অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରେ ନ ଥିଲା ଟିଭି, ଆଜି ଗୁଗୁଲର ସିଇଓ

ଘରେ ନ ଥିଲା ଟିଭି, ଆଜି ଗୁଗୁଲର ସିଇଓ

ସୁନ୍ଦର ପିଛାଇଙ୍କ କାହାଣୀ

ଗୁଗୁଲର ସିଇଓ ଭାବେ ନିଯୁକ୍ତ ହୋଇଥିବା ଚେନ୍ନାଇ ଜନ୍ମିତ ସୁନ୍ଦର ପିଛାଇଙ୍କ କାହାଣୀ ବଲିଉଡ୍ ସିନେମା ଭଳି ରୋମାଂଚକର । ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଏକ ବାଳକ ନିଜର କଠିନ ପରିଶ୍ରମ ଓ ବିଚକ୍ଷଣ ବୁଦ୍ଧିମତା ବଳରେ ଆଜି ବିଶ୍ୱର ସବୁଠୁ ସଫଳ କଂପାନିର ସିଇଓ ଭାବେ ଅବସ୍ଥାପିତ ହୋଇଛି ।

ତାମିଲନାଡୁର ରାଜଧାନୀ ଚେନ୍ନାଇରେ ସୁନ୍ଦର ଜନ୍ମ ଗ୍ରହଣ କରିଥିଲେ । ଯେତେବେଳେ ସୁନ୍ଦରଙ୍କ ପିତାମାତାଙ୍କ କୌଣସି ସନ୍ତାନ ଜନ୍ମ ହୋଇ ନଥିଲେ ସେତେବେଳେ ତାଙ୍କ ମା ଜଣେ ଷ୍ଟେନୋଗ୍ରାଫର୍ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ରଘୁନାଥ ପିଛାଇ ଇଞ୍ଜିନିୟର ଥିଲେ । କିଛି ଦିନ ପରେ ସେ ନିଜର ଏକ କାରଖାନା ଖୋଲି ସେଥିରେ ବୈଦ୍ୟୁତିକ ଉପକରଣ ନିର୍ମାଣ କରିବା ଆରମ୍ଭ କରିଥିଲେ ।

ସୁନ୍ଦରଙ୍କ ବାପା କହିଛନ୍ତି ଯେ, ସେ କାରଖାନାରୁ କାମ ସାରି ଘରକୁ ଆସିବା ପୁଅ (ସୁନ୍ଦର) ସହ କାରଖାନାରେ କିଭଳି କାର୍ଯ୍ୟ ହେଉଛି ଓ କଣ ସବୁ ସମସ୍ୟା ସାମ୍ନା କରିବାକୁ ପଡୁଛି ତାହା ଆଲୋଚନା କରୁଥିଲେ । ସେହି ସବୁ କଥାକୁ ସୁନ୍ଦର ବହୁତ ଆଗ୍ରହର ସହ ଶୁଣୁଥିଲେ । ସେହିଦିନଠାରୁ ସୁନ୍ଦର ଟେକ୍ନୋଲୋଜି ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କ ପରିବାରରେ ଥିବା ଚାରି ଜଣ ସଦସ୍ୟ । ଏକ ଦୁଇ କୋଠରି ବିଶିଷ୍ଟ ଆପାର୍ଟମେଣ୍ଟରେ ସେମାନେ ରହୁଥିଲେ । ସୁନ୍ଦର ନିଜ ସାନ ଭାଇ ସହ ଗୋଟିଏ କୋଠରୀରେ ଶୋଉଥିଲେ ।

ଯେତେବେଳେ ଦୁଇ ଭାଇ ଛୋଟ ଥିଲେ ସେତେବେଳେ ତାଙ୍କ ଘରେ ଟିଭି ଖଣ୍ଡିଏ ନ ଥିଲା । ଯାତାୟାତ ପାଇଁଁ ତାଙ୍କ ପରିବାର ପାଖରେ ଥିଲା ଦୁଇଟି ବିକଳ୍ପ । ଗୋଟିଏ ହେଉଛି ସହରରେ ଚାଲୁଥିବା ସିଟି ବସ୍ ଓ ଦ୍ୱିତୀୟଟି ହେଉଛି ନିଜ ସ୍କୁଟର । ବେଳେବେଳେ ପୁରା ପରିବାର ସେହି ସ୍କୁଟରରେ ବୁଲିବାକୁ ବାହାରି ଯାଉଥିଲେ ।

ଯେତେବେଳେ ସୁନ୍ଦରଙ୍କୁ ବାର ବର୍ଷ ହୋଇଥିଲା ତାଙ୍କ ଘରକୁ ଟେଲିଫୋନ ସଂଯୋଗ ଆସିଲା । ଟେଲିଫୋନକୁ ନେଇ ସେ ବହୁତ ଉତ୍ସାହିତ ଥିଲେ । ସେ ଯେଉଁ ନମ୍ବର ଡାଏଲ୍ କରୁଥିଲେ ତାହାକୁ ମନେ ରଖି ଦେଉଥିଲେ । ଯଦି ଘରେ କେହି ସଦସ୍ୟ କୌଣସି ନମ୍ବର ଭୁଲି ଯାଉଥିଲେ ସେ ବିଷୟରେ ସୁନ୍ଦରଙ୍କୁ ପଚାରୁଥିଲେ ।

ଗୁଗୁ୍ଲର ସିଇଓ

ସୁନ୍ଦରଙ୍କ ସ୍ମରଣ ଶକ୍ତି ବିଷୟରେ ଗୁଗୁ୍ଲର ଅଧିକାରୀମାନେ ମଧ୍ୟ ଜାଣିଥିଲେ । ସ୍କୁଲରେ ପଢ଼ୁଥିବା ବେଳେ ସୁନ୍ଦର କ୍ରିକେଟ୍ ଟିମର ଅଧିନାୟକ ଥିଲେ । ଆଇଆଇଟି ଖଡ଼ଗପୁରରୁ ସେ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରି ହାସଲ କରିଥିଲେ । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ସେ ବିଜ୍ଞାନରେ ସ୍ନାତକୋତର ଓ ୟୁନିଭର୍ସିଟି ଅଫ୍ ପେନ୍ସିଲିଭାନିଆରେ ଏମବିଏ ପାଠ ପଢ଼ିଥିଲେ ।

ପାଠ ଶେଷ ହେବା ପରେ ସେ ମାକିନ୍ସେ ଆଣ୍ଡ କଂପାନିରେ ଯୋଗ ଦେଇଥିଲେ । ୨୦୦୪ରେ ସେ ଗୁଗୁଲରେ ଯୋଗ ଦେଇଥିଲେ । କ୍ରୋମ୍ ବ୍ରାଉଜର୍ ବିକଶିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ନିକଟରେ ତାଙ୍କୁ ଆଣ୍ଡ୍ରଏଡ୍ ବିଭାଗର ମୁଖ୍ୟ କରାଯାଇଥିଲା । ୨୦୧୧ରେ ସୁନ୍ଦରଙ୍କୁ ନେବାକୁ ଟ୍ୱିଟର୍ ପକ୍ଷରୁ ଉଦ୍ୟମ କରାଯାଇଥିଲା । ଷ୍ଟିଭ୍ ବାଲମରଙ୍କ ଅବସର ପରେ ମାଇକ୍ରୋସଫ୍ଟର ମୁଖ୍ୟ ଭାବେ ସୁନ୍ଦରଙ୍କୁ ନିଯୁକ୍ତି ମିଳିବ ବୋଲି ସେହି ସମୟରେ ଚର୍ଚ୍ଚା ହୋଇଥିଲା ।

ଆଧାର - Team Odia writer

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate