ହୋମ / ସମାଜ କଲ୍ୟାଣ / ପଛୁଆ ବର୍ଗର କଲ୍ୟାଣ / ପଛୁଆ ବର୍ଗର  କଲ୍ୟାଣ 
ସେଆର କରନ୍ତୁ

ପଛୁଆ ବର୍ଗର  କଲ୍ୟାଣ 

ପଛୁଆ ବର୍ଗ ସମ୍ପର୍କରେ ନ୍ୟlସନାଲ କମିଶନ ଫର ବ୍ୟlକବାର୍ଡ କ୍ଲାସ ନ୍ୟlସନାଲ ବ୍ୟlକବାର୍ଡ କ୍ଲାସ ଫାଇନାନ୍ସ ଏଣ୍ଡ ଡେଭଲରମେଣ୍ଟ କର୍ପୋରେସନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ପଛୁଆ ବର୍ଗ ସମ୍ପର୍କରେ

ଭାରତୀୟ କେନ୍ଦ୍ର ସରକାର ସାମାଜିକ ଓ ଅର୍ଥନୈତିକ ସ୍ଥିତି ଆଧାରରେ ତାର ନାଗରିକ ମାନଙ୍କୁ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଅନ୍ୟlନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକରଣ କରିଛି .ନ୍ୟlସନାଲ କମିଶନ ଫର ବ୍ୟlକବାର୍ଡ କ୍ଲାସ ପକ୍ଷରୁ ପ୍ରସ୍ତୁତ କରାଯ଼ାଇଥିବା ତାଲିକା ହେଉଛି ଗତିଶୀଳ (ଜାତି ଓ ଗୋଷ୍ଠୀଙ୍କୁ ଏହି ସୂଚୀରେ ମିଶା ଓ ବାହାର କରି ହୁଏ ) ଏବଂ ବିଭିନ୍ନ ସମୟରେ ସେମାନଙ୍କର ସାମାଜିକ, ଶୈକ୍ଷିକ ତଥା ଆର୍ଥିକ ସ୍ଥିତି ଆଧାରରେ ଏଥିରେ ପରିବର୍ତନ ହୋଇଥାଏ. ଉଦାହରଣ ସ୍ବରୁପ ସାର୍ବଜନିକ କ୍ଷେତ୍ରର ରୋଜଗାର ଓ ଉଚ୍ଚ ଶିକ୍ଷାରେ ଓବିସି ମାନେ 27 ପ୍ରତିଶତ ସଂରକ୍ଷଣ ପାଇବାକୁ ହକଦାର. ସମ୍ବିଧାନରେ ଓବିସି ମାନଙ୍କୁ ସାମାଜିକ ଓ ଶୈକ୍ଷିକ ଦୃଷ୍ଟିରୁ ପଛୁଆ ବୋଲି ବର୍ଣନା କରାଯ଼ାଇଛି . ଓ ସେମାନଙ୍କର ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ସୁନିଶ୍ଚିତ କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦିଆଯ଼ାଇଛି. ଗ୍ରାମୀଣ କ୍ଷେତ୍ରରେ ଓବିସି ମାନେ 22.6 ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ଥିବା ବେଳେ ସହରାଂଚଳରେ 15.4 ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ସେହପରି ଗ୍ରାମୀଣ ଅଞ୍ଚଳରେ ଏସସି ଜନସଂଖ୍ୟlର 31.5 ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଥିବା ବେଳେ 21.2 ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ଗ୍ରାମୀଣ ଅଞ୍ଚଳରେ ଏସଟି ଜନସଂଖ୍ୟlର 45.3 ପ୍ରତିଶତ ତଥା ନଗର ଅଞ୍ଚଳରେ 24.1 ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ରହିଛନ୍ତି . ପରିସଂଖ୍ୟlନ ଓ କାର୍ଯ୍ୟକ୍ରମ କ୍ରିୟlନ୍ବୟନମନ୍ତ୍ରଣାଳୟ ଏନଏସଏସଓ ଦ୍ବାରା 2011-12 କରାଯ଼ାଇଥିବା ସର୍ଭେ ଆଧାରରେ ଯ଼ୋଜନା କମିଶନ ଏହି ତଥ୍ୟ ପ୍ରଦାନ କରିଛି .

ଓବିସି ମାନଙ୍କର ସାମାଜିକ,. ଆର୍ଥିକ କଲ୍ୟାଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ପଛୁଆ ବର୍ଗ ଡିଭିଜନ ନୀତି , ଯ଼ୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ବୟନ ଆଦି କରିଥାଏ. ଓବିସି ମାନଙ୍କର କଲ୍ୟାଣ ପାଇଁ ଗଠିତ ଦୁଇଟି ନ୍ୟlସନାଲ ବ୍ୟlକବାର୍ଡକ୍ଲାସ ଫାଇନାନ୍ସ ଏଣ୍ଡ ଡେଭଲରମେଣ୍ଟ କର୍ପୋରେସନ (ଏନବିସିଏଫଡି) ଏବଂ ନ୍ୟlସନାଲ କମିଶନ ଫର ବ୍ୟlକବାର୍ଡ କ୍ଲାସେସ (ଏନସିବିସି) ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଏହା ଦେଖାଶୁଣା କରେ .

ପଛୁଆ ବର୍ଗ ଡିଭିଜନ

ମନ୍ତ୍ରଣାଳୟ ପକ୍ଷରୁ ପଛୁଆ ବର୍ଗ ବ୍ଯୁରୋ ଅଧୀନରେ ପଛୁଆ ବର୍ଗ ପାଇଁ ଯ଼ୋଜନା କାର୍ଯ୍ୟକାରୀ କରି ପଛୁଆ ବର୍ଗର କଲ୍ୟାଣକୁ ଦେଖାଶୁଣା କରିବାକୁ ନିର୍ଦେଶ ରହିଛି . ମନ୍ତ୍ରଣାଳୟ 1993 ରେ ସ୍ଥାପିତ ହୋଇଥିବା କ୍ଲାସ କମିଶନ ସହ ମଧ୍ୟ କାମ କରେ. ଜାତି, ଉପଜାତି, ପ୍ରତିଶବ୍ଦ ଏବଂ ପଛୁଆ ବର୍ଗର କେନ୍ଦ୍ରୀୟ ତାଲିକାରେ ଗୋଷ୍ଠୀ ମାନଙ୍କୁ ସାମିଲ କରିବା ଆଦି ପ୍ରସଙ୍ଗରେ କମିଶନ ମନ୍ତ୍ରଣାଳୟକୁ ପରାମର୍ଶ ଦିଏ .

ପଛୁଆ ବର୍ଗର ଅର୍ଥ ହେଲା ଏପରି ପଛୁଆ ବର୍ଗ ଯ଼ିଏ ଅନୁସୂଚିତ ଜାତି କିମ୍ବା ଜନଜାତି ନାଗରିକ ହୋଇ ନଥିବେ ଓ ବିଭିନ୍ନ ସମଯରେ ପଛୁଆ ବର୍ଗର ଲୋକ ମାନଙ୍କର ନିଯ଼ୁକ୍ତି ବା ପଦ ପାଇଁ ସଂରକ୍ଷଣ ଉଦ୍ଦେଶ୍ୟ ରେ ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ ତାଲିକାରେ କୁହାଯ଼ାଇଥିବ, ଯ଼ାହାଙ୍କୁ ସରକାର ଭାବୁ ଥିବେ ଯ଼େ ସେମାନଙ୍କର ଉଚିତ ପ୍ରତିନିଧିତ୍ବ ହୋଇ ପାରି ନାହିଁ, ଏହା ଭାରତ ସରକାର କିମ୍ବା ଅନ୍ୟ କୌଣସୀ ସ୍ଥାନୀୟ ସରକାର ବା ପ୍ରଶାସନରେ ହୋଇ ପାରିବ ଭାରତର ସୀମା ମଧ୍ୟରେ ବା ଭାରତ ସରକାରଙ୍କର ନିୟନ୍ତ୍ରଣରେ ହୋଇ ପାରିବ.

1985 ପୂର୍ବରୁ ପଛୁଆ ବର୍ଗ ମାମଲା ଗୁଡିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପଛୁଆ ବର୍ଗ ସେଲ ( ବିସିସି) ଦେଖୁଥିଲେ କଲ୍ୟାଣ ପାଇଁ ଅଲଗା .ମନ୍ତ୍ରଣାଳୟ ଗଠନ ପରେ ( 25.5 1998 ରେ ନାମ ପରିବର୍ତିତ ହୋଇ ସାମାଜିକ ନ୍ୟାୟ ଓ ସଶକ୍ତିକରଣ) ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟl ଲଘୁ ସମ୍ପର୍କିତ ମାମଲା ଗୁଡିକ ନୂଆ ମନ୍ତ୍ରଣାଳୟକୁ ହସ୍ତାନ୍ତରିତ ହୋଇଗଲା ପରେ ଅନୁସୂଚିତ ଜନଜାତି ଓ ସଂଖ୍ୟlଲଘୁ ମାନଙ୍କ ପାଇଁ ଦୁଇଟି ନୂଆ ମନ୍ତ୍ରଣାଳୟ ଗଠନ କରା ଗଲା ଓ ଏହି ଦୁଇ ମନ୍ତ୍ରଣାଳୟ ସମ୍ପର୍କିତ ସମସ୍ତ ମାମଲା ଏହି ଦୁଇ ନୂଆ ମନ୍ତ୍ରଣାଳୟକୁ ସ୍ଥାନାନ୍ତରିତ କରାଗଲା .. ଓବିସି ମାନଙ୍କର ସାମାଜିକ,. ଆର୍ଥିକ କଲ୍ୟାଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳଯର ପଛୁଆ ବର୍ଗ ଡିଭିଜନ ନୀତି , ଯ଼ୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ବୟନ ଆଦି କରିଥାଏ. ଓବିସି ମାନଙ୍କର କଲ୍ୟାଣ ପାଇଁ ଗଠିତ ଦୁଇଟି ସଂସ୍ଥାନ ସମ୍ପର୍କରେ ଦେଖାଶୁଣା କରେ ,

  • ନ୍ୟlସନାଲ ବ୍ୟlକବାର୍ଡ କ୍ଲାସ ଫାଇନାନ୍ସ ଏଣ୍ଡ ଡେଭଲରମେଣ୍ଟ କର୍ପୋରେସନ (ଏନବିସିଏଫଡି)
  • ନ୍ୟlସନାଲ କମିଶନ ଫର ବ୍ୟlକବାର୍ଡ କ୍ଲାସେସ (ଏନସିବିସି)

ସ୍ରୋତ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

2.83333333333
Sagarika Bardhan Mar 02, 2016 11:06 AM

ଏହି ଇନଫରର୍ମେଶନ ଦ୍ଵାରା ପଛୁଆ ବର୍ଗ ବିଷୟରେ ଜାଣିପାରୁଛୁ ଓ ବହୁତ ଜରୁରୀ ମଧ୍ୟ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top