ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ପର୍ଯ୍ୟଟନ ମାନଚିତ୍ରରେ ଜଗତସିଂହପୁର
ସେଆର କରନ୍ତୁ

ପର୍ଯ୍ୟଟନ ମାନଚିତ୍ରରେ ଜଗତସିଂହପୁର

ପର୍ଯ୍ୟଟନ ମାନଚିତ୍ରରେ ଜଗତସିଂହପୁର ସମ୍ବନ୍ଧରେ ସୂଚନା ।

ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ

ଜଗତଯାକର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଅନେକ ସମ୍ଭାର ରହିଛି ଏଇ ଜିଲ୍ଲାରେ । ସେଇଥିପାଇଁ ବୋଧହୁଏ  ୟାର ନାମକରଣ ହୋଇଛି ଜଗତସିଂହପୁର । ଐତିହାସିକ କୀର୍ତ୍ତିରାଜି ହେଉ କି ପୌରାଣିକ କିଂବଦନ୍ତୀ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୁହନ୍ତୁ କି ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ନୀଳ ଜଳରାଶି । ଏଠିକାର ସବୁକିଛି ଟାଣିନିଏ ମନକୁ । ମୁଗ୍ଧ କରିଦିଏ ଜନମାନସକୁ । ମହାପୁରୁଷ ପୀଠରୁ ନେଇ ମାଳିକା ପର୍ଯ୍ୟନ୍ତ, ରାମାୟଣରୁ ନେଇ ଆଧୁନିକ ପାରାଦୀପ ବନ୍ଦର ପର୍ଯ୍ୟନ୍ତ । ଅତୀତର ରାଜାରାଜୁଡ଼ା ଶାସନର ସ୍ମୃତିରାଜି ହେଉ ନଚେତ ଧଳତଙ୍ଗଗଡ଼ ଜଙ୍ଗଲର ଉତ୍କଣ୍ଠାଭରା କାହାଣୀ ହେଉ । ଶିଆଳି ବେଳାଭୂମିର ଆକର୍ଷଣ ହେଉ ନତୁବା ପାରାଦୀପ ସମୁଦ୍ରତଟରେ ଉତ୍ତାଳ ଉମିର ଛନ୍ଦହରା ନୃତ୍ୟ ହେଉ । ପର୍ଯ୍ୟଟକଙ୍କ ମନ କିଣି ନେବାର ସାମର୍ଥ୍ୟ ରହିଛି ସବୁଠି। କେତେକସ୍ଥଳେ ଟିକେ ସରକାରୀ ଆଗ୍ରହର ଅଭାବ ପରିଲକ୍ଷିତ ହେଉଛି ସତ । ଜନନେତାଙ୍କ ଉଦ୍ୟମ ଫିକା ପଡି ଯାଇଛି ସତ, ତା’ ସଙ୍ଗେ ଏଇ ଜିଲ୍ଲା ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ପାଇଛି ।

କେମିତି ଯିବେ

ଜଗତସିଂହପୁର ସହରକୁ ସବୁଆଡୁ ସଡ଼କପଥରେ ଯାଇ ହେବ । ରାଜଧାନୀ ଭୁବନେଶ୍ୱରରୁ ଜଗତସିଂହପୁରକୁ ଯିବାକୁ ହେଲେ କଟକରୁ କନ୍ଦରପୁର ଦେଇ ଯିବାକୁ ପଡିବ । ଭୁବନେଶ୍ୱରରୁ ଜଗତସିଂହପୁରର ଦୂରତା ପ୍ରାୟ ୬୦ କିମି। ସେହିପରି କେନ୍ଦ୍ରାପଡ଼ାରୁ ତାରପୁର ଏବଂ ଜଇପୁର ରାସ୍ତା ଦେଇ ମଧ୍ୟ  ଜଗତସିଂହପୁର ଆସିହେବ।

ଦ୍ଵିତୀୟ ସାତପଡ଼ା ମରିଚପୁରର ବନ୍ଦର

ଜଗତସିଂହପୁର ଜିଲ୍ଲା  ବାଲିକୁଦା ବ୍ଲକ ଅନ୍ତର୍ଗତ ମରିଚପୁର ପଞ୍ଚାୟତର ବନ୍ଦର ଗ୍ରାମକୁ ଲଗିରହିଥିବା ଦେବୀ ନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣେ ଜଗତସିଂହପୁର ସହରଠାରୁ ୨୯ କିଲୋମିଟର ଗଲେ ପଡେ ବନ୍ଦର । ଦେବୀ ନଦୀର ଆରପାଖକୁ ଲାଗିରହିଥିବା ବଙ୍ଗୋପସାଗରର ନୀଳଜଳ ରଶିର ଦୃଶ୍ୟ ଅତ୍ୟନ୍ତ ମନୋରମ। ଏହା ଭିତରକୁ ଗଲେ ଚିଲିକାର ନଳବଣର ଭ୍ରମ ସୃଷ୍ଟି ହେଇଥାଏ । ପୁରୀ ଜିଲ୍ଲା ଚନ୍ଦ୍ରଭାଗା ଭଳି ଏଠାରେ ସୂର୍ଯ୍ୟ ଉଦୟ ଦେଖିବାକୁ ମିଳେ। ସୂର୍ଯ୍ୟଙ୍କର ପ୍ରଥମ କିରଣ ମା’ ବନ୍ଦରେଇଙ୍କଠାରେ ପଡ଼ିଥାଏ । ଏଠାର ବେଟିଂର ସୁବିଧା ଅଛି। ବୋରେ ଦେବୀ ନଦୀ ଭିତରେ ପ୍ରାୟ ଦୁଇ କିଲୋମିଟରଯିବା ପରେ ଅଶାନ୍ତ ସମୁଦ୍ର ଲହଡ଼ି ଭାଙ୍ଗୁଥିବାର ଦୃଶ୍ୟ ଅତୀବ ମନୋରମ ନଦୀ ଭିତରେ ଯିବା ସମୟରେ ବାଟରେ ପଡ଼େ ମାଇଲମାଇଲ ବାଟ ଲମ୍ବି ରହିଥିବା ବିସ୍ତି ଝାଉଁ, କେରକେରା, ବହିଃ, ଗରତ, କେରୁଆଁ, ରାଇ, ତେଲଗୁଣି, ହରକ , କାଜୁ ଜଙ୍ଗଲ । ଜଙ୍ଗଲରେ ବଣଭୋଜିଲ୍ଲା ମଜା ନିଅରା । ଏଠାରେ ବହୁ ପରିମାଣର ନଲି କଙ୍କଡା ଦେଖଯନ୍ତି । ଶୀତ ଦିନେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥାଏ । ଏହା ସହିତ ହରିଣ, ଠେକୁଆ, ବାହ୍ରାମୃଗ, ବିଲୁଆ, କଟାସ, କୋକିଶିଆଳି ଦେଖିବାକୁ  ମିଳିଥାନ୍ତି ।

ଦେବୀନଦୀର ବିଭିନ୍ନ ପ୍ରକାରର ମାଛ ମିଳିଥାନ୍ତି । ଏଠାରେ ରହିଛି ମା’ ବନ୍ଦରେଇଙ୍କ ସୁନ୍ଦର ମନ୍ଦିର । ଅନତି ଦୁରରେ ଆକାସଡିଆଁ ଦ୍ଵୀପ । ବୋଟିଂର ପର୍ଯ୍ୟାପ୍ତ ସୁବିଧା ଏଠାରେ ଉପଲବ୍ଧ । ସାମୁଦ୍ରିକ କଇଁଛ ମଧ୍ୟ ଏଠାକୁ ଅଣ୍ଡା ଦେବାକୁ ଆସିଥାନ୍ତି । ସମୁଦ୍ର ଜୁଆରିଆ ଥିବା ସମୟରେ ଏହି ନଦୀରେ ଜୁଆର ଓ ଭଟ୍ଟା ପରିଲକ୍ଷିତ ହୁଏ । ଜୁଆର ସମୟରେ ଖଅଗାଁ, ଢେମା, ଇଲିସି, ଚିଙ୍ଗୁଡ଼ି, ପୋଟେଇ, କଙ୍କଡା, କୋକଲ, ଚାଆଁରା, ମନୋହର ଓ ଖୁରାଣ୍ଟ ଭଳି ମାଛ ମିଳିଥନ୍ତି । ଏଠରେ ମଧ୍ୟ ଡଲଫିନ୍ ଦେଖଯନ୍ତି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ରହିଛି ସାମୁଦ୍ରିକ ଥାନା। ତେବେ ଏଠାରେ ସମୁଦ୍ରରେ ବୁଡି ଲହଡି ଭାଙ୍ଗିବା ମନା କାରଣ ଏଠାରେ ଉଦ୍ଧାରକାରୀ ଦଳ ନାହାନ୍ତି । ଜଗତସିଂହପୁରଠରୁ ୧୫ କିମି ପରେ ପଡେ ବାଲିକୁଦା ବ୍ଲକ ଛକ । ସେଠାରୁ ମାଛଗାଁ ରାସ୍ତା ଦେଇ ଗଲେ ତିହୁଡି ଛକ । ସେଠାରୁ ବାମ ପଟେ ପ୍ରାୟ ୨୦ କିମି ଗଲେ ଏହି ସ୍ଥାନ ପଡେ ।

ଗାରୋଇ ଜଗନ୍ନାଥ ମନ୍ଦିର

ନାଉଗାଁ ବ୍ଲକରେ ରହିଛି ଗାରୋଇର ଗୋବଦ୍ଧନ ପୀଠ । ଜଗତସିଂହପୁର ସହରଠାରୁ ଏହା ହେଉଛି ୨୯ କିଲୋମିଟର । ଏହି ପୀଠଟି ଦେବୀ ଓ ଗୋବରୀର ସଙ୍ଗମ ସ୍ଥଳରେ ଅବସ୍ଥିତ । ଏଠାରେ ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର,ମା ସୁଭଦ୍ରା ଏଠାରେ ଠାକୁର ମାନଙ୍କର ହାତ ପାଦ ରହିଛି । ମନ୍ଦିର ସମ୍ମୁଖରେ ରହିଛି ଶ୍ଵେତ ବଟ ।

ଝଙ୍କଡ଼ର ମା' ଶାରଳା

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ କନକପୁର ଠାରେ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମନ୍ଦିର ଅବସ୍ଥିତ ।

ମା’ଙ୍କ ର ବଡ଼ ପର୍ବ ହେଲା ଦଶହରା, ମଧୁ ପାର୍ବଣ, ଝାମୁ ଯାତ୍ରା, ଚନ୍ଦନଯାତ୍ରା, ପଣାସଂକ୍ରାନ୍ତି, ଦୋଳପୂର୍ଣ୍ଣିମା ଓ ମକର ସଂକ୍ରନ୍ତି । ମା’ଙ୍କର ପ୍ରିୟ ଭୋଗ ଫେଣୀ, ନୂଆଚୁଡ଼ା, ମଣ୍ଡା, କାକରା, ଛେନାରେ ପ୍ରସ୍ତୁତ ମଙ୍ଗିଲଡୁ, ଖେଚେଡ଼ି, ପଲାଉ ଓ ଅନ୍ନ ପ୍ରସାଦ ।

ଏଠାରେ ପର୍ଯ୍ୟଟକମାନଙ୍କର ରହଣି ପାଇଁ ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଏଠାରେ ଏକ ପାନ୍ଦି କା ନିର୍ମାଣ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉନଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ହାଜିପୁରର ଧାନକୁଦ ପୀଠ

ଜଗତସିଂହପୁର ସହରଠାରୁ ୨୦ କିଲୋମିଟର ଦୂରରେ ରହିଛି ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁରର ଧାନକୁଦ ପୀଠ । ଏହା ହେଉଛି ମଧ୍ୟଯୁଗର ପଞ୍ଚସଖାଙ୍କ ଧାନ ପୀଠ । ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି । ଏହି ମନ୍ଦିର ଏନ୍ଏଚ୍-୫୫ର ହାଜିପୁର ବଜାର ଏବଂ ବଗୁଲା ଛକଠାରୁ ଦୁଇ କିଲୋମିଟର।

ଧଳତଙ୍ଗଗଡ଼  ଜଙ୍ଗଲ

ରଘୁ ନାଥପୁର ବ୍ଲକର  ଗନାଇଲେ। ପଞ୍ଚାୟତରେ ରହିଛି ଧଳତଙ୍ଗଗଡ ଜଙ୍ଗଲ। ଜଗତସିଂହପୁର ସହରଠାରୁ ୧୨ କିଲୋମିଟର ଦୂରରେ ରହିଛି ଜିଲ୍ଲାର ଏକମାତ୍ର ସଂରକ୍ଷିତ । ଜଙ୍ଗଲ। ଏହାର କ୍ଷେତ୍ରଫଳ ହେଉଛି ୨୭୯.୦୩ ଏକର । ଏଠାରେ ରହିଛି ଧ୍ରୁବଙ୍କ ତପସ୍ଵାସ୍ଥଳ । ଏଠାରେ ହରିଣ, ଠେକୁଆ ଏବଂ ବିଭିନ୍ନ ପ୍ରକାରର ସରୀସୃପ ଦେଖାଯାଇଥାନ୍ତି । ଜଙ୍ଗଲ ଭିତରେ ରହିଛି ଧଉଳିକୁଦ ମନ୍ଦିର । ଏଠାରେ ଉଭାନପଦ ରାଜାଙ୍କ ପୁତ୍ର ଧ୍ରୁବ ତପସ୍ୟା କରି ସିଦ୍ଧିଲାଭ କରିଥିଲେ । ଜଙ୍ଗଲରେ ଧ୍ରୁବଙ୍କ ତପସ୍ଵାସ୍ଥଳୀ ରହିଛି । ଏଠାରେ ୨୪ ଘଣ୍ଟା ଧୁନି ଜଳୁଛି । ଏଠାରେ ୧୯୫୧ ମସିହାରୁ ମହାଯଜ୍ଞ ହୋଇଆସୁଛି । ବୈଶାଖ ପୂର୍ଣ୍ଣମୀ ଦିନ ପୂର୍ଣ୍ଣାହୁତି ହୋଇଥାଏ।

ଯଶୋବନ୍ତ ଗୋସ୍ୱାମୀଙ୍କ ପୀଠ

ବିରିଡି ବ୍ଲକ ଅନ୍ତର୍ଗତ ଅଢ଼ଙ୍ଗ ନାଇଲୋଠାରେ ରହିଛି ମହାପୁରୁଷ ଯଶୋବନ୍ତ ଗୋସ୍ୱାମୀଙ୍କ ପୀଠ । ଜଗତସିଂହପୁର ସହରଠାରୁ ଏହା ହେଉଛି ୧୬ କିଲୋମିଟର । କିମ୍ବଦନ୍ତୀ କହେ ଗୋସ୍ଵାମୀ ଖଣ୍ଡିଆ କାନ୍ଥରେ ବସି ଭବିଷ୍ୟତ କଥା ସବୁ କହି ଦେଉଥିଲେ । ଏଠାରେ ଯଶୋବନ୍ତ ଗୋସ୍ଵାମୀଙ୍କ ଶ୍ରାଦ୍ଧ ଉତ୍ସବରେ ବହୁ ସାଧୁ ସନ୍ଥ ଯୋଗ ଦେଇଥାନ୍ତି । ଅଣଖୁଆ ବଜାରଠାରୁ ମାତ୍ର ଦୁଇ କିଲୋମିଟର ଗଲେ ଏହି ପୀଠ ପଡେ ।

କୁଣ୍ଡେଶ୍ଵର ମହାଦେବ ମନ୍ଦିର

ନାଉଗାଁ ବ୍ଳକ ଅଲଣା ପଞ୍ଚାୟତରେ ରହିଛି କୁଣ୍ଡରଶ୍ଵର ଗ୍ରାମ। ଏଇଠି ପୂଜା ପାଉଛନ୍ତି କୁଣ୍ଡେଶ୍ଵର ମହାଦେବା ୧୨୦୦ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜାଙ୍କ ଶାସନ କାଳରେ ଏହା ନିର୍ମିତ ହୋଇଥିଲା। ଏହି ମନ୍ଦିରରେ ୯୯ ଟି ଲିଙ୍ଗ ପୂଜା ପାଉଥିଲେ ।

ଏହି ଲିଙ୍ଗ ଗୁଡିକ ବିଭିନ୍ନ ନାମରେ ନାମିତ କରାଯାଇଛି। କୁହାଯାଏ ପୁରୀର ମୁକ୍ତି ମଣ୍ଡପ ସହ ଏହି ମଣ୍ଡପର ସାମଞ୍ଜସ୍ୟ ଅଛି। ମାଘମାସରେ ତ୍ରିବେଣୀ ପର୍ବ ସବୁଠାରୁ ବଡ ପର୍ବ।ଠାକୁରଙ୍କ ତ୍ରିବେଣୀ ସ୍ନାନ ପରେ ବୁଡ଼ ପକାଇଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ।

ଶିଆଳି ବେଳାଭୂମି

ପର୍ଯ୍ୟଟନ ମାନଚିତ୍ରରେ ଜଗତସିଂହପୁରଜଗତସିଂହପୁର ସହରଠାରୁ ୪୮ କିଲୋମିଟର ଗଲେ ପଡେ ଶିଅଳି ବେଳାଭୂମି । ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ଶିଆଳିକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି । ସୁଦୀର୍ଘ ଝାଉଁ ଜଙ୍ଗଲ ମଧ୍ୟରେ ଆଣ୍ଠୁଏ ବାଲିରେ ବଣଭୋଜି କରି ଖାଇବାର ମଜା ନିଆରା ।

ଏଠାରେ ଚିଙ୍ଗୁଡ଼ି, କଙ୍କଡା ଓ ବିଭିନ୍ନ ପ୍ରକାରର ମିଛ ମିଳେ । ଡିସେମ୍ବର ୨୫ ତରିଖ ଏବଂ ଜାନୁଆରୀ ୨୬ ରେ ଏଠାରେ ବେଶ ଭିଡ ପରିଲକ୍ଷିତ ହୁଏ । ଅଲିଭ  ରିଡଲେ କଇଁଛ ଠାରୁଆରମ୍ଭ କରି ବିଭିନ୍ନ ସାମୁଦ୍ରିକ ଜୀବ ଏହି ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥାନ୍ତି ।

ପର୍ଯ୍ୟଟକମାନେ ବଙ୍ଗୋପସାଗରର ଦୃଶ୍ୟ ଦେଖିବା ପାଇଁ ଏଠାରେ ଏକ ଭ୍ୟୁ ଟାୱାର ମଧ୍ୟ ନିର୍ମିତ ହୋଇଛି। ଏଠାରେ ବେଳାଭୂମି ସମତଳ ହୋଇଥିବାରୁ ପୁରୀ ସମୁଦ୍ରକୂଳର ମଜା ଏଠରେ ପର୍ଯ୍ୟଟକମାନେ ନେଇଥାନ୍ତି । ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏଠାରେ ମଧୁର ପଣିର ଏକ ବିରାଟ ପୋଖରୀ ମଧ୍ୟ ସରକାର ଖୋଲିଛନ୍ତି।

ଗୋରେଖନାଥ  ମନ୍ଦିର

ଜଗତସିଂହପୁର ସହରଠାରୁ ୧୨ କିଲୋମିଟର ଦୂରରେ ରହିଛି ରଘୁନାଥପୁର ବ୍ଲକ ଛପଡ଼ା ପଞ୍ଚାୟତର କେରେକେରା ଗ୍ରାମର  ଗୋରେଖନାଥଙ୍କ ମନ୍ଦିର ।

