତଳ ଖାଇ ବନ୍ଧ, ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପାପ ହରଣ କୁଣ୍ଠ ବ୍ୟତିରେକ ସହରରେ ଷୋହଳ ବଖରା କଟା ଏବଂ ପୂଢେଇ କଟା ଏବଂ ଶନି ମନ୍ଦିରଠାରେ ଚିରସ୍ରୋତା ଚୁଆ ରହିଛି ।

ପାନୀୟ ଜଳ

ଦେବଗଡ ସହରକୁ ୧୯୦୧ ମସିହାରୁ ରାଜା ବାସୁଦେବ ସୁଢଳ ଦେବଙ୍କ ସମୟରୁ ପ୍ରଧାନପାଟ ଜଳପ୍ରପାତରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି ।

ଶ୍ମଶାନ ଘାଟ

ଦେବଗଡ ସହର ପ୍ରଧାନପାଟରେ ସ୍ଵର୍ଗଦ୍ଵାର ଓ ପୁରୁଣାଗଡ଼ ନିକଟରେ ସଦୀଘାଟ ନାମରେ ଗୋଟିଏ ଶ୍ମଶାନ ଘାଟ ରହିଛି । ସେହିପରି ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ କଲେଜ ନିକଟରେ କବରସ୍ଥାନ ଓ  ବାଲିଆପିଟା ନାଳ ନିକଟରେ ଅନ୍ୟାନ୍ୟ ଜାତିର ଲୋକଙ୍କ ପାଇଁ । ଗୋଟିଏ ଶବଦାହ ସ୍ଥାନ ରହିଛି ।

ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର

ପଶ୍ଚିମ ଓଡ଼ିଶାର ଜନସାଧାରଣ ଅଧିକ ସେବା ପାଇଁ ବୁର୍ଲା ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଷଜ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଦାନ୍ତ ଓ ଚକ୍ଷୁ ବିଭାଗ ରହିଛି । ଦୈନିକ ଏହି ଡାକ୍ତରଖାନାକୁ ୨ରୁ ୩ଶହ ପର୍ଯ୍ୟନ୍ତ ରୋଗୀ ଆଉଟଡୋରକୁ ଆସି ରୋଗୀ ସେବା ପାଇଥାନ୍ତି।

କେବେ ହୋଇଥିଲା

ଦେବଗଡ଼ ରାଜକୁମାର ହାଇସ୍କୁଲ

୧୮୮୨

ଦେବଗଡ଼ ପୌର ପରିଷଦ ଗଠନ

୧୯୧୨

ପୌର ପରିଷଦ କୋଠା ନିର୍ମାଣ

୧୯୦୪

ଦେବଗଡ଼ ଜେଲ

୧୮୮୩

ଡାକ ସେବା

୧୮୯୦

ଦେବଗଡ଼ ବାର୍ ଆସୋସିଏଶନ

୧୯୫୬

ଦେବଗଡ଼ କଲେଜ

୧୯୬୩

ସଚ୍ଚିଦାନନ୍ଦ ପାଠାଗାର

୧୯୩୫

ଜଗନ୍ନାଥ ବଲ୍ଲଭ ପ୍ରେସ୍

୧୮୮୬

ସମ୍ବଲପୁର ହିତୈଷିଣୀ

୧୮୮୯

କୋରକୋଟ ଜଳବିଦ୍ୟୁତ ପ୍ରକଳ୍ପ

୧୯୧୬

ଝାଡେଶ୍ଵର ମନ୍ଦିର

୧୮୫୪

ଦେବଗଡ଼ ପ୍ରାଥମିକ ବିଦ୍ୟାଳୟ

୧୮୪୫

ଦେବଗଡ଼ ଡାକ୍ତରଖାନା

୧୮୮୩

ମାନ ମନ୍ଦିର

୧୮୯୯

ପ୍ରଥମ ବିଦ୍ୟୁତ୍‌ ଯୋଗାଣ

୧୯୦୫

ପ୍ରଥମ ଟେଲିଫୋନ ବ୍ୟବସ୍ଥା

୧୯୦୦

ମନ୍ଦାକିନୀ ବାଳିକା ବିଦ୍ୟାଳୟ

୧୯୦୪

ଅନାର୍ଯ୍ୟ ବିଦ୍ୟାଳୟ

୧୯୦୪

ସୁରତରଙ୍ଗିଣୀ ମାର୍କେଟ

୧୯୧୬

ବସନ୍ତ ନିବାସ ଲଳିତ ବସନ୍ତ

୧୯୦୯

କ୍ଲବ ଗୃହ

୧୯୦୯

ଜଗନ୍ନାଥ ମନ୍ଦିର

୧୭୦୩

ଅଦାଲତ ସ୍ଥାପନ

୧୮୮୩

ଦେବଗଡ଼ ସହରର ନୂତନ କଚେରୀ ନିର୍ମାଣ

୧୯୨୯

ମ୍ୟୁନିସିପାଲିଟି ମାର୍କେଟ ସ୍ଥାପନ

୧୯୪୩

ଫୋନ ନମ୍ବର

ଜିଲ୍ଲାପାଳଙ୍କ ଅଫିସ

୦୬୬୪୧-୨୨୬୩୫୪

ଆରକ୍ଷୀ ଅଧୀକ୍ଷକ

୦୬୬୪୧-୨୨୬୧୦୦/୨୨୬୨୧୯

ଦେବଗଡ଼ ଥାନା

୦୬୬୪୧-୨୨୬୨୪୭

ବାରକୋଟ ଥାନା

୦୬୬୪୩ -୨୪୩୨୦୩

ରିଆମାଳ ଥାନା

୦୬୬୪୧-୨୨୭୪୨୬

କୁଣ୍ଡେଇଗୋଳା ଥାନା

୯୪୩୮୯୧୬୪୬୪

ସିଡ଼ିଏମଓ

୦୬୬୪୧-୨୨୬୪୨୮

ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

୦୬୬୪୧-୨୨୬୪୨୨

ଫାୟାର ଷ୍ଟେଶନା

୦୬୬୪୧-୨୨୬୨୮୬

ପର୍ଯ୍ୟଟନ ସ୍ଥଳୀ

ଦେବଗଡ଼ ସହର ସମେତ ଏହାର ଆଖପାଖରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପ୍ରଧାନପାଟ ଜଳ ପ୍ରପାତ, କୋରୋଡକୋଟ ଜଳପ୍ରପାତ, ଦେଓଝରଣ ଜଳପ୍ରପାତ, ଗୋହିରାଡାମ, କଟାସରଘାଟି,ରମ୍ଭାଦେବୀ ମନ୍ଦିର, ଝାଡେଶ୍ଵର ମନ୍ଦିର ଆଦି ପର୍ଯ୍ୟଟନ ସ୍ଥଳୀ ଏବଂ କୈଳାସ ନିକଟରେ ଥିବା ଜଳପ୍ରପାତ ଓ ଐତିହାସିକ କୋଠାଘର ଦେଖୁବା ପାଇଁ ବର୍ଷ ସାରା ଅନେକ ପର୍ଯ୍ୟଟକ ଆସିଥାନ୍ତି ।

ମକର ଯାତ୍ରା

ଦେବଗଡ଼ ସହରସ୍ଥିତ ପ୍ରଧାନପାଟ ପର୍ବତମାଳାର ସବୁଠାରୁ ଉଚ୍ଚତମ ଶୃଙ୍ଗ ମକରଧ୍ଵଜରେ ମକରସଂକ୍ରାନ୍ତି ଦିନ ପ୍ରାୟ ବିଭିନ୍ନ ସାହି କମିଟି ପକ୍ଷରୁ ଧୂଜା (ବାନା) ସ୍ଥାପନ କରାଯାଇ ମା’ ବନଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଏ । ଶତାଧୁକ ଭକ୍ତ ମାନସିକ ପୂରଣ ପାଇଁ ଏହି ପତାକା  ଲଗାଇଥାନ୍ତି । ଏହି ମକର ଯାତ୍ରା ଅବସରରେ ଖାଦ୍ୟ ସାମଗ୍ରୀ ମକରଧ୍ଵଜ ପାହାଡ଼ ଉପରକୁ ନିଆଯାଇ ଭକ୍ତଙ୍କ ପାଇଁ ଅନ୍ନଭୋଗରୁ ମଧ୍ୟ ବ୍ୟବସ୍ଥା କରାଯାଏ । ମକରଧ୍ଵଜ ପାହାଡ଼ର ଶୀର୍ଷକୁ  ଯିବାକୁ ହେଲେ ପାଖାପାଖି ୨ କି.ମି କଷ୍ଟସାଧ ଅଙ୍କାବଙ୍କା ପଥ ଅତିକ୍ରମ କରିବାକୁ ହୋଇଥାଏ। ।

ମା' ରୟାଦେବୀ ଯାତ୍ରା

ମା' ରମାଦେବୀଙ୍କ ପୂଜା ଓ ଯାତ୍ରା ପ୍ରତିବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଥାଏ । ମହାବିଷୁବ ସଂକ୍ରାନ୍ତି ପରେ ଦେବୀଙ୍କୁ ଏହା ପ୍ରଥମ ଯାତ୍ରା । ଦେବଗଡ଼ ସହରଠାରୁ ୮ କିମି ଦୂର ଶାଳବଣ ପାହାଡ଼ମାଳ ମଧ୍ୟରେ ଏକ ଗୁମ୍ଫାରେ ଏହି ବିଶେଷ ପୂଜା ହୋଇଥାଏ । କାହିଁ କେଉଁକାଳରୁ ବଣ ଜଙ୍ଗଲରେ ବାସ କରୁଥିବା ଆଦିମ ଆଦିବାସୀ ଜନସମାଜ ବନଦେବୀଙ୍କୁ ପୂଜା କରିଆସୁଛନ୍ତି। ଶୁଳିଆ ଗ୍ରାମର କନ୍ଧ ସର୍ଦାର ଏହାର ପୂଜକ ଥିଲେ । ରମାଦେବୀ ପୀଠଟି ଏକ ଶୁନ୍ୟ ଗୁମ୍ଫା । ଏହାର ଅବସ୍ଥିତ ବଡ଼ ଚିତ୍ର । ପାହାଡ଼ମାଳରୁ ଛୋଟ ପାହାଡ଼ଟିଏ ପଶ୍ଚିମରୁ ପୂର୍ବକୁ ୨୦୦ ମିଟର ଲମ୍ବ ଆସିଛି । ପାହାଡ଼ ଖୋଳ ମରେ । ଏକ ଜଳପ୍ରପାତଟିଏ ସୃଷ୍ଟି ହୋଇ ବୋହିଯାଉଛି । ଦେବୀଙ୍କ ସମ୍ମୁଖ ଭାଗରେ ଶୀତଳ ନିର୍ମଳ ଜଳକୁଣ୍ଡ ରହିଛି । ପାହାଡ଼କୁ ବିଶ୍ଵକର୍ମା ଏପରି ତିଆରି କରିଛନ୍ତି ଯେ, ଆଖି ଝଲସି ଯିବ । ବଡ଼ବଡ଼ ଚାରିକୋଣିଆ ପଥର ଖଞ୍ଜାରେ ପାହାଡ଼ଟି ତଳୁ ଉପରକୁ ସିଧା ହୋଇ ଦେଉଳ କାନ୍ଥ ଭଳି ଛିଡା ହୋଇଛି । ତଳଭାଗରୁ ୧୫ ଫୁଟ ଉପରେ ମା’ଙ୍କର ପୂଜା ପୀଠ। ପୀଠର ବାମ । କୋଣରେ କେତେକ ମାନସିକଧାରୀଙ୍କ ଦ୍ଵାରା ସ୍ଥାପିତ ପଥରଗଦାଟିଏ ରହିଛି । ତନ୍ମଧ୍ୟରେ ମାର୍ବଲ ପଥରରେ ସପୁରି ପଣସର ଚାରିଖଣ୍ଡରୁ ଖଣ୍ଡିଏ ଆକୃତି ଦେଖଣାହାରିଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ମା’ ରମାଦେବୀ ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି।

କନକ ଦୁର୍ଗା ମନ୍ଦିର

ଦେବଗଡ଼ ସହର ୩ନଂ ୱାର୍ଡ ମଠସାହି ମନୋରମା କ୍ଲବ ସ୍ଥିତ ଏକ ଅସ୍ଥାୟୀ ପୂଜା ମଣ୍ଡପରେ ମା'ଦୁର୍ଗାଙ୍କୁ ଦୀର୍ଘ ବର୍ଷ ଧରି ପୂଜାର୍ଚ୍ଚନା କରାଯାଉଥିଲା। ୨୦୧୭ ଫ୍ରେବୃୟାରୀ ୧ ତାରିଖ ଶ୍ରୀପଞ୍ଚମୀ ସରସ୍ଵତୀ ପୂଜା ଦିନ ମଠସାହି ଶେଷ ମୁଣ୍ଡରେ ମା’ଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ବର୍ତ୍ତମାନ ମା’ କନକ ଦୁର୍ଗା ନାମରେ ପୂଜାର୍ଚ୍ଚନା କରାଯାଉଛି ।

ସଂଗୃହିତ  - ଶଶାଙ୍କ ଶେଖର ଝାଙ୍କର

3.07692307692
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top