অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶାର ୪ଜଣଙ୍କୁ ପଦ୍ମଶ୍ରୀ

ପଦ୍ମଶ୍ରୀ

ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ୮୯ ଜଣଙ୍କୁ ଦେଶର ସର୍ବୋଚ୍ଚ ଦ୍ୱିତୀୟ ବେସାମରିକ ସମ୍ମାନ ‘ପଦ୍ମ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି। ଓଡ଼ିଶାରୁ ବର୍ଷୀଆନ ଅଭିନେତା ସାଧୁ ମେହେର, ରଙ୍ଗବତୀର ଗାୟକ ଜିତେନ୍ଦ୍ରିୟ ହରିପାଲ, ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତି ଓ ଡାକ୍ତର ମୁକୁଟ ମିଞ୍ଜ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୭ଜଣଙ୍କୁ ପଦ୍ମ ବିଭୂଷଣ, ୭ଜଣଙ୍କୁ ପଦ୍ମ ଭୂଷଣ ଓ ୭୫ଜଣଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୯ଜଣ ମହିଳା ଅଛନ୍ତି। ୬ଜଣଙ୍କୁ ମରଣୋତ୍ତର ପୁରସ୍କାର ପାଇଁ ଚୟନ କରାଯାଇଛି। ତେବେ ଏଥର କାହାରିକୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇଁ ମନୋନୀତ କରାଯାଇ ନାହିଁ।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ଵାର, ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଯୋଶୀ, ପ୍ରସିଦ୍ଧ ଗାୟକ ୟେସୁଦାସ, ପିଏ ସାଙ୍ଗମା, ସୁନ୍ଦରଲାଲ ପଟଓ୍ଵା, ଆଧ୍ୟାତ୍ମିକ ଗୁରୁ ଜଗ୍ଗି ବାସୁଦେବ ଏବଂ ରାମଚନ୍ଦ୍ର ରାଓଙ୍କୁ ପଦ୍ମ ବିଭୂଷଣ ପାଇଁ ମନୋନୀତ କରାଯାଇଛି।

ସେହିପରି ପଣ୍ଡିତ ବିଶ୍ୱମୋହନ ଭଟ୍ଟ, ଦେବୀ ପ୍ରସାଦ ଦ୍ୱିବେଦୀ, ତେହେମଟନ୍‌ ଉଡଓ୍ଵାଡିଆ, ରତ୍ନ ସୁନ୍ଦର ମହାରାଜ, ସ୍ୱାମୀ ନିରଞ୍ଜନ ନନ୍ଦ ସରସ୍ୱତୀ, ରାଜକୁମାରୀ ସିରିନ୍ଧୋନ ଏବଂ ଚାଓ ରାମସ୍ୱାମୀଙ୍କୁ ପଦ୍ମଭୂଷଣ ପାଇଁ ମନୋନୀତ କରାଯାଇଛି।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଲମ୍ପିଆନ ସାକ୍ଷୀ ମଲିକ, ଜିମ୍‌ନାଷ୍ଟ ଦୀପା କର୍ମକାର, ଡିସକସ୍‌ ଥ୍ରୋ ଖେଳାଳି ବିକାଶ ଗୌଡ଼ା ଓ ହକି ଖେଳାଳି ପିଆର ଶ୍ରୀଜେଶ, ଗାୟକ କୈଳାସ ଖେର, ଅନୁରାଧା ପୋଡ୍‌ଆଲ ଓ ସଞ୍ଜୀବ କପୁର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ଗତବର୍ଷ ମେ’ ମାସରେ ପଦ୍ମ ପୁରସ୍କାର ପାଇଁ ସରକାର ଆବେଦନ ପତ୍ର ଆହ୍ଵାନ କରିଥିଲେ । ଏଥିପାଇଁ ପାଞ୍ଚହଜାରରୁ ଅଧିକ ଆବେଦନ ପତ୍ର ଆସିଥିବା ବେଳେ ଏଥିରୁ ପାଞ୍ଚଶହଙ୍କୁ ଚୂଡ଼ାନ୍ତ ତାଲିକାରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୮୯ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ ଅନୁସାରେ ପରିବେଶ, ସ୍ୱଚ୍ଛତା, କୃଷି ଆଜି ବିଭାଗରେ ପାରଦର୍ଶିତା ହାସଲ କରିଥିବା ୧୨ଜଣ ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ଏମାନଙ୍କ ମଧ୍ୟରେ ହଲକ୍କି ଭୋକାଲିଗା ଜନଜାତିର ବୁଲବୁଲ କୁହାଯାଉଥିବା ୭୫ ବର୍ଷୀୟା ସୁକ୍ରି ବୋମାଗୌଡ଼ା, ସିକିମର ବିର୍ଖା ବାହାଦୁର ଲିମ୍ବୋ ମୁରିଙ୍ଗଲା ପ୍ରମୁଖ ରହିଛନ୍ତି।

ଆଧାର

ୟୌର ଷ୍ଟୋରୀ

Last Modified : 7/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate