অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା “ବିତ୍ତ ଅପ୍ରାପ୍ତଙ୍କୁ ବିତ୍ତ ପ୍ରାପ୍ତି” ପାଇଁ ସରକାରଙ୍କ ଏକ ଅଗ୍ରଣୀ ଯୋଜନା । ଏହାଦ୍ୱାରା ବିଭିନ୍ନ ସ୍ତରରେ ହେଉଥିବା ଉଦ୍ୟୋଗ ଗୁଡିକୁ ଔପଚାରିକ ବିତ୍ତୀୟ ପ୍ରଣାଳୀ ମଧ୍ୟକୁ ଆଣିବା ଏବଂ ସେଥିପାଇଁ କମ ଦରରେ ରୁଣ ଯୋଗାଇବା ଏହାର ଉଦ୍ଦେଶ୍ୟ ।

ଏହି ଯୋଜନା ମାଧ୍ୟମରେ  କ୍ଷୁଦ୍ର ଋଣକାରୀ ମାନେ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ରାଷ୍ଟ୍ରାୟତ୍ତ ଉପକ୍ରମ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ବୈଦେଶିକ ବ୍ୟାଙ୍କ, କ୍ଷୁଦ୍ର ରୁଣ ସଂସ୍ଥା, ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ଇତ୍ୟାଦି ଠାରୁ ଅଣ-କୃଷି ଭିତ୍ତିକ ଉଦ୍ୟୋଗ ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ନେଇ ପାରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ଯୋଜନା ୮ ମେ ୨୦୧୫ ରେ ପ୍ରାରମ୍ଭ କରଯାଇଥିଲା ।

ଯୋଗ୍ୟତା

ଯେକୌଣସି ଭାରତୀୟ ନାଗରିକ, ଯାହାଙ୍କର କିଛି ଅଣ-କୃଷି ଭିତ୍ତିକ ଉଦ୍ୟୋଗ ପାଇଁ ଯୋଜନା ଅଛି, ଯଥା ଉତ୍ପାଦନ, ବ୍ୟବସାୟ କିମ୍ବା ସେବାପ୍ରଦାନ; ଓ ତାହା ୧୦ ଲକ୍ଷ ତାଙ୍କ ମଧ୍ୟରେ ହୋଇଥିବ, ସେମାନେ ଯେକୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ, କ୍ଷୁଦ୍ର ରୁଣ ସଂସ୍ଥା, ଅଣ-ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ଇତ୍ୟାଦିଙ୍କୁ ଏହି ଯୋଜନାରେ ରୁଣ ପାଇଁ ଦରଖାସ୍ତ କରିପାରିବେ ।

ଦିଆଯାଉଥିବା ଋଣର ପ୍ରକାର

ଏହି ଯୋଜନାରେ ନିମ୍ନ ପ୍ରକାରର ରୁଣ ଦିଆଯାଇଥାଏ :

  • ଶିଶୁ : ୫୦୦୦୦ ଟଙ୍କା ପର୍ଯ୍ୟନ୍ତ
  • କିଶୋର : ୫୦୦୦୦ ରୁ ଉର୍ଦ୍ଧ୍ଵ ଏବଂ ୫୦୦୦୦୦ ପର୍ଯ୍ୟନ୍ତ
  • ତରୁଣ :   ୫୦୦୦୦୦ ରୁ ଊର୍ଦ୍ଧ୍ଵ ଏବଂ ୧୦୦୦୦୦୦ ପର୍ଯ୍ୟନ୍ତ

ଉଦ୍ୟୋଗର ଅବସ୍ଥା ଓ ରୁଣ ପରିମାଣ ର ଅବଶ୍ୟକତାକୁ ଚାହିଁ ଏପରି ନାମକରଣ କରାଯାଇଛି । ଏହା ଉଚ୍ଚତର ସୋପନକୁ ଯିବାପାଇଁ ଏକ ସଙ୍କେତ ମଧ୍ୟ ଦେଇଥାଏ । ଏହି ଯୋଜନାରେ ୬୦% ପରିମାଣର ରୁଣ ଶିଶୁ ଦିଆଯାଏ ଓ ୪୦% ଅନ୍ୟାନ୍ୟ ବର୍ଗରେ ଦିଆଯାଏ ।

ଏହି ଯୋଜନାରେ କୌଣସି ପ୍ରକାରର ଅନୁବୃତ୍ତି କିମ୍ବା ଛାଡ ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ଉଦ୍ୟୋଗଟି ସରକାରଙ୍କ କୌଣସି ଯୋଜନା ସହ ସମ୍ମିଳିତ କରାଯାଏ ଓ ସରକାରଙ୍କ ମୂଳଧନ ଅନୁବୃତ୍ତି ପାଏ, ତେବେ ସେ ଏହି ଯୋଜନା ମାଧ୍ୟମରେ ରୁଣ ପାଇ ପାରିବେ ।

ଚିହ୍ନିତ କ୍ଷେତ୍ର/ ବିଭାଗ

ଅଧିକତମ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ କେତେକ ଉଦ୍ୟୋଗ କ୍ଷେତ୍ରରେ ଚାହିଦା ମେଣ୍ଟାଇବା ପାଇଁ କ୍ଷେତ୍ର/ କାର୍ଯ୍ୟ କୈନ୍ଦ୍ରିକ ଯୋଜନା କାର୍ଯ୍ୟ।ନ୍ଵିତ କରାଯିବ । ପ୍ରଥମତଃ, କେତେକ ବ୍ୟବସାୟର ସଘନତା କୁ ବିଚାରକୁ ନିଆଯାଇ ଏହି ଚିହ୍ନଟିକରଣ କରାଯାଇଛି ।

  • ଭୂପୃଷ୍ଠ-ପରିବହନ କାର୍ଯ୍ୟକଳାପ : ଏଥିରେ ମାଲ ତଥା ଲୋକ ପରିବହନପାଇଁ ଯଥା ଅଟୋ ରିକ୍ସା, ଛୋଟ ମାଲ ପରିବାହନ ଗାଡି, ଇ-ରିକ୍ସା  ଇତ୍ୟାଦି ବାହନ କିଣିବା ପାଇଁ ।
  • ଗୋଷ୍ଠୀଗତ, ସାମାଜିକ ଏବଂ ବ୍ୟକ୍ତିଗତ କାର୍ଯ୍ୟକଳାପ : ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଉଟି ପାର୍ଲର, ସେଲୁନ, ବୁଟିକ, ଜିମଖାନା ସାଇକଲ ଓ ମୋଟର ସାଇକଲ ମରାମତି ଦୋକାନ  ଇତ୍ୟାଦି ।
  • ଖାଦ୍ୟ ଉତ୍ପାଦ : ଆଚାର ପାମ୍ପଡ ଜେଲି ତିଆରି ଉଦ୍ୟୋଗ, ଗ୍ରାମ ସ୍ତରରେ କୃଷି ଉତ୍ପାଦର ସଂରକ୍ଷଣ, ମିଠା ଦୋକାନ, ଫଳ ଦୋକାନ, ପାଉଁରୁଟି, ବନ୍, କ୍ୟାଟରିଙ୍ଗ, ଆଇସକ୍ରିମ, କାଣ୍ଟୀନ ଇତ୍ୟାଦି ।
  • ବୟନ ଶିଳ୍ପ : ହସ୍ତତନ୍ତ, ବିଦ୍ୟୁତ ଚାଲିୟାତ ତନ୍ତ, ଚିକନ କାର୍ଯ୍ୟ, ଜରି ଏବଂ ଜର୍ଦୋଜି କାର୍ଯ୍ୟ, ପାରମ୍ପରିକ ସୂଚିକାମ, ପାରମ୍ପରିକ ବାନ୍ଧ ଓ ରଙ୍ଗ କାର୍ଯ୍ୟ, ଲୁଗା ଉପରେ ଛାପା କାର୍ଯ୍ୟ, ପୋଷାକ ଡିଜାଇନ, ବୁଣା କାର୍ଯ୍ୟ, କମ୍ପୁଟରୀକୃତ ସୂଚୀ କାର୍ଯ୍ୟ, ସିଲେଇ ଏବଂ ଅନ୍ୟାନ୍ୟ ଅଣ-ପୋଷାକ ବୟନ କାର୍ଯ୍ୟ ।

କିପରି ଦରଖାସ୍ତ କରିବେ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ରୁଣ ନେବାକୁ ଆଗ୍ରହୀ ବ୍ୟକ୍ତିମାନେ ନିଜ ଅଞ୍ଚଳର ଯେକୌଣସି ବ୍ୟାଙ୍କ କିମ୍ବା ଅନ୍ୟ ବିତ୍ତୀୟ ଅନୁଷ୍ଠାନରେ ଏଠି ପାଇଁ ଦରଖାସ୍ତ କରିପାରିବେ ।

ଦରଖାସ୍ତ ସହ ନଥି କରନ୍ତୁ:

  • ପରିଚୟ ପତ୍ର: ନିଜଦ୍ଵାରା ଅନୁପ୍ରମାଣିତ ଭୋଟର ପରିଚୟପତ୍ର/ ଡ୍ରାଇଭିଙ୍ଗ ଲାଇସେନ୍ସ/ପ୍ୟାନ କାର୍ଡ/ ଆଧାର କାର୍ଡ/ ପାସ୍ପୋର୍ଟ/ ସରକାରଙ୍କ ଦ୍ଵାରା ପ୍ରଦତ୍ତ କୌଣସି ଫୋଟୋ ପରିଚୟ ପତ୍ର ।
  • ଆବାସ ପ୍ରମାଣପତ୍ର: ନୂତନ ବିଦ୍ୟୁତ ବିଲ୍, ସମ୍ପତ୍ତି ଟିକସ ରସିଦ (୨ ମାସ ମଧ୍ୟର), ଭୋଟର ପରିଚୟପତ୍ର/ ପାସ୍ପୋର୍ଟ/ ମାଲିକ କିମ୍ବା ଭାଗୀଦାରଙ୍କ ବ୍ଯାଙ୍କ ଏକାଉଣ୍ଟ ପାସ ବୁକ/ବ୍ୟାଙ୍କ ଅଧିକାରୀଙ୍କ ଦ୍ଵାରା ଅନୁପ୍ରମାଣିତ ବିବୃତି ।
  • ୬ ମାସ ଭିତରେ ଉଠାଯାଇଥିବା ୨ ଟି ପାସ୍ପୋର୍ଟ ଫୋଟୋ ।
  • କିଣିବାକୁଥିବା ଯନ୍ତ୍ରପାତି/ ମେସିନର କୋଟେସନ ।
  • ଯନ୍ତ୍ରପାତିର ବିବରଣୀ/ ଯୋଗାଣକାରୀ/ ଦାମ ଓ ଅନ୍ୟାନ୍ୟ ବିବରଣୀ ।
  • ବ୍ୟବସାୟ ର ଠିକଣା, ଅନୁମତି ପତ୍ର (ଲାଇସେନ୍ସ), ନିବନ୍ଧନ ପ୍ରମାଣପତ୍ର, ମାଲିକାନା କିମ୍ବା ଭାଗୀଦାରୀ ପ୍ରମାଣ ପାଇଁ ଆନୁଷଙ୍ଗିକ କାଗଜ ପତ୍ର ।
  • ବର୍ଗ ପ୍ରମାଣପତ୍ର: ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଅନ୍ୟାନ୍ୟ ପଛୁଆ ବର୍ଗ ଇତ୍ୟାଦି ।

ଦ୍ରଷ୍ଟବ୍ୟ: ଏହି ରୁଣ ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ନାହିଁ ।

  • କୌଣସି ଆନୁଷଙ୍ଗିକ ଜମା ବା ବନ୍ଧକ ନାହିଁ ।
  • ପରିଶୋଧ ସମୟ ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।
  • ରୁଣ ଆବେଦନକାରୀ ଅନ୍ୟ କୌଣସି ବ୍ୟାଙ୍କ କିମ୍ବା ବିତ୍ତୀୟ ଅନୁଷ୍ଠାନର ରୁଣ ଖିଲାପକାରୀ ହୋଇନଥିବେ ।

ଅଧିକ ତଥ୍ୟ ପାଇଁ

  1. ରୁଣ ଆବେଦନ ପତ୍ର
  2. ବ୍ୟାଙ୍କର ତାଲିକା -ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate