অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାର୍ଦ୍ଧକ୍ୟ ଓ ନିରାଶ୍ରୟ ଭତ୍ତା

ଯୋଜନା

ରାଜ୍ୟସରକାର   ନିରାଶ୍ରୟ  ଲୋକମାନଙ୍କୁ  ଅବସରକାଳୀନ   ଭତ୍ତା   ଯୋଗାଇ   ଦେବା  ବ୍ୟବସ୍ଥା   ଗତ  25 ମାର୍ଚ୍ଚ 1975 ଠାରୁ  ଲାଗୁ   କରିଛନ୍ତି   । ଏହି   ଯୋଜନାର   ନିୟମ  ଅନୁଯାୟୀ  ରାଜ୍ୟର  ଜଣେ  ନିରାଶ୍ରୟ  ବ୍ୟକ୍ତିଙ୍କ   ଆୟୁ  ଯଦି  65 ବା  ତାଠାରୁ   ଅଧିକ   ହୋଇଥାଏ   ତେବେ  ସେ  ଏହା   ଯୋଜନାର  ଅନ୍ତର୍ଭୁକ୍ତ  ହୋଇ  ଅବସର  କାଳୀନ   ଭତ୍ତା  ପାଇବା  ପାଇଁ  ହକଦାର  ହୋଇପାରିବେ, ଏହି  ଆଇନ  ଅଗଷ୍ଟ  16 ତାରିଖ  1985 ରେ  ସଂଶୋଧନ   କରାଯାଇ   50 ବର୍ଷ   ବୟସରୁ  ଉର୍ଦ୍ଦ୍ଵ  ନିରାଶ୍ରୟ  ବିଧବା  ସ୍ତ୍ରୀ  ଏବଂ  60 ବର୍ଷରୁ   ଉର୍ଦ୍ଧ୍ଵ  କୁଷ୍ଠ   ରୋଗୀମାନଙ୍କୁ  ଅନ୍ତର୍ଭୁକ୍ତ  କରାଗଲା   । ଏହି  ଆଇନ  ପୁଣି  ଥରେ  ତା ୯.୧୦.୧୯୯୦ ରେ  ସଂଶୋଧନ   କରାଯାଇ  ସାରା  ଓଡିଶାରେ  ଲାଗୁ  କରାଗଲା   । ଏହି  ଯୋଜନା  ଅନ୍ତର୍ଭୁକ୍ତ   ନିୟମ  ୫କ  ଅନୁଯାୟୀ   ଯଦି  ଜଣେ   ବ୍ୟକ୍ତି  (ପୁରୁଷ/ସ୍ତ୍ରୀ)  ।

  1. 65 ବର୍ଷରୁ  ଅଧିକ  ହୋଇଥିବେ  ବା
  2. ଯଦି  ଜଣେ   ବିଧବା  ହୋଇଥିବେ (ବୟସ  ନିର୍ବିଶେଷରେ)
  3. ଛୋଟ  ଚାଷୀ/ନାମ  ମାତ୍ର   ଚାଷୀ/ ଜମିହୀନ  କୃଷି  ଶ୍ରମିକ   ହୋଇଥିବେ  ଏବଂ  ତାହାଙ୍କର  ବୟସ  60 ବା  ତା’ଠାରୁ  ଅଧିକ  ବର୍ଷ  ହୋଇଥିବ
  4. ଜଣେ  କୁଷ୍ଠ  ରୋଗୀ   ହୋଇଥିବେ   ଏବଂ  ତାଙ୍କର  ବୟସ  60  ବା  60 ରୁ  ଅଧିକ  ହୋଇଥିବ   ।
  5. ତାହାଙ୍କର   ବାର୍ଷିକ  ଆଯ  (ପୁରୁଷ / ସ୍ତ୍ରୀ) 3200  (ତିନିହଜାର  ଦୁଇ ସହରୁ  ଅଧିକ  ହୋଇ  ନଥିବ)
  6. କେହି  ସାହାରେ  ନଥିବେ   ।
  7. ଓଡିଶା  ପ୍ରଦେଶର  ସ୍ଥାୟୀ   ବାସିନ୍ଦା   ହୋଇଥିବେ   ।
  8. କୌଣସି  ଫୌଜଦାରୀ   ମୋକଦ୍ଦମାରେ  ଆଇନ   ଅନୁଯାୟୀ  ଦଣ୍ଡିତ   ହୋଇ   ନଥିବେ   ।
  9. ଅନ୍ୟ  କୌଣସି  ପ୍ରକାର  ରାଜ୍ୟ  ବା  କେନ୍ଦ୍ର   ତରଫରୁ   କିଛି  ସହାୟତା   ପାଉନଥିବେ   ।

ଭିକ୍ଷାବୃତ୍ତି   କରୁଥିବା  ଲଫଙ୍ଗା   ଏବଂ  ଭିକ୍ଷା   ମାଗୁଥିବା  ସନ୍ନ୍ୟାସୀ  ଲୋକମାନେ  ଏହି  ଭତ୍ତା  ପାଇଁ  ଯୋଗ୍ୟ  ବିବେଚିତ  ହେବେ   ନାହିଁ  ଯଦିଓ  ଉପରୋକ୍ତ   ନିୟମର   ପରିସରରେ   ଥିଲେବି   ।

ଯଦି  ଉଭୟ  ସ୍ଵାମୀ ଓ ସ୍ତ୍ରୀ  ଉପରୋକ୍ତ  ନିୟମ  ଅନ୍ତର୍ଭୁକ୍ତ   ହେବେ   ତେବେ   ଉଭୟଙ୍କୁ  ଏହି  ପେନ୍ ସନ   ମିଳିବା  ବ୍ୟବସ୍ଥା   ରହିଛି   ।

ପ୍ରଥମେ   ଏହି  ଭତ୍ତା – ବା  ପେନ୍ ସନ   ମାସକୁ  ଜଣେ   ବ୍ୟକ୍ତି  Rs. 40/- ପାଉଥିଲେ   । 1.12.1989 ରୁ  ଏହି   ନିୟମ  ସଂଶୋଧନ  ହୋଇ  ମାସକୁ   ଜଣଙ୍କୁ  ଆରଏସ.60  ଟଙ୍କା  ଦିଆଗଲା   । 2.10.1990 ରୁ  ଏହା  ପୁଣିଥରେ   ସଂଶୋଧିତ   ହୋଇ   ଜଣେ   ବ୍ୟକ୍ତିକୁ  ଆରଏସ. 100/- ଟଙ୍କା   ଦେବା  ବ୍ୟବସ୍ଥା  ହୋଇଛି   ।

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦରଖାସ୍ତ କରିବା ପଦ୍ଧତି

ସରକାରୀ  ଅନୁମୋଦିତ   ଦରଖାସ୍ତ  ଫର୍ମ   ବ୍ଲକ   ଉନ୍ନୟନ  ଅଧିକାରୀ/ ପୌରପାଳିକା   ବିଜ୍ଞାପିତ   ଅଞ୍ଚଳ   ପରିଷଦ  ଅଫିସରୁ   ମିଳିପାରିବ   । ଜଣେ   ବ୍ୟକ୍ତି   ପାଇଁ  ତିନୋଟି  ଫର୍ମ  ଆବଶ୍ୟକ  ହୁଏ   । ଏହି  ଅନୁମୋଦିତ  ଠିକ୍  ଭାବେ  ପୂରଣ  କରି   ଗୋଟିଏ  ଆବେଦନପତ୍ର   ସହ  ନିଜ  ନିଜ   ସ୍ଥାନର  ବ୍ଲକ   ଉନ୍ନୟନ  ଅଫିସ୍ /ବିଜ୍ଞାପିତ  ଅଞ୍ଚଳ   ପରିଷଦ   ଅଫିସ  ବା  ପୌରପାଳିକା   ଅଫିସରେ  ଦାଖଲ   କରିଦେବେ  । ଗ୍ରାମାଞ୍ଚଳରେ  ବସବାସ  କରୁଥିବା   ଲୋକମାନଙ୍କର   ଦରଖାସ୍ତ  ଫର୍ମ   ବ୍ଲକ  ଉନ୍ନୟନ  ଅଧିକାରୀଙ୍କ  ପାଖରେ   ଜମା   ଦେବାକୁ  ହୋଇଥାଏ   । ବ୍ଲକ  ଉନ୍ନୟନ  ଅଫିସରେ  ଦରଖାସ୍ତ  ରେଜିଷ୍ଟ୍ରିଭୁକ୍ତ  କରିବା  ପରେ  ଦରଖାସ୍ତ  ଗୁଡିକ  ସାମାଜକା  ଶିକ୍ଷା  ସଂଗଠନଙ୍କ  ଜରିଆରେ  ସତ୍ୟାସତ୍ୟ  ଅନୁଧ୍ୟାନ  କରାଯାଏ   । ସାମାଜିକ   ଶିକ୍ଷା  ସଙ୍ଗଠନ  ତନଖିବା  ପରେ  ଦରଖାସ୍ତ   ଫର୍ମ   ଉପରେ  ନିଜର  ମନ୍ତବ୍ୟ  ଲେଖି  ଜମିଜମା  ବିଷୟରେ  ଅନୁଧ୍ୟାନ  କରିବା  ପାଇଁ  ସ୍ଥାନୀୟ  ଗ୍ରାମସେବକ   ଜରିଆରେ   ସ୍ଥାନୀୟ   ରାଜସ୍ୱ   ନିରିକ୍ଷକଙ୍କଠାରୁ  ପ୍ରମାଣପତ୍ର   ପାଇଁ   ଦରଖାସ୍ତକାରୀ   ପାଇବା  ଯୋଗ୍ୟ   କି  ନାହିଁ  ଦରଖାସ୍ତ   ଫର୍ମରେ   ଲେଖି   ଏକମାସ  ଭିତରେ   ବ୍ଲକ   ଉନ୍ନୟନ  ଅଧିକାରୀଙ୍କ  ପାଖକୁ    ପଠାଇ  ଦିଅନ୍ତି   ।

ପୌରପାଳିକା  ଓ  ବିଜ୍ଞାପିତ  ଅଞ୍ଚଳ   ପରିଷଦ   ଦ୍ଵାରା  ପ୍ରାପ୍ତ   ଦରଖାସ୍ତଗୁଡିକ  ୧୫  ଦିନ  ଭିତରେ  ସତ୍ୟାପନ  କାର୍ଯ୍ୟ  ଶେଷ  କରି  ଅବସରକାଳୀନ  ଭତ୍ତା  ପାଇବା  ଯୋଗ୍ୟ  ବିବେଚିତ  ଦରଖାସ୍ତଗୁଡିକ   ରେଜିଷ୍ଟ୍ରୀଭୁକ୍ତ  କରି  ନିଜ  ଅଞ୍ଚଳର  ବ୍ଲକ   ଉନ୍ନୟନ   ଅଧିକାରୀଙ୍କ   ନିକଟକୁ  ପଠାଇ  ଦେଇଥାନ୍ତି   । ଏବଂ  ଏହିସବୁ  ଆବେଦନ  ପତ୍ର  ଗୁଡିକ  ରେଜିଷ୍ଟ୍ରୀଭୁକ୍ତ  ପରେ  ବ୍ଲକ  ଉନ୍ନୟନ  ଅଧିକାରୀ  ଏକମାସ   ଭିତରେ  ଉପପ୍ରଭାଗ  ଅଧିକାରୀଙ୍କ  ନିକଟକୁ  ପଠାଇ  ଦିଅନ୍ତି  ।

ବୟସ ପ୍ରମାଣ

ଯଦି  କୌଣସି  ବ୍ୟକ୍ତିର  ବୟସ ବିଷୟରେ  ସନ୍ଦେହ  ହୁଏ – ତେବେ  ସମ୍ପ୍ରସାରଣ  ଅଧିକାରୀ / ନିର୍ବାହୀ  ଅଧିକାରୀ  ନିମ୍ନଲିଖିତ   ପ୍ରଭାବରୁ  ତନଖି  କରି  ଠିକ୍  ରିପୋର୍ଟ   ଦେଇପାରିବେ ।

  • ଜନ୍ମ  ରେଜିଷ୍ଟାର
  • ସ୍କୁଲ  ସାର୍ଟିଫିକେଟ
  • ଭୋଟର  ଲିଷ୍ଟରେ   ଥିବା  ବୟସ
  • ମେଡିକାଲ  ଅଫିସରଙ୍କଠାରୁ   ବୟସ   ସାର୍ଟିଫିକେଟ   ଆଣିବା   ।

ପୌରପାଳିକା / ବିଜ୍ଞାପିତ   ଅଞ୍ଚଳ  ପରିଷଦରୁ   ଆସିଥିବା  ଦରଖାସ୍ତଗୁଡିକ   ବ୍ଲକ ଉନ୍ନୟନ  ଅଧିକାରୀ  ଯାଞ୍ଚକରି  ଓ.ଏ.ପି.- ii  (O.A.P. - II) ରେଜିଷ୍ଟାରରେ   ରେଜିଷ୍ଟ୍ରିଭୁକ୍ତ   କରି  ସବ୍ କଲେକ୍ଟରଙ୍କ   ନିକଟକୁ   ପଠାଇ  ଦିଅନ୍ତି   ।

ସବ୍ – କଲେକ୍ଟର  ବ୍ଲକ   ଉନ୍ନୟନ  ଅଧିକାରୀଙ୍କଠାରୁ   ପାଇଥିବା   ସମସ୍ତ  ଦରଖାସ୍ତ  ଓ.ଏ.ପି. IV  ରେଜିଷ୍ଟାରରେ  ଗ୍ରାମପଞ୍ଚାୟତ   ୱାରୀ/ବ୍ଲକଦ୍ଵାରା   ବିଜ୍ଞାପିତ   ଅଞ୍ଚଳ  ପରିଷଦ  ୱାରୀ  ଏବଂ   ପୌରପାଳିକା   ୱାରୀ  ତାଲିକା  ରଖନ୍ତି   । ତାପରେ  ସେ  ଯେଉଁ   ଦରଖାସ୍ତଗୁଡିକ  ମଞ୍ଜୁର   କରନ୍ତି  ତାହା  O.A.P. IV  ଏବଂ  ଖାରଜ   କରିଦେବା   ଦରଖାସ୍ତଗୁଡିକ  O.A.P. III ରେ  ରେଜିଷ୍ଟ୍ରିଭୁକ୍ତ   କରନ୍ତି   । ଏବଂ  ଦରଖାସ୍ତଗୁଡିକ   ମଞ୍ଜୁରୀପ୍ରାପ୍ତ   ହେଉ  ବା  ଖାରଜ  ହେଉ  ବ୍ଲକ  ଉନ୍ନୟନ  ଅଧିକାରୀଙ୍କ  ପାଖକୁ   ତିରିଶଦିନ  ଭିତରେ  ପଠାଇ   ଦିଅନ୍ତି   । ବ୍ଲକ  ଉନ୍ନୟନ  ଅଧିକାରୀ  ଖାରଜ  ଦରଖାସ୍ତଗୁଡିକର   ତାଲିକା  O.A.P. III  ଓ  ମଞ୍ଜୁରୀପ୍ରାପ୍ତ   ଦରଖାସ୍ତର   ତାଲିକା  O.A.P.  IV ରେ  ରେଜିଷ୍ଟ୍ରିଭୁକ୍ତ   କରନ୍ତି   । ପୌରପାଳିକା  ଓ  ବିଜ୍ଞାପିତ   ଅଞ୍ଚଳ   ପରିଷଦର   ଅନୁମୋଦିତ  ଓ  ଖାରଜ   ତାଲିକା  ବ୍ଲକ  ଉନ୍ନୟନ  ଅଧିକାରୀ  ସବ୍ – କଲେକ୍ଟରଙ୍କଠାରୁ  ପାଇବା  ସାତ ଦିନ  ଭିତରେ  ପଠାଇ  ଦିଅନ୍ତି   । ଏବଂ  ଯେଉଁ  ମାସରେ   ଅନୁମୋଦିତ   ହେଲା   ତାର   ପରମାସଠାରୁ   ସେମାନଙ୍କୁ  ପେନ୍ ସନ  ମିଳିଥାଏ   । ସବ୍ – କଲେକ୍ଟର  ଅନୁମୋଦିତ   ତାଲିକା  O.A.P. VIII ରେ  ରଖନ୍ତି   ଏବଂ  ଏହାର  ମୁଣ୍ଡା  ଚେକ୍  ରଖି  ଅସଲ   ତାଲିକାଟି  ବ୍ଲକ ଉନ୍ନୟନ  ଅଧିକାରୀଙ୍କ  ପାଖକୁ   ପଠାଇ ଦିଅନ୍ତି  ।

ତା’ପରେ   ବ୍ଲକ   ଉନ୍ନୟନ  ଅଧିକାରୀ  ହିତାଧିକାରୀମାନଙ୍କୁ  ପରିଚୟପତ୍ର  ଦେଇଥାନ୍ତି   । "ପରିଚୟ ପତ୍ରରେ ସୂଚନା"ଥାଏ   ।

ବାର୍ଦ୍ଧକ୍ୟଭତ୍ତା ପାଇଁ "ଦରଖାସ୍ତ ଫର୍ମ"

ଆଧାର  - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate