ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ପାରଳାଖେମୁଣ୍ଡି
ସେଆର କରନ୍ତୁ

ପାରଳାଖେମୁଣ୍ଡି

ପାରଳାଖେମୁଣ୍ଡି ସମ୍ବନ୍ଧରେ ସୂଚନା ।

ମହାରାଜା ପ୍ରତାପରୁଦ୍ର ଦେବ (ପ୍ରଥମ)ଙ୍କ ସମୟରେ ପାରଳା ଏକ ସମୃଦ୍ଧ ରାଜ୍ୟ ଥିଲା । ତାଙ୍କ ଶାସନ କାଳରେ ନୂତନ ରାଜଧାନୀ ଭାବେ ପାରଳାଖେମୁଣ୍ଡି ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅଂଶବିଶେଷ ରହିଥିଲା। ୧୯୯୨ ଅକ୍ଟୋବର ୨ରେ ମୂଳ ଗଞ୍ଜାମରୁ ବିଭକ୍ତ ହୋଇ ଗଜପତି ଜିଲା ସୃଷ୍ଟି  ହେବା ପରେ ଏହାର ମୁଖ୍ୟାଳୟ ତଥା ଜିଲା । ସହର ମହକୁମା ଭାବେ ଗଢିଉଠିଥିଲା ବର୍ତ୍ତମାନର ପାରଳାଖେମୁଣ୍ଡି ସହରା ସହର ପାର୍ଶ୍ଵ ଦେଇ ମହେନ୍ଦ୍ରତନୟା ନଦୀ ବୋହି ଯାଇଥିବା ବେଳେ ଚାରିପଟେ ରହିଛି ପାହାଡ, ଘଞ୍ଚ ସବୁଜ ବନାନୀ । କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଇତ୍ୟାଦି ଅନେକ କ୍ଷେତ୍ରରେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର  ପରିଚୟ ରହିଛି । ରୀତି ଯୁଗର କବି ଗୋପାଳକୃଷ୍ଣ, ଐତିହାସିକ ପଦ୍ମଶ୍ରୀ ଡ. ସତ୍ୟ ନାରାୟଣ ରାଜଗୁରୁ, ଭାଷା ବିଜ୍ଞାନୀ ପଣ୍ଡିତ ଗୋପୀନାଥ ନନ୍ଦ, ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁ, ରାଜକବି ପଦ୍ମନାଭ ନାରାୟଣ ଦେବ, କବିଚନ୍ଦ୍ର ରଘୁନାଥ ପରିଚ୍ଛା, ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାସ, ଭାଷାତତ୍ତ୍ଵବିତ୍ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମା, କବିଭୂଷଣ ଗୋପୀନାଥ ପାତ୍ର, ଗାୟକ ଶିରୋମଣି ଆପ ପାଣିଗ୍ରାହୀ, ନାଟ୍ୟକାର ଅପରା ପରିଚ୍ଛା, ମଶ୍ରୀ ସତ୍ୟ ନାରାୟଣ ପଣ୍ଡା, ଗୀତିକାର ଗୌରହରି ପରିଚ୍ଛା, ସଙ୍ଗୀତଜ୍ଞ ଭକ୍ତବତ୍ସଳ ପାତ୍ର, କବି ହରିକୃଷ୍ଣ ବେବର୍ତ୍ତା ଓ ବିନୋଦିନୀ ଦେବୀ ପ୍ରମୁଖଙ୍କ ଯୋଗୁ ଏଇ ମାଟି ଗୌରବାନ୍ୱିତ ହୋଇଛି। ମଞ୍ଚ ନାଟକକୁ ଆଜିଯାଏ ବଞ୍ଚାଇ ରଖିପାରିଛନ୍ତି ଏହି ସହରବାସୀ। ସେହିପରି ବେତ ବାଉଁଶ ଓ ଶିଙ୍ଗ ଶିକ୍ସ, ଜାଇକାଠି କାରୁକାର୍ଯ୍ୟ ତିଆରି କରି ନିଆରା କାରିଗରିର ପ୍ରମାଣ ଦେଇଛନ୍ତି ଏଠାକାର ଲୋକେ ଓଡ଼ିଆ, ଶବର ଓ ତେଲୁଗୁ ସମ୍ପ୍ରଦାୟର ଭାଷାଭାଷୀ ଲୋକେ ଏଠାରେ ବସବାସ କରୁଥିବା ବେଳେ ସମସ୍ତେ ଶାନ୍ତିପ୍ରିୟ ଏବଂ ପରସ୍ପର ମଧ୍ୟରେ ଭାଇଚାରା ରହିଆସିଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହି ଉପାନ୍ତ ଅଞ୍ଚଳ ସର୍ବଦା ଚଳଚଞ୍ଚଳ ରାଜରାଜୁଡା ଅମଳରେ ବିଦ୍ୟା ନଗରୀ ଭାବେ ପରିଚିତ ଥିଲା ପାରଳା। ଏହା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିଲା। ଏପରିକି  ରାଜପ୍ରାସାଦରେ ଗ୍ୟାସ୍ ଆଲୋକ ବ୍ୟବସ୍ଥା ଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଉତ୍କଳ ସଙ୍ଗିଳନୀର ଦଶମ ଅଧୂଶନ କରାଇବାରେ ତତ୍କାଳୀନ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟା ପ୍ରଥମ କୃଷି ଫାର୍ମ ପ୍ରତିଷ୍ଠା ଓ ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ତ୍ୟାଗ, ଆଦର୍ଶ, ସେବା ମନୋଭାବ ପାଇଁ ମହାରାଜା କୃଷ୍ଣଚନ୍ଦ୍ର ଯେପରି ଚିର ସ୍ମରଣୀୟ ହୋଇ ରହିବେ ସେହିପରି ଉକ୍ତ ଅଞ୍ଚଳର ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ନିଷ୍ଠା ଓ ସାଧନା ଯୋଗୁ ଏହି ମାଟି ଚିର କାଳ ପୂଜ୍ୟ ହୋଇ ରହିବ ।

ଗଜପତି ଜିଲାର ମୁଖ୍ୟାଳୟ ତଥା ସଦର ମହକୁମା ପାରଳାଖେମୁଣ୍ଡି ଏକ ପ୍ରାଚୀନ ତଥା ଐତିହାସିକ ସହର ଭାବେ ପରିଚିତା ରାଜ୍ୟ ରାଜଧାନୀ ଭୁବନେଶ୍ଵରଠାରୁ ପାରଳାଖେମୁଣ୍ଡି ପ୍ରାୟ ୩୦୦ କିମି ଦୂର ।  ଏହା ଓଡ଼ିଶାର ଦକ୍ଷିଣ ସୀମାନ୍ତରେ ଥିବାବେଳେ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ସହ ସଂଲଗ୍ନ ।

ଐତିହାସିକ ପୃଷ୍ଠଭୂମି

୧୭୫୦ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ଶାସକ ପ୍ରତାପରୁଦ୍ର ଦେବ (ପ୍ରଥମ)ଙ୍କ ସମୟରେ ପାରଳା ରାଜ୍ୟର ନୂତନ ରାଜଧାନୀ ପାରଳାଖେମୁଣ୍ଡି ଗଠନ କରାଯାଇଥିଲା। ଭାରତ ସ୍ଵାଧୀନ ହେବା ପରେ ତଥା ନୂତନ ଓଡ଼ିଶା ଗଠନ ହେବା ପରେ ଏହି ସହର ଅବିଭକ୍ତ ଗଞ୍ଜାମ ଜିଲାର ଅଂଶବିଶେଷ ଥିଲା । ୨.୧୦.୧୯୯୨ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସ୍ଵତନ୍ତ୍ର ଭାବେ ଗଜପତି ଜିଲା ଗଠନ କରିବା ସହ ପାରଳାଖେମୁଣ୍ଡି ସହରକୁ ଜିଲା ସହର ମହକୁମା ଭାବେ ଘୋଷଣା କରିଥିଲେ ।

ଭୌଗୋଳିକ ଅବସ୍ଥିତି

ଓଡ଼ିଶାର ଦକ୍ଷିଣ ସୀମାନ୍ତରେ ପାରଳାଖେମୁଣ୍ଡି ଅବସ୍ଥିତ। ଏଠାରୁ ମାତ୍ର ୨ କି.ମି ଦୂରରେ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ରହିଛି । ଏହି ସହର ଏକ ବଣ ପାହାଡ ଘେରା ଅଞ୍ଚଳ ଭାବେ ଜଣାଶୁଣା । ସହରର ଦକ୍ଷିଣ ପଶ୍ଚିମରେ ସୀତାସାଗର ଭଳି ପୂରାତନ ଜଳାଶୟ ଥିବା ବେଳେ ଉତ୍ତର-ପୂର୍ବ ପାର୍ବତ୍ୟାଞ୍ଚଳ ଅଟେ । ସେହିପରି ପୂର୍ବ ପାର୍ଶ୍ୱରେ ମଧ୍ୟ ପାହାଡ଼ିଆ ଉଚ୍ଚ ଭୂମି ରହିଛି ।

ଶିକ୍ଷାନୁଷ୍ଠାନ

ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ, ସେଣ୍ଟ ଯୋଶେଫ ସ୍କୁଲ, ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (ଏସ୍‌କେସିଜି) ସ୍ବୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ପଲିଟେକନିକ୍ କଲେଜ, ଡିଆଇଇଟି, ସେଞ୍ଚୁରିଅନ ସ୍କୁଲ ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ସମେତ ବହୁ ଶିକ୍ଷାନୁଷ୍ଠାନ ରହିଛି।

ଫୋନ ନମ୍ବର

ଜିଲାପାଳ

୦୬୮୧୫-୨୨୨୩୯୭

ଉପ ଜିଲ୍ଲାପାଳ

୯୪୩୭୨୧୭୯୫୫

ଜିଲା ଆରକ୍ଷୀ ଅଧୀକ୍ଷକ

୯୪୩୮୯୧୬୭୦୦

ଥାନା ଅଧିକାରୀ

୯୪୩୭୬୮୭୨୭୮

ଦୁର୍ନୀତି ନିବାରଣ ବିଭାଗ ଡିଏସ୍‌ପି

୯୪୩୭୦୧୦୬୨୨

ସୂଚନା ଓ ଲୋକସମ୍ପର୍କ ଅଧିକାରୀ

୭୯୭୮୬୮୨୧୨୩

ଜିଲା ଜରୁରିକାଳୀନ ଅଧିକାରୀ

୯୪୩୭୮୭୩୬୬୧

ଜିଲା ସମାଜ ମଙ୍ଗଳ ଅଧିକାରୀ

୯୪୩୯୫୩୪୦୮୨

ଅଗ୍ନିଶମ ବିଭାଗ

୦୬୮୧୫-୨୨୫୧୦୧,୨୨୫୧୦୨

ପୌର ପରିଷଦ ନିର୍ବାହୀ ଅଧିକାରୀ

୮୮୯୫୯୨୬୩୪୦

ଥାନା

୧୬ ନଂ, ୱାର୍ଡରେ ପାରଳାଖେମୁଣ୍ଡି ଥାନା ଅବସ୍ଥିତ । ଥାନାର ନବନିର୍ମିତ ବିଲରେ ସମସ୍ତ ଆଧୁନିକ ବ୍ୟବସ୍ଥା କରାଯାଇଛି। ଏହା ସହରର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି । ଉପକଣ୍ଠ ରାଣୀପେଣ୍ଠରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ବେତାଗୁଡ଼ାରେ ରିଜର୍ଭ ପୋଲିସ କାର୍ଯ୍ୟାଳୟ ରହିଛି ।

ଜଳାଶୟ

ରାଜରାକୁଡା ଅମଳରୁ ରାମସାଗର, ସୀତା ସାଗର, ପଟ୍ଟନାୟକ ପୋଖରୀ, ସଦରା ପୋଖରୀ, ଦୋଳବନ୍ଧ ଇତ୍ୟାଦି ଜଳାଶୟ : ରହିଛି। ସମୟ କ୍ରମେ ଏହି ଜଳାଶୟ ଗୁଡିକ ପୋତି ହୋଇପଡ଼ୁଥିବାରୁ ଜନସାଧାରଣଙ୍କ କାର୍ଯ୍ୟରେ ଆସିପାରୁନାହିଁ । ଏହା ବ୍ୟତୀତ ସହର ପାର୍ଶ୍ଵ ଦେଇ ଐତିହାସିକ ମହେନ୍ଦ୍ରତନୟା ନଦୀ ବୋହିଯାଉଛି । ଉକ୍ତ ନଦୀ ସହରବାସୀଙ୍କ ପାଇଁ ଏକ ମୁଖ୍ୟ ଜଳ ଉତ୍ସ ହୋଇ ରହିଆସିଛି ।

ଚିକିତ୍ସାଳୟ / ସ୍ୱାସ୍ଥ୍ୟସେବା

ଏଠାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମେତ କେତୋଟି ଘରୋଇ ନର୍ସିଂହୋମ ରହିଛି । ସେହିପରି ମ୍ୟୁନିସିପାଲିଟି ଚିକିତ୍ସାଳୟକୁ ଜିଲା ସ୍ଵାସ୍ଥ୍ୟ ବିଭାଗ ନିଜ ଅଧୀନକୁ ଆଣି ନୂତନ ରୂପ ଦେଇଛି । ମୁଖ୍ୟ ଚିକିତ୍ସାଳୟରେ ମୋଟ ୬୦ ଡାକ୍ତରୀ ପଦବୀ ମଧ୍ୟରୁ ୩୬ଟି ଖାଲିପଡ଼ିଛି । ବର୍ତ୍ତମାନ ୨୪ଜଣ ଡାକ୍ତର ରହିଛନ୍ତି । ସହରରେ ଉନ୍ନତ ସ୍ଵାସ୍ଥ୍ୟସେବା ପାଇଁ ଭଲ ଘରୋଇ ମେଡିକାଲ ନ ଥିବାରୁ ରୋଗୀଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡେ ।

ରେଳପଥ

ମହାରାଜା ଗୌରଚନ୍ଦ୍ର ଗଜପତିଙ୍କ ସମୟରେ ୧.୪.୧୯୦୦ରେ ପ୍ରଥମେ ପାରଳାଖେମୁଣ୍ଡିକୁ ରେଳ ସେବା ଆରମ୍ଭ ହୋଇଥିଲା । ପରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ୨ଟି ପର୍ଯ୍ୟାୟରେ ଏଠାରୁ କାଶୀନଗର ଓ କାଶୀନଗରଠାରୁ ରାୟଗଡା ଜିଲ୍ଲାର ଗୁଣୁପୁର ପର୍ଯ୍ୟନ୍ତ ଏହି ରେଳସେବା । ସଂପ୍ରସାରଣ କରାଯାଇଥିଲା । ୨୦୦୯ରେ ପ୍ରଥମେ ଏହି ରେଳ ଲାଇନକୁ ବ୍ରଡଗେଜ କରାଯାଇ ଉକ୍ତ ବର୍ଷ ଏପ୍ରିଲ ୧ରେ ପରୀକ୍ଷାମୂଳକ ଭାବେ ରେଳ । ଇଞ୍ଜିନ ଚଳାଚଳ କରାଗଲା । ୨୦୧୦ରେ ଏଠାରୁ ଯାତ୍ରୀବାହୀ ଟ୍ରେନ ଚାଲିଲା । ୨୦୧୭ରେ ଉକ୍ତ ରେଳସେବାକୁ ଭୁବନେଶ୍ଵର ଏବଂ ଆନ୍ଧ୍ରର ବିଶାଖାପଟଣା  ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ପାରଳାଖେମୁଣ୍ଡି ଷ୍ଟେଶନ ଠାରୁ ଗୁଣପୁର ଏବଂ ଭୁବନେଶ୍ଵର, ବ୍ରହ୍ମପୁର ଓ ଖୋଦ୍ଧା ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଶାଖାପାଟଣାକୁ ସିଧାସଳଖ ରେଳପଥ ବ୍ୟବସ୍ଥା ରହିଛି ।

ଅଧିକ ସୂଚନା

ଜନସଂଖ୍ୟା ଏବଂ ଭୋଟର

୨୦୧୧ ଜନଗଣନା ଅନୁଯାୟୀ ପାରଳାଖେମୁଣ୍ଡି । ସହରର ମୋଟ ଜନସଂଖ୍ୟା ପ୍ରାୟ ୫୦ହଜାର ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ଅନେକ ବୃଦ୍ଧି ଘଟିଛି । ସେହିପରି ପାରଳାଖେମୁଣ୍ଡି ସହର ତଥା ପୌରାଞ୍ଚଳର ମୋଟ ୧୬ଟି ୱାର୍ଡରେ ୩ହଜାର ୨୬୪ ଭୋଟର ରହିଥିବା ଜଣାପଡ଼ିଛି ।

ମୁଖ୍ୟରାସ୍ତା

ଫାୟାରଷ୍ଟେଶନ ଛକଠାରୁ ରାଣୀପେଣ୍ଡ ଛକ ପର୍ଯ୍ୟନ୍ତ ରାସ୍ତାକୁ ସହରର  ଏକ ମୁଖ୍ୟରାସ୍ତା ଭାବେ ବିବେଚନା କରାଯାଇଛି । ଏହି ରାସ୍ତା ପାର୍ଶ୍ଵରେ ପୌରପରିଷଦ, ବସଷ୍ଟାଣ୍ଡ, କୋର୍ଟ, ଦୈନିକ ବଜାର ଇତ୍ୟାଦି ରହିଛି । ସେହିପରି ମେଡିକାଲ ଛକଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ରାସ୍ତା ଭାବେ ଗଣାଯାଉଛି।

ମନ୍ଦିର , ଜିଦ ଓ ଚର୍ଚ୍ଚ

ସହରରେ ଅଧୃଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ମନ୍ଦିର, ଜଗନ୍ନାଥ ଓ ଗୁଣ୍ଡିଚା ମନ୍ଦିର, ରାମଲିଙ୍ଗେଶ୍ଵରମ, ସ୍ଵାମୀ ଆୟାପ୍ସା, ମୁତ୍ୟାଲୁ ଆମ୍ମା, ନାଗାର୍ଜୁନ ଓ କାଳୀ ମନ୍ଦିର, ନୀଳିମା ଠାକୁରାଣୀ ମନ୍ଦିର ଆଦି ବହୁ ଦେବାଳୟ ରହିଛି ।

ରାଧାକାନ୍ତ ଓ ରାଧାକୃଷ୍ଣ ମଠ ସମେତ ଅନେକ ମଠ ରହିଛି । ଏହାବ୍ୟତୀତ । ବିଭିନ୍ନ ସ୍ଥାନରେ ମସ୍‌ଜିଦ୍, କ୍ୟାଥୋଲିକ୍ ଓ ବାପ୍‌ଟିଷ୍ଟ ଚର୍ଚ୍ଚ ଗଢ଼ିଉଠିଛି ।

ପ୍ରସିଦ୍ଧ ଶିଙ୍ଗ କାରୁକାର୍ଯ୍ୟ

ଶିଙ୍ଗ କାରୁକାର୍ଯ୍ୟ ପାଇଁ ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ଏହି ସହର । ଏଠାକାର ଶିଙ୍ଗ ତିଆରି ସାମଗ୍ରୀର ଦେଶବିଦେଶରେ ଆଦର ରହିଛି । ସେହିପରି ମେନ୍ଦ୍ରି ସାହି  ଓ ସେରି ମେନ୍ଦ୍ରି ସାହିରେ ବହୁ ପରିବାର ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରି ଚଳିଥାନ୍ତି ।

କଲ୍ୟାଣମଣ୍ଡପ

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ବିବାହ ବ୍ରତ ଇତ୍ୟାଦି ସାମାଜିକ କାର୍ଯ୍ୟ ପାଇଁ ପୌରପରିଷଦ ଦ୍ଵାରା ପରିଚାଳିତ ଟାଉନ ହଲ, ବିଜୁ କଲ୍ୟାଣ ମଣ୍ଡପ ସମେତ ଘରୋଇ ଭାବେ ବାଲାଜୀ କଲ୍ୟାଣ ମଣ୍ଡପ, ବିଶ୍ଵନାଥ ଫଙ୍କସନ ହାଉସ ଇତ୍ୟାଦି ରହିଛି । ସେହିପରି ଏସ୍‌କେସିଜି   କଲେଜର ବଡ଼ ଅଡ଼ିଟୋରିୟମ ରହିଛି ।

ସଡ଼କ ପଥ

ଏହି ସହର ଜାତୀୟ ରାଜପଥ ନଂ. ୩୨୬(ଏ) ଓ ରାଜ୍ୟ ରାଜପଥ ୪ ଦ୍ଵାରା ସଂଯୋଗ ହୋଇଛି । ଏଠାରୁ ଭୁବନେଶ୍ଵର, କଟକ, ବ୍ରହ୍ମପୁର ଓ ଆନ୍ଧ୍ର ପ୍ରଦେଶ ଯିବା ପାଇଁ ସିଧାସଳଖ ବସ ବ୍ୟବସ୍ଥା ରହିଛି ।

ଷ୍ଟାଡିୟମ

ସହରରେ ଗଜପତି ଷ୍ଟାଡିୟମ ଥିବାବେଳେ ଏକ ଇନ୍‌ଡୋର ଷ୍ଟାଡିୟମ ଗଢିଉଠିଛି । ସେହିପରି କ୍ରୀଡା ପ୍ରତିଯୋଗିତା ପାଇଁ ଏକେସିଜି କଲେଜ ଖେଳପଡ଼ିଆ, ହୋମଗାର୍ଡ ପଡ଼ିଆକୁ ବ୍ୟବହାର କରାଯାଇଥାଏ ।

ସିନେମା ହଲ

ଜଙ୍ଗମ ସାହି ନିକଟରେ ନଟରାଜ ଥିଏଟର, ଜୟା ଓ ଲକ୍ଷ୍ମୀ ସିନେମା ହଲ  ଏବଂ ନୂଆ ବସଷ୍ଟାଣ୍ଡ ନିକଟରେ କ୍ରିଷ୍ଣା ସିନେମା ହଲ ରହିଛି ।

ଶ୍ମଶାନ

ସହରର ୩ଟି ସ୍ଥାନ ମହେନ୍ଦ୍ରତନୟା ନଦୀ ଘାଟ, ସୀତାସାଗର ନିକଟ ଓ ରାମନଗରର ହାତୀବାଡ଼ିରେ ଶ୍ମଶାନ ରହିଛି ।

ପାର୍କ

ପିଲାଙ୍କ ନିମନ୍ତେ ଅଟଳ ଶିଶୁ ଉଦ୍ୟାନ ରହିଛି । ସହରବାସୀଙ୍କ ପାଇଁ ରାମସାଗର  ପାଖରେ ଏକ ପାର୍କ ନିର୍ମାଣ ସକାଶେ ବ୍ୟୟ ଅଟକଳ ସରିଛି ।

ପର୍ବପର୍ବାଣି

ଏଠାକାର ରଥଯାତ୍ରାର ପ୍ରସିଦ୍ଧି ରହିଛି ଓ ଏହା ରାଜରାଜୁଡା ଅମଳରୁ ହୋଇଆସୁଛି ।  ଗଜାମୁହାଁ ଘଟଯାତ୍ରା ଏହି ସହରର ଏକ ଆକର୍ଷଣୀୟ ପର୍ବ ପାରଳାଖେମୁଣ୍ଡି ସହର । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଓଡ଼ିଆ ପର୍ବପର୍ବାଣି ଦୋଳଯାତ୍ରା, ଦଶହରା, କୁମାରପୂର୍ଣ୍ଣିମା, ଦୀପାବଳି ଇତ୍ୟାଦି ସହ । ତେଲୁଗୁ ପର୍ବପର୍ବାଣି ପୋଙ୍ଗଲ, ଉଗାଦି ମଧ୍ୟ ପାଳନ କରାଯାଏ।

ବାଣିଜ୍ୟ ବ୍ୟବସାୟ

ସହରରେ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ ସହର ମଧ୍ୟଭାଗରେ ଏକ ଦୈନିକ ବଜାର ରହିଛି । ପନିପରିବା ଠାରୁ ଆରମ୍ଭକରି ମାଛ, ମାଂସ ଏବଂ ତେଜରାତି ଜିନିଷ ପାଇଁ ଲୋକେ ଏହା ଉପରେ ନିର୍ଭର କରନ୍ତି । ହାଟପଦାରେ ପ୍ରତି ଶନିବାର ହାଟ ବସେ ।

ପର୍ଯ୍ୟଟନସ୍ଥଳୀ

ସହରସ୍ଥ ରାଜପ୍ରାସାଦ ଓ ବୃନ୍ଦାବନ ପ୍ୟାଲେସ ସମେତ ଜିଲାରେ ମହେନ୍ଦ୍ରଗିରି, ଚନ୍ଦ୍ରଗିରିସ୍ଥିତ ବୌଦ୍ଧ ମନ୍ଦିର, ଗୁଦଗୁଦା ଓ ଗଣ୍ଡାହାତୀ ଜଳପ୍ରପାତ ଇତ୍ୟାଦି ରହିଛି ।

ରାଜପ୍ରାସାଦ

ସହରରେ ରହିଛି ପାରଳା ରାଜପ୍ରାସାଦ । ୧୮୩୫ ଖ୍ରୀଷ୍ଟାବ୍ଦରେ ଏହାର ନିର୍ମାଣ । କାର୍ଯ୍ୟ ଆରମ୍ଭ ହୋଇ ୧୮୪୩ରେ ଶେଷ ହୋଇଥିଲା । ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ (୧)ଙ୍କ ରାଜତ୍ଵ କାଳରେ । ନିର୍ମିତ ଏକମହଲା ଛାତ ଘରେ ରାଜନଅର । ବସୁଥିଲା । ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଆସିବା । ପରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାର ନୂତନ ।

ରାଜପ୍ରାସାଦ ଗଢିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ୪୦ଲକ୍ଷ ଟଙ୍କା ବ୍ୟୟରେ ୧୪ ଏକର ପରିମିତ ଜମିରେ ଏହା ଗଢିଉଠିଥିଲା। ୟୁରୋପୀୟ ସ୍ଥପତି ରବର୍ଟ ଏଫ. ଚିସୋଲମ ଏହାର ନକ୍ସା ପ୍ରସ୍ତୁତ କରିଥିଲେ। ରାଜପ୍ରାସାଦରେ ରାଜମହଲ, ରାଣୀମହଲ, ଦରବାର ହଲ ଓ ସିଂହଦ୍ଵାର ଆଦି ରହିଛି । ଏହି ଐତିହ୍ୟପୂର୍ଣ୍ଣ କୀର୍ତ୍ତିରାଜି ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି ।

ସଂଗୃହିତ - ବିଚିତ୍ରାନନ୍ଦ ବେବର୍ଷା, ଶିକ୍ଷାବିତ୍,  ରଶ୍ମିରଞ୍ଜନ ମିଶ୍ର ।

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top