ସେଆର କରନ୍ତୁ

ଭଦ୍ରକ ଜିଲ୍ଲା

ସାଳନ୍ଦୀ ଅବବାହିକାରେ ଅବସ୍ଥିତ ଭାଇଚାରାର ସହର ଭଦ୍ରକ ଏବେ ଆଧୁନିକ ଜୀବନଧାରା ସହିତ ଆଗକୁ ବଢି ଚାଲିଛି । ଭଦ୍ରକ ଜିଲ୍ଲା ସମ୍ବନ୍ଧରେ ସୂଚନା ।

ସାଳନ୍ଦୀ ଅବବାହିକାରେ ଅବସ୍ଥିତ ଭାଇଚାରାର ସହର ଭଦ୍ରକ ଏବେ ଆଧୁନିକ ଜୀବନଧାରା ସହିତ ଆଗକୁ ବଢି ଚାଲିଛି । କଳା, ସାହିତ୍ୟ, ସଂସ୍କୃତି, ବ୍ୟବସାୟ, ଶିକ୍ଷା ଓ କୃଷି ଆଦି କ୍ଷେତ୍ରରେ ଏ ମାଟିକୁ ଏକ ସଙ୍ଗମ ସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ସହର ମଧ୍ୟଭାଗ ଦେଇ ପ୍ରବାହିତ ସାଳନ୍ଦୀର ଶୋଭା ‘ଗଳା ହାର ଭଳି ଭ୍ରମି ଓ ଭୁମାର ଶୋଭା ବର୍ଭନ କରୁଛି ।

୧୬ ନମ୍ବର ଜାତୀୟ ରାଜପଥ ( ଆଗରୁ ୫ ନମ୍ବର ଥିଲା), ପୂର୍ବତଟ ରେଳପଥ, ଭଦ୍ରକ- ଧାମରା ରେଳପଥ, ସାଳନ୍ଦୀ ଅବବାହିକାରେ ଉଚ୍ଚ ଶିକ୍ଷାନୁଷ୍ଠାନ, ମଧ୍ୟ ଭାଗରେ ବିଭିନ୍ନ ପ୍ରଶାସନିକ । ଦପ୍ତର ସହରକୁ କରିଛି ଶ୍ରୀମଣ୍ଡିତ । ଏ  ମାଟିକୁ ଅଧିକ ମହିମାନ୍ୱିତ କରିଛି ସହର ଉପକଣ୍ଠରେ ଥିବା ମା’ ଭଦ୍ରକାଳୀଙ୍କ ପୀଠ । ଜିଲା ସଦର ମହକୁମା ମାନ୍ୟତା ପାଇବା ପରେ ଏହି ସହରରେ ଭିତ୍ତିଭୂମିର କ୍ରମବିକାଶ ସହରକୁ ନୂଆରୂପ ଦେଇଛି ।

ସଂସ୍କୃତି, ସଂଘର୍ଷର ଭୂଇଁ ଭଦ୍ରକ

ଭୌଗୋଳିକ ଏବଂ ଐତିହାସିକ ଦୃଷ୍ଟିରୁ ଭଦ୍ରକ ଜିଲାର ସ୍ଥାନ ସ୍ୱତନ୍ତ୍ର । ଏ ମାଟି କଳା, ସାହିତ୍ୟ, ସଂସ୍କୃତି ସମ୍ପନ୍ନ ଐତିହାସିକଙ୍କ ମତରେ ଆକବରଙ୍କ ଶାସନକାଳରେ ଓଡ଼ିଶା ୩ଟି ଡିଭିଜନରେ ବିଭକ୍ତ ହୋଇଥିଲା । ତନ୍ମଧ୍ୟରୁ ‘ବୃଦରକ’ ଗୋଟିଏ ଡିଭିଜନ ଥିଲା । ଏହି ‘ବୃଦରକ’ ହିଁ ଆଧୁନିକ ଭଦ୍ରକ ବୋଲି କୁହାଯାଏ । ଭଦ୍ରକର ଅଧ୍ୟଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଏ ଅଞ୍ଚଳର ନାମ ଭଦ୍ରକ ହୋଇଥିବା ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ତାଙ୍କର ସନ୍ଦର୍ଭ 'ଜନ୍ମ ଓ ଜନ୍ମଭୂମି' ରେ ଉଲ୍ଲେଖ କରିଛନ୍ତି । ସଂସ୍କୃତ ବିଦ୍ଵାନଙ୍କ ମତରେ ' ଭଦ୍ରାଣାମ୍ ଓକଃ ଭଦ୍ରୌକ’ ଯାହା ପରବର୍ତ୍ତୀ ସମୟରେ ଭଦ୍ରକ  ଭାବେ ନାମିତ ହୋଇଛି । ଭଦ୍ରର ଅର୍ଥ ମଙ୍ଗଳ ଓ ଓକଃ ଅର୍ଥ ବାସସ୍ଥାନ । ଅର୍ଥାତ୍ ଭଦ୍ରକ ହିଁ ମଙ୍ଗଳର  ନିବାସ । ବାସ୍ତବରେ ଏ ମାଟିର ସାଂସ୍କୃତିକ ପରମ୍ପରାକୁ ଲକ୍ଷ୍ୟକଲେ ଏହି କଥାର ସତ୍ୟତା ଉପଲବ୍ଧ କରିହୁଏ । ଏଠାରେ ବହୁ ମଠ,ମନ୍ଦିର, ମସ୍‌ଜିଦ୍, ଗୀର୍ଜା ପ୍ରଭୃତି ଏ ମାଟିକୁ ଏକ ଭାଇଚାରାରେ ବାନ୍ଧି ରଖିଛି ।

କଥିତ ଅଛି ଯେ, ପ୍ରାଚୀନ କାଳରେ ଭଦ୍ରକରେ ଜୈନ ଓ ବୌଦ୍ଧଧର୍ମର ପ୍ରଭାବ ରହିଥିଲା । ଭଦ୍ରକ ପୌରାଞ୍ଚଳ ଅଧୀନ ଚରମ୍ପାର ରହଣିଆସ୍ଥିତ ଗୋଟିଏ ପୁଷ୍କରିଣୀ ଚାରିପାଖରେ ଚତୁବିଂଶ ଜୈନତୀର୍ଥଙ୍କର  ମୂର୍ତ୍ତି ସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ ଅଜିତନାଥ, ଶାନ୍ତନାଥ, ଋଷଭନାଥ ଓ ମହାବୀରଙ୍କ ମୂର୍ତ୍ତି ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟରେ ରହିଛି । ସେହିପରି ଏ ମାଟିରେ ପାଦଦେଇଛନ୍ତି ସନ୍ଥ ନାନକ ଓ ଶ୍ରୀଚୈତନ୍ୟ। ପୁରୀକୁ  ଯାତ୍ରା ସମୟରେ ସେମାନେ ଏଇଠାରେ ଅବସ୍ଥାନ କରିଥିଲେ। ଇନ୍ଦୋର ରାଣୀ ଅହଲ୍ୟବାଈ ପୁରୀ ଯାତ୍ରାବେଳେ ଏଠାରେ ଏକ ପୁଷ୍କରିଣୀ ଖୋଳାଇଥିଲେ। ତାହାର ନାମ ଥିଲା ରାଣୀତଲାୱ । ଭଦ୍ରକ ଉପକଣ୍ଠରେ  ଥିବା ଏହି ସ୍ଥାନ କାଳକ୍ରମେ ରାଣୀତାଲ ନାମରେ ପରିଚିତ ହୋଇଛି । ମରହଟ୍ଟା, ମୋଗଲ, ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ଓ ଇଂରେଜ ଅମଳର ବହୁ ସ୍ମୃତି ଏହି ମାଟିରେ ଏଯାଏ ଉଜ୍ଜୀବିତ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ଵାଧୀନତା ଆନ୍ଦୋଳନ ସମୟରେ ଭଦ୍ରକ ଆସି ଅବସ୍ଥାନ କରିଥିଲେ । ଦେଶ ସ୍ଵାଧୀନତା ଲାଗି ଏ ମାଟିରେ ଜଳି ଓ ଭଦ୍ଭିକ ଉଠିଥିଲା ଆନ୍ଦୋଳନ ବହ୍ନି, ଯେଉଁସବୁ ଘଟଣା ଆଜି ବି ଅବିସ୍ମରଣୀୟ ହୋଇ ରହିଛି । ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଭଦ୍ରକର ସ୍ଥାନ ଗୁରୁତ୍ଵପୂର୍ଣ୍ଣ ମୌଲବୀ  ଅବଦୁସ୍ ଶୋଭନ ଖାଁ ଭଦ୍ରକର ପ୍ରଥମ ମନ୍ତ୍ରୀ ଯିଏ କି ଏକ ସମୟରେ ରାଜସ୍, ସ୍ଵାସ୍ଥ୍ୟ,ଆଇନ୍ ଓ ବାଣିଜ୍ୟ ବିଭାଗ ପାଇଥିଲେ। ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ,ମୁଖ୍ୟମନ୍ତ୍ରୀ ପ୍ରଥମ ଓଡ଼ିଆ ରାଜ୍ୟପାଳ ଥିଲେ ଡକ୍ଟର ହରେକୃଷ୍ଣ ମହତାବ ନୀଳମଣି ରାଉତରାୟ ଏବଂ ନବକୃଷ୍ଣ ଚୌଧୁରୀ ମଧ୍ୟ ଭଦ୍ରକରୁ ପ୍ରତିନିତ୍ଵ କରି ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିବାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅଗ୍ରଗଣ୍ୟତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ' ଆଜି ଓଡ଼ିଶାର ଜାତୀୟ ସଂଗୀତ ମର୍ଯ୍ୟାଦା ପାଇଛି। ବାଞ୍ଛାନିଧି ମହାନ୍ତି,  ଚିନ୍ତାମଣି ମହାନ୍ତି, ବିଦ୍ୟୁତପ୍ରଭା ଦେବୀ, ନିତ୍ୟାନନ୍ଦ ମହାପାତ୍ରଙ୍କ ପରି ବହୁ ସାହିତ୍ୟିକ ଓଡ଼ିଆ ସାହିତ୍ୟକୁ ସମୁଦ୍ଧ କରିଯାଇଛନ୍ତି । ମୋଗଲ ତାମସାର ରଚୟିତା ବଂଶୀବଲ୍ଲଭ ଏବଂ ଓଡ଼ିଆ ମନସ୍ତାକ ଉପନ୍ୟାସ ‘ମନେମନେଦ ର ସ୍ରଷ୍ଟା ବୈଷ୍ଣବଚରଣ ଦାସଙ୍କ ଅବଦାନ ମଧ୍ୟ ଅତୁଳନୀୟ । ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସଂସ୍କୃତି, ସଂଗ୍ରାମ ଓ ମାଟି ଭଦ୍ରକ ସ୍ବତନ୍ତ୍ର ଜିଲା ମାନ୍ୟତା ପାଇବାପରେ ଏ ସହର ଏହାର ମୁଖ୍ୟ ଦପ୍ତର ହୋଇ ସାହିତ୍ୟ ହୋଇରହିଛି ।  ସଂସ୍କୃତି, ପରମ୍ପରାକୁ ଉଜୀବିତ କରି ରଖି ଆସିଛି ।

ଜନସଂଖ୍ୟା

ଭଦ୍ରକ ପୌରପାଳିକା ୩୦ ୱାର୍ଡକୁ ନେଇ । ଗତ ୨୦୧୧ ଜନଗଣନା ଅନୁଯାୟୀ । ଲୋକସଂଖ୍ୟା ୧ଲକ୍ଷ ୭ହଜାର ୩୬୯ ।  ଏଥିମଧ୍ୟରୁ ଭୋଟର ସଂଖ୍ୟା ୭୭,୯୭୬ । ମହିଳା ଭୋଟର ୩୬,୭୧୬ ଓ ପୁରୁଷ ଭୋଟର ୪୧,୨୬୦ ରହିଛନ୍ତି। ସହରରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି । ଦିନକୁ ଦିନ ସହରର କଳେବର  ବଢ଼ି ଚାଲିଛି । ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଭଦ୍ରକ କାହିଁ କେଉଁ କାଳରୁ ନିଜର ଏହି ସ୍ୱତନ୍ତ୍ର ପରିଚୟ ବଜାୟ ରଖ୍ ଆସିଛି । ସହର ଉପକଣ୍ଠରେ ଥିବା କେତେକ ଗ୍ରାମାଞ୍ଚଳକୁ ମିଶାଇ ବୃହତ୍ ସହର ଗଠନର ମଧ୍ୟ ପରିକଳ୍ପନା ରଖାଯାଇଛି ।

ରାଜଧାନୀଠାରୁ ଦୂରତା

ଭଦ୍ରକ ସହରଠାରୁ ରାଜଧାନୀ ଭୁବନେଶ୍ଵରର ଦୂରତା ପ୍ରାୟ ୧୩୦ କି.ମି. । ସଡ଼କ ପଥରେ ବସ୍ ଯୋଗେ ପ୍ରାୟ ଅଢେଇଘଣ୍ଟା ସମୟ ଲାଗେ। ଭୁବନେଶ୍ୱରରୁ ଭଦ୍ରକକୁ କିଛି ସ୍ଵତନ୍ତ୍ର ବସ୍ ଉପଲବ୍ଧ ଥିବା ବେଳେ ବାଲେଶ୍ଵର ବାରିପଦା ଯାଉଥିବା । ବସଗୁଡିକ ରହଣି ବ୍ୟବସ୍ଥା ରହିଛି । ଭଦ୍ରକ ସହରକୁ ୧୬ନଂ ଜାତୀୟ ରାଜପଥ ବାଲେଶ୍ଵରରୁ ଭୁବନେଶ୍ଵର ଯିବା ରାସ୍ତାରେ ଭଦ୍ରକକୁ ସଂଯୋଗ କରୁଛି । ସେହିଭଳି  ଚାନ୍ଦବାଲିରୁ ଭଦ୍ରକକୁ ୯ ନମ୍ବର ରାଜ୍ୟ ରାଜପଥ ସଂଯୋଗ କରୁଥିବା ବେଳେ ଆନନ୍ଦପୁରରୁ ଭଦ୍ରକ ୫୨ ନମ୍ବର ରାଜ୍ୟ ରାଜପଥ ସଂଯୋଗ କରିଛି । ଭଦ୍ରକ ରେଳଷ୍ଟେଶନ ଏକ ଜଙ୍କସନ ଭାବେ ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ଭୂମିକା ନିଭାଇ ଆସୁଛି । ଏଠାରେ ପ୍ରାୟ ସମସ୍ତ ଟ୍ରେନର ରହଣି ବ୍ୟବସ୍ଥା ରହିଛି ।

ସହର ରାସ୍ତା

ସହରବାସୀଙ୍କ ଗମନାଗମନ ସୁବିଧା ଲାଗି । ମୋଟ ୩୧୩, ୮୨୫ କି.ମି. ରାସ୍ତା ରହିଛି । ଏଥି ମଧ୍ୟରୁ ୯୯.୨୫ କି.ମି. କଂକ୍ରିଟ ରାସ୍ତା, ୭୮କି.ମି. ପିଚୁ ରାସ୍ତା, ମେଣ୍ଟାଲ ରାସ୍ତା  ୬୨.୪୭ କି.ମି., ଅଣମେଣ୍ଟାଲ ରାସ୍ତା ୬୮ କି.ମି. ଏବଂ ମାଟି ରାସ୍ତା ୫ କି.ମି. ରହିଛି । ସାଳନ୍ଦୀ ନଦୀରେ ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ ପରେ ସଡକ ଯୋଗାଯୋଗ ବ୍ୟବସ୍ଥାରେ ଅନେକ ଉନ୍ନତି ଆସିଛି।

ଅଧିକ ସୂଚନା

ପାର୍କ

ଭଦ୍ରକ ପୌରପାଳିକା ତରଫରୁ ବ୍ଲକ କଲୋନୀ ପରିସରରେ ନିର୍ମିତ ‘ଚାଚା ନେହେରୁ ଶିଶୁ ପାଇଁ ଏବେ କାର୍ଯ୍ୟ କରୁଛି ।

ଅଡିଟୋରିୟମ

ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଏବଂ ସଭା ସମିତି ପାଇଁ ପୌରପାଳିକା ତରଫରୁ ଶୀତତାପ ନିୟନ୍ତ୍ରିତ ୫ଶହ ଆସନ ବିଶିଷ୍ଟ ଟାଉନ । ହଲ୍ ‘ଶହୀଦ ସ୍ମୃତି ଭବନ’ କାର୍ଯ୍ୟ କରୁଛି । ଘରୋଇ ମାଲିକାନାରେ ୧୦ରୁ ଊର୍ଦ୍ଧ୍ଵ ହୋଟେଲରେ କନଫରେନ୍ସ ରୁମ ବ୍ୟବସ୍ଥା ଅଛି । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନ, ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଶହୀଦ ସଭାବନା କକ୍ଷର ବ୍ୟବସ୍ଥା ରହିଛି । ସାରସ୍ଵତ ସହର ଭଦ୍ରକରେ ବିଭିନ୍ନ ସମୟରେ ସାହିତ୍ୟ ଆଦି ଅନୁଷ୍ଠାନ ପକ୍ଷରୁ ସଭା ଆୟୋଜନ ହେଉଥିବାରୁ ଟାଉନ୍ ହଲ୍ ସମେତ ବିଭିନ୍ନ ଅଡିଟୋରିୟମ୍ ବ୍ୟସ୍ତ ରହୁଛି ।

କଲ୍ୟାଣ ମଣ୍ଡପ

ସହରବାସୀଙ୍କ ବିବାହ,ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ ଉତ୍ସବ ପାଇଁ ପୌରପାଳିକା ତରଫରୁ ନୂଆ ବସଷ୍ଟାଣ୍ଡ ନିକଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣାଧୀନ ରହିଛି । ଏତଦ୍‌ବ୍ୟତୀତ ଘରୋଇ ମାଲିକାନାରେ ୧୫ରୁ ଊର୍ଦ୍ଧ୍ଵ ବିବାହ ମଣ୍ଡପ କାର୍ଯ୍ୟକ୍ଷମ  ରହିଛି । ଏଥିସହିତ ବିଭିନ୍ନ ହୋଟେଲ ପରିସରରେ ଏଥିଲାଗି ସୁବିଧା ରହିଛି ।

ସିନେମା ହଲ

ଭଦ୍ରକ ସହର ଓ ମଧ୍ୟଭାଗ ଓ ଉପକଣ୍ଠରେ ଦୁଇଟି ସିନେମା ହଲ୍ କାର୍ଯ୍ୟକରୁଥିବା ବେଳେ ଚରମ୍ପାରେ ଥିବା ଅନ୍ୟ ଏକ ସିନେମା ହଲ୍ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି । ଚରମ୍ପାର କୈଳାସ ସିନେମା ହଲ ବନ୍ଦ ରହି କ୍ରମେ ପରିତ୍ୟକ୍ତ ହୋଇପଡିଛି । ନୂଆବଜାର ସ୍ଥିତ ଦ୍ରୋପଦୀ ଓ ଚାନ୍ଦିଆ ସ୍ଥିତ ମାଧବ ସିନେମା ହଲ୍ ଏବେ ସହରବାସୀଙ୍କ ଲାଗି ମନୋରଞ୍ଜନ ମାଧ୍ୟମ ହୋଇଛି ।

ଯାନବାହାନ

ଭଦ୍ରକର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨ବର୍ଷରେ ଏଠାରେ ମୋଟ ୩୫,୯୬୪ ଯାନବାହନ ରେଜିଷ୍ଟ୍ରେଶନ ହୋଇଛି । ସେଥିମଧ୍ୟରୁ ୨୦୧୬-୧୭ ରେ ବିଭିନ୍ନ  ୨୩୭୪୩ ଗାଡି ଏବଂ ୨୦୧୭-୧୮ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଭିନ୍ନ ୧୨,୨୨୧ ଗାଡି ରେଜିଷ୍ଟ୍ରେଶନ ହୋଇଥିଲା । ଏଥିମଧ୍ୟରେ ବାଇକ ଗ୍ରାହକ ସଂଖ୍ୟା ସର୍ବାଧିକ ରହିଥିଲା । ଦୁଇଚକିଆ ଗାଡି ୨୦୧୬-୧୭ରେ ୨୦,୭୬୩ ରେଜିଷ୍ଟ୍ରେଶନ ହୋଇଥିବା ବେଳେ ୨୦୧୭ -୧୮ ସେପ୍ଟେମ୍ବର  ୩୦ସୁଦ୍ଧା ୧୦,୭୩୦ ଗାଡି ରେଜିଷ୍ଟ୍ରେଶନ ହୋଇଛି ।

ଶ୍ମଶାନ

ଭଦ୍ରକ ପୌରପାଳିକା ତରଫରୁ ସହର ମଧ୍ୟରେ ୬ଟି ସ୍ଥାନରେ ଶବଦାହ ସକାଶେ ଶ୍ମଶାନ ବ୍ୟବସ୍ଥା ରହିଛି । ତେବେ କୌଣସି ସ୍ଥାନରେ ଶବ ପୋଡା ଲାଗି ଅତ୍ୟାଧୁନିକ ବ୍ୟବସ୍ଥା ହୋଇନାହିଁ । ଗାନ୍ଧୀପଡିଆ ପଛପାଖ, ହାତିଆ ପାନୀୟଜଳ ବ୍ୟବସ୍ଥା ଗଣ୍ଡପଦା, କୁଆଁଶ, ଚାରିଘରିଆ, ଡିଆରଡିଏ ପଛପାଖ,ସନ୍ତିଆ, ବ୍ରାହ୍ମଣ ସାହିରେ ଥିବା ଶ୍ମଶାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହୋଇନାହିଁ । ବିଭାଗ ତରଫରୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ହୋଇପାରିନାହିଁ ।

ଯୋଗାଯୋଗ ଲାଗି ପ୍ରମୁଖ କାର୍ଯ୍ୟାଳୟର ନମ୍ବର (କୋଡ ୦୬୭୮୪)

ଦମକଳ କେନ୍ଦ୍ର

୨୩୧୪୪୪

ରେଲୱେ ଇନକ୍ଵାରି

୨୩୦୪୯୦

ଜିଲାପାଳ ଅଫିସ

୨୪୩୦୩୩/୨୪୦୮୦୦

ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ

୨୪୦୨୨୦

ଉପଜିଲାପାଳ ଅଫିସ

୨୫୦୪୩୬

ଏସପି ଅଫିସ

୨୫୦୩୩୫

ଡିଏସପି ଅଫିସ

୨୫୧୬୩୩

ସିଆଇ ଏଫ ପୋଲିସ

୨୪୦୫୩୬

ପୋଲିସ ଷ୍ଟେଶନ(ଟାଉନ)

୯୪୩୭୦୧୮୬୪୪

ପୋଲିସ ଷ୍ଟେଶନ(ରୁରାଲ)

୯୪୩୭୨୧୮୩୦୦

ପୋଲିସ ଷ୍ଟେଶନ( ପୁରୁଣାବଜାର)

୯୪୩୮୬୧୩୩୫୩

ପିସିଆର ଭ୍ୟାନ(ଟାଉନ)

୮୮୯୫୩୩୮୬୬୬

ପୋଲିସ ଷ୍ଟେଶନ (ରେଲୱେ)

୨୩୦୫୧୦

ଏସପି ଭିଜିଲାନ୍ସ

୨୪୧୧୪୬

ଭଦ୍ରକ ଜିଲା ହସ୍ପିଟାଲ

୨୫୦୨୨୦

ବ୍ଲଡ ବ୍ୟାଙ୍କ ଅଫିସ

୨୫୦୧୩୦

ଇନକମ ଟେକ୍ସ ଅଫିସ

୨୩୧୯୦୦

ସେକ୍ସଟେକ୍ସ ଅଫିସ

୨୪୦୪୯୧

ରିଜିଓନାଲ ଟ୍ରାନ୍ସପର ଅଫିସ

୨୩୧୧୨୨

ଯୋଗାଣ ନିଗମ ଅଫିସ

୨୪୦୪୨୪

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

୨୪୦୩୬୬

ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ

୨୪୦୩୯୧

ଇଲେକ୍ଟ୍ରିକ ଏସଡିଓ

୨୫୧୪୨୩

ଇଲେକ୍ଟ୍ରିକ କଣ୍ଟ୍ରାଲ ରୁମ

୨୫୧୫୫୯

ଇଲେକ୍ଟ୍ରିକ ଫ୍ୟୁଜ କଲ (ଚରମ୍ପା)

୨୩୦୨୫୯

ଇଲେକ୍ଟ୍ରିକ ଫ୍ୟୁଜ କଲ(ଚନ୍ଦନ ବଜାର)

୨୫୦୨୪୬

ଜିଲା ପଞ୍ଚାୟତ କାର୍ଯ୍ୟାଳୟ

୨୫୦୨୬୬

ଭଦ୍ରକ ପୌରପାଳିକା

୨୫୧୫୧୯

ସଂଗୃହିତ –

  • ବିଭୁ ପ୍ରସାଦ ବେହେରା
  • ଡ.ନରହରି ବେହେରା
3.13333333333
Debabrata Sendha Jun 07, 2018 12:18 PM

ବହୁତ ଭଲ ପଦକ୍ଷେପ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top