ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ସ୍ଥାନ
ସେଆର କରନ୍ତୁ

ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ସ୍ଥାନ

ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ସମ୍ବନ୍ଧରେ ସୂଚନା ।

ମାଲକାନଗିରି ଜିଲ୍ଲା

ସାଧାରଣତଃ ମାଲକାନଗିରିର ମୁଖ୍ୟାଳୟ ସଦର ପରବର୍ତ୍ତୀ କାଳରେ ମାଲକାନଗିରି ଜିଲ୍ଲା ନାମରେ ନାମିତ ହୋଇଅଛି । ସନ୍ 1936 ମସିହାରେ ଓଡ଼ିଶା ପ୍ରଦେଶ ଗଠନ ସମୟରେ ମାଲକାନଗିରିଟି ଗୋଟିଏ ‘ତାଲୁକ’ ଭାବରେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବ୍-ଡିଭିଜନ ଅନ୍ତର୍ଗତ ଥିଲା ।ଏହା 1962 ମସିହାରେ କୋରାପୁଟ ଜିଲ୍ଲାର ଏକ ସବ୍-ଡିଭିଜନ୍ ପାହ୍ୟାରେ ଉପନୀତ ହେଲା। ଯେତେବେଳେ ଓଡିଶା ସରକାରଙ୍କ ଜିଲ୍ଲା ଗୁଡିକର ପୁନଃ ସଂଗଠନ ବିଜ୍ଞପ୍ତି 1992 ମସିହା ଅକ୍ଟୋବର 01 ତାରିଖରେ ଜାରି କରାଯାଇ, 1992 ମସିହା ଅକ୍ଟୋବର 02 ତାରିଖରେ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନର ମାଲକାନଗିରି ଜିଲ୍ଲା ନିଜର ସ୍ୱତନ୍ତ୍ର ପରିଚୟ ପାଇପାରିଲା । ଏହାର ବିସ୍ତୃତି, 17 ଡିଗ୍ରୀ 45’ ଉତ୍ତରରୁ 18 ଡିଗ୍ରୀ 40’ ଉତ୍ତର ଅକ୍ଷାଂଶ ଏବଂ 81 ଡିଗ୍ରୀ 10’ ପୂର୍ବ ଦ୍ରାଘିମାରୁ 82 ଡିଗ୍ରୀ ପୂର୍ବ ଦ୍ରାଘିମା ଅଞ୍ଚଳରେ 5791 ବର୍ଗ କିଲୋମିଟର ପର୍ଯ୍ୟାପ୍ତ ଅଟେ । ଏହି ଜିଲ୍ଲାଟି ଜନବିରଳ ହେଲେ ମଧ୍ୟ ପୁରୁଷ ଓ ସ୍ତ୍ରୀ ସଂଖ୍ୟା ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । ପ୍ରାୟତଃ ଅଖଣ୍ଡ ସଂପୂର୍ଣ୍ଣ ଜିଲ୍ଲାଟି ବିସ୍ତୃତ ଘନ ଜଙ୍ଗଲ ସହିତ, ଶତକଡା ଅନୁପାତରେ ଅଳ୍ପ ସଂଖ୍ୟକ ଲୋକ ସହରାଞ୍ଚଳରେ ବାସ କରନ୍ତି । ଏହି ଜିଲ୍ଲାଟି ଦୁଇଗୋଟି ଭୌତିକ ବିଭାଗରେ ପୃଥକୀକୃତ । ପୂ୍ର୍ବାଞ୍ଚଳ ଭାଗଟି ତୀଖ ଘାଟି, ମାଳଭୂମି ଓ ଉପତ୍ୟକାରେ ପରିପୂର୍ଣ୍ଣ । ବିକ୍ଷିପ୍ତ ନିବାସୀମାନଙ୍କ ମଧ୍ୟରେ ପ୍ରାଚୀନ ଆଦିବାସୀ ବଣ୍ଡା, କୋୟା ଏବଂ ଦିଦାୟୀ ସଂପ୍ରଦାୟ ଉଲ୍ଲେଖନୀୟ । ଏହି ଜିଲ୍ଲାଟି ଶିକ୍ଷାରେ ପରିମିତ, ଶିକ୍ଷିତ ମାନଙ୍କ ମଧ୍ୟରେ ”ପୁରୁଷ” ଶିକ୍ଷିତ, ”ସ୍ତ୍ରୀ” ଶିକ୍ଷିତ ଠାରୁ ଅତି ଦୂରରେ ।ଏହି ଜିଲ୍ଲାର ଜଳବାୟୁ ସାଧାରଣତଃ ଶୀତ ଋତୁରେ ଥଣ୍ଡା ଏବଂ ଗ୍ରୀଷ୍ମ ଋତୁରେ ତାପମାତ୍ରା 13 ଡିଗ୍ରୀ ସେଲସିୟସରୁ 47 ଡିଗ୍ରୀ ସେଲସିୟସକୁ ତ୍ୱରାନ୍ୱିତ ହୁଏ । ବାର୍ଷିକ ହାରାହାରି ବର୍ଷାନୁପାତ ପ୍ରାୟ 1700 ମିଲିମିଟର ଅଟେ । ସାଧାରଣତଃ ବର୍ଷାଋତୁ ଏବଂ ବର୍ଷାଋତୁ ପର ମାସଗୁଡିକର ଆପେକ୍ଷିକ ଆର୍ଦ୍ରତା ଉଚ୍ଚ ଅଟେ । ବର୍ଷାଋତୁ ସମୟରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଅଗମ୍ୟ । ସନ୍ତସନ୍ତିଆ ଓ ଅତ୍ୟାଧିକ ବନ୍ୟା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୁଏ । ଏହି ଜିଲ୍ଲାଟି ମ୍ୟାଲେରିଆ ପ୍ରବଣ ପରିଧିରେ ଆଦୃତ।

କିଭଳି ପହଁଞ୍ଚିବେ

  • ଆକାଶ ପଥ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ବିଶାଖାପାଟଣା – ୨୭୦କି.ମି.

  • ରେଳ ଯୋଗେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଜଯପୁର – ୧୧୦ କି.ମି.

  • ସଡକ ପଥ
  • ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥରେ ଜଯପୁର ହେଉଛି ୧୧୦ କି.ମି. ।

ପର୍ଯ୍ୟଟନ ସ୍ଥଳ

ବାଲିମେଳା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ୨୭୦ କି.ମି. ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ମାଲକାନଗିରି ସହର ଠାରୁ ୩୦ କି.ମି. ଦୂରରେ ବାଲିମେଲା ଅବସ୍ଥିତ । ଜୟପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ

  • ରୁହନ୍ତୁ
  • ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଯାଥା- ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ, ହୋଟେଲ୍ ରକ୍ ହିଲ, ହୋଟେଲ୍ ବାସନ୍ତି, ହୋଟେଲ୍ ମାଲ୍ୟବନ୍ତ ଏବଂ ମାଲକାନଗିରି ନଗରପାଳିକା ତତ୍ଵାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

ବାଲିମେଳା ଜଳ ଭଣ୍ଡାର (ଡ୍ୟାମ୍) ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ଯାହାକି ମାଲକାନଗିରିର ପୂର୍ବ ଦିଗର ୩୫ କି.ମି. ଦୂରତାରେ ରହିଅଛି । ଏକ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସହରର ଅତି ନିକଟରେ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ଦ୍ୱାରା ମିଳିତ ଭାବରେ ପ୍ରତିଷ୍ଠା କରାଯାଇଅଛି । ସିଲେରୁ ନଦୀ ଉପରେ ବାଲିମେଳା ଠାରୁ ୨୫ କି.ମି. ଦୂରରେ ଚିତ୍ରକୋଣ୍ଡାଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରାଯାଇଛି । ସମୁଦାୟ ଜଳଧାରର ପ୍ରବାହ ଦୁଇଟି ସରକାରଙ୍କ ସମାନ ଭାଗ ବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶ ସରକାରଙ୍କ ସ୍ରୋତ ଗତି ଦିଗରେ ନଦୀକୁ ଯାହାକି ଓଡ଼ିଶା ସରକାର ବାଲିମେଳାର ଦକ୍ଷିଣ ରେ ପ୍ରାୟ ୧୫ କି.ମି ଦୂରକୁ ନଦୀର ଧାରକୁ ଗତି ପରିବର୍ତ୍ତନ କରି ଏକ ମୁଖ୍ୟ/ପ୍ରଧାନ ଶକ୍ତିରେ ପରିଣତ କରିଛି । ଏହା ଆକଳନ କରାଯାଇଛି ଯେ ବିଜୁଳି ଘରଟି ୨୪୦,୦୦୦ କିଲୋୱାଟର ୬୦% (ଷାଠିଏ ଶତକଡ଼ା) ଭାଗ ମୌଳିକ ଉତ୍ପାଦକରେ ବ୍ୟବହାର କରାଯାଉଛି । ପଛ ଭାଗର ଜଳ ପରବର୍ତ୍ତୀ କାଳରେ ମାଲକାନଗିରି ଓ ମୋଟୁ ସମତଳ ଅଞ୍ଚଳର ୨.୪ ଲକ୍ଷ ଏକର ଜମିକୁ ଜଳସେଚନ କାର୍ୟ୍ୟରେ ବ୍ୟବହାର କରାଯାଉଛି ।

