ହୋମ / ସମାଜ କଲ୍ୟାଣ / ଦର୍ଶନୀୟ ସ୍ଥାନ / ଦକ୍ଷିଣକାଳି ମନ୍ଦିର
ସେଆର କରନ୍ତୁ

ଦକ୍ଷିଣକାଳି ମନ୍ଦିର

ଦକ୍ଷିଣକାଳି ମନ୍ଦିର ଶ୍ରୀକ୍ଷେତ୍ର ପୁରୀର କାଳିକା ଦେବୀ ସାହିରେ ଥିବା ମାଆ ଦକ୍ଷିଣ କାଳିଙ୍କ ଏକ ମନ୍ଦିର ।

ଦକ୍ଷିଣକାଳି ମନ୍ଦିର

ଦକ୍ଷିଣକାଳି ମନ୍ଦିର ଶ୍ରୀକ୍ଷେତ୍ର ପୁରୀର କାଳିକା ଦେବୀ ସାହିରେ ଥିବା ମାଆ ଦକ୍ଷିଣ କାଳିଙ୍କ ଏକ ମନ୍ଦିର । ପୁରୀ ପ୍ରାଥମିକ ଅବସ୍ଥାରେ ସାତ ସାହି ଓ ବୟାଳିଶ କନ୍ଦିରେ ବିଭକ୍ତ ଥିବା କିମ୍ବଦନ୍ତୀ ଅଛି। ସେହି ସାହିମାନଙ୍କ ମଧ୍ୟରୁ କାଳିକା ଦେବୀ ସାହି ଅନ୍ୟତମ । ଏହି କାଳିକା ଦେବୀ ସାହି ସାହିମାନଙ୍କ ମଧ୍ୟରେ ପ୍ରଥମ ଓ ତାହାର ଅଧିଷ୍ଠାତ୍ରୀ ଦେବୀ ଦକ୍ଷିଣ କାଳିକା ଅଟନ୍ତି । ଏହି ଦକ୍ଷଣି କାଳୀଙ୍କ ମନ୍ଦିର ସିଂହଦ୍ଵାର ଠାରୁ ସ୍ଵର୍ଗଦ୍ଵାର ମଧ୍ୟରେ ଥିବା ରାସ୍ତାର ବାମ ଭାଗରେ ଅବସ୍ଥିତ । ସିଂହଦ୍ୱାରର ଅନତି ଦୂରରେ ଶ୍ଵେତଗଙ୍ଗା ତୀର୍ଥର ପୂର୍ବରୁ ସମାଧିମଠର ସମ୍ମୁଖରେ ପୂର୍ବକୁ ଥିବା ଗଳିର ପ୍ରାୟ ଏକ ଶହ ଫୁଟ ଦୂରରେ ଅବସ୍ଥିତ । ଏହି ମନ୍ଦିରର ଉଚ୍ଚତା ପ୍ରାୟ ପଚାଶ ଫୁଟ ହେବ କିନ୍ତୁ ଭୂମିତଳ ସ୍ପର୍ଶୀ ହେଲେ ମଧ୍ୟ ଏକ ବେଦୀ ବା ଚକଡ଼ା ଉପରେ ଅବସ୍ଥାନ କରିବାପରି ବୋଧହୁଏ । ମନ୍ଦିରର ସମ୍ମୁଖ ଦ୍ୱାର ପୂର୍ବ ଦିଗକୁ ପ୍ରସାରିତ । ମାତ୍ର ଏଠାରେ ପହଞ୍ଚିବାକୁ ଉତ୍ତର ଓ ପଶ୍ଚିମରୁ ୧୧+୫=୧୬ ସଂଖ୍ୟକ ପାବଚ୍ଛ ଅତିକ୍ରମ କରିବାକୁ ହୁଏ । ସମ୍ମୁଖ ଦ୍ୱାରର ଅଳ୍ପ ଦୂରରେ ଜଗମୋହନ ସିଂହମୂର୍ତ୍ତି ବିଦ୍ୟମାନ । ଏହାଛଡ଼ା ଜଗମୋହନର ଉତ୍ତର ଓ ପୂର୍ବ ଦିଗରେ ପ୍ରଶସ୍ତ ଚକଡ଼ା ବା ମଣ୍ଡପ ସଂଲଗ୍ନ ରହିଅଛି । ରୋଷଶାଳା ପ୍ରଭୃତି ଏହା ଅନ୍ତର୍ଭୁକ୍ତ । ମନ୍ଦିରର ପାଶ୍ଚାତ ଭାଗରେ ମଣ୍ଡପ ବା ଚକଡ଼ା ରହିଅଛି । ଉନ୍ମୁକ୍ତହେଲେ ମଧ୍ୟ ଉପରି ଭାଗଗୁଡ଼ିକ ଛାତ ଦ୍ୱାରା ଆବୃତ ହେବା ଫଳରେ ଏହାର ମନ୍ଦିର ସଂଲଗ୍ନ ଦେବୀ ପ୍ରାସାଦ ବୋଲି କୁହାଯାଏ ।

ଦେବୀ ବିଗ୍ରହ ସମ୍ମୁଖ ଦ୍ୱାରରୁ ମନ୍ଦିରରେ ପ୍ରବେଶ କରିବାକୁ ହେଲେ ଅନ୍ୟ ଏକ ଗମ୍ଭୀରାଘର ଓ ଗୁମୁଟି ଦ୍ୱାର ଦେଇ ଦେବୀଙ୍କ ନିକଟକୁ ପ୍ରବେଶ କରିବାକୁ ହୁଏ । ଦେବୀ ବିଗ୍ରହ କଳା ମୁଗୁନି ପଥରରେ ନିର୍ମିତ । ତେଣୁ ଏହା ମଣି ବିଗ୍ରହ ଅଟେ । ବିଗ୍ରହର ଉଚ୍ଚତା ଦେଢ଼ଫୁଟ ଏବଂ ପ୍ରସ୍ଥ ଏକ ଫୁଟ । ଦେବୀ ଶବାସନା ଶବାରୂଢ଼ ନୁହଁନ୍ତି । ତାହାଙ୍କ ମସ୍ତକରେ ଜୁଡ଼ା ଓ କିରୀଟ, ଦକ୍ଷିଣ ଉର୍ଦ୍ଧ ହସ୍ତରେ ଖଡ୍ଗ ଦକ୍ଷିଣ ନିମ୍ନ ହସ୍ତରେ ଅକ୍ଷାମାଳୀ, ବାମ ଉର୍ଦ୍ଧ ହସ୍ତରେ ପାକପାତ୍ର (ମୁଖ ସଂଲଗ୍ନ), ବାମ ନିମ୍ନ ହସ୍ତରେ ମୁଣ୍ଡ ଓ ଆବକ୍ଷ ମୁଣ୍ଡମାଳା ଶୋଭିତ । ଦକ୍ଷିଣ ପାଦ ଲମ୍ବମାନ ଥିବା ବେଳେ ବାମପାଦ ତାହାରି ଉପରେ ସଂସ୍ଥାପତି । ଦେବୀ ଚତୁଭୁଜା ଓ ତ୍ରିନେତ୍ରା ଅଟନ୍ତି । ତାହାଙ୍କ ବାମ ପାଶ୍ୱର୍ରେ ମହାକାଳ ଲିଙ୍ଗ ରୂପେ ବିଦ୍ୟମାନ । ସମ୍ମୁଖ ଦ୍ୱାରର ଦକ୍ଷିଣ ଦିଗରେ ବିମଳା ଓ ବାମପାଶ୍ୱର୍ରେ ଭୁବନେଶ୍ୱରୀ ଅବସ୍ଥିତା । ବେଢ଼ାର ଦକ୍ଷିଣରେ ବରାହୀ, ପଶ୍ଚିମର ଗଣେଶ ଏବଂ ଉତ୍ତରରେ ନରସିଂହୀ ବିଦ୍ୟମାନ ।

ପାର୍ଶ୍ଵ ଦେବାଦେବୀ

ଦକ୍ଷିଣ ଦିଗରେ ସିଂହମୁଖୀ, ଗଙ୍ଗା ଓ ଛାୟା, ବାମ ଦିଗରେ ବ୍ୟାଘ୍ରମୁଖୀ, ଯମୁନା ଓ ମାୟା । ଉର୍ଦ୍ଧର ମଧ୍ୟଦେଶରେ ଗଣେଶ ଓ ଏହାଙ୍କ ଦକ୍ଷିଣରେ ମହାଲକ୍ଷ୍ମୀ ଓ ବାମରେ ସରସ୍ୱତୀ ବିଗ୍ରହ ବିଦ୍ୟମାନ । ଏହି ମନ୍ଦିର ବେଢ଼ାର ଅନତି ଦୂରରେ ଉତ୍ତରପୂର୍ବ କୋଣରେ ମହାକାଳେଶ୍ୱର ମନ୍ଦିର ଅବସ୍ଥିତ । ଦକ୍ଷିଣକାଳୀଙ୍କର ବହିସ୍ଥ ବେଢ଼ାକୁ ପ୍ରଦକ୍ଷିଣ କରାଯାଇପାରିବ ।

ଜଗନ୍ନାଥ ଓ ଦକ୍ଷିଣକାଳି

ଦକ୍ଷଣି କାଳୀଙ୍କର ଦୈନିକ ପାକ ଭୋଗର ବ୍ୟବସ୍ଥା ନଥିଲା । କେବଳ ସମର୍ପଣ ଭୋଗ ହିଁ ତାଙ୍କର ଦୈନନ୍ଦିନ ବ୍ୟବସ୍ଥା ଥିଲା । କିନ୍ତୁ ବର୍ତ୍ତମାନ ଶ୍ରୀଦକ୍ଷିଣକାଳୀ ଟ୍ରଷ୍ଟ ଘୃତପାକ ତ୍ରିକାଳ ପୂଜାର ବ୍ୟବସ୍ଥା କରିଅଛନ୍ତି । ପୂର୍ବରୁ ଥିବା ସମର୍ପଣ ଭୋଗ ମଧ୍ୟରେ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ (୧) ବଢ଼ାଏ ବଲ୍ଲଭ (ବଡ଼) ଓ ଚାରିଗୋଟି ବଡ଼ କୋରା, (୨) ସକାଳ ଧୂପର ବଢ଼ାଏ ଖେଚେଡ଼ି ଓ ବଢ଼ାଏ ଶାଗ, (୩) ମଧ୍ୟାହ୍ନ ଧୂପରେ ବଢ଼ାଏ ଓରିଆ ଓ ବଢ଼ାଏ ମରିଚି ପାଣି, (୪) ସଂଧ୍ୟା ଧୂପରେ ଏକ ଅମାଲୁ । ଏସବୁର ବ୍ୟବସ୍ଥା ଥିଲେ ମଧ୍ୟ ବର୍ତ୍ତମାନ ସକାଳ ଧୂପ ଖେଚେଡ଼ି ଓ ମଧ୍ୟାହ୍ନ ଧୂପ ଓରିଆ ଦୈନିକ ଆସୁନାହିଁ । ଆଶ୍ଵିନ ଷୋଳପୂଜାବେଳେ ଦୈନିକ (୧) ମୁଆଁ ପାଞ୍ଚଗୋଟା, (୨) ଗୁଡ଼ ଖଇ ଏକ ବଢ଼ା, (୩) ଗୁଡ଼ କୋରା ଛୋଟ ପାଞ୍ଚଗୋଟା, (୪) ସକଳ ଧୂପ ଖେଚେଡ଼ି ଗୋଟାଏ, ଏଣ୍ଡୁରି ଚଉଠେ ଓ ଶାଗ ଏକ ବଢ଼ା, (୫) ମଧ୍ୟାହ୍ନ ଧୂପର ହେଉଥିଲା ଓରିଆ ଏକ ଗୋଟା, ମରିଚିପାଣି ଏକ ବଢ଼ା ଓ ମୁଗ ଏକ ବଢ଼ା, (୬) ସଂଧ୍ୟା ଧୂପରେ ଦହି ପଖାଳ ଓ ଶାକର ଏକବଢ଼ାର ବ୍ୟବସ୍ଥା ଅଛି ଓ ଏହା ଅଦ୍ୟାବଧି ନିୟମିତ ଆସୁଅଛି । ଏହି ଷୋଳପୂଜା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବରଣୀୟ ବ୍ରାହ୍ମଣଙ୍କ ଦ୍ଵାରା ସଂପାଦିତ ହୋଇଥାଏ ଏବଂ ଭକ୍ତ ଷୋଳଦିନ ବରଣୀୟ ବ୍ରାହ୍ମଣଙ୍କ ଦ୍ୱାରା ଚଣ୍ଡୀପାଠର ବ୍ୟବସ୍ଥା (ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ) ଅଛି । ଏହାଛଡ଼ା ସପ୍ତପୁରୀ ଅମାବାସ୍ୟାରେ ଜଗନ୍ନାଥଙ୍କଠାରୁ ଶ୍ରୀଦକ୍ଷିଣକାଳୀଙ୍କ ନିକଟକୁ ଆଜ୍ଞାମାଳ ଆସିବା ସଙ୍ଗେ ସଙ୍ଗେ ଦକ୍ଷିଣକାଳୀଙ୍କ ନିକଟରୁ ଆଜ୍ଞାମାଳ ଯାଇ ଶ୍ରୀମନ୍ଦିର ରୋଷଶାଳାରେ ସ୍ଥାପିତ ହୋଇଥାଏ ଏବଂ ଶ୍ରୀମନ୍ଦିରରେ ସାତପୁରୀ ଭୋଗ ହୁଏ । ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅବସ୍ଥିତ ଶ୍ରୀବିମଳା ଦେବୀଙ୍କ ପରି ଦକ୍ଷିଣକାଳୀଙ୍କ ନିକଟରେ ଷୋଳପୂଜା ବ୍ୟତୀତ ଅନ୍ୟ ଦିନମାନଙ୍କରେ କୌଣସି ଭୋଗରାଗର ବ୍ୟବସ୍ଥା ନଥିଲା ଏବଂ ଉପରୋକ୍ତ ଶ୍ରୀଜଗନ୍ନାଥ ମନ୍ଦିରର ଖଇ ସହିତ ବାହାରର ଭକ୍ତ ଜନସାଧାରଣଙ୍କ ଦ୍ଵାରା ପ୍ରଦତ୍ତ ଶୁଖିଲି ଅହ୍ମୁଣିଆ ସମପର୍ତି ହେଉଥିଲା । ଦହି ତାଙ୍କର ପ୍ରିୟ ଭେଦ୍ୟ ଭାବେ ବିବେଚିତ ହୁଏ । ଷୋଳପୂଜାର ନିର୍ଦ୍ଦିଷ୍ଟ ତିନିଦିନ ଅଷ୍ଟମୀ ଓ ନବମୀ ତିଥିରେ ଓ କାର୍ତ୍ତିକ ମାସର କାଳୀପୂଜା ଦିନ ଏଠାରେ ସଂଖୁଡ଼ି ଓ ଆମିଷ ଭୋଗର ବ୍ୟବସ୍ଥା ଅଛି । ଏହାଙ୍କ ନିକଟରେ ବାସନ୍ତୀ ନବପତ୍ରିକା ପୂଜାର ବିଧାନ ଥିଲେ ମଧ୍ୟ ଏହା ସଂଖୁଡ଼ି ଭୋଗ ନୁହେଁ ।

ନାମକରଣର ସାର୍ଥକତା

ମନ୍ଦିରର ମୁଖ୍ୟଦ୍ୱାର ପୂର୍ବାଭିମୁଖୀ ହେତୁ ଦେବୀଙ୍କର ମୁଖ ପୂର୍ବ ଦିଗକୁ ରହିବା ସ୍ୱାଭାବିକ । ଦକ୍ଷିଣ କାଳୀଙ୍କର ଆୟଧୁ ଅବସ୍ଥିତି,ପ୍ରଚଳିତ ପୂଜାବିଧି ଓ ଆରାଧନାର ମନ୍ତ୍ର ଏବଂ ଧ୍ୟାନାଦି ଦକ୍ଷିଣକାଳୀ ନାମରେ ପରିପୂରକ ନୁହେଁ । ଏହାଛଡ଼ା ଶ୍ରୀ ଜଗନ୍ନାଥଙ୍କର ଠିକ୍ ଦକ୍ଷିଣ ଦିଗର ଦେବୀ ବିରାଜତିା ନୁହଁନ୍ତି । ତେଣୁ ଦେବୀଙ୍କର ଉପଯୁକ୍ତ ନାମକରଣରେ ଭକ୍ତ ଜନସାଧାରଣଙ୍କର ସନ୍ଦେହ ଅଯଥାର୍ଥ ନୁହେଁ । ତେଣୁ ଦେବୀଙ୍କର ଅତୀତ ଅବସ୍ଥିତି ଓ ଶ୍ରୀମନ୍ଦିରର ଅତୀତ ଅବସ୍ଥିତି ଅବଶ୍ୟ ପ୍ରଣିଧାନ୍ୟଯୋଗ୍ୟ ।

ଶ୍ରୀକ୍ଷେତ୍ର,ନୀଳାଦ୍ରି,ଶ୍ରୀମନ୍ଦିର, ଶ୍ରୀତୀର୍ଥ ଓ ଶ୍ରୀଜଗନ୍ନାଥ ସବର୍ଜନ ବଦିତି ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବଳଭଦ୍ର,ସୁଭଦ୍ରା ଓ ଜଗନ୍ନାଥଙ୍କୁ ଭକ୍ତଗଣ ସାଧାରଣରେ ଦର୍ଶନ କରୁଥିବା ବେଳେ ତାହାଙ୍କ ନିକଟରେ ସୁଦର୍ଶନ, ଭୂଦେବୀ, ଶ୍ରୀଦେବୀ ଓ ମାଧବ ବିଗ୍ରହମାନ ସିଂହାସନାରୂଢ଼ ଅଟନ୍ତି । କୌଣସି ଭକ୍ତଙ୍କ ପକ୍ଷରେ ସିଂହାସନର ନିକଟବର୍ତ୍ତୀ ହୋଇ ଶପ୍ତଧା ବିଗ୍ରହଙ୍କୁ ଦର୍ଶନ ଓ ଭକ୍ତପୂତ ପଣ୍ରାମରେ କୌଣସି ପ୍ରତିବନ୍ଧକ ନାହିଁ। ତେବେ ଶ୍ଲୋକରେ ତିନି ଦେବତାଙ୍କର ସମଷ୍ଟି ଅର୍ଥାତ ବଳଭଦ୍ର ଓ ସୁଭଦ୍ରାଙ୍କ ସହତି ଅଭିନ୍ନ (ପୃଥକ୍ ନଥିବା) ଶ୍ରୀଜଗନ୍ନାଥଙ୍କୁ ଶଙ୍କରାଚାର୍ଯ୍ୟ ସ୍ତୁତି କରିଅଛନ୍ତି । ତ୍ରିମୂର୍ତ୍ତିର ସମଷ୍ଟି ଶ୍ରୀପୁରୁଷୋତ୍ତମ ଅଟନ୍ତି । ପୁରୁଷୋତ୍ତମ ବିଗ୍ରହ କେଶରୀ ବା ଗଙ୍ଗ ରାଜତ୍ୱ କାଳରୁ ପୃଥକ୍ ତିନି ମୂର୍ତ୍ତିରେ ବିରାଜିତ ଅଛନ୍ତି । ଶଙ୍କରାଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କୁ ଶିବ ରୂପରେ ଆରାଧନା କରିଥିବା ତତ୍ତ୍ଵବିତ୍ମାନେ ଦର୍ଶାଇ ଅଛନ୍ତି । ତ୍ରିମୂର୍ତ୍ତିର କଳ୍ପନା ଶାକ୍ତମାନଙ୍କ ମତରେ ପୃଥକ୍ ପ୍ରତିପାଦିତ ହୁଏ । ସେମାନଙ୍କ ମତରେ ଶ୍ରୀବଳଭଦ୍ର ଉଗ୍ରତାରା, ଭୁବନେଶ୍ଵରୀ ସୁଭଦ୍ରା ଓ ଜଗନ୍ନାଥ ଦକ୍ଷଣି କାଳୀ ଅଟନ୍ତି । ସେଥିପାଇଁକୁହାଯାଇଛି :

ଉଗ୍ରତାରା ଶୂଳପାଣିଃ ସୁଭଦ୍ରା ଭୁବନେଶ୍ୱରୀ
ନୀଳାଦ୍ରୌ ତୁ ଜଗନ୍ନାଥଃ ସାକ୍ଷାତ ଦକ୍ଷିଣ କାଳିକାଃ ।

ଏଥିରୁ ବୋଧ ହେଉଛି ଯେ ଶ୍ରୀକ୍ଷେତ୍ର ଏକ ଶାକ୍ତକ୍ଷେତ୍ର ଥିବାରୁ ଶ୍ରୀପୁରୁଷୋତ୍ତମଙ୍କ ଆରାଧନା ପୂର୍ବରୁ ସିଂହାସନରେ ତାରା, ଭୁବନେଶ୍ୱରୀ ଓ କାଳୀ ବିଗ୍ରହର ଆରାଧନା ଥିଲା । ସନାତନ ଧର୍ମାବଲମ୍ବୀ ହିନ୍ଦୁ ଓ ବୌଦ୍ଧ ସନ୍ନ୍ୟାସୀଙ୍କ ଦ୍ୱାରା ସ୍ୱୀକୃତ ଓ ଆରାଧିତଥିବାର ଜଣାଯାଏ । ସେଥିମଧ୍ୟରୁ ଉକ୍ତ ବିଗ୍ରହମାନେ ମହାଲକ୍ଷ୍ମୀ ଓ ବିମଳା ଯଯାତଙ୍କି ଦ୍ଵାରା ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ପଥୃକ ମନ୍ଦିରରେ ସ୍ଥାନିତ ହୋଇଥିବାବେଳେ ଗଙ୍ଗବଂଶ ରାଜତ୍ୱ ଆରମ୍ଭରେ ଦକ୍ଷିଣକାଳୀ ଅନ୍ୟ ଏକ ମନ୍ଦିରରେ (ଯାହାକି ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ନୁହେଁ) ସ୍ଥାପତି ହୋଇଛନ୍ତି । ଏହି ପଥୃକ ସ୍ଥାନରେ ଆରାଧିତା କାଳିକା ବତ୍ତର୍ମାନ ଦକ୍ଷିଣକାଳୀ ଅଟନ୍ତି ।

ଜଗମୋହନର ଦକ୍ଷିଣ ଦ୍ୱାର ଦେଇ ଦକ୍ଷିଣି ଘରେ ଥିବା ଚଳନ୍ତି ପ୍ରତିମା ଗୁଡ଼ିକ ଆବଶ୍ୟକୀୟ ଆଜ୍ଞାମାଳ ନିମନ୍ତେ ଯାଉଥିବା ବେଳେ ମାଜଣା ମଣ୍ଡପକୁ ଦେବୀ ବିଗ୍ରହ ଆସିପାରନ୍ତି କିନ୍ତୁ ରତ୍ନସିଂହାସନସ୍ଥ ଅନ୍ୟ କୌଣସି ପ୍ରତିମାମାନଙ୍କର ଏହା ଗମନା ଗମନ ମାର୍ଗ ନୁହେଁ । ଏପରିକି ଝୁଲଣମଣ୍ଡପ ଏହି ଦ୍ୱାରର ଅତ୍ୟନ୍ତ ନିକଟବର୍ତ୍ତୀ ହେଲେ ମଧ୍ୟ ଝୁଲଣ ସମୟରେ ଦେବାଦେବୀମାନେ ଏହି ମାର୍ଗ ଦେଇ ଯାତାୟାତ କରି ନଥାନ୍ତି । ଆହୁରି ଏକ ଜ୍ଞାତବ୍ୟ ବିଷୟ ଯେ ନବକଳେବର ସମୟରେ ବିସର୍ଜିତ ଦାରୁବିଗ୍ରହମାନ ଏହି ମାର୍ଗରେ ନିଆଯାଇଥାଏ । ଏତଦ୍ ବ୍ୟତୀତ ଭିତର ବେଢ଼ାର ସିଂହଦ୍ୱାର ଦକ୍ଷିଣାଭିମୂଖୀ ଥିବାବେଳେ ଗଜପତି ମହାରାଜ ଦକ୍ଷଣି ଦ୍ଵାର ଦେଇ ଦେବଦଶର୍ନ ନିମନ୍ତେ ମନ୍ଦରିରେ ପ୍ରବେଶ କରିଥାଆନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ପ୍ରାୟ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକଠାରୁ ଖ୍ରୀଷ୍ଟୀୟ ଅଷ୍ଟମ ଶତକ ପର୍ଯ୍ୟନ୍ତ ବ୍ରାହ୍ମଣ୍ୟ ସଂସ୍କୃତି ପରିବର୍ତ୍ତେ ବୌଦ୍ଧ ସଂସ୍କୃତିର ପରିବ୍ୟାପ୍ତ ଥିବା ଓ ଏହି ସଂସ୍କୃତି ହୀନଯାନ ଓ ମହାଯାନ ରୂପେ ଦ୍ୱିଧା ବିଭକ୍ତ ହୋଇଥିବା ଏବଂ ଏହି ହୀନଯାନ ପନ୍ଥୀଙ୍କ ଦ୍ୱାରା ଏହି କ୍ଷେତ୍ରରେ ଭୈରବୀ ଓ ଭୈରବ ଉପାସନ ପ୍ରଚଳିତ ଥିବା "ନୀଳାଚଳ ଓ ଶ୍ରୀଜଗନ୍ନାଥ ଶୀର୍ଷକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଅଛି ।

ତେଣୁ ସେହି ବୌଦ୍ଧ ପନ୍ଥୀଙ୍କ ଦ୍ୱାରା ଭୈରବୀଭାବେ ଆରାଧିତ ଦେବୀ ଆଜିର ଦକ୍ଷିଣକାଳୀ ହେବାର ସନ୍ଦେହର ଅବକାଶ ରହୁନାହିଁ । ଭକ୍ତ ଦକ୍ଷିଣାଭିମୁଖୀ ଭୈରବୀ ପରବର୍ତ୍ତୀ ସମୟରେ ବ୍ରାହ୍ମଣ୍ୟ ସଭ୍ୟତାରେ ଦକ୍ଷିଣକାଳିକା ହେବା ବିଚିତ୍ର ନୁହେଁ । ପରିଦୃଶ୍ୟମାନ ଶ୍ରୀମନ୍ଦିର ନିର୍ମାଣ କାଳରେ ବା ତତ୍ ପୂର୍ବରୁ ଏହି ଦକ୍ଷିଣାଭିମୁଖୀ ମନ୍ଦିର ଭଗ୍ନ ବା ଜରାଜୀର୍ଣ୍ଣ ହେବା ଫଳରେ ଦେବୀ ସ୍ଥାନାନ୍ତରିତ ହୋଇ ବର୍ତ୍ତମାନର ଦକ୍ଷିଣକାଳୀ ମନ୍ଦିରରେ ଅବସ୍ଥାନ କରୁଛନ୍ତି ଓ ତାହାଙ୍କର ଭୈରବ ମହାକାଳ ରୂ ପେ ଅଭିହିତ ହୋଇ ବାମପାର୍ଶ୍ଵରେ ରହି ପୂଜା ପାଉଛନ୍ତି । ପ୍ରାଚୀନ ଦକ୍ଷିଣାଭିମୁଖ ଶ୍ରୀମନ୍ଦିର ସମ୍ମୁଖ ଓ ଅନ୍ଦୁରସ୍ଥ କ୍ଷେତ୍ରଫଳ ଭୈରବଙ୍କ ମନ୍ଦିର ପରି ମହାକାଳେଶ୍ୱର ମନ୍ଦିର ନିର୍ମିତ ହୋଇଛି । କ୍ଷେତ୍ରପାଳ ଭୈରବ ଶକ୍ତିଯୁକ୍ତ ଶିବଲିଙ୍ଗରେ ପରିଣତ ହେଲାପରି ଉକ୍ତ ମହାକାଳ ଭୈରବ ଶକ୍ତିଯୁକ୍ତ ଶିବଲିଙ୍ଗରୂପରେ ମହାକାଳେଶ୍ୱର ରୂପେ ପୂଜା ପାଉଅଛନ୍ତି । ପରବର୍ତ୍ତୀ କାଳରେ ପରିଦୃଶ୍ୟମାନ ଶ୍ରୀମନ୍ଦିର ନିର୍ମିତ ହେବାପରେ ଦକ୍ଷିଣକାଳିକାଙ୍କ ସ୍ଥାନରେ ଜଗନ୍ନାଥଙ୍କ ବିଗ୍ରହ ସ୍ଥାପିତ ହେବା ଯୋଗୁଁ ପରବର୍ତ୍ତୀ ସାହିତ୍ୟ ବା ତନ୍ତ୍ର ଶାସ୍ତ୍ରରେ ଏଭଳି ଶ୍ଳୋକ ସ୍ଥାନ ପାଇଅଛି । ଦକ୍ଷିଣକାଳୀଙ୍କ ମଣିବିଗ୍ରହ ଶ୍ରୀମନ୍ଦିରରୁ ସ୍ଥାନାନ୍ତରିତ ହୋଇଥିବା ଫଳରେ ପୂର୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ ବିଧି ନଥିବାରୁ ଶ୍ରୀମନ୍ଦିରକୁ ଫେରି ନାହାନ୍ତି । ଫଳରେ ଶ୍ରୀମନ୍ଦିର ପକ୍ଷରୁ ଶ୍ରୀଦକ୍ଷିଣକାଳୀଙ୍କ ପୂଜା ଆରାଧନା ନିମନ୍ତେ ପରିବର୍ତ୍ତିତ ଦ୍ରବ୍ୟ ଖଞ୍ଜାଯିବା ସହିତ ଶ୍ରୀଜଗନ୍ନାଥଙ୍କ ବର୍ଣ୍ଣ, ବେଶଭୂଷା, ବୀଜମନ୍ତ୍ର ଓ ଆରାଧନା ଦିଗରେ ଶ୍ରୀଦକ୍ଷିଣକାଳିକାଙ୍କ ସହ କେତେକ ସାମଞ୍ଜସ୍ୟ ରଖାଯାଇଛି ।

ଆଧାର -

"puriwaves.nirmalya.in"

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top