অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ରହ୍ମପୁର

ବ୍ରହ୍ମପୁର

ବ୍ରହ୍ମପୁର ଏକ ସଂସ୍କୃତିସମ୍ପନ୍ନ ସହର । ଏହି ସହର ଓଡ଼ିଶାର ସଂସ୍କୃତି, ସାହିତ୍ୟ, ଐତିହ୍ୟ ତଥା ପରମ୍ପରାର ହୃତ୍‌ପିଣ୍ଡ କହିଲେ ଭୂଲ୍ ହେବ ନାହିଁ। ଏହି ମାଟିର ଆରାଧା ଦେବୀ ମା' ବୁଢୀ ଠାକୁରାଣୀଙ୍କ ମହାନ୍ ପର୍ବ ଠାକୁରାଣୀ ଯାତ୍ରା ବିଶ୍ ପ୍ରସିଦ୍ଧ । ଏହି ନିଆରା ପରମ୍ପରା ସକାଶେ ବ୍ରହ୍ମପୁର ପ୍ରସିଦ୍ଧି ଲାଭ କରିଛି। ଏଠାରେ ବାଘନାଚ, ଲଣ୍ଡା ବେଶ, ବିଭିନ୍ନ ପ୍ରକାରର କଳାକୁଞ୍ଜ ବେଶ୍ ଲୋକପ୍ରିୟତା ପାଇପାରିଛି। ବ୍ରହ୍ମପୁର ସହରର ପାଟ ବିଶ୍ଵ ଦରବାରରେ ପରିଚିତ ହୋଇଥିବା ବେଳେ ଏହାର ବାଟି ସୋଜା ଯିଏ ଥରେ ପାଇଛନ୍ତି, ତାହାକୁ ସହଜରେ ଭୂଲି ପାରିବେ ନାହିଁ। ଏହି ମାଟିର ସାହିତ୍ୟ ସଂସ୍କୃତି ଅନେକ ସଶକ୍ତ । ଗଞ୍ଜାମ ଜିଲାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ପରି ଓଡିଶାର ବରପୁତ୍ରମାନେ ଜନ୍ମଗ୍ରହଣ କରିଛନ୍ତି। ସେଥିପାଇଁ ଆମେ ଗର୍ବ ଅନୁଭବ କରୁଛୁ ।

ସେହିପରି ସୁଦର୍ଶନ ଆଚାର୍ଯ୍ୟ ଓଡିଶାର ସର୍ବୋଚ୍ଚ ସମ୍ମାନ ଅତିବଡୀ ସମ୍ମାନ ପାଇଥିବା ବେଳେ ଅମୀୟବାଳା ପଟ୍ଟନାୟକ, ଦିଲୀପ ଦାସ, ବିପିନ ନାୟକଙ୍କ ଭଳି ସୁଯୋଗ୍ୟ ସନ୍ତାନ ଏହି ବ୍ରହ୍ମପୁର ସହରର ଖ୍ୟାତିକୁ ବଢେଇ ପାରିଛନ୍ତି । ସେ କଳା ହେଉ କି ସଂସ୍କୃତି କି ରାଜନୀତି ବା ପ୍ରଶାସନିକ କ୍ଷେତ୍ର, ସବୁଥିରେ ଗଞ୍ଜାମ ତଥା ଏହି ସହରର ସୁପୁତ୍ରମାନେ ନିଜର ଟେକ ରଖିଛନ୍ତି। ସମ୍ପ୍ରତି ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବ୍ରହ୍ମପୁର ସହରର ହୋଇଥିବାରୁ ଏହା ବ୍ରହ୍ମପୁରବାସୀଙ୍କୁ ନିଶ୍ଚିତ ଗର୍ବିତ କରିପାରିଛି।

ଭୌଗୋଳିକ ସ୍ଥିତି

ଓଡ଼ିଶାର ଶେଷ ସୀମା କୁହାଯାଉଥିବା ଗଞ୍ଜାମ ଜିଲାରେ ରହିଛି ବ୍ରହ୍ମପୁର ମହାନଗର । ଏହା ୧୯.୨o୮ ଡିଗ୍ରୀ ଉତ୍ତର ଓ ୮୫.୦୭ ଡିଗ୍ରୀ ପୂର୍ବକୁ ୨୪ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଓଡ଼ିଶାର ସର୍ବପୁରାତନ ସହର କୁହାଯାଉଥିବା ବ୍ରହ୍ମପୁରକୁ ୧୮୬୭ ମସିହାରେ ମୁନିସିପାଲିଟି ଘୋଷଣା କରାଯାଇଥିଲା । ରାଜ୍ୟରେ ଚତୁର୍ଥ ବୃହତ୍ ସହର ଭାବେ ମଧ୍ୟ ବ୍ରହ୍ମପୁର ପରିଚିତ। ଏଠାରୁ ଗୋପାଳପୁର ବନ୍ଦରର ଦୂରତା ୧୨ କିଲୋମିଟର । ବିଶାଖାପାଟଣା ଭଳି ବଡ଼ ସହର ଓ ଗୋପାଳପୁର ବନ୍ଦର ବ୍ରହ୍ମପୁର ସହର ନିକଟରେ ଥିବାରୁ ଏହାକୁ ବାଣିଜ୍ୟର ହବ୍ ବୋଲି ମଧ୍ୟ କୁହାଯାଏ ।

ଜନସଂଖ୍ୟା

୨୦୧୧ ମସିହା ଜନଗଣନା ଅନୁସାରେ ବ୍ରହ୍ମପୁର ମହାନଗରର ଜନସଂଖ୍ୟା ୩ ଲକ୍ଷ ୫୫ ହଟାର ୮୨୩ ଅଲା । ସେମାନଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୧ଲକ୍ଷ ୭୦ ହଜାର ୨୩୯ ଓ ପୁରୁଷଙ୍କ ସଂଖ୍ୟା ୧ଲକ୍ଷ ୮୫ ହଜାର ୫୮୪ ବୋଲି ରିପୋର୍ଟରୁ ଜଣାପଡିଛି ।

ରାଜଧାନୀଠାରୁ ଦୂରତା

ବ୍ରହ୍ମପୁର ସହରଠାରୁ ରାଜଧାନୀ ଭୁବନେଶ୍ଵରର ଦୂରତା ୧୮୦ କିଲୋମିଟର । ସଡକ ପଥରେ ପ୍ରାୟ ପ୍ରତି ୧ ଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ବସ୍ ଯା'ଆସ କରୁଛି। ସେହିପରି ରେଳପଥରେ ମଧ୍ୟ ଯିବାଆସିବା କରିବାର ସୁବିଧା ରହିଛି। ବ୍ରହ୍ମପୁର ରେଳ ଷ୍ଟେଶନ 'ଏ' ଗ୍ରେଡ ମାନ୍ୟତା ପାଇଥିବାରୁ ଉଭୟ ଦିଗରୁ ଆସୁଥିବା ପ୍ରାୟ ସମସ୍ତ ଟ୍ରେନ ବ୍ରହ୍ମପୁରରେ ରହିଥାଏ।

ସହର ରାସ୍ତା

ସହରବାସୀଙ୍କ ଗମନାଗମନ ପାଇଁ ବ୍ରହ୍ମପୁର ମହାନଗର ପକ୍ଷରୁ ମୋଟ୍ ୨୬୬ କିଲୋମିଟର ବିଭିନ୍ନ ରାସ୍ତା ରହିଛି। ସେଥିମଧ୍ୟରୁ ୩୧.୭୯୮ କିମି ପକ୍କା ରାସ୍ତା, ୧୫.୬୪୬ କିମି ମୋରମା ରାସ୍ତା, ୧୫ କିମି କଂକ୍ରିଟ ରାସ୍ତା, ୧୦୦.୭୫୭ କିମି ପିଚୁ ରାସ୍ତା ଏବଂ ୫୦.୦୭ କିମି କଢା ରାସ୍ତା ରହିଛି।

ଜାତୀୟ ରାଜପଥ

ବ୍ରହ୍ମପୁର ସହରରୁ ୩ଟି ଜାତୀୟ ରାଜପଥ ବିଭିନ୍ନ ସହର ଓ ରାଜ୍ୟକୁ ସଂଯୋଗ ହୋଇଛି । ବ୍ରହ୍ମପୁରକୁ ସଂଯୋଗ ହୋଇଥିବା ୧୬ ନଂ. ଜାତୀୟ ରାଜପଥ ଯାହା ଗଞ୍ଜାମ ଜିଲାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଭୁବନେଶ୍ଵର ଓ ବାଲେଶ୍ଵର - ପଶ୍ଚିମବଙ୍ଗ ସହ ଯୋଡି ହୋଇଛି । ସେହିପରି ସହରଠାରୁ ବିଶାଖାପାଟଣା - ମାଡ୍ରାସ ସହ ଯୋଡି ହୋଇଛି ୨୧୭ ନଂ. ଟାଟୀୟ ରାଜପଥ I ୫୯ ନଂ. ଟାଟୀୟ ରାଜପଥ ଯାହୀ ବ୍ରହ୍ମପୁର-ଆସିକା - ହିଞ୍ଜିଳିକାଟୁ-ଟିଟିଲାଗଡ ସହ ଯୋଡି ହୋଇଛି ।

ଯାନବାହନ

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର ଟିଓ) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୩ ବର୍ଷ ମଧ୍ୟରେ ମୋଟ୍ ୧୦ ଲକ୍ଷ ୩ହଜାର ୧୭୬ ଯାନବାହନ ରେଜିଷ୍ଟ୍ରେଶନ ହୋଇଛି । ସେଥିମଧ୍ୟରୁ ୨୦୧୫-୧୬ରେ ୩୬ ହଜାର ୮୪୨, ୨୦୧୬୧୭ରେ ୩୯ ହଜାର ୨୬ ଓ ଗତ ୧/୪/୧୭ ରୁ ୩୧/୧୦/୧୭ ମଧ୍ୟରେ ୨୭ ହଜାର ୩୧୦ ଗାଡି ପଞ୍ଜୀକରଣ କରାଯାଇଛି ।

ଐତିହାସିକ ପୃଷ୍ଠଭୂମି

ଐତିହାସିକ ପୃଷ୍ଠଭୂମି ଐତିହାସିକ ପୃଷ୍ଠଭୂମି ଦୃଷ୍ଟିକୋଣରୁ ଦେଖିଲେ ବ୍ରହ୍ମପୁର ଇତିହାସ ସର୍ବପୁରାତନା ଭାରତରେ ୟୁରୋପୀୟମାନେ ଯେତେବେଳେ ଶାସନ କରୁଥୁଲେ, ସେମାନଙ୍କ ପସନ୍ଦ ସ୍ଥାନ ମଧ୍ୟରୁ ଗଞ୍ଜାମ ଥିଲା। ଅନ୍ୟତମ ସେମାନେ ଏହାର ନାମ ଗଞ୍ଜାମ ରଖିଥିଲେ। ଏହାର ଅର୍ଥ (ଗଞ୍ଜଆର-ଏମ୍) ଅର୍ଥାତ୍ ଶସ୍ୟର ଭଣ୍ଡାର। ବ୍ରହ୍ମାଙ୍କ ଅପାର କରୁଣା। ଏଠାରେ ରହିଥିବାରୁ ଏହାର ନାମ ବ୍ରହ୍ମପୁର ହୋଇଥିବା ମଧ୍ୟ ଲୋକକଥା ରହିଛି। ସେହିପରି କଳିଙ୍ଗବିଜୟା ଅଶୋକ ସମ୍ରାଟ୍ ବ୍ରହ୍ମପୁରଠାରୁ ଅଳ୍ପ ଦୂର ଜଉଗଡ଼ ନିକଟରେ ଅବା କପିଳଙ୍ଗଳ ପର୍ବତରେ ନିଜର ବିଜୟର ଗାଥା ଖୋଦେଇ କରିଥିଲେ। ୧୭୫୭ ମସିହାରେ ଫ୍ରେଞ୍ଚ, ୟୁରୋପୀୟମାନେ ଆସି ଗଞ୍ଜାମରେ କାୟା ବିସ୍ତାର କଲେ। ୧୮୩୬ରେ ବିଜ୍ରଶ୍ନମାନେ ଭାରତକୁ ନିଜ ଅକ୍ତିଆରକୁ ଆଣି ବହୁ ବର୍ଷ ଧରି ଶାସନ କରିବା ସହିତ ବହୁ ଧନରତ୍ନ ତଥା ଶସ୍ୟ ଏଠାରୁ ନିଜ ଦେଶକୁ ବୋହି ନେଇଥିବା କୁହାଯାଏ ।

କଲ୍ୟାଣମଣ୍ଡପ

ବିବାହ, ବ୍ରତଘର ଓ ଶୁଭ କାର୍ଯ୍ୟ ପାଇଁ ବ୍ରହ୍ମପୁର ମହାନଗରରେ ୩ଟି ‘କଲ୍ୟାଣମଣ୍ଡପ ରହିଛି । ପ୍ରେମନଗରଠାରେ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ, ଗୋଷାଣୀ ନୂଆଗାଁ ଠାରେ ରାଜୀବ ଗାନ୍ଧୀ କଲ୍ୟାଣମଣ୍ଡପ ଓ ଅନ୍ୟଟି ଖଲିକୋଟ କଲେଜକୁ ଲାଗି ରହିଥିବା ଗେଷ୍ଟ ହାଉସ କଲ୍ୟାଣମଣ୍ଡପ ।

ଅଡିଟୋରିୟମ

ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟକ୍ରମ ତଥା ସଭାସମିତି ପାଇଁ ସହର ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଦୁଇଟି ଅଡିଟୋରିୟମ ନିର୍ମାଣ କରାଯାଇଛି । ଗୋଟିଏ ଡାଇମଣ୍ଡ ଜୁବୁଲି ଟାଉନହଲ ଓ ଅନ୍ୟଟି ଖଲିକୋଟ କଲେଜ ନିକଟସ୍ଥ ଗେଷ୍ଟ ହାଉସ । ଏଠାରେ ବିଭିନ୍ନ ମନୋରଞ୍ଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ବେଳେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏକ ନୂତନ ସାଂସ୍କୃତିକ ଭବନ ପ୍ରତିଷ୍ଠା କରାଯାଇଛି । ସେହିପରି ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଦ୍ଭାବନା ଗୃହ ଓ ସର୍କିଟ ହାଉସ ମଧ୍ୟ ରହିଛି।

ପାର୍କ

ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହର ମଧ୍ୟରେ ୫ଟି ପାର୍କ ରହିଛି। ୧୭ ନଂ, ୱାର୍ଡ ମୋତି ସାହିଠାରେ ଇନ୍ଦିରା ପ୍ରିୟଦର୍ଶନୀ ପାର୍କ, ଫାଷ୍ଟରେଟ ନିକଟରେ ଧୋବା ବନ୍ଧହୁଡା ପାର୍କ, ଗାନ୍ଧୀନଗରସ୍ଥିତ ସିନିୟର ସିଟିଜେନ ପାର୍କ, ଷ୍ଟେଶନ ପାଖ ନେହେରୁ ପାର୍କ ଓ ରାମଲିଙ୍ଗମ ବନ୍ଧ ପାଖ ଗାନ୍ଧୀ ପାର୍କ ପ୍ରଭୃତି ରହିଛି । ଏହା ବ୍ୟତୀତ ନୂତନ ଭାବେ ଅମୃତା ନାମକ ଏକ ପାର୍କ ନିର୍ମାଣ ହେଉଛି ।

ସିନେମା ହଲ୍

ବ୍ରହ୍ମପୁର ସହରରେ ଥିଲା ଓଡିଶାର ସର୍ବପୁରାତନ ଫିନ୍ନ ହଲ । ୧୯୯୯ରେ ହୋଇଥିବା ମହାବାତ୍ୟାରେ ତାହା ନଷ୍ଟ ହୋଇଯାଇଥିଲା । ଏହାବ୍ୟତୀତ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ରହ୍ମପୁର ସହର ମଧ୍ୟରେ ୫ଟି ସିନେମା ହଲ ପାୟାଲ ଟକିଜ, ରୁକ୍ମିଣୀ ଟକିଜ, ଶକ୍ତି ହଲ, ଶିବା ହୋଇ ଓ ଗୌତମୀ ଟକିଜ ରହିଛି ।

ଶ୍ମଶାନ

ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ସହର ମଧ୍ୟରେ ୧୧ଟି ଶ୍ମଶାନ ନିର୍ମାଣ କରାଯାଇଛି । ସେଥିମଧ୍ୟରୁ ଅନ୍ଧପସରା ରୋଡସ୍ଥିତ, ନୀଳକଣ୍ଠେଶ୍ଵର ଶ୍ମଶାନ, ଗୋକର୍ଣ୍ଣେଶ୍ୱର ଶ୍ମଶାନ, ଫାଷ୍ଟରେଟ ଶ୍ମଶାନ, ବିଜିପୁର ଶ୍ମଶାନ ପ୍ରଭୃତି ଅନ୍ୟତମ ।

ଜଳାଶୟ

ସହର ମଧ୍ୟରେ ବଡ ଜଳାଶୟ (ବନ୍ଧ) ମାନ ରାଜରାଜୁଡା ଶାସନ କାଳରୁ ଖନନ ହୋଇଛି । ବିଶେଷକରି ହରିଡାଖଣ୍ଡି ବନ୍ଧ, ରାମଲିଙ୍ଗମ୍ ବନ୍ଧ, ଧୋବାହୁଡା ବନ୍ଧ, ଆଗୁଡା ବନ୍ଧ, ନେଳିଆ ବନ୍ଧ, ବେହେଡା ବନ୍ଧ, ବିଜିପୁର ବନ୍ଧ ସମେତ ୧୧ଟି ବଡ ଜଳାଶୟ ରହିଛି ।

ଗୋପାଳପୁର ବନ୍ଦର

ସହରଠାରୁ ୧୨ କି.ମି. ଦୂରରେ ରହିଛି ଗୋପାଳପୁର ବନ୍ଦର । ଶୀତଋତୁ ଆସିଲେ ବହୁସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ୨୦୧୩ରେ ହୋଇଥିବା ଫାଇଲିନ୍ ।

ବାତ୍ୟାରେ ଗୋପାଳପୁର ବନ୍ଦର ସମେତ ସମଗ୍ର ଗଞ୍ଜାମ ଜିଲା ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଥିଲା। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପକ୍ଷରୁ ଏହାର ପୁନରୁଦ୍ଧାର କରାଯିବା ପରେ ପୁଣି ଥରେ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟୁଛି।

ମହୁରୀକାଳୁଆ ମନ୍ଦିର ବ୍ରହ୍ମପୁର ସହରଠାରୁ ମାତ୍ର ୪ କିମି ଦୂରରେ ପଦାରବଳୀ କାଳୁଆ ଛକଠାରେ ପୂଜା ପାଉଛନ୍ତି ମା’। ମହୁରୀକାଳୁଆ ।

ଏଠାର ବିଶେଷତ୍ଵ ହେଉଛି ମା'ଙ୍କ ସମ୍ପୂର୍ଣ୍ଣ ଶରୀର ମୟୂର ପୁଚ୍ଛରେ ଆବୃତ ହୋଇଛି। ସେହିପରି ଏହି ସ୍ଥାନଟି ବଣଭୋଜି ପାଇଁ ପ୍ରକୃଷ୍ଣ ସ୍ଥାନ ହୋଇଥିବାରୁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇ ଏହାର ରକ୍ଷାଣବେକ୍ଷଣ ଦାୟିତ୍ଵ ନିଜ ହାତକୁ ନେଇଛନ୍ତି  ।

ନିକଟବର୍ତ୍ତୀ ନଦୀ

ବ୍ରହ୍ମପୁର ସହରଠାରୁ ୩୦ କି.ମି ଦୂରରେ ପ୍ରବାହିତ ହେଉଛି ରଷିକୁଲ୍ୟ ନଦୀ । ଏହାକୁ ଗଞ୍ଜାମର ଗଙ୍ଗା ମଧ୍ୟ କୁହାଯାଇଥାଏ । ଏହା ବଙ୍ଗୋପସାଗରରେ ମିଶିଛି। ଋଷିକୁଲ୍ୟା ନଦୀର ପାଣିକୁ  ବିଶୋଧନ କରାଯାଇ ବ୍ରହ୍ମପୁରବାସୀ ପାନୀୟ ଜଳ ଭାବେ ବ୍ୟବହାର କରିଥାନ୍ତି । ଏଥିସହିତ ଚାଷ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ପ୍ରସିଦ୍ଧ ଉତ୍ସବ

ସହରରେ ବିଶେଷକରି ବାର ମାସରେ ତେର ପୁଜା ଭଳି ସମସ୍ତ ପୂଜା କରାଯାଉଥାଏ । ତନ୍ମଧ୍ୟରୁ ପ୍ରତି ତିନି ବର୍ଷରେ ଥରେ ମୋ ମାସରେ ଠାକୁରାଣା ଯାତ୍ରା ବ୍ରହ୍ମପୁର ସମେତ ଜିଲାବାସୀଙ୍କ ପ୍ରସିଦ୍ଧ ପର୍ବ ମଧ୍ୟରୁ ଗୋଟିଏ । ସେହିପରି ଏଠାରେ ତେଲୁଗୁ ସମ୍ପ୍ରଦାୟର ଲୋକ ବସବାସ କରୁଥିବାରୁ ସେମାନେ ମକରସଂକ୍ରାନ୍ତିରେ ପୋଙ୍ଗଲ ପର୍ବ ଧୁମ୍‌ଧାମରେ ପାଳନ କରିଥାନ୍ତି । ବ୍ରହ୍ମପୁରଠାରୁ ୩୦ .ମି. ଦୂରରେ ମା' ତାରାତାରିଣୀଙ୍କ ପୀଠ ରହିଛି । ଚୈତ୍ର ମଙ୍ଗଳବାର ମେଳା ପାଇଁ ଓଡ଼ିଶା ସମେତ ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁଙ୍କ ଭିଡ ଏହି ପୀଠରେ ଜମିଥାଏ । ସେହିପରି ସହରଠାରୁ ୩୦ କିମି ଦୂରରେ ଥିବା ଏକ ପାହାଡ ଉପରେ ପୂଜା ପାଉଥିବା ମା’ ବାକେଶ୍ୱରୀଙ୍କର ପ୍ରତିବର୍ଷ ମେଳା ହୋଇଥାଏ ।

ତାରାତାରେଣୀ ପୀଠ

ବ୍ରହ୍ମପୁର ସହରଠାରୁ ମାତ୍ର ୩୦ କିମି ଦୂର ରାୟପୁର ଅଞ୍ଚଳରେ ପୁଜା ପାଉଛନ୍ତି । ମା' ତାରାତାରିଣୀ । ଏହା ଏକ ତାନ୍ତିକ ପୀଠ ଭାବରେ ମଧ୍ୟ ଜଣାଶୁଣା ।

ବିଶେଷକରି ମା'ଙ୍କ ବର୍ଷ ଯାକ ପୂଜାର୍ଜନା କରାଯାଉଥିଲେ ମଧ୍ୟ ମେ ମାସରେ ତାରାତାରିଣୀଙ୍କ ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ପୁରାଣରେ ବର୍ଣ୍ଣିତ ରହିଛି ଯେତେବେଳେ ମା'ପାର୍ବତୀଙ୍କ ଉପରେ ବିଷ୍ଣୁ କ୍ରୋଧ କରିଥିଲେ ସେହି ସମୟରେ ପାର୍ବତୀଙ୍କୁ ତାଙ୍କ ଚକ୍ରରେ ପ୍ରହାର କରବା ପରେ ତାଙ୍କର ଖଣ୍ଡ ବଖଣ୍ଡତ ଶରୀର ଏଣେ ତେଣେ ଏ। ପତିଥିଲା।

ତେବେ ମା’ଙ୍କ ବକ୍ଷସ୍ଥଳ। ଏହିଠାରେ ପଡିଥିବାରୁ ଏହାକୁ ବକ୍ଷସ୍ଥଳ ଶକ୍ତି ପୀଠ ବୋଲି ମଧ୍ୟ କୁହାଯାଇଥାଏ ।

ଏକମାତ୍ର ମେଡ଼ିକାଲ କଲେଜ ଓ ହସ୍ପିଟାଲ ( ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ )

ବ୍ରହ୍ମପୁର ସହର ମଧ୍ୟରେ ରହିଛି ଅନେକ ଛୋଟ ବଡ ସ୍ଵାସ୍ଥ୍ୟକେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ଏକମାତ୍ର ମେଡିକାଲ କଲେଜ ଓ ହସ୍ପିଟାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ମେଡିକାଲରେ ମୋଟ ଶଯ୍ୟସଂଖ୍ୟା ୨୨୬୫ । ସେହିପରି ପ୍ରତିଦିନ ଆଉଟଣ୍ଡେରରେ ହାରାହାରି ୨୫୦୦ରୁ ୩ ହଜାର ପର୍ଯ୍ୟନ୍ତ ରୋଗୀ ଆସିଥାନ୍ତି । ବିଭିନ୍ନ ବିଭାଗରେ ୩୭ ଡାକ୍ତର ପଦବୀ ଥିବା ବେଳେ ରହିଛନ୍ତି ୩୦ ଡାକ୍ତର । ଭେଷଜ ବିଭାଗରେ ୩ ସ୍ଥାନରେ ରହିଛନ୍ତି ୨ ଜଣ, ଶିଶୁ ବିଭାଗରେ ଜଣେ, ଯକ୍ଷ୍ମା ବିଭାଗରେ ଜଣେ, ଅସ୍ରୋପଚାର ବିଭାଗରେ ୩ ଜଣ ଓ ଚକ୍ଷୁ ବିଭାଗରେ ୧ ଡାକ୍ତର ଥିବା  ମେଡ଼ିକାଲ କଲେଜ ପକ୍ଷରୁ ସୁଚାନ ମିଳିଛି ।

ଶିକ୍ଷାନୁଷ୍ଠାନ

ବ୍ରହ୍ମପୁର ସହରରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ । ମୋଟ ୯୦.୦୧ ପ୍ରତିଶତ ଲୋକେ ଏଠାରେ ସାକ୍ଷର ବୋଲି ଜିଲା। ପ୍ରଶାସନ  ପକ୍ଷରୁ ମିଳିଥିବା ରିପୋର୍ଟରୁ ଜଣାଯାଏ । ସହର ମଧ୍ୟରେ ୫ଟି କର ଆଦାୟ ୬୫୬, ୩୦ କୋଟି ଟଙ୍କା । ସେଥିମଧ୍ୟରୁ ସରକାରୀ ହାଇସ୍କୁଲ ଥିବା ବେଳେ ବହୁ ବେସରକାରୀ ସ୍କୁଲ ଓ କଲେଜ ରହିଛି। ଏଠାରେ ଦୁଇଟି ବିଶ୍ଵବିଦ୍ୟାଳୟ ରହିଛି। ଗୋଟିଏ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଅନ୍ୟଟି ଖଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ । ସେହିପରି ସରକାରୀ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ମଧ୍ୟ ରହିଛି ।

ଶଶିଭୂଷଣ ରଥ ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟ

( ଛାତ୍ରୀ ସଂଖ୍ୟା ୩୨୦ )

ସିଟି କଲେଜ

( ଛାତ୍ର ସଂଖ୍ୟା ୨୫୬)

ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ

(୩୦୦ ଛାତ୍ରୀ, ୪୦ ଛାତ୍ର)

ଖଲିକୋଟ ସ୍ଵୟଂଶାସିତ  ମହାବିଦ୍ୟାଳୟ

(୯୬୦ ଛାତ୍ର )

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ

(୧୯୨ ଛାତ୍ର)

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

(୧୫୦୦ ଛାତ୍ରୀ, ୧୦୦୦ ଛାତ୍ର)

ମହାମାୟୀ ମହିଳା ମହାବିଦ୍ୟାଳୟ

(୧୪୦୦ ଛାତ୍ରୀ)

ସରକାରୀ ଶିକ୍ଷାନୁଷ୍ଠାନ

କେନ୍ଦ୍ରୀୟ ବିଦ୍ୟାଳୟ

ସିଟି ହାଇସ୍କୁଲ

କୁଇନ୍ ଅଫ ଦି ମିସନ ହାଇସ୍କୁଲ

କେ.ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭି.ଭି ଗିରି ବାଳିକା ବିଦ୍ୟାଳୟ

ସରକାରୀ ବାଳିକା ବିଦ୍ୟାଳୟ

ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ

ଥାନା ଓ ଫାଣ୍ଡି

ବୈଦ୍ୟନାଥପୁର

ଅଜୟ ମିଶ୍ର

୦୬୮୦ – ୨୨୮୦୦୨୬, ୯୪୩୯୨୨୬୮୨

ଟାଉନ ଥାନା

ନୀହାର ରଞ୍ଜନ ପ୍ରଧାନ

୯୪୩୮୨୬୭୪୩୯

ସଦର ଥାନା

ଶିବଶଙ୍କର ମହାପାତ୍ର

୯୪୩୭୨୩୪୦୧୪

ଗୋପାଳପୁର ଥାନା

ପ୍ରଜ୍ଞାପରମିତା ଜେନା

୯୪୩୭୨୫୧୬୪୭

ବଡବଜାର ଥାନା

ସୁରେଶ କୁମାର ତ୍ରିପାଠୀ

୯୪୩୮୭୨୦୦୦୦

ମହିଳା ଥାନା

ମମତା ନାୟକ

୯୪୩୮୩୦୪୪୬୯

ଗୋଷାଣୀ ନୂଆଗାଁ ଥାନା

କୁଳମଣି ସେଠୀ

୯୪୩୮୩୦୪୪୬୯

ଟ୍ରାଫିକ ଥାନା

ସୁମନ୍ତ କିସାନ

୯୪୩୯୮୧୦୯୭୩

ଏସପିଅଫିସ

ଆଶିଷ କୁମାର ସିଂ

୦୬୮୦ – ୨୨୫୦୨୯୮

ବ୍ରହ୍ମପୁର ସିଟି ହସ୍ପିଟାଲ

ଆସ୍କା ରୋଡ ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର - ସ୍ଵାସ୍ଥ୍ୟ ଅଧିକାରୀ ଡା. ରଞ୍ଜିତ କୁମାର ପାତ୍ର

ଫୋନ ନଂ.୦୬୮୦-୨୨୭୦୦୭୭

ଆଗା ସାହି ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର – ଡା. ପଙ୍କଜ ପ୍ରଭା ସ୍ଵାଇଁ

ଫୋନ୍ ନଂ – ୯୫୮୩୧୬୦୪୯୫

ଉତ୍ତରାମୁଖୀ ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର - ଡା. ଆର. ରାମକ୍ରିଷ୍ଠା ରାଓ

ଫୋନ ନଂ. ୯୪୩୭୭୨୧୪୨୮

ବୈକୁଣ୍ଠନଗର ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର - ଡା. ବ୍ରଜ ସୁନ୍ଦର ପାଣିଗ୍ରାହୀ

ଫୋନ ନଂ – ୯୯୩୭୧୦୧୭୩୧

ଖୋଡାସିଂ ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ର - ଡା. ରମେଶ ଚନ୍ଦ୍ର ମିଶ୍ର

ଫୋନ ନଂ – ୦୬୮୦ – ୨୨୯୦୦୫୧

ଗୁଡଶେଦ  ରୋଡ  ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର  - ଡା. କୃତ୍ତିବାସ ପଣ୍ଡା

ଫୋନ.ନଂ – ୯୪୩୭୬୫୮୦୬୬

ଆମ୍ବୁପୁଆ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର  - ଡ଼ା. ସତ୍ୟନାରାୟଣ ଦାଶ ବ୍ରହ୍ମପୁର ବଡ ମେଡିକାଲ

 

ଓପିତି ହେଲ୍ଥ ଡେସ୍କ  -୦୬୮୦-୨୨୯୦୧୩୭

କାଜୁଆଲିଟି – ୦୬୮୦ – ୨୨୯୦୮୫୧

ଘରୋଇ ହସ୍ପିଟାଲ ୧୫ ଓ ନର୍ସିଂହୋମ ୧୦

ମିନାକ୍ଷୀ ହସ୍ପିଟାଲ (ଚର୍ଚ୍ଚ ରୋଡ )

୦୬୮୦ – ୨୨୨୯୫୭୬

ନୀଳାଞ୍ଚଳ ହସ୍ପିଟାଲ ( ଗୋଇଲୁଣ୍ଡି ରୋଡ )

୯୪୩୮୨୫୧୭୨୧

ଆଶୁତୋଷ ହସ୍ପିଟାଲ ( ଇଞ୍ଜିନୟରିଂ ସ୍କୁଲ ରୋଡ )

୯୪୩୭୨୬୩୦୪୦

ସନ୍ ହେଲଥ କେୟାର ହସ୍ପିଟାଲ (କମାପଲ୍ଲୀ)

୯୪୩୭୩୮୧୬୪୮

ନିଉ କେୟାର ହସ୍ପିଟାଲ ( ବ୍ରହ୍ମାନଗର)

୦୬୮୦ ୨୨୮୨୮୩୧

ଜୀବନଦାସ ହସ୍ପିଟାଲ

୦୬୮୦ – ୨୨୨୪୨୫୦

ସଂଗୃହିତ  - ସୁଶାନ୍ତ ଦାଶ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate