ହୋମ / ସମାଜ କଲ୍ୟାଣ / ଦର୍ଶନୀୟ ସ୍ଥାନ / କାମାକ୍ଷା ମନ୍ଦିର
ସେଆର କରନ୍ତୁ

କାମାକ୍ଷା ମନ୍ଦିର

କାମାକ୍ଷା ମନ୍ଦିରର ପୌରାଣିକ ଗାଥା ଓ ପର୍ବପର୍ବାଣୀ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

କାମାକ୍ଷା ମନ୍ଦିର,ଆସାମର ରାଜଧାନୀ ଦିଶପୁରରୁ ୧୦ କି.ମି ଦୂର ବ୍ରହ୍ମପୁତ୍ର ନଦୀ କୂଳରେ ଗୁଆହାଟୀ ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର, ଏଠାରେ ମାଆ କାମାକ୍ଷା ପୂଜା ପାଉଛନ୍ତି । ୫୧ଶକ୍ତି ପୀଠ ମଧ୍ୟରେ ଏହା ଅନ୍ୟତମ । ରଜୋବତୀ ହେଉଥିବା ଦେବୀମାନଙ୍କ ମଧ୍ୟରେ ପ୍ରମୁଖ ରୂପେ ପରିଗଣିତା ହୁଅନ୍ତି କାମାକ୍ଷାଦେବୀ । କାମାକ୍ଷା ପୀଠ ହେଉଛି ଯୋନି ପୀଠ ।

ପୌରାଣିକ

ପୌରାଣିକ କଥାନୁଯାୟୀ ଦକ୍ଷ ଯଜ୍ଞରେ ସତୀ ଝାସ ଦେବା ପରେ ତାଙ୍କର ଶବକୁ ଧରି ଶିବ ଯେତେବେଳେ ତାଣ୍ଡବ ନୃତ୍ୟ ଆରମ୍ଭ କଲେ ସେଥିରେ ପୃଥିବୀ ଧ୍ଵଂସ ପାଇ ଯିବାର ଆଶଙ୍କା ସୃଷ୍ଟି ହେଲା । ତେଣୁ ସୁଦର୍ଶନ ଚକ୍ର ପ୍ରେରଣ କରି ଭଗବାନ ବିଷ୍ଣୁ ସତୀଙ୍କର ଶବକୁ ଖଣ୍ଡ ବିଖଣ୍ଡିତ କରିଦେଲେ । ସତୀଙ୍କର ଏହି ଖଣ୍ଡବିଖଣ୍ଡିତ ଅଙ୍ଗ ଯେଉଁସବୁ ସ୍ଥାନରେ ନିପତିତ ହେଲା ସେହିସବୁ ସ୍ଥାନ ଶକ୍ତି ପୀଠ ଭାବରେ ପରିଗଣିତ ହେଲା। ଏଠାରେ ସତୀଙ୍କର ଗୃହୟାଙ୍ଗ ବା ମହାମୁଦ୍ରା ନିପତିତ ହୋଇଥିଲା। ତେଣୁ ଏହାକୁ ମହା ବା ଯୋନି ପୀଠ କୁହାଗଲା। ଏହି ପୀଠ ସହିତ ଦେବୀ କାମାକ୍ଷା ରଜସ୍ଵଳା ହେବାର ବିଧି ଜଡିତ ।

ଗୁଆହାଟୀ ନଗରୀର ଅନ୍ୟ ନାମ କାମରୂପା। କାମଦେବ ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ।ଏଥିରେ ଶିବ କ୍ରୋଧିତ ହୋଇ କାମଦେବଙ୍କୁ ଚାହିଁବାରୁ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମ ହୋଇଗଲେ । କାମଦେବଙ୍କ ପତ୍ନୀ ରତି ଦେବୀ ଶିବଙ୍କୁ ପୂଜା କରି ତାଙ୍କୁ ସନ୍ଟୁଷ୍ଟ କଲେ ଓ ଏବଂ ପତିଙ୍କ ନୂତନ ରୂପ ପାଇଁ ପ୍ରାର୍ଥନା କଲେ । ଶିବ ରତିଙ୍କ ପ୍ରାର୍ଥନାରେ ସନ୍ଟୁଷ୍ଟ ହୋଇ କାମଦେବଙ୍କୁ ନୂତନ ରୂପ ପ୍ରଦାନ କଲେ । କାମଦେବଙ୍କ ନାମରୁ ଗୁଆହାଟୀ ନଗରର ନାମ କାମରୂପ ଭାବରେ ଖ୍ୟାତ ହେଲା ।

ପୀଠ ଓ ପର୍ବପର୍ବାଣୀ

କରତୋୟା ଓ ବ୍ରହ୍ମପୁତ୍ର ନଦୀର ମଧ୍ୟବର୍ତ୍ତୀ ତ୍ରିକୋଣ ଭୂମିରେ କାମରୂପର ପ୍ରଧାନ ପୀଠ ରହିଛି। ଗମ୍ଭିରା ଭିତରେ ଏହି ମହାପୀଠ ବା ଯୋନି ପୀଠ ଅବସ୍ଥିତ। ଏହି ପୀଠ ସବୁ ବେଳେ ଫୁଲରେ ଢାଙ୍କିହୋଇ ରହିଥାଏ । ଗମ୍ଭିରା ଭିତରେ ରହିଛି କାମାକ୍ଷା ମୂର୍ତ୍ତି ସିଂହାସନ, ଏହି ସିଂହାସନ ପଛରେ ଅଣ ଓସାରିଆ ଅନ୍ଧାରୁଆ ଶିଡି ଦେଇ ତଳକୁ ଗଲେ ପଡେ ଏକ ପୁଷ୍କରିଣୀ। ଏହି ପୁଷ୍କରିଣୀ ମଝିରେ ନାଲି ପାଟକନାରେ ଢାଙ୍କି ହୋଇ ରହିଥିବା ସ୍ଥାନଟି ଦେବୀଙ୍କ ଜରାୟୁ। ଏହି ଜରାୟୁ ହେଉଛି ଦେବୀଙ୍କ ଖଣ୍ଡବିଖଣ୍ଡିତ ଅଙ୍ଗ। ଏହା ପୁଷ୍କରିଣୀରେ ନିପତିତ ହୋଇଥିଲା।

ଆଷାଢ଼ ମାସ ସପ୍ତମୀ ତିଥିରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ଏହି ପୁଷ୍କରିଣୀରେ । ତିନିଦିନ ଧରି ଏହି ପୁଷ୍କରିଣୀ ରକ୍ତ ବର୍ଣ୍ଣ ହୋଇ ଯାଇଥାଏ। ଏହା ଦେବୀଙ୍କ ରଜସ୍ଵଳା ହେବାର ସଙ୍କେତ ବୋଲି ବିଶ୍ଵାସ । ଏହି ତିନିଦିନ ଧରି ମୂଖ୍ୟ ମନ୍ଦିର ପହଡ଼ ପଡ଼ିଥାଏ । ପୋଖରୀର ଏହି ରକ୍ତ ରଙ୍ଗର ଜଳକୁ ପ୍ରସାଦ ଭାବି ଭକ୍ତମାନେ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ଦେବୀଙ୍କର ଶୁଦ୍ଧସ୍ନାନ ହେବାପରେ ମନ୍ଦିର ଶୋଭାପାଏ। ଏହି ଦିନ କୁଆଁରୀମାନଙ୍କୁ ଭୋଜନ କରାଇଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ଭକ୍ତମାନେ ବିଶ୍ଵାସ ରଖିଛନ୍ତି। କାମାକ୍ଷା ଦେବୀଙ୍କର ନବରାତ୍ର ପାଳନ ହୁଏ । ଏହି ସମୟରେ ଦେବୀ କାମାକ୍ଷା ରୂପବତୀ ହୁଅନ୍ତି ବୋଲି ବିଶ୍ଵାସ ରହିଛି । ଏହି ସମୟରେ ଦେବୀଙ୍କର ତ୍ରିଦିବସ ବ୍ୟାପୀ ପୂଜା ହୁଏ । ଏହି ତ୍ରିଦିବସରେ ପୂଜାକୁ ଆତ୍ମଭାସି ଉତ୍ସବ ବା ଅମ୍ବୁବଚି ମେଳା କୁହାଯାଏ ।

ଆଧାର - "କାମାକ୍ଷା ମନ୍ଦିରର ପୌରଣିକ"

2.85185185185
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top