ସାପ କାମୁଡ଼ି ରୋଗୀ ଗୋରେଖନାଥଙ୍କ ବିଭୂତି ଦ୍ଵାରା ଭଲ ହୋଇଯାନ୍ତି ବୋଲି କୁହାଯାଏ ।

ଏଠାରେ ଅଗ୍ନିଉତ୍ସବ ଦିନ  ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପର୍ଯ୍ୟଟନ ବିଭାଗ  ପକ୍ଷରୁ ଯାତ୍ରୀମାନଙ୍କ ରହିବା ପାଇଁ ଗୃହ ନିର୍ମାଣ   କରାଯାଇଥିଲେ ମଧ୍ୟ ଏଗୁଡିକ ପରିତ୍ୟକ୍ତ ଅବସ୍ଥାରେ   ପଡ଼ିରହିଛି । ବର୍ଷା ଦିନରେ ଏହି ଘରୁ ପାଣି ଝରୁଛି ।

ପାରାଦୀପ ବେଳାଭୂମି

ପାରାଦୀପ ବେଳାଭୂମି ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସମୁଦ୍ରର ନୀଳ ଜଳରଣି ଆଉ ସୁଦୀର୍ଘବେଳାଭୂମିର । । ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ବସିବୁଲି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ କେତେବେଳେ ସମୟ ବିତିଯିଏ ଜଣାପଡେନି ।

ଧଳା ଓ ନାଲି ରଙ୍ଗର ଗୁରୁଡି କଙ୍କଡା ପଛରେ ଦୌଡ଼ୁ ଦୌଡ଼ୁ ବେଳ  ଚାଲିଯାଏ । ବାଲିଘର ତୋଳିଖୁସି ହେବା ବେଳକୁ ଉତ୍ତଳ ଲହଡ଼ି ତାକୁ ଧୋଇ ନେଇଯାଏ । ଅନ୍ୟମନସ୍କ ହୋଇ ଓଦା ବାଲିରେଚଲୁ ଚାଲୁ ଗେଡ଼ି ଶଙ୍ଖ ଗୋଡ଼ରେ ବିଜେ । ବିଶାଳକାୟ ଜାହାଜଗୁଡିକୁ ଦେଖୁ ଦେଖୁ ମନରେ ଯେତିକି ଉତ୍କଣ୍ଠା ସୃଷ୍ଟି ହୁଏ ବିକ୍ଷିପ୍ତ ଭାବେ ଥିବା ଟ୍ରଲର ମାଛ ଧରିବାର ଦୃଶ୍ୟ ଆହୁରି ବଢିଆ ଦିଶେ । ନିକଟରେ ଥିବା ଝାଉଁବଣରେ ବଣଭୋଜି କରିବାକୁ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି। ବେଳାଭୂମିର ସୌନ୍ଦର୍ଯ୍ୟକରଣ ପାଇଁ ପଦକ୍ଷେପ ନିଆଯାଇଛି । କିନ୍ସ ପାର୍କରେ ଛୋଟ ପିଲାଙ୍କ ପଇଁ ଦୋଳି, ସ୍କେଟିଂ ଟ୍ରାକ୍ ତିଆରି ହୋଇଛି । ବିଜୁ ମିନାର ବେଳାଭୂମିର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରୁଛି। ମେରାଇନ ଡ୍ରାଇଭ ରାସ୍ତାକଡରେ ସୁନ୍ଦର କାରୁକାର୍ଯ୍ୟ କରିଯିବା ସହ ମଧୁର ସଙ୍ଗୀତର ମୂର୍ଚ୍ଛନା ଶୁଣିବାକୁ ମିଳୁଛି। ସମୁଦ୍ରରେ ଗଧୁଆ ଏଠି ବିପଦଜ୍ଜନକ।

ଅମୁହାଁ ଦେଉଳ

ପାରଦୀପଗଡ଼ନିକଟରେ ରହିଛି ପାରେଶ୍ଵର ମନ୍ଦିର ଏକାଦଶ ଶତାବ୍ଦୀର ନିର୍ମାଣ ଶୈଳୀରେ ପ୍ରତିଷ୍ଠିତ ଏହି ଶୈବ ପୀଠ ନିମିଢି ଗ୍ରାମରେ ଅବସ୍ଥିତ । ପଥର ଖଣ୍ଡରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ପଶ୍ଚିମ ପଟ କାନ୍ଥରେ ଥିବା ଦେବମୁର୍ଭର ଲୋକନାଥ ମୁଭିଙ୍କ ସହ ସାମଞ୍ଜସ୍ୟ ରହିଛି । କଥିତ ଅଛି ଯେ, ଅନେକ ବର୍ଷ ତଳେ ଜଣେ ସାଧବ ବୋଇତ ନେଇ ଯାଉଥିଲେ । ଏକ ଟାପୁ ଦେହରେ ବୋଇତ ଧକ୍କା ଲାଗି ବୁଡି ଯିବା ଭଳି ପରିସ୍ଥିତି ଉପୁଜିଥିଲା । ସାଧବ ଶିବଙ୍କୁ ପ୍ରାର୍ଥନା କରିଥିଲେ । ବୋଇତଟି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତେଣୁ ସାଧବ ଏହି ଶିବ ମନ୍ଦିର ନିର୍ମାଣ କରିଥିଲେ । ବିପଦରୁ ପାର୍ କରିଥିବାରୁ ପାରେଶ୍ୱର ମହାଦେବ ନାମରେ ନାମିତ ହେଲେ ଷେଣ୍ଠ ରାଜବଂଶ ଶାସନ କାଳରେ ୨୨ ବର୍ଷ ମହାପୁରୁଷ ଅରକ୍ଷିତ ଦାସ ଏହି ପୀଠରେ ରହିଥିଲେ । ମନ୍ଦିର ପରିସରରେ ଏକ ଅମୁହାଁ ଦେଉଳ ରହିଛି । ତା ମଧ୍ୟରେ ବାର ହାତ ଖଣ୍ଡା ଥିବା କଥିତ ଅଛି ।

ଚନ୍ଦ୍ରଶେଖରଜିଉ ମନ୍ଦିର

ଜଗତସିଂହପୁର ସହରଠାରୁ ୧୬ କିମି ଦୂର ଚାନ୍ଦପୁର ମହିଳୋରେ ରହିଛି ପ୍ରାଚୀନ ଚନ୍ଦ୍ରଶେଖରଜିଉ ମନ୍ଦିର । ମନ୍ଦିର ବେଢାରେ ଗଢି ଉଠିଛି ରଘୁନାଥଜିଉ ମନ୍ଦିର । ୧୧୦୦ ଶତାବ୍ଦୀରେ ଚନ୍ଦ୍ରଶେଖର ଜିଉ ମନ୍ଦିର ନିର୍ମାଣ କରଯାଇଥିଲା । ୨୦୦୦ରୁ ୨୦୦୫ ମସିହା ଭିତରେ ରଘୁନାଥଜିଉ ମନ୍ଦିରର ନବୀକରଣ କରାଯାଇଛି। ପବିତ୍ର ରାମ ନବମୀ, ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ହୁଏ । ସେହିପରି ଏଠାରେ ବିଶ୍ଵରକ୍ଷା ମହାଯଜ୍ଞ ପ୍ରତିବର୍ଷ କରାଯାଇଥାଏ । କିନ୍ତୁ ପ୍ରଚାର ପ୍ରସାର ଅଭାବରୁ ଏହି ପ୍ରଚୀନ ପୀଠ ବିଷୟରେ ବହୁତ ଲୋକ କିଛି ଜାଣିପାରୁ ନାହନ୍ତି । ତେବେ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ରଘୁନାଥଜିଉ ମନ୍ଦିର ଭିତରେ ପଥର ଚଟାଣ କରାଯାଇଛି । ଏହାଛଡ଼ା ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ଦିର ସମ୍ମୁଖରେ ବଡ଼ ଆକାରର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି।

ସଂଗୃହିତ - ସିଦ୍ଧାର୍ଥ ଦାସ, ରମାକାନ୍ତ ନାୟକ, ବିଧାନ ରାଉଳ, ହରିଗୁରୁ ଦାସ, ସୁବାସ ସିଂହ, ବସନ୍ତ ବେହେରା, ଅଭିମନ୍ୟୁ ସାହୁ।

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top