ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ପ୍ରକୃତିର ଗର୍ଭଦ୍ଵାର ନବରଙ୍ଗପୁର ଜିଲ୍ଲା
ସେଆର କରନ୍ତୁ

ପ୍ରକୃତିର ଗର୍ଭଦ୍ଵାର ନବରଙ୍ଗପୁର ଜିଲ୍ଲା

ପ୍ରକୃତିର ଗର୍ଭଦ୍ଵାର ନବରଙ୍ଗପୁର ଜିଲ୍ଲା ସମ୍ବନ୍ଧରେ ସୂଚନା ।

ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ନବରଙ୍ଗପୁର ଜିଲ୍ଲା । ସହର ଭିତରେ ବିରାଜମାନ ମା’ ଭଣ୍ଡାରଘରଣୀ । ସବୁ ଶୁଭ କାମ ଆରମ୍ଭ ହୁଏ ତାଙ୍କରି ଆଶୀର୍ବାଦରୁ ।

ଆପଦ ବିପଦରେ ରକ୍ଷା କବଜ ସାଜି ଠିଆ ହୁଅନ୍ତି ମାଆ । ଜିଲ୍ଲାରେ ରହିଛି ଅନେକ ଦେବଦେବୀ ମନ୍ଦିର ଜଙ୍ଗଲରୁ ପାହାଡ଼, ପାହାଡ଼ରୁ ପର୍ବତ ସଂଚରି ଯାଏ ଆଧ୍ୟାତ୍ମିକତାର ମହକ । କେଉଁଠି ଚନ୍ଦନଗଛ ମୂଳରୁ ବୋହିଯାଇଛି ଚିରସ୍ରୋତା ଝରଣା ତ ଆଉ କେଉଁଠି ଇତିହାସର ମୂକସାକ୍ଷୀ ହୋଇ ଠିଆ ହୋଇଛି ପୋଡ଼ାଗଡ଼।

ହିର୍ଲିଡଙ୍ଗରର ସୁଲୁସୁଲିଆ ପବନ ଦେହରେ ବାଜିଲା ମାତ୍ରେ ସୃଷ୍ଟି କରେ ଅଜସ୍ର ଶିହରଣ ଏଠି କଳକାରଖାନାର କଳା ଧୂଆଁ ନାହିଁ କି ନାହିଁ ସେତେଟା ପ୍ରଦୂଷଣ ପ୍ରକୃତି ଏଠି ସାଇତି ରଖିଛି ଅନେକ ସଂପଦ, ଯାହା ବନବାସୀଙ୍କୁ ବର୍ଷତମାମ ଯୋଗାଇ ଆସୁଛି ଆହାର ।

ପାପଡାହାଣ୍ଡିର ମୃଗ ବିହାର ଥରେ ବୁଲିଗଲେ, ଆଉ ଫେରିବାକୁ ଚାହେଁନା ମନ । ଏଠି ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ରହିଛି ଅନେକ ସମ୍ଭାର, ହେଲେ ବିକାଶର ଧାରା ଟିକିଏ ବିଚଳିତ, ବିବ୍ରତ ।

