ହୋମ / ସମାଜ କଲ୍ୟାଣ / ଭିନ୍ନ କ୍ଷ୍ୟମଙ୍କ କଲ୍ୟାଣ / ଭିନ୍ନକ୍ଷମ ସେବା ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନା
ସେଆର କରନ୍ତୁ

ଭିନ୍ନକ୍ଷମ ସେବା ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନା

ଭିନ୍ନକ୍ଷମ ସେବା ଓ ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

ଭିନ୍ନକ୍ଷମ ସେବା ଯୋଜନା

ଯୋଜନାର ଉଦ୍ଦେଶ୍ୟ

ରାଜ୍ୟରେ ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ସେବା ଓ ସୁଯୋଗ ସୃଷ୍ଟି ସହ ସାମାଜିକ ସୁରକ୍ଷା ପ୍ରଦାନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏହି ଯୋଜନା ଓଡିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଅଛି ।

ଯୋଜନା ସମ୍ବନ୍ଧୀୟ ସୂଚନା

ହିତାଧିକାରୀଙ୍କ ବୟସ ୫ ବର୍ଷରୁ ଉର୍ଦ୍ଧ୍ଵ ହୋଇଥିବ ଏବଂ ସେ ଅନ୍ୟୁନ ୪୦% ରୁ ଉର୍ଦ୍ଧ୍ଵ ଅକ୍ଷମ ହୋଇଥିବେ ।

  • ଆବେଦନ ପ୍ରଣାଳୀ
  • ସାଧାକାଗଜରେ ଏକ ଦରଖାସ୍ତ ସହ ଭିନ୍ନକ୍ଷମ ପ୍ରମାଣ ପତ୍ର ସଂଲଗ୍ନ କରାଯାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ଦାଖଲ କରାଯିବ ଏବଂ ଚାହୁଁଥିବା ସାହାଯ୍ୟ ମଧ୍ୟ ଦରଖାସ୍ତରେ ସୂଚନାଥିବା ବାଞ୍ଛନୀୟ ।

  • ଚିହ୍ନଟ ପ୍ରକ୍ରିୟା
  • ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଭିନ୍ନକ୍ଷମ ଚିହ୍ନଟ କରି ଏକ ପ୍ରମାଣ ପତ୍ର ପ୍ରଦାନ କରିବେ ।

ସାହାଯ୍ୟର ପରିମାଣ

  • ପ୍ରାଥମିକ ବିଦ୍ୟାଳୟଠାରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ତଥା ପଞ୍ଜିକୃତ ଅଣ ଅନୁଦାନପ୍ରାପ୍ତ ସ୍ଵତନ୍ତ୍ର ବିଦ୍ୟାଳୟ, ବୈଷୟକ ଅନୁଷ୍ଠାନରେ ଅଧୟନରତ ଏବଂ ବାର୍ଷିକ ଟ ୧୫,୦୦୦ ପର୍ଯ୍ୟନ୍ତ ପାରିବାରିକ ଆୟଥିବା ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥାଏ ।
  • ଟଙ୍କା ମଧ୍ୟରେ ଆୟଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୫୦%ରିହାତି ମୂଲ୍ୟରେ ବିଭିନ୍ନ ସହାୟକ ଉପକରଣ ଯୋଗାଇ ଦିଆଯାଏ ।
  • ଆତ୍ମନିଯୁକ୍ତି ଯୋଜନା , ଇନ୍ଦିରା ଆବାସ ଯୋଜନା ଓ ସରକାରୀ ଚାକରୀରେ ଶତକଡା ୩% ସ୍ଥାନ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସଂରକ୍ଷିତ କରାଯାଇଅଛି ।

ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନା

ଏହି ଯୋଜନା ଫ୍ରେବୃଆରୀ ୨୦୦୯ ମସିହା ଠାରୁ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ୫୦:୫୦ ମୁତାବକ କାର୍ଯ୍ୟକାରୀ କରାଯାଉଅଛି ।

ହିତାଧିକାରୀଙ୍କ ପାଇଁ ସୁଯୋଗ

  • ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନାବିକଳାଙ୍ଗ ହିତାଧିକାରୀଙ୍କ ବୟସ ୧୮ରୁ୬୫ ମଧ୍ୟରେ ହୋଇଥିବ ।
  • ହିତାଧିକାରୀ ପ୍ରଚଳିତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତାଲିକାରେ ଅନ୍ତର୍ଭୃକ୍ତ ହୋଇଥିବେ । (ବିପିଏଲ ତାଲିକା ୧୯୯୭)
  • ବିକଳାଙ୍ଗ ମାନସିକ ବିକଳାଙ୍ଗ ,ଅନ୍ଧ,ବଧିର,କୁଷ୍ଠରୋଗ,ମାନସିକ ଅନଗ୍ରସର ହୋଇଥିବେ ।
  • କ୍ଷମତାପ୍ରାପ୍ତ ଡାକ୍ତରଙ୍କ ଦ୍ଵାରା ଶତକଡା ୪୦%ରୁ ଉର୍ଦ୍ଧ ବିକଳାଙ୍ଗ ବୋଲି ପ୍ରମାଣିତ ହୋଇଥିବେ ।
  • ବ୍ଲକ ସ୍ତରରେ/ତହସିଲ ସ୍ତରରେ ବିକଳାଙ୍ଗମାନଙ୍କୁ ସଦର ମହକୁମାକୁ ଡାକି ହିତାଧିକାରୀଙ୍କୁ ଚୟନ କରାଯିବ ।
  1. ସାହାଯ୍ୟର ପରିମାଣ
  2. ଦାରିଦ୍ର୍ୟ ସୀମାରେଖା ତଳେ ମଞ୍ଜୁର ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ପ୍ରତିମାସରେ  ପାସ୍ ବହି ପ୍ରାପ୍ୟ ପ୍ରଦାନ କରାଯିବ ।

  3. ଚିହ୍ନଟ ପ୍ରକ୍ରିୟା
  4. ଗ୍ରାମପଞ୍ଚାୟତ/ପୌରପରିଷଦ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ସକ୍ରୀୟ ଅଂଶ ଗ୍ରହଣ କରିବେ ।

  5. ଦରଖାସ୍ତ ପ୍ରଣାଳୀ
  6. ଇନ୍ଦିରା ଗାନ୍ଧୀ ଜାତୀୟ ବିକଳାଙ୍ଗ ଭତ୍ତା ଯୋଜନା ପାଇଁ ସ୍ଵତନ୍ତ୍ର ଦରଖାସ୍ତ ଫର୍ମ ପ୍ରସ୍ତୁତ ହୋଇନାହିଁ ।

ଭିନ୍ନକ୍ଷମଙ୍କ  ପାଇଁ  ନୂଆ  ଆଇନ

ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ଅଧିକାର  ସମ୍ପର୍କରେ  ଜାତିସଂଘ  ସମ୍ମିଳନୀ   ଘୋଷଣାପତ୍ରରେ  ଭାରତ  ୨୦୦୭  ମସିହାରେ  ହସ୍ତାକ୍ଷର  କରିବା  ପରେ  ଏହି  ଆନ୍ତର୍ଜାତିକ   ଚୁକ୍ତିକୁ  ସମ୍ମାନ  ଜଣାଇ  ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ପାଇଁ  ଏକ  ନୂଆ  ଆଇନ  ପ୍ରଣୟନ  କରିବାର   ଆବଶ୍ୟକତା   ଉପୁଜିଲା   । ଏ  ସମ୍ପର୍କରେ   ଏକ  ଚିଠା  ଆଇନ  ପ୍ରସ୍ତୁତ  କରିବା  ପାଇଁ  ଡଃ  ସୁଧା କୌଲଙ୍କ  ଅଧ୍ୟକତାରେ  ୨୦୧୦  ମସିହାରେ  ଏକ  କମିଟି  ଗଠିତ  ହୋଇଥିଲା   । ଏହି  କମିଟି  ଦେଇଥିବା  ପ୍ରସ୍ତାବକୁ  ଆଧାର  କରି  ଭିନ୍ନକ୍ଷମଙ୍କ  ଅଧିକାର  ସମ୍ପର୍କରେ   ଉପସ୍ଥାପିତ  ବିଲ୍ ଟି   ଷ୍ଟାଣ୍ଡିଙ୍ଗ  କମିଟିର  ତର୍ଜମା  ପରେ  ରାଜ୍ୟସଭାରେ   ପାରିତ  ହୋଇଥିବାରୁ  ଖୁବ୍  ଶୀଘ୍ର  ୧୯୯୫ ମସିହାର  ଭିନ୍ନକ୍ଷମ  ଆଇନ  ସ୍ଥାନରେ  ଏକ  ନୂଆ  ଭିନ୍ନକ୍ଷମ  ଅଧିକାର  ଆଇନ  କାର୍ଯ୍ୟ  କରିବା  ଆରମ୍ଭ  କରିବ   ।

୨୦୧୧ ମସିହାର  ଜନଗଣନା  ଅନୁସାରେ  ଦେଶରେ  ଶତକଡା ୨.୨୪  ଭାଗ , ଅର୍ଥାତ୍ ୨ କୋଟିରୁ  ଅଧିକ  ଭିନ୍ନକ୍ଷମ   ବ୍ୟକ୍ତି  ଅଛନ୍ତି   । ଏମାନଙ୍କ  ମଧ୍ୟରୁ  ଶତକଡା  ୨୦.୩ ଭାଗ  ବ୍ୟକ୍ତିଙ୍କର  ଶାରୀରିକ  ବାଧକତା  ଥିବାବେଳେ  ୧୮.୯ ଭାଗ  ଶ୍ରବଣଶକ୍ତି   ଓ  ୧୮.୮ ଭାଗ  ଲୋକଙ୍କର   ଦୃଷ୍ଟିଶକ୍ତି  ସଙ୍କ୍ରାନ୍ତୀୟ   ବାଧକତା  ରହିଛି  । ଜାତିସଂଘର  ଘୋଷଣାପତ୍ର  ଅନୁସାରେ   ସେହିମାନଙ୍କୁ  ଭିନ୍ନକ୍ଷମ  କୁହାଯିବ   ଯେଉଁମାନଙ୍କର   ଦୀର୍ଘସ୍ଥାୟୀ  ଶାରୀରିକ  , ମାନସିକ , ବୌଦ୍ଧିକ , ଇନ୍ଦ୍ରିୟଗତ  କ୍ଷତି  ଯୋଗୁଁ  ଅନ୍ୟମାନଙ୍କ  ସହିତ  ପୂର୍ଣ୍ଣ  ଓ  ପ୍ରଭାବୀଭାବେ  ସମାନ  ସ୍ତରରେ  ଭାଗ  ନେବାରେ  ବାଧା  ଉତ୍ପନ୍ନ  ହୋଇଥାଏ    ।

ନୂଆ  ଆଇନରେ  ୨୧ପ୍ରକାର   ଭିନ୍ନକ୍ଷମ  ଅବସ୍ଥାକୁ   ଗ୍ରହଣ

୧୯୯୫ ମସିହା  ଆଇନରେ  ୭ପ୍ରକାର  ଭିନ୍ନକ୍ଷମ  ଅବସ୍ଥା  ଥିବା  ବେଳେ  ନୂଆ  ଆଇନରେ  ୨୧ପ୍ରକାର   ଭିନ୍ନକ୍ଷମ  ଅବସ୍ଥାକୁ   ଗ୍ରହଣ  କରାଯାଇଛି  । ସେଗୁଡିକ  ହେଲା -

  1. ଦୃଷ୍ଟିହୀନତା
  2. ସ୍ଵଳ୍ପଦୃଷ୍ଟି
  3. କୃଷ୍ଣରୋଗରୁ  ଆରୋଗ୍ୟଲାଭ   କରିଥିବା  ବ୍ୟକ୍ତି
  4. ଶ୍ରବଣ  ବାଧକତା  (ବଧିର ଓ  ଅଳ୍ପ  ଶୁଣିପାରୁଥିବା ) ,
  5. ଶାରୀରିକ  ବଧକତା
  6. ବାନମତା  (ଡ୍ୱାର୍ଫିଜିମ)
  7. ବୌଦ୍ଧିକ  ଅନଗ୍ରସରତା
  8. ମାନସିକ  ଅସୁସ୍ଥତା
  9. ସ୍ଵପରାୟଣଯୁକ୍ତ ବାଧକତା  (ଅଟିଜିମ  ସ୍ପେକ୍ରମ  ଡିସ୍ ଅର୍ଡର )
  10. ମସ୍ତିସ୍କ  ପକ୍ଷାଘାତ  (ସେରିବ୍ରାଲ  ପଲ୍ ସି)
  11. ମାଂସପେଶୀ କୁପୋଷଣ  (ମସ୍କ୍ୟୁଲାର୍ ଡାଏଷ୍ଟ୍ରୋଫି)
  12. ସ୍ଥାୟୀ  ସ୍ନାୟବିକ  ସମସ୍ୟା (କ୍ରିନିକ  ନିଉରୋଲୋଜିକାଲ  କଣ୍ଡିସନ୍ ସ)
  13. ବିଶେଷ  ଶିକ୍ଷଣ  ଅନଗ୍ରସରତା  (ସ୍ପେସିଫିକ୍  ଲାର୍ନିଙ୍ଗ  ଡିସଆବିଲିଟିଜ୍ )
  14. ବହୁବିଧ  ସ୍କ୍ଲେରୋସିସ୍  ( ମଲ୍ ଟିପଲ ସ୍କ୍ଲେରୋସିସ୍)
  15. କଥନ  ଓ  ଭାଷା  ବାଧକତା
  16. ଥାଲାସେମିଆ
  17. ହିମୋଫିଲିଆ
  18. ରକ୍ତ  ଶିକୁଳି  ରୋଗ
  19. ବହୁବିଧ  ବାଧକତା
  20. ଏସିଡ୍ ଆକ୍ରମଣର  ଶିକାର
  21. ପାର୍କିନସନ  ରୋଗ   ।

ସରକାର  ଚାହିଁଲେ  ଭବିଷ୍ୟତରେ  ଅନ୍ୟ  ବାଧକତାକୁ  ମଧ୍ୟ  ଏହି  ତାଲିକାରେ  ଯୋଡିପାରିବେ   । ଭିନ୍ନକ୍ଷମ  ଭାବେ  ସୁବିଧା  ପାଇବା  ପାଇଁ  ଜଣକର  ବାଧକତା  ସବନିମ୍ନ  ଶତକଡା  ୪୦ଭାଗ   ଥିବା  ଆବଶ୍ୟକ   ।

କେତେକ  ଅଧିକାର

ଏହି  ନୂଆ  ଆଇନରେ  ଭିନ୍ନକ୍ଷମ  ବ୍ୟକ୍ତିଙ୍କୁ  କେତେକ  ଅଧିକାର   ପ୍ରଦାନ  କରାଯାଇଛି   । କୌଣସି  ଭିନ୍ନକ୍ଷମ  ବ୍ୟକ୍ତିଙ୍କୁ  ତାଙ୍କ  ବାଧକତା  ଆଧାରରେ  ପକ୍ଷପାତ  କରାଯିବ  ନାହିଁ   ।  ସେମାନଙ୍କର  ସମାନତା , ବ୍ୟକ୍ତିଗତ  ସ୍ଵାଧୀନତା  ଏବଂ  ସମାଜରେ  ବଞ୍ଚି  ରହିବାର  ଅଧିକାର  ରହିଛି   । ସେମାନଙ୍କ  ପ୍ରତି  ଅମାନୁଷିକ   ଆଚରଣରୁ   ସୁରକ୍ଷା  ପ୍ରଦାନ   କରାଯିବ   । କୌଣସି  ବିପଦ , ମାନବୀୟ  ଜରୁରୀ  ପରିସ୍ଥିତି , ପ୍ରକୃତିକ  ଦୁର୍ବିପାକ , ସଶସ୍ତ୍ର  ସଂଘର୍ଷ   ହେଲେ  ସେମାନଙ୍କୁ  ଅନ୍ୟମାନଙ୍କ  ଭଳି  ସୁରକ୍ଷା  ପ୍ରଦାନ  କରାଯିବ    । ବିପର୍ଯ୍ୟୟ  ପରିଚାଳନା  ସଂସ୍ଥା   ବିପର୍ଯ୍ୟୟ  ସମୟରେ  ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ନିରାପତ୍ତା  ପାଇଁ  ଆବଶ୍ୟକୀୟ   ପଦକ୍ଷେପ  ନେବେ   । ନିର୍ବାଚନ   ସମୟରେ  ଭୋଟଦାନ  କେନ୍ଦ୍ର   କିପରି  ସୁଗମ୍ୟ  ହେବ ଓ  ନିର୍ବାଚନ   ସରଞ୍ଜାମ  କିପରି  ସହଜରେ   ବ୍ୟବହାର  କରି   ହେବ , ତାହା   ନିର୍ବାଚନ   କମିଶନ୍  ସୁନିଶ୍ଚିତ  କରିବେ  । ସରକାର  ସମସ୍ତ  ସାର୍ବଜନୀନ  ଦସ୍ତାବିଜ  ଭିନ୍ନକ୍ଷମ  ବ୍ୟକ୍ତିମାନେ   ବୁଝିପାରିଲା  ଭଳି  ପ୍ରସ୍ତୁତ   କରିବେ  । ଆଗାମୀ  ୫ବର୍ଷ   ମଧ୍ୟରେ  ସମସ୍ତ  ସରକାରୀ  କୋଠା  ସୁଗମ୍ୟ  ହେବ   । ଭିନ୍ନକ୍ଷମଙ୍କ  ପାଇଁ  ଯାନବାହାନଗୁଡିକର  ପୁନଃସଂଯୋଜନ ଓ  ବସ୍ ଷ୍ଟାଣ୍ଡ , ରେଳଷ୍ଟେସନ , ବିମାନବନ୍ଦରଗୁଡିକ  ସୁଗମ୍ୟ  ହେବ    ।

ନୂଆ  ଆଇନରେ  ଭିନ୍ନକ୍ଷମ   ଛାତ୍ରଛାତ୍ରୀଙ୍କ  ସମାବେଶୀ ଶିକ୍ଷା , ଆତ୍ମନିଯୁକ୍ତି  ଓ ବ୍ୟବସାୟୀକ  ପ୍ରଶିକ୍ଷଣ  ଉପରେ  ଗୁରୁତ୍ଵ  ଦିଆଯାଇଛି   । ୬ରୁ  ୧୮ ବର୍ଷ  ମଧ୍ୟରେ  ଥିବା  ସମସ୍ତ  ଭିନ୍ନକ୍ଷମ  ବାଳକ  ବାଳିକାଙ୍କୁ  ନିକଟବର୍ତ୍ତୀ  ସ୍କୁଲରେ  ନିଃଶୁଳ୍କ   ଶିକ୍ଷାଦାନ   କରାଯିବ  ସମସ୍ତ  ସରକାରୀ  ଓ  ସରକାରଙ୍କ  ସାହାଯ୍ୟପ୍ରାପ୍ତ  ଉଚ୍ଚ  ଶିକ୍ଷାନୁଷ୍ଠାନରେ  ସର୍ବନିମ୍ନ  ଶତକଡା  ୫ଭାଗ  ସିଟ୍  ଭିନ୍ନକ୍ଷମ  ଛାତ୍ରଛାତ୍ରୀଙ୍କ  ପାଇଁ  ସଂରକ୍ଷିତ  ରହିବ   । ଉଚ୍ଚଶିକ୍ଷାରେ  ଆଡମିଶନ  ପାଇଁ  ଭିନ୍ନକ୍ଷମ  ଛାତ୍ରଛାତ୍ରୀଙ୍କୁ  ୫ବର୍ଷ  ପର୍ଯ୍ୟନ୍ତ  ବୟସ  ସୀମା  କୋହଳ  କରାଯିବ   । ସରକାରୀ  ଓ  ସରକାରଙ୍କ  ନିୟନ୍ତ୍ରଣାଧୀନ  ସମସ୍ତ  ଅନୁଷ୍ଠାନରେ   ଚାକିରୀ  କ୍ଷେତ୍ରରେ  ଶତକଡା  ୪ଭାଗ  ସ୍ଥାନ  ସଂରକ୍ଷିତ   ରହିବ   । ପୂର୍ବରୁ  ଏହା  ଶତକଡା  ୩ଭାଗ  ଥିଲା   । ବେସରକାରୀ  କ୍ଷେତ୍ରରେ  ଏହି  ସଂରକ୍ଷଣକୁ   ଲାଗୁ  କରିବା  ପାଇଁ  ସରକାର  ସେମାନଙ୍କୁ  ପ୍ରୋତ୍ସାହିତ  କରିବେ   । ବିଭିନ୍ନ  ଯୋଜନା ଓ କାର୍ଯ୍ୟକ୍ରମରେ  ଥିବା  ଚାଷ  ଜମି  ଓ ଘର  ଆବଣ୍ଟନ , ଦାରିଦ୍ର୍ୟ , ଦୂରୀକରଣ  କାର୍ଯ୍ୟକ୍ରମ , ରିହାତି  ଦରରେ  ଜମି  ଆବଣ୍ଟନ  ଆଦିରେ   ମଧ୍ୟ  ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ପାଇଁ  ଶତକଡା  ୪ଭାଗ  ସଂରକ୍ଷିତ  ରହିବ   ।

ମାନସିକ  ଅନଗ୍ରସର  ବ୍ୟକ୍ତିଙ୍କ  ପାଇଁ  ୨ ପ୍ରକାର  ଅଭିଭାବକ  ବ୍ୟବସ୍ଥା  କରାଯାଇଛି   ।  ଜଣେ  ମାନସିକ  ଅନଗ୍ରସର  ବ୍ୟକ୍ତି  ନିଜ  ଦାୟିତ୍ଵ  ନେବାକୁ  ବା  ଆଇନଗତ  ନିଷ୍ପତ୍ତି   ନେବାକୁ  ଅସମର୍ଥ  ବୋଲି  ଜିଲ୍ଲା  କୋର୍ଟ  ହୃଦୟଙ୍ଗମ  କଲେ , ଅନ୍ୟଜଣଙ୍କୁ  ତାଙ୍କର  ସୀମିତ  ଅଭିଭାବକ  ଭାବେ  ଦାୟିତ୍ଵ  ଦେଇପାରନ୍ତି   । ଏହି  ସୀମିତ   ଅଭିଭାବକ  ମାନସିକ  ଅନଗ୍ରସର  ବ୍ୟକ୍ତିଙ୍କ  ସହ  ମିଶି  ମିଳିତ  ନିଷ୍ପତ୍ତି  ନେଇପାରିବେ   । ଅନ୍ୟ  କେତେକ  ବିଶେଷ  କ୍ଷେତ୍ରରେ  ଜିଲ୍ଲା  କୋର୍ଟ  ଜଣକୁ  ପୂର୍ଣ୍ଣ ଅଭିଭାବକ  ଭାବେ  ନିଯୁକ୍ତି  କରିପାରନ୍ତି  । ଏ  କ୍ଷେତ୍ରରେ  ଅଭିଭାବକ  ଜଣକ  ମାନସିକ  ଅନଗ୍ରସର  ବ୍ୟକ୍ତିଙ୍କ   ବିନା  ପରାମର୍ଶରେ  ନିଷ୍ପତ୍ତି   ଗ୍ରହଣ  କରିପାରିବେ   ।

କେନ୍ଦ୍ର  ଓ  ରାଜ୍ୟସ୍ତରରେ  ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ପାଇଁ  ସ୍ଵତନ୍ତ୍ର  କମିଶନ  ଗଠନ

କେନ୍ଦ୍ର  ଓ  ରାଜ୍ୟସ୍ତରରେ  ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ପାଇଁ  ସ୍ଵତନ୍ତ୍ର  କମିଶନ  ଗଠନ  କରିବାର  ପ୍ରାବଧାନ  ରହିଛି  । ଏହି  ଆଇନର  ପରିପନ୍ଥୀ  ସରକାରଙ୍କ  ବିଭିନ୍ନ  ଆଇନ , ନୀତି ଓ  କାର୍ଯ୍ୟକ୍ରମକୁ  ଚିହ୍ନଟ  କରିବା , ଅଧିକାର  ହନନ  ହେଉଥିବା  ଘଟଣା  ସାମନାକୁ  ଆସିଲେ , ତାହାର  ଅନୁସନ୍ଧାନ  କରି  ପ୍ରତିଶୋଧାତ୍ମକ  ପଦକ୍ଷେପ  ଗ୍ରହଣ  କରିବାକୁ  ସୁପାରିଶ  କରିବା , ଏହି ଆଇନ   ସଠିକ୍  କାର୍ଯ୍ୟକାରୀ   ହେଉଛି କି  ନାହିଁ  ତାହା  ଅନୁଧ୍ୟାନ  କରିବା , ପାଣ୍ଠିର  ସବୁବିନିଯୋଗ  ସୁନିଶ୍ଚିତ  କରିବା  ଆଦି  ଏହି  କମିଶନର   କାମ  ହେବ   । ସେହିପରି   ସରକାରଙ୍କୁ  ଭିନ୍ନକ୍ଷମ  ବ୍ୟକ୍ତିଙ୍କ  ନିମନ୍ତେ  ନୀତି  ଓ  କାର୍ଯ୍ୟକ୍ରମ  ସମ୍ପର୍କରେ  ପରାମର୍ଶ  ଦେବା , ଜାତୀୟ  ଓ  ରାଜ୍ୟସ୍ତରୀୟ  ନୀତି  ପ୍ରସ୍ତୁତ  କରିବା  ଆଦି  ପାଇଁ  କେନ୍ଦ୍ର ଓ  ରାଜ୍ୟସ୍ତରରେ   ସ୍ଵତନ୍ତ୍ର  ପରାମର୍ଶଦାତା  ବୋର୍ଡ  ଗଠିତ  ହେବ   ।

ଏହି  ଆଇନର   ଉଲ୍ଲଘଂନ  କଲେ  ୬ମାସ  ପର୍ଯ୍ୟନ୍ତ  ଜେଲ୍  ଏବଂ  ବା  ୧୦୦୦୦ ଟଙ୍କା  ଫାଇନର  ବ୍ୟବସ୍ଥା  ଅଛି  । ଭିନ୍ନକ୍ଷମ  ବ୍ୟକ୍ତିଙ୍କୁ  ଜାଣିଶୁଣି  ଅପମାନିତ  କରିବା , ଧମକାଇବା , ମହିଳା  ବା ଶିଶୁଙ୍କୁ   ଯୌନ  ନିର୍ଯ୍ୟାତନା  ଦେବା  ଘଟଣାରେ  ୫ ବର୍ଷ  ପର୍ଯ୍ୟନ୍ତ  ଜେଲ୍ ଓ  ଜୋରିମାନାର  ବ୍ୟବସ୍ଥା  ଅଛି   । ଏହି  ଆଇନ  ଅଧୀନରେ  ସଂଘଟିତ  ଅପରାଧର  ବିଚାର  କରିବା  ପାଇଁ   ପ୍ରତି  ଜିଲ୍ଲାରେ  ଏକ  ସ୍ଵତନ୍ତ୍ର  ଅଦାଲତକୁ   ରାଜ୍ୟସରକାର  ଚିହ୍ନିତ  କରିବେ  ।

ଭିନ୍ନକ୍ଷମ   ବିଷୟଟି  ରାଜ୍ୟସରକାରଙ୍କ  ଅଧିକାର  ପରିସରଭୁକ୍ତ   । ତେବେ  ଆନ୍ତର୍ଜାତିକ  ଚୁକ୍ତିକୁ  ପାଳନ  କରିବା  ପାଇଁ  କେନ୍ଦ୍ର  ସରକାର ଆଇନ  ପ୍ରଣୟନ  କରିଥିଲେ  ମଧ୍ୟ  ଏହାକୁ  କାର୍ଯ୍ୟକାରୀ   କରିବା  ପାଇଁ  ରାଜ୍ୟ  ସରକାରଙ୍କ  ଉପରେ  ଆର୍ଥିକ  ବୋଝ  ପଡିବା  ସ୍ଵାଭାବିକ   । ତେଣୁ  କେନ୍ଦ୍ର  ସରକାର  ଏଥିପାଇଁ  ରାଜ୍ୟସରକାରଙ୍କୁ   ସ୍ଵତନ୍ତ୍ର   ପାଣ୍ଠି  ପ୍ରଦାନ   କରିବା  ଉଚିତ୍  । ଖୁବ୍ ଶୀଘ୍ର   ଭିନ୍ନକ୍ଷମ  ବ୍ୟକ୍ତିଙ୍କୁ  ଏକ  ବିଶେଷ  ପରିଚୟ  ପାତ୍ର  ଦିଆଯିବାର  ବ୍ୟବସ୍ଥା  କରାଯାଉଛି  , ଯାହା  ଆଧାର  ସଂଯୁକ୍ତ  ହେବ  । ତେବେ  ଏହି  ସମସ୍ତ  ସୁବିଧା  ସୁଯୋଗ  ପାଇବା  ପାଇଁ  ସର୍ବନିମ୍ନ  ବାଧକତା  ଶତକଡା  ୪୦ଭାଗ  ଧାର୍ଯ୍ୟ  ହୋଇଥିବାବେଳେ  ଏ ପର୍ଯ୍ୟନ୍ତ  ସବୁ  ପ୍ରକାର  ଭିନ୍ନକ୍ଷମ  ଅବସ୍ଥାକୁ  ମାପିବା  ପାଇଁ  ବ୍ୟବସ୍ଥା  ହୋଇନାହିଁ   । ତେଣୁ  ସେ  ନେଇ  ତୁରନ୍ତ  ପଦକ୍ଷେପ  ନେବା  ଉଚିତ୍   । ନୂଆ  ଆଇନରେ  ୨୧ ପ୍ରକାର  ଭିନ୍ନକ୍ଷମ  ଅବସ୍ଥା  ତାଲିକାଭୁକ୍ତ ହୋଇଥିବାରୁ  ଅଧିକରୁ  ଅଧିକ  ଭିନ୍ନକ୍ଷମ  କିପରି  ଏହାର  ଲାଭ  ପାଇପାରିବେ  ସେଥିପାଇଁ   ସଚେତନତା  ସୃଷ୍ଟି କରାଯିବା  ଉଚିତ୍   ।

ଆଧାର -

  1. ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ
  2. ଓଡ଼ିଶା ସରକାର
3.03448275862
Sagarika Bardhan Sep 26, 2016 11:22 AM

ଭିନ୍ନ କ୍ଷମଙ୍କ ସୁରକ୍ଷା ସାମାଜିକ ସ୍ତରରେ ସୁରକ୍ଷା ପାଇଁ ଏହା ଖୁବ ସୁନ୍ଦର ଯୋଜନା ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top