ସେଆର କରନ୍ତୁ

ବଲାଙ୍ଗୀର

ବଲାଙ୍ଗୀର ସମ୍ବନ୍ଧରେ ସୂଚନା ।

ପୂର୍ବତନ ପାଟଣା ରାଜ୍ୟର ଦ୍ଵାଦଶ ନରପତି ନରସିଂହ ଦେଓଙ୍କ ଅମିତବିକ୍ରମ ସାନଭାଇ ବଳରାମ ଦେଓଙ୍କ ଦ୍ଵାରା ସ୍ଥାପନ ହେଲା ବଳରାମଗଡ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ। କ୍ରମେ ଏ ଜନବସତି ‘ବଲାଙ୍ଗୀରକୁ ନାମାନ୍ତରିତ ହେଲା । ରାଜଧାନୀ ପାଟଣାଗଡରୁ ରାଜ୍ୟ ଶାସନ ପରିଚାଳିତ ହେଉଥିବାରୁ ବଲାଙ୍ଗୀର ଗାଁଟିଏ ମାତ୍ର ହୋଇ ରହିଯାଇଥିଲା । ମହାରାଜା ଶୂରପ୍ରତାପଙ୍କ ଶାସନଗତ ଅପାରଗତା ହେତୁ ୧୮୭୧ରୁ ୧୮୯୩ ପର୍ଯ୍ୟନ୍ତ ପାଟଣା ଗଡ଼ଜାତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ରହିଲା । ଶାସନ ପରିଚାଳନା ଦୃଷ୍ଟିରୁ ଏ ସମୟରେ ରାଜଧାନୀ ପାଟଣାଗଡରୁ ବଲାଙ୍ଗୀରକୁ ସ୍ଥାନାନ୍ତରି ହେଲା । ସେ ସମୟରୁ ବଲାଙ୍ଗୀର କ୍ରମବର୍ଭମାନ ହେଲା । ସ୍ଥିତି-ଗତି-ପ୍ରକୃତିକୁ ଅନୁଧ୍ୟାନ କଲେ, ସ୍ଵାଧୀନତା ପୂର୍ବରୁ ବଲାଙ୍ଗୀର ପଶ୍ଚିମ ଓଡ଼ିଶାର ସମନ୍ଦିତ ପ୍ରଗତିର ଶ୍ରେଷ୍ଠ ସହର ଥିଲା । ଆଜିର ରାଜେନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ସର୍ବପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ । ସଂସ୍କୃତ ଓ ଆୟୁର୍ବେଦ ଶିକ୍ଷାନୁଷ୍ଠାନ ରୂପେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟ ପଶ୍ଚିମ ଓଡ଼ିଶାର ସର୍ବପ୍ରଥମ ଗୌରବ ବହନ କରେ । ବଲାଙ୍ଗୀର ସହରରେ ପ୍ରତିଷ୍ଠିତ କୃଷି ଗବେଷଣା ଓ ଗ୍ରାମସେବକ ତାଲିମ । କେନ୍ଦ୍ରରୁ ପାଟଣା ସମେତ କଳାହାଣ୍ଡି, ସୋନପୁର, ବୌଦ୍ଧ ଆଦି ଗଡଜାତ କୃଷି ସମ୍ପକିତ ଜ୍ଞାନକୌଶଳ ଶିକ୍ଷା ସୁଯୋଗ ପାଉଥିଲେ । କାରିଗରି ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ଶିଳ୍ପ ବିଦ୍ୟାଳୟଟିଏ ମଧ୍ୟ ବର୍ତ୍ତମାନର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟଠାରେ କ୍ରିୟାଶୀଳ ଥିଲା । ପ୍ରାକ୍ ସ୍ୱାଧୀନତାକାଳୀନ ପୃଥୀରାଜ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରାଦେଶିକ ତଥା ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ବ ନିର୍ମାଣ କରିଛି । ଏ ସମୟରେ ରାସେ ଗୁରୁ ଟ୍ରେନିଂ ସ୍କୁଲ ପରବର୍ତ୍ତୀ କାଳରେ ମାଧ୍ୟମିକ ପ୍ରଶିକ୍ଷକ ବିଦ୍ୟାଳୟକୁ ଉନ୍ନୀତ ହୋଇଥିବାସ୍ଥଳ, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ଏବେ ଶିକ୍ଷକୀୟ ପ୍ରଶିକ୍ଷଣ ଉପଲବ୍ଧ ହେଉଛି । ବଲାଙ୍ଗୀରର ଦଳଗଞ୍ଜନ ପ୍ରେସର କର୍ମ ପରିସର କ୍ରମଶଃ ସଙ୍କୁଚିତ ହେଉଥିଲେ ହେଁ ଏକଦା ସାରା ଓଡ଼ିଶାକୁ ଏ ଛାପାଖାନା ଷ୍ଟେଶନାରି ଯୋଗାଉଥିଲା। ପଡୋଶୀ ଗଡ଼ଜାତମାନଙ୍କୁ ଏକ୍ସରେ ସେବା ବଲାଙ୍ଗୀରରୁ ହିଁ ମିଳୁଥିଲା । ଶାସକ ଓ ସମସ୍ତ ବର୍ଗର ଶାସିତଙ୍କର ଏକାମ୍ ଅବସର ବିନୋଦନ ପାଇଁ ୧୯୧୧ ମସିହାରେ ନିର୍ମିତ ପ୍ରାସାଦୋପମ ଲିଟେରାରି ଆଣ୍ଡ ସୋସିଆଲ କ୍ଳବ ଅଦ୍ୟାବଧେ ଶାନ୍ତ, ସମନ୍ଦିତ ଜୀବନଯାତ୍ରାର ବାର୍ତ୍ତା ପ୍ରଚାର କରୁଛି । ନୃତ୍ୟ, ସଙ୍ଗୀତ, ନାଟକ ସହ ସାହିତ୍ୟର ବିକାଶ ପାଇଁ ସହର କେନ୍ଦ୍ରସ୍ଥଳର ୭.୫୨ ଏକର ଭୂମିରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସହ କୋଶଳ କଳାମଣ୍ଡଳ ନାଟ୍ୟମଞ୍ଚ ସ୍ଥାପିତ ହୋଇଛି । କଳାମଣ୍ଡଳର ନିଜ ଛାପାଖାନାରେ ମୁଦ୍ରିତ ମାସିକ ସାହିତ୍ୟ-ସାଂସ୍କୃତିକ ପତ୍ରିକା ‘ଚତୁରଙ୍ଗ’ ନିଜର ଉନ୍ନତମାନ ପାଇଁ ସାରା ଓଡିଶାରେ ଚଚ୍ଚିତ ଥିଲା ଓ ଲେଖକୀୟ ପାରିଶ୍ରମିକ ଦେବା ପରମ୍ପରା ପ୍ରଥମେ ଆରମ୍ଭ କରିଥିଲା । ପଶ୍ଚିମ ଓଡିଶାର କେନ୍ଦ୍ରସ୍ଥଳରେ ଥିବା ବଲାଙ୍ଗୀର ସହରରେ ପ୍ରତିବେଶୀ ଗଡ଼ଜାତମାନଙ୍କ ସୁବିଧା ପାଇଁ ହାଇକୋର୍ଟ ସ୍ଥାପିତ ହୋଇଥିଲା। ରାଜ୍ୟ ମିଶ୍ରଣ ଚୁକ୍ତି ଅନୁସାରେ ଓଡିଶା ହାଇକୋର୍ଟରେ ବଲାଙ୍ଗୀର ଜିଲ୍ଲାଜଜଙ୍କ ମବତାରେ କେବଳ ମକଦ୍ଦମା ଦାୟର କରିବାର ସୁବିଧା ଏ ପର୍ଯ୍ୟନ୍ତ ରହିଛି । ବଲାଙ୍ଗୀର ଏକ ଯୋଜନାବଦ୍ଧ ସହର । ପଶାପାଲି ପରି ରାସ୍ତାଘାଟ ପାଟଣାଗ୍ନେଟ ତହସିଲଦାର, ସଂସ୍କୃତ ବିଦ୍ୱାନ ଚିନ୍ତାମଣି ନନ୍ଦ ବିଦ୍ୟାଭୂଷଣ ଏ ସହର ନକ୍ସା ପ୍ରସ୍ତୁତ କରିଥିଲେ । ବହିରାଗତମାନେ ସରଳରେଖୀୟ ସଡ଼କବନ୍ଧା ଜନବସତି ସବୁ ଦେଖି ବଲାଙ୍ଗୀରକୁ ମହାନଗରୀ ବାଙ୍ଗାଲୋର ସହିତ ତୁଳନା କରିଥାନ୍ତି । ସାମଗ୍ରିକ ବିଚାରରେ ସାମ୍ପ୍ରଦାୟିକ ସଦ୍‌ଭାବନା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର କ୍ଷେତ୍ର ବଲାଙ୍ଗୀର ।

ଭୌଗୋଳିକ ସ୍ଥିତି

ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ରହିଛି ବଲାଙ୍ଗୀର ଜିଲା । ଏହି ଜିଲାର ସଦର ମହକୁମା ହେଉଛି ବଲାଙ୍ଗୀର ସହର । ବଲାଙ୍ଗୀର ଜିଲ୍ଲା ସୀମାକୁ ଲାଗି ରହିଛି ବରଗଡ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡା ଜିଲା । ବଲାଙ୍ଗୀର ସହରର ପ୍ରାୟ ୧୨ କିଲୋମିଟର ଦୂରରେ ପ୍ରବାହିତ ହେଉଛି ସୁତେଲ ନଦୀ । ସହର ମଧ୍ୟଦେଇ ଲକ୍ଷ୍ମୀଯୋର ବୋହିଯାଇଛି ।

ଐତିହାସିକ ପୃଷ୍ଠଭୂମି

ଦକ୍ଷିଣ କୋଶଳ ସାମ୍ରାଜ୍ୟ ଅନ୍ତର୍ଗତ ପାଟଣା (ଅଧୁନାତନ ବଲାଙ୍ଗୀର ଜିଲା) ରାଜ୍ୟର ଇତିହାସ ବହୁ ପ୍ରାଚୀନ। ବ୍ରିଟିଶ୍ ଶାସନ କାଳରେ ପାଟଣା ରାଜ୍ୟର ରାଜଧାନୀ ପାଟଣାଗଡରୁ ୧୮୭୨ ମସିହାରେ ବଲାଙ୍ଗୀରକୁ ଉଠାଇ ଅଣାଯାଇଥିଲା । ଏହା ପୂର୍ବରୁ ଚୌହାନବଂଶର ମହାରାଜା ନରସିଂହ ଦେଓଙ୍କ ସାନଭାଇ ବଳରାମ । । ଦେଓ ବଲାଙ୍ଗୀରର ଉତ୍ତରକୁ ଅବସ୍ଥିତ ଜୁହ୍ନା ଡିହଠାରେ ତାଙ୍କର ଗଡ଼ ତିଆରି ଥିଲେ । ତାହାକୁ 'ବଳରାମ ଗଡ’ ନାମରେ ନାମିତ କରିଥିଲେ । ଏହି  ବଳରାମଗଡ଼ ପରବର୍ତ୍ତୀ ସମୟରେ ଅପଭ୍ରଂଶ ହୋଇ ବଲାଙ୍ଗୀର ନାମ ବହନ କରିବା ଇତିହାସକାରମାନେ ମତ ଦିଅନ୍ତି । ୧୮୭୨ ମସିହାରେ ପାଟଣାଗ୍ନେଟ୍ ରାଜଧାନୀ ସ୍ଥାନାନ୍ତରଣ ପରେ । ବଲାଙ୍ଗୀରର ନୂଆ ନକ୍ସା ତିଆରି କରାଯାଇ ପୁରୁଣା ବସ୍ତିରୁ । ନୂଆବସ୍ତିକୁ ରାଜଧାନୀ ଅଣାଯାଇଥିଲା । ଏହି ନୂଆ ବସ୍ତି  ଏକ ଯୋଜନାବଦ୍ଧ ସହର (ପ୍ଲାନିଂ ଟାଉନ୍)ର ରୂପ ନେଇଥିଲା । ବର୍ଗାକାର କ୍ଷେତ୍ର ଓ ରାସ୍ତାରେ ବିଭକ୍ତ ବଲାଙ୍ଗୀରକୁ ଚେଶ୍ ବୋର୍ଡର ସହର କୁହାଯାଏ । ଏହି  ସହର ଭିତରେ ଅନେକ ଜଳାଶୟ ପରିଲକ୍ଷିତ ହୁଏ ।

