ସେଆର କରନ୍ତୁ

ବୌଦ୍ଧ

ଦୁଇ ହଜାରରୁ ଅଧିକ ବର୍ଷର ଏହି ଅଞ୍ଚଳ ପୂର୍ବରୁ ଝାଡ଼ଖଣ୍ଡ ନାମରେ ନାମିତ ରହିଥିବାବେଳେ ପରବର୍ତ୍ତୀ ସମୟରେ ଏହା ବୌଦ୍ଧଗଡ ନାମରେ ନାମିତ ହୋଇଛି।

ଐତିହାସିକ ବୌଦ୍ଧ ସହରା ରାଜ୍ୟର ଏକ ଶାନ୍ତ, ସରଳ ଓ ପ୍ରାକୃତିକ ପରିବେଶରେ ! ପରିପୂର୍ଣ୍ଣ ଅଞ୍ଚଳ ନୀଳମାଧବ (ଜଗନ୍ନାଥ), ବୈଷ୍ଣବ, ଶୈବ, ମହିମା ଓ ବୌଦ୍ଧଧର୍ମ ଏହିପରି ପାଞ୍ଚ ଧର୍ମ ସମନ୍ଵୟର କ୍ଷେତ୍ର ଭାବରେ ପରିଚିତ ଏହି ଅଞ୍ଚଳ ଜଗନ୍ନାଥ ।

ଧର୍ମର ଆଦିପୀଠ ମାତ୍ର ଗବେଷଣା ଅଭାବରୁ ଆଜି ପର୍ଯ୍ୟନ୍ତ ଏହାର ଠିକ୍ ଓ  ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ। ଦୁଇ ହଜାରରୁ  ଅଧିକ ବର୍ଷର ଏହି ଅଞ୍ଚଳ ପୂର୍ବରୁ ଝାଡ଼ଖଣ୍ଡ ନାମରେ ନାମିତ ରହିଥିବାବେଳେ  ପରବର୍ତ୍ତୀ ସମୟରେ ଏହା ବୌଦ୍ଧଗଡ ନାମରେ ନାମିତ ହୋଇଛି।

ନିଜର ଅସ୍ଥିତ୍ୱ ଏକ ଗଡ଼ରାଜ୍ୟ ପରବର୍ତ୍ତୀ ସମୟରେ ଏକ ଉପଖଣ୍ଡ ଏବଂ ୧୯୯୪ ରୁ  ଏହା ଜିଲ୍ଲାର ମାନ୍ୟତା ଲାଭ କରିଛି । ଶୁଣାଯାଏ ବୌଦ୍ଧର ପ୍ରାୟ ସମସ୍ତ ରାଜା ପ୍ରଜା ବତ୍ସଳ ରହିଥିବାରୁ ଏହି ଅଞ୍ଚଳ ଅନେକ କ୍ଷେତ୍ରରେ ବହୁ ପୂର୍ବରୁ ଉନ୍ନତ ଅଟେ । ସେ ସମୟରେ ଶିକ୍ଷା, ସ୍ଵାସ୍ଥ୍ୟ, ବିଦ୍ୟୁତ, କୃଷି, ରାସ୍ତା ଏବଂ ବ୍ୟବସାୟ କ୍ଷେତ୍ରରେ ଅନେକ ଉନ୍ନତ ରହିଥିବା ନଜିର ରହିଛି।

ଐତିହାସିକ ଦୃଷ୍ଟି କୋଣ

ତଥାଗତ ବୁଦ୍ଧଙ୍କ ନାମରେ ବୌଦ୍ଧ ସହର ନାମିତ । ପ୍ରକୃତ ପକ୍ଷେ ଏହା କେତେ ଯେ, ପୁରାତନ ତାହାର ଐତିହାସିକ ପ୍ରମାଣ ଏଯାଏ କାହା ପାଖରେ ନାହିଁ । ନାଏକକଡା ଗୁମ୍ପାରେ ଏକଦା ବିରାଜମାନ ଥିଲେ ନୀଳମାଧବ । ପରବର୍ତ୍ତୀ ସମୟରେ ତାଙ୍କରି ମୂର୍ତ୍ତିକୁ ସ୍ଥାପନ କରାଯାଇ ଜଗତିଠାରେ ଯୁଗ୍ନ ମନ୍ଦିର ନିର୍ମାଣ କରାଯାଇଥିବା ଐତିହାସିକଙ୍କ ମତରେ ଆଧାରିତ । ଅଷ୍ଟମ ଶତାବ୍ଦୀ ବେଳର ଏହି ମନ୍ଦିର ବର୍ତ୍ତମାନର ପୁରୀଠାରେ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରାୟ ୪ ଶହ ବର୍ଷ ତଳର । ଇତିହାସ ବର୍ଣ୍ଣିତ ଓଡୁ ଓ ପରବର୍ତ୍ତୀ ସମୟରେ ଧୃତିପୁର ବର୍ତ୍ତମାନର ଜଗତି ଗ୍ରାମ ନିକଟରେ ମହାନଦୀ ତଟରେ ନିଶ୍ଚିହ୍ନ ହୋଇଯାଇଥିବାର କିଛି ଭଗ୍ନାବଶେଷରୁ ପ୍ରମାଣିତ ହେଉଛି । ବୌଦ୍ଧ ସହର ଏକ ତନ୍ତ୍ରପୀଠର ଐତିହାସିକ ସହର । ସହରର ଉତ୍ତର ପଶ୍ଚିମ ଦ୍ଵାରା ଦେଶରେ ରାମେଶ୍ଵର ମନ୍ଦିର ସମେତ ତାରକା ମନ୍ଦିର ଆଜିବି ବିଦ୍ୟମାନ । ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧଙ୍କ ପଥର ମୂର୍ତ୍ତିକୁ ଦେଖିଲେ ତାହାରି ତଳେ ଦବି  ଯାଇଥିବା ଐତିହାସିକ ବିଶାଳ ନଗରୀର ଅନେକ ତଥ୍ୟ ଏବେବି ସ୍ୱପ୍ନ ହୋଇପାରୁଛି। ସହର ନିକଟରେ ମହାନଦୀ ଭିତରେ ରହିଛି ହନୁମାନ ମନ୍ଦିର । ଶିବ ମନ୍ଦିର ଓ ବିଷ୍ଣୁ ତଥା । ଜଗନ୍ନାଥଙ୍କ ପୁରାତନ ମନ୍ଦିର ସବୁ ସହରର ବିଭିନ୍ନ ସ୍ଥାନରେ ଅବସ୍ଥିତ । ରାଜାଙ୍କ ପ୍ରାସାଦ, ଭଣ୍ଡାର ଘର, ରାଜାଙ୍କ ନିର୍ମିତ କଚେରି, ବଡ ବଙ୍ଗଳା ସହିତ ପୁରାତନ ବନ୍ଦୀଶାଳା, ହାତୀଶାଳ, ଘୋଡାଶାଳ, ଡାକଘର ପ୍ରଭୃତି ଅନେକ ପୁରୁଣାକଥା ସ୍ଵତଃ ବର୍ଣ୍ଣନା କରିଥାଏ । ରାଜା ଶାସନ ଯିବା ପରେ ଦେଶ ସ୍ୱାଧୀନ ହେଲା । ଗଣତନ୍ତ୍ର ଶାସନରେ ହଠାତ ବୌଦ୍ଧ ଏକ ଉପଖଣ୍ଡ ଓ ସହରରେ ପରିବର୍ତ୍ତନ ହୋଇଗଲା । ଛକ ସ୍ଥାନରେ ଲଣ୍ଠନ ଆଲୁଅ ରାତିବେଳା ଜଳିଲା । ରାଜାଙ୍କ ଅମଳରେ ଡେଲକୋ ମେସିନ ଯୋଗେ ବିଜୁଳି ଆଲୁଅ ଜଳୁଥିଲା । ପରେ ଏନଏସି ହେଲା ୧୯୬୧ ମସିହାରେ ଏବଂ ଉପଖଣ୍ଡରୁ ଜିଲାର ମାନ୍ୟତା ପାଇଲା ୧୧।୧୯୯୪ ମସିହାରେ ।

ବୌଦ୍ଧ ସହରର ମଧ୍ୟଭାଗରେ ଥିବା ରାଜବାଟି (ରାଜପ୍ରାସାଦ)ଠାରୁ ଅନତି ଦୂରରେ ଅଛି ୬ ଫୁଟ ଉଚ୍ଚତା ବିଶିଷ୍ଟ ଭୂମି ସ୍ପର୍ଶ ମୁଦ୍ରାରେ ଆସୀନ ବୁଦ୍ଧମୂର୍ତ୍ତି, ସହରର ମଧ୍ୟଭାଗରେ ଥିବା ତାରକା ସୂଚିତ ମନ୍ଦିର ସମୂହର (ରାମନାଥ ମନ୍ଦିର) ଗୋଟିଏ ପାର୍ଶ୍ଵ କାନ୍ଥରେ ସ୍ଥାନୀତ ବୁଦ୍ଧମୂର୍ତ୍ତି ସମୂହ, ରାମନାଥ ମନ୍ଦିର ପରିସର ମଧ୍ୟରେ ପ୍ରାୟ ସାଢେ ୩ ଫୁଟ ଉଚ୍ଚତା ବିଶିଷ୍ଟ ଭୂମିସ୍ପର୍ଶ ମୁଦ୍ରାରେ ଉପବିଷ୍ଟ ବୁଦ୍ଧମୁଭି ସବୁକୁ ବିଚାରକୁ ନେଲେ ନାମାନୁଶୀଳନ ବିଦ୍ୟା ନିୟମର ଚତୁର୍ଥ ପ୍ରକାରେ ବୌଦ୍ଧ ସହରର ନାମକରଣ ହୋଇଥିବା ସମୀଚୀନ ମନେହୁଏ। ପୁରୁଣା ଜଗନ୍ନାଥ ସଡକରେ ବୌଦ୍ଧ ଜିଲା ଅଧୀନରେ ଆସୁଥିବା ପରଗଳପୁର, ଶ୍ୟାମସୁନ୍ଦରପୁର ଗ୍ରାମରେ ଥିବା ବୁଦ୍ଧ ମୂର୍ତ୍ତି ,ଚୈତ ଭଗ୍ନସ୍ତୁପ ଆଦି ଅଞ୍ଚଳକୁ ନେଇ ବର୍ତ୍ତମାନର ବୌଦ୍ଧ ଜିଲା । କେତେବେଳେ କିନାଲି, କେତେବେଳେ ଝାଡଖଣ୍ଡ, ଉଡ୍ରଦେଶ, ଖୁଞ୍ଜିଳିମଣ୍ଡଳ ଆଦି ନାମରେ ପରିଚିତ ଏହି ବିଶାଳ ରାଜ୍ୟର ପରିସୀମା ଶହେ କୋଶ ବ୍ୟାପୃଥିଲା । ଐତିହାସିକ କବଡେନ ରାମସେଙ୍କ ମତରେ ଏହି ଅଞ୍ଚଳରେ ୭୨ ଜଣ ବ୍ରାହ୍ମଣ ରାଜାଙ୍କ ଦ୍ଵାରା ବଂଶାନୁକ୍ରମେ । ଶାସନଭାର ସମ୍ଭାଳିଥିଲେ। ଶେଷ ବ୍ରାହ୍ମଣରାଜା ଗନ୍ଧମାର୍ଦ୍ଦନଦେବ ଖ୍ରୀ.ଅ ୪୮୧-୮୨ରେ ସିଂହାସନ ଆରୋହଣ କରିଥିଲେ। ପରେ ୪୪ ଜଣ ଭଞ୍ଜବଂଶୀୟ ରାଜା ଶାସନ କରିଥିଲେ। ବର୍ତ୍ତମାନ ସହରରେ ଥିବା ରାଜପ୍ରାସାଦ (ରାଜବାଟି) ଯୋଗିନ୍ଦ୍ର ବିଳାସ ପୀତାମ୍ବର ଦେବଙ୍କ ଦ୍ଵାରା ପ୍ରାୟ ୧୮୫୦ ଖ୍ରୀଷ୍ଟାବ୍ଦରେ ସ୍ଥାୟୀ ଭାବରେ ନିର୍ମାଣ କରାଯାଇଥିଲା । କଳିଙ୍ଗ ଯୁଦ୍ଧ ଜୟ ଲାଭ କଲାପରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ । ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ସାଙ୍ଗରେ ଆସିଥିବା ମନ୍ତ୍ରୀ, ଆମତ୍ୟ, ସୈନ୍ୟଗଣ, ହୀରାଖଣି, ଧନରର ସନ୍ଧାନେ ଯେଉଁ ସ୍ଥାନରେ ଆସି ପ୍ରଥମେ ଶିବିର ପକାଇଥିଲେ, ତାହା ହେଉଛି ବୌଦ୍ଧ । ସୋମବଂଶୀଙ୍କ ରାଜତ୍ଵ ସମୟରେ ଅଞ୍ଚଳର ସଂସ୍କୃତି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହୋଇଥିଲା । ବୌଦ୍ଧ ସହର ଉପକଣ୍ଠରେ ଥିବା ତାରକାସୂଚିତ ରାମନାଥ ରାମେଶ୍ଵର ମନ୍ଦିର ସମୂହ ସୋମବଂଶୀ କୀର୍ତ୍ତିରାଜି। ଅଷ୍ଟକୋଣୀ ନକ୍ସାରେ ନିର୍ମିତ ଏହି ମନ୍ଦିର ଅତି ବିରଳ। ଏହି ମନ୍ଦିର ପଞ୍ଚ ଚଣ୍ଡାଳଙ୍କ ଖପୁରି ଉପରେ ନିର୍ମାଣ କରାଯାଇଥିବାରୁ ଏହି ସ୍ଥାନକୁ ପଞ୍ଚମୁଣ୍ଡି ଆସନ କୁହାଯାଏ । ମନ୍ଦିର ଗୁଡିକରେ ପୂଜା ପାଉଥିବା ଶିବଲିଙ୍ଗ ମଧ୍ୟ ପଞ୍ଚକୋଣୀ । ଏହି ମନ୍ଦିର ନିର୍ମାଣକାର୍ଯ୍ୟ ନବମ ଶତାବ୍ଦୀର ବୋଲି ପ୍ରତତ୍ତ୍ବବିତ୍‌ମାନେ ମତ ଦିଅନ୍ତି । ମୁଖ୍ୟ ମନ୍ଦିରର ଜରାଜୀର୍ଣ୍ଣ ଅବସ୍ଥା ଦେଖି ବୌଦ୍ଧ ଗଡର ଶେଷ ରାଜା ନାରାୟଣ ପ୍ରସାଦ ଦେବ ଏକ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରାଜତନ୍ତ୍ରର ଅବସାନ ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଅଧାରେ ରହିଗଲା ।

ଭୌଗୋଳିକ ସ୍ଥିତି

ଓଡିଶାର ମଧ୍ୟସ୍ଥଳରେ ବୌଦ୍ଧ ସହର ଅବସ୍ଥିତ । ସହରଟି ଗଡଜାତ ସହର ନାମେ ପରିଚିତ । ସହରର ଉତ୍ତରରେ ମହାନଦୀ ଓ ଅନୁଗୁଳ ଜିଲା, ଦକ୍ଷିଣରେ କନ୍ଧମାଳ ଜିଲା, ପୂର୍ବରେ ନୟାଗଡ ଜିଲା, ପଶ୍ଚିମରେ ତେଲ ନଦୀ ଓ ସୁବର୍ଣ୍ଣପୁର ଜିଲା ଅବସ୍ଥିତ । ବିଷୁବ ରେଖା ଠାରୁ ଉତ୍ତର ଅକ୍ଷାଂଶ ୨୦.୨୨ଠାରୁ ୨୦°.୫୦, ପୂର୍ବ ଦ୍ରାଘିମା ରେଖା ୮୩.୩୪ ଠାରୁ ୮୪.୪୯ ମଧ୍ୟରେ ଅବସ୍ଥିତ । ସହରଟି ବହୁ ପୁରାତନ ଅଟେ । ସହରଟି ମନ୍ଦିରରେ ଭରପୂର । ସହର ଐତିହ୍ୟ, ସଂସ୍କୃତି ସମ୍ପନ୍ନ ।

ଶିକ୍ଷାନୁଷ୍ଠାନ

ବୌଦ୍ଧର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ । ଏହା ରାଜାଙ୍କ ଦ୍ଵାରା ୧୯୧୨ରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଛାତ୍ର । ସଂଖ୍ୟା ୨୯୮। ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ସ୍ଥାପିତ ୧୯୬୦| ବର୍ତ୍ତମାନ ଛାତ୍ରୀ ସଂଖ୍ୟା ୩୨୮। କେନ୍ଦ୍ରୀୟ ବିଦ୍ୟାଳୟ – ବର୍ତ୍ତମାନ ଛାତ୍ର ୪୪୦, ଛାତ୍ରୀ ୩୩୬ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ଥାପିତ –୧୯୮୯ । ଛାତ୍ର ୬୭୨, ଛାତ୍ରୀ  ୫୪୬ । ଗୌରୀ ଶଙ୍କର ପବ୍ଲିକ ସ୍କୁଲ, ସ୍ଥାପିତ ୧୯୯୭ । ଛାତ୍ରୀଛାତ୍ର ୪୨୮। ସହରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଶିଳ୍ପତାଲିମ କେନ୍ଦ୍ର, ସିଟି ସ୍କୁଲ ରହିଛି । ଏହା ସହ ସହର ବାହାରେ ନବୋଦୟ ବିଦ୍ୟାଳୟ, ପଲିଟେକନିକ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଏହା ସହ ବହୁ ପ୍ଲେସ୍କୁଲ ଅଛି ।

କିଛି ଜାଣିବା କଥା

  • ଜନସଂଖ୍ୟା
  • ୨୦୧୧ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ୨୦୪୩୫, ପୁରୁଷ-୧୦,୪୮୬, ମହିଳା-୯,୯୪୯

  • ରାଜଧାନୀ ଠାରୁ ଦୂରତା
  • ବୌଦ୍ଧ ଓଡ଼ିଶାର ମଧ୍ୟ ସ୍ଥଳରେ ଅବସ୍ଥିତ । ସହରଠାରୁ ରାଜଧାନୀର ଦୂରତା ୨୩୧ କି.ମି । ଯିବା ଆସିବାର ମାଧ୍ୟମ ବସ ଓ ଟ୍ୟାକ୍ସି ।

  • ସହରରାସ୍ତା
  • ସହରରେ ୮.୯୨୨ କି.ମି.କଚା ଓ ୨୬.୭୫୪ କି.ମି. ପକ୍କା ରାସ୍ତା ଅଛି ।

  • ରେଳ ଷ୍ଟେଶନ
  • ବୌଦ୍ଧରେ ଆଜି ପର୍ଯ୍ୟନ୍ତ ରେଳପଥ ନାହିଁ । ବର୍ତ୍ତମାନ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ କାର୍ଯ୍ୟ ବୌଦ୍ଧରେ ୧୦୯ କି.ମି. ଚାଲିଛି । ନିକଟରେ ରେଢାଖୋଲ ରେଳଷ୍ଟେଶନ ଦୂରତା ୨୭ କି.ମି. ।

  • କଲ୍ୟାଣମଣ୍ଡପ
  • ଗୋଟିଏ କଲ୍ୟାଣ ମଣ୍ଡପ ଏନଏସି କାର୍ଯ୍ୟାଳୟ ନିକଟରେ ରହିଛି। ଏଠାରେ ବିବାହ କାର୍ଯ୍ୟ ହୋଇଥାଏ।

  • ଭିକାରୀ କଳାମଣ୍ଡପ
  • ଭିକାରୀ କଳା ମଣ୍ଡପ ନାମରେ ସହରର ମଧ୍ୟ ସ୍ଥଳରେ ଗୋଟିଏ । କଳାମଣ୍ଡପ ରହିଛି ଏଠାରେ ସମସ୍ତ କାର୍ଯ୍ୟ ହୋଇଥାଏ।

  • ସିନେମା ହଲ
  • ଏକମାତ୍ର ବହୁ ପୁରୁଣା ‘ଉ ଦିପାଲି ସିନେମା ହଲଟି ରାଜବାଟୀ ନିକଟରେ ଅଛି ।

  • ଜାତୀୟ ରାଜପଥ
  • ବୌଦ୍ଧ ଜିଲା ଦେଇ ୧୫୭ ନଂ ଖୋର୍ଦ୍ଧା – ବଲାଙ୍ଗୀର ଗୋଟିଏ ରାଜପଥ  ଯାଇଛି ।

  • ଶ୍ମଶାନ
  • ସହରରେ ଗୋଟିଏ ଶ୍ମଶାନ ଅଛି । ଏହା ରାଜଘାଟ ନାମରେ ପରିଚିତ । ଏହା ବ୍ରିଜ ଛକ ନିକଟରେ ରହିଛି ।

  • ଜଳାଶୟ
  • ସହର ମଧ୍ୟରେ ୪ଟି ଜଳାଶୟ ଅଛି ।

  • ଷ୍ଟାଡିୟପ
  • ସହରରେ ଗୋଟିଏ ଷ୍ଟାଡିୟମ କଲେଜ ପଡିଆରେ ନିର୍ମାଣାଧୀନ ଅଛି ।

  • ପାର୍କ
  • ସହରରେ ୨ଟି ପାର୍କ ଅଛି । ମହାନଦୀ ବିହାର ପାର୍କ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟର ପଛପାଖ ଓ ମହାନଦୀ କୂଳରେ ଅବସ୍ଥିତ । ଏହାର ପରିବେଶ ଖୁବ ମନଲୋଭା । ଶିଶୁଙ୍କ ପାଇଁ ଏଠାରେ ଖେଳର ସୁବିଧା ଅଛି । ବୁଦ୍ଧ ବିହାର ପାର୍କ ସହରର ମଧ୍ୟସ୍ଥଳରେ  ରାଜବାଟି ସମ୍ମୁଖରେ ଅଛି ।

  • ଟାଉନହଲ
  • ସହରର ମଧ୍ୟ ସ୍ଥଳରେ ଗୋଟିଏ ଟାଉନହଲ ଅଛି । ଏଠାରେ ସମସ୍ତ ପ୍ରକାର କାର୍ଯ୍ୟ, ବିବାହ, ସଭା ଆଦି ହୋଇଥାଏ।

ଜରୁରୀ ଫୋନ ନମ୍ବର

ଜିଲାପାଳଙ୍କ ଅଫିସ

୦୬୮୪୧-୨୨୨୨୦୩

ଆବାସିକ ଅଫିସ

୦୬୮୪୧-୨୨୨୩୩୪

ଜିଲାପାଳଙ୍କ ମୋବାଇଲ

୯୪୩୭୯୬୫୭୭୮

ଜିଲା ଆରକ୍ଷୀ ଅଧୀକ୍ଷକ-ଅଫିସ

୦୬୮୪୧- ୨୨୨୨୦୬

ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ : ନିର୍ଦ୍ଦେଶକ ଅଫିସ

୦୬୮୪୧-୨୨୨୧୮୬

ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ

୦୬୮୪୧-୨୨୨୪୭୮

ଜିଲା ମୁଖ୍ୟ ଚିକିତ୍ସାଳୟ

୦୬୮୪୧-୨୨୨୩୭୮

ଦମକଳ କେନ୍ଦ୍ର ବୌଦ୍ଧ

୯୯୩୮୮୦୭୭୭୬,  ୦୬୮୪୧-୨୨୨୩୭୭

ବୌଦ୍ଧ ଥାନା ମୋବାଇଲ

୯୪୩୮୯-୧୬୬୯୨, ୦୬୮୪୧-୨୨୨୩୭୬

ସ୍ୱାସ୍ଥ୍ୟ

ସହରରେ କେବଳ ସରକାରୀ ସ୍ଵାସ୍ଥ୍ୟ ସେବା ଉପଲବ୍ଧ । ସହରର ମଧ୍ୟ ସ୍ଥଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ଅଛି । ପ୍ରତ୍ୟେକ ଦିନ ଆଉଟଡୋରରେ ୩୦୦ରୁ ୩୫୦ ରୋଗୀ ଆସନ୍ତି । ମହିଳା ଓ ଶିଶୁଙ୍କ ପାଇଁ ସମସ୍ତ ସୁବିଧା ଅଛି । ଜନନୀ ଶିଶୁ ସୁରକ୍ଷା ଓ ସ୍ପେଶାଲ ନ୍ୟୁଟ୍ରିସେଣ୍ଟ କେୟାର ଅଛି ।

ପ୍ରସିଦ୍ଧ ପର୍ବପର୍ବାଣି

ସହରର ମୁଖ୍ୟ ପର୍ବ -ରଥଯାତ୍ରା, ଶ୍ରୀରାମ ନବମୀ ଯାତ୍ରା ୧୮ ଦିନ ଧରି ହୋଇଥାଏ। ଧନୁଯାତ୍ରା ଓ କଂସବଧ ୯ ଦିନ ହୋଇଥାଏ । ଏହା ସହ ଦୁର୍ଗାପୂଜା, କାଳୀପୂଜା , ଚୈତ୍ର ମାସରେ ଦଣ୍ଡଯାତ୍ରା, ପ୍ରତିବର୍ଷ ପ୍ରଶାସନ ପକ୍ଷରୁ ୫ ଦିନ ଧରି । ଜିଲା ମହୋତ୍ସବ ପାଳନ ହୋଇଥାଏ ।

ବିଜ୍ଞାପିତ ପରିଷଦ

ଏକମାତ୍ର ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ ବୌଦ୍ଧ ସହର । ଏଥିରେ ୧୭ଟି ୱାର୍ଡ ଅଛି । ଏହି ବିଜ୍ଞାପିତ ଅଞ୍ଚଳ ୧୯୬୧ ମସିହାରେ ଗଠିତ ହୋଇଥିଲା ଏବଂ ବର୍ତ୍ତମାନ ୨୬ ତମ ଅଧ୍ୟକ୍ଷା ଭାବେ ଦୀପ୍ତିପ୍ରଭା ସ୍ଵାଇଁ କାର୍ଯ୍ୟ କରୁଛନ୍ତି ।

ମହାନଦୀ

ସହର ନିକଟରେ ମହାନଦୀ । ଏହା ସହର ଶୋଭା ବର୍ଜନ କରିଥାଏ । ମହାନଦୀ ପାଣିକୁ ଲୋକେ କୃଷି କାର୍ଯ୍ୟରେ ବ୍ୟବହାର ସହିତ ଗାଧୋଇବା ଏବଂ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। ଏତଦ୍‌ବ୍ୟତୀତ ମହାନଦୀ ଉପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ନିର୍ଭର କରନ୍ତି । ମହାନଦୀ ଲୋକଙ୍କ ଜୀବନ ଜୀବିକା ସହିଜ ଜଡ଼ିତ ହୋଇ ରହିଛି ।

ସଂଗୃହିତ –

  • ଅଜିତ୍ ବାରିକ
  • ବିଶ୍ୱର ପୃଷ୍ଟି, ବୌଦ୍ଧ
2.79166666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top