অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାରିପଦା

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ । ଏହି ଜିଲାର ପଶ୍ଚିମ ଦିଗରେ ପାଚେରି ସଦୃଶ ଛିଡା ହୋଇଛି ଶିମିଳିପାଳ ପର୍ବତମାଳା । ଶିମିଳିପାଳ ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ଜୈବମଣ୍ଡଳ ଭାବେ ସ୍ୱୀକୃତି ପାଇଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ଏହାକୁ ଅଭୟାରଣ୍ୟ ଘୋଷଣା କରାଯାଇଛି । ଏହାକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଥିବା ସୂଚନା ରହିଛି । ଶିମିଳିପାଳ ପର୍ବତମାଳାରୁ ଭଦ୍ର ଗୋଡାନାଳ ଓ ରାଜାବସା ନାମକ ଦୁଇଟି ଚିରସ୍ରୋତା ଜଳଧାରା ‘ବଳଙ୍ଗହୁଡି' ନାମକ ସ୍ଥାନରେ ମିଶି, ସେହି ଠାରୁ ‘ବରେହିପାଣି’ (ଦଉଡ଼ିଭଳି ଆକାରରେ) ଜଳପ୍ରପାତର ରୂପ ନେଇଛି ।  ବଳଙ୍ଗ ହୁଡିରୁ ଝରି ଆସିଥିବା ଏହି ନଦୀର ନାମ ବୁଢାବଳଙ୍ଗ ହୋଇଛି । ଏହା ବାରିପଦା ସହର ଦେଇ ୧୭୫ କି.ମି. ଅତିକ୍ରମ କରି ବାଲେଶ୍ୱର ଜିଲାର ବଳରାମଗଡି ଠାରେ ବଙ୍ଗୋପସାଗରରେ ମିଶିଛି ।

ଏ ଜିଲାର ମୁଖ୍ୟ ନଦୀ ବୁଢାବଳଙ୍ଗ । ଏହା କୂଳରେ ଅବସ୍ଥିତ ବାରିପଦା ସହର । ଚାରିପଟକୁ ଘେରି ରହିଛି ନଦୀର ଜଳ ଧାରା । ତାହାରି ମଝିରେ ଅବସ୍ଥିତ ଏହି ସହରକୁ ବାରି ବା ଜଳଧାରା ଘେରି ରହିଥିବାରୁ ସହରର ନାଁ ବାରିପଦା ହୋଇଥିବା କୁହାଯାଏ ।

ପୂର୍ବ ଗଡ଼ଜାତ ରାଜାଙ୍କ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟର ରାଜଧାନୀ ଖୁଙ୍ଗାକୋର୍ଟଠାରେ ଥିଲା । ଏହି ସ୍ଥାନ ଆଜିର ଖୁଟିଂ । ବହଳଦା, ହରିପୁରରେ ରାଜଧାନୀ ଥିବାର ଐତିହାସିକ ପ୍ରମାଣ ରହିଛି। ଏହାର କିଛି ଦିନ ପରେ ବାରିପଦାରେ ଗଢି ଉଠିଥିଲା  ରାଜଧାନୀ । ମହାରାଣୀ ସୁମିତ୍ରାଦେବୀ ୧୭୯୬ ରୁ ୧୮୧୧ ପର୍ଯ୍ୟନ୍ତ ଶାସନ ଭାର ଗ୍ରହଣ କରିଥିଲେ। ବଣ ଜଙ୍ଗଲ ଘେରା ବାରିପଦାର ସୀମା ସରହଦ କ୍ରମେ ବଢିବାରେ ଲାଗିଛି । ଗଢିଉଠିଥିବା ରାଜଭବନ ସଂସ୍କାରିତ ହୋଇ ଗଢି ଉଠିଛି ଆଧୁନିକ ବାରିପଦା । ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଅରଣ୍ୟ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଓ ଗମନାଗମନ ସବିଧା ବିକଶିତ ହୋଇଛି ।

ବନବିଭାଗ  କାର୍ଯ୍ୟାଳୟ, ପୌର ପରିଷଦ କାର୍ଯ୍ୟାଳୟ,ଆରକ୍ଷୀ ଅଧୀକ୍ଷକ ନିବାସ, ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମକେନ୍ଦ୍ର, ଜୁବୁଲି ଲାଇବ୍ରେରୀ, ଫାୟାର ଷ୍ଟେଶନ୍,ଏୟାରପୋର୍ଟ ଓ ଜନାନା ହସ୍ପିଟାଲ, କୁଷ୍ଠାଶ୍ରମ, ଲକ୍ଷ୍ମୀ କୁମାରୀ ଧର୍ମଶାଳା, ଲକ୍ଷ୍ମୀ କୁମାରୀ ବାଗାନ୍, ମଧୁବନ ଆମ୍ବ ବାଗାନ୍,  ଘୋଡାଶାଳ, ହାତୀଶାଳ, ବାଘଘର, ଘୋଡାଶାଳ ବନ୍ଧ, ରାଣୀବନ୍ଧ, ହାତୀ ଗାଧୋଇବା ବନ୍ଧ(ଡାହାଣୀ ଗଡ଼ିଆ), ହେମସାଗର ପୋଖରୀ, ଚାପଲ ପୋଖରୀ, ବଡ ପୋଖରୀ, ମୁନିସିବନ୍ଧ, ଖିରୀବନ୍ଧ, ମାତାପୋଖରୀ, ରଜାବସାବନ୍ଧ ପ୍ରଭୃତି ପୁରାତନ ଓ ଆଧୁନିକ ସଂସ୍କୃତିର । ପରିଚୟ ବହନ କରିଛି । ବାରିପଦାରେ ହେଉଥିବା ରଥଯାତ୍ରାରେ ମାତା ସୁଭଦ୍ରାଙ୍କ ରଥକୁ କେବଳ ନାରୀମାନେ ଟାଣିଥାନ୍ତି । ବାରିପଦାକୁ ୨ୟ ଶ୍ରୀକ୍ଷେତ୍ର କୁହାଯାଏ । ସାଂସ୍କୃତିକ ପ୍ରତିଷ୍ଠାନ ଛଉ ନୃତ୍ୟ ପାଇଁ ଏହା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏଠାରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ରକ୍ଷଣବେକ୍ଷଣ ଅଭାବରୁ ଏହି ଐତିହାସିକ ବଗ ଶ୍ୟାମଲଗଡ଼ ତାର ଅସ୍ତିତ୍ଵ ହରାଇ ସ୍ଵରୁପ ନଗରରେ ପରିଣତ ହୋଇଛି । ରାଜଶାସନ ଅମଳ ଗତେ ଦେଶ ପରାଧୀନ ହେବା ପରେ ସରକାରଙ୍କ ଦ୍ଵାରା ପରିଚାଳିତ ବାରିପଦା  ପୌରପରିଷଦ ୨୮ଟି ୱାର୍ଡରେ ବିଭକ୍ତ ହୋଇଛି । ୨୦୧୧ ଜନଗଣନା ଅନୁଯାୟୀ ବାରିପଦା ସହରର ଜନସଂଖ୍ୟା ୧,୦୯,୭୪୩  ରହିଥିଲା । ବାରିପଦା ସହର ଏବେ ବହୁ ସମ୍ପ୍ରସାରିତ ହୋଇଥିବାରୁ ବ୍ୟବସାୟ କ୍ଷେତ୍ରରେ ବହୁ ଅଗ୍ରଗତି ଘଟିଛି । ୬୨ ପ୍ରକାର ଜନଜାତି ସହରରେ ବସବାସ କରୁଛନ୍ତି । ସବୁଧର୍ମର ସମୟର ଏହା କ୍ଷେତ୍ର ପାଲଟିଛି । ସହରର ଭାଇଚାରା ଓ ଭକ୍ତିଭାବନା ନିଆରା । ଆଧୁନିକ  ବାରିପଦାକୁ ଲକ୍ଷ୍ୟ କଲେ ଜଣାଯାଏ ଶିକ୍ଷା ସଭ୍ୟତାର ବିକାଶ ପାଇଁ ସହରରେ ୨୨ଟି ଉଚ୍ଚ ବିଦ୍ୟାଳୟ, +୨ ମହାବିଦ୍ୟାଳୟ ୧୦ଟି, +୩ ମହାବିଦ୍ୟାଳୟ ମଧ୍ୟ ୧୦ଟି, ଶିଳ୍ପ ତାଲିମ କେନ୍ଦ୍ର ପ୍ରାୟ ୪ଟି, ଆଇନ ମହାବିଦ୍ୟାଳୟ ୧ଟି, ସରକାରୀ ମେଡିକାଲ କଲେ ୧ଟି, ବିଶ୍ଵବିଦ୍ୟାଳୟ ୧ଟ, ରେଡ଼ିଓ ଷ୍ଟେଶନ ୧ଟ ଓ ୬ଟ ପାକ ସହରର ଗୌରବ ବଢାଉଛି ।

ସଂସ୍କୃତି ସମ୍ପନ୍ନ ଏହି ସହର କବି, ସାହିତ୍ୟିକ, ଗବେଷକ, ଶିଳ୍ପୀ, ଅଭିନେତା ଅଭିନେତ୍ରୀ, ଐତିହାସିକ, ସମାଜସେବୀ ଓ ସଂଗଠନଙ୍କୁ ନେଇ ଗର୍ବ କରେ । ଏହି ସହରର ଅବାସୀମାନେ ଶାନ୍ତ ପ୍ରିୟ ଓ ଧୈର୍ଯ୍ୟଶୀଳ । ରାଜା ରାକୁଡା ସମୟରୁ ବାରିପଦା ଏକ ପର୍ଯ୍ୟଟନସ୍ଥଳୀ   କହିଲେ ଅତ୍ୟୁକ୍ତି ହେବନାହିଁ ।

ଐତିହାସିକ ପୃଷ୍ଠଭୂମି

ଏକଦା ବାରିପଦା ମୟୂରଭଞ୍ଜ ରାଜ୍ୟର ରାଜଧାନୀ ଥିଲା । ୧୫ଶହ ଶତାବ୍ଦୀରୁ ଭଞ୍ଜ ବଂଶୀୟ ରାଜା ମୟୂରଭଞ୍ଜରେ ଶାସନ କରୁଥିଲେ। ପୂର୍ବରୁ ହରିପୁର ଗଡ ମୟୁରଭଞ୍ଜର ରାଜଧାନୀ ଥିଲା । ୧୮୦୪ରେ ମହାରାଜେଶ୍ଵରୀ ସୁମିତ୍ରା ଦେବୀ ବୁଢ଼ାବଳଙ୍ଗ ଓ ଚିପଟ ନଦୀର ସଙ୍ଗମ ସ୍ଥଳରେ ରାଜ ଉଆସ ନିର୍ମାଣ କରିଥିଲେ । ଏହା ପରଠାରୁ ବାରିପଦା ରାଜଧାନୀରେ ପରିଣତ ହୋଇଥିଲା । ବର୍ତ୍ତମାନ ଏହି ପୁରାତନ ରାଜ ପ୍ରାସାଦରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କନିଷ୍ଠ ମହାବିଦ୍ୟାଳୟ ଚାଲିଛି ।

ଭୌଗୋଳିକ ସ୍ଥିତି

ବାରିପଦା ପୌର ପରିଷଦ ୧୯୦୫ ମସିହା ଜୁଲାଇ ୧ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା । ୧୯୨୨ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ପୌର ପରିଷଦ ରେଗୁଲେଶନ ଆକ୍ଟ ବଳରେ ଚାଲିଥିଲା । ୧୯୨୨ ମସିହାରେ ବିହାର- ଓଡିଶା । ମ୍ୟୁନିସିପାଲିଟି ଆକ୍ଟ ପ୍ରଚଳିତ ହେଲା । ଦେଶ ସ୍ଵାଧୀନ ହେବା ପରେ ୧୯୫୦ରେ ଓଡିଶା ମ୍ୟୁନିସିପାଲଟି ଆକ୍ଟ ଅନୁଯାୟୀ ବାରିପଦା ପୌର ପରିଷଦ ପରିଚାଳିତ ହୋଇଆସୁଛି । ୧୯୫୧ରେ ୧୦ ୱାର୍ଡ ଥିବା ବେଳେ ଏହି ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ସମୁଦ୍ର ପତ୍ତନ ଠାରୁ ୧୧୮ ଫୁଟ ଉପରେ ଥିବା ବାରିପଦା ସହରର ଆୟତନ ୨୯ ବର୍ଗ କି.ମି. ହେବ । କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ଏବେ ସହରରେ କାର୍ଯ୍ୟକାରୀ ହେଉଛି ।

ରେଳ ଷ୍ଟେଶନ

ଗଡ଼ଜାତ ଶାସନ ବେଳରୁ ପ୍ରଥମେ ବାରିପଦାରେ ଆରମ୍ଭ ହୋଇଥିଲା ରେଳସେବା । ସହରର ବାରିପଦା ଓ ଭଞ୍ଜପୁରଠାରେ ଦୁଇଟି ରେଳ ଷ୍ଟେଶନ ରହିଛି । ଏଠାରୁ ଭୁବନେଶ୍ଵର, କଲିକତା, ବାଲେଶ୍ଵର, ରୁପସା, ବାଙ୍ଗିରିପୋଷୀକୁ ରେଳ ଚଳାଚଳକରୁଛି । ବାଙ୍ଗିରିପୋଷୀ-ଭୁବନେଶ୍ଵର ସୁପରଫାଷ୍ଟ ଏକ୍ସପ୍ରେସ, ଭଞ୍ଜପୁର-ଶାଲିମୋର ଇଣ୍ଟରସିଟି ଏକ୍ସପ୍ରେସ ଓ ଅନ୍ୟ ୬ ଟି ଡିଏମୟ ଯାତ୍ରୀଙ୍କୁ ସେବା ଯୋଗାଉଛି । ୧୯୦୪ରେ ବାରିପଦାରେ ତତ୍କାଳୀନ ମହାରାଜା ପ୍ରଥମେ ରେଳସେବା ଆରମ୍ଭ କରିଥିଲେ । ଏହା ମଧ୍ୟରେ ଶହେ ବର୍ଷରୁ ଉର୍ଷ ସମୟ ବିତି ଯାଇଥିଲେ ବି ରେଳସେବା ଓ ଏହାର ବିକାଶ କାର୍ଯ୍ୟ ଆଶାନୁରୂପ ହୋଇପାରିନି। ବାରିପଦା ରେଳଷ୍ଟେଶନ ଡି ଗ୍ରେଡ ମାନ୍ୟତା ପାଇଛି । ଖଡଗପୁର ଡିଭିଜନ ଅଧୀନରେ ଥିବା ଏହି ରେଳପଥର ବିକାଶ ପାଇଁ । କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଥିବାରୁ ରେଳପଥ । ସମ୍ପ୍ରସାରଣ ଭଳି କାର୍ଯ୍ୟ ଯୋଜନାରେ ଅଟକିଛି ।

ରାଜଧାନୀ ଠାରୁ ଦୂରତା

ବାରିପଦାରୁ ଭୁବନେଶ୍ଵରର ଦୂରତା ୨୫୦ କି.ମି. । ରେଳପଥରେ ଦୂରତା ୨୭୫ କି.ମି.। ଯାତାୟାତ ପାଇଁ ଉଭୟ ସଡକ ଓ ରେଳପଥ ସୁବିଧା ଯୋଗୁ କଳା ସଂସ୍କୃତିର ସହର ବାରିପଦା ପର୍ଯ୍ୟଟକ ଓ ବହିରାଗତଙ୍କ ପାଇଁ ଆକର୍ଷଣୀୟ ହୋଇ ରହିଛି । ସରକାରୀ ଓ ବେସରକାରୀ ଶୀତତାପ ନିୟନ୍ତ୍ରିତ ବସ୍ ମଧ୍ୟ ଏଠାକୁ ନିୟମିତ ଚଳାଚଳ କରୁଛି । ବାରିପଦା ମୁଖ୍ୟ ସହର ଉପକଣ୍ଠ ଦେଇ ୧୮ ନଂ ଜାତୀୟ ରାଜପଥ ଯାଇଛି । ଏହାର ଗୋଟିଏ ପାର୍ଶ୍ଵରେ ବାରିପଦା ମୁଖ୍ୟ ସହର ଥିବା ବେଳେ ଅନ୍ୟ ପଟେ ରହିଛି ତକତପୁର ।

ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ

  1. ଦୁର୍ଗା ନର୍ସିଂହୋମ
  2. ଗାୟତ୍ରୀ ନର୍ସିଂହୋମ
  3. ଗ୍ରାହାମ ଷ୍ଟେନ୍ସ ମେମୋରିଆଲ ହସ୍ପିଟାଲ, କଚେରୀ ରୋଡ
  4. ଜୀବନଦୀପ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର
  5. ସାଇ ଏକ୍ସରେ ପାଥ ଆଣ୍ଡ ନର୍ସିଂହୋମ
  6. ମିଶ୍ର ନର୍ସିଂହୋମ, ବାଘଡା ରୋଡ
  7. ଜୟା ହସ୍ପିଟାଲ, ଆନନ୍ଦ ବଜାର

ସ୍ଵତନ୍ତ୍ର ଖାଦ୍ୟ

ଐତିହାସିକ ବାରିପଦା ସହରରେ ଲୋକଙ୍କ ଚଳଣି, ଖାଦ୍ୟ ରୁଚି ନିଆରା । ବାରିପଦା କଥା କହିଲେ ପ୍ରଥମେ ବାରିପଦା ମୁଢି ନାମ ମନକୁ  ଆସିଥାଏ । ଧନୀଠାରୁ ଗରିବ ସମସ୍ତଙ୍କ ଘରେ ମୁଢି ମାଂସର ଢେର ଆଦର । ମୁଢ଼ିର ଚାହିଦାକୁ ଦେଖି ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ପ୍ରତି ପଞ୍ଚାୟତରେ ମୁଢ଼ି କାରଖାନା ଗଢି ଉଠିଛି ।

ବିଭିନ୍ନ ଦୋକାନରେ ତରକାରି ସହିତ ମୁଢ଼ି ପରଷା ଯାଇଥାଏ । ସେହିଭଳି ମୁଢି ସହିତ ମାଂସ ପରଷା ଯାଏ। ମସଲା ମୁଢ଼ି, ଆଳୁଦମ ମୁଢ଼ି ଏବଂ ମୁଢ଼ି ମାଂସ ଖାଇବାକୁ ଲୋକେ ଭଲ ପାଆନ୍ତି । ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ କିମ୍ବା ଅନ୍ୟାନ୍ୟ ଜାଗାରୁ ଲୋକେ ବାରିପଦା ଆସିଲେ ପ୍ରଥମେ ମାଂସ ମୁଢ଼ି ଖାଇବାକୁ ଖୋଜିଥାନ୍ତି । କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଏହି ମୁଡ଼ିକୁ ବିଶ୍ୱସ୍ତରକୁ ପହଞ୍ଚାଇବା ପାଇଁ ଯୋଜନା ରଖିଛି ।

ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କ ନାମ

ଯତୀନ ଦାସ (ଆନ୍ତର୍ଜାତିକ ସ୍ତରୀୟ ଚିତ୍ରଶିଳ୍ପୀ), ନନ୍ଦିତା ଦାସ (ବଲିଉଡ ଅଭିନେତ୍ରୀ), ଉତ୍ତମ ମହାନ୍ତି ଓଡ଼ିଆ ସିନେ ଅଭିନେତା), ଅସିତ୍ ପତି( ଓଡ଼ିଆ ସିନେ ଅଭିନେତା), ବାବୁସାନ (ଓଡିଆ ସିନେ ଅଭିନେତା), ସ୍ଵରାଜ ବାରିକ। (ଓଡ଼ିଆ ଅଭିନେତା), ଅନିମେଶ ଘୋଷ (ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିଶୁ କଳାକାର) ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ ବାରିପଦା ସହରର ଜନସଂଖ୍ୟା ୧,୦୯,୭୪୩ । ସେଥିରୁ ୫୭ ହଜାର ୮ ଜଣ ମହିଳା ଓ ୫୩ ହଜାର ୫୦ ପୁରୁଷ । ସେମାନଙ୍କ ମଧ୍ୟରୁ ୮୯ ହଜାର ୪୨୧ ଶିକ୍ଷିତା ସେହିପରି ୯ ହଜାର ୯୩୩ ଜଣ ଶିଶୁ ଅଛନ୍ତି । ୫ ହଜାର ୨୨୮ ଜଣ ପୁଅ ଏବଂ ୪ ହଜାର ୭୦୫ ଝିଅ ଥିବା ପ୍ରକାଶ । ସହରର ୧ ହଜାର ପୁଅଙ୍କ ମଧ୍ୟରେ ୯ଶହ ଝିଅ ଅଛନ୍ତି । ୨୦୧୪ ମ୍ୟୁନିସିପାଲିଟି ନିର୍ବାଚନ ଅନୁସାରେ ବାରିପଦା ସହରରେ ଭୋଟର ସଂଖ୍ୟା ୬୮ ହଜାର ୮୫୪ ଥିଲା। ସେଥିରୁ ୩୫ ହଜାର ୩୦୮ ପୁରୁଷ ଓ ୩୩ ହଜାର ୫୪୬ ମହିଳା । ବର୍ତ୍ତମାନ ଏହି ସଂଖ୍ୟା ୭୪ ହଜାର ୧୧୩କୁ ବୃଦ୍ଧି ପାଇଛି ।

ଦ୍ଵିତୀୟ ଶ୍ରୀକ୍ଷେତ୍ର

ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ପାଇଁ ବାରିପଦା ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚୟ ହାସଲ କରିଛି । ଏଠି ରଥ ଯାତ୍ରାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି । ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥ ଟଣା ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଅଭିନବ ଝଲକ ଦେବାକୁ ମିଳେ । ରଥଯାତ୍ରା ବ୍ୟତୀତ ସହରରେ ବସବାସ କରୁଥିବା କୁଡୁମି ସମ୍ପ୍ରଦାୟର ଲୋକେ ମକର ପର୍ବକୁ ଜାକଜମକରେ ପାଳନ କରିଥାନ୍ତି । ମକର ସଂକ୍ରାନ୍ତିରେ ଟୁସୁ ଦେବୀଙ୍କୁ ପୂଜା କରାଯାଏ । ସତୀତ୍ଵ ରକ୍ଷା କରିବାକୁ ଯାଇ ନିଜ ପ୍ରାଣ ତ୍ୟାଗ କରିଥିବାରୁ ଟୁସୁଙ୍କୁ ପବିତ୍ରତାର ପ୍ରତୀକ ଭାବେ ପୂଜା କରାଯାଏ । ଅନ୍ୟ ପର୍ବପର୍ବାଣି ଓ ଉତ୍ସବ ମରେ ଭଞ୍ଜପୁରଠାରେ ମା’ ଜଗଦ୍ଧାତ୍ରୀଙ୍କ ମେଳା, ଦେଉଳି ସାହିରେ କୁମାର ଉତ୍ସବ, ଛଉ ପଡ଼ିଆରେ ମୟୂରଭଞ୍ଜ ମହୋତ୍ସବ ଓ ଇୟଫୋରିଆ ଧୁମଧାମରେ ପାଳନ କରାଯାଏ । ଗଡଜାତ ଅମଳରୁ ସମର କଳାକୁ ନେଇ ପ୍ରଦର୍ଶିତ ହେଉଥିବା । ଛଉ ନୃତ୍ୟ ଏହି ମାଟିରେ ସ୍ୱତନ୍ତ୍ର ପରିଚୟ ବହନ କରି ଆସିଛି । ପ୍ରତି ବର୍ଷ ଚୈତ୍ର ମାସରେ ପର୍ବ ପାଳିତ ହୋଇଥାଏ । ଛଉ ନୃତ୍ୟର ଉନ୍ନତି ପାଇଁ ଜିଲା ପ୍ରଶାସନ ଏବେ ପ୍ରୋଜେକ୍ଟ ଛାଉଣି କାର୍ଯ୍ୟକାରୀ କରୁଛି । ବାରିପଦା ସହରରେ ଛଉ ନୃତ୍ୟ ଏକାଡେମି ରହିଛି ।

ଅଧିକ ସୂଚନା

କଲ୍ୟାଣପଣ୍ଡପ / ସିନେମାହଲ

ବିବାହ ବ୍ରତ ଆଦି କାର୍ଯ୍ୟକ୍ରମ ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଛଉ ପଡ଼ିଆ ପାଖରେ କଲ୍ୟାଣ ମଣ୍ଡପ ରହିଛି । ବ୍ୟବସାୟିକ ଉଦ୍ଦେଶ୍ୟରେ ଷ୍ଟେଶନ ବଜାରରେ ବିବାହ ମଣ୍ଡପ, ଉଦଳା ରୋଡରେ ସାଇ ବିନାୟକ ମଣ୍ଡପ, ଚିତ୍ରତା ରୋଡ଼ରେ ମ୍ୟାରେଜ ପ୍ୟାଲେସ, ରଘୁନାଥପୁରରେ ଗଣେଶ ମଣ୍ଡପ, ସ୍ଵସ୍ତିକ ହୋଟେଲ କଲ୍ୟାଣ ମଣ୍ଡପ, ଛଉ ପଡ଼ିଆ ନିକଟରେ କ୍ରିଷ୍ଣା ମଣ୍ଡପ, ବେଲଗଡ଼ିଆ ନିକଟରେ ବୀଣାପାଣି ମଣ୍ଡପ, ମୁର୍ଗାବାଡି କୋଷ୍ଠା ରୋଡରେ କଲ୍ୟାଣ ମଣ୍ଡପ, ଉଦଳା ରୋଡରେ ସାଗର ପ୍ୟାଲେସ ରହିଛି । ସେହିପରି ଗୋଶାଳା ଛକରେ ୨ ଟି ବିବାହ ମଣ୍ଡପ ଥିବା ବେଳେ ଦାରୋଗାଡ଼ାହି ଗୋଲେଇ ନିକଟରେ ତୁଳସୀ ମଣ୍ଡପ, ପାଳବଣୀ ଗୋଲେଇ ନିକଟରେ କେସି ମଣ୍ଡପ, ଅମ୍ବିକା ମନ୍ଦିର ନିକଟରେ କଲ୍ୟାଣ ମଣ୍ଡପ ମୋଟ ୧୪ ଟି ଘରୋଇ ମଣ୍ଡପ ରହିଛି ।  ବାଘଡାରୋଡ 'ଜଗଦ୍ଧାତ୍ରୀ ଚିତ୍ରାଳୟ', ବିଜୁପଟ୍ଟନାୟକ ଗୋଲେଇରେ  ‘ରକ୍ସି ସିନେମା’ଟକିଜ ରହିଛି ।

ପାର୍କ

ଲୋକେ ସକାଳେ କିମ୍ବା ସନ୍ଧ୍ୟାରେ ମନକୁ ହାଲ୍‌କା କରିବା ପାଇଁ ପାର୍କ ଆଦି ସ୍ଥାନକୁ ଯାଇଥାନ୍ତି । ଏହାକୁ ଗୁରୁତ୍ଵ ଦେଇ ମ୍ୟୁନିସିପାଲିଟି ତରଫରୁ ୭ ଟି  ପାର୍କ ଥିବା ବେଳେ ଆହୁରି ୨ ଟି ପାର୍କ ନିର୍ମାଣ କରାଯାଉଛି। ସହରରେ ଜୁବୁଲି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଚିଲଡ୍ରେନ୍ ପାର୍କ(ଶିଶୁ ଉଦ୍ୟାନ), ଭୁଗୁଡାକଟା ପାର୍କ, ତିନିକୋଣିଆ ପାର୍କ, ଗାନ୍ଧି ପାର୍କ ଓ ଦେଉଳସାହି ପାର୍କ ରହିଛି । ପ୍ରତିଦିନ ଏହି  ପାର୍କଗୁଡିକରେ ଭିଡ ପରିଲକ୍ଷିତ ହୁଏ ।

ଶ୍ମଶାନ

ସହରବାସୀଙ୍କ ପାଇଁ ମଧୁବନ ନିକଟସ୍ଥ ବାରୁଣୀ, ମାରବାଡି ଶ୍ମଶାନ ଓ ଦାରୋଗାଡାହି ଗୋଲେଇ ଛକ ନିକଟରେ ଶ୍ମଶାନ ରହିଛି ।

ସମ୍ମିଳନୀ କକ୍ଷ

ଜିଲା ପ୍ରଶାସନ ଅଧୀନରେ ମୁର୍ଗାବାଡିରେ ପ୍ରୟାସ ସମ୍ମିଳନୀ କକ୍ଷ, ଶହୀଦ ସ୍ମତି ଭବନ, ଡିଆରଡିଏ ସମ୍ମିଳନୀ କକ୍ଷ ଓ ବନ ବିଭାଗ ପକ୍ଷରୁ ସଙ୍କଳ ସମ୍ମିଳନୀ କକ୍ଷ ରହିଛି । ଏହା ସହିତ ମ୍ୟୁନିସିପାଲିଟିର ଏକ ସମ୍ମିଳନୀ କକ୍ଷ ରହିଛି। ସଭା ସମାବେଶ  ଆୟୋଜନ ଯୋଗୁ ଏସବୁ ସମ୍ମିଳନୀ କକ୍ଷ ବର୍ଷର ବିଭିନ୍ନ ସମୟରେ ବ୍ୟସ୍ତ ବହୁଳ ରହୁଛି ।

ସ୍ୱାସ୍ଥ୍ୟ ସେବା

ବାରିପଦା ସହର ଉପକଣ୍ଠରେ ପ୍ରତିଷ୍ଠିତ ହୋଇଛି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ। ଏଥିରେ ଶହେ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଉନ୍ନୀତ କରାଯାଇ ମେଡ଼ିକାଲ କଲେଜ ହସ୍ପିଟାଲ ବ୍ୟବସ୍ଥା କରାଯାଉଛି। ସହରବାସୀଙ୍କୁ ଉନ୍ନତ ମାନର ଚିକିତ୍ସା । ସୁବିଧା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି ।

ଶିକ୍ଷାନୁଷ୍ଠାନ

  1. ବାରିପଦା ତକତପୁରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
  2. ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ।
  3. ଆଇନ ମହାବିଦ୍ୟାଳୟ
  4. ବିଏଡ୍ ମହାବିଦ୍ୟାଳୟ
  5. ଆୟୁର୍ବେଦିକ ମହାବିଦ୍ୟାଳୟ
  6. ହୋମିଓପାଥି ମହାବିଦ୍ୟାଳୟ
  7. ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟ
  8. ବାରିପଦା ମହାବିଦ୍ୟାଳୟ
  9. ଶ୍ରୀମା ମହାବିଦ୍ୟାଳୟ
  10. ମୟୂରଭଞ୍ଜ ସ୍କୁଲ ଅଫ ଆକାଉଣ୍ଟାନ୍ସି
  11. ଦତ୍ତ ରେସିଡେନ୍ସିଆଲ କଲେଜ

ବୈଷୟିକ ତାଲିମ କେନ୍ଦ୍ର

  1. ପୂର୍ଣ୍ଣଚନ୍ଦ୍ର ଶିଳ୍ପ ତାଲିମ କେନ୍ଦ୍ର
  2. ତକତପୁର ଟିଟିଆଇ
  3. ରାଖାଲଚନ୍ଦ୍ର ଆଇଟିଆଇ
  4. ମିଲନଦେବୀ ଆଇଟିଆଇ
  5. ଲିଟିଲଙ୍କାର ଆଇଟିଆଇ
  6. ବାରିପଦା ଆଇଟିଆଇ

ଜରୁରୀ ଫୋନ ନମ୍ବର

ଜିଲାପାଳ

୦୬୭୯୨ ୨୫୨୬୦୬

ବାରିପଦା ଉପଜିଲାପାଳ

୦୬୭୯୨ ୨୫୨୬୦୭

ଏସପି

୦୬୭୯୨ ୨୫୨୬୪୭

ବାରିପଦା ଟାଉନ ଥାନା

୦୬୭୯୨ ୨୫୨୬୦୯

ରେଲୱେ ଇନକ୍ଵାରି

୦୬୭୯୨ ୨୫୨୬୫୭

ଜିଲ୍ଲା ଚିକିତ୍ସାଳୟ

୦୬୭୯୨ ୨୫୨୬୨୯

ଫାୟାର ଷ୍ଟେଶନ, ବାରିପଦା

୦୬୭୯୨ ୨୫୨୭୦୧

ପୋଷ୍ଟ ଅଫିସ, ବାରିପଦା

୦୬୭୯୨ ୨୫୨୬୭୮

ବିଡିଓ, ବାରିପଦା

୦୬୭୯୨ ୨୫୨ ୨୩୮

ସଂଗୃହିତ -

  • ରବି ନାରାୟଣ ଚଲାନ
  • ଶରତ ନାୟକ, ବଳାଙ୍ଗୀ ମହୋତ୍ସବ ପ୍ରତିଷ୍ଠାତା ସମ୍ପାଦକ, ବାରିପଦା

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate