অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୃଢ ମନୋବଳ ହିଁ ଆଣିଦେଇଛି ସଫଳତା

ସଫଳତା ସ୍ଵାଦ

ବାମଗୋଡଟି ତାଙ୍କର  ଜନ୍ମରୁ ପୋଲିଓରେ ଆକ୍ରାନ୍ତ । ଆଶାବାଡ଼ି ହିଁ ଏକମାତ୍ର ଭରସା । ତଥାପି କେବେ ଦୁର୍ବଳ ହୋଇନି ତାଙ୍କର  ମନୋବଳ । ନିଜ ପ୍ରତି ଥିବା ଏହି ଦୃଢ ବିଶ୍ଵାସ ଏବଂ କର୍ମନିଷ୍ଠା ହିଁ ତାଙ୍କୁ ଦେଖାଇପାରିଛି  ସଫଳତା ସ୍ଵାଦ ।ଆଉ ଏଇଥିପାଇଁ ସେ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ।

ଜୟନ୍ତଙ୍କ ଯାତ୍ରା

ଏଭଳି ଜଣେ ଯୁବକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମା’ ମଲ୍ଲିକାମଞ୍ଜରୀ ଏବଂ ବାପା ବୈଷ୍ଣବ ପ୍ରଧାନଙ୍କ ପୁତ୍ର ଜୟନ୍ତ । ସେ ପିଲାଟି ବେଳୁ ଭିନ୍ନକ୍ଷମ ସତ । ହେଲେ ସେ ଏଥିପାଇଁ କେବେ ମାନସିକ ସ୍ତରରେ ଆଗ୍ରହ । ତେଣୁ ବି.ଏ.ପାସ୍ କରିବା ପରେ   ଫିଲ୍ମ ଏଡିଟ୍, ଆର୍ଟ କ୍ରାଫ୍ଟସ୍ ରେ ଡିପ୍ଲୋମା ମଧ୍ୟ କରିଛନ୍ତି । କେବଳ ଏତିକି ନୁହେଁ ଇତିମଧ୍ୟରେ ସେ ହିନ୍ଦୀରେ  ବିଏଡ୍ ଏବଂ ତବଲାରେ ବିଶାରଦ ଯୋଗ୍ୟତା ମଧ୍ୟ ହାସଲ କରିସାରିଛନ୍ତି ।  ପାଠପଢା ବ୍ୟତୀତ ବିଭିନ୍ନ ଦିଗରେ ତାଙ୍କର ବେଶ୍ ରୁଚି ରହିଛି । ସୁନ୍ଦର ଗୀତ  ଗାଇବା, ଚିତ୍ର ଆଙ୍କିବାଠାରୁ ଆରମ୍ଭ କରି ସୋଲ ଦ୍ଵାରା  ବିଭିନ୍ନ କାଳକତି ପ୍ରସ୍ତୁତ କରି ସେ ଅନେକ ସଂସ୍ଥା  ପକ୍ଷରୁ ପୁରସ୍କୃତ ଏବଂ ପ୍ରଶଂସିତ ହୋଇଛନ୍ତି । ସେ ବିଭିନ୍ନ ପୂଜାମଣ୍ଡପରେ କାଗଜ ଏବଂ ଲୁଗାରେ ସୁନ୍ଦର କାରୁକାର୍ଯ୍ୟ କରିପାରନ୍ତି ।

ଗ୍ରାମରେ ହେଉଥିବା ଯାତ୍ରାରେ  ବିଭିନ୍ନ ସୋଲ, କାଗଜ, ଲୁଗା ଇତ୍ୟାଦି ବ୍ୟବହାର କରି ସେ ବେଶ୍ ଚିତ୍ତାକର୍ଷକ ସାଜସଜ୍ଜା କରିଥାନ୍ତି । ଜୟନ୍ତ କୁହନ୍ତି, “ ରୋଜଗାର ଆଶାରେ ଯେତେବେଳେ ମୁଁ କିଛିବର୍ଷ ଲାଗି ଗାଜିଆବାଦ ଚାଲିଯାଇଥିଲି ସେଠାରେ ଜେପି ଆର୍ଟିଷ୍ଟ ନାମରେ ଏକ ଦୋକାନ କରିଥିଲି ଏବଂ ନିଜ ହାତ ତିଆରି ବିଭିନ୍ନ କଳାକୃତି ବିକ୍ରି କରୁଥିଲି । ତେବେ ଏସବୁ ସେଠାରେ ବହୁ ପ୍ରଦର୍ଶନୀରେ ସ୍ଥାନ ମଧ୍ୟ ପାଇଥିଲା । ବିଶେଷକରି ସୋଲରେ ପ୍ରସ୍ତୁତ ବିହାରର  ଜୈନ ମନ୍ଦିର,  ମହାରାଷ୍ଟ୍ରର ଗଣପତି ମନ୍ଦିର, ୫୦ଫୁଟ୍ ଲମ୍ବର ଡାଇନୋସର, ୬ ଫୁଟ୍ ର ଗ୍ରୀଟିଙ୍ଗ୍ସ, ମୂର୍ତ୍ତି ଆଦି ବେଶ୍ ଚିତ୍ତାକର୍ଷକ ହୋଇଥିଲା ଏବଂ ଏଥିପାଇଁ  ମିଳିଥିବା ପ୍ରଶଂସା ମୋତେ ଆଗକୁ ବଢିବା ଲାଗି ଉତ୍ସାହିତ କରିଥିଲା ।

ସଂସ୍ଥାନ ସଂଗଠନ ସମ୍ବନ୍ଧରେ

ତେବେ ସେଠାରେ ଓଡିଆମାନଙ୍କୁ ଏକତ୍ରିତ କରିବା ପାଇଁ ଓଡିଶା ସେବା ସମିତି ନାମରେ ଏକ ସଂଗଠନ କରିଥିଲି, ଯାହାକି ସେଠାରେ ଓଡିଶା ଭାଷାର ପ୍ରଚାର ଓ ଓଡ଼ିଆମାନଙ୍କୁ ଏକତ୍ରିତ କରିବାରେ ସହାୟକ ହୋଇ ପାରିଥିଲା ।“ ତେବେ ପରିବାର ପରିସ୍ଥିତିକୁ ଆଖିଆଗରେ ରଖି ବର୍ତ୍ତମାନ ପୁଣି ଗ୍ରାମକୁ ଫେରିଆସିଛନ୍ତି ଜୟନ୍ତ। ଏଠାରେ ସେ ମାନବ ଉତ୍ଥାନ ସେବା ସଂସ୍ଥାନ ସଂଗଠନ ନାମରେ ଏକ ସଂସ୍ଥା କରି ଭିନ୍ନକ୍ଷମ ମାନଙ୍କୁ ଏକତ୍ରିତ କରିବା ସହ ପରିବେଶ ସୁରକ୍ଷା, ବୃକ୍ଷରୋପଣ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।

ଜେପି ଆର୍ଟ ଷ୍ଟୁଡିଓ

ଏହା ବ୍ୟତୀତ ସୋରରେ ଜେପି ଆର୍ଟ ନାମରେ ଏକ ଷ୍ଟୁଡିଓ କରି ଓଡ଼ିଆ ଇଣ୍ଡଷ୍ଟ୍ରିର ଆଲବମ୍, ଭଜନ ସିଡ଼ିରେ କଳା ‘ନିର୍ଦ୍ଦେଶକ  ଭାବେ କାମ କରୁଛନ୍ତି । ହିନ୍ଦୀରେ ବିଏଡ୍ କରିଥିବାରୁ ଜଣେ ହିନ୍ଦୀ ଶିକ୍ଷକ ହେବାପାଇଁ  ସେ ଉଚ୍ଛୁକ ।

ଏହା ବ୍ୟତୀତ ନିଜକୁ ଜଣେ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଭାବେ ପରିଚିତ କରିବା ସହ ଭିନ୍ନକ୍ଷମମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ  ସେଥିନେଇ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ।

 

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate