ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ଗଞ୍ଜାମ ଟାଇଗର୍
ସେଆର କରନ୍ତୁ

ଗଞ୍ଜାମ ଟାଇଗର୍

ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ଏହି ୭୦ ବର୍ଷର ମହିଳା ଚିତିଆମ୍ମା ।

ମହିଳା ସ୍ୱାବଲମ୍ବୀ

ନିଜ ଅଂଚଳରେ ଟାଇଗର୍ ଭାବେ ଜଣାଶୁଣା ଏହି ୭୦ ବର୍ଷର ମହିଳା । ମହିଳା ସଶକ୍ତିକରଣର ସେ ଜଣେ ବଳିଷ୍ଠ ଉଦାହରଣ ।

ଓଡ଼ିଶାର ଦକ୍ଷିଣ ପାଶ୍ୱର୍ ଜିଲ୍ଲା ଗଞ୍ଜାମର ଏହି ସାହସୀ ମହିଳା ଜଣକ ଦୀର୍ଘ ଦୁଇ ଦଶନ୍ଧୀ ଧରି ମହିଳା ମତ୍ସ୍ୟଜୀବୀମାନଙ୍କୁ ସ୍ୱାବଲମ୍ବୀ ହେବାରେ ସହାୟତା ଯୋଗାଇ ଦେଉଛନ୍ତି । ତାଙ୍କ ନାମ ହେଉଛି ବି ଚିତିଆମ୍ମା ।

ସେ ଜଣେ ନେତ୍ରୀ, ଜଣେ ଉଦ୍ୟୋଗୀ ଓ ଜଣେ ପରିବର୍ତନକାରୀ ।

ସ୍ୱଂୟ ସହାୟକ ସଂସ୍ଥା

ମହିଳା ମତ୍ସ୍ୟଜୀବୀଙ୍କ ପାଇଁ ସେ ସ୍ୱଂୟ ସହାୟକ ସଂସ୍ଥା (ଏସ୍ଏଚ୍) ଗଠନ କରିଛନ୍ତି । ଗୋଷ୍ଠୀର ସଦସ୍ୟଙ୍କୁ ମାଛ ମାରିବାର ନୂତନ ପଦ୍ଧତି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବା, ମରା ଯାଇଥିବା ମାଛକୁ ବଜାରରେ ବିକ୍ରି କରିବା ପାଇଁ ମୂଲଚାଲ କରିବା ଓ କିଭଳି ଶୁଖିଲା ମାଛ ମରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦେଉଛନ୍ତି ଏହି ମହିଳା ।

ପୁରସ୍କାର ଓ ସଂମ୍ମାନ

ନିଜର ଉନ୍ନତ ବ୍ୟବସାୟ ପଦ୍ଧତି ଓ ନିଜ ଅଂଚଳର ମହିଳାଙ୍କୁ ସଶକ୍ତ କରାଇବାରେ ସେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ବୋଧ ହୁଏ ଅନ୍ୟମାନଙ୍କ ପାଇଁ ସ୍ୱପ୍ନ । ସେଥିପାଇଁ ତାଙ୍କୁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ କରାଯାଇଛି । ସେ ସମୁଦ୍ରମ୍ ଫିସ୍ ପ୍ରଡୁ୍ୟସିଂ କଂପାନିର ହେଉଛନ୍ତି ପରିଚାଳନା ନିର୍ଦ୍ଦେଶିକା । ୨୦୧୦ରେ ସେ ୟୁଏନ୍ଡିପି ଇକୁ୍ୟଏଟର ପୁରସ୍କାର ହାସଲ କରିଥିଲେ । ଅଧିକାର ସମବାୟ ମହାସଂଘ ପକ୍ଷରୁ ୨୦୯ରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୧୧ରେ ତାଙ୍କୁ ଗଡ୍ଫ୍ରେ ଫିଲିପ୍ସ ସାହସୀ ପୁରସ୍କାର ମିଳିଥିଲା । ଓଡ଼ିଶା ଡାଏରି ପକ୍ଷରୁ ୨୦୧୨ରେ ଲିଭିଂ ଲିଜେଂଡ୍ ପୁରସ୍କାର ଓ ୨୦୧୪ରେ ଓଟିଭିର ପ୍ରେରଣା ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା ।

ଟାଇଗର୍ ମହିଳାଙ୍କ ବ୍ୟବସାୟ

ଓଡ଼ିଶାର ବାଲେଶ୍ୱର, ଗଂଜାମ, ପୁରୀ ଓ ଜଗତସିଂହପୁରର ୩,୯୦୦ ପାଖାପାଖି ମହିଳା ଏବେ ସମୁଦ୍ର ପାଇଁ କାମ କରୁଛନ୍ତି । ୨୦୧୪ ପର୍ଯ୍ୟନ୍ତ ଏହି କଂପାନି କେବଳ ଶୁଖୁଆ ବଜାରକୁ ଛାଡ଼ୁଥିଲା । କିନ୍ତୁ ଏହା ପରଠାରୁ ସମୁଦ୍ରମ୍ ଏକ ମାଛ ଉତ୍ପାଦନକାରୀ କଂପାନି ଭାବେ କାମ କରୁଛି । ୨୦୧୪-୧୫ରେ ଏହାର ମୋଟ କାରବାର ୪୩ ଲକ୍ଷ ଟଙ୍କା ଥିଲା ।

ଚିତିଆମ୍ମା ବିପ୍ଳବୀ

ସେ କେବଳ ଜଣେ ସାମାଜିକ ଉଦ୍ୟୋଗୀ ନୁହନ୍ତି ଜଣେ ବିପ୍ଳବୀ । ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଅଦ୍ୟମ ଇଛାଶକ୍ତି ତାଙ୍କ ପାଖରେ ରହିଛି । ସେ ବିଶ୍ୱାସ କରନ୍ତି ଯେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିଦେଲେ ସେ ଆପେ ଶସକ୍ତ ହୋଇପାରିବେ । ବଡ଼ ଆର୍ଯ୍ୟପଲ୍ଲୀ ଗାଁର ଏହି ମହିଳା ଜଣକ ନିଜ ଅଂଚଳରେ ତୃଣମୂଳ ସ୍ତରରେ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କୁ ୩୫ ବର୍ଷ ବୟସ ହୋଇଥିବା ବେଳେ ସେ ନିଜ ଅଂଚଳର ମହିଳାଙ୍କୁ ଏକଜୁଟ୍ କରି ମଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ସେ ଗଠନ କରିଥିଲେ କାଲିଆମ୍ମା ନାରୀ ଶକ୍ତି ସଂଘ ।

ସେହି ସମୟର କଷ୍ଟକର ଜୀବନ ବିଷୟରେ ବର୍ଣ୍ଣନା କରି ଟାଇଗର୍ କହିଛନ୍ତି ଯେ, ଗାଁରେ ମଦ୍ୟପାନ ଯୋଗୁଁ ସ୍ଥିତି ଆଦୌ ଭଲ ନ ଥିଲା । ଘରେ ଘରେ ମହିଳାମାନେ ନିଜ ମଦ୍ୟପ ସ୍ୱାମୀ ଦ୍ୱାରା ଅତ୍ୟାଚାରିତ ହେଉଥିଲେ । ଛୋଟ ଝିଅମାନେ ସ୍କୁଲ ଯାଇପାରୁ ନ ଥିଲେ । କମ ବୟସରେ ଝିଅମାନଙ୍କୁ ବାହା କରିଦିଆଯାଉଥିଲା । ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଯାଉଥିଲା । ଏହା କେବଳ ବି ଚିତିଆମ୍ମାଙ୍କୁ ନୁହେଁ ନିଜ ଅଂଚଳର ସମସ୍ତ ମହିଳାଙ୍କୁ ଅତିଷ୍ଟ କରି ରଖିଥିଲା । ଶେଷର ଅନେକ ମହିଳା ଏକଜୁଟ ହୋଇ ମଦ ବିରୋଧୀ ଅଭିଯାନ ଆରମ୍ଭ କଲେ । ପରବର୍ତି ସମୟରେ ୧୮ଟି ଗାଁରେ ଏଭଳି ସଂଘ ଗଠନ କରାଯାଇଥିଲା ।

ବି ଚିତିଆମ୍ମାଙ୍କ ଘର ପ୍ରକୃତରେ ବିଶାଖାପାଟଣାରେ । ତାଙ୍କୁ ୨୦ ବର୍ଷ ବୟସ ହୋଇଥିବା ବେଳେ ବାହାଘର କରିଦିଆଯାଇଥିଲା । ସେହିଦିନଠାରୁ ସେ ଗଂଜାମରେ ରହୁଛନ୍ତି । ସେ ଯେଉଁ ସ୍ଥାନରେ ବାହାଘର ହୋଇଥିଲେ ସେଠାରେ ଅଧିକାଂଶ ମହିଳା ମତ୍ସ୍ୟଜୀବୀ ଭାବେ କାମ କରୁଥିଲେ । ତେଣୁ ସେ ସେମାନଙ୍କୁ ନେଇ ଏକ ଏସଏଚଜି ଗଠନ କରିଥିଲେ । ୧୯୯୫ରେ ସମୁଦ୍ରମ୍ର ଗଠନ କରାଯାଇଥିଲା । ସେମାନେ ପ୍ରଥମେ ଶୁଖୁଆ, ପାମ୍ପଡ ଓ ଆଚାର ବିକ୍ରି କରିବା ଆରମ୍ଭ କରିଥିଲେ । ସମୁଦ୍ର ଏବେ ବିଦେଶକୁ ମାଛ ରପ୍ତାନି କରିବା ଉପରେ ବିଚାର କରୁଛି ।

ଆଧାର – PK writer

3.19230769231
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top