ଶିକ୍ଷାନୁଷ୍ଠାନ

ବଲାଙ୍ଗୀର ସହରରେ ଗୋଟିଏ ସ୍ୱୟଂଶାସିତ କଲେଜ, ୩ ସରକାରୀ କଲେଜ, ୩ଟି ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି । ଏତଦ୍‌ବ୍ୟତୀତ ଏକାଧିକ ଘରୋଇ କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ରହିଛି ।

କଲେଜ:

ରାଜେନ୍ଦ୍ର ସ୍ଵୟଂଶାସିତ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀର ସରକାରୀ କଲେଜ, ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟ, ଜେଆଇଟିଏମ୍ କଲେଜ, ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ସିଏନସି କଲେଜ, ୟୁବୋଦୟ କଲେଜ, ବାଲାଜୀ କଲେଜ ।

ବୈଷୟିକ ଶିକ୍ଷାନୁଷ୍ଠାନ

ପ୍ରମୁଖ ବୈଷୟିକ ଅନୁଷ୍ଠାନଗୁଡିକ ହେଲା ବଲାଙ୍ଗୀର ପଲିଟେକ୍‌ନିକ୍ କଲେଜ, ଗନ୍ଧମାର୍ଦ୍ଦନ ଆଇଟିଆଇ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ସାଇଟ୍ କଲେଜ, କେବିକେ ଆଇଟିଆଇ ।

ସରକାରୀ ସ୍କୁଲ

ପ୍ରମୁଖ ସରକାରୀ ସ୍କୁଲଗୁଡିକ ହେଲା ପୃଥୀରାଜ ହାଇସ୍କୁଲ, ପତିତପାବନ ଏକାଡେମୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ, ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ, ନବଜୀବନ ବିଦ୍ୟାପୀଠ, ରାମଗୋପାଲ ହିନ୍ଦୀ । ହାଇସ୍କୁଲ, ଡିଆଇଇଟି ।

ଘରୋଇ ସ୍କୁଲ

ସହରରେ ଥିବା ପ୍ରମୁଖ ଘରୋଇ ସ୍କୁଲଗୁଡ଼ିକ ମଧ୍ୟରେ କଦମପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ ସରସ୍ଵତୀ ଶିଶୁ ମନ୍ଦିର, ବିଶ୍ଵାତ୍ମା ବିଦ୍ୟାମନ୍ଦିର, ଲିଟିଲ ଫ୍ଲାୱାର ସ୍କୁଲ, ବଲାଙ୍ଗୀର ପବ୍ଲିକ୍ ସ୍କୁଲ, ଆଇଡିଏମ୍ ପବ୍ଲିକ୍ ସ୍କୁଲ, ମଣ୍ଟେସୋରୀ ସ୍କୁଲ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ।

ମେଡିକାଲ କଲେଜ

ବଲାଙ୍ଗୀର ସହରର ଗନ୍ଧରେଲ ଠାରେ ବହୁପ୍ରତୀକ୍ଷିତ ସରକାରୀ  ମେଡିକାଲ କଲେଜ ତିଆରି ହୋଇସାରିଛି । ୨୦୧୮ରେ ୧୦୦ ସିରେ ନାମଲେଖା ପରେ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଛି । ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅପଗ୍ରେଡ କରାଯାଇ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ହସପିଟାଲ କରାଯାଇସାରିଛି। ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ  ରହିଥିଲା । ତେବେ ସେଥିରୁ ୩୪ଜଣ ଡାକ୍ତର ରହିଥିଲେ । ଏବେ ମେଡିକାଲ କଲେଜକୁ ଅପଗ୍ରେଡ ହେଲା ପରେ ନୂଆ ନିଯୁକ୍ତି ଯୋଗୁଁ ବିଭିନ୍ନ ବିଭାଗରେ ୯୮ ଡାକ୍ତର ଯୋଗଦାନ କରିଛନ୍ତି ।

ସରକାରୀ ଆୟୁର୍ବେଦ କଲେଜ

ବଲାଙ୍ଗୀର ତୁଲସୀ ନଗରଠାରେ ୧୯୭୫ ମସିହାରୁ ସରକାରୀ ଆୟୁର୍ବେଦ କଲେଜ ରହିଛି । ଏଠାରେ ପିଲାଙ୍କ ପଢିବା ପାଇଁ ୧୨୦ସିଟ  ବ୍ୟବସ୍ଥା ରହିଛି । କଲେଜ ପରିସରରେ ଏକ ହସ୍‌ପିଟାଲ ରହିବା ସତ୍ତ୍ଵ ସହରର ଡେଲିମାର୍କେଟ୍ ନିକଟରେ ୪୦ଶଯ୍ୟା ବିଶିଷ୍ଟ ଶାରଦେଶ୍ୱରୀ ଆୟୁର୍ବେଦ ଚିକିତ୍ସାଳୟ ରହିଛି । ବଲାଙ୍ଗୀରରେ ଆୟୁର୍ବେଦ ଫାର୍ମାସୀ ମଧ୍ୟ ରହିଛି । ଏଠାରେ ବିଭିନ୍ନ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଏ । ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ  ବଲାଙ୍ଗୀର ସହରରେ ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଷ୍ଟେଟ୍ ଇଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ରହିଛି । ଏଠାରେ ୧୨୦ ସିଟ୍ ରହିଛି । ସେଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀଛାତ୍ର ପାଠ ପଢ଼ିଛନ୍ତି ।

ଦର୍ଶନୀୟ ସ୍ଥାନ

ବଲାଙ୍ଗୀର ସହରରେ ଲୋକଙ୍କ ଭ୍ରମଣ ପାଇଁ ୪ଟି ପାର୍କ ରହିଛି । ସମଲେଶ୍ଵରୀ ମନ୍ଦିର, ପାଟଣେଶ୍ଵରୀ ମନ୍ଦିର, ଦୁର୍ଗାମନ୍ଦିର ସହ ସହର ଉପକଣ୍ଠରେ ଗିରିଗୋବଦ୍ଧନ ମନ୍ଦିର, ମଠଖାଇ  ମନ୍ଦିର ଓ ବିଶ୍ଵାତ୍ମା ଚେତନା ମଠ ରହିଛି । ମଠଖାଇ ପାହାଡ ବଲାଙ୍ଗୀର ସହରର ଶୋଭା ବଢ଼ାଉଛି । ଏହାବାଦ୍ ଶୈଳଶ୍ରୀ ପ୍ୟାଲେସ୍‌କୁ ମଧ୍ୟ ଅନେକ ଲୋକ ଦେଖିବା ପାଇଁ ଆସିଥାନ୍ତି। ସହରଠାରୁ ୨୦ କିମି ଦୂରରେ ଭୀମଙ୍ଗେରୀ ପର୍ଯ୍ୟଟନସ୍ଥଳୀ ରହିଛି । ସୁତେଲ ନଦୀରେ ନିର୍ମାଣାଧୀନ ଲୋୟର ସୁତେଲ ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଏହାମଧ୍ୟ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ ହେବ । ସହରଠାରୁ ଏହା ୨୦ କି.ମି ଦୂରରେ ରହିଛି ।

ଫୋନ ନମ୍ବର

ଜିଲ୍ଲାପାଳ

୯୪୩୭୦୨୩୩୮୧ (୦୬୬୫୨) ୨୩୨୨୨୩ (ଅଫିସ)

ଆରକ୍ଷୀ ଅଧୀକ୍ଷକ

୯୪୩୭୯୬୨୨୦୦, ୨୩୨୦୨୦ (ଅଫିସ)

ଜିଲା ମୁଖ୍ୟ ଚିକିତ୍ସାଧିକାରୀ

୯୪୩୯୯୮୭୧୦୦

ଅଗ୍ନିଶମ କାର୍ଯ୍ୟାଳୟ

୨୩୨୩୩୩

ଜନସ୍ଵାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ

୨୩୪୬୪୭ (ଅଫିସ)

ମ୍ୟୁନିସିପାଲିଟି ଅଫିସ

୨୩୨୭୯୦

ବିଦ୍ୟୁତ୍ ନିର୍ବାହୀ ଯନ୍ତ୍ରୀ

୨୩୨୦୨୪

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

୨୩୨୭୮୨

ଜିଲା ଶିଶୁ ସୁରକ୍ଷା ୟୁନିଟ୍

୨୩୧୮୮୬

ଅନ୍ୟାନ୍ୟ ସୂଚନା

ଚିକିତ୍ସାଳୟ / ଚିକିତ୍ସାସେବା

ବଲାଙ୍ଗୀର ଜିଲ୍ଲା ସଦର ମହକୁମାରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି । ଏହି ଚିକିତ୍ସାଳୟରେ ଦୈନିକ ଆଉଡୋରକୁ ହାରାହାରି ୧୨୦୦ ରୋଗୀ ଆସୁଛନ୍ତି ।

ଜିଲା ମୁଖ୍ୟ ଚିକିତ୍ସାଳୟ

ଏଠାରେ ସାଧାରଣ ରୋଗୀସେବା ସହ ସ୍ୱତନ୍ତ୍ର ସେବା ଯାହା ଜନସଂଖ୍ୟା ପେଡିଆଟ୍ରିକ୍ ଇଣ୍ଟେନସିଭ କେୟାର ୟୁନିଟ୍ (ପିଆଇସିୟୁ), ସ୍ପେଶାଲ ନିଉବର୍ନ କେୟାର ୟୁନିଟ୍ (ଏସଏସିୟୁ), ହାଇ ଡିପେଣ୍ଡେନ୍‌ସି ୟୁନିଟ୍ (ଏଚଡିୟୁ), ନିଉଟ୍ରିସନ୍ ଲିହାବ୍ଲିଟେସନ୍ ସେଣ୍ଟର (ଏନଆରସି), ଇନଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ), ସେଣ୍ଟ୍ରାଲ ଷ୍ଟେରିଲ ସପ୍ଲାଏ ଡିପାର୍ଟମେଣ୍ଟ (ସିଏସଏସଡି), ସର୍ଜିକାଲ ଇନଟେନସିଭ କେୟାର ୟୁନିଟ୍ (ଏସଆଇସିୟୁ), ମେଡିକାଲ ଇନଟେନସିଭ କେୟାର ୟୁନିଟ୍ (ଏମଆଇସିୟୁ), ଇନଟେନସିଭ କ୍ରିଟିକାଲ କେୟାର ୟୁନିଟ୍ (ଆଇସିସିୟୁ) ସୁବିଧା ରହିଛି ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁଯାୟୀ ବଲାଙ୍ଗୀର ମ୍ୟୁନିସିପାଲିଟିର ଜନସଂଖ୍ୟା ୯୮,୨୧୧। ଏଥିରୁ ୪୭,୬୪୨ ମହିଳା ୫୦, ୫୬୨ ପୁରୁଷ ଓ ଅନ୍ୟ ବର୍ଗ ୭ ରହିଥିଲା ।

ବଲାଙ୍ଗୀର ମ୍ୟୁନିସିପାଲିଟି

ସ୍ଵାଧୀନତା ପୂର୍ବରୁ ପାଟଣା ଷ୍ଟେଟ୍ ମ୍ୟୁନିସିପାଲିଟି ଆକ୍ଟ ବଳରେ ୧୯୩୮ ମସିହା ଏପ୍ରିଲ ମାସରେ ୧୫ଜଣ ସଦସ୍ୟଙ୍କୁ ନେଇ ବଲାଙ୍ଗୀର ମ୍ୟୁନିସିପାଲିଟି କମିଟି ଗଠନ କରାଯାଇଥିଲା । ତେବେ ସ୍ୱାଧୀନତା ପରେ ବଲାଙ୍ଗୀର ସହରରେ ୧୬ ଏପ୍ରିଲ ୧୯୫୧ ମସିହାରେ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ-୧୯୫୦ କାର୍ଯ୍ୟକାରୀ ହୋଇଥିଲା।

ସିନେମା ହଲା / ପାର୍କ

ସହରରେ ରମାଁଇ ଟକିଜ୍, ବ୍ଲ୍ୟୁ ଲାଗୁନ୍ ଟକିଜ୍ ଓ ରୟାଲ ଭିଡ଼ିଓ ଏଭଳି ୩ଟି ସିନେମା ହଲ ରହିଛି । ସେହିଭଳି ରାଜେନ୍ଦ୍ର ପାର୍କ, ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ, ଗ୍ରୀନ୍ ପାର୍କ, କୋଶଳ ପାର୍କ ଏଭଳି ୪ଟି ପାର୍କ ରହିଛି ।

ରାଜଧାନୀ ଠାରୁ ଦୂରତା

ବଲାଙ୍ଗୀର ସହର ରାଜଧାନୀ ଭୁବନେଶ୍ଵର ଠାରୁ ସଡ଼କ ପଥରେ ୩୨୭ କିଲୋମିଟର ଓ ରେଳପଥରେ ୩୯୭ କିଲୋମିଟର ଦୂରତାରେ ରହିଛି । ତେବେ ଖୋର୍ଦ୍ଧା -ବଲାଙ୍ଗୀର ନିର୍ମାଣାଧୀନ ରେଳପଥ ସମାପ୍ତ ହେଲେ  ଏହି ଦୂରତା ଢ଼େର କମିଯିବ ।

ଜାତୀୟ ରାଜପଥ

ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୧୫୧ କିଲୋମିଟର ଜାତୀୟ ରାଜପଥ ରହିଛି । ବଲାଙ୍ଗୀର ଜିଲା ସଦର ମହକୁମାକୁ । ଜାତୀୟ ରାଜପଥ ୨୬ ଏବଂ ଜାତୀୟ ରାଜପଥ ରେଳ ଷ୍ଟେଶନ/ରେଳସେବା ୫୭ ଛୁଇଁଛି । ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ୭୫  କିଲୋମିଟର, ବଲାଙ୍ଗୀର – ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ୨୦ କିଲୋମିଟର ଏବଂ ରାୟପୁର ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ଜିଲାରେ ୫୬ କିଲୋମିଟର ଦୂରତା ଅତିକ୍ରମ କରିଛି ।

ରେଳ ଷ୍ଟେଶନ / ରେଳସେବା

ବଲାଙ୍ଗୀର ରେଳ ଷ୍ଟେଶନ ରେଳ ବିଭାଗର ବି ଗ୍ରେଡ୍ ଷ୍ଟେଶନ୍ ମାନ୍ୟତା ଲାଭ କରିଛି ।

ଇଷ୍ଟକୋଷ୍ଟ ରେଲୱେ ଅନ୍ତର୍ଗତ ଏହି ରେଳଷ୍ଟେଶନ୍ ୧୯୬୦-୬୪ ମସିହାରେ ନିର୍ମାଣ କରାଯାଇଥିଲା । ଏହି ଷ୍ଟେଶନରୁ ୯ଟି ସୁପରଫାଷ୍ଟ, ୧୧ଟି ଏକ୍ସପ୍ରେସ ଟ୍ରେନ ଯିବା ଆସିବା କରୁଛି ।

ଆଞ୍ଚଳିକ ପରିବହନ / ଦୂରଗାମୀ ବସସେବା

ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ବଲାଙ୍ଗୀରରୁକୁ  ଭୁବନେଶ୍ଵର, ବ୍ରହ୍ମପୁର, ଜୟପୁର, ନବରଙ୍ଗପୁର, ଦାମନଯୋଡି, କେନ୍ଦୁଝର, ରାଉରକେଲାକୁ ପ୍ରାୟ ୨୦ଟି ଦୂରଗାମୀ ବସସେବା ରହିଛି ।

ଏହାବାଦ୍ ଉପରୋକ୍ତ ସହର ମାନଙ୍କୁ ଯାତାୟାତ ପାଇଁ ୪୦ରୁ ଉର୍ଦ୍ଧ ବଲାଙ୍ଗୀର ଘରୋଇ ବସସେବା ରହିଛି।

ସହରରେ ପାଳିତ ହେଉଥିବା ଗୁରୁପୂର୍ଣ୍ଣି ଉତ୍ସବ

ବଲାଙ୍ଗୀର ଏକ ଐତିହାସିକ ଏବଂ ସଂସ୍କୃତି ସମ୍ପନ୍ନ ସହର ଭାବେ ପରିଚିତ । ଏଠାରେ ବର୍ଷତମାମ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀ ପାଳିତ ହୋଇଥାଏ । ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ, ଶୀତଳଷଷ୍ଠୀ ଯାତ୍ରା, ଶିବରାତ୍ରି ପାଳିତ ହୋଇଥାଏ। ବଲାଙ୍ଗୀର ସହରଠୁ ପ୍ରାୟ ୨୦କିଲୋମିଟର ଦୂର ଖଇରଗୁଡାର ବଡଖଳା ଓ  ସାନଖଲା ଠାରେ ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବଳିପ୍ରଥା ପାଇଁ ଏହି ଯାତ୍ରା ସାରା ଦେଶରେ ଚଳିତ ହୋଇଛି । ଏହାବାଦ୍ ଧାମିକ ପର୍ବ ଭିନ୍ନ ସହରରେ ବଲାଙ୍ଗୀର ଲୋକଉତ୍ସବ,  ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ, ମଠଖାଇ ମହୋତ୍ସବ, ଲୋକକଳା ଉତ୍ସବ,  କୋଶଲୀ ନାଟବାଦୀ, ବହିହାଟ ସହ ବର୍ଷର ବିଭିନ୍ନ ସମୟରେ ଐତିହାସିକ କୌଶଳ କଳାମଣ୍ଡଳ ପଡ଼ିଆ ଉତ୍ସବ ମୁଖର ହୋଇଥାଏ ।

ସଂଗୃହିତ –

  • ବୀରେନ୍ଦ୍ର କୁମାର ଝାଙ୍କର
  • ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ
3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top