ସେଆର କରନ୍ତୁ

ବାଲେଶ୍ଵର

ଓଡ଼ିଶାର ପ୍ରବେଶପଥ କୁହାଯାଉଥିବା ବାଲେଶ୍ଵର ସହର ବ୍ରିଟିଶ ଅମଳରୁ ବିକଶିତ ହୋଇ ଏବେ ଆଧୁନିକ ଜୀବନଧାରା ସହିତ ତାଳଦେଇ ଆଗକୁ ବଢିଚାଲିଛି ।

ଶିକ୍ଷା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବାଲେଶ୍ଵର ।   ଏକଦା ଓଡ଼ିଶାର ପ୍ରବେଶପଥ କୁହାଯାଉଥିବା ବାଲେଶ୍ଵର ସହର ବ୍ରିଟିଶ ଅମଳରୁ ବିକଶିତ ହୋଇ ଏବେ ଆଧୁନିକ ଜୀବନଧାରା ସହିତ ତାଳଦେଇ ଆଗକୁ ବଢିଚାଲିଛି । ଐତିହ୍ୟ ଓ ସଂସ୍କୃତିସମ୍ପନ୍ନ ଏହି ସହରକୁ ନେଇ ଅଞ୍ଚଳବାସୀ ଗର୍ବ ଅନୁଭବ କରନ୍ତି । ଦୂର ଅତୀତର ହଜିଲା ନୌବାଣିଜ୍ୟ ହେଉ କି ମଧ୍ୟଯୁଗରେ ବିଦେଶୀ ଡଚ୍, ପର୍ତ୍ତୁଗୀଜ୍ ଓ ବ୍ରିଟିଶ ନାବିକଙ୍କ ପଦାର୍ପଣ ସ୍ମୃତିକୁ ଏଯାଏ ସାଇତିରଖିଛି ଏ ସହର । ବ୍ରିଟିଶ ଓ ପତୁଗୀଜ ଶାସକଙ୍କ ଦ୍ଵାରା ନିର୍ମିତ ସୌଧ, ସେତୁ, ସମାଧସ୍ଥଳ ଭଳି ବିଭିନ୍ନ ସ୍ଥାରକୀ ଅତୀତର ମୂକସାକ୍ଷୀ ହୋଇରହିଛି। ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନର ଦରଦ ଏଯାଏ ଭୁଲିନି ଏ ମାଟି ।  ସହର ମଧ୍ୟଭାଗରେ ଥିବା ଶାନ୍ତିକାନନ ଭାଷା ସୁରକ୍ଷା ଆନ୍ଦୋଳନର ଗୌରବ ଗାଥା ଆଜି ବି ସମସ୍ତଙ୍କୁ ମନେ ପକାଇ ଦେଉଛି । ଦେଶ ସ୍ଵାଧୀନ ହେବା ପରେ ଐତିହ୍ୟ ସମ୍ପନ୍ନ ଏହି ସହର ବାଲେଶ୍ଵର ଜିଲା ସଦର ମହକୁମାର ମାନ୍ୟତା ପାଇଛି । ଗଢିଉଠିଛି  କଲେକ୍ଟୋରେଟ୍, କୋର୍ଟକଚେରି ଭଳି ବିଭିନ୍ନ ସରକାରୀ ଅନୁଷ୍ଠାନ । ପଡେଶୀ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସହର ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି। ତା' ସାଙ୍ଗକୁ ଫକୀରମୋହନ ବିଶ୍ଵବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଏହାକୁ ଏଜୁକେଶନାଲ ହବ୍ରେ ପରିଣତ କରିଛି । ସହରବାସୀଙ୍କ ଆଶା, ଆକାଙକ୍ଷାକୁ ନୂଆ ରୂପ ଦେବା ଲାଗି ଉପକଣ୍ଠ ଇଲାକାରେ ଏବେ ଗଢି ଉଠିଛି ମେଡିକାଲ କଲେଜ । ୨୦୧୮ରୁ ଏହା କାର୍ଯ୍ୟକାରୀ ହେବା କେବଳ ସେତିକି ନୁହେଁ, ଓଡ଼ିଆ ଭାଷା, ସାହିତ୍ୟର ଅନ୍ତୁଡିଶାଳ ଭାବେ ପରିଚିତ ବାଲେଶ୍ଵର ଏବେ ପ୍ରଯୁକ୍ତି ଯୁଗର ବିକାଶ ଧାରା ସହ ନିଜକୁ ସାମିଲ କରି ଆଗକୁ ପାଦ ବଜାଉଛି ।  ଅମୃତ ଯୋଜନାରେ ସହରକୁ ବିକଶିତ କରାଯାଉଛି  ।  ବାଲେଶ୍ଵର ଜିଲାରେ କ୍ଷେପଣାସ୍ତ୍ର ଘାଟି, ମନୋରମ ସୁଦୀର୍ଘ ଉପକୂଳ, ପାନ, ମୀନ ଓ ଧାନର ସମ୍ଭାର ଏବଂ କଳା, ସଂସ୍କୃତି ଏ ସହରକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇଛି ।

ସାହିତ୍ୟର ସହର

ସବୁ ସହର ଭିତରେ ବାରି ହୋଇପଡେ ବାଲେଶ୍ଵର । କେଉଁ ପ୍ରାଚୀନ କାଳରୁ ଏ ସହର ତାର ଐତିହ୍ୟ ବଜାୟ ରଖି ଆସିଛି। ଏଠି ବୁଢ଼ାବଳଙ୍ଗର କବିତାକୁ ସ୍ୱର୍ଣ୍ଣଚୂଡ଼ା ସଙ୍ଗୀତରେ ରୂପ ଦେଇଥାଏ । ଉଷା ଏବଂ ଜୟନ୍ତଙ୍କ ପ୍ରେମର୍ଟେଡ଼, ଚୁପ ପାଇଯାଏ କାବ୍ୟକବିତାରେ । ବାଣାସୁରଙ୍କ କନ୍ୟା ଉଷା ବି ପ୍ରେମମଗ୍ନ ହୋଇଯାଏ ଅନିରୁଦ୍ଧଙ୍କ ସହିତ । ଏକଦା ବାଲେଶ୍ଵର ସହର ଦେଇ ସାଧବପୁଅ ନୀଳ ଦରିଆରେ ବୋଇତ ଭସାଇ ଜାଭା, ବାଲି, ସୁମାତ୍ରା ଓ ସିଂହଳକୁ ବଣିଜ କରି ଯାଉଥିଲେ ବୋଲି ଏଠି ଗୁଞ୍ଜୁରି ଉଠୁଥିଲା। ତଅପୋଇର କାହାଣୀ । ଇଂରେଜମାନେ ବାଲେଶ୍ଵର ବନ୍ଦରକୁ ଆସୁ ଆସୁ ବାଟ ଭାଙ୍ଗି କଲିକତା ଚାଲିଯାଇଥଲେ । ଏଥିଲାଗି ଏ ସହର ମହାନଗରୀ ହେବାରୁ ବଞ୍ଚିତ ହୋଇଗଲା ବୋଲି କୁହାଯାଏ । ଏହାସରେ 'ସାରସ୍ଵତ ସହରର ପରିଚୟ ଏ ସହରକୁ ସବୁଠି ଉନ୍ନତ ଶିଖରରେ ପହଞ୍ଚାଇଛି । ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ କାଳରେ ଜନ୍ ବିମ୍ସ  ବାଲେଶ୍ଵରର ଚିଲାପାଳ ଥଲେ । ଓଡ଼ିଆ ସାହିତ୍ୟରେ ରୀତିଯୁଗକୁ ସମ୍ରାନ୍ତ କରିଥିବା ବାଲେଶ୍ଵରର ମାଟିପୁଅ କବି ଦୀନକୃଷ୍ଣ ଦାସଙ୍କ ଉପରେ ପ୍ରଥମ ପ୍ରବନ୍ଧ ଲେଖୁ ଓଡ଼ିଆ ଭାଷାର ପ୍ରାଚୀନତା ଓ ବୈଭବକୁ ପ୍ରତିପାଦନ କରିଥୁଲେ। ସେତେବେଳେ ଓଡ଼ିଆ ବିର୍ଦ୍ଦେଷୀମାନେ ଓଡ଼ିଆ ଭାଷାକୁ ଉଠାଇ ଦେବା ପାଇଁ ଯେଉଁ ଚକ୍ରାନ୍ତ ଆରମ୍ଭ କରିଥିଲେ ତାକୁ ପଣ୍ଡ କରିବା ପାଇଁ ଏମାଟିର ବରପୁତ୍ର ଫକୀରମୋହନ ସେନାପତି 'ସେନାପତି ସାଢି ଉଭା ହୋଇଥିଲେ । ଏଇ ସହରରୁ ହିଁ ଭାଷା ଆନ୍ଦୋଳନର ମୂଳଦୁଆ ପଡ଼ିଥ୍ଲା । ଆଧୁନିକ ଓଡ଼ିଆ ସାହିତ୍ୟ ମଧ୍ୟ ଏଠାକାର ସାଧକଙ୍କ ଦ୍ଵାରା ବିକଶିତ ଓ ସମୃଦ୍ଧ ହୋଇପାରିଛି । ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରଥମ ସ୍ରଷ୍ଟା ଭାବରେ ସାହିତ୍ୟ ସୃଷ୍ଟି କରି ଅନନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି। ପ୍ରଥମ ସଫଳ ଗଳ୍ପ, ପ୍ରଥମ ଉପନ୍ୟାସ, ପ୍ରଥମ ପ୍ରବନ୍ଧ, ପ୍ରଥମ ରମ୍ୟରଚନା, ପ୍ରଥମ ଆମ୍ବଚୀବନ ଚରିତ, ପ୍ରଥମ ଭ୍ରମଣ କାହାଣୀ, ପ୍ରଥମ ଜୀବନୀ କାବ୍ୟ ଏବଂ ପ୍ରଥମ ବ୍ୟାଙ୍କ ସମ୍ପର୍କିତ ଖଣ୍ଡକାବ୍ୟ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ବହୁ ଉପରକୁ ଉଠାଇ ଆଣିଛନ୍ତି । କବିବର ରାଧାନାଥ ରାୟ ଅନୁରୂପ ଭାବେ କାବ୍ୟ ଓ କବିତାରେ ନୂତନତ୍ବ ପ୍ରଦର୍ଶନ କରି ନୂତନ ଯୁଗ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଉନବିଂଶ ଶତାବ୍ଦୀରେ ସାରସ୍ଵତ ସାଧନାରେ ବିଶେଷ କୃତିତ୍ତ୍ଵ ହାସଲ କରିଥିବା ଗୌରୀଶଙ୍କର ରାୟ, ମଧୁସୂଦନ ରାଓ, ମଧୁସୂଦନ ଦାସ, କୁନ୍ତଳା କୁମାରୀ ସାବତ ପ୍ରମୁଖ ବାଲେଶ୍ଵରରେ କିଛିକାଳ ଅବସ୍ଥାନ କରି ତାଙ୍କର ସାହିତ୍ୟ ଚର୍ଚ୍ଚାକୁ ସୁଦୃଢ଼ କରିଥିଲେ। ବାଲେଶ୍ଵରର ପ୍ରତିଭାବାନ ସାରସ୍ଵତ ସାଧକ ଲକ୍ଷ୍ମୀନାରାୟଣ ସାହୁ ପ୍ରଥମ କରି ପଦ୍ମଶ୍ରୀ ଉପାଧୁପ୍ରାପ୍ତ ହୋଇ ଏହି ସହରକୁ ଗୌରବମଣ୍ଡିତ କରିଛନ୍ତି । ଏହି ସହରରେ ଅଧ୍ୟୟନ କରିଥିବା ବାଲେଶ୍ଵରର ବରପୁତ୍ର ମନୋଜ ଦାସ ଓଡ଼ିଆ ଓ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରି ସମଗ୍ର ପୃଥିବୀରେ ନିଜର ପରାକାଷ୍ଠୀ ଦେଖାଇ ପାରିଛନ୍ତି । ସେହିପରି କବି ବ୍ରଜନାଥ ରଥ ଓଡ଼ିଆ ସାହିତ୍ୟକୁ କାବ୍ଯବିଭାରେ ମଣ୍ଡନ କରିଛନ୍ତି । ସାମ୍ପ୍ରତିକ ସମୟରେ ବହୁସଂଖ୍ୟକ ସାହିତ୍ୟିକ ସାହିତ୍ୟ ରଚନା କରି ଓଡ଼ିଶାର ପତ୍ରପତ୍ରିକା ଗୁଡିକରେ ସେମାନଙ୍କ ସ୍ଵାକ୍ଷର ପ୍ରତିପାଦିତ କରୁଛନ୍ତି । ଫକୀରମୋହନ ସାହିତ୍ୟ ପରିଷଦ, ସ୍ରଷ୍ଟା, ବିନ୍ଦୁବଳୟ, ଚନ୍ଦ୍ରଭାଗା ଆଦି ବହୁ ସାହିତ୍ୟ ଓ ନାଟ୍ୟ ନୁଷ୍ଠାନ ଏଠି ଅହରହ ସାହିତ୍ୟ ସାଧନାରେ ବ୍ରତୀ ହୋଇଚାଲିଛନ୍ତି । ବହୁ ପୂର୍ବରୁ ବାଲେଶ୍ଵରକୁ ସାହିତ୍ୟ ସହର ବୋଲି ଆଖ୍ୟାୟିତ କରାଯାଉଥିଲା, ଆଜି ବି କରାଯାଉଛି, ଆସନ୍ତାକାଲି ବି କରାଯାଉଥିବ।

ଭୌଗୋଳିକ ସ୍ଥିତି

ଓଡ଼ିଶା ମାନଚିତ୍ରରେ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ଵର ଏକ ଉପକୂଳବର୍ତ୍ତୀ ଜିଲା । ବାଲେଶ୍ଵର ସହର ଏହାର କେନ୍ଦ୍ରସ୍ଥଳରେ ଅବସ୍ଥିତ । ପୂର୍ବତଟ ରେଳପଥ ଏବଂ କଲିକତାରୁ ମାଡ୍ରାସକୁ ସଂଯୋଗ କରୁଥିବା, ୧୬ ନମ୍ବର ଜାତୀୟ ରାଜପଥ ଏହି ସହର ଦେଇ ଅତିକ୍ରମ କରିଛି । ସହରର ଉତ୍ତର-ପୂର୍ବରେ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ । ଏହା ୭ କି.ମି. ଦୂର ଅତିକ୍ରମ କରି ବଙ୍ଗୋପସାଗରରେ ପଡିଛି। ୧୮୭୬ ମସିହାରୁ ବାଲେଶ୍ଵର ସହର ଓ ୨୮ଟି ରାଜସ୍ଵ ଗ୍ରାମକୁ ନେଇ ୩୧ ୱାର୍ଡ଼ ବିଶିଷ୍ଟ ପୌରାଞ୍ଚଳ ଗଠିତ ହୋଇଛି । ପରିସୀମା ପ୍ରାୟ ୧୭:୪୮ ବର୍ଗ କି.ମି. ହେବ ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁଯାୟୀ ବାଲେଶ୍ଵର ସହରର ଲୋକସଂଖ୍ୟା ୧ ଲକ୍ଷ ୧୮ହଜାର ୧୬୨ । ସେଥିମଧ୍ୟରୁ ପୁରୁଷ ସଂଖ୍ୟା ୬୦ହଜାର ୨୧୯ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୫୭ହଜାର ୯୪୩ । ମୋଟ୍ ୨୫ ହଜାର ୧୧୩ଟି ପରିବାର ସହରରେ ବସବାସ କରୁଛନ୍ତି । ଦିନକୁ ଦିନ ସହର ଜନାକୀର୍ଣ୍ଣ ହେଉଥିବା ବେଳେ ଏହାର କଳେବର ମଧ୍ୟ ବଢିଚାଲିଛି । ପୌରସଂସ୍ଥାରେ ବର୍ତ୍ତମାନ ମୋଟ ଭୋଟର ସଂଖ୍ୟା ୧,୭୬,୫୧୭ ।

ରାଜଧାନୀଠାରୁ ଦୂରତା

ରାଜଧାନୀ ଭୁବନେଶ୍ଵରଠାରୁ ବାଲେଶ୍ଵର ଦୂରତା ୨୧୦ କି.ମି. । ଯାତାୟାତ ପାଇଁ ରେଳ ଓ ସଡ଼କପଥ ପ୍ରମୁଖ ମାଧ୍ୟମ । ଶୀତତାପ ନିୟନ୍ତ୍ରିତ ବସ୍ ଓ ଟ୍ରେନ୍ ଚଳାଚଳ ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ସୁଗମ କରିଛି।

ରେଳଷ୍ଟେଶନ

ବାଲେଶ୍ଵର ରେଳ ଷ୍ଟେଶନ ଦକ୍ଷିଣପୂର୍ବ ରେଳପଥର ଏକ ପ୍ରମୁଖ ଷ୍ଟେଶନ । ଏହା ଖଡ଼ଗପୁର ଡ଼ିଭିଜନର ଏ ଗ୍ରେଡ଼୍ ମାନ୍ୟତା ଲାଭ କରିଛି। ଏଥିରେ ୪ଟି ପ୍ଲାଟଫର୍ମ ରହିଛି । ଦିଲ୍ଲୀ, ବାଙ୍ଗାଲୋର, ମାଡ୍ରାସ, ହାଓଡ଼ା ଭଳି ପ୍ରମୁଖ ସହରକୁ ସିଧାସଳଖ ଯାତାୟତ କରୁଛି। ପ୍ରତ୍ୟେକ ଦିନ ୫ହଜାରରୁ ଉଦ୍ଧି ଲୋକ ଏହି ଷ୍ଟେଶନରୁ ଯାତାୟାତ କରିଥାନ୍ତି। ଏହା ବ୍ୟତୀତ ବାଲେଶ୍ଵର ଚେଷ୍ଟାଶନଠାରୁ ରେଳପଥ ମୟୂରଭଞ୍ଜ ଜିଲାର ବାରିପଦା ଦେଇ ଝାଡଖଣ୍ଡ, ଟାଟା, ଜାମସେଦପୁର ଆଦି ସ୍ଥାନକୁ ସଂଯୋଗ କରୁଛି ।

ଜାତୀୟ ରାଜପଥ

କଲିକତାରୁ ମାଡ୍ରାସକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ରାଜପଥ ଏହି ସହର ଦେଇ ଲମ୍ବି ଯାଇଛି। ପୂର୍ବରୁ ବାଲେଶ୍ଵର ଦେଇ ଯାଇଥିବା ଜଗନ୍ନାଥ ସଡକ ଗମନାଗମନର ମୁଖ୍ୟ ମାଧ୍ୟମ ଥିଲା। ଏହା ବ୍ୟତୀତ କଲିକତା, ବିଶାଖାପାଟଣା ଆଦି ସ୍ଥାନରୁ ସମୁଦ୍ରପଥରେ ପରିବହନ ସୁବିଧା ରହିଥିଲା। ୧୬ ନମ୍ବର ଜାତୀୟ ରାଜପଥ ହେବା ପରେ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ଜାତୀୟ ରାଜପଥ ସାଙ୍ଗକୁ ବିଭିନ୍ନ ରାଜ୍ୟ ରାଜପଥର ସଂଯୋଗ ଏହି ସହରର ଗମନାଗମନ କ୍ଷେତ୍ରକୁ ସମୃଦ୍ଧ କରିଛି।

ସହରକୁ ରାସ୍ତା

ବାଲେଶ୍ଵର ସହର ମଧ୍ୟରେ ଯାତାୟାତ ପାଇଁ ସମୁଦାୟ ୪୭୧.୧୧ କି.ମି. ରାସ୍ତା ରହିଛି । ସେଥିମଧ୍ୟରୁ ପିଚୁ ରାସ୍ତା ୨୯୧.୦୭ କି.ମି. ଥିବା ବେଳେ କଂକ୍ରିଟ୍ ରାସ୍ତା ୮୮.୪୮୯. ମେଟାଲ ରାସ୍ତା ୬୬.୭୩୧ ଓ ମୋରମ । ରାସ୍ତା ୧୬.୫୮୩ କି.ମି. ରହିଛି । ଏହା ବ୍ୟତୀତ ମାଟି ରାସ୍ତା ୮.୨୩୬ କି.ମି.ଅଛି । ଜନବସତି ବୃଦ୍ଧି ଯୋଗୁ ସହରର ଆଭ୍ୟନ୍ତରୀଣ ରାସ୍ତା କେତେକାଂଶରେ ସଙ୍କୁଚିତ ହୋଇପଡିଥିବାରୁ ଏବେ ଅମୃତ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି ।

ପାର୍କ

ଐତିହ୍ୟ ସମ୍ପନ୍ନ ବାଲେଶ୍ଵର ସହର ଆଧୁନିକ ଜୀବନଧାରା ସହ ତାଳଦେଇ ଆଗକୁ  ବଢିଚାଲିଛି । ଅବସର ସମୟରେ ଲୋକଙ୍କ  ମନକୁ ହାଲକା କରିବା ପାଇଁ ପୌରାଞ୍ଚଳ ପକ୍ଷରୁ ୩ଟି ପାର୍କ ତିଆରି ହୋଇଛି ଷ୍ଟେଶନ ଛକ ନିକଟରେ ଥିବା ଗୋପବନ୍ଧୁ ପାର୍କ, ଫକୀରମୋହନ ଗୋଲେଇରେ  ଫକୀରମୋହନ ପାର୍କ, ମଲ୍ଲିକାଶପୁରରେ  ଶାନ୍ତିକାନନ ପାର୍କ ସହରର ଶୋଭା ବୃଦ୍ଧି କରୁଛି । ଏହା ବାଦ୍ ଅଙ୍ଗାରଗଡ଼ିଆରେ  କଲ୍ୟାଣନଗର ପାର୍କ, ସୁନହଟ ନିକଟରେ,  ଦିଗିରଣିଆ ପାର୍କ, ବଡ଼ଖୁଆରେ ବଡ଼ଖୁଆ  ପାର୍କ ଏବେ ନିର୍ମାଣାଧୀନ ରହିଛି।

କଲ୍ୟାଣମଣ୍ଡପ

ବିବାହ, ବ୍ରତ ଆଦି ସାମାଜିକ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ଲାଗି ପୌରାଞ୍ଚଳର ଗୋପାଳଗାଁ ସ୍ଥିତ ମିର୍ଜାପୋଖରୀ ପାର୍ଶ୍ବରେ ଗଙ୍ଗାଧର କଲ୍ୟାଣ ମଣ୍ଡପ ରହିଛି। ସହରରେ ୨୮ଟି ଟବତ ଘରୋଇ କଲ୍ୟାଣ ମଣ୍ଡପ ରହିଛି| ବଭନ୍ନ ସମୟରେ ଏସବୁ କଲ୍ୟାଣମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି।

ଅଡିଟୋରିୟମ

ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ  ବାଲେଶ୍ଵର ପୌରସଂସ୍ଥା ପକ୍ଷରୁ ସହରର ଦୁଇଟି ଅଡିଟୋରିୟମ ରହିଛି । ଗୋଟିଏ ଟାଉନହଲ୍ ଓ ଅନ୍ୟଟି ଗାନ୍ଧୀ ସ୍ମୃତି ଭବନ  ଟାଉନହଲରେ ୨ଶହରୁ ଅଧିକ ଦର୍ଶକ ବସିବା  ପାଇଁ ବ୍ୟବସ୍ଥା ଅବା ବେଳେ ଗାନ୍ଧୀ ସ୍ମୃତି ଭବନରେ ୩ଶହରୁ ଊର୍ଦ୍ଧ୍ଵ ସିଟ ରହିଛି ।  ମେଳା, ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗୀତା, କବି ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ହୋଇଆସୁଛି । ଜିଲା ପ୍ରଶାସନର ସଦ୍‌ଭାବନା ସମ୍ମିଳନୀ କକ୍ଷ ସମେତ ବିଭିନ୍ନ ବିଭାଗ ସମ୍ମିଳନୀ ଗୃହରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ସିନେମା ହଲ୍

ସହରବାସୀଙ୍କ ମନୋରଞ୍ଜନ ପାଇଁ ଚେଷ୍ଟାଶନ ଛକରେ ମୁଭି ଏକ୍ସ ଏବଂ ଆନନ୍ଦବଜାରରେ ଓଡ଼ିଏନ୍ ଟକିଜ୍ ସିନେମା ହଲ ରହିଛି। ସ୍ଥାନୀୟ ସିନେମା ଛକରେ ଥିବା ବିଜୟା ଏବଂ ବାଲେଶ୍ଵର ଟକିଜ୍ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଛି।

ଜଳାଶୟ

ବାଲେଶ୍ଵର ସହରରେ ୨୭ରୁ ଅଧିକ ଜଳାଶୟ ରହିଛି। ଏଥିରୁ ଅନେକ ପୋତି ହୋଇଗଲାଣି । ଗଡ଼ଗଡ଼ିଆ ପୋଖରୀ, ମିର୍ଜା ପୋଖରୀ, ଗୋଳା ପୋଖରୀ, ଝାଡ଼େଶ୍ଵର ମନ୍ଦିର ପୋଖରୀ ସହରର ପୁରାତନ ପୋଖରୀ । ଏତଦ୍‌ବ୍ୟତୀତ ଅନେକ ଘରୋଇ ପୁଷ୍କରିଣୀ ଓ ୨୦ରୁ ଅଧିକ କୂଅ ରହିଛି।

ଶ୍ମଶାନ, କବରସ୍ଥାନ

ବାଲେଶ୍ଵରରୁ ଫୁଲାଡ଼ି ରାସ୍ତାରେ ନୁଣିଆଯୋଡ଼ି ପାର୍ଶ୍ଵରେ ପୁରାତନ ମୁକ୍ତିଦ୍ଵାର ଓ ବାରବାଟୀର ବାଲିଘାଟ ଶ୍ମଶାନ ରହିଛି । ଇରମ ନଗର, ଦିଗିରଣିଆ, ଗୋପାଳଗାଁ, ରାଣୀପାଟଣା, ଛତୁଆ ପୋଖରୀ, ଆଲୁହାରେ ଶ୍ମଶାନ ଓ କଂସେଇମହଲା, ମହୁଆସାହି, ଦରଘା ମଇଦାନ, ବାଲୁବଜାର, ଝାତାବାଗ, ସୁନହଟ ଭୁଜାଖିଆ ପୀର, ସହଦେବଖୁଣ୍ଟାରେ କବରସ୍ତାନ ରହିଛି ।

ସ୍ୱାସ୍ଥ୍ୟ

ସହର ମଧ୍ୟସ୍ଥଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ଅବସ୍ଥିତ । ଏହାକୁ ଚଳିତବର୍ଷ ସରକାରୀ ମେଡିକାଲ କଲେଜ ମାନ୍ୟତା ମିଳିଛି । ରେମୁଣା ଗୋଲେଇ ଛକରେ ନିର୍ମିତ ମେଡିକାଲ କଲେଜରେ ୨୦୧୮ରୁ ପାଠପଢା ଆରମ୍ଭ ହେବାର ଯୋଜନା ରହିଛି। ଜିଲା ଚିକିତ୍ସାଳୟ, ବ୍ୟତୀତ ସୁନହଟ ପ୍ରାଇମେରି ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ସହଦେବ ଖୁଣ୍ଟାର ପ୍ରାଇମେରି ସ୍ଵାସ୍ଥ୍ୟକେନ୍ଦ୍ର ସହରବାସୀଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେଉଛି ।

ସେହିପରି ସିନେମା ଛକରେ ଟିବି ଡାକ୍ତରଖାନା (ଯକ୍ଷ୍ମା ରୋଗ) ଏବଂ ବାମ ପଟରେ ମେଣ୍ଟାଲିଟି ହେଲଥ ସେଣ୍ଟର ରହିଛି । ସହଦେବଖୁଣ୍ଟା ସ୍ଥିତ ବାଳାଶ୍ରମରେ ଏକ ନୂତନ ହେଲ୍ଥ ସେଣ୍ଟର ଖୋଲାଯିବା ଲାଗି ଅନୁମତି ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଯୋଗାଯୋଗ ଫେନ୍ ନଂ.୦୬୭୮୨୨୬୨୦୧୧ / ୨୬୨୦୧୦ । ଏଠାରେ ୯୩ ଡାକ୍ତର ପଦବୀ ଥିବା ବେଳେ ଏବେ ଅଛନ୍ତି ମାତ୍ର ୬୨ ଡାକ୍ତର । ୩୧ ପଦବୀ ଖାଲି ପଡିଛି। ଶଯ୍ୟା, ସଂଖ୍ୟା ୨୧୫ । ଆଉଟ୍ ଡୋରକୁ ଦୈନିକ ହାରାହାରି ୭ଶହରୁ ଉର୍ଦ୍ଧ ରୋଗୀ ଆସୁଛନ୍ତି । ବିକେୱାଇ.ଏସ୍. ଆରଏସ୍‌ବିର, ଓ ଏସ୍ଟିଏଫ୍. ଜିତେ ଏସ୍ୱାଇ, ମହାପ୍ରୟାଣ, ନିରାମୟ ଯୋଜନା, ମହାପ୍ରୟାଣ ଆମ୍ବୁଲାନ୍, ବାଲ ସ୍ଵାସ୍ଥ୍ୟକେନ୍ଦ୍ର, ପ୍ରସୂତିକାଳୀନ ମହିଳା ଓ ଶିଶୁ ସ୍ଵାସ୍ଥ୍ୟ, ଜନନୀ ସୁରକ୍ଷା ଯୋଜନା ଆଦି ଉପଲବ୍ଧ ରହିଛି। ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ର ବ୍ୟତୀତ ସହରରେ ୩୭ଟି ନସିଂହୋମ ଓ ଘରୋଇ ଡାକ୍ତରଖାନା ମଧ୍ୟ ରହିଛି ।

ଶିକ୍ଷାନୁଷ୍ଠାନ ବଢାଇଛି ଗୌରବ

୧୮୦୩ରେ ଓଡ଼ିଶା ବ୍ରିଟିଶ ଶାସନାଧୀନ ହୋଇଥଲା । ଏହା ପୂର୍ବରୁ ପର୍ତ୍ତୁଗୀଜ, ଓ ଡର୍‌ମାନେ ବାଲେଶ୍ଵରକୁ ଦଖଲ କରିଥିଲେ । ସେତେବେଳେ ବ୍ରିଟିଶ ସରକାର ବାଲେଶ୍ଵରରେ ପ୍ରଥମେ ଇଂଲିଶ ଶିକ୍ଷା ପ୍ରଚଳନ କରିଥିଲେ । ଏହାର ପ୍ରଭାବରେ ବାଲେଶ୍ଵରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢି ଉଠିଥିଲା । ସେବେଠାରୁ ବାଲେଶ୍ଵର ସହରର ଶକ୍ଷାନୁଷ୍ଠାନ ଶିକ୍ଷାର ଭିତିଭୂମି ବେଶ୍ ମଜଭୂତ ହୋଇଛି । ଏଠାରେ ଫକୀରମୋହନ  ମହାବିଦ୍ୟାଳୟ, ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟ, ବାଲେଶ୍ଵର ମହିଳା ମହାବିଦ୍ୟାଳୟ, ବଳଙ୍ଗୀ ମହାବିଦ୍ୟାଳୟ, ବାଲେଶ୍ଵର ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ, କଳା ମହାବିଦ୍ୟାଳୟ ରହିଛି । ଏହାଛଡ଼ା ସରକାରୀ ଆଇଟିଆଇ, ବେସରକାରୀ ୨୫ରୁ ଅଧିକ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ିଉଠିଛି । ବାଲେଶ୍ଵର ପୌରାଞ୍ଚଳରେ ବାଲେଶ୍ଵର ଜିଲା ସ୍କୁଲ, ଟାଉନ୍ ହାଇସ୍କୁଲ, ପବ୍ଲିକ ହାଇସ୍କୁଲ, ବାରବାଟୀ ଗାର୍ଲସ ହାଇସ୍କୁଲ,ମିଶନ ହାଇସ୍କୁଲ ଫକୀରମୋହନ ବିଶ୍ୱବିଦ୍ୟାଳୟ, ଫକୀରମୋହନ  ସମେତ ୧୭ଟି ହାଇସ୍କୁଲ ଏବଂ୪୮ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସହରରେ ରହିଛି ।

ଶାନ୍ତିକାନନ

ଓଡ଼ିଆ ସାହିତ୍ୟର ଯୁଗସ୍ରଷ୍ଟା, ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ୧୮୪୩ ମସିହା ଜାନୁୟାରୀ ୧୩ ତାରିଖରେ । ବାଲେଶ୍ଵର ପୌରାଞ୍ଚଳ ୧୫ ନଂ ୱାର୍ଡ଼ ଅଧୀନ ମଲିକାଶପୁରରେ ଥିବା ତାଙ୍କ ଜନ୍ମପୀଠ ଶାନ୍ତିକାନନ ନାମରେ ପରିଚିତ । ୧୯୧୮ ଜୁନ୍ ୧୪ ତାରିଖରେ ତାଙ୍କର ଦେହାବସାନ ଘଟିଥିଲା । ଫକୀରମୋହନଙ୍କ ସାହିତ୍ୟ ସାଧନାର ଅନେକ ସ୍ମୃତି ଏହି ଜନ୍ମପୀଠ ସହ ଜଡିତ । ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଦାୟିତ୍ଵ ବାଲେଶ୍ଵର ପୌରାଞ୍ଚଳ ଉପରେ ନ୍ୟସ୍ତ ରହିଛି। ପ୍ରାୟ ୧ ଏକର ପରିମିତ ଜମି ଉପରେ ଅବସ୍ଥିତ ଶାନ୍ତିକାନନ ପରିସରରେ ଫକୀରମୋହନଙ୍କ ଲାଗି ଦୂରରଣ ଜଗୁଆଳି ନିଯୁକ୍ତ ହୋଇଛନ୍ତି । ପ୍ରତିଦିନ 'ଫକୀରମୋହନ ସାହିତ୍ୟ ପରିଷଦ' ତରଫରୁ ଏଠାରେ କବିମାନେ ଏକତ୍ରିତ ହୋଇ ସାହିତ୍ୟ ଚର୍ଚ୍ଚା କରୁଛନ୍ତି ।  ଏହାବାଦ ପ୍ରତିବର୍ଷ ୩ ଦିନ ଧରି ଫକୀରମୋହନଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଥାଏ । ଦେଶବିଦେଶରୁ ଅନେକ ସାହିତ୍ୟିକ, ଗବେଷକ, କବି, ଲେଖକ ଆସି କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି । ଉତ୍ସବରେ କବିତା ଆବୃତ୍ତି, ଫକୀରମୋହନ ସମ୍ବନ୍ଧିତ ଚିତ୍ରଙ୍କନ, ଜଣାଅଜଣା ବିଷୟବସ୍ତୁ ଉପରେ ପ୍ରତିଯୋଗିତା ହୋଇଥାଏ । ଶାର୍ତ୍ତିକାନନର ସୁରକ୍ଷା ସାଙ୍ଗକୁ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ସହରବାସୀ ଦାବି କରି ଆସୁଛନ୍ତି । ସମ୍ପ୍ରତି ପୌରାଞ୍ଚଳ ପକ୍ଷରୁ  ଅମୃତ ଯୋଜନାରେ ଏକ ପାର୍କ ନିର୍ମାଣ  ନିମନ୍ତେ ପଦକ୍ଷେପ ନିଆଯାଇଛି ।

ଥାନା ଓ ଫାଣ୍ଡି

ଟାଉନ୍ ଥାନା

୦୬୭୮୧ – ୨୬୨୦୧୪  (୯୪୩୭୨୧୪୦୬୧)

ଦାମୋଦରପୁର ଫାଣ୍ଡି

୯୬୯୨୦୨୧୫୧୧

ସୁନହଟ ଫାଣ୍ଡି

୯୪୩୯୭୮୦୮୭୭

ପରମିଟ ଘାଟ ଫାଣ୍ଡି

୯୪୩୭୨୧୫୯୮୫

ଡାକ୍ତରଖାନା ଫାଣ୍ଡି

୯୪୩୮୨୪୮୮୦୦

ସହଦେବଖୁଣ୍ଟା ଥାନା

୯୪୩୮୭୨୨୯୬୫

ବିଚାର ଗଞ୍ଜ, ଫାଣ୍ଡି

୦୬୭୮୨ – ୨୬୨୦୫୩ ( ୯୯୩୭୩୭୩୩୭୯)

ବାଲିଆ ଫାଣ୍ଡି

୯୦୯୦୮୯୨୨୩୯

ସଦର ଥାନା

୦୬୭୮୨-୨୫୬୪୩୮ (୯୪୩୮୨୯୩୩୧୯)

ଟ୍ରାଫିକ୍ ଥାନା

୯୪୩୯୩୭୯୬୧୯

ବିଦ୍ୟୁତ ଥାନା

୯୪୩୯୮୬୬୫୩୩

ଏସ୍.ପି. ଅଫିସ୍

୦୬୭୮୨-୨୬୨୦୦୪ (୯୪୩୮୧୫୩୩୦୯)

ଏସ୍.ପି. ଭିଜିଲାନ୍ସ

୦୬୭୮୨ – ୨୫୪୪୪୫ ( ୯୪୩୭୨୮୭୭୬୫)

ବାଲେଶ୍ଵର ଜେଲ୍

୦୬୭୮୨ - ୨୬୨୧୦୧ ( ୯୪୩୭୧୩୨୨୬୪)

ସଂଗୃହିତ  -

  • ମାନସ ବିଶ୍ଵାଳ
  • ଡ. ଲକ୍ଷ୍ମୀକାନ୍ତ ତ୍ରପାଠୀ, ବାଲେଶ୍ଵର
2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top