ମା’ ଭଣ୍ଡାରଘରଣୀ

ମା’ ଭଣ୍ଡାରଘରଣୀ, ନବରଙ୍ଗପୁରବାସୀଙ୍କ ଆରାଧ୍ୟ ଦେବୀ । ଭଣ୍ଡାର ମାନେ ସମ୍ପଦ, ଏଣୁ ମା’ଙ୍କୁ ଧନ ଓ ସମ୍ପଦର ରକ୍ଷାକରିଣୀ ଭାବେ ମାନନ୍ତି ସ୍ଥାନୀୟ ବାସିନ୍ଦା। ନବରଙ୍ଗପୁର ସହରର ମଧସ୍ଥଳୀ ଜାତୀୟ ରାଜପଥର ପାର୍ଶ୍ଵରେ ଏକ ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି ମା’ ଭଣ୍ଡାରଘରଣୀ । ପୁରୁଣା ରାଜମହଲ ପାର୍ଶ୍ୱରେ ଥିବା ଏହି ପୀଠ ରାଜ୍ୟର ପ୍ରମୁଖ ଶକ୍ତିପୀଠ ଗୁଡ଼ିକ ମଧ୍ୟରୁ ଅନ୍ୟତମ। ରାଜାଶାସନ ଅମଳରୁ ମା'ଙ୍କ ପୂଜା କରାଯାଉଥିବା ଇତିହାସରୁ ଜଣାଯାଏ । ରାଜାଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ଭଣ୍ଡାରଘରଣୀ। ପ୍ରଥମ ରାଜଧାନୀ ଜଗନ୍ନାଥପୁରଠାରେ  ମା’ଙ୍କୁ ଆଦିବାସୀ ପରମ୍ପରାରେ ପୂଜା କରାଯାଉଥିଲା। ପରେ ରାଜଧାନୀ ନବରଙ୍ଗପୁରକୁ ସ୍ଥାନାନ୍ତର ହୋଇଥିଲା । ନବରଙ୍ଗପୁର ସହରରେ ସ୍ଥାପନା ହେବା ପରେ ମା’ଙ୍କୁ ଶକ୍ତିପୀଠର ପରମ୍ପରା ଅନୁଯାୟୀ ପୂଜା କରାଗଲା । ପ୍ରତିଦିନ ବି ମୁତାବକ ପୂଜାର୍ଚ୍ଚନା କରାଯାଉଥିବା ବେଳେ ମଙ୍ଗଳବାର, ଶନିବାର, ସଂକ୍ରାନ୍ତିରେ ସ୍ବତନ୍ତ୍ର ପୂଜା କରାଯାଏ । ଉଭୟ ବ୍ରାହ୍ମଣ ଓ କେଉଟ ସମ୍ପ୍ରଦାୟର ପୂଜକ ପୂଜା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହାସହ ବାସନ୍ତିକ ଦଶ ହରା, ଶାରଦୀୟ ଦଶହରା ପାଳନ ହୁଏ । ଏପ୍ରିଲ ମାସରେ ପାଳିତ ହେଉଥିବା ଘଟଯାତ୍ରା ମା’ଙ୍କ ମୁଖ୍ୟ ପର୍ବ। ମନ୍ଦିରର ଉଚ୍ଚତା ୬୦ ଫୁଟ, ଓସାର ୪୦ ପୁଟ ଓ ଲମ୍ବା ୬୫ ଫୁଟ। ଏହି ନୂତନ ମନ୍ଦିର ୨୦୦୫ରେ ନିର୍ମାଣ ଆରମ୍ଭ ହେଇ ୨୦୦୮ରେ ଶେଷ ହୋଇଥିବା ଜଣଯାଏ। ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରରେ ମା’ଙ୍କ ପୀଠ ବେଶ ସୁନାମ ଅର୍ଜନ କରିଛି ।

ଘୁମରେଶ୍ଵର

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ଦୁଇଟି ପାହାଡ଼ ମଝି ଏକ ଗୁମ୍ଫା ମଧ୍ୟରେ ରହିଛି ପ୍ରଭୁ ଘୁମରେଶ୍ୱରଙ୍କ ପୀଠ। ପାହାଡ଼ ଉପରୁ ପୀଠ ପର୍ଯ୍ୟନ୍ତ  ରହିଛି ପାହାଚ ବ୍ୟବସ୍ଥା । ପ୍ରଭୁଙ୍କ ପାଇଁ କୌଣସି ମନ୍ଦିର କରାଯାଇନାହିଁ । ପୂଜକ ଆସି ପୂଜା କରି ଚାଲିଯାଆନ୍ତି । ଗୁମ୍ଫା ପାର୍ଶ୍ଵ ରେ କୁଳୁ କୁଳୁ ହୋଇ ବହିଯାଉଛି ଏକ  ପାହାଡ଼ି ଝରଣା । ପାହାଡ଼ ଉପରୁ ଝରଣା ପ୍ରବାହିତ ହୋଇ ଏକ ଆକର୍ଷଣୀୟ ଜଳପ୍ରପାତ ସୃଷ୍ଟି କରିଛି ।

ଖାସ୍ ଏଇଥିପାଇଁ ଶୀତରତୁ, ମହାଶିବରାତ୍ରି, ପ୍ରତ୍ୟେକ ସଂକ୍ରାନ୍ତି ଓ ସୋମବାରରେ ଏଠାରେ ଭିଡ଼ ଜମେ ।  ରାଜ୍ୟର ବିଭିନ୍ନ ସ୍ଥାନ ସମେତ ବିଶେଷକରି ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁ ଏବଂ ଶିବଭକ୍ତମାନେ ମଧ୍ୟ ଏଠାକୁ ଆସିଥାନ୍ତି । ଅଞ୍ଚଳଗୁମ୍ମାରୁ ୧୨ କିମି ଦୂରରେ ଥିବା ଏହି ପୀଠକୁ ନବରଙ୍ଗପୁରରୁ ଦୁଇ ଓ ଚାରି ଚକିଆ ଯାନରେ ଯାଇ ହେଉଥିବା ବେଳେ କଳାହାଣ୍ଡିରୁ ଲୋକେ ପାଦଚଲା ରାସ୍ତାରେ ଆସନ୍ତି ।

ଚନ୍ଦନଧାରା

ପାହାଡ଼, ଝରଣା, କଳଭଣ୍ଡାର ଓ ଜଳପ୍ରପାତର ଜିଲ୍ଲା ନବରଙ୍ଗପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ରହିଛି ଛୋଟବଡ଼ ଝରଣା ଓ ଜଳପ୍ରପାତ ।

ତନ୍ମଧ୍ୟରୁ ଝରିଗାଁ ବ୍ଳକର ବଡ଼ିଟେମରା ପାୟତର ଚନ୍ଦନଧରା ଅନ୍ୟତମ। ଚନ୍ଦନ ଗଛ ମୂଳରୁ ଏହି ଝରଣା ବାହାରିଥିବାରୁ ଏହାର ନାଁ ଚନ୍ଦନଧାରା ରଖାଯାଇଛି । ଭୂପୃଷ୍ଠରୁ ପ୍ରୟ ୫୦ ଫୁଟ ତଳେ ବୋହୁଛି ଏ ଝରଣା ଉପରୁ ଝରଣା ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ଦୁଃ ପଏ । ଝରଣା ଭିତରକୁ ଯିବା ଲାଗି ୧୨୨ ପାହାଚର ବ୍ୟବସ୍ଥା ରହିଛି।

ଝରଣାର ତଳମୁଣ୍ଡରେ ପାର୍ବତୀ ମନ୍ଦିର ରହିଥିବା ବେଳେ ଉପର ମୁଣ୍ଡରେ ରହିଛି ଶିବ ମନ୍ଦିର । ହରପାର୍ବତୀଙ୍କ ଦର୍ଶନ କରିବା ସହ ଝରଣା ନିକଟରେ ବୁଲିବା ପାଇଁ ଜିଲ୍ଲା ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ନବରଙ୍ଗପୁର ସଦର ମହକୁମାରୁ ପ୍ରୟ ୧୦୫ କିମି ଦୂରରେ ଅବସ୍ଥିତ ଚନ୍ଦନଧାରା ।

ଝରିଗାଁ ବ୍ଳକରୁ ଦୂରତା ମାତ୍ର ୨୫ କିମି। ଝରିଗାଁରୁ ଚଚ୍ଛା ପ ୟତ ଦେଇ ବଡ଼ମରା ପ ୟତରୁ ୩ କିମି ମଟି ଓ ମୋରମ୍ ରାସ୍ତା ରହିଛି । ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରଠାରୁ ୧୫ କିମି ପ୍ରଧାନମନ୍ତ୍ରୀ ସଡ଼କ ଏଠାକୁ ସଂଯୋଗ କରିଛି । ବଡ଼ମରାରୁ ୩ କିମି ମଟି ରାସ୍ତାରେ ଜଙ୍ଗଲ ଭିତରକୁ ଗଲେ ପଡ଼ିବ ଚନ୍ଦନଧାରା । ରହିବା ପାଇଁ ନବରଙ୍ଗପୁରରେ ହୋଟେଲ, ଲଜ୍‌ର ସୁବିଧା ରହିଛି ।

ସିଦ୍ଧେଶ୍ଵର

ସବୁଜ ବନାନୀରେ ଭରା ନବରଙ୍ଗପୁର ବ୍ଲକର ଭତ୍ରାସିଉନୀ ଡଙ୍ଗର । ୧୫ ଏକର ପରିମିତ ଅଞ୍ଚଳରେ ରହିଛି ବିଭିନ୍ନ ପ୍ରକାର ଫଳନ୍ତି ଓ ଔଷଧୀୟ ବୃକ୍ଷ । ଏଠାରେ ଦେଖିବାକୁ ମିଳେ ଶତାଧିକ ବେଲ, ଶାଳ, ନିମ୍ବ, ତେନ୍ତୁଳି, ବାହାଡ଼ା, ହରିଡ଼ା, କଦମ୍ବ, କୁର୍ଲ, ବିଜା ଭଳି ବହୁ ମୂଲ୍ୟବାନ ଗଛି । ଏଠାକାର ବେଲ ଗଛର ଏକ ବିଶେଷତ୍ଵ ରହିଛି । ଏହା ୧୦ ପତ୍ର ବିଶିଷ୍ଟ । ଏଠାକାର ପରିବେଶ ମନରେ ଆଣିଦିଏ ଅନେକ ଶାନ୍ତି । ଆପଣା ଛାଏଁ ଦେହରେ ଖେଳିଯଏ ଶିହରଣ। ଥରେ ପଦ ଦେଲେ ଲଖିଯଏ ମନ ଲଗେ, ସତେଯେମିତି ସିଦ୍ଧେଶ୍ଵରଙ୍କ ପାଇଁ ସଜେଇ ହୋଇ ବସିଛି ପ୍ରକୃତି ରାଣୀ। ୨୨ ବର୍ଷ ତଳେ ସିଦ୍ଧଶ୍ଵର । ମନ୍ଦିର ପ୍ରବେଶ ଦୂରରେ ସ୍ଥାପନ ହୋଇଛି ଦୁଇଟି ସ୍ଵର୍ଗତ ରମେଶ ମିଶ୍ର ଭତ୍ରସିଭନୀ ଡଙ୍ଗରରେ ବିଭିନ୍ନ ଚାରା ବୃଷଭ । ପ୍ରାୟ ୨୦ ଫୁଟ ଉଚ୍ଚରେ ନିର୍ମାଣ ହୋଇଛି ମନ୍ଦିର । ଏହା ଆକର୍ଷଣୀୟ କରୁକାର୍ଯ୍ୟରେ ସଜିତ । ନବରଙ୍ଗପୁରରୁ ଏହାର ଦୂରତା ହେଉଛି ୧୨ କିମି ।

ପୋଡାଗଡ, ହାତବନ୍ଧା ପଥର

ଐତିହସିକ ପାହାଡ଼ ପୋଡ଼ାଗଡ଼ । ଇତିହାସର ମୂକସାକ୍ଷୀ । କିମ୍ବଦନ୍ତୀ କହେ, ପଞ୍ଚମ ଶତାବ୍ଦୀରେ ଏଠାରେ ନନ୍ଦବଂଶୀୟ ରାଜାମନେ ଶାସନ କରୁଥିଲେ । ଏଠାରେ ସେମାନଙ୍କ ରଜଧାନୀ ପୁଷ୍କର ଥିଲା । ନନ୍ଦ ବଂଶର ପତନ ବେଳକୁ କୌଣସି କାରଣରୁ ଏଠାରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ଗଡ଼ ପୋଡ଼ିଯିବାରୁ ଏହାର ନାମ ପେଡ଼ାଗଡ଼ ରଖାଗଲା । ଏବେ ଏଠାରେ ସ୍ମୃତି ସ୍ଵରୂପ ରହିଛି ଅର୍ଜଭଗ୍ନ ହାତୀବନ୍ଧା ପଥର, ପୁରୁଣା ଶିବ ମନ୍ଦିର, ଶିଳାଲେଖ, ମଟିର ଭଙ୍ଗା ଆସବାବପତ୍ର। ଏହାସହ ପାହାଡ଼ ଉପରକୁ ଯିବା ନିମନ୍ତେ ସେ ସମୟରେ କରାଯାଇଥିବା ପାହାଚର ଧ୍ଵଂସାବଶେଷ, ଗୁମ୍ଫା ଓ ପଥର ଚଟାଣ ଦେହରେ ଛୋଟବଡ଼ ଗର୍ଭ ଦେଖିବାକୁ ମିଳେ । ହାତୀବନ୍ଧା ପଥରରେ ରଜାଙ୍କ ହାତୀ ବନ୍ଧଯଉଥିବା ବେଳେ ପାହାଡ଼ ଉପର ଚଟାଣରେ ରାଜାଙ୍କ ଦରବାର ବସୁଥିବା କୁହାଯାଏ । ଶିବ ମନ୍ଦିରରେ ଭୈରବ ଏବଂ ଶିବ ପୂଜା ପାଉଥିଲେ । ଚଟାଣରେ ଥିବା ଗର୍ଭଗୁଡ଼ିକ ଏବେ ବି ରହସ୍ୟଘେରରେ ।  ରକ୍ଷଣାବେକ୍ଷଣ ଅଭାବରୁ ଶିଳାଲେଖଗୁଡ଼ିକ ନଷ୍ଟ ହୋଇଗଲାଣି । ଏହାକୁ କେହି ପଢି ପାରୁନାହାନ୍ତି । କାରଗାଁ ନିକଟରେ ଏଗୁଡ଼ିକୁ ସଂରକ୍ଷିତ କରି ରଖାଯାଇଛି । ଏଠାରୁ ବହୁ ଶିବଲିଙ୍ଗ ଚୋରି ହୋଇଯାଇଛି । ଅନେକ ପଥର ଖୋଦେଇ ଯୁଗଳମୂର୍ତ୍ତି  ଏଠାରୁ ମିଳିଥିବା କୁହାଯାଉଥିଲେ  ମଧ୍ୟ ଏବେ ସେଗୁଡ଼ିକର ପତ୍ତା ମିଳୁନାହିଁ । ତଥାପି ଯାହା କିଛି ସ୍ମୃତି ରହିଛି, ସେସବୁ ସଂଗ୍ରହାଳୟରେ ସଇତା ହୋଇ ରହିଛି । ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ଏହି ଐତିହାସିକ ପର୍ଯ୍ୟଟନସ୍ଥଳୀର ଦୂରତା ଉମରକୋଟଠାରୁ ୨୨ କିମି ।

ହିର୍ଲିଡଙ୍ଗର

ନବରଙ୍ଗପୁର ସହରଠାରୁ ମାତ୍ର ୨ କିମି ଦୂରରେ ରହିଛି ହିର୍ଲି ଡଙ୍ଗର । ଡଙ୍ଗର ମାନେ ଆଦିବାସୀ ଭାଷାରେ ପାହାଡ଼ । ସହରର କୋଳାହଳ ଠାରୁ କିଛି ଦୂରରେ ଥିବା ଏହି ପାହାଡ଼ ଉପରେ ଠିଆ  ହେଲେ ଦେଖାଯାଏ ସମ୍ପୂର୍ଣ୍ଣ ସହର। ଏହି ଦୃଶ୍ୟ ଦେଖିବା ପାଇଁ ପାହାଡ଼ ଉପରେ କରାଯାଇଛି ୩ଟି ଭ୍ୟୁ ପଏ । ହିର୍ଲ୍ମି  ଡଙ୍ଗରର ଉଚ୍ଚତା ୧୫୦ ଫୁଟ । ପାହାଡ଼ ଉପରକୁ ଯିବା ପାଇଁ ଦେଢ କିଲୋମିଟର ପିବୁ ଓ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ରାସ୍ତାରୁ ଭ୍ୟୁ ପଏଣ୍ଟଗୁଡ଼ିକୁ ଯିବାକୁ ପାହାଚ ବ୍ୟବସ୍ଥା ରହିଛି । ପାହାଡ଼ ଉପରେ ରହିଛି ଏକ ସୁନ୍ଦର ପାର୍କ । ପାହାଡ଼ ପଛପଟେ ରହିଛି କୁସୁମୀଝର ଜଳଭଣ୍ଡାର ।

ଏଥିଯୋଗୁ ସବୁ ସମୟରେ ଏଠାରେ ମିଳେ ମୁକ୍ତ ଶୀତଳ ପବନ । ବଣଭୋଜି ନିମନ୍ତେ ଏହା ଏକ ସୁନ୍ଦର ସ୍ଥାନ । ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ଫୁରସତ ମିଳିଲେ ଛୁଟି ଆସନ୍ତି ଏଠାକୁ । ଏଠାକାର ମନୋରମ ପରିବେଶର ମଜା ନେବା ସହ ଏଠାରେ ପୂଜା ପାଉଥିବା ତିରୁପତିଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରନ୍ତି ।

ମୃଗବିହାର

ନବରଙ୍ଗପୁର ଜିଲ୍ଲାର ଅନ୍ୟ ଏକ ପର୍ଯ୍ୟଟନସ୍ଥଳ ହେଉଛି ପାପଡ଼ାହାଣ୍ଡିର ମୃଗବିହାର । ଏହାକୁ ମିଳିଛି ରାଜ୍ୟର କ୍ଷୁଦ୍ରତମ ଚିଡ଼ିଆଖାନାର ମାନ୍ୟତା । ୩୦ ବର୍ଷ ପୂର୍ବେ ମାତ୍ର ୨ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଚିଡ଼ିଆଖାନା । ଏଠାରେ ଏବେ ଅଛନ୍ତି ୨ ଶହ ହରିଣ ନବରଙ୍ଗପୁରଠାରୁ ୧୦ କିମି ଓ ପାପଡ଼ାହାଣ୍ଡି ସଦର ମହକୁମାରୁ ମାତ୍ର ଦେଢ଼ କିମି ଦୂର ୨୬ ନମ୍ବର ଜାତୀୟ ରାଜପଥକୁ ଲାଗି ୩୦ ଏକର ସଂରକ୍ଷିତ ଜଙ୍ଗଲ ଜମିରେ ଗଢି ଉଠିଛି ଏହି ମୃଗବିହାର । ଏଠାରେ ଅଛନ୍ତି ଭଳିକି ଭଳି ହରିଣ । କେବଳ ହରିଣ ନୁହଁ, ୨ଟି ମୟୁର, ୪ଟି ବାରହା, ଗୋଟିଏ କୁଟ୍ରା, ୨ଟି ଚିଙ୍ଗା ଓ ଶାଳିଆପତନି ମଧ୍ୟ ରଖାଯାଇଛି । ଏଣୁ ଛୁଟିଦିନରେ ଏଠାକୁ ଛୁଟି ଆସନ୍ତି ଜିଲ୍ଲା ଓ ଜିଲ୍ଲା ବାହାରର ଶହ ଶହ ପର୍ଯ୍ୟଟକ। ମୃଗବିହାର ପରିଚାଳନା କରିବାକୁ ବନବିଭାଗ ପକ୍ଷରୁ ଜଣେ ଫରେଷ୍ଟର, ଜଣେ ଫରେଷ୍ଟ ଗାର୍ଡ ଏବଂ ୪ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ପ୍ରାଣୀମାନଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜଣେ ପ୍ରାଣୀ ଚିକିତ୍ସକ ମଧ୍ୟ ରହିଛନ୍ତି ।

ସଂଗୃହିତ  -

  • ମହେଶ୍ଵର ବେହେରା
  • ରାମକିରଣ ପଟ୍ଟନାୟକ
  • ସନ୍ତୋଷ ନାୟକ
3.07692307692
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top