ଆମ୍ମାକୁଣ୍ଡ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ ୨୭୦ କି.ମି. ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜଯପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଜୟପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।

  • ରୁହନ୍ତୁ
  • ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଯାଥା- ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ, ହୋଟେଲ୍ ରକ୍ ହିଲ, ହୋଟେଲ୍ ବାସନ୍ତି, ହୋଟେଲ୍ ମାଲ୍ୟବନ୍ତ ଏବଂ ମାଲକାନଗିରି ନଗରପାଳିକା ତତ୍ଵାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

ଆମ୍ମାକୁଣ୍ଡଟି ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଖଇରପୁଟ ବ୍ଲକ ଅନ୍ତର୍ଗତ ଏବଂ ମାଲକାନଗିରି ସଦରମହକୁମାରୁ ୭୦କି.ମି ଦୂରରେ ଅବସ୍ଥିତ । ଏହି ଶୀତଳ ସ୍ଥାନ ପ୍ରକୃତିର ଏକ ଜଳପ୍ରପାତକୁ ଆଲିଙ୍ଗନ କରିଛି ଯେଉଁଠି ପରବର୍ତୀ ସମୟରେ ଦୁଇ ପାହାଡ ସନ୍ଧିରେ ଏକ ଉପତ୍ୟକା ସୃଷ୍ଠି କରିଛି । ଉକ୍ତ ଗିରି ସଙ୍କଟରେ ଦେଖାଯାଉଥିବା ମୀନଗୁଡିକ ସମ୍ପୂର୍ଣଭାବେ ଲୋକମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରନ୍ତି ଓ ଏହା ଭଗବାନ ବିଷ୍ଣୁଙ୍କ ମୀନ ଅବତରକୁ ବିଶ୍ଵାସ କରାଯାଏ । ପରିଦର୍ଶକ ମାନଙ୍କ ସେହି ସ୍ଥାନରେ ରହଣି ସମୟରେ ମାଛମାନଙ୍କୁ ଖାଦ୍ୟ ଯୋଗେଇ ଆନନ୍ଦ ଉପଭୋଗ କରନ୍ତି । ଏହି ସ୍ଥାନଟି ନିଘଞ୍ଚ ଜଙ୍ଗଲ ଏବଂ କ୍ଷୁଦ୍ର କୁଦ/ଢିପ ଦ୍ଵାରା ଅବୃତ ।

ସତିଗୁଡ଼ା ନଦୀବନ୍ଧ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ ୨୭୦ କି.ମି. ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜଯପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଜଯପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।i.

  • ରୁହନ୍ତୁ
  • ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଯାଥା- ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ, ହୋଟେଲ୍ ରକ୍ ହିଲ, ହୋଟେଲ୍ ବାସନ୍ତି, ହୋଟେଲ୍ ମାଲ୍ୟବନ୍ତ ଏବଂ ମାଲକାନଗିରି ନଗରପାଳିକା ତତ୍ବାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

ସତୀଗୁଡ଼ା ନଦୀବନ୍ଧ ମାଲକାନଗିରି ଜିଲ୍ଲାଠାରୁ ମାତ୍ର 8 କି.ମି ଦୂରରେ ଅବସ୍ଥିତ । ଏହି ଜଳଭଣ୍ଡାର ଦ୍ୱାରା ମାଲକାନଗିରି ଓ କୋରୁକୋଣ୍ଡା ବ୍ଲକର କୃଷି ଉପଯୋଗୀ ଜମିକୁ ଜଳସେଚନ କରାଯାଇଥାଏ ।ଜଳଭଣ୍ଡାର ମଧ୍ୟରେ ବୋଟିଙ୍ଗ କରିବାର ସୁବିଧା କରାଯାଇଛି । ନଦୀବନ୍ଧର ଅନତି ଦୂରରେ ଏକ ମନ୍ଦିରରେ ଭଗବାନ ଶିବ ପୂଜା ପାଉଛନ୍ତି । ବହୁତ ଗୁଡିଏ କ୍ଷୁଦ୍ର ପର୍ବତ ଜଙ୍ଗଲ ଏବଂ ଜଳଧାରା ଦ୍ୱାରା ପରିବେଷ୍ଟିତ ଏହି ଜଳଭଣ୍ଡାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକ ପର୍ଯ୍ୟଟକଙ୍କୁ ବଣଭୋଜି କରିବା ପାଇଁ ଆକୃଷ୍ଠ କରିଥାଏ । ଏହି ଇକୋ ପର୍ଯ୍ୟଟନ କ୍ଷେତ୍ର ଏକ ଭି.ଏସ୍.ଏସ୍. ଦ୍ୱାରା ପରିଚାଳିତ ଅଟେ । ଏଠାରେ ଓଡ଼ିଶା ସରକାରଙ୍କ ବନ ବିଭାଗର ଏକ ଅତିଥି ଭବନ ଅଛି ।

ଭୈରବୀ ମନ୍ଦିର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟତମ ବିମାନସେବା ବିଶାଖାପାଟଣା ଠାରେ ଉପଲବ୍ଧ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ସଡ଼କପଥରେ ୨୭୦ କି.ମି. ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜଯପୁର ହେଉଛି ନିକଟତମ ରେଳ ଷ୍ଟେଷନ ଅଟେ ଯାହାକି ମାଲକାନଗିରି ମୁଖ୍ୟ ସହର ଠାରୁ ୧୧୦ କି.ମି. ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଜଯପୁର ଠାରୁ ମାଲକାନଗିରିକୁ ଆସିବା ପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ବସ ସେବା, ବେସରକାରୀ ଟ୍ୟାକ୍ସି ଇତ୍ୟାଦି ଉପଲବ୍ଧ ଅଟେ ।

  • ରୁହନ୍ତୁ
  • ପର୍ଯ୍ୟଟକ ମାନଙ୍କ ରହିବା ପାଇଁ ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଯାଥା- ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ, ହୋଟେଲ୍ ରକ୍ ହିଲ, ହୋଟେଲ୍ ବାସନ୍ତି, ହୋଟେଲ୍ ମାଲ୍ୟବନ୍ତ ଏବଂ ମାଲକାନଗିରି ନଗରପାଳିକା ତତ୍ବାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

ଭୈରବୀ ମନ୍ଦିର ମାଲକାନଗିରି ସହର ଠାରୁ ୩ କି.ମି. ଦୂରତାରେ ଭୈରବୀ ମନ୍ଦିର ଅବସ୍ଥିତ । ଜୟପୁରରୁ ମାଲକାନଗିରିକୁ ଆସୁଥିବା ଯାତ୍ରୀ ଏବଂ ମାଲକାନଗିରିରୁ ଯାଉଥିବା ଯାତ୍ରୀ ମାଁ ଭୈରବୀଙ୍କ ଠାରେ ନିଜର ନିରାପଦ ଯାତ୍ରା ପାଇଁ ପୂଜା କରିଥାନ୍ତି । ଅନେକ ଧାର୍ମିକ ପରିଦର୍ଶକ ଏହି ମନ୍ଦିରରେ ଦିନତମାମ ପୂଜା କରିବା ପାଇଁ ଆଗ୍ରହର ସହ ଆସିଥାନ୍ତି । ବିଶ୍ୱାସ କରାଯାଏ ଯେ ମାଁ ଭୈରବୀ ମାଲକାନଗିରିର ରାଜାଙ୍କ ଦ୍ୱାରା ପୂଜିତ ହୋଇ ଆସୁଥିଲେ । ଯାହାଙ୍କର ଦୁର୍ଗ ଏବେ ମଧ୍ୟ ମନ୍ଦିର ସମ୍ମୁଖରେ ଥିବା ରାଜାରାଣୀ ପାହାଡ ଉପରେ ଦେଖିବାକୁ ମିଳେ ।

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

ମାଲକାନଗିରି ଜିଲ୍ଲାରେ ଅନେକ ମନୋରମ ପର୍ଯ୍ୟଟନସ୍ଥଳୀ ଅଛି, ଯାହାକି ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନଙ୍କୁ ସର୍ବଦା ଆକୃଷ୍ଠ କରିଆସୁଅଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରାନ୍ତରୁ, ମୁଖ୍ୟତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ପଶ୍ଚିମବଙ୍ଗରୁ ଅନେକ ପର୍ଯ୍ୟଟକ ମାଲକାନଗିରିର ଜୀବନ୍ତକଳା,ମନୋମୁଗ୍ଧକର ପ୍ରାକୃତିକ ଦୃଶ୍ୟରାଜି ଏବଂ ଧାର୍ମିକ ପରମ୍ପରା ଓ ସଂସ୍କୃତି ସହ ଜଡିତ ମନ୍ଦିରମାନ ଦର୍ଶନ ନିମନ୍ତେ ଏଠାକୁ ଆସଥାନ୍ତି।

ଏଠାରେ ୪ ଗୋଟି ବେସରକାରୀ ହୋଟେଲ୍ ଏବଂ ମାଲକାନଗିରି ନଗରପାଳିକା ତତ୍ବାବଧାନରେ ଗୋଟିଏ ଯାତ୍ରୀନିବାସ ଅଛି ।

କ୍ର.ନଂ

ହୋଟେଲ୍/ଲଜର ନାମ

ସମ୍ପର୍କ ପାଇଁ

ମନ୍ତବ୍ୟ

ଯାତ୍ରୀ ନିବାସ

ମାଲକାନଗିରି ନଗରପାଳିକା ତତ୍ବାବଧାନରେ

ହୋଟେଲ୍ ଗୋଲ୍ଡେନ୍ ଭ୍ୟୁ

୦୬୮୨୧-୨୩୧୫୬୭

୯୧୭୮୦୭୩୯୯୮

ବେସରକାରୀ

ହୋଟେଲ୍ ରକ୍ ହିଲ

୦୬୮୨୧-୨୩୦୪୪୩

୮୦୧୮୪୪୪୮୨୯

ବେସରକାରୀ

ହୋଟେଲ୍ ବାସନ୍ତି

୦୬୮୨୧-୨୩୦୯୯୬

୯୯୩୮୮୮୭୪୦୫୧

ବେସରକାରୀ

ହୋଟେଲ୍ ମାଲ୍ୟବନ୍ତ

୮୮୯୫୫୨୪୧୭୦

ବେସରକାରୀ

 

ଆଧାର - https://malkangiri.nic.